ଗୁଣପୁର ଉପ ଜିଲ୍ଲାପାଳଙ୍କ ଜଗନ୍ନାଥପୁର ଓ ଗୋଠଲ ପଦର ପଞ୍ଚାୟତ ଗସ୍ତ !

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଉପ ଜିଲ୍ଲାପାଳ ଡାକ୍ତର ସିଦ୍ଧେଶ୍ଵର ବଳିରାମ ବନ୍ଦର ଆଜି ଗୁଣପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଜଗନ୍ନାଥପୁର ଓ ଗୋଠଲ ପଦର ପଞ୍ଚାୟତ ଗସ୍ତ କରି କରନା ପରୀକ୍ଷା ଅଗ୍ରଗତି ସମୀକ୍ଷା କରିଥିଲେ । ପଞ୍ଚାୟତ ସ୍ତରରେ ପରୀକ୍ଷା ନିମନ୍ତେ ଗଠନ ହୋଇଥିବା ତିନି ଜଣିଆ ପ୍ରତିନିଧି ତଥା ସ୍ବାସ୍ଥ୍ୟ ବିଭାଗ, ପଞ୍ଚାୟତ ବିଭାଗ ଓ ଅଙ୍ଗନବାଡି କର୍ମୀ ଲୋକଙ୍କୁ ସଚେତନ କରି ଅଧିକରୁ ଅଧିକ ଲୋକଙ୍କ କରନା ପରୀକ୍ଷା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ମାନଙ୍କ ପରୀକ୍ଷା କରାଯାଉଛି ସେମନେ ରିପୋର୍ଟ ଆସିବ ଯାଏଁ ଓ ଯେଉଁମାନଙ୍କ ପୋଜିଟିଭ ଚିହ୍ନଟ ହୁଏ ସେମାନେ କିପରି ଘରେ ଏକାନ୍ତବସ କରିବେ ଅଥବା କରନା ସେବା କେନ୍ଦ୍ରକୁ ନେବାକୁ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାୟିତ୍ବ ଅର୍ପଣ କରିଥିଲେ । ପ୍ରତିଦିନ ପଞ୍ଚାୟତ ସଦର ମହକୁମା ଓ ଘରକୁ ଘର ବୁଲି ଅଧିକରୁ ଅଧିକ ପରୀକ୍ଷା କରିବା ନିମନ୍ତେ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଉପଖଣ୍ଡ ସ୍ତରରେ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟିଜେନ ଟେଷ୍ଟ କିଟ ଥିବା ଏବଂ ଆବଶ୍ୟକ ଅନୁଯାୟୀ ଆଣି ପରୀକ୍ଷା ତ୍ବରାନ୍ବିତ କରିବା ନିମନ୍ତେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କହିଥିଲେ ।

ଦୁଇଟି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକ ମାନଙ୍କୁ ସଚେତନ କରିବା ସହ ଭୟଭୀତ ନ ହୋଇ ସମସ୍ତେ ନିଜ ନିଜର ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଥଲେ । ସେହିପରି ସମସ୍ତେ ମାସ୍କ ବ୍ୟବହାର କରିବା , ସାମାଜିକ ଦୂରତା ପାଳନ କରିବ ସହ ବାରମ୍ବାର ହାତ ଧୋଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଉପ ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ଜନୀ, ପୁରୁଷ ସ୍ବାସ୍ଥ୍ୟ କର୍ମୀ ଗୋପାଳ କୃଷ୍ଣ ପଟନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟ ସରକାର ଙ୍କୁ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ର ଚେତାବନୀ ; କାର୍ଯ୍ୟାନୁଷ୍ଠାନ ନହେଲେ ଅକ୍ଟୋବର ୨ ରୁ ଅନଶନ ଓ ଧର୍ମଘଟ ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଗୁଣପୁର ଉପ ଜିଲ୍ଲାପାଳ , ଗୁଣପୁର ତହସିଲଦାର ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପରିଷଦ ର ଜିଲ୍ଲା ଆବାହକ ପ୍ରଦୀପ ଦାଶ, ବୋମାଲି କାନ୍ତା ରାଓ , ଉପଖଣ୍ଡ ଆବାହକ ଶକ୍ତି ଦାଶ,ଗୁଣପୁର ବ୍ଲକ ଆବାହକ ଜାମେଶ ଶବର,ପୋୖରାଞ୍ଚଳ ଆବାହକ ଆଲଲୀୟ ଗମାଙ୍ଗ, ସଦସ୍ୟ ସିପନ ଶବର , ମିଲନୀତା ମଣ୍ଡଳ ଓ ଯମୁନା କଣ୍ଡାଗରୀ ଙ୍କ ଦସ୍ତଖତ ଥାଇ ଏକ ସ୍ମାରକପତ୍ର ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବନ୍ଧୋର , ତହସିଲଦାର ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ଦାଶ ଙ୍କୁ ସାକ୍ଷାତ କରି ଦିଆଯାଇଛି ।

ଏଥିରେ ଗୁଣପୁର ଉପଖଣ୍ଡ ଅଧିନସ୍ଥ ଗୁଣପୁର, ରାମନାଗୁଡା, ପଦ୍ମପୁର, ଗୁଡାରୀ ବ୍ଲକ ରେ ବସତି ସ୍ଥାପନ କରୁଥିବା ଆଦିବାସୀ ଓ ଦଳିତ ପରିବାରଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ ବାରମ୍ବାର ପରିଷଦ ପକ୍ଷରୁ ଆନ୍ଦୋଳାତ୍ମକ ପନ୍ଥା ଆପଣେଇଥିଲେ ମଧ୍ୟ ଆଦିବାସୀ ଓ ଦଳିତ ପରିବାର ବର୍ଗଙ୍କୁ ବର୍ତ୍ତମାନ ଯାଏଁ ଜମିପଟ୍ଟା ପ୍ରଦାନ କରାଯାଇ ନଥିବାରୁ ଯଥା ଶୀଘ୍ର ପଟ୍ଟା ପ୍ରଦାନ କରିବା , ରାମନାଗୁଡା ବ୍ଲକ ଅଧିନସ୍ଥ ଉକମ୍ବା ଗ୍ରାମ ପଞ୍ଚାୟତ କୁ ମଦମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିବାକୁ ଦାବୀ କରାଯାଇଛି । ଏଥିପୂର୍ବରୁ ଉକମ୍ବା ପଞ୍ଚାୟତ କୁ ମଦମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିବା ଦାବିରେ ରାୟଗଡା ଠାରେ ପ୍ରତୀକ ଅନଶନ କରାଯାଇଥିବାରୁ ତତ୍କାଳୀନ ଉପ ଜିଲ୍ଲାପାଳ ମାନ୍ୟବର ଶ୍ରୀ ଅମ୍ରିତ୍ ଋତୁରାଜ ଙ୍କ ଦ୍ୱାରା  ଉକମ୍ବା ପଞ୍ଚାୟତ ରେ ମଦବିକ୍ରି ବନ୍ଦ ହୋଇଥିଲା । ପରବର୍ତ୍ତୀ ସମୟ ରେ ଋତୁରାଜ ଙ୍କ ବଦଳୀର କଛି ମାସ ପରେ ପୁଣିଥରେ ମଦବିକ୍ରି ଆରମ୍ଭ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏହିପରି ଜମିଜଙ୍ଗଲ ପଟ୍ଟା ପ୍ରଦାନ ଦାବୀରେ ଗୁଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଭିକ୍ଷୋଭ ପ୍ରଦର୍ଶନ କରାଯାଇଥିବାରୁ ଏନେଇ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବତନ ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ ଙ୍କ ଦ୍ୱାରା ପ୍ରତିଶୃତି ଦିଆଯାଇ ବର୍ତ୍ତମାନ ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଇନାହିଁ । ଗୁଣପୁର ପୋୖର ପରିଷଦରେ ଦେଖା ଦେଇଥିବା ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା ଦର୍ଶାଇ ଏନେଇ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ର ଉପଖଣ୍ଡ କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରାଯାଇଛି । ତଥାପି କର୍ତ୍ତୃପକ୍ଷ ଙ୍କ ଦ୍ୱାରା ଏଯାବତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ପରିଷଦ ଦ୍ୱାରା କ୍ଷୋଭ ପ୍ରକଟ କରାଯାଇଛି । ରାୟଗଡ ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଉପସ୍ଥାପନା କରାଯାଇଥିବା ଏହି ଦାବୀ ଗୁଡିକ ଆଗାମୀ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ପୁରଣ କରାନଯାଏ ତେବେ ପରିଷଦ ପକ୍ଷରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ନୂତନ ବସ ଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଅନଶନ ଓ ଧର୍ମଘଟ କରିବେ ବୋଲି ପରିଷଦ ର ଆବାହକ ପ୍ରଦୀପ ଦାଶ ଏବଂ ବୋମାଲି କାନ୍ତା ରାଓ ମିଳିତ ଭାବେ ଚେତାବନୀ ଦେଇଛନ୍ତି ।

କନ୍ଧମାଳ ନିଉ ୭ କ୍ୟାମେରା ମେନ ରାଜୁ ନାୟକ ଙ୍କ ବାଇକ୍ ଏକ୍ସିଡେଣ୍ଟ ରେ ମୃତ୍ୟୁ ….!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ବାର ପୁଲିଆ ନିକଟସ୍ତ ସମ୍ବର ଡେ଼ଗା ଟ୍ରନିଂ ରେ ଏହି ଦୁରଖଟଣା ଟି ଘଟିଛି । କ୍ୟାମେରା ମେନ ଶ୍ରୀ ନାୟକ ଖଜୁରିପଡ଼ା ରୁ ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଏଭଳି ଘଟଣା ଘଟିଛି । ଖଜୁରିପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର ବିଶେଷ ସୂତ୍ର ରୁ ଖବର ପାଇ S I ମଲ୍ଲିକ ଙ୍କ ସହ ଷ୍ଟାପ ସେଠାରେ ପହଞ୍ଚି ଶବକୁ ଉଦ୍ଧାର କରି ଥିଲେ । ଏକ୍ସିଡେଣ୍ଟ ହେଇଥିବା ବାଇକ୍ କୁ ଖଜୁରିପଡ଼ା ଥାନାକୁ ନେବା ସହିତ ଶବକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ଶବ ବେବଛେଦ କରିବା ପାଇଁ ପଠେଇ ଛନ୍ତି ।

ପ୍ରଧାନ ଶିକ୍ଷୟତ୍ରୀ ଖାଇଗଲେ ମୋ ସ୍କୁଲ ଅଭିଯାନ ର ଟଙ୍କା;ଅଭିଯୋଗ ଆଣିଲେ କମିଟି ସଦସ୍ୟ ବୃନ୍ଦ।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ଜଗନ୍ନାଥ ପୁର ଠାରେ ରହିଥିବା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୋନାଲି ସୁନା ସେଠୀଙ୍କ ନାମରେ ସହକାରୀଙ୍କୁ ଅସମ୍ମାନୀତ କରୁଥିବା,କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କୁ ଶୌଚାଳୟ ସଫା କରିବା ନିମନ୍ତେ ନିର୍ଦ୍ଧେଶ ଦେଉଥିବା,ହଷ୍ଟେଲ ଗୃହରେ ପୁରୁଷ ଙ୍କୁ ଅବାଧରେ ରଖୁଥିବା ଭଳି କିଛି ଅଭିଯୋଗ ସହ ପିଲାଙ୍କୁ ବିଦ୍ୟାଳୟ ପରିତ୍ୟାଗ ପତ୍ର ଦେବାବେଳେ ଟଙ୍କା ମାଗୁଥିବା ଭଳି ସଙ୍ଗୀନ ଅଭିଯୋଗ ନେଇ ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିକଟରେ ଅଭିଯୋଗ ହୋଇଥିଲା ତଥାପି କର୍ତ୍ତୃପକ୍ଷ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ରୁ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଶିକ୍ଷାଧିକାରୀ ଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା କୁନେଇ ସଧାରଣରେ ଆଙ୍ଗୁଳି ନିର୍ଦେଶ କରୁଥିବା ବେଳେ ପୁଣି ଏକ ଅଭିଯୋଗ ଉଠିଛି ।ମୋ ସ୍କୁଲ ଅଭିଯାନ କମିଟିର ସଦସ୍ୟ ରାଜେନ୍ଦ୍ର କୁମାର ଗୌଡ଼,ସୁନୀଲ ଚୌଧୁରୀ, ଦେବେନ୍ଦ୍ର ପଣ୍ଡା ମିଳିତ ଭାବେ ଅଭିଯୋଗ କରିଛନ୍ତିକି,ପ୍ରଧାନ ଶିକ୍ଷୟିତ୍ରୀ ବିନା ରେଜୁଲାସନ,କମିଟି ବୈଠକରେ ମୋ ସ୍କୁଲ ଅଭିଯାନ ନିମନ୍ତେ ଆସିଥିବା ଟଙ୍କା ଉଠାଇ ଖର୍ଚ୍ଚ କରିଛନ୍ତି । ବିନା ରେଜୁଲାସନ ରେ କେମିତି ଟଙ୍କା ଉଠିଛି ଏବଂ ଉଠା ଯାଉଥିବା ଟଙ୍କା କେଉଁ ବାବଦରେ ଖର୍ଚ୍ଚ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ପିଲାଙ୍କ ନିମନ୍ତେ ଆସିଥିବା କମ୍ବଳ ମଧ୍ୟ ବଣ୍ଟନ ନକରି ନିଜ ବ୍ୟବହାର ପାଇଁ ରଖି ଦେଇଥିବା ଅଭିଯୋଗ ଆଣିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ମନୋମୁଖୀ କାର୍ଯ୍ୟକଳାପ ଏବଂ ଦୁର୍ନୀତି ବିରୁଦ୍ଧରେ ପଞ୍ଚାୟତ ମଧ୍ୟରେ ଏକ ବଡ ଚର୍ଚ୍ଚା ର ବିଷୟ ହୋଇପଡିଛି । ଏପରିକି ସ୍ଥାନୀୟ ସରପଞ୍ଚ ଗୌରୀ ଗମାଙ୍ଗ ମଧ୍ୟ ଏହାଙ୍କ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଏହି ସମସ୍ୟା ଗୁରୁତର ହୋଇ ସର୍ବସାଧାରଣ ରାଜରାସ୍ତାକୁ ଓଲ୍ହାଇବା ପୁର୍ବରୁ ଏହାର ସମାଧାନ ନିମନ୍ତେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅନିବାର୍ଯ୍ୟ ହୋଇ ପଡିଛି ।

ବୀରେନ୍ଦ୍ର ନାଇକ ଆଲ୍ ଇଣ୍ଡିଆ କଂଗ୍ରେସ ୱାର୍କରସ୍ ର ରାଜ୍ଯ ସମ୍ପାଦକ ଭାବେ ନିଯୁକ୍ତ।

!!! ଗଞ୍ଜାମ୍ ଜିଲ୍ଲା ଜଗନ୍ନାଥ ପ୍ରସାଦ ରୁ ସୁବାଷ ନାଇକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜଗନ୍ନାଥ ପ୍ରସାଦ) – ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପାଇ ନିଜର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିବା ବିରେନ୍ଦ୍ର କୁମାର ନାୟକଙ୍କୁ କେନ୍ଦ୍ର କମିଟି ଅଲ ଇଣ୍ଡିଆ କଂଗ୍ରେସ ୱାର୍କରସ ୟୁନିୟନ ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରିଛନ୍ତି । ଏହି ନିଯୁକ୍ତି ମେଳିଥିବା ଖବର ଜାଣିବାପରେ ନିର୍ବାଚନ ମଣ୍ଡଳୀରେ ଏକ ନୂତନ ଆଶା ସଞ୍ଚାର ହୋଇଛି । ଭଞ୍ଜନଗର ସ୍ଥିତ ବ୍ରାହ୍ମଣ ପଦର ଗ୍ରାମ ହରିଜନ କୂଳ ନିବାସୀ କାଶୀନାଥ ନାୟକ ଙ୍କ ଦ୍ଵିତୀୟ ପୁତ୍ର ଭାବେ ଜନ୍ମ ନେଇଥିବା ବିରେନ୍ଦ୍ର ଙ୍କ ବଡଭାଇ ମହାବିଦ୍ୟାଳୟ ରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି । ଏଭଳି ଦୁଇ ଅମୂଲ୍ୟ ରତ୍ନ ଙ୍କୁ ନେଇ ସେ ଗର୍ବୀତ ଥିବା କାଶୀ ନାଥ କହିଛନ୍ତି । ବୁରେନ୍ଦ୍ରଙ୍କୁ ଏଭଳି ରାଜ୍ୟ ସ୍ଥରୀୟ ପଦବୀରେ ନିଯୁକ୍ତି ଦିଆ ଯାଇଥିବାରୁ ହରିଜନ ସମ୍ପ୍ରଦାୟ ମାଧ୍ୟରେ ଆନନ୍ଦ ର ଲହରୀ ଖେଳି ଯାଇଛି । ଆଗାମୀ ଦିନରେ ଏହା କଂଗ୍ରେସ ଦଳ ପ୍ରତି ଏକ ପ୍ଲସ ପଏଣ୍ଟ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି ।