ସଂଶୋଧିତ ହେଲା ସାମ୍ବାଦିକ ଆଇନ; ଲାଗୁ ହେବ ନୂଆ ନିୟମ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ୨୦୦୬ ରେ ଲାଗୁ ହୋଇଥିବା ସାମ୍ବାଦିକ ଆଇନର ସଂଶୋଧନ ହୋଇ ନୂତନ ସାମ୍ବାଦିକ ଆଇନ ଆଜିଠୁ କାର୍ଯ୍ୟକାରୀ ହୋଇଛି। ଏନେଇ ଆଜି ବିଧିବଦ୍ଧ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଛି। ୨୦୦୬ ସାମ୍ବାଦିକ ଆଇନରେ ଥିବା ସମସ୍ତ ସୁବିଧା ନୂଆ ଆଇନରେ ମିଳିବ ହେଲେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । “Odisha State Working Journalist Welfare Fund Amendment ” ନାଁରେ ଆଜିଠୁ କାର୍ଯ୍ୟକାରୀ ହୋଇଛି ନୂଆ ସାମ୍ବାଦିକ ଆଇନ। ନୂଆ ନିୟମାବଳୀ ଅନୁଯାୟୀ ଯଦି ଜଣେ ସାମ୍ବାଦିକଙ୍କ ଅଚାନକ ମୃତ୍ୟୁ ଘଟେ ତେବେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଦିଆଯିବ। ସେହିପରି ସାମ୍ବାଦିକଙ୍କୁ କିମ୍ବା ତାଙ୍କ ପରିବାରର କାହାକୁ ଯଦି କ୍ୟାନସର୍, କିଡ୍‌ନୀ ଜନିତ ରୋଗ ହୋଇଥାଏ ତେବେ ତାଙ୍କ ପରିବାରକୁ ସ୍ୱାସ୍ଥ୍ୟ ବୀମା ଦ୍ଵାରା ୨ ଲକ୍ଷ ଟଙ୍କା ଦିଆଯିବ। ଏଥିସହିତ ଘର କିଣିବା ଲୋନ୍ ରେ ୩% ସୁଧ ଆକାରରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ମଞ୍ଜୁର ହେବ। ଏହିପରି ଦୁଇ ଚକିଆ ଯାନରେ ୫୦,୦୦୦ ଏବଂ ଚାରି ଚକିଆ ଯାନ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ମଞ୍ଜୁର ହେବ। ଯଦି କେଣସି କାର୍ଯ୍ୟରତ ସମ୍ବାଦିକଙ୍କ ମୃତ୍ୟ ହୁଏ ତେବେ ତାଙ୍କ ପିଲାମାନଙ୍କ ପଢିବା ପାଇଁ ଦଶମ ଯାଏ ୧୫୦୦ ଟଙ୍କା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୫୦୦ ଟଙ୍କା ମିଳିବ ବୋଲି କୁହାଯାଇଛି।

ପ୍ରତିଶ୍ରୁତି ପରେବି କାର୍ଯ୍ୟାନୁଷ୍ଠାନ ଶୂନ୍…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – କୋଭିଡ଼ ନିୟମକୁ ବେଖାତିର୍ କରି ଗୁଣପୁର ବଡ ଜଗନ୍ନାଥ ମନ୍ଦିର ରେ ଶ୍ରୀଜୀଉ ଙ୍କ ସକାଳ ଓ ସନ୍ଧ୍ଯା ଆଳତି ସମୟରେ ଜନ ଗହଳି ହେଉଥିବା ନେଇ ଉପଜିଲ୍ଲାପାଳ ଓ ଦେବତ୍ତୋର ବିଭାଗ ଅଧିକାରୀ ଙ୍କୁ ଅଭିଯୋଗ କରିବା ପରେ ସେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏହାର୍ କାର୍ଯ୍ୟନୁଷ୍ଠାନ ଶୂନ୍ ଉପଲବ୍ଧ ହୋଇଛି। ଜନ ଗହଳି ସରିବା ପରେ ଅଧିକାରୀ ପହଞ୍ଚି ସବୁ କିଛି ଠିକ୍ ଥିବା କହୁଛନ୍ତି। ତେବେ ଏହା ମନ୍ଦିର ପୂଜକ ଏବ୍ଂ ଦେବୋତ୍ତର କର୍ମକର୍ତ୍ତାଙ୍କ ମଧ୍ୟରେ କେଉଁ ଭାବ ବିନିମୟ ଏହା ସନ୍ଦେହ ଘେରରେ। ମନ୍ଦିର ମଧ୍ୟକୁ ପ୍ରବେଶ ନକରିବା ନିମନ୍ତେ ପୂର୍ବ ଭଳି ବ୍ୟାରିକେଡ ତିଆରି କରିବା ନିମନ୍ତେ ସାଧାରଣରେ ଦାବୀ ହେଉଥିଲେ ମଧ୍ଯ ଏନେଇ ସ୍ଥାନୀୟ ତହସିଲଦାର ନୀରବ କାହିଁକି ବୋଲି ପ୍ରଶ୍ନ ଉଠିଛି। ଦେଖିବାକୁ ରହିଲା ସ୍ଥାନୀୟ ପ୍ରଶାସନ କାର୍ଯ୍ୟନୁଷ୍ଠାନ କେବେ ଗ୍ରହଣ କରୁଛି କାର୍ତ୍ତିକ ଭସାଣୀ ପୂର୍ବରୁ ହେଉଛି ନା ପରେ।

ଗୁଣପୁର ଠାରେ ଭାରତ ବନ୍ଦ ଡାକରା ସଫଳ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ମୋଦି ସରକାର ଙ୍କ ଶ୍ରମିକ କୃଷକ ଓ ଜନବିରୋଧୀ ନିତୀ ବିରୁଦ୍ଧରେ ଦେଶ ବ୍ୟାପି ଧର୍ମଘଟ ଓ ହରତାଲ କୁ ସମର୍ଥନ କରି ଗୁଣପୁର ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ବାଇପାସ ଛକ ଠାରେ ନିଖିଳ ଓଡିଶା ପାଚିକା ଓ ସହାୟିକା ମହାସଂଘ, ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁରସଭା , ଅଖିଳ ଭାରତ କୃଷକ ମହାସଭା,ମୋଟର କର୍ମଚାରୀ ସଂଘ ଗୁଣପୁର ଙ୍କ ମିଳିତ ଆନୁକୂଲ୍ୟରେ ରାସ୍ତା ଅବରୋଧ ଏବଂ ଦୋକାନ, ବଜାର, ଅଟୋ,ବସ, ଟ୍ରକ, ବ୍ୟାଙ୍କ, ପୋଷ୍ଟଲ, ସ୍କୁଲ, କେଜ ଇତ୍ୟାଦି ସମ୍ପୂର୍ଣ୍ଣ ଭାବରେ ବନ୍ଦ କରା ଯାଇଥିଲା। ବିଭିନ୍ନ ସ୍ଲୋଗାନ ଦେଇ ଏକ ବିଶାଳ ଶୋଭାଯାତ୍ରା ସହର ପାରିକ୍ରମା କରି ପୁରୁଣା ବାସ ଷ୍ଟାଣ୍ଡ ଠାରେ ପହଞ୍ଚି ଏକ ପ୍ରତିବାଦ ଶୋଭାକରାଯାଇଥିଲା । ଶୋଭାଯାତ୍ରା, ବନ୍ଦ ପାଳନ କୁ ସି ପି ଆଇ ଲିବେରେସନ ପକ୍ଷରୁ ପୂର୍ଣ୍ଣ ସମର୍ଥନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସି ପି ଆଇ ଲିବେରେସନ ପାର୍ଟିର ରାଜ୍ୟ ସମ୍ପାଦକ କମ୍ରେଡ଼ ତ୍ରିପତି ଗମାଙ୍ଗ ପରିଚାଳନା କରିଥିଲେ ।