ଓଜନ କମାଇବାରେ ସାହାଯ୍ୟ କରେ ତେନ୍ତୁଳି ରସ ।

ଏଥର ସମ୍ଭାଳ ବ୍ୟୁରୋ – ତେନ୍ତୁଳି ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ। ଖାଇବାକୁ ଚଟ୍‌ପଟା କରିବା ପାଇଁ ଏହାକୁ ଖଟା ଚଟଣୀ ଭାବରେ ବ୍ୟବହାର କରାଯାଇଥାଏ। ହେଲେ ବହୁତ କମ୍‌ ଲୋକଙ୍କୁ ଜଣା ଯେ ଶରୀରର ଓଜନ କମ୍‌ କରିବା ପାଇଁ ତେନ୍ତୁଳି ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍‌ ସି, ଇ, ବି, କ୍ୟାଲସିୟମ୍‌, ଆଇରନ୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌, ଫସଫରସ୍‌ ଓ ଫାଇବର୍‌ ପ୍ରଚୁର ମାତ୍ରାରେ ରହିଛି। ଏସବୁ ତତ୍ତ୍ୱ ଶରୀରରେ ଫ୍ୟାଟ୍‌ ବର୍ନ୍‌ କରିବା ସହ ଭୋକର ମାତ୍ରାକୁ କମାଇଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା ଓଜନ କମାଇବା ପାଇଁ ତେନ୍ତୁଳି କିପରି ସାହାଯ୍ୟ କରିଥାଏ ଏବଂ ଏଥିରେ ଅନ୍ୟ କ’ଣସବୁ ସ୍ୱାସ୍ଥ୍ୟ ଲାଭ ରହିଛି।

୧. ତେନ୍ତୁଳିରେ ମାଙ୍ଗାନିଜ୍‌, ପୋଟାସିୟମ୍‌, ଫସଫରସ୍‌ ପରି ଭିଟାମିନ୍ ଓ ମିନେରାଲ୍ ବହୁ ପରିମାଣରେ ରହିଛି । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ।

୨. ଆପଣଙ୍କ ଗଳାରେ କଷ୍ଟ ହେଉଥିଲେ ବା ଥଣ୍ଡା ଯୋଗୁ ଆପଣ ଠିକ୍ରେ କଥା କହି ପାରୁନଥିଲେ ତେନ୍ତୁଳି ପାଣି ପିଅନ୍ତୁ। ଏହା ଆପଣଙ୍କୁ ଆରାମ ଦେବ।

୩ . ଥଣ୍ଡା ହୋଇଥିଲେ ଆଉ ଗୋଟେ ଉପାୟରେ ମଧ୍ୟ ତେନ୍ତୁଳିକୁ ବ୍ୟବହାର କରିପାରିବେ। ଗୋଟେ ଗ୍ଲାସ୍ ଉଷୁମ ପାଣିରେ ଗୋଟେ ଚାମଚ ତେନ୍ତୁଳି ରସ ପକାଇ ପିଇଲେ ଆପଣ ଥଣ୍ଡାରୁ ଉପଷମ ପାଇ ପାରିବେ।

୪. ଆମ ଶରୀରରୁ ଅନାବଶ୍ୟକ ବର୍ଯ୍ୟ ବସ୍ତୁ ବାହାର କରିବାରେ ମଧ୍ୟ ତେନ୍ତୁଳି ସାହାଯ୍ୟ କରିଥାଏ। ଏଥପାଇଁ ଆପଣ ଦୁଇ ଛୋଟ ଚାମଚ ତେନ୍ତୁଳି ରସ ପ୍ରତିଦିନ ଖାଆନ୍ତୁ।

୫. ତେନ୍ତୁଳି ରସ ହାର୍ଟ ପାଇଁ ବହୁତ ଭଲ। ହାର୍ଟ ରୋଗୀ ତେନ୍ତୁଳି ରସ ପିଇଲେ ସେମାନଙ୍କ କୋଲେଷ୍ଟ୍ରଲ୍‌ ନିୟନ୍ତ୍ରଣ ହୋଇଥାଏ।

କିପରି ତିଆରି କରିବେ ତେନ୍ତୁଳି ରସ

ତେନ୍ତୁଳିକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ଏଥିରୁ ମଞ୍ଜିକୁ ବାହାର କରନ୍ତୁ। ଦୁଇ ଗ୍ଲାସ୍‌ ପାଣିରେ ତେନ୍ତୁଳି ପକାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏବେ ତେନ୍ତୁଳିକୁ ସେଥିରୁ ଛାଣି ଜୁସ୍‌ ବାହାର କରନ୍ତୁ। ଜୁସ୍‌ ଥଣ୍ଡା ହୋଇଗଲା ପରେ ଏହାକୁ ପ୍ରତିଦିନ ପିଇବା ଅଭ୍ୟାସ କରନ୍ତୁ। ଏହା ଧିରେ ଧିରେ ଆପଣଙ୍କ ଓଜନ କମ୍‌ କରିବ। ଆପଣ ଚାହିଁଲେ ଏହାର ସ୍ୱାଦ ବଢ଼ାଇବା ପାଇଁ ମହୁ ମିଶାଇପାରିବେ। ମନେରଖନ୍ତୁ ତେନ୍ତୁଳି ରସ ବ୍ୟବହାର କରିବା ପୂର୍ବରୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଶ୍ଚିନ୍ତ ନିଅନ୍ତୁ।

ପ୍ରତିଦିନ ଖାଉଥିବା ଏହି ୧୦ଟି ଫଳଠୁ ଦୂରେଇ ରହିବା ଉଚିତ …!

ଏଥର ସମ୍ଭାଳ ବ୍ୟୁରୋ – ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଉଚିତ।  ତେବେ ପୁଷ୍ଟିକର ଯୁକ୍ତ ଖାଦ୍ୟ ଖାଉଥିବା ବେଳେ କିଛି ଏଭଳି କଥା ରହିଛି ଯାହା ଉପରେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ । ନଚେତ ଏହା ଲାଭ ପରିବର୍ତ୍ତେ ଶରୀରକୁ କ୍ଷତି ପହଞ୍ଚାଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ ?

  • ଚେରି ମଞ୍ଜି: ଚେରି ହୃଦରୋଗ ଜନିତ ସମସ୍ୟାକୁ କମ୍ କରିବା ସହ ପାଚନ କ୍ରିୟାକୁ ସଠିକ୍ ରଖିଥାଏ । କିନ୍ତୁ ଏହାର ମଞ୍ଜି ଶରୀର ପାଇଁ କ୍ଷତିକାରକ ହୋଇପାରେ । ଚେରି ମଞ୍ଜି ବହୁତ କଠିନ ଏବଂ ଏଥିରେ ପ୍ରୁସିକ୍ ଏସିଡ୍ ଥାଏ, ଯାହା ଅତ୍ୟଧିକ ବିଷାକ୍ତ ବୋଲି ଧରାଯାଏ । ତେଣୁ ଚେରି ଖାଇବା ସମୟରେ ଏହାର ମଞ୍ଜି ଚୋବାଇବା ଠାରୁ ଦୂରେଇ ରୁହନ୍ତୁ ।
  • ନୀଳ ଆଳୁ: ନୀଳ ବା ସବୁଜ ଆଳୁ ମଧ୍ୟ ଶରୀର ପାଇଁ ବିଷାକ୍ତ । ନୀଳ ଆଳୁରେ ଗ୍ଲାଇକୋସାଇଡ ନାମକ ଏକ ବିଷାକ୍ତ ପଦାର୍ଥ ରହିଛି । ତେଣୁ ନୀଳ ଆଳୁ ଖାଇବା ଦ୍ୱାରା ବାନ୍ତି, ଝାଡା ଏବଂ ମୁଣ୍ଡବିନ୍ଧାର ସମସ୍ୟା ଦେଖାଦେଇପାରେ ।
  • ସେଓ ମଞ୍ଜି: ସେଓ ମଞ୍ଜିରେ କିଛି ପରିମାଣର ସିଆନାଇଡ୍ ଥାଏ, ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ଏହି କାରଣରୁ, ନିଶ୍ୱାସ ନେବା ଠାରୁ ଆରମ୍ଭ କରି ହାର୍ଟ ଆଟାକ ପର୍ଯ୍ୟନ୍ତ ସମସ୍ୟା ହୋଇପାରେ । ତଥାପି, ଯଦି ଆପଣ ଏହାକୁ ଭୁଲରେ ଖାଇଛନ୍ତି, ତେବେ ଚିନ୍ତା କରିବାର କିଛି ନାହିଁ । ସେଓ ମଞ୍ଜିରେ ଏକ ପ୍ରତିରକ୍ଷା ଆବରଣ ଅଛି ଯାହା ସିଆନାଇଡ୍ ଶରୀରରେ ପ୍ରବେଶ କରିବାରେ ରୋକିଥାଏ । ସେଓ ଖାଇବା ସମୟରେ ସାବଧାନ ରୁହନ୍ତୁ ଏବଂ ଏହାର ମଞ୍ଜି ବାହାର କରି ଖାଆନ୍ତୁ ।
  • କଷା ବାଦାମ: କଷା ବା ପିତା ଯୁକ୍ତ ଆଲମଣ୍ଡ ତଥା ବାଦାମ ମଧ୍ୟ ଶରୀର ପାଇଁ କ୍ଷତି ହୋଇପାରେ । ଏହି ଭଳି ବାଦାମରେ ଆମିଗଡାଲିନ ନାମକ ଏକ ରାସାୟନିକ ପଦାର୍ଥ ରହିଛି । ଏହା ଶରୀରରେ ସିଆନାଇଡ୍ ତିଆରି କରିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ବାନ୍ତି ଏବଂ ଝାଡା ହୋଇପାରେ। ତେଣୁ କଷା ବାଦାମ ଖାଇବା ଠାରୁ ଦୂରେଇ ରୁହନ୍ତୁ ।
  • ଜାଇଫଳ: ଜାଇଫଳ ପାଉଡରକୁ ସାଧାରଣତଃ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଏହି ଜାଇଫଳ ପାଉଡରର ମାତ୍ରା ଅଧିକ ହେଲେ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଜାଇଫଳରେ ଅଧିକ ମାତ୍ରାରେ  ମିରାଇଷ୍ଟାଇସିନ୍ ନାମକ ଏକ ରାସାୟନିକ ପଦାର୍ଥ ରହିଛି । ଯାହା ଦ୍ୱାରା ମୁଣ୍ଡ ବୁଲାଇବା, ହେଲୁସିନେସନ, ଆଟାକ ଭଳି ସମସ୍ୟା ଦେଖାଦେଇପାରେ ।
  • କଞ୍ଚା କାଜୁ: ସାଧାରଣତଃ ବଜାରରେ ମିଳଥିବା ପ୍ୟାକେଟ କାଜୁ କଞ୍ଚା ନଥାଏ । କିନ୍ତୁ ବିକ୍ରି ପୂର୍ବରୁ କାଜୁକୁ ଗରମ କରି ଫୁଟା ଯାଇଥାଏ । ସେତେବେଳେ ଏଥିରୁ ଉରିଶିଓଲ ନାମକ ଏକ ବିଷାକ୍ତ ପଦାର୍ଥ ବାହାରିଥାଏ, ଯାହା ଶରୀର ପାଇଁ ହାନୀକାରକ । ଏଭଳି କଞ୍ଚା କାଜୁ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ଦେଖାଦେଇପାରେ ।
  • ଛତୁ: ଛତୁ ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟରୁ ଗୋଟିଏ । ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । କିନ୍ତୁ କେଉଁ ଛତୁ ଖାଇବା ଶରୀର ପାଇଁ ଲଭାଦାୟକ ତାକୁ ଚିହ୍ନି ରଖିବା ଉଚିତ । ଜଙ୍ଗଲି ଛତୁ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ବାନ୍ତି, ଝାଡା, ଡିହାଇଡ୍ରେସନ ଏବଂ ଯକୃତ ସମସ୍ୟା ଦେଖା ଦେଇପାରେ।
  • କଞ୍ଚା ଆମ୍ବ: କଞ୍ଚା ଆମ୍ବ, ଚୋପା ଏବଂ ଏହାର ପତ୍ରରେ ବିଷାକ୍ତ ପଦାର୍ଥ ରହିଥାଏ । ଯଦି ଆପଣଙ୍କୁ ଆଲର୍ଜି ସମସ୍ୟା ଥାଏ ତେବେ ଏଥିରୁ ଦୂରେଇ ରହିବା ଉଚିତ । ନଚେତ କୁଣ୍ଡେଇ ହେବା କିମ୍ବା ଗୋଡ ହାତ ଫୁଲିବା ଭଳି ସମସ୍ୟା ଦେଖାଦେଇପାରେ ।
  • କଞ୍ଚା ରାଜମା: ବିନ୍ସର ସମସ୍ତ ପ୍ରଜାତିରେ ସବୁଠୁ ଅଧିକ ଲ୍ୟାକ୍ଟିନ କଞ୍ଚା ରାଜମାରେ ହିଁ ମିଳିଥାଏ । ଲ୍ୟାକ୍ଟିନ ଏକ ଏଭଳି ବିଷାକ୍ତ ପଦାର୍ଥ ଯାହା ପେଟ ସମସ୍ୟା ସୃଷ୍ଟି କରିପାରେ ।  କଞ୍ଚା ରାଜମା ଖାଇବା ଦ୍ୱାରା ବାନ୍ତି ମଧ୍ୟ ହୋଇପାରେ । ତେଣୁ ରାଜମା ଖାଇବା ପୂର୍ବରୁ ଏହାକୁ ଭଳ ଭାବେ ସିଝାଇ ଖାଇବା ଉଚିତ ।
  • କରମଙ୍କା: ଯଦି ଆପଣଙ୍କ କିଡନୀ ଜନିତ ସମସ୍ୟା ରହିଛି ତେବେ କରମଙ୍କା ଠାରୁ ଦୂରେଇ ରୁହନ୍ତୁ । କିଡନୀ ଖରାପ ଥିବା ବ୍ୟକ୍ତି କରମଙ୍କା ଖାଇବା ଦ୍ୱାରା କିଡନୀ ଆହୁରି ନଷ୍ଟ ହୋଇଯିବା ଆଶଙ୍କା ରହିଥାଏ ।  ଏଥିସହ ମାନିସିକ ଭ୍ରମ ଏବଂ ହାର୍ଟଆଟାକ ଭଳି ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇପାରେ ।
କୋଲେଷ୍ଟ୍ରୋଲ କମାଏ ଅଁଳା !

ଏଥର ସମ୍ଭାଳ ବ୍ୟୁରୋ – ଶରୀର ପାଇଁ ଲାଭଦାୟକ ଅଁଳା । ଛୋଟ ଫଳ କିନ୍ତୁ ଲାଭ ଅନେକ । ଅଁଳା ପାଉଡରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଯାହା ଅନେକ ରୋଗକୁ ନିରାରକରଣ କରିବାରେ ସହାୟକ ହୋଇଥାଏ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ସହିତ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଲିଫେନୋଲ ଓ ଆଇରନ ଭଳି ପୋଷକ ତତ୍ତ୍ଵ ରହିଛି। ଛୋଟ ଛୁଆ ଓ ବୟସ୍କଙ୍କ ପାଇଁ ଅଁଳା ଖୁବ ଉପକାରୀ। ତେବେ ଆସନ୍ତୁ ଜାଣିବା, ଆଁଳା ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ।

  • ଅଁଳା ପାଉଡରରେ ଭିଟାମିନ-C ଭରପୁର ମାତ୍ରାରେ ରହିଛି ।  ପ୍ରତିଦିନ ଅଁଳା ପାଉଡର ସେବନ କରିବା ଦ୍ୱାରା ଆମ ଶରୀରର ରକ୍ତ କଣିକା ‍ସୁଦ୍ଧ ହେବା ସହ ଶକ୍ତାଶାଳୀ ହୋଇଥାଏ । ଏଥିସହ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । ଏହାଦ୍ୱାରା ସହଜରେ ସଂକ୍ରମଣ ସହ ଲଢ଼ି ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
  • ଅଁଳା ପାଉଡରର ଅନ୍ୟ ଏକ ଲାଭ ହେଉଛି ଏହା କୋଲେଷ୍ଟ୍ରୋଲ କମ କରିଥାଏ । ଶରୀରରେ ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରେ । ଏଥିସହ ହୃଦରୋଗ ଭଳି ଆଶଙ୍କା କମ କରିଥାଏ।
  • ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ କ୍ୟାନସର୍‌ ସୃଷ୍ଟିକାରୀ କାର୍ସିନୋଜେନିକ୍‌ କୋଷର ବୃଦ୍ଧିକୁ ରୋକିଥାଏ ଏବଂ କ୍ୟାନସରଠାରୁ ରକ୍ଷା କରିଥାଏ। ଏଥିସହ ବ୍ଲଡ ସୁଗାର ମାତ୍ରା ନିୟନ୍ତ୍ରଣରେ ରହେ ।
  • ପ୍ରତିଦିନ ଅଁଳା ପାଉଡର ସେବନ କରିବା ଦ୍ୱାରା ତ୍ୱଚା ସଫା ହେବା ସହ ଏକ ଭିନ୍ନ ଚମକ ଆସିଥାଏ । ତ୍ୱଚାର ଚମକ ପାଇଁ ଅଁଳା ପାଉଡରରେ ମହୁ, ଏବଂ ଦହି ମିଶାଇ ଏକ ପେଷ୍ଟ ତିଆରି କରି ୧୦ ମିନିଟ ଯାଏଁ ମୁହଁରେ ଲଗାଇ ପାରିବେ । ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହାଦ୍ୱରା ତ୍ୱଚା ପରିସ୍କାର ହେବା ସହ ଚିକ୍କଣ ରହିଥାଏ ।
  • ଅଁଳା ପାଉଡର ହଜମ ପ୍ରକ୍ରିୟା ପାଇଁ ଚମତ୍କାର ଭାବେ କାମ କରିଥାଏ । କୋଷ୍ଠକାଠିନ୍ୟ ପାଇଁ ଏହା ଏକ ପ୍ରଭାବଶାଳୀ ଉପଶମ । ଅଁଳା ଫଳର ଶୁଖିଲା ପାଉଡର ମଧ୍ୟ ହାଇପରଆସିଡିଟି ଏବଂ ପେଟ ଅଲସର ପାଇଁ ଏକ ଉତ୍ତମ ଘରୋଇ ଉପଚାର ।
  • ପେଟ ପାଇଁ ଅଁଳାକୁ ସୁପର ଫୁଡ୍‌ ବୋଲି କୁହାଯାଏ। ମେଟାବୋଲିଜିମ୍‌କୁ ମଜବୁତ୍‌ କରି ପେଟରେ ଖାଦ୍ୟ ବର୍ଣ୍ଣିଙ୍ଗ୍‌ ପ୍ରୋସେସ୍‌କୁ ସକ୍ରିୟ କରିଥାଏ। ଏହା ଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇଥାଏ।
  • ସୁନ୍ଦର ତ୍ୱଚା ପାଇଁ ମଧ୍ୟ ଅଁଳା ବେଶ ଜଣାଶୁଣା । ଆପଣ ନିଜ ଖାଦ୍ୟରେ ପ୍ରତିଦିନ ଅଁଳା ବା ଅଁଳା ପାଉଡର ସାମିଲ କରିପାରିବେ । ଗୋଟିଏ ଗ୍ଲାସ ପାଣିରେ ଅଁଳା ରସ ଓ ମହୁ ମିଶାଇ ପିଅନ୍ତୁ। ଏହାଦ୍ୱାରା କେବଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇନଥାଏ, ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ।
  • ମଧୁମେହ ରୋଗୀଙ୍କ ପାଇଁ ଅଁଳା ବା ଅଁଳା ପାଉଡର ରାମବାଣ ସଦୃଶ । ଏହା ଶରୀରରେ ଇନ୍ସୁଲିନ ମାତ୍ରାକୁ କଂଟ୍ରୋଲ କରିବା ସହ ଗ୍ଲୁକୋଜ ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । କେବଳ ସେତିକି ନୁହେଁ ଅଁଳା ପାଉଡର କିମ୍ବା ରସ ନିୟମିତ ଖାଇଲେ ଆଜମା ଏବଂ ବ୍ରୋଙ୍କାଇଟସ୍ ଭଳି ରୋଗରୁ ମୁକ୍ତି ମିଳିଥାଏ ।
  • ରକ୍ତ ସୁଦ୍ଧ ତଥା ବ୍ଲଡ ପ୍ୟୁରିଫାଏ ପାଇଁ ପ୍ରତିଦିନ କଦଳୀ କିମ୍ବା ଏକ ଚାମଚ ମହୁ ସହ ଅଁଳା ପାଉଡର ମିଶାଇ ସେବନ କରିପାରିବେ । ଏଥିସହ କେଶ ଝଡିବା ସମସ୍ୟାରୁ ମୁକ୍ତି ଦେଇଥାଏ ଅଁଳା । ଯଦି ଆପଣଙ୍କ ନିୟମିତଭାବେ ଚୁଟି ଝଡ଼ୁଛି ତେବେ ଅଁଳା ଖାଆନ୍ତୁ । ଏହା ଚୁଟି ମୂଳକୁ ମଜଭୁତ୍‌ କରିଥାଏ।  ପ୍ରତିଦିନ ଅଂଳାକୁ ଗୁଣ୍ଡ କରି ଚୁଟି ମୂଳରେ ଲଗାଇଇଲେ କେଶ ମଜବଭୁତ୍‌ ହେବା ସହ କେଶର ଘନତ୍ୱ ବୃଦ୍ଧି ହୋଇଥାଏ।
ଜାଣନ୍ତୁ କେଉଁ ରୋଗୀଙ୍କୁ ଡାଳିମ୍ବ ଖାଇବା ମନା …!

ଏଥର ସମ୍ଭାଳ ବ୍ୟୁରୋ – ଡାକ୍ତରମାନ ଡାଳିମ୍ବକୁ ସୁପର ଫୁଡ ବୋଲି କୁହନ୍ତି । ଏଥିରେ ଭିଟାମିନ ଏବଂ ମିନେରାଲ୍ସ ଭରପୁର ମାତ୍ରାରେ ରହିଛି । ଖୁବ ସହଜରେ ଏହି ଫଳ ବଜାରରେ ମଧ୍ୟ ମିଳିଯାଏ । ଯେତେବେଳେ ଆପଣ କୌଣସି ରୋଗରେ ପଡନ୍ତି ସେତେବେଳେ ଡାକ୍ତରମାନେ ମଧ୍ୟ ଡାଳିମ୍ବ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏହି ଫଳକୁ ସମସ୍ତେ ଖାଇପାରିବେ ନାହିଁ । ଏହି ଫଳ ଖାଇବା ଦ୍ୱାରା ଲାଭ ହେବା ସହ ଅନେକ କ୍ଷତି ମଧ୍ୟ ହୋଇଥାଏ । ତେବେ କ’ଣ ସବୁ କ୍ଷତି ହୋଇଥାଏ ଏବଂ କେଉଁମାନେ ଏହାକ ଖାଇବା ମନା ଆସନ୍ତୁ ଜାଣିବା ।

  •  ଆଲର୍ଜି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଉଚିତ ନୁହେଁ। ଯେଉଁମାନଙ୍କ ସ୍କିନ ଆଲର୍ଜି ସମସ୍ୟା ରହିଛି, ସେମାନେ ଡାଳିମ୍ବ ଖାଇବା ମନା। ଡାଳିମ୍ବ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ଆହୁରି ବଢ଼ିଯାଇପାରେ।
  • ଯେଉଁମାନଙ୍କ ନିମ୍ନ ରକ୍ତଚାପ ତଥା ଲୋ ବ୍ଲଡପ୍ରେସର ସମସ୍ୟା ରହିଛି, ସେମାନ ମଧ୍ୟ ଡାଳିମ୍ବ ଠାରୁ ଦୂରେଇ ରହିବା ଉଚିତ । ଡାଳିମ୍ବ ସାଧାରଣତଃ ଥଣ୍ଡା ଫଳ। ତେଣୁ ଏହା ଶରୀରରେ ରକ୍ତ ସଂଚାଳନର ଗତିକୁ ଧୀମା କରିଦେଇଥାଏ । ଏହାଦ୍ୱାରା ରକ୍ତଚାପ ଆହୁରି ନିମ୍ନସ୍ତରକୁ ଚାଲିଯାଏ, ଯାହା ଶରୀର ପାଇଁ କ୍ଷତିକାରକ ।
  • ଥଣ୍ଡା, ଜ୍ୱର ବା କାଶ ସମସ୍ୟା ଥିଲେ ଡାଳିମ୍ବ ଖାଆନ୍ତୁ ନାହିଁ। ଏହି ସମୟରେ ଡାଳିମ୍ବ ଖାଇବା ଦ୍ୱାର ଶରୀରରେ ସଂକ୍ରମଣର ଆଶଙ୍କା ବଢ଼ିଥାଏ ।
  • କୋଷ୍ଟକାଠନ୍ୟ ବା ଗ୍ୟାସ ସମସ୍ୟା ଥିଲେ ଡାଳିମ୍ବ ଠାରୁ ଦୂରେଇ ରୁହନ୍ତୁ। ଏଭଳି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଦ୍ୱାରା ଶରୀରର ହଜମ ପ୍ରକ୍ରିୟା ଆହୁରି ବିଗିଡି ଯାଇପାରେ ।
  • ଯଦି ଆପଣ କୌଣସି ମାନସିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି ଏବଂ ଏଥିପାଇଁ ଔଷଧ ମଧ୍ୟ ଖାଉଛନ୍ତି, ତେବେ ତୁରନ୍ତ ଡାଳିମ୍ବ ଖାଇବା ବନ୍ଦ କରିଦିଅନ୍ତୁ । ଅନ୍ୟଥା ଡାଳିମ୍ବ ଏବଂ ଔଷଧର ମିଶ୍ରଣ ଶରୀରରେ କେମିକାଲ ରିଆକ୍ସନ ସୃଷ୍ଟି କରିପାରେ । ଏଥିସହ ମସ୍ତିସ୍କର ସ୍ନାୟୁ ଉପରେ ମଧ୍ୟ ଏହା ପ୍ରଭାବ ପକାଇପାରେ ।
‘ମନ୍ତ୍ରୀ ଯଦି ସମ୍ପୃକ୍ତ ନାହାନ୍ତି, କାହିଁକି ଧମକାଉଛନ୍ତି’ ..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର) – ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଯଦି ପରୀକୁ ୪ ମାସ ଭିତରେ ନ୍ୟାୟ ଦିଆଯାଇ ପାରିଲା ନାହିଁ, ଅଭିଯୁକ୍ତଙ୍କୁ ଗିରଫ କରାଯାଇପରିଲା ନାହିଁ, ତା’ହେଲେ ସରକାରଙ୍କ କ୍ଷମତାରେ ରହିବା ଅଧିକାର ନାହିଁ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି, କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଏହି ମାମଲରେ ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ନାଁ ରହିଥିବା ଅଭିଯୋଗ ରହିଛି । ଯଦି ମନ୍ତ୍ରୀଙ୍କର ଏଥିରେ ସମ୍ପୃକ୍ତି ନାହିଁ, ତା’ହେଲେ ସେ କାହିଁକି ପରୀର ପରିବାର ଲୋକଙ୍କୁ ଧମକାଉଛନ୍ତି । କାହିଁକି ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନି। କାହିଁକି ତାଙ୍କୁ ଥାନାକୁ ଡାକି ଜେରା କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ଷଡ଼ଙ୍ଗୀ ଆହୁରି କହିଛନ୍ତି, ପରୀକୁ ନ୍ୟାୟ ମିଳୁ ବୋଲି କଂଗ୍ରେସ ଚାହୁଁନି । ତେଣୁ ଏହି ମାମଲାରେ ସେ ହାତ ଝାଡ଼ି ଦେଇଛି । କିନ୍ତୁ ପରୀକୁ ନ୍ୟାୟ ନ ମିଳିବା ଯାଏଁ ବିଜେପି ଆନ୍ଦୋଳନ ଜାରି ରଖିବ । ତୃଣମୂଳ ସ୍ତରକୁ ଯିବୁ ଓ ଦରକାର ପଡ଼ିଲେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବୁ ବୋଲି ସେ କହିଛନ୍ତି ।

ଅଫଲାଇନ୍‌ରେ ପରୀକ୍ଷା ଦେବେ ମାଟ୍ରିକ୍ ଓ +୨ପରୀକ୍ଷା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଅଫଲାଇନ୍‌ରେ ହେବ ମାଟ୍ରିକ୍ ଓ +୨ପରୀକ୍ଷା । ରାଜ୍ୟରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍‌ରେ ହିଁ ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅଫଲାଇନ୍‌ରେ  ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇଛି।  ସେହି ଆଧାରରେ ରାଜ୍ୟରେ ବି ଅଫଲାଇନ୍‌ରେ  ପରୀକ୍ଷା ହେବ ।  ଏହାକୁ ନେଇ କିନ୍ତୁ ଛାତ୍ରଛାତ୍ରୀ ବିବ୍ରତ ହେବା ଉଚିତ ନୁହେଁ। କାରଣ ପରୀକ୍ଷା ନିହାତି ବିଳମ୍ବରେ ହେବ। ଆଉ ତା ପୂର୍ବରୁ ଶିକ୍ଷାଦାନ ଦିଆଯିବ । ନବମରୁ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସ୍କୁଲ୍ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର ନିଷ୍ପତ୍ତି ଜଣାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ପରୀ ପରିବାରକୁ ସୁରକ୍ଷା ଦିଅ..!

ଏଥର ସମ୍ଭାଳ ବ୍ୟୁରୋ (କଟକ) – ନୟାଗଡର ପରୀ ହତ୍ୟା ମାମଲାରେ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ । ନୟାଗଡର ଏସ୍ପପିଙ୍କୁ ପରୀ ପରିବାରଙ୍କୁ ସୁରକ୍ଷା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାମଲାରେ ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ସରକାରଙ୍କୁ କହିଛନ୍ତି । ଆସନ୍ତା ୧୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପରୀ ହତ୍ୟା ପ୍ରସଙ୍ଗରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ମାମଲାର ସିବିଆଇ ତଦନ୍ତ ଏବଂ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଭାରତୀୟ ବିକାଶ ପରିଷଦ ଦାବି କରିଥିଲା ।  ଆଜି ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ସେହିପରି ସରପଞ୍ଚ ସୌମ୍ୟରଞ୍ଜନ ମଧ୍ୟ ନିଜ ପ୍ରତି ଓ ପରିବାର ପ୍ରତି ବିପଦ ଆଶଙ୍କାରେ ସୁରକ୍ଷା ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାରେ ଗୃହ ସଚିବ, ଡିଜିପି, ଜିଲ୍ଲାପାଳ, ଏସ୍‌ପି, ଆଇଆଇସି ଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସୌମ୍ୟଙ୍କ ଓକିଲ ସିଦ୍ଧାର୍ଥ ପ୍ରସାଦ ଦାସ ସୂଚନା ଦେଇଛନ୍ତି। ଅଙ୍ଗ ତସ୍କରୀ ପାଇଁ କୁନି ଝିଅଟିକୁ ହତ୍ୟା କରାଯାଇଛି। ପରୀର ଅଙ୍ଗକୁ ନେଇ କେଉଁ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଦେହରେ ପ୍ରତିରୋପଣ କରାଯାଇଛି। ତେଣୁ ଏହି ଘଟଣାକୁ ଚାପି ଦେବା ପାଇଁ ଏତେ ବଡ଼ ଉଦ୍ୟମ ହୋଇଛି ବୋଲି ସୌମ୍ୟ କହିଥିଲେ।