ଚକାପାଦ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଚକାପାଦ ରୁ ପ୍ରତିନିଧି ସୁନୀଲ ଦିଗାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଚକାପାଦ) –  କନ୍ଧମାଳ ଜିଲ୍ଲା ଚକାପାଦ ବସ୍ତିଙ୍ଗିଆ ଠାରେ ଓଡିଶା ମୋ ପରିବାର ତରଫରୁ. ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଚକାପାଦ ବିଜେଡି ସଭାପତି ରାଜେଶ କୁମାର ଡିଗାଲ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିର ରେ ମୋଟ 30ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ଏଥିରେ ବୋହୁଯୁବକ ସାମିଲ ଥିଲେ. ଜିଲ୍ଲା ବିଜେଡି ସଭାପତି ଶ୍ରୀ ସରୋଜ କର୍ଣ୍ଣ. ଚକାପାଦ ବ୍ଲକ ଅଧକ୍ଷ ଶ୍ରୀ ପ୍ରଭଞ୍ଜନ କହ୍ନର. ସାଂସଦ ପ୍ରତିନିଧି ଉମା ଚରଣ ମଲ୍ଲିକ. ଖଜୁରୀପଡ଼ା ବ୍ଲକ ଅଧକ୍ଷ ଶ୍ରୀ ବିରେନ୍ଦ୍ର କହଁର ସମେତ ବିଧାୟକ ପ୍ରତିନିଧି ଓ ଅନ୍ୟମାନେ ଉପସ୍ଥିତ ଥିଲେ.

ରାସ୍ତା ପାଲଟିଛି ମରଣ ଯନ୍ତା…..!

!!! ଫୁଲବାଣୀ ରୁ ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନରେ ଥିବା ଖୁଟଲାଦର ଗ୍ରାମର ଏବେବି ଅବସ୍ଥା ଶୋଚନୀୟ ସାଧାରଣ ରେ ଆଜି ଯାଇଁ ପହଂଚି ପାରିନାହୁଁ ରାସ୍ତା ଖଣ୍ଡେ. ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. ନା ଗାଁ କୁ ଯାଇଛି ରାସ୍ତା ଦୁଇଟି ଛୋଟ ନାଳ ପାରି ହୋଇଯାଉଛନ୍ତି ଗାଁ ଲୋକେ. ଖଲି ବେରନା ଗ୍ରାମର ପକା ସଡ଼କ ଠାରୁ ଦେଢ଼ କିଲୋମିଟର ଦୂରରେ ରହିଛି ଖୁଟଲାଦର ଗ୍ରାମ ଏଠାରେ ୧୫ ରୁ ୨୦ ପରିବାର ବାସକରନ୍ତି. ଗର୍ଭବତୀ ଙ୍କ ଅବସ୍ଥା ଅତି ଶୋଚନୀୟ.

ସାଧାରଣ ରେ ଦୁଇ ଚକିଆ ଜାନ ମଧ୍ୟ ଯିବା ଅସମ୍ଭବ. କିନ୍ତୁ ଆଜି ଯାଇଁ ପ୍ରଶାସନ ଙ୍କ ଦୃଷ୍ଟି ପଡି ନାହିଁ ଏହି ଗ୍ରାମ ଉପରେ. ଆଜି ରାସ୍ତା ପାଇଁ ସ୍ବପ୍ନ ପାଲଟିଛି ଖୁଟଲାଦର ଗ୍ରାମ ବାସିଙ୍କ ମନରେ ପଥର ଖାଲ ଖୁଣ୍ଟ ଆଉ ପଥୁରିଆ ମାଟି ଗୁଡ଼ି ରେ ପଡି ରହିଛି ଏହି ଗ୍ରାମ ର ରାସ୍ତା

ପ୍ରଶାସନ କୁ ବିରୋଧ କଲେ ଗ୍ରାମବାସୀ ….!

!!! ଚକାପାଦ ରୁ ପ୍ରତିନିଧି ସୁନୀଲ ଦିଗାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଚକାପାଦ) –  ଟିକାବାଲି ଅଂଚଳ ର ଜଣେ 65 ବର୍ଷୀୟ ବୃଦ୍ଧାଙ୍କ ଟିକାବାଲି covid ସେଣ୍ଟର ରେ ମୃତ୍ୟୁ ହୋଇଯାଇଥିଲା. ସେହି ମୃତ ଶରୀର କୁ ଚକାପାଦ ବ୍ଲକ ବେଡାସୁଗା ଗ୍ରାମର ମା ପିତ୍ତାବାଲି ମନ୍ଦିର ପାଖରେ ଥିବା ପଡିଆ ରେ ଟିକାବାଲି ବ୍ଲକ ଉର୍ଣ୍ଣୟନ ଅଧିକାରୀ ଓ ତହସିଲଦାର ଙ୍କ ଉପସ୍ଥିତି ରେ ଶବଦାହ କରିବାକୁ ପ୍ରସ୍ତୁତି କରିବା ସମୟରେ ବେଡାସୁଗା ଗ୍ରାମର ଜନସାଧାରଣ ବିରୋଧ କରିଥିବା ଦେଖିବାକୁ ମିଳିଛି. କରନା ମହାମାରୀ ର ଭୟ ରେ ଜନସାଧାରଣ ଭୟଭୀତ ଥିବାବେଳେ ପ୍ରଶାସନ ଙ୍କ ଏଭଳି ଅବହେଲା ଦୃଶ୍ୟ ଆଜି ଦେଖିବାକୁ ମିଳିଛି. ଜନସାଧାରଣ ବିରୋଧ କରିବାରୁ ବେଡାସୁଗା ମୃତ ଶରୀର ଆଣି କୂଚଳା ଗଡ଼ ପୋଲ ପାଖରେ ଶବଦାହ କରାଯାଇଛି. ସେହି ଅଂଚଳରେ ସମସ୍ତ ଜନସାଧାରଣ ମନରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।

ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଘେରିଲେ ୧୮ ଜଣ ପଞ୍ଚାୟତ ସରପଞ୍ଚ !

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ବ୍ଲକ କାର୍ଯ୍ୟାଳୟ ପରିସରସ୍ଥ ସଭାଗୃହରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଅର୍ଥ କମିଶନ ଏବଂ ରାଜ୍ୟ ସରକାରଙ୍କ ଅର୍ଥ କମିଶନ ପକ୍ଷରୁ ଆସିଥିବା ଅନୁଦାନ କିଭଳି ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟରେ ବିନିଯୋଗ ହୋଇ ପାରିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା। ବ୍ଲକର ସମସ୍ତ ପଞ୍ଚାୟତର ପାନୀୟଜଳ ବ୍ୟବସ୍ଥା‌, ନୂତନ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ, ବିଦ୍ୟାଳୟ କୋଠା ନିର୍ମାଣ, ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପଶୁଙ୍କ ଚିକିତ୍ସା ନିମନ୍ତେ ଏଲ୍‌ଆଇ କୋଠା ନିର୍ମାଣ ଓ ମରାମତି ସହ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ କରିବାକୁ ଏହି ଅର୍ଥ ବିନିଯୋଗ କିଭଳି କରାଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା ବୈଠକରେ କରାଯାଇଥିଲା। ଏଥି ନିମନ୍ତେ କେନ୍ଦ୍ରୀୟ ଅର୍ଥ କମିଶନ ପକ୍ଷରୁ ୬ ଲକ୍ଷ ୬୬ ହଜାର ୩୧୩ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ଅର୍ଥ କମିଶନ ପକ୍ଷରୁ ୪ଲକ୍ଷ ୩୮ହଜାର ୮୩୯ ଟଙ୍କା ପଞ୍ଚାୟତ ପିଛା ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି। ଏଥି ନିମନ୍ତେ ପଞ୍ଚାୟତର ଜନପ୍ରତିନିଧି ମାନେ ନିଜ ପଞ୍ଚାୟତର ତାଲିକା ପ୍ରସ୍ତୁତ କରି ପୂର୍ବରୁ ବ୍ଲକ କାର୍ଯ୍ୟାଳୟରେ ଦାଖଲ କରିଥିବା ସୂଚନା ଦିଆଯାଇଥିଲା।ଅନ୍ୟପଟେ ପଞ୍ଚାୟତ ସମିତି ତଥା ବିଡିଓଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ବିରୋଧ କରି ଆଜି ୧୮ଜଣ ଜନପ୍ରତିନିଧି ବୈଠକ ବର୍ଜନ କରିଛନ୍ତି।

ଏଥିସହ ବ୍ଲକ ଉପାଧ୍ୟକ୍ଷ ଏସୋ ଶବରଙ୍କ ନେତୃତ୍ବରେ ଅସନ୍ତୁଷ୍ଟ ଜନପ୍ରତିନିଧି ମାନେ ଏନେଇ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସହକାରୀ ଜିଲ୍ଲାପାଳ ରୀନା ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତ ସମିତି ବୈଠକରେ ରୁର୍ବାନ୍‌ ଅନୁଦାନ ବିନିଯୋଗ ନେଇ ସମିତି ସଭ୍ୟ ଓ ସରପଞ୍ଚ ଦେଇଥିବା ପ୍ରସ୍ତାବ ପରିବର୍ତ୍ତନ କରାଯିବା, ଟେଣ୍ଡର ଦ୍ବାରା ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନମାନର କରାଯିବା, କାମ ସମ୍ପୂର୍ଣ ହେଲେ ମଧ୍ୟ ବିଲ୍‌ କରାଯାଉନଥିବା, ସମିତି ଦ୍ୱାରା ଅନୁମୋଦନ ମିଳିବା ସତ୍ତ୍ବେ ପଞ୍ଚାୟତରସ୍ତରରେ କାର୍ଯ୍ୟକାରୀ ନକରିବା ଆଦି ଅଭିଯୋଗ କରିଛନ୍ତି ।

ଡାକ୍ତର ଙ୍କ ଚିକିତ୍ସା ଅବହେଳା କୁ ନେଇ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ !

!!! ବାଲିଗୁଡା ରୁ ସାମଲ ଦିଗାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଲୟ ରେ ଡାକ୍ତର ଙ୍କ ଚିକିତ୍ସା ଅବହେଳା କୁ ନେଇ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ l ସମ୍ପୃକ୍ତ ଡାକ୍ତର ଙ୍କ ବହିଷ୍କାର ଦାବି ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି ରେ ରାଜରାସ୍ତା ଅବରୋଧ l ବ୍ରହ୍ମପୁର – ବାଲିଗୁଡା – ରାୟପୁର NH 59 ରାସ୍ତାରେ ସ୍ଥାନୀୟ ବାସିନ୍ଦା ଙ୍କ ପ୍ରତିବାଦ l ସୂଚନା ଅନୁଯାୟୀ ଗତକାଲି ବାଲିଗୁଡା ନୁଆସାହି ର ବିଜୟ କୁମାର ସାହୁ ବୟସ ପ୍ରାୟ 38 , ନାମକ ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ବାଲିଗୁଡା ମେଡିକାଲ କୁ ଆସିଥିଲେ l

କୋଭିଡ 19 ପାଇଁ ଡାକ୍ତର ସୁନୀଲ କୁମାର ବେହେରା ଯୁବକ ଙ୍କୁ ବିନା ସ୍ପର୍ଶ ରେ ଚିକିତ୍ସା କରିଥିଲେ l ଥଣ୍ଡା ଖାସ ହେଉଥିବା କହିବା ସତ୍ୱେ କେବଳ ଡାକ୍ତର ଥଣ୍ଡା ମେଡ଼ିସିନ ଦେଇ ଫେରେଇ ଦେଇଥିଲେ l ଉକ୍ତ ଯୁବକ ଙ୍କୁ କୋଭିଡ ଟେଷ୍ଟ ପାଇଁ ମଧ୍ୟ ପଠାଇନଥିଲେ l ଆଜି ସକାଳୁ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ବାଳିଗୁଡ଼ା ଉପଖଣ୍ଡ ଚିକିତ୍ସାଲୟ ଅଣାଯାଇଥିଲା l ସେଠାରେ ଡାକ୍ତର ଏସ. ଡି. ନାୟକ ମୃତ୍ୟୁ ଘୋଷଣା କରିବା ପରେ ପରିବାର ଓ ସ୍ଥାନୀୟ ବାସିନ୍ଦା ଙ୍କ ଉତେଜନା ଦେଖା ଯାଇଥିଲା ଓ ଡାକ୍ତର ସୁନୀଲ କୁମାର ବେହେରାକୁଂ ବହିଷ୍କାର ଓ ମୃତକ ଙ୍କ ପରିବାରକୁ ଉପଯୁକ୍ତ ଖେତି ପୂରଣ ଦାବି ସହ ଡାକ୍ତର ସୁନୀଲ କୁମାର ବେହେରା ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି ରେ ଉତ୍ୟକ୍ତ ଲୋକେ ରାଜରାସ୍ତା କୁ ଅବରୋଧ କରିଛନ୍ତି l ଘଟଣା ସ୍ଥଳରେ ବାଲିଗୁଡା ଉପଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଆଲୋଚନା ବିଫଳ ହୋଇଛି l

ପାଣି ଖାଲ ରେ ପଡ଼ି ଜଣେ ମୃତ , ପୋଲିସ ବିଭାଗ ଦ୍ୱାରା ଅପମୃତ୍ୟୁ ମାମଲା ଦାୟାର !

!!! ଫୁଲବାଣୀ ଉପଖଣ୍ଡ ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଡ଼ଙ୍ଗୀସାହି ଗ୍ରାମରେ ଏକ ପାଣି ଖାଲରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଶୋଭାଜନ ମଳିକ(୫୦) ଗ୍ରାମ ବପଲମେଣ୍ଡି (ଏଲ) ଥାନା ଟିକାବାଲି ବୋଲି ଜଣା ପଡ଼ିଛି। ସାନଭାଇ ଖଜୁରିପଡା ଡାକ୍ତର ଖାନାରେ ଚିକିଶ୍ଚିତ ହେଉଥିବାରୁ ତାଙ୍କୁ ଦେଖିବାକୁ ଶୋଭାଜନ ଆସିଥିଲେ। ସାନଭାଇଙ୍କୁ ଭେଟିବା ପରେ କୌଣସି ଏକ କାର୍ଯ୍ୟରୁ ଖଜୁରିପଡା ସ୍ଥିତ ଡ଼ଙ୍ଗୀସାହିକୁ ଯାଇଥିଲେ ।ଡ଼ଙ୍ଗୀସାହି ଠାରେ ଏକ ଖାଲରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଖଜୁରିପଡା ପୋଲିସ ଅହଞ୍ଚି ସବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ କୁ ପଠେଇଥିବା କହିଛନ୍ତି ଏସ ଆଇ ଉଦ୍ଧବ କୁମାର ଯାନି। ଏନେଇ ଖଜୁରିପଡା ଥାନାରେ ଏକ ଅପମୃତ୍ୟୁ ମାମଲା ୧୭/୨୦୨୦ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ତଦନ୍ତ ଅଧିକାରୀ ଶ୍ରୀଯୁକ୍ତ ଯାନୀ।

ତହସିଲ୍ କାର୍ଯ୍ୟାଳୟରେ ଦଲାଲ୍ ସକ୍ରିୟ ଜାତିଗତ ପ୍ରମାଣପତ୍ର ପାଇଁ ଚାଳିଶ ହଜାର ଟଙ୍କା ଠକେଇ, ଥାନାରେ ଏତଲା !

!!! କ ନୂଆଗାଁ ପ୍ରତିନିଧି ଭବାନୀ ଶଙ୍କର ଜେନା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କ ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତ ନୂଆସାହି ଗ୍ରାମର ଅଧିବାସୀ ଏଭିନନ୍ଦନ ପ୍ରଧାନ ଝିଅ ଅନୁସୟl ପ୍ରଧାନ କୁ ରାଇକିଆ ବ୍ଲକ ବରେଡ଼lକିଆ ସେବାଶ୍ରମ ରେ ନାମ ଲେଖାଇବା ପାଇଁ ଜାତିଗତ ପ୍ରମାଣପତ୍ର ଆବଶ୍ୟକ ପଡୁଥିବା ଯୋଗୁ ସେ ଆବଶ୍ୟକ ଜମି ପଟl ଜନ ସେବା କେନ୍ଦ୍ର ଜରିଆରେ କ ନୂଆଗାଁ ତହସିଲ କାର୍ଯ୍ଯାଳୟ ପ୍ରଦାନ କରିଥିଲେ l ଏହାପରେ ଗୁଞ୍ଜିବାଡ଼ି ଆର୍ ଆଇ ଆବଶ୍ୟକ କାଗଜ ପତ୍ର ନଥିବା ଦର୍ଶାଇ ଜାତିଗତ ପ୍ରମାଣପତ୍ର ଅଭିନନ୍ଦନ ପ୍ରଧାନକୁ ଦେଇନଥିଲେ l

ପୂର୍ବରୁ ଏହି କାଗଜ ପତ୍ର ରେ ଜାତି ଗତ ପ୍ରମାଣ ପତ୍ର ମିଳୁଥିବା କହି ଥିଲେବି ଆର ଆଇ ଶୁଣିନ ଥିଲେ l ଏହା ପରେ ଏକ ଦଲାଲ୍ ସୁଶାନ୍ତ ଦିଗାଲ ତହସିଲ୍ କାର୍ଯ୍ୟାଳୟରେ ମୋର ଚିହ୍ନl ପରିଛ ଅଛି ଟଙ୍କା ଖର୍ଚ୍ଚ କଲେ ଜାତିଗତ ପ୍ରମାଣପତ୍ର ମିଳିବ ତାହା ପରେ ତୁମ ଝିଅକୁ ହଷ୍ଟେଲ୍ ରେ ପଢାଇ ପାରିବ କହି ସମୁଦାୟ 40 ହଜାର ଟଙ୍କା ମାଗି ନେଇଥିଲେ l କିନ୍ତୁ ପରବର୍ତ୍ତୀ ସମୟରେ ଦଲାଲ୍ ଜଣଙ୍କ ଜାତି ଗତ ପ୍ରମାଣ ପତ୍ର ଦେଇ ନଥିଲେ କିମ୍ବା ଚାଳିଶ ହଜାର ଟଙ୍କା ଫେରେଇ ନଥିଲେ l ଏଭଳି ଠକାମୀର ଶିକାର ହୋଇଥିବା ନେଇ କ ନୂଆଗାଁ ଥାନାରେ ଏଭି ନନ୍ଦନ ପ୍ରଧାନ ଲିଖିତ ଅଭିଯୋଗ କରିଛନ୍ତି l ବର୍ତ୍ତମାନ ଝିଅ ରାଇକିଆ ଚୂନୁ କୁଲି ସାହିରେ ଥିବା ସମ୍ପର୍କୀୟ ଘରେ ରହି ବରେଡ଼lକିଆ ଆଶ୍ରମ ସ୍କୁଲ ରେ ଦ୍ଵିତୀୟ ଶ୍ରେଣୀ ପଢୁ ଅଛି l ତହସିଲ ପକ୍ଷରୁ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଗଲେ ବରେଡ଼lକିଆ ସେବାଶ୍ରମରେ ରହି ସରକାରଙ୍କ ସମସ୍ତ ସହାୟତା ପାଇ ପଢ଼ିପାରିବ l ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶିଶୁଟି ର ଶିକ୍ଷାଦାନ ପାଇଁ ଆବଶ୍ୟକ ଜାତିଗତ ପ୍ରମାଣପତ୍ର ଦେବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି l