ଓକିଲଗୁଡା ପଥର ଖାଦାନ ବ୍ଳାଷ୍ଟିଂ ର ଦୋଷୀ କିଏ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଗୁଣପୁର ତହସିଲ ଅନ୍ତର୍ଗତ ଓକିଲଗୁଡା ପଥର ଖାଦାନ ରେ ଗତ ଶୁକ୍ରବାର ଦିନ ପଥର ବ୍ଲାଷ୍ଟିଂ ରେ ଅଘଟଣ ଘଟି ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ବିଦ୍ୟୁତ ବେଗରେ ଖେଳେଇ ହୋଇଯିବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଖବର ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ବଡ ଚର୍ଚ୍ଚା ର ବିଷୟ ହୋଇପଡ଼ିଛି । ସ୍ଥାନୀୟ ତହସିଲଦାର ଶ୍ରୀ ଲକ୍ଷ୍ମୀନାରାୟଣ ସାବତ ଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରାଯାଇଥିବା ଖବର କୁ ନେଇ ସାଧାରଣରେ ଦ୍ବିମତ ପ୍ରକାଶ ପାଇଛି । କିଭଳି ଭାବେ କେଉଁ କାରଣକୁ ନେଇ ତହସିଲଦାର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।

ଏନେଇ ତହସିଲଦାର ଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଆମ୍ଭ ପ୍ରତିନିଧି ଙ୍କ ସାକ୍ଷାତ୍ କାର।

ପ୍ରଶ୍ନ – ଓକିଲଗୁଡା ପଥର ଖାଦାନ କୁ କାହାକୁ କେତେ ବର୍ଷ ନିମନ୍ତେ ଲିଜ ଦିଆଯାଇଛି ।

ଉତ୍ତର – ପ୍ରଦୀପ ଚନ୍ଦ୍ର ଯୋଗୀଙ୍କୁ ୫ ବର୍ଷ ନିମନ୍ତେ ଲିଜକୁ ଦିଆଯାଇଛି ।

ପ୍ରଶ୍ନ -ଏହି ଖାଦାନ ରୁ ପଥର ଉତ୍ତୋଳନ କରିବା ନିମନ୍ତେ ଆପଣଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁମତି ଦିଆଯାଇଥିଲାକି ।

ଉତ୍ତର – ନାହିଁ ।

ପ୍ରଶ୍ନ -ଗତ ଦିନ ରେ ହୋଇଥିବା ପଥର ବ୍ଲାଷ୍ଟିଂ ର ଖବର ଆପଣ କେତେବେଳେ କାହାଠାରୁ ପାଇଲେ ।

ଉତ୍ତର – ମୁଁ ରାୟଗଡ଼ାରୁ ଫେରୁଥିବା ସମୟରେ ଫୋନ କଲ ମାଧ୍ୟମରେ ଘଟଣାଟି ଜାଣିବାକୁ ପାଇ ସିଧା ଓକିଲଗୁଡା ପହଞ୍ଚି ଦେଖିଲି ପ୍ରଶାସନ ପକ୍ଷରୁ ସେଠାରେ ସମସ୍ତେ ଉପସ୍ଥିତି ଥିଲେ।

ପ୍ରଶ୍ନ -ଦୀର୍ଘ 20 ବର୍ଷ ହେବ ଏଠାରେ ବେଆଇନ ପଥର ବ୍ଲାଷ୍ଟିଂ ଚାଲୁଥିବା ଚର୍ଚ୍ଚିତ ହେଉଥିବା ବେଳେ ଏନେଇ ଆପଣ ବିଭାଗୀୟ କର୍ମଚାରୀ କିମ୍ବା ଜନସାଧାରଣଙ୍କ ପକ୍ଷରୁ କୌଣସି ଅଭିଯୋଗ ପାଇଛନ୍ତିକି ।

ଉତ୍ତର – ଏଭଳି କିଛି ଅଭିଯୋଗ କାହାଠାରୁ କେବେ ପାଇନି ।

ପ୍ରଶ୍ନ -ଆପଣ କାର୍ଯ୍ୟଭାର ଗ୍ରହଣ କରିବାପରେ ଓକିଲଗୁଡା ପଥର ଖାଦାନ କୁ କେତେଥର ପରିଦର୍ଶନ ରେ ଯାଇଛନ୍ତି ଓ କଣ ଅନୁଧ୍ୟାନ କରିଛନ୍ତି ।

ଉତ୍ତର – ଚାରି ପାଞ୍ଚ ଥର ଯାଇଛି । କିଛି ଦିନ ତଳେ ଇରିଗେସନ ଜେଇ ଙ୍କ ସାଥିରେ ମିଶି ପରିଦର୍ଶନ ରେ ଯାଇଥିଲି। ଆମ୍ଭର ପରିଦର୍ଶନ ବେଳେ ସେଠାରେ କୌଣସି ଇଲିଗାଲ କ୍ୱାରି ନଥିଲା ।

ପ୍ରଶ୍ନ -ଏହି ଖାଦାନ ର ଲିଜଧାରୀଙ୍କୁ ପ୍ରତି ଟେଣ୍ଡର ରେ ଅନୁକମ୍ପା ଦେଖାଇ ସବୁ ଦୋଷକୁ ତହସିଲ କର୍ତ୍ତୃପକ୍ଷ ଘଣ୍ଟଘୋଡାଇ ରଖିଛନ୍ତି ବୋଲି ଯେଉଁ ଅଭିଯୋଗ ଉଠିଛି ଏନେଇ ଆପଣଙ୍କ ପ୍ରତିକ୍ରିୟା କଣ ।

ଉତ୍ତର – ସରକାର କିଭଳି ଅଧିକ ମାତ୍ରାରେ ରାଜସ୍ୱ ପାଇବେ ଏହା ମୋର ଲକ୍ଷ । କାହାକୁ ଅନୁକମ୍ପା ଦେଖାଇବା କିମ୍ବା ଘଣ୍ଟ ଘୋଡାଇବା ପ୍ରଶ୍ନ ଉଠୁନି । ଏଠାରେ ମୋର ବାପା ଭାଇ କିମ୍ବା ବନ୍ଧୁ ବାନ୍ଧବ କେହି ନାହାନ୍ତି ଯାହାକୁକି ଘଣ୍ଟାଘୋଡାଇବି । ଏହି କଥା ସମ୍ପୂର୍ଣ୍ଣ ମିଥ୍ୟା ।

ପ୍ରଶ୍ନ -ପଥର ବ୍ଲାଷ୍ଟିଂ କରିବା ନିମନ୍ତେ ଲିଜଧାରୀଙ୍କୁ ଆପଣ ଅନୁମତି ଦେଇଛନ୍ତି କି ।

ଉତ୍ତର – ବ୍ଲାଷ୍ଟିଂ ନିମନ୍ତେ ଅନୁମତି ଦେବା ଅଧିକାର ତହସିଲଦାର ଙ୍କ ନାହିଁ । ଏହା କେବଳ ଜିଲ୍ଲାପାଳ ହିଁ ଦେବେ । କିନ୍ତୁ ମୁଁ ଲିଜଧାରୀଙ୍କୁ ଅନୁମତି ମେଳିଛିକି ନାହିଁ କହିପାରିବି ନାହିଁ ।

ପ୍ରଶ୍ନ – ଓକିଲଗୁଡ଼ା ପଥର ଖାଦାନ ର ପରିବେଶ ମଞ୍ଜୁରୀ ପତ୍ର ମିଳିସାରିଛି କି ।

ଉତ୍ତର – ପରିବେଶ ମଞ୍ଜୁରୀ ଦେବା ଅଧିକାର ମୋର ନାହିଁ । ଏହା ଜାତୀୟ ଗ୍ରୀନ ଟ୍ରିବୁନାଳ ର ପରିସରଭୁକ୍ତ ମୋ ଜାଣତ ରେ ଆବେଦନ ହୋଇଥିଲେ ମଧ୍ୟ କୋଉଠି ଫାଇଲ ଅଟକିଛି କଣ ହୋଇଚି ସେ ବିଷୟରେ ମୁଁ ଅଜ୍ଞ ଅଟେ ।

ପ୍ରଶ୍ନ -ନିଲମ୍ବନ ଆଦେଶ ପାଇବା ପରେ ଏନେଇ ଆପଣଙ୍କ ପ୍ରତିକ୍ରିୟା କଣ ।

ଉତ୍ତର -ସରକାର ବୋଧହୁଏ ଏହି ପରିସ୍ଥତି ରେ ଏହା ଠିକ୍ ଭାବି ନିଲମ୍ବିତ କରିଦେଲେ । ସରକାର ଆଦେଶ କରିଛନ୍ତି । ମୁଁ ଏହି ଆଦେଶ କୁ ମାନିଛି ।

ଲଗାତାର ଚଢ଼ାଉ ରେ ଅବକାରୀ ବିଭାଗ ; ସାଧାରଣ ରେ ଭୁୟସି ପ୍ରଶଂସା !

!!! ଗୁଣପୁର ରୁ ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର) – ରାୟଗଡା ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଗୁଣୁପୁର ଅବକାରୀ ଉପ ନିରୀକ୍ଷକ ମାଧବ କୌଶଲ୍ୟାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପୁରୁଣା ଗୁଣୁପୁର ମୁଖ୍ୟ ରାସ୍ତାରେ ରବି ଲୋକଣ୍ଡା ନାମକ ଜଣେଯୁବକ ମହୁଲିମଦ 3ଗୋଟି ପ୍ଲାଷ୍ଟିକ ଜାରରେ ମୋଟ 60 ଲିଟର ଦେଶୀମଦ ଏକ ଅଟୋରେ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ଚଢ଼ାଉକରି ଉକ୍ତ ବ୍ୟକ୍ତିଙ୍କୁ କାବୁକରିଥିଲେ । ଏଥିରେ ଏଏସଆଇ ଦିବାକର ମହାପାତ୍ର ଏବଂ ହୁଇକା ଜାଗରାଓ, ରମଜାନ ଖାଁ, ଉମେଶ କୁମାରଦୋରା, ମେଲେକା କୁମାରୀ ଓ କରୁଛୁରୀ କିଶୋର ପ୍ରମୁଖ ସାମିଲ ଥିଲେ । ଜବତ ଅଟୋ ରିକ୍ସା ନମ୍ବର AP 31TE 0274 । ଆଗମୀ ଦିନରେ ଏଭଳି ବେଆଇନ ମଦ କାରବାର ବରଦାସ୍ତ କରାଯିବ ନାହିଁ, ଚଢ଼ାଉ ଜୋରଦାର କରାଯିବ ବୋଲି ଉପ ନିରୀକ୍ଷକ ମାଧବ କୌଶଲ୍ୟା ସୂଚନା ଦେଇଛନ୍ତି ।

ପ୍ରହସନ ପାଲଟିଛି ବାତ୍ୟା ଆଶ୍ରୟ ସ୍ଥଳି ; ମୌଳିକ ସୁବିଧା ରୁ ବଞ୍ଚିତ ହେଲେ ଆଶ୍ରିତ !

!!! ଗୁଣପୁର ରୁ ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗତ ତା ୧୩/୧୦/୨୦୨୦ ରିଖ ଦିନ ର ଲଗାଣ ବର୍ଷା ଯୋଗୁଁ ଗୁଣପୁର ସହରର ଆନେକ ସ୍ଥାନରେ କୃତ୍ରିମ ବନ୍ୟା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଗୁଣପୁର ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଲୋକ ଙ୍କ ଘରେ ପାଣି ପଶି ଧନ ସମ୍ପତ୍ତି ନଷ୍ଟ ହୋଇଥିଲା । ସ୍ଥାନୀୟ ପ୍ରଶାସନ ପକ୍ଷ ରୁ ଉପ ଜିଲ୍ଲାପାଳ ଓ ତହସିଲଦାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ବନ୍ୟା ପୀଡିତ ଙ୍କୁ ଆଶ୍ରୟ ସ୍ଥଳି କୁ ସ୍ଥାନାନ୍ତର କରିଥିଲେ ।

 

କିନ୍ତୁ ଦୁଃଖ ର ବିଷୟ ସ୍ଥାନାନ୍ତର କରାଯିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ଖାଈବା ପିଇବା ନିମନ୍ତେ କୌଣସି ସୁବିଧା ସୁଯୋଗ କରାଗଲା ନାହିଁ ଏବଂ ସେମାନଙ୍କ କଥା ବୁଝାଶୁଣା କରିବା ପାଇଁ କୌଣସି ଅଧିକାରୀ ଙ୍କୁ ନିୟୋଜିତ କରାଗଲା ନାହିଁ । ବାତ୍ୟା ଆଶ୍ରୟ ସ୍ଥଳି ରେ ରହିଥିବା ଆଶ୍ରୟୀ ଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଥିବା ବେଳେ ଆଜକୁ ୪ ଦିନ ହେବ କିଛି ନ ଖାଇ ଭୋକ ଉପାସ ରେ ରହିଥିବା ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ବାତ୍ୟା ଆଶ୍ରୟ ସ୍ଥଳି ନାମ କୁ ମାତ୍ର ପ୍ରହସନ ନା ସ୍ଥାନୀୟ ଅଧିକାରୀ ଙ୍କ ବେପରୁଆ ମନ ଭାବ ର ପ୍ରତିଛବି । ଉକ୍ତ ଗର୍ଭବତୀ ମହିଳା ସମେତ ଆଶ୍ରିତ ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବା ନିମନ୍ତେ ସାଧାରଣ ରେ ଦାବୀ ହେଉଛି ।

ସନ୍ଦେହ ଘେର ରେ ଓକିଲଗୁଡା ପଥର ଖାଦାନ ବିସ୍ପୋରଣ ଘଟଣା ; ଅଞ୍ଚଳ ରେ ମୁଖ୍ୟ ଚର୍ଚ୍ଚା ର ବିଷୟ !

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗତ କାଲି ଅପରାହ୍ନରେ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ଓକିଲଗୁଡା ନିକଟର ପଥର ଖାଦାନ ରେ ବିସ୍ଫୋରଣ ଘଟି ଘଟଣା ସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣ ର ପ୍ରଭାବରେ ଜଣେ ବ୍ୟକ୍ତିଙ୍କ ଶରୀରରୁ ମୁଣ୍ଡ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି । ଘଟଣାଟି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲିଟିଛି l ଘଟଣାକୁ ଚପାଇ ଦେବାକୁ ପଥର ଖାଦାନ ମାଲିକ ଏହାକୁ ଟ୍ରାକ୍ଟର ଦୁର୍ଘଟଣାର ରୂପ ଦେବା ଲାଗି ଗୋଟିଏ ମେଟାଲ ବୋଝେଇ ଟ୍ରାକ୍ଟର କୁ ନିକଟସ୍ଥ ଖାଲକୁ ଠେଲି ଦେଇ ବିସ୍ଫୋରଣ ସ୍ଥାନରୁ ମୃତ ଶରୀର ଗୁଡିକୁ ଅନ୍ୟ ସ୍ଥାନରେ ଲୁଚାଇ ରଖିଥିଲେ ବୋଲି କୁହାଯାଉଛି । ବିନା ଅନୁମତିରେ ଦୀର୍ଘ ବର୍ଷ ହେଲା ସହର ନିକଟରେ ପଥର ବ୍ଲାଷ୍ଟିଂ କରା ଯାଉଥିଲେ ମଧ୍ୟ ଏଥିପ୍ରତି ସ୍ଥାନୀୟ ପ୍ରଶାସନର ନୀରବ ଦ୍ରଷ୍ଟା ଆଜିର ଏହି ଘଟଣାକୁ ଆମନ୍ତ୍ରଣ କରିଛି ବୋଲି ଅଭିଯୋଗ ହୋଇଛି ।ଉକ୍ତ ଖାଦାନ ନିଲାମ ହେବା ପରେ ରାଜସ୍ୱ ବିଭାଗ ପକ୍ଷରୁ ଖାଦାନରୁ ପଥର ଉଠାଇବା ନିମନ୍ତେ କୌଣସି ଅନୁମତି ଦିଆଯାଇ ନଥିବା କୁହାଯାଇଛି l କିଭଳି ନିଜର ପୈତୃକ ସମ୍ପତି ଭଳି ଏହି ଖାଦାନକୁ ବ୍ୟବହାର କରାଯାଉଥିଲା ତାହା ତଦନ୍ତ ସାକ୍ଷେପ ଅଟେ l ଅନ୍ୟ ପକ୍ଷରେ ମୃତକ ପରିବାର ଅତ୍ୟନ୍ତ ଗରିବ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ହୋଇଥିବାରୁ ସେମାନଙ୍କ ପରିବାର କେମିତି ବଞ୍ଚିବେ ସେନେଇ ଅଞ୍ଚଳବାସୀ ଚିନ୍ତିତ ଅଟନ୍ତି l

ଦୁର୍ଘଟଣାର ଖବର ପାଇ ଘଟଣା ସ୍ଥଳରେ ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ,ଏବଂ ପୌର ପରିଷଦ ନିର୍ବାହୀ ଅଧିକାରୀ ଓ ପୋଲିସ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ ।ମୃତକ ପରିବାରକୁ ପଥର ସି ଖାଦାନ ମାଲିକ 15ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ CPI(ML) ର ତ୍ରିପତି ଗମାଙ୍ଗୋ, ମଜେସ ଶବର, ଦାମୋଦର ଶବର ଙ୍କ ସହ ଉକ୍ତ ଅଞ୍ଚଳବାସୀ ଦାବୀ କରିଛନ୍ତି l ଉପଜିଲ୍ଲାପାଳ ଦୋଷୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ମୃତକ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ଚାଲିଗଲେ ମହାରଥୀ , ସରିଗଲା ରାଜନୀତି … !

ଏଥର ସମ୍ଭାଳ ବ୍ୟୁରୋ – ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ର ପିପିଲି ବିଧାନସଭା କ୍ଷେତ୍ରର ଜଣେ ଦକ୍ଷ  ସଂଗଠକ , କୃଷି ମନ୍ତ୍ରୀ ,ସରକାରୀ ମୁଖ୍ୟ ସଚେତକ ତଥା ପିପିଲି ବିଧାୟକଙ୍କ ୬୫ ବୟସରେ ପରଲୋକ।ସେ ପିପିଲି ବିଧାନସଭା କ୍ଷେତ୍ର ରୁ କ୍ରମାଗତ ଭାବରେ ୧୯୮୫, ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।ସେ ପୂର୍ବରୁ କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜେଟିଭ ଆସିବା ପରେ ସେ ଭୁବନେଶ୍ବର ସମ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ସେପ୍ଟେମ୍ବର ୧୪ ତାରିଖରେ ମହାରଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିଥିଲା ।।ପ୍ରଦୀପ ମହାରଥୀ ୧୯୫୫ ମସିହାର ଜୁଲାଇ ମାସ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଆମ ଏଥର ସମ୍ଭାଳ ପରିବାର ପକ୍ଷରୁ ତାଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହିତ ତାଙ୍କର ଶୋକାକୁଳ ପରିବାର ବର୍ଗ ଙ୍କୁ ଏହି ଦୁଃଖଦ ସମୟରେ ମହାପ୍ରଭୁ ସହାୟକ ହୁଅନ୍ତୁ,ଏତିକି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା । ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ । ପୂର୍ବାହ୍ନ ୯ ଟାରେ ଦଳୀୟ କାର୍ଯ୍ୟାଳୟ ଅଣାଯିବ ମରଶରୀର , ଏହାପରେ ପିପିଲି ସ୍ଥିତ ଫାର୍ମ ହାଉସ ଏବଂ ଅପରାହ୍ନରେ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ ସମ୍ପନ୍ନ ।