ସୌମ୍ୟଙ୍କୁ ଅରୁଣଙ୍କ ଧମକପୂର୍ଣ୍ଣ କଲ୍ ।
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – “ତୁ ଲିମିଟେସନ ବାହାରକୁ ପଳଉଛୁ।” ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଭାଇରାଲ ହେଲା ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କୁ ମନ୍ତ୍ରୀଙ୍କ ଧମକପୂର୍ଣ୍ଣ କଲ୍ ରେକର୍ଡ। କଲ୍ରେ ସରପଞ୍ଚଙ୍କ ସହ ମନ୍ତ୍ରୀ ଅରୁଣ ସାହୁ କଥା ହେଉଥିବା ଶୁଣିବାକୁ ମିଳୁଛି। ଫୋନ୍ରେ ମନ୍ତ୍ରୀ ଶ୍ରୀ ସାହୁ କହୁଛନ୍ତି, “ତୁ ଲିମିଟେସନ ବାହାରକୁ ଚାଲି ଯାଉଛୁ। ତୁ ଏସବୁ ଯାହା କରୁଛୁ, ଭଲ କରୁଛୁ ତ। ତୁ ଯେତିକି କହୁଛୁ, ସେ ସେତିକି କହୁଛି, ମୁଁ ସବୁ ଜାଣୁଛି, ଚୁପ୍ ବସିଛି। ଲିମିଟେସନ ବାହାରକୁ ପଳାଇ ଗଲୁଣି ତୁ। ଏସବୁ କଣ ଠିକ କଥା ହେଉଛି, ତୁ ଏସବୁ କାହିଁକି କରଉଛୁ ? ତୁ ନକହିଲେ, ସେ ଏସବୁ କଣ ମନକୁ କହୁଛି ? ମୁଁ ଏତେ ଖରାପ ନୁହେଁ ଯେ କାହା କଥାରେ ଡାଇଭର୍ଟ ହେବି। ଏସବୁ ବନ୍ଦ ନକଲେ ତୋ ପ୍ରତି କୌଣସି ସିମ୍ପାଥି ଓ ସଂପର୍କ କାଟିଦେବି। ତେବେ ଭାଇରାଲ ଫୋନ କଲ ନେଇ ଅରୁଣ ସାହୁ ମୁହଁ ଖୋଲି ନାହାନ୍ତି । ସୂଚନାରୁ ପ୍ରକାଶ, ନୟାଗଡ଼ର ୫ ବର୍ଷର ଝିଅ ପରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ବାବୁଲି ସାହୁଙ୍କ ହାତ ଥିବା ଅଭିଯୋଗ ଆଣିଥିଲେ ପରୀଙ୍କ ବାପା-ମାଆ।



ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ କୁକୁଡ଼ା-ଚିଆଁ ଉତ୍ପାଦନ କେନ୍ଦ୍ରର ପୁନଃରୁଦ୍ଧାର ଓ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିନିକିଆ କୁକୁଡ଼ା ଚିଆଁ ବିତରଣର ଶୁଭାରମ୍ଭ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପ୍ରାଣୀଧନ ବିଭାଗର ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଯାଇଛି। ହାଚେରୀ ୟୁନିଟ ଅଧିକାରୀ ଡା: ପ୍ରଶାନ୍ତ କୁମାର ସାମଲଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର , ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ଅତିଥି ଭାବେ ଯୋଗଦେଇ କୁକୁଡ଼ା ପାଳନ ମାଧ୍ୟମରେ ଗରିବ ଚାଷୀ ମାନଙ୍କର କିପରି ଉନ୍ନତି ହୋଇପାରିବ ସେ ବିଷୟରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏଡିଭିଓ:ତଥା ରୋଗ ନିୟନ୍ତ୍ରଣ ଅଧିକାରୀ ଡାଃ ଅରବିନ୍ଦ ବେହେରା ଯୋଗଦେଇ ଏହା ଏକ ଲାଭଦାୟକ ଚାଷ ବୋଲି କହି ଏହାଦ୍ୱାରା ଚାଷୀର ଆର୍ଥିକ ଉନ୍ନତି ହୋଇ ପାରିବା ସହ ସେମାନେ ଏ କ୍ଷେତ୍ରରେ ଆତ୍ମନିର୍ଭର ଶୀଳତାର ସୁଯୋଗ ସୃଷ୍ଟି କରିପାରବେ ବୋଲି କହିଥିଲେ ।
ସିଡିଭିଓ ଡା: ଶ୍ରୀନିବାସ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ବିସ୍ତୁତ ଆଲୋଚନା କରି କୁକୁଡ଼ା ପାଳନକୁ ନିଜର ଏକ ଜୀବିକା ଭାବେ ଚୟନ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଆଗ୍ରହୀ ଚାଷୀ ମାନଙ୍କୁ କୁକୁଡ଼ାଚିଆଁ ବିତରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଡା: ଶୁଭ ବିକାଶ ମଲ୍ଲିକ , ବିଭିଓ: ଡ: ଅଭିଜିତ ମିଶ୍ର , ନୋଡାଲ ଅଫିସର ଡା: ଏସ୍.କାମେଶ୍ବର ରେଡ୍ଡି ଓ ସି ଡି ଭି ଓ ଅଫିସର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।
ଏଥର ସମ୍ଭାଳ (ଗୁଣପୁର) – ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟ ରେ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥି ମଧ୍ୟରୁ ଲକ ଡାଉନ ଓ ସଟ ଡାଉନ ଅନ୍ୟତମ । କାର୍ତ୍ତିକ ମାସରେ ଶ୍ରୀ ମନ୍ଦିର ରେ ଭକ୍ତ ଙ୍କ ଭିଡକୁ ଏଡ଼ାଇବା ନିମନ୍ତେ କଟକଣା ଜାରି କରାଯାଇଛି । ସେହିଭଳି ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ର ମନ୍ଦିର ମାନଙ୍କ ରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରିବା ଅନିବାର୍ଯ୍ୟ ହୋଇପଡିଥିବା ବେଳେ ରାୟଗଡା ଜିଲ୍ଲା ଗୁଣପୁର ଠାରେ ଏହାର କୌଣସି ଛିଟା ପଡିପାରୁନି । ଫଳରେ ମନ୍ଦିରରେ ଜମୁଥିବା ଭିଡ଼ ଆଗାମୀ ଦିନରେ ସଂକ୍ରମଣ ର ପଥ ପ୍ରସସ୍ଥ କରିବ ଏହା ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ସଚେତନ ନାଗରିକ ମତବ୍ୟକ୍ତ କରିଛନ୍ତି । ଗୁଣପୁର ଠାରେ ରହିଥିବା ମନ୍ଦିର ଗୁଡିକରେ କୋଭିଡ ନିୟମକୁ ପାଳନ କରାଯାଉଥିବା ବେଳେ ବଡ଼ ଜଗନ୍ନାଥ ମନ୍ଦିରରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖା ଦେଇଛି । ଶ୍ରୀ ଜୀଉ ଙ୍କ ସନ୍ଧ୍ୟା ଓ ସକାଳ ଆଳତୀ ସସମୟରେ ମନ୍ଦିର ମଧ୍ୟରେ ଜନ ସମୁଦ୍ର ଦେଖିବାକୁ ମିଳୁଛି । ଏପରିକି ଅମାନିଆ ଭକ୍ତ ମାନେ ସାମାଜିକ ଦୂରତା ରକ୍ଷା କରିବାତ ଦୂରର କଥା ମାସ୍କ ପିନ୍ଧିବା ମଧ୍ୟ ଭୁଲି ଯାଉଛନ୍ତି । ମନ୍ଦିର ମଧ୍ୟରେ ଆଳତୀ ସମୟରେ ଜନ ସମାଗମର ସୁଯୋଗ ନେଇ ମନ୍ଦିର ମଧ୍ୟର ଗର୍ଭ ଗୃହରେ ଆଳତୀ ଦର୍ଶନ ନିମନ୍ତେ ଭକ୍ତ ଙ୍କ ନିକଟରୁ ୨୦ ଟଙ୍କା ଲେଖାଏଁ ସେବାୟତ ବାଧ୍ୟତା କରି ଆଦାୟ କରୁଛନ୍ତି । ଯେଉଁ ଅସହାୟ ବୃଦ୍ଧା ମହିଳା ପୂଜକ ଙ୍କ ମହାସୁଲ ଦେଇ ନପାରି ଦର୍ଶନର ନେହୁରା ହେଉଛନ୍ତି ତାଙ୍କୁ ପୂଜକ ସିଧା ସଳଖ ଟଙ୍କା ନଆଣିଲେ ଆସିଛ କୁଆଡେ ବୋଲି ଠେଲି ଦେଉଥିବା ଅଭିଯୋଗ ଆସିଛି । ସ୍ଥାନୀୟ ଦେବୋତ୍ତର ବିଭାଗ କିମ୍ବା ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯଦିବା କିଛି ପଦକ୍ଷେପ ଗ୍ରହଣ କରାଯାଇଛି ଏହା ଶ୍ରୀ ଜୀଉଙ୍କ ଆଳତୀ ଓ ଭକ୍ତ ଙ୍କ ସମାଗମ ଓହରିବା ପରେ କରାଯାଉଛି । ପୂର୍ବତନ ତହସିଲଦାର ଓ ଥାନା ଅଧିକାରୀ ଙ୍କ ପକ୍ଷରୁ ଏଥି ପୂର୍ବରୁ ନିଆଯାଉଥିବା ପଦକ୍ଷେପକୁ କୋହଳ କରାଯାଇଛି।ଫଳରେ ସହରରେ କରୋନା ସଂକ୍ରମଣ ହେବା ପ୍ରତି ଆଶଙ୍କା ସୃଷ୍ଟି ହୋଇଛି । ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବୀ ହେଉଛି । ନହେଲେ ବର୍ତ୍ତମାନର ପଞ୍ଚକ ରେ ଓ କାର୍ତ୍ତିକ ପୂର୍ଣ୍ଣିମା ରେ ମନ୍ଦିର ମଧ୍ୟରେ ବଢୁଥିବା ଜନସମାଗମ ରୋକା ଯାଇପାରିବ ନାହିଁ କି ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଗାଇଡ଼ ଲାଇନ ର କୌଣସି ମାନେ ରହିବ ନାହିଁ । ଯଦ୍ୱାରା ପୁଣି ସହରକୁ କରୋନା ଅନାୟାସରେ ପ୍ରବେଶ କରିବ ଆଉ ସେତେବେଳେ ଆମକୁ କହିବାକୁ ପଡିବ ବାବୁ ଏଥର ସମ୍ଭାଳ …..!