ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ୧୦ମ ପ୍ରତିଷ୍ଠା ଦିବସ ପାଳିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ର୍ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ ଓଡିଶା ଶିଶୁ ପରିବାର ଓ ମହିଳା ବିଭାଗ ତରଫରୁ ୧୦ମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ବୋଷ ଡେନସ ଷ୍ଟୁଡିଓ ପରିସରରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ , ଗଜପତି ଜିଲ୍ଲା ୟୁନିଟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ହିନ୍ଦୁ ଶକ୍ତି ସଂଗଠନର ଜାତୀୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ମାଲୁ ମୁଖ୍ୟଅତିଥି ଭାବେ , ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସାଧାରଣ ପରିଷଦର ସଦସ୍ୟ  ବିଚିତ୍ରା ନନ୍ଦ ବେବର୍ତ୍ତା ମୁଖ୍ୟବକ୍ତା ଭାବେ , କାଉନସିଲର ଗଜପତି ଜିଲ୍ଲା ୟୁନିଟ ସଭାପତି ତଥା ଓଡିଶା ଶିଶୁ , ପରିବାର ଓ ମହିଳା ବିଭାଗ ରାଜ୍ୟ ସଭାପତି  ଆଲୋକ କୁମାର ବୋଷ ଅତିଥି ଭାବେ , କାଉନସିଲର , ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ହୋତା , ରାଜ୍ୟ ଉପସଭାପତି ଶ୍ରୀ ବିଜୟ କୁମାର ଚୌଧୁରୀ , ସାଉଥ ଓଡିଶା ଡିଭିଜନର ସଭାପତି ଶ୍ରୀ ସନାତନ ବେହେରା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।

ମାନବ ଅଧିକାର ଓ ସୁରକ୍ଷାର ବିଭିନ୍ନ ବିଷୟ ଗୁଡିକ ସମ୍ପର୍କରେ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କୋରାପୁଟ , ରାୟଗଡା , ନବରଙ୍ଗପୁର , ମାଲକାନଗିରି , ଗଞ୍ଜାମ ଓ ଗଜପତି ଜିଲ୍ଲାର ସଦସ୍ୟ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଭାବେ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସାଧାରଣ ପରିଷଦ ସଦସ୍ୟ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କ ସହ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ଓଡିଶା ଶିଶୁ , ପରିବାର ଓ ମହିଳା ବିଭାଗର ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ବିଜୟ କୁମାର ଚୌଧୁରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବେଆଇନ ବାଲି ଚାଲାଣ କୁ ବିରୋଧ କରି ଵିଷ୍ଣୁ ଗୁଡା ଛକ ଅବରୋଧ କରିବେ ଅଞ୍ଚଳ ବାସୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାୟଗଡ ଅଞ୍ଚଳରୁ ବେଆଇନ ବାଲି ଚଲାଣ ବନ୍ଦ କରିବା, ସୂକ୍ଷ୍ମ ଖଣିଜ ସମ୍ପଦ କୁ ସୁରକ୍ଷିତ ରଖିବା ,ଯେଉଁ ଲିଜଧାରୀ ମାନେ ଲିଜ ପାଇଛନ୍ତି ସେମାନଙ୍କ ତାଲିକା ପଞ୍ଚାୟତ ଅଫିସରେ ଟାଙ୍ଗିବା,କିଏ ଲିଜ ନେଇଛନ୍ତି,କେତେ ଟଙ୍କାରେ ଲିଜ ନେଇଛନ୍ତି,କେଉଁ ଦିନ ପର୍ଯ୍ୟନ୍ତ ଲିଜ ନେଇଛନ୍ତି,କେତେ ପରିଧିରୁ କେତେ ସିଏମ ର ବାଲି ଉଠାଣ କରିବେ, ମାସ ଓ ବର୍ଷକରେ କେତେ ବାଲି ଉଠାଇବେ ଏହା ନିର୍ଦ୍ଧାରଣ କରି ଯାଞ୍ଚ କରିବା, ଦିନକୁ କେତୋଟି ଆର ଫର୍ମ ଦିଆଯିବ ଏବଂ ପ୍ରତି ଫର୍ମ ର ମୂଲ୍ୟ କେତେ ରହିବ ଏହାର ଯାଞ୍ଚ କରିବା, ଭଳି ଏକ ୧୬ ଦଫା ଦାବୀ ସମ୍ବଳିତ ପତ୍ର ରାୟଗଡା ତହସିଲଦାର ଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳ ଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦିଆଯାଇଛି । ଏଥିପୂର୍ବରୁ ଏନେଇ ପ୍ରଶାସନ କୁ ବାରମ୍ବାର ଜଣା କରାଯାଇଥିବା ଜଣାପଡିଛି ।ଏହାର କୌଣସି ସମାଧାନ ନହେବାରୁ ଜନସଧାରଣ ଙ୍କ ପକ୍ଷରୁ ରାୟଗଡ। ତହସିଲ କାର୍ଯ୍ୟାଳୟ ଠାରେ ପ୍ରତୀକ ଧର୍ମଘଟ ଚାକୁ ରହିଛି ।ତଥାପି ଆନ୍ଧ୍ରକୁ ବାଲି ଚାଲାଣ ପ୍ରକ୍ରିୟା କୁ ବନ୍ଦ କରାଯାଇ ନଥିବା ଅଭିଯୋଗ ଆସିଛି । ଆଗାମୀ ୨୫ତାରିଖ ସୁଦ୍ଧା ବେଆଇନ ବାଲି ଚାଲାଣ ବନ୍ଦ କରାଯିବା ସହ ଦିଆଯାଇଥିବା ଅନ୍ୟ ଦାବୀ ଗୁଡିକ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ୩୦ ତାରିଖ ଠାରୁ ସ୍ଥାନୀୟ ଅଞ୍ଚଳବାସୀ ଵିଷ୍ଣୁ ଗୁଡା ଛକ କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦାବୀ ପୂରଣ ଯାଏଁ ଅବରୋଧ କରି ଧାରଣା ଚାଲୁ ରଖିବେ ବୋଲି ପ୍ରଦତ୍ତ ସ୍ମାରକପତ୍ର ରେ ଉଲ୍ଲେଖ କରିଛନ୍ତି ।ଦେଖିବାକୁ ରହିଲା ପ୍ରଶାସନ ଏନେଇ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।