କଦାପି ସୁଧୁରି ପାରୁନି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ କୁ ନେଇ ବାର ବାର ଅଭିଯୋଗ ମାନ ହେଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏଥିରେ କୌଣସି ସୁଧାର ଆସିନାହିଁ। କେତେ ବେଳେ ଡାକ୍ତର୍ ଙ୍କ ଅଭାବ ତ ଆଉ କେତେବେଳେ ରୋଗୀଙ୍କ ସେବାରେ ଅନିୟମିତତା। ଏହି ଚିକିତ୍ସାଳୟ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ନିଜ କୁ ନିଜେ ରାଜା ଭାବି ମନ ମୁଖୀ କାର୍ଯ୍ୟକରି ଚାଲୁଥିବା ଅଭିଯୋଗ ହେଉଛି । ଏଠାରେ ଲାଗିରହିଥିବା ସମସ୍ୟା ନେଇ ଓ କାର୍ଯ୍ୟରତ କର୍ମଚାରୀ ଙ୍କ ବେପାରୁଆ ମନୋଭାବ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେବି ଏନେଇ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଦେଖା ଦେଇଛି । କୋଭିଡ- ୧୯ ନିମନ୍ତେ ନିଯୁକ୍ତି ପ୍ରାପ୍ତ କର୍ମଚାରୀଙ୍କୁ ସମସ୍ତ ଭାର ଦେଇ ଏଠାରେ ନର୍ସ,ଏ.ଏନ.ଏମ ଓ ଜି.ଏନ.ଏମ ଭାବେ ନିଯୁକ୍ତି ପାଇଥିବା ନିୟମିତ ବେତନ ଭୋଗି ସିନିୟର କର୍ମଚାରୀ ହାତବାନ୍ଧି ବସୁଥିବାରୁ ରୋଗୀ ଙ୍କ ଚିକିତ୍ସା ରେ ଅବହେଳା ଓ ଅନିୟମିତତା ଦେଖାଦେଉଥିବା ଅଭିଯୋଗ ଆସୁଛି । ଏନେଇ ଦାୟିତ୍ୱରେ ଥିବା ଏସ.ଡି.ଏମ.ଓ ରମେଶ ଚନ୍ଦ୍ର ସାହୁ ଙ୍କୁ ଅଭିଯୋଗ କରିବା କୁ ଗଲେ ସେ କେବକ ମୁଣ୍ଡ ଟୁଙ୍ଗାରି ଖବର କାଗଜ ପଢିବାରେ ଵ୍ୟସ୍ତ ରହୁଥିବା ଦେଖାଦେଇଛି । ଯଦି କେବଳ ଉପର ମହଲରେ ବସି ନିଜର କର୍ମକୁ ଆଡେଇ ଯଦି କେବଳ ଉପର ମହଲାରେ ବସି ବଡ ବାବୁଙ୍କ ଖବର କାଗଜ ପ୍ରତି ଏତେ ଧ୍ୟାନ ତେବେ ଡାକ୍ତରୀ କାମ ଛାଡି ବଡବାବୁ କୌଣସି ଏକ ଖବର କାଗଜର ଏଡିଟର ଦାୟିତ୍ୱରେ ରୁହନ୍ତୁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବେଳ ଥାଉଥାଉ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନନେଲେ ଏନେଇ ସାଧାରଣରେ ବଢୁଥିବା ଅସନ୍ତୋଷ କୁ ଦେଖି ଆମେ କହିବୁ ଏଥର ସମ୍ଭାଳ ।