ବିଶ୍ୱ ମାନବ ଅଧିକାର ଦିବସରେ କରୋନା ସଚେତନ ଶୋଭାଯାତ୍ରା ଓ ମାସ୍କ ବଣ୍ଟନ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଆଜି ହେଉଛି ବିଶ୍ୱ ମାନବ ଅଧିକାରୀ ଦିବସ । ସେଥିପାଇଁ ପ୍ରତି ବର୍ଷ ଏହା ବିଶ୍ୱ ରେ ସମାଜରେ ସାମାଜିକ କର୍ମୀ ମାନଙ୍କ ଅବଦାନ ବିଷୟରେ ଆଲୋଚନା ହୁଏ। ଯେହେତୁ ଭାରତରେ କରୋନା ମହାମାରି ଯୋଗୁ ଲୋକ ମୃତ୍ୟୁବରଣ କରୁଛନ୍ତି। ତେଣୁ ମାନବ ଅଧିକାରୀ ଦିବସ କୌଣସି ହଲରେ ନହୋଇ କରୋନା ସଚେତନତା ଓ ମାସ୍କ ବଣ୍ଟନ କରାଯାଇଥିଲା। ଭାରତୀୟ ଗଣତାନ୍ତ୍ରିକ ମାନବ ଅଧିକାର ସୁରକ୍ଷା ସଙ୍ଘଠନ ପକ୍ଷରୁ କରୋନା ସଚେତନ ପାଇଁ ରାଲି ମଧ୍ୟରେ ଲୋକଙ୍କୁ ସଚେତନ କରାଯାଇଛି।

ଆଜି ଏହି ଦିବସରେ ଭୁବନେଶ୍ୱର ମାଉସୀ ମା’ ମନ୍ଦିରରୁ ରଥ ରୋଡ ପଯ୍ୟନ୍ତ ପରି କର୍ମା କରିଥିଲେ । ଏଥିରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ସଙ୍ଘଠନର କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁ, ରାଜ୍ୟ ସଭାପତି ଗଦାଧର ଦାସ, ରୋଟାରୀଆନ ପ୍ରସନ୍ନ ଚୌଧୁରୀ ଏବଂ ବହୁ ସମାଜସେବୀ ସାମିଲ ଥିଲେ ।

ନବୀନ ବାବୁଙ୍କର ଦୋମୁହାଁ ନୀତି ଆଉ କେତେଦିନ : ନିରଞ୍ଜନ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜେଡ଼ି ସରକାର ରାଜ୍ୟର କୃଷକମାନଙ୍କ ସ୍ୱାର୍ଥ ବିରୁଦ୍ଧରେ ବୋଲି ଏକଥା ଆଉ କାହାକୁ ଅଛପା ନାହିଁ । ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର କେନ୍ଦ୍ରକୁ ଚିଠି ଲେଖିବା ଏବଂ ରାଜ୍ୟ କ୍ୟାବନେଟର କୃଷକମାନଙ୍କୁ ସର୍ବନିମ୍ନ ଫସଲର ସହାୟକ ମୂଲ୍ୟ ଅତିକମ୍‌ରେ ଶତକଡ଼ା ୫୦ଭାଗ ଅଧିକ ହେଉ ବୋଲି ଯେଉଁ ପ୍ରସ୍ତାବ କ୍ୟାବିନେଟରେ ପାରିତ ହେଲା ତାହାକୁ ଅତି କଟୁ ସମାଲୋଚନା କରି କହିଛନ୍ତି ଯେ କେତେଦିନ କାଳ ବିଜେଡ଼ି ସରକାର କୃଷକ ମାନଙ୍କ ପାଇଁ ଏ ମିଛ କାନ୍ଦଣା କାନ୍ଦିବେ? ପ୍ରକୃତରେ ନବୀନ ବାବୁଙ୍କର ଆଖିରୁ ଆଜି ପର୍ଯ୍ୟନ୍ତ କୃଷକମାନଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ବୃନ୍ଦାଏ ମଧ୍ୟ ଲୁହ ଗଡ଼ିନାହିଁ । ୨୦୧୭-୧୮ ମସିହାରେ ବିଧାନସଭା ଭଳି ପବିତ୍ର ଗୃହରେ ସର୍ବସମ୍ମତିକ୍ରମେ ଏକ ସଂକଳ୍ପ ପାରିତ ହୋଇଥିଲା । ସଂକଳ୍ପ ନାମା ଅନୁଯାୟି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଧାୟକ ମାନଙ୍କର ଏକ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଥିଲା । ଏଥିପାଇଁ ନବୀନ ବାବୁ ପ୍ରଧାନମନ୍ତ୍ରୀଙ୍କୁ ଚିଠିଟିଏ ଲେଖି ବସିଗଲେ କିନ୍ତୁ ଗୋଟିଏ ଥର ବି ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ହୋଇପାରିଲା ନାହିଁ ଏବଂ ଏହି ସଂକଳ୍ପ ନାମା ଅନୁସାରେ କୃଷକମାନଙ୍କୁ ସର୍ବନିମ୍ନ ୨୯୫୦ ଟଙ୍କା ଧାନ କ୍ୟୁଂଟାଲ ପିଛା ମିଲିଲା ନାହିଁ । ସବୁ ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ହୋଇ ପାରୁଛି ଏବଂ ଟେଲିଫୋନରେ କଥା ହୋଇପାରୁଛନ୍ତିଳ, କିନ୍ତୁ ବିଧାୟକ ଦଳର ଏକ ପ୍ରତିନିଧି ମଣ୍ଡଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୫୦ଟଙ୍କାର ଦାବୀକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ରଖିବାର କାହିଁକି ସୁଯୋଗ ମିଲିଳା ନାହିଁ ? କେନ୍ଦ୍ରର ସମସ୍ତ ଜନବିରୋଧି ବିଲକୁ ପାଶ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରୁଛନ୍ତି କିନ୍ତୁ କୃଷକମାନଙ୍କ ସମସ୍ୟା ପାଇଁ ଥରୁଟିଏ ମଧ୍ୟ ପାଲ୍ୟାମେଣ୍ଟରେ ଏକଥା ଉଠାଇବାରେ ଅସମର୍ଥ କାହିଁକି? ସାରା ଭାରତବର୍ଷରେ ୧କୋଟିରୁ ଅଧିକ କୃଷକ ଦୀର୍ଘ ୧୫ ଦିନଧରି ବିଜେପି ସରକାର କୃଷି ବିରୋଧୀ ଆଇନ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଛନ୍ତି । କୃଷକମାନଙ୍କର ଡିମାଣ୍ଡ ହେଉଛି ଏହି କଳା ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନିଅନ୍ତୁ । କିନ୍ତୁ ଏହି ଆଇନକୁ ପାରିତ କରିବାରେ ବିଜେଡ଼ି ଦଳ କାହିଁକି ଓ କିଭଳି ଭାବରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ସମର୍ଥନ କରିଥିଲା । ବିଜେଡ଼ିର ସାଂସଦମାନେ ଏ ବିଲକୁ ଥରେ ପଢ଼ିଥିଲେ କି? ପ୍ରଶ୍ନ-୨ ବିଲ ଉପସ୍ଥାପନ ହେଲା ଓ ବିଲ ପାସ ହୋଇସାରିଲା ପରେ କାହିଁକି ସିଲେକ୍ଟ କମିଟିକୁ ରେଫର କରିବାପାଇଁ ଦାବି କରିଥିଲେ? ବିଲଟି ପାସ ହୋଇସାରିଲା ପରେ ସିଲେକ୍ଟ କମିଟିକୁ ରେଫର କରିବା ଯାହା ଚୋର ଚାଲିଗଲା ପରେ ବୁଦ୍ଧି ଫେରିଲା ଭଳି । ସ୍ୱାମୀନାଥନ କମିଟିର ସୁପାରିଶକୁ କାହିଁକି ରାଜ୍ୟ ସରକାର ଆଜିପର୍ଯ୍ୟନ୍ତ ଗ୍ରହଣ କରିନାହାଁନ୍ତି ? କୃଷି ସମ୍ବିଧାନର ନିୟମ ଅନୁସାରେ ରାଜ୍ୟ ଲିଷ୍ଟରେ ନବୀନ ବାବୁଙ୍କୁ କୃଷକକୁ ତାର ଖର୍ଚ୍ଚ ବାଦ ଶତକଡ଼ା ୫୦ଭାଗ ଅଧିକ ମୂଲ୍ୟ ଦେବାପାଇଁ କିଏ ବନ୍ଦ କରିଛି? ଦୟାକରି ନବୀନ ବାବୁ ଯେଉଁ ଘୋଷଣା କରିଥିଲେ କୃଷକମାନଙ୍କୁ ବୋନସ ଦେବାକଥା ଦୟାକରି ଏକ ପ୍ରେସବିବୃତିରେ ରାଜ୍ୟର କେତେ କୃଷକକଙ୍କୁ କେଉଁ କୃଷିଯାତ ଦ୍ରବ୍ୟପାଇଁ ବୋନସ ଦେଇଛନ୍ତି ? ମୋର ଯାହା ମନେ ପଡ଼ୁଛି ଏ ରାଜ୍ୟରେ ଜଣେ ବି କୃଷକକୁ ବୋନସ ଦେଇନାହାଁନ୍ତି । ଗତ ଡିସେମ୍ବର ୮ ତାରିଖ କୃଷକମାନେ ସାରାଭାରତ ବନ୍ଦର ଡାକରା ଦେଲେ । ଭାରତବର୍ଷରେ ବିଜେପିକୁ ଛାଡ଼ି ସମସ୍ତ ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଲେ କିନ୍ତୁ ବିଜେଡ଼ି ଦଳ ସମର୍ଥନ ଜଣାଇଲା ନାହିଁ କାହିଁକି? ଏଥିରୁ ବିଜେଡ଼ି ଦଳର ଏବଂ ନବୀନ ବାବୁଙ୍କ ଦୋମୁହାଁ ନୀତି ରାଜ୍ୟବାସୀଙ୍କ ସାମନାରେ ସ୍ପଷ୍ଟ ଜଣାପଡ଼ିଲା ନାହିଁକି? ଏଥିରୁ ଆଉ ବୁଝିବାକୁ ବାକି ନାହିଁ ଯେ ବିଜେଡ଼ି ଓ ବିଜେପି ଭିତରେ ଯେଉଁ ଅଘୋଷିତ ମେଂଟ ତାହାକୁ ପୂର୍ଣ୍ଣପ୍ରାଣରେ ନବୀନବାବୁ ପାଳନ କରିବାରେ ଚେଷ୍ଟିତ । କୃଷକଙ୍କ ସମସ୍ୟା ଏବଂ ଦାବୀ ପ୍ରତି ତାଙ୍କର ନିଘା ହିଁ ନାହିଁ । ଏହି କଳା କୃଷିଆଇନରେ ସର୍ବନିମ୍ନ ସହାୟକ ମୂଲ୍ୟ କଥାଟି ମୂଳରୁ ବାଦ ପଡ଼ିସାରିଛି । ତେଣୁ ନବୀନବାବୁ ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ କୃଷକମାନଙ୍କୁ ମିଳୁ ବୋଲି କ୍ୟାବିନେଟରେ ମୋହର ଲଗାଇଲେ ତାହାତ ତାଙ୍କ ସାହାଯ୍ୟରେ ପାଳିତ ହୋଇଥିବା କଳା କୃଷି ଆଇନରେ ନାହିଁ । ତେଣୁ ରାଜ୍ୟରେ ସାଂସଦମାନେ ଏ ଦାବି କଉଠି ଉଠାଇବେ ଯେଉଠି କହିବା କଥା ଥିଲା ସେତେବେଳେ କ’ଣ ଶୋଇପଡ଼ିଥିଲେ ? ବିଜେଡ଼ି ବିଜେପି ସାଂଟଗାଂଠ ଯୋଗୁଁ ଦୃତରାଷ୍ଟ୍ରଙ୍କ ଭଳି ବ୍ୟବହାର କରୁଥିଲେ? ନବୀନ ବାବୁ ଆପଣ ଆଉ କୃଷକମାନଙ୍କ ସମସ୍ୟା ପାଇଁ କାନ୍ଦନ୍ତୁ ନାହିଁ ଆଖି ଖରାପ ହୋଇଯିବ । ୨୦ବର୍ଷ ଭିତରେ କୃଷକମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଯେତେସବୁ କ୍ୟାବିନେଟ ମୋହର ବାଜିଛି କେଉଁ ଗୋଟିକ ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି ତାହା ଖୋଦ ମୁଖ୍ୟମନ୍ତ୍ରୀ ଖୋଲା ବିର୍ତକରେ ଭାଗ ନେଇ ଜଣାନ୍ତୁ । ୨୦ବର୍ଷ ଭିତରେ କେତୋଟି ଶୀତଳ ଭଣ୍ଡାର ହୋଇଛି । ରାଜ୍ୟରେ ଯାହାକିଛି ଶୀତଳ ଭଣ୍ଡାର ଥିଲା ସେଗୁଡ଼ିକରେ ତାଲା କାହିଁକି ଝୁଲୁଛି । ଏ ଅସମାହିତ ପ୍ରଶ୍ନର ଉତର ଖୁବଶୀଘ୍ର ରାଜ୍ୟର ୭୦ଭାଗ କୃଷକ ପରିବାର ଦେବେ ।

ମାଛଖୁଣ୍ଟି ଆର.ଆଇ ସସ୍ମିତା ସେଠୀ ଓ ଗୁଣପୁର ଭାରପ୍ରାପ୍ତ ତହସିଲଦାର ଏଫ୍. ଏକ୍କା ଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଦନ୍ତ ଦାବୀ।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଦେଇ ପ୍ରବାହିତ ବଂଶଧାରା ନଦୀ ଶଯ୍ୟା ରୁ ବେଆଇନ ଭାବେ ରାତାରାତ ଆନ୍ଧ୍ରକୁ କରାଯାଉଥିବା ବାଲି ଚାଲାଣ କୁ ରୋକିବା ସହ ବାଲି ମାଫିଆ ଓ ଏଥିରେ ସହଯୋଗ କରୁଥିବା ରାଜସ୍ଵ ବିଭାଗୀୟ କର୍ମକର୍ତ୍ତା ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଗତ ୦୯/୧୧/୨୦ ରିଖ ଦିନ ଗୁଣପୁର ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ଏଯାବତ୍ ଏମାନଙ୍କ ବିରୁଦ୍ଧରେ ସେହିଭଳି କିଛି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସଂଘ କ୍ଷୋଭ ପ୍ରକାଶ କରି ପୁଣି ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀ ଙ୍କୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏକ ଅଭିଯୋଗ ପତ୍ର ଦିଆଯାଇଛି। ଲିମାମଡ଼ା ବାଲି ଶଯ୍ୟା ରୁ ବାଲି ଉଠାଣ କରି ମୁଖ୍ୟ ରାସ୍ତା କଡରେ କୂତ୍ରିମ ବାଲିପଠା ପ୍ରସ୍ତୁତ କରାଯାଇଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ମହୋଦୟ ଏହାକୁ ଯବତ କରିଥିଲେ। ବର୍ତ୍ତମାନ୍ ଏହି ବାଲିକୁ ୧ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ରେ ନିଲାମ କରାଯାଇ ରାଜସ୍ଵ ଆଦାୟ କରାଯାଇଛି। ଗୁଣପୁର ତହସିଲ ଅନ୍ତର୍ଗତ ମାଛଖୁଣ୍ଟି ବାଲିପଠାରୁ ବେଆଇନ ଭାବେ ବାଲି ବୋହିଆଣି ରାସ୍ତାକଡରେ କୃତ୍ରିମ ବାଲି ପଠା ପ୍ରସ୍ତୁତ କରି ୧୦ ଚକିଆରୁ ଉର୍ଦ୍ଧ୍ୱ ଚକା ବିଶିଷ୍ଟ ଗାଡି ରେ ରାତାରାତି ବାଲି ଭରି କରି ଆନ୍ଧ୍ରକୁ ଚାଲାଣ କରିବା ପ୍ରସ୍ତୁତି କରାଯାଉଥିବା ଭିଡିଓ କ୍ଲିପ ସହ ଅଭିଯୋଗ ହୋଇଥିବା ବେଳେ ସ୍ଥାନୀୟ ଆର ଆଇ ସୁଶ୍ରୀ ସସ୍ମିତା ସେଠୀ ଓ ଭାରପ୍ରାପ୍ତ ତହସିଲଦାର ଏଫ.ଏକ୍କା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଯୋଗୁଁ ବାଲି ମାଫିଆ ମାନେ ଏଠାରୁ ବେଆଇନ ଭାବେ ବାଲି ଆନ୍ଧ୍ରକୁ ଚାଲାଣ କରିଛନ୍ତି । ଏହାକୁ ଜବତ କରାନଯିବା ଫଳରେ ଓଡିଶା ସରକାର ଲକ୍ଷାଧିକ ଟଙ୍କା ରାଜସ୍ବ ହାନି କରିଛନ୍ତି । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ହୋଇ ରହିଥିବାରୁ ଏଥିରେ ସ୍ଥାନୀୟ ଆର ଆଇ ଓ ତହସିଲଦାର ଙ୍କ ପରୋକ୍ଷ ଭୂମିକା ରହିଥିବା ସଂଘ ସନ୍ଦେହ ପ୍ରକଟ କରି ଏହାର ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ତଦନ୍ତ କରିବା ନିମନ୍ତେ ଦାବୀ କରିଛି । ଏତତ୍ ସମ୍ପର୍କୀତ ଖବର ସହ ଆର ଆଇ ସୁଶ୍ରୀ ସେଠୀ ତାଙ୍କ କାର୍ଯ୍ୟାଳୟ ବାସଭବନରେ ନରହିବା ଫଳରେ ଏଠାରେ ଜୁଆ ଖେଳ ଚାଲୁଥିବା ଓ ମଦ୍ୟପ ଙ୍କ ବାସଭବନ ହୋଇଥିବା ନେଇ ଖବର ପ୍ରକାଶ କରିଥିବା ଯୋଗୁଁ ସାମ୍ବାଦିକ ଙ୍କ ବିରୁଦ୍ଧରେ ମିଥ୍ୟା କେଶ କରିଥିବା ଖବର କୁ ନିନ୍ଦା ପ୍ରକଟ କରିବା ସହ ତାଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ବିଧି ଆଇନର ୨୧୧ ଧାରା ଅନୁଯାୟୀ ମକଦ୍ଦମା ଦାୟର କରିବା ପାଇଁ ସଂଘ ଦାବୀ କରିଛି ।

ଅସାଧୁଙ୍କ ପେଣ୍ଠସ୍ଥଳୀ ପାଲଟିଛି ଗୁଣୁପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ମାଛଖୁଣ୍ଟି ରାଜସ୍ଵ ନୀରିକ୍ଷକଙ୍କ କାର୍ଯ୍ୟାଳୟ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାୟଗଡା ଜିଲ୍ଲା ଗୁଣପୁର ତହସିଲ ଅନ୍ତର୍ଗତ ମାଛଖୁଣ୍ଟି ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପାଲଟିଛି ଜୁଆଡି ଙ୍କ ଆଡ୍ଡା ସ୍ଥଳୀ । କାର୍ଯ୍ୟ କ୍ଷେତ୍ର ପରିସର ମଧ୍ୟରେ ରହି ସୁଚାର ରୂପେ କାର୍ଯ୍ୟ ପରିଚାଳନା କରିବାରେ ସୁବିଧା ହେବ ଏହି ପରିପ୍ରେକ୍ଷୀରେ ଆର ଆଇ ଙ୍କ ନିମନ୍ତେ ବହୁମୂଲ୍ୟ ବ୍ୟୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟାଳୟ ଓ ବାସଭବନ କୋଠା ନିର୍ମାଣ କରାଯାଇଛି । କିନ୍ତୁ ଏଠାରେ ଆର ଆଇ ରହୁ ନଥିବା କିମ୍ବା କାର୍ଯ୍ୟ ପରିଚାଳନା କରୁନଥିବା ରୁ ଏହା ଅସାଧୁ ବ୍ୟକ୍ତିଙ୍କ ପେଣ୍ଠସ୍ଥଳ ର ପଲଟିଥିବା ଦେଖା ଦେଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଛଖୁଣ୍ଟି ଆର ଆଇ ଙ୍କ ନିର୍ମିତ କୋଠା ରେ । ଏଠାରେ ନିଯୁକ୍ତି ପାଇଥିବା ଆର ଆଇ ସୁଶ୍ରୀ ସସ୍ମିତା ସେଠୀ ଏଠାରେ ରହୁନଥିବା କିମ୍ବା ଏଠାରେ କାର୍ଯ୍ୟ ପରିଚାଳନା କରୁନଥିବାରୁ ଏବେ ଏହି କାର୍ଯ୍ୟାଳୟ ଟି ପାଲଟିଛି ଜୁଆଆଡ୍ଡା ଓ ମଦ୍ୟପ ଙ୍କ ଆଶ୍ରୟସ୍ଥଳୀ । ଏକଥା ଆମେ କହୁନାହୁଁ କହୁଛି ଏଠାରୁ ଉତ୍ତୋଳନ କରାଯାଇଥିବା ଏହି ଫୋଟ ସମୂହ । ନିଜେ କର୍ମକ୍ଷେତ୍ର କୁ ନଯାଇ ଚପରାସି ଙ୍କ ଦ୍ଵାରା କାର୍ଯ୍ୟ ସମ୍ପାଦନ କରାଇବା, ଚପରାସି ଜଣକ କାର୍ଯ୍ୟାଳୟ ରେ ଉପସ୍ଥିତ ରହିବା ପରେବି ଚାବି ନଦେବା, ଓଲଟି ଏହାର ପ୍ରତିବାଦ କରିଲେ ଚାକିରିରୁ ବାହାର କରିଦେବା ଧମକ ଦେବା ଘଟଣା ନିନ୍ଦନୀୟ ଅଟେ । ଯେଉଁ ମାନେ ଏହାଙ୍କ ର ମନମାନୀ କାର୍ଯ୍ୟ କୁ ବିରୋଧ କରୁଛନ୍ତି ସେମାନ ଙ୍କୁ ଏଟରୋସିଟି ଭଳି କେଶ ରେ ଛନ୍ଦି ଦେଇ ହଇରାଇ କରିବି ବୋଲି ଧମକ ଦେଉଥିବା ଜଣା ପଡ଼ିଛି ।ଏଠାରେ ଆର ଆଇ ରହୁନଥିବା ଯୋଗୁଁ କୌଣସି ଏକ କାମ ନିମନ୍ତେ ସ୍ଥାନୀୟ ଅଧିବାସୀମାନେ ବହୁ ଅସୁବିଧାତ ସମ୍ମୁଖୀନ ହେଉଥିବା ସ୍ଥାନୀୟ ସରପଞ୍ଚ ଅଭିଯୋଗ କରିଛନ୍ତି । ଏପରିକି ଏହାଙ୍କ ଏଠାରେ ଅନୁପସ୍ଥିତ ବାଲି ମାଫିଆଙ୍କୁ ବେଆଇନ କାର୍ଯ୍ୟ କରିବାରେ ସୁହାଉଛି । ଯଥା ଶୀଘ୍ର ଏହାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ ହେଉଛି ।

ଓଡ଼ିଶାରୁ ପାଣି ନେଇ ଟଙ୍କା ଦେଉନି ଆନ୍ଧ୍ର;ଜଳ ଆବଣ୍ଟନ ଚୁକ୍ତିର କରୁଛି ଖିଲାପ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜଳ ବଣ୍ଟନକୁ ନେଇ ପୁଣି ମୁଣ୍ଡ ଟେକିଛି ବିବାଦ  । ଜଳସେଚନ ଲାଗି ଓଡ଼ିଶାରୁ ଆନ୍ଧ୍ର ପାଣି ନେଉଥିଲେ ମଧ୍ୟ ଜଳକର ପୈଠ କରୁ ନ ଥିବା ଅଭିଯୋଗ ହୋଇଛି । ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ହୋଇଥିବା ଜଳ ଆବଣ୍ଟନ ଚୁକ୍ତିକୁ ଆନ୍ଧ୍ରପ୍ରଦେଶ ଖିଲାପ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ୧୯୭୮ ଡିସେମ୍ବର ୧୫ରେ ଜଳ ଆବଣ୍ଟନ ନେଇ ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।  ଚୁକ୍ତି  ଅନୁସାରେ ଓଡିଶାର ୧୭ଟି ଜଳସେଚନ ପ୍ରକଳ୍ପରୁ ଆନ୍ଧ୍ର ପାଣିନେବ ଏବଂ ଏହିସବୁ ପ୍ରକଳ୍ପ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚର ଏକତୃତୀୟାଂଶ ଟଙ୍କା ପୈଠ କରିବ । ଚୁକ୍ତି ଅନୁସାରେ ଆନ୍ଧ୍ର ଓଡିଶାରୁ ପାଣି ନେଉଛି । କିନ୍ତୁ ଟଙ୍କା ପ୍ରଦାନ କରୁନାହିଁ । ଚୁକ୍ତି ସ୍ୱାକ୍ଷରିତ ହେବା ପରଠାରୁ ମାତ୍ର ଦୁଇଥର ୧୯୯୧ ଏବଂ ୧୯୯୨ ବର୍ଷରେ ଆନ୍ଧ୍ର ଜଳକର ପୈଠ କରିଛି । ଫଳରେ ୨୦୧୯-୨୦ ଆର୍ଥିକ ବର୍ଷ ସୁଦ୍ଧା ଆନ୍ଧ୍ର ଉପରେ ଏହି ବକେୟା ପରିମାଣ ୪ କୋଟି ୧୫ଲକ୍ଷରୁ ଅଧିକ ହୋଇଛି । ଏହାଦ୍ୱାରା ଆନିକଟ ମରାମତି ହୋଇପାରୁନି । ଫଳରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି।  ତଥାପି ଏହି ଜଳକରକୁ ଆଦାୟ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଏହି ପ୍ରସଙ୍ଗରେ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ପାରଳାଖେମୁଣ୍ଡି କ୍ଷୁଦ୍ର ଜଳସେଚନ ବିଭାଗ। ସରକାରଙ୍କ ନିର୍ଦ୍ଦେଶ  ଆସିଲେ ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି ଏହି ବିଭାଗର ଅଧିକାରୀ କହିଛନ୍ତି ।

ଆଜକୁ ୧୩ ଦିନ ହେଲା ରାଜରାସ୍ତାରେ କରୋନା ଯୋଦ୍ଧା; ସରକାର ଙ୍କ ନିଘା ନାହିଁ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – କରୋନା ମହାମାରୀ ସମୟରେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ଏଏନ୍ଏମ୍‌ ଏବେ ରାଜରାସ୍ତାରେ। ଠିକା ନିଯୁକ୍ତି ପାଇ ବି ନିଜ ଜୀବନକୁ ବିପଦରେ ଠେଲି କରୋନା ରୋଗୀଙ୍କ ସେବା କରିଥିଲେ। କିନ୍ତୁ କରୋନାର କୋପ କମିବା ପରେ ସରକାର ସେମାନଙ୍କୁ ଛଟେଇ କରିଦେବାରୁ ସ୍ଥାୟୀ ନିଯୁକ୍ତି ଦାବିରେ ସେମାନେ ରାସ୍ତାକୁ ଓହ୍ଲାଇଥିଲେ। ଏହା ମଧ୍ୟରେ ୧୩ ଦିନ ହେବ ଥଣ୍ଡା କାକରରେ ସେମାନେ ରାଜରାସ୍ତାରେ ବସିଥିବା ବେଳେ ସରକାରଙ୍କ ନିଦ ଭାଙ୍ଗୁନି। ଆନ୍ଦୋଳନ ରତ ଏଏନ୍ଏମ୍‌ଙ୍କ ମଧ୍ୟରୁ ୧୫ ଜଣ ଆମରଣ ଅନଶନରେ ବସିଥିବା ବେଳେ ଗତ ରାତିରେ ସେମାନଙ୍କ ମଧ୍ୟରୁ ୪ ଜଣ ଅସୁସ୍ଥ ହୋଇପଡ଼ିଥିଲେ।  କିନ୍ତୁ ସେମାନଙ୍କୁ ହସ୍ପିଟାଲ ନେବାର ବ୍ୟବସ୍ଥା କରାଗଲାନି।ପ୍ରତିବାଦରେ ଧାରଣାରତ ଏଏନ୍ଏମ୍ ଗତ ସନ୍ଧ୍ୟାରୁ ଲୋୟର ପିଏମ୍‌ଜି ରାସ୍ତା ଅବରୋଧ କରିଛନ୍ତି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସରକାର ବିନା ନୋଟିସରେ ଛଟେଇ କରିଦେଲେ। ବହୁ ଜଣଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିନି। ଆମକୁ କମ୍‌ ଦରମାରେ ହେଲେ ବି ରଖାଯାଉ। ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି ଧାରଣାରତ ଏଏନ୍‌ଏମ୍‌।

ବରମୁଣ୍ଡା ବସଷ୍ଟାଣ୍ଡ ନବକଳେବର କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ;୧୮ ମାସରେ ସାରିବା ସଂପୂର୍ଣ୍ଣ କାର୍ଯ୍ୟ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର କାର୍ଯ୍ୟର ସମୀକ୍ଷା କରିଛନ୍ତି। ୧୮୦କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ରୂପ ନେବାକୁ ଥିବା ବରମୁଣ୍ଡା ଆନ୍ତଃରାଜ୍ୟ ବସ ଟର୍ମିନାଲର କାର୍ଯ୍ୟ ବୁଲି ଦେଖିବା ସହ ଏହା ଆସନ୍ତା ୧୮ମାସ ମଧ୍ୟରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବରମୁଣ୍ଡା ବସଷ୍ଟାଣ୍ଡକୁ ବୁଲି ଦେଖିବା ସହ ଟର୍ମିନାଲ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପର ଗୋଟିଏ ଭାଗ ଖଣ୍ଡଗିରି ବସ ଡିପୋ ଓ ଅନ୍ୟଟି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ। ଖଣ୍ଡଗିରି ବସ୍ ଡିପୋ କାର୍ଯ୍ୟ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ ମୁଖ୍ୟମନ୍ତ୍ରୀ ଆଜି ତାହା ବୁଲି ଦେଖିଛନ୍ତି। ଉନ୍ନତ ନିର୍ମାଣ କାର୍ଯ୍ୟ ସହ ବସ୍ ରହିବାର ସୁବ୍ୟବସ୍ଥା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲକୁ ପୂର୍ବ ଭାରତର ପ୍ରମୁଖ ବସ୍ ଟର୍ମିନାଲ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେଠାରେ ଯାତ୍ରୀମାନଙ୍କ ପାଇଁ ଆଧୁନିକ ସୁବିଧାସୁଯୋଗ ସହ ବସ୍ ଗୁଡ଼ିକ ପ୍ରବେଶ ଓ ପ୍ରସ୍ଥାନ ତଥା ବାଣିଜ୍ୟିକ ସ୍ଥାନ ଆଦି ଉପରେ ଏଥିରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଫାଇଭ-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହି କାର୍ଯ୍ୟ ପାଇଁ ମୋଟ ୧୮୦କୋଟି ଟଙ୍କା ଖର୍ଚ୍ଚ ହେବ ଓ ଆସନ୍ତା ୧୮ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତବେଳେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମୁଖ୍ୟସଚିବ ଅସିତ୍ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନଙ୍କ ସମେତ ବିଏମସି ଓ କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଶ୍ମଶାନ ଜମିକୁ ହଡପ କରିନେଲେ ବିଜେଡି ନେତା !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର/ଚାନ୍ଦବାଲି) – ଗାଁ ଶ୍ମଶାନ ଜମିକୁ ନିଜ ନାଁରେ କରିନେଇଛନ୍ତି ଜଣେ ବିଜେଡି ନେତା! ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗାନ୍ଧୀନଗରରୁ। ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ବିଜେଡି ନେତା । ଅଭିଯୋଗରୁ ପ୍ରକାଶ, ଗାନ୍ଧୀନଗରକୁ ଲାଗି ରହିଛି ୪ ଏକର ଶ୍ମଶାନ ଜମି। ସେହି ଜମିଟି ଗାଁକୁ ଲାଗି ରହିଥିବାରୁ ସେଠାରେ ଶବ ସଂସ୍କାର କରାଯାଏ ନାହିଁ। ଏବେ ସେହି ଜମିକୁ ଚଞ୍ଚକତା କରି ପୂର୍ବତନ ସରପଞ୍ଚ ସେକ୍‌ ସୁଲତାନ ତାଙ୍କ ନାଁରେ କରି ନେଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ଏ ସମ୍ପର୍କରେ ଗାଁ ଲୋକ ଜାଣିପାରି ସ୍ଥାନୀୟ ତହସିଲଦାରଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହି ବିବାଦ ଭିତରେ ୨ ଦିନ ତଳେ ସେହି ଜାଗାରେ ସୁଲତାନଙ୍କ ପୁଅ ସେକ୍‌ ଫିରୋଜ ଖାନ୍‌ ବାଡ଼ ପକାଇଥିବା ବେଳେ ଗାଁ ଲୋକେ ବିରୋଧ କଲେ। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡ଼ିଥିଲା। ସେକ୍‌ ଫିରୋଜ ଖାନ୍‌ ବିଜେଡି ସଂଖ୍ୟାଲଘୁ ସେଲ୍‌ର ଜଣେ ସଦସ୍ୟ ବୋଲି ଜଣାପଡ଼ିଛି। 

ଅନ୍ୟପଟରେ ସେକ ଫିରୋଜ ଖାନ ଗାଁ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “୧୯୪୬ ମସିହା ମୋ ସାଆନ୍ତ ସେକ୍‌ ଗୋଲାମ୍‌ ନଭି ସେହି ଜମିକୁ ଜମିଦାରଙ୍କଠାରୁ କିଣିଥିଲେ। ସେତେବେଳେ ସେହି ଜମିର କିସମ ପୁରୁଣା ପଡ଼ିଆ ଥିଲା। ୧୯୮୧ ମସିହାରେ ହୋଇଥିବା ମେଜର ସେଟ୍‌ଲମେଟରେ ଭୁଲ୍‌ରେ ସେହି ଜାଗା ସରକାରୀ ଖାତାକୁ ଚାଲିଯାଇଥିଲା। ସେହି ଜମିକୁ ପାଇବା ପାଇଁ ଆମେ ୧୯୯୧ ମସିହାରେ ମାମଲା କରିଥିଲୁ। ଆଉ ସେହି କେସ୍‌ରେ ଆମେ ବିଜୟୀ ହୋଇଥିଲୁ। ତହସିଲଦାରଙ୍କଠାରେ ମିସ୍‌କେସ କରି ପଟ୍ଟା ପାଇଛୁ। ଗାଁ ଲୋକେ ଯେଉଁ ଅଭିଯୋଗ କରିଛନ୍ତି, ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ କଥା” ।

ପ୍ରକାଶ ମିଶ୍ରଙ୍କ ସହ ସ୍ୱର ମିଶାଇଲେ ନରସିଂହ ମିଶ୍ର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ପରୀ ଅପହରଣ ଓ ହତ୍ୟାକାଣ୍ଡକୁ ନେଇ ରାଜନୀତି ଉଷ୍ମ ହୋଇ ହୋଇଥିବା ବେଳେ ଏସଆଇଟି ମଞ୍ଜୁରକୁ ଐତିହାସିକ ସଫଳତା ବୋଲି କହିଥିଲେ ନରସିଂହ ମିଶ୍ର। ତେବେ ବରିଷ୍ଟ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ହତ୍ୟା ଘଟଣାର ତଦନ୍ତ ହେଉଥିବା ବେଳେ ଏଥିରେ ଆପତ୍ତି ଉଠାଇଥିଲେ ପୂର୍ବତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର । କହିଥିଲେ ଅରୁଣ ବୋଥ୍ରାଙ୍କର ପୁଲିସ କ୍ଷମତା ନାହିଁ। ଏବେ ପ୍ରକାଶ ମିଶ୍ରଙ୍କ ସହ ସ୍ୱର ମିଶାଇଛନ୍ତି ନରସିଂହ। ପରୀ ହତ୍ୟାର ତଦନ୍ତ ପାଇଁ ଗଠିତ ସିଟ କୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ବୋଥ୍ରା ପରିବହନ ନିଗମ ସିଏମଡି ଥିବାରୁ ତାଙ୍କର ପୁଲିସ କ୍ଷମତା ନାହିଁ। ୩୬ ସିଆରପିସି ରେ କ୍ଷମତା ଥିବା ବ୍ୟକ୍ତି ସିଟ ରେ ରହିବା ଦରକାର ବୋଲି ନରସିଂହ କହିଛନ୍ତି। ନରସିଂହ କହିଛନ୍ତି ଯେ, ସିଟ ରେ ୩୬ ସିଆରପିସି କ୍ଷମତା ଥିବା ବ୍ୟକ୍ତି ହିଁ ରୁହନ୍ତୁ ବୋଲି ଆମେ ଦାବି କରୁଛୁ। ସିଟ ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ହାଇକୋର୍ଟଙ୍କ ତଦାରଖରେ କାମ କରୁ ବୋଲି ସେ କହିଛନ୍ତି। ପୂର୍ବରୁ ପ୍ରକାଶ ମିଶ୍ର କହିଥିଲେ ଯେ, ସିଟ ତଦନ୍ତର କୌଣସି ଅସ୍ତିତ୍ୱ ନାହିଁ । ସିଆରପିସି ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୁଲିସ କରିବ। ଅରୁଣ ବୋଥ୍ରା ଏବେ ଓସାର୍ଟିସୀ ର ଏମ୍‌ଡି ଅଛନ୍ତି। ତାଙ୍କର କୌଣସି ପୁଲିସ ପାୱାର ନାହିଁ। ସେ ତଦନ୍ତ କେମିତି କରିବେ? ତେଣୁ ସିବିଆଇକୁ ତଦନ୍ତ ଦିଆଯାଉ। ଘଟଣାରେ ସିଟ ର ତଦନ୍ତ କରିବାର ଅଧିକାର ନାହିଁ। ସିଟ ତଦନ୍ତ ଯାହା କରିବ, ତାକୁ କୋର୍ଟ ଗ୍ରହଣ କରିବେ ନାହିଁ ବୋଲି ପ୍ରକାଶ ମିଶ୍ର କହିଥିଲେ।

୫୮୮ କୋଟି ଟଙ୍କାର ୨୮ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ସରକାରୀ ଜମି ଆବଣ୍ଟନ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ରାଜ୍ୟରେ ଇଜି ଅଫ ଡୁଇଙ୍ଗ ବିଜିନେସ୍ ଅନ୍ତର୍ଗତ ୨୮ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଇଡ୍‌କୋ ମାଧ୍ୟମରେ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି। ଏହି ୨୮ଟି ପୁଞ୍ଜିନିବେଶ ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୫୮୮କୋଟି ଟଙ୍କାର ନିବେଶ ହେବ ଓ ୩୨୪୫ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରୁ ଜଣାପଡ଼ିଛି ଯେ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, କୃଷି ଉତ୍ପାଦ ପ୍ରକ୍ରିୟାକରଣ, ମୋଟରଯାନ, ପର୍ଯ୍ୟଟନ, ହାଲୁକା ଯନ୍ତ୍ରପାତି ନିର୍ମାଣ, ବିହନ ପ୍ରକ୍ରିୟାକରଣ, ସରଞ୍ଜାମ ନିର୍ମାଣ ଆଦି ପ୍ରକଳ୍ପ ସାମିଲ ରହିଛି। ପ୍ରକଳ୍ପଗୁଡ଼ିକୁ ଜମି ଆବଣ୍ଟନ ନିମନ୍ତେ ନୀତିଗତ ଅନୁମୋଦନ ଦେଇ ଇଡକୋ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଓ ନୋଡାଲ ବିଭାଗଗୁଡ଼ିକ ମାଧ୍ୟମରେ ଆସିଥିବା ୧୨ଟି ଓ ଜିଲ୍ଲସ୍ତରୀୟ ସିଙ୍ଗଲୱିଣ୍ଡୋ ମାଧ୍ୟମରେ ଆସିଥିବା ୧୫ଟି ପୁଞ୍ଜିନିବେଶର ପ୍ରସ୍ତାବକୁ ବୈଠକରେ ଜମି ଆବଣ୍ଟନ କରାଯାଇଥିଲା। ମୁଖ୍ୟତଃ ବି-ୱାନ୍ ବିଜିନେସ ହାଉସ ପ୍ରାଇଭେଟ୍ ଲିଃର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଫାଲକନ ସାମୁଦ୍ରିକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଓ ଇନଟେକ୍ ଇଣ୍ଡିଆ ଲିଃର ଚିଙ୍ଗୁଡ଼ି ଖାଦ୍ୟ ଉତ୍ପାଦନ ଉଦ୍ୟୋଗ ପାଇଁ ଡେରାସର ସି-ଫୁଡ୍ ପାର୍କରେ ଜମି ଦେବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ୟୁବିଏନ୍ ସଫ୍ଟୱେୟାର ୟୁନିଟ୍ ଓ ରାଜ୍ୟ ଡାଟା ସେଣ୍ଟର ପାଇଁ ଇନଫୋଭ୍ୟାଲି-୨ ଶିଳ୍ପାଂଚଳ, ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ପାଇଁ ମଂଚେଶ୍ୱର ଶିଳ୍ପାଂଚଳ, ଅଟୋମୋବାଇଲ କ୍ଲଷ୍ଟର ପାଇଁ ବାଲିଅନ୍ତା ତହସିଲ ଅଂଚଳ, ପାହାଳ ରସଗୋଲ ପାଇଁ ‘କମନ  ଫେସିଲଟି ସେଣ୍ଟର’ ପାଇଁ ଖୋର୍ଦ୍ଧା ଜିଲ୍ଲାର ଅନନ୍ତପୁରଠାରେ ଜମି ଦେବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ସିଙ୍ଗଲୱିଣ୍ଡୋକମିଟିଗୁଡ଼ିକଠୁ ମିଳିଥିବା ସୁପାରିସ୍ ଅନୁସାରେ ୧୬ଟି ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଭୁବନେଶ୍ୱର, ଛତାବର,ଖୋର୍ଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାର୍କ, ଯାଆଁଳା ଓ ଚନ୍ଦକା ଆଦି ଶିଳ୍ପାଂଚଳରେ ଜମି ଆବଣ୍ଟନ ହୋଇଛି। ଏହି ବୈଠକରେ ବିଭିନ୍ନ ବିଭାଗର ସଚିବଙ୍କ ସମେତ ଇଡକୋ ପରିଚାଳନା ନିର୍ଦ୍ଦେଶ ମଧ୍ୟ ଉପସ୍ଥିତ ଥିଲେ।