ଲଗାତାର ଚଢ଼ାଉ ରେ ଅବକାରୀ ବିଭାଗ ; ସାଧାରଣ ରେ ଭୁୟସି ପ୍ରଶଂସା !

!!! ଗୁଣପୁର ରୁ ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର) – ରାୟଗଡା ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଗୁଣୁପୁର ଅବକାରୀ ଉପ ନିରୀକ୍ଷକ ମାଧବ କୌଶଲ୍ୟାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପୁରୁଣା ଗୁଣୁପୁର ମୁଖ୍ୟ ରାସ୍ତାରେ ରବି ଲୋକଣ୍ଡା ନାମକ ଜଣେଯୁବକ ମହୁଲିମଦ 3ଗୋଟି ପ୍ଲାଷ୍ଟିକ ଜାରରେ ମୋଟ 60 ଲିଟର ଦେଶୀମଦ ଏକ ଅଟୋରେ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ଚଢ଼ାଉକରି ଉକ୍ତ ବ୍ୟକ୍ତିଙ୍କୁ କାବୁକରିଥିଲେ । ଏଥିରେ ଏଏସଆଇ ଦିବାକର ମହାପାତ୍ର ଏବଂ ହୁଇକା ଜାଗରାଓ, ରମଜାନ ଖାଁ, ଉମେଶ କୁମାରଦୋରା, ମେଲେକା କୁମାରୀ ଓ କରୁଛୁରୀ କିଶୋର ପ୍ରମୁଖ ସାମିଲ ଥିଲେ । ଜବତ ଅଟୋ ରିକ୍ସା ନମ୍ବର AP 31TE 0274 । ଆଗମୀ ଦିନରେ ଏଭଳି ବେଆଇନ ମଦ କାରବାର ବରଦାସ୍ତ କରାଯିବ ନାହିଁ, ଚଢ଼ାଉ ଜୋରଦାର କରାଯିବ ବୋଲି ଉପ ନିରୀକ୍ଷକ ମାଧବ କୌଶଲ୍ୟା ସୂଚନା ଦେଇଛନ୍ତି ।

ପ୍ରହସନ ପାଲଟିଛି ବାତ୍ୟା ଆଶ୍ରୟ ସ୍ଥଳି ; ମୌଳିକ ସୁବିଧା ରୁ ବଞ୍ଚିତ ହେଲେ ଆଶ୍ରିତ !

!!! ଗୁଣପୁର ରୁ ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗତ ତା ୧୩/୧୦/୨୦୨୦ ରିଖ ଦିନ ର ଲଗାଣ ବର୍ଷା ଯୋଗୁଁ ଗୁଣପୁର ସହରର ଆନେକ ସ୍ଥାନରେ କୃତ୍ରିମ ବନ୍ୟା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଗୁଣପୁର ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଲୋକ ଙ୍କ ଘରେ ପାଣି ପଶି ଧନ ସମ୍ପତ୍ତି ନଷ୍ଟ ହୋଇଥିଲା । ସ୍ଥାନୀୟ ପ୍ରଶାସନ ପକ୍ଷ ରୁ ଉପ ଜିଲ୍ଲାପାଳ ଓ ତହସିଲଦାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ବନ୍ୟା ପୀଡିତ ଙ୍କୁ ଆଶ୍ରୟ ସ୍ଥଳି କୁ ସ୍ଥାନାନ୍ତର କରିଥିଲେ ।

 

କିନ୍ତୁ ଦୁଃଖ ର ବିଷୟ ସ୍ଥାନାନ୍ତର କରାଯିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ଖାଈବା ପିଇବା ନିମନ୍ତେ କୌଣସି ସୁବିଧା ସୁଯୋଗ କରାଗଲା ନାହିଁ ଏବଂ ସେମାନଙ୍କ କଥା ବୁଝାଶୁଣା କରିବା ପାଇଁ କୌଣସି ଅଧିକାରୀ ଙ୍କୁ ନିୟୋଜିତ କରାଗଲା ନାହିଁ । ବାତ୍ୟା ଆଶ୍ରୟ ସ୍ଥଳି ରେ ରହିଥିବା ଆଶ୍ରୟୀ ଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଥିବା ବେଳେ ଆଜକୁ ୪ ଦିନ ହେବ କିଛି ନ ଖାଇ ଭୋକ ଉପାସ ରେ ରହିଥିବା ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ବାତ୍ୟା ଆଶ୍ରୟ ସ୍ଥଳି ନାମ କୁ ମାତ୍ର ପ୍ରହସନ ନା ସ୍ଥାନୀୟ ଅଧିକାରୀ ଙ୍କ ବେପରୁଆ ମନ ଭାବ ର ପ୍ରତିଛବି । ଉକ୍ତ ଗର୍ଭବତୀ ମହିଳା ସମେତ ଆଶ୍ରିତ ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବା ନିମନ୍ତେ ସାଧାରଣ ରେ ଦାବୀ ହେଉଛି ।