ପୌର ପରିଷଦ କର୍ମଚାରୀ ଙ୍କ କୋଭିଡ୍ – ୧୯ ନିୟମ କୁ ଖୋଲା ଉଲଂଘନ , ଜିଲ୍ଲାପାଳ ଙ୍କ ଆଦେଶ କୁ ଫୁ !

!!! ଗୁଣୁପୁର ଉପଖଣ୍ଡ ରୁ ବାସନ୍ତୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – କୋଭିଡ୍ -୧୯ ନିୟମ କୁ ସମ୍ପୂର୍ଣ ଉଲଂଘନ କରୁଛନ୍ତି ପୌର ପରିଷଦ କର୍ମଚାରୀ । ରାଜ୍ୟ ସରକାର ପେନ୍ସନ ଯୋଜନା ଧାରୀ ପାଉଥିବା ଅର୍ଥ କୁ ଘରେ ଘରେ ପହଞ୍ଚାଇବା ଲାଗି ପଦକ୍ଷେପ ନେଉଥିବା ବେଳେ ଗୁଣପୁର ପୌର ପରିଷଦ କର୍ମଚାରୀ କେତେକ ୱାର୍ଡ ର ଲୋକ ଙ୍କୁ ଏକତ୍ର କରି ପେନ୍ସନ ବଣ୍ଟନ କରୁଛନ୍ତି । ଯଦ୍ୱାରା ପେନ୍ସନ ପାଇବାକୁ ଥିବା ହିତାଧିକାରୀ ମାନେ ସେମାନଙ୍କ ପେନ୍ସନ ପାଇଁ ଏକତ୍ର ଗୋଷ୍ଠି ହୋଇ ବିନା ମାସ୍କ ରେ ରହିଥିବା ପାଲିଆ ସାହି ଶଶୀ ଭୂଷଣ ପେଣ୍ଠ ସ୍କୁଲ ଠାରେ ଦେଖିବାକୁ ମିଳୁଛି । ବେଳ ଥାଉ ଥାଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନ ରେ କରୋନା ସଂକ୍ରମଣ କୁ ରୋକା ଯାଇ ପାରିବ ନାହିଁ ।

ବିନା ସୂଚନା ଫଳକରେ ଚାଲିଛି ରାସ୍ତାକାମ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – କେତେକ ଅସାଧୁ ବ୍ୟକ୍ତିଙ୍କ ଯୋଗୁଁ  ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା, ଜାଲିଆତି, ନିମ୍ନମାନର କାର୍ଯ୍ୟ ଆଦି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ l ଜନତାଙ୍କ ହିତ ପାଇଁ ଆସୁଥିବା ସରକାରୀ ଅର୍ଥର ଅପବ୍ୟବହାର କରି ସମ୍ପୃକ୍ତ ସରକାରୀ ଓ ଠିକାଦାର ମାନେ ମାଲାମାଲ ହେଉଥିବା ନଜିର ରହିଛି l  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ ଖଇରୀଖମା ପଞ୍ଚାୟତର ଥୁଆମୂଳ ଗ୍ରାମରେ l ଗ୍ରାମର ହରିଜନ ସାହିରେ ଏକ କଂକ୍ରିଟ ରୋଡ଼ କାମ ଚାଲିଥିବା ବେଳେ ବିନା ସୂଚନା ଫଳକରେ ସରକାରୀ କାର୍ଯ୍ୟକୁ କରା ଯାଉଥିବା ସହ ବାଲି ସିମେଣ୍ଟ ନମିଶାଇ କେବଳ ମେଟାଲ ପକାଯାଉଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି | ସାଧାରଣ ଲୋକଙ୍କ ଅବଗତ ନିମନ୍ତେ ସୂଚନା ଫଳକ ନ ଲଗାଇ ଓ ମନ୍ଥର ଗତି ରେ କାର୍ଯ୍ୟ ହୋଇଥିବା ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହାକୁ ନେଇ ବିନା ସୂଚନା ଫଳକରେ କାର୍ଯ୍ୟ କରୁଥିବା ହେତୁ ଅଟକଳ ମୂଲ୍ୟ ହିସାବରେ କାର୍ଯ୍ୟ ନ କରି ସରକାରୀ ଅର୍ଥକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟ କରାଯାଉଛି ବୋଲି ଳୋକେ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟ ବ୍ଲକ ତରଫରୁ କରାଯାଉଥିବା ବେଳେ କାର୍ଯ୍ୟାଦେଶ କନିଷ୍ଠ ଯନ୍ତ୍ରୀ କ୍ଷୀରୋଦ କୁମାର ଦାସଙ୍କ ନାମରେ ରହିଛି l ପ୍ରକାଶ ଥାଉକି ଥୁଆମୂଳ ଗ୍ରାମର ମରିଚ ପଡିଆ ଠାରୁ କାଜୁ ଜଙ୍ଗଲ ଯାଏଁ ଥିବା ରାସ୍ତାର ପୁରୁଣା ପିଟ ଉଠାଇ ମରାମତି କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିବାରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି l

ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ଯୋଗାଣ ନେଇ ବିଡ଼ିଓଙ୍କୁ ଅଭିଯୋଗ । 

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ରୁ ମୁନା ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତରେ ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ଯୋଗାଣ ନେଇ ଜନୈକ ବ୍ୟକ୍ତି ବେଗୁନିଆପଡା ବିଡ଼ିଓଙ୍କ ଆଗରେ ଅଭିଯୋଗ କରିଛନ୍ତି l ଅଭିଯୋଗ ଅନୁଯାୟୀ ପଞ୍ଚାୟତର ଧୋବଣୀ ଗୋଛାୟତ, ଦରମାରୀ ଗୋଛାୟତ, ଉଦୟ ମହାରଣା ସମେତ କେତେକ ବ୍ୟକ୍ତି ମୃତ୍ଯୁ ବରଣ କରିଥବା ବେଳେ ପଞ୍ଚାୟତ ପକ୍ଷରୁ ଏବେବି ସେମାନଙ୍କ ନାମରେ  ରାସନ ସାମଗ୍ରୀ ବଣ୍ଟନ କରାଯାଇଆସୁଅଛି l ସରପଞ୍ଚ, ଯୋଗାଣ ସହାୟକ ଏବଂ ଡିଲରଙ୍କ ମଧୁଚନ୍ଦ୍ରିକାରେ ଜନତାଙ୍କ ଅର୍ଥ ହରିଲୁଟ ଚାଲିଥିବା ସେ ଅଭିଯୋଗ କରିଛନ୍ତି l କାରଣ ସରପଞ୍ଚ ଙ୍କ ପୁଅ ଯୋଗାଣ ସାହାୟକ ହୋଇଥିବା କାରଣରୁ ସନ୍ଦେହ ଅଧିକ ଘନୀଭୂତ ହେଉଥିବା କହିଛନ୍ତୁଏହାର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସେ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି l ଏହାର ନକଲ ସଚିବ, ଯୋଗାଣ ବିଭାଗ,ଭୁବନେଶ୍ୱର ;ଜିଲ୍ଲାପାଳ, ଗଞ୍ଜାମ ;ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ଗଞ୍ଜାମ, ବ୍ରହ୍ମପୁର ;ଉପ ଜିଲ୍ଲାପାଳ, ଗଞ୍ଜାମ, ଛତ୍ରପୁରଙ୍କୁ ପ୍ରେରଣ କରିଛନ୍ତି l

ବନ୍ୟା ଜଳରେ ବୁଡ଼ି ରହିଛି ସମସ୍ତ ଘର ; ଜନ ଜୀବନ ବିପର୍ଯ୍ୟସ୍ତ..!

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଢେଙ୍କାନାଳ) – ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ପୋରୁହଖୋଜ ଗ୍ରାମପଞ୍ଚାୟତ ଅଧୀନରେ ଥିବା ୪ ନମ୍ବର ୱାର୍ଡର ସଡକ ସାହିରେ ବନ୍ୟା ଜଳରେ ବୁଡ଼ି ରହିଛି ସମସ୍ତ ଘର । ଏହା ଦ୍ଵାରା ଜନ ଜୀବନ ବିପର୍ଯ୍ୟସ୍ତ ହୋଇ ଯାଇଛି। PWD ଦ୍ଵାରା କରାଯାଇଥିବା ରାସ୍ତାରଉଚ୍ଚତା ଅନୁସାରେ ରାସ୍ତାର ଉଭୟ ପାର୍ଶ୍ବରେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ସାହି ବସ୍ତିରେ ପାଣି ପଶୁଥିବାର ସ୍ଥାନୀଅ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ।
ସେପଟେ ପର୍ଜଙ୍ଗ ବ୍ଳକର ଦୃଶ୍ୟ ଦେଖିବାକୁ ଗଲେ ପାଟରପଦା ଗ୍ରାମପଞ୍ଚାୟତର ବଡ଼କମର ଗ୍ରାମର ପ୍ରାୟ ଶତାଧିକ ଗୋରୁ ପ୍ରତିଦିନ ବ୍ରାହ୍ମଣୀ ନଦି ପଠାକୁ ଚରିବା ପାଇଯାଆନ୍ତି । ହଠାତ ନଦୀରେ ପାଣିର ପରିମାଣ ବଢିଯିବାରୁ କିଛି ଗୋରୁକୁ ଗୋରୁଜଗୁଆଳୀ ନଦୀ ପାର କରିଥିବାବେଳେ ପ୍ରାୟ ୫୦ ରୁ ଉର୍ଦ୍ଧ ଗୋରୁ ସେଠାରେ ରାତି ତମାମ ଫଷି ରହିଥିବାର ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।ଖବର ପାଇ ପର୍ଜଙ୍ଗ ତହସିଲଦାର, ଅତିରିକ୍ତ ତହସିଲଦାର, ସ୍ଥାନୀୟ ଥାନା ଅଧିକାରୀ, ଅଗ୍ନିଶ୍ରମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୋରୁମାନଙ୍କୁ ଉଦ୍ଧାର ପାଇଁ ଶତଚେଷ୍ଟା କରିଥିଲେ। ହେଲେ ରାତି ଯୋଗଁ ଗୋରୁମାନେ ସେଠାରୁ ଆସିନଥିଲେ । ।ସକାଳୁ ଗୋରୁମାନକୁ ଉଦ୍ଧାର କାର୍ଯ୍ୟା କରାଯାଇଛି ।

ଢେଙ୍କାନାଳରେ ଡାକ୍ତରଙ୍କ ଅବହେଳାରୁ ପୁଣି ଏକ ନବଜାତକର ମୃତ୍ୟୁ ଅଭିଯୋଗ।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳରେ ଡାକ୍ତରଙ୍କ ଅବହେଳାରୁ ପୁଣି ଏକ ନବଜାତକର ମୃତ୍ୟୁ ଅଭିଯୋଗ। ଜିଲ୍ଲାର ଗଁନ୍ଦିଆ ଥାନା ଅନ୍ତର୍ଗତ କାବେରା ଗ୍ରାମର ପ୍ରଶାନ୍ତ ଦେହୁରୀ ନିଜର ଗର୍ଭବତୀ ସ୍ତ୍ରୀଙ୍କୁ ଶୁକ୍ରବାର ପ୍ରସବ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ। କଟକ ଯିବା ପାଇଁ ଚାଲି ଚାଲି ଯାଉଥିବା ବେଳେ ମେଡିକାଲର ତଳ ଫ୍ଲୋରରେ ତାଙ୍କର ପିଲା ଜନ୍ମ ହୋଇ ତଳେ ପଡିଯାଇଥିଲା। ଫଳରେ ନବଜାତକଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ୧୦ ବର୍ଷ ପରେ ସୁଶାନ୍ତଙ୍କ ପତ୍ନୀ ଗର୍ଭବତୀ ହୋଇଥିବା ସତ୍ତ୍ୱେ ଆଶାଙ୍କ ପରାମର୍ଶ କ୍ରମେ କୌଣସି ଚିକିତ୍ସା କରାଉନଥିଲେ ବୋଲି ସିଡିଏମଓ କହିଛନ୍ତି। ତଥାପି ବି ଚିକିତ୍ସାଳୟ ପକ୍ଷରୁ କେଉଁଠି ନା କେଉଁଠି ତ୍ରୁଟି ରହିଛି ବୋଲି ସ୍ଵୀକାର ମଧ୍ୟ କରିଛନ୍ତି।

୫୫ ନମ୍ବର ଜାତୀୟ ରାଜପଥ ରସାସିଙ୍ଗ ନିକଟରେ ଏକ ଚାଳିଶି ଟିକିଆ ହାତିପଲ ର ରାସ୍ତାପାର।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ୫୫ ନମ୍ବର ଜାତୀୟ ରାଜପଥ ରସାସିଙ୍ଗ ନିକଟରେ ଏକ ଚାଳିଶି ଟିକିଆ ହାତିପଲ ପାର ହେଉଥିବାର ଦେଖିବାକୁ ମିଳିଛି।ଗତକାଲି ରାତିରେ ଏହି ହାତିପଲ ମଠରଗଡି ଜଙ୍ଗଲରୁ ବାହାରି ସଦର ରେଞ୍ଜ ର ରସାସିଙ୍ଗ ପଶାସିଙ୍ଗ ଗଇଲୋ ଅଞ୍ଚଳରେ କିଛି ଘଣ୍ଟା ରହିବା ପରେ ପୁଣି ଜାତୀୟ ରାଜପଥ ପାର ହୋଇ ଜଙ୍ଗଲ ମଧ୍ୟକୁ ଚାଲି ଯାଇଛନ୍ତି।ପାର ହେବା ସମୟରେ କିଛି ସମୟ ଧରି ଗାଡି ଚଳାଚଳ ଢେଙ୍କାନାଳ ଅନୁଗୁଳ ସମ୍ବଲପୁର ଜାତୀୟ ରାଜପଥ ଅଟକି ରହିଥିଲା।

ଦୂରତା ରକ୍ଷାକରି କନ୍ଧମାଳ ଜିଲ୍ଲା ସାମାଜିକ ଗଣମାଧ୍ୟମ ପ୍ରତିନିଧି ଙ୍କ ବୈଠକ ଅନୁଷ୍ଠିତ ।

!!! କନ୍ଧମାଳ ଜିଲ୍ଲା ରୁ ଫୁଲବାଣୀ ଉପଖଣ୍ଡ ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(କନ୍ଧମାଳ) – ଦେଶ ଓ ରାଜ୍ୟରେ କରୋନା ମହାମାରୀ କୁ ଆଖି ଆଗରେ ରଖି ତଥା ସାମାଜିକ ଦୂରତା ରଖି କନ୍ଧମାଳ ଜିଲ୍ଲା ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ସାଧାରଣ ବୈଠକ ଅନୁଷ୍ଠିତ କରାଯାଇଥିଲା I ଉକ୍ତ ବୈଠକଭିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁବାଷ ପ୍ରଧାନ, ତ୍ରିନାଥ ସାହୁ, ଅଶୋକ କୁମାର ମହାନ୍ତି, ପ୍ରଶାନ୍ତ ବେହେରା ଏବଂ କୁନା ଦିଗାଲ ଯୋଗ ଦେଇ ଥିଲେ I ସାମ୍ବାଦିକ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଭା ଆରମ୍ଭ କରାଯାଇଥିଲା l କନ୍ଧମାଳ ଜିଲ୍ଲାରେ ସାମ୍ବାଦିକମାନଙ୍କୁ ସରକାରୀ କ୍ଷେତରେ କିମ୍ବା ବେସରକାରୀ କ୍ଷେତ୍ରରେ ଅଣଦେଖା କରାଯାଉଅଛି I ସାମ୍ବାଦିକ ଙ୍କୁ ଚତୁର୍ଥ ସ୍ତମ୍ଭର ଅଧିକାର ଦେଶବାସୀ ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନେ ଗାଁ ଠାରୁ ସହର ର ସମସ୍ତ ସମସ୍ୟାକୁ ଲୋକଲୋଚନକୁ ଆଣୁଛନ୍ତି । କିନ୍ତୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅଧିକାଂଶ ସମୟରେ ଆକ୍ରମଣ ଏବଂ ଅସମାନ କରାଯାଉଅଛି I ଜିଲ୍ଲାର ସାମାଜିକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ହେଉ ଥିବା ଅନ୍ୟାୟ, ଆତ୍ୟାଚାରକୁ ମୁକାବିଲା କରିବା ପାଇଁ ସମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛି I କନ୍ଧମାଳ ଜିଲ୍ଲା ସ୍ତରୀୟ କମିଟିର ସଭାପତି ଭାବେ ମିଲନ କଂହର, ଉପ-ସଭାପତି ଭାବେ ଫିଲିପ କୁମାର ଦିଗାଲ, ଗଗନ କୁମାର ପ୍ରଧାନ, ବଦ୍ୟନାଥ ନାୟକ, ସାଧାରଣ ସମ୍ପାଦକ ଭାବେ ବ୍ରଜ ମୋହନ ନାୟକଙ୍କୁ ମନୋନୀତ କରାଗଲା ।

ଠିକ୍ ସେହିପରି ଭାବରେ ତିନିଜଣ ଜଏଣ୍ଟ ସେକ୍ରେଟାରୀ ଏବଂ ବାରଟି ବ୍ଲ ବ୍ଲକ୍ ରୁ ୧୨ ଜଣଙ୍କୁ ଏକ୍ସଜୁକେଟିଭ ସଦସ୍ୟ ଚୟନ କରା ଯାଇ ଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି I ସମଗ୍ର ଜିଲ୍ଲାରୁ ୨୧ ଜଣ ସଦସ୍ୟଙ୍କୁ ନେଇ ସାମାଜିକ ଗଣମାଧ୍ୟମ କମିଟି ଗଠନ କରାଯାଇଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତରେ କାମ କରୁଥିବା ସାମ୍ବାଦିକମାନଙ୍କ ର ଯେ କୌଣସି ଅସୁବିଧା ହେଲେ ଏହି କମିଟି ସେହି ଜାଗାରେ ପହଞ୍ଚି ଘଟଣାର ତଦାରଖ କରିବ ବୋଲି ( NHRC ) ନେସ୍ନାଲ ହ୍ୟୁମାନ ରାଇଟ୍ସ କାଉନସିଲର REGIONAL ରିପୋର୍ଟର କୁନା ଦିଗାଲ ଏବଂ କମିଟିର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ମତ ପ୍ରକାଶ କରିଛନ୍ତି।

ଫିରିଙ୍ଗିଆ ଅଞ୍ଚଳରେ ପ୍ରବଳ ବର୍ଷା ;ଜନ ଜୀବନ ଅସ୍ତ ବ୍ୟସ୍ତ।

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଫୁଲବାଣୀ) – ଫିରିଙ୍ଗିଆ ଅଞ୍ଚଳରେ ଗତ କାଲି ଠାରୁ ପ୍ରବଳ ବର୍ଷା ହେବା ସହିତ ବହୁତ କ୍ଷୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। କିଛି ଅଞ୍ଚଳ ରେ ବନ୍ୟା ହେବା ଯୋଗୁଁ ଚାଷ ଜମିରେ ବାଲି ଚର ଯାଇଥିବା ବେଳେ କିଛି ଲୋକଙ୍କ ଘର ଭାଙ୍ଗି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ପଵିଙ୍ଗିଆ ପଞ୍ଚାୟତ ଜ୍ୱାର୍ଗିପଦର ଗାଁ ର ରେବତୀ କର୍ଣ ଓ ପରିବାର ଘରେ ଶୋଇଥିବା ବେଳେ ରାତିରେ ଘର କାନ୍ଥ ଭାଙ୍ଗି ଭୁଶୁଡି ପଡିବାରୁ ଅଳ୍ପକେ ପରିବାର ବଞ୍ଚିଯାଇଥିବା ବେଳେ ପପୁ କର୍ଣ ର ହାତରେ ସାମାନ୍ୟ ଆଘାତ ଲାଗିଥିବା ଜଣା ପଡିଛି। ସେହିପରି ଫିରିଙ୍ଗିଆ ବ୍ଲକ ଛକ ରେ ରାତି ୮ଟା ସମୟରେ ବିରାଟ ଶାଗୁଆନ ଗଛ ପଡିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ତୁରନ୍ତ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଗଛ କାଟି ରାସ୍ତାରୁ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା । ଅନ୍ୟପଟେ ପୋଡ଼ାପଡ଼ା ଡାଙ୍ଗଡୀକିଆ ମଝିରେ ଥିବା ପୋଲ ଉପରେ ପାଣି ଯିବା ସହ ରାସ୍ତାର କିଛି ଅଂଶ ଧୋଇ ହୋଇଯିବାରୁ କୁଟିବାରି,ଡାଂଗଡି କିଆ, ପଦାସାହି,ବର ସାହି, ଜୟଲମ୍ବା ଆଦି ଅଞ୍ଚଳ ଯୋଗାଯୋଗ ବିଛିନ୍ନ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଫିରିଙ୍ଗିଆ ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ବହୁ ଘର ଭାଙ୍ଗିବା ସହ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି।

ଗୁଣପୁର ଠାରେ ନୀରାଡ଼ମ୍ଵରଭାବେ ପାଳିତ ହୋଇଯାଇଛି ୭୪ ତମ ସ୍ଵାଧୀନତା ଦିବସ !

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ନୀରାଡମ୍ବର ଭାବେ ପାଳିତ ହୋଇଯାଇଛି ୭୪ତମ ସ୍ଵାଧୀନତା ଦିବସ । ଆଜିର ଏହି ଉତ୍ସବ ରେ ମାନନୀୟ ଉପ ଜିଲ୍ଲାପାଳ ଗୁଣପୁର ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର ପ୍ରାତଃ ରେ ପୁରଣା ବସ୍ ଷ୍ଟାଣ୍ଡ ନିକଟ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ନୂତନ ବସ୍ ଷ୍ଟାଣ୍ଡ ସ୍ଥିତ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ସେହିପରି ସକାଳ ସାଢେ ସାତ ଟା ସମୟ ରେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପତାକା ଉତ୍ତୋଳନ କରିବା ପରେ ସକାଳ ୮ ଘଣ୍ଟା ସମୟ ରେ ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରିଥିଲେ ।

କରୋନା ମହାମାରୀ ଯୋଗୁଁ ଏହି ବର୍ଷ ମିନି ଷ୍ଟାଡ଼ିୟମ୍ ଠାରେ କେବଳ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସର ରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ବନ୍ଧୋର ଉପସ୍ଥିତ ବ୍ୟକ୍ତି ବିଶେଷ ଙ୍କୁ ସମ୍ବୋଧିତ କରିଥିଲେ । ଗୁଣପୁର ପୋଲିସ ବାହିନୀ ର କର୍ମଚାରୀ ମାନଙ୍କ ଦ୍ୱାରା ଜାତୀୟ ପତାକା କୁ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଥିବା ବେଳେ ଏହି ନୀରାଡମ୍ବର ଉତ୍ସବ ରେ ଗୁଣପୁର ତହସିଲଦାର , ଅତିରିକ୍ତ ତହସିଲଦାର , ଗୁଣପୁର ଆରକ୍ଷୀ ଅଧିକ୍ଷକ , ଗୁଣପୁର ଥାନା ଭାରପ୍ରାପ୍ତ ଅଧିକାରୀ , ମୁନିସିପାଲିଟି ଇ.ଓ , ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ , ବିଡ଼ିଓ ଗୁଣପୁର , ଅଗ୍ନିଶମ ବିଭାଗ କର୍ମଚାରୀ ବୃନ୍ଦ , ବନ ବିଭାଗ କର୍ମଚାରୀ ବୃନ୍ଦ , ମେଡ଼ିକାଲ କର୍ମଚାରୀ , ଆଶା କର୍ମଚାରୀ , ସଫେଇ କର୍ମଚାରୀ ସମୂହ ଉପସ୍ଥିତ ରହିଥିଲେ ।

ସେହିଭଳି ମାନନୀୟ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଗୁଣପୁର ବ୍ଲକ ର ସମସ୍ତ ସରକାରୀ , ବେସରକାରୀ ଶିକ୍ଷାନୁଷ୍ଠାନ , ଗୁଣପୁର ଆଦର୍ଶ ଥାନା , ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ , ତହସିଲ କାର୍ଯ୍ୟାଳୟ , ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ , ଉପଖଣ୍ଡ ମେଡ଼ିକାଲ , ବନ ବିଭାଗ କାର୍ଯ୍ୟାଳୟ ଓ ଅଗ୍ନିଶମ କାର୍ଯ୍ୟାଳୟ ଠାରେ କୋଭିଡ୍ ନିୟମ କୁ ଅନୁସରଣ କରି ବିନା ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ନୀରାଡମ୍ବର ଭାବେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ।

ଜାତୀୟ ରାଜପଥ ସମ୍ପ୍ରସାରଣ ରେ ଅନିୟମିତତା ; କଷ୍ଟ ଭୋଗୁଛନ୍ତି ଜନସାଧାରଣ !

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଢେଙ୍କାନାଳ) –  ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଠିକ ଢଙ୍ଗରେ ହେଉ ନ ଥିବାରୁ ଜାତୀୟ ରାଜପଥ କଡ଼ରେ ଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରାଦିନେ ଧୂଳି ଧୂସରିତ ଅବସ୍ଥାରେ ସେମାନେ କାଳାତିପାତ କରୁଥିବା ବେଳେ ଏବେ ବର୍ଷା ପାଣି ସେମାନଙ୍କ ଘର ଭିତରେ ପଶୁଛି। ଲଗାଣ ବର୍ଷାରେ ଗୁଣ୍ଡିଚା ପଡର ଜାତୀୟ ରାଜପଥ କଡ଼ରେ ବର୍ଷା ଜଳ ନିଷ୍କାସନ ପାଇଁ କୈାଣସି ବ୍ୟବସ୍ଥାନ ଥିବାରୁ ଲୋକମାନଙ୍କ ଘରେ ପାଣି ପଶିଯାଇଥିଲା। ଫଳରେ ସେମାନଙ୍କ ସମସ୍ତ ଆସବାବପତ୍ର ଟିଭି ଫ୍ରିଜ ଓ ଅନ୍ୟାନ୍ୟ ସାମଗ୍ରୀ ପାଣିରେ ଭାସିଯାଇଛି। ରାତିରେ ଘରକୁ ପାଣି ପଶିଯାଇଥିବାରୁ ପରିବାର ସଦସ୍ୟ ମାନେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଆସି ଯାଇଥିଲେ। ତେବେ ଏ ସମ୍ପର୍କରେ ନା ଜିଲ୍ଲା ପ୍ରଶାସନ ନା ଠିକା ସଂସ୍ଥା ଗାୟତ୍ରୀ କନଷ୍ଠ୍ରକସନ କେହି ସେମାନଙ୍କ ଦୁଃଖ ବୁଝୁ ନାହାନ୍ତି।