ବିଦ୍ୟୁତ ସେବାରେ ଘୋଟାଲା ; ଗ୍ରାମବାସୀ ସେବା ବଦଳ ରେ ପାଉଛନ୍ତି ମିଛ ଆସ୍ବାଶନା !

!!! ବାଲିଗୁଡା ବ୍ଲକ ପ୍ରତିନିଧି ସାମଲ ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଗାବାଙ୍ଗପଦର ଗ୍ରାମର ଯାଂଜେସପଙ୍ଗା ସାହିରେ । ଫେଲ ମାରିଛି ବିଦ୍ୟୁତ ଯୋଜନା କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟୁତ ସେବା ଦେଉଥିଲେ ମଧ୍ୟ। ଆଜିବି ପହଞ୍ଚି ପାରୁନି South.co କନ୍ଧମାଳ ଜିଲ୍ଲାର ଅନେକ ସ୍ଥାନରେ ଯୋଜନା । 2009ମସିହାରେ ଡବିଦ୍ୟୁତ ସଂଯୁଗ ହେଇଥିଲେ ମଧ୍ୟ କାର୍ଯ୍ୟ କାରୀ ସୁନ। ଏପର୍ଯ୍ୟନ୍ତ କାମବି2009ମସିହାରେ ସମ୍ପର୍ଣ୍ଣ କରାଯାଇଥିଲା । ହେଲେ କାର୍ଯ୍ୟକ୍ଷମ କରିବାକୁ ଭୁଲିଯାଇଛନ୍ତି ରାଜ୍ୟ ସରକାର। କାମ କରିବାର 10 ବର୍ଷରୁ ଅଧିକ ସମୟ ବିତିଲାଣି । ହେଲେ କାର୍ଯ୍ୟକ୍ଷମ ହୋଇପାରୁନାହିଁ ।

ସେପଟେ ଗ୍ରାମରେ ବିଦ୍ୟୁତ ତାର ସଂଯୁଗ ହେଇଛି କିନ୍ତୁ କାହା ଘରେ ବିଜୁଳି ଆଲୁଅ ର ଦେଖା ନାହିଁ। ସଂଯୁଗ ହେବା ପରେ ମାତ୍ର6ମାସ ଯାଏ ଗାଁକୁ ଆସିଲା ଆଲୁଅ 6ମାସ ପରେ ବିଜୁଳି ମାରିବା ପରଦିନ ଠାରୁ ଆଜି ପର୍ଯ୍ୟନ୍ତ ଅନ୍ଧାର ଭିତରେ ଯାଂଜେସପାଙ୍ଗା ଗାଁ ଲୋକେ ।ଆଶା କରିଥିଲେ ଗାଁ କୁ ଆଲୁକ ଆସିଲା ପିଲାମାନେ ଭଲ ପାଠ ପଢି ପାରିବେ କିନ୍ତୁ ସବୁ ଗାଁ ଲୋକଙ୍କ ପାଇଁ ସପ୍ନ ନା ସଂଯୋଗ ହୋଇପାରୁଛି ବିଦ୍ୟୁତ। ଭଲକରି ନଜର ପକାନ୍ତୁ ଏ ଦୃଶ୍ୟ ଉପରେ କେମିତି କେମିତି ସ୍ୱାଧୀନତା ର74ବର୍ଷ ବିତିଯାଇଥିଲେ ମଧ୍ୟ ଅସୁବିଧା ର ଶିକାର ହେଉଛନ୍ତି ନିରୀହ ଆଦିବାସୀ ମାନେ ।ବିଦ୍ୟୁତ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗ୍ରାମପଞ୍ଚାୟତର ଗାବାଙ୍ଗ ପଦର (ଯାଂଜେସ ପଙ୍ଗା) ଦୀର୍ଘ ବର୍ଷ ହେବ କାର୍ଯ୍ୟକାରୀ ହେଉନାହିଁ । ଦୀର୍ଘ ବର୍ଷ ପରେ 2020 ମସିହାରେ1100ରୁ ଉର୍ଦ୍ଧ୍ବ ଟଙ୍କା ର ବିଲ ଆସି ଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ଏପଟେ ବିଦ୍ୟୁତ ସମସ୍ୟା ଲାଗିରହିଛି। ସେପଟେ ସାମାନ୍ୟ ବର୍ଷା ହେଲେ ଲୋକମାନେ ଅନ୍ଧାରରେ ଦିନକାଟୁଛି। ଖୋଦ ସ୍ଥାନୀୟ ଲୋକେ ଏପରି ଅଭିଯୋଗ ଆଣିଛନ୍ତି। ଯାହା ଫଳରେ ବାଧ୍ୟ ହୋଇ ବର୍ଷ ବର୍ଷ ଧରି ଅନ୍ଧାରରେ ରହିବାକୁ ପଡୁଛି ଲୋକଙ୍କୁ। ପିଲାଙ୍କ ପାଠ ପଢା ଠାରୁ ଆରମ୍ଭ କରି ଚାଷ କାର୍ଯ୍ୟ ପର୍ଯ୍ୟନ୍ତ ସବୁକିଛି ଏହା ଦ୍ଵାରା ପ୍ରଭାବିତ ହେଉଛି। ସେଥିପାଇଁ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଅଞ୍ଚଳବାସୀ। ଆମେ ଏହି ବିଷୟ ନେଇ ପଚାରି ବୁଝିବାରୁ SDO ଫୋନ ରେ କହୁଛନ୍ତି ଆମେ ଦେଖିବୁ। ତେବେ କେବେ କାର୍ଯ୍ୟକାରୀ ହେବ ବିଦ୍ୟୁତ ସମସ୍ୟା ଓ କାହିଁକି କାର୍ଯ୍ୟକ୍ଷମ ହୋଇପାରୁନାହିଁ ବିଦ୍ୟୁତ ସମସ୍ୟା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଏହା ବିଭାଗୀୟ ଅଧିକାରୀ ଙ୍କୁ ନଜରକୁ ଆସୁନାହିଁ କିପରି। କେବେ କାର୍ଯ୍ୟକ୍ଷମ ହେବ ଆଉ କେବେ ଦୂର ହେବ ଅଞ୍ଚଳବାସୀଙ୍କ ସମସ୍ୟା ଦେଖିବାକୁ ବାକିରହିଲା ।

ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ;ଅନ୍ଧାରରେ କୋଟପାଳ ଗ୍ରାମ ।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୋଟପାଳ ଗ୍ରାମରେ ପ୍ରାୟ ୬୦ରୁ ଉର୍ଦ୍ଧ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି । ହେଲେ ଏବେ ବିନା କାରଣର ଗ୍ରାମରେ ଘଣ୍ଟା ଘଣ୍ଟାଧରି ଲାଇନ କାଟିଦିଆଯାଉଛି । ବର୍ଷା ଦିନ ହୋଇଥିବାରୁ ଗ୍ରାମଟି ଉଭୟ ପାଖରୁ ଦୁଇଟି ନଦୀ ଓ ନାଳ ମଧ୍ୟରେ ରହିଥିବାରୁ ପ୍ରାୟତଃ ଗ୍ରାମବାସୀମାନେ ଜଳବନ୍ଦି ଭାବରେ ଜୀବନ କରୁଥିବାବେଳେ ବିନା କାରଣରେ ଲାଇନ କାଟିବା ଯୋଗୁଁ ଲୋକମାନଙ୍କର ମୁଣ୍ଡବଥାର କାରଣ ପାଲଟିଛି।ଲାଇନମ୍ୟାନକୁ କିମ୍ଵା ଜେଇଙ୍କୁ ଫୋନ କଲେ ସେମାନେ ଶୁଣୁ ନାହିଁନ୍ତି । ଚାଷ ପାଇଁ ଗାଁରେ ଦୁଇ ୨ଟି ଏଲାଇପଏଣ୍ଟ ରହିଛି ହେଲେ ଲାଇନ ନରହୁ ଥିବା ଯୋଗଁ ତାହା କେଉଁ କାମରେ ଆସୁନାହିଁ । ଆଜି ଗ୍ରାମରୁ ସମସ୍ତ ବିଦ୍ୟୁତ ଉପଭୋକ୍ତାମାନେ ଇଲେକ୍ଟ୍ରି ଅଫିସ ଆସି ଗୁହାରି ଜଣାଇଛନ୍ତି । ଯଦି ଖୁବ୍ ଶିଘ୍ର ଏହାର ସ୍ଥାୟୀ ପ୍ରତିକାର କରାନଯାଏ ତେବେ ଆଗାମୀ ଦିନରେ ଏହାକୁ ନେଇ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

୪ ଦିନ ସଟ ଡାଉନ ଢେଙ୍କାନାଳ।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ ପୌରାଞ୍ଚଳରେ ୪ଦିନ ପାଇଁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିଷ୍ପତି କ୍ରମେ ପୌରପାଳିକା ଅଧିକାରୀ ଅତନୁ ସାମନ୍ତ ସଟଡାଉନ ଘୋଷଣା କରିଛନ୍ତି।କରୋନା ସଂକ୍ରମଣକୁ ରୋକିବା ପାଇଁ ୨୭ ଏବଂ ୨୮ ତାରିଖ ଦୁଇ ଦିନ ସଟଡାଉନ ଘୋଷଣା ଏବଂ ସପ୍ତାହିକ ସଟଡାଉନ ଶନିବାର ଏବଂ ରବିବାର ପୂର୍ବପରି ବଳବତର ରହିଛି ବୋଲି ସେ କହିଛନ୍ତି । ସମୁଦାୟ ୪ ଦିନ ସଟଡାଉନ ହେଉଥିବାରୁ ଗତକାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସହରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକ ମାନଙ୍କୁ ସଚେତନ କରାଯାଇଥିଲା l ହେଲେ ହଠାତ୍ ସଟ ଡାଉନ ଯୋଗୁଁ ବ୍ୟବସାୟୀମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଚଢା ଦାମରେ ବିକ୍ରି କରିଥିଲେ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ସଟ୍ ଡାଉନର ପ୍ରଥମ ଦିନ । ସଂପୂର୍ଣ୍ଣ ପୌରାଞ୍ଚଳ ଶୁନ ସାନ ଦେଖିବାକୁ ମିଳିଥିଲା । କେବଳ ଔଷଧ ଦୋକାନକୁ ଛାଡ଼ିଦେଲେ ସମସ୍ତ ଦୋକାନ ବନ୍ଦ ରହିବା ସହିତ ସାରା ସହର ଜନଶୁନ୍ୟ ଦେଖିବାକୁ ମିଳିଥିଲା ।

ଢେଙ୍କାନାଳ ଧିରପାଟଣା ପଞ୍ଚାୟତ ଶରଧାପୂର ହରିଜନ ସାହି ର ଲୋକମାନେ କରେଣ୍ଟ ନପାଇ ହନ୍ତସନ୍ତ।

!!! ଢେଙ୍କାନାଳ ଜିଲ୍ଲା ରୁ ଢେଙ୍କାନାଳ ଟାଉନ ପ୍ରତିନିଧି ମାଗୁଣି ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ ଧିରପାଟଣା ପଞ୍ଚାୟତ ଶରଧାପୂର ହରିଜନ ସାହି ର ଲୋକମାନେ ଆଜକୁଗତ ପଚାଶ ଷାଠିଏ ବର୍ଷ ହେଲା ଉକ୍ତ ଗାଁ ରେ ବାସ କରି ଆସୁଛନ୍ତି। ଚରି ବର୍ଷ ହେଲା ମଧ୍ୟ ୱାର୍କ ଅଡରପାଇଥି ମଧ୍ୟ ସେ ମାନେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ କରିପାରୁନାହାଁନ୍ତି। କାରଣ ସେମାନଙ୍କ ପାଖରେଜାଗା ପଟାନାହିଁ।ସେହିସାହିର ଅନ୍ୟ ଚାରିଜଣଙ୍କ ସରକାରଙ୍କ ତରଫରୁ ଜାଗାପଟା ପଟା ମିଳିଛି ଏବଂ ସେମାନେ ଏବଂ ସେମାନେ ଆବାସ ଘର କରିଛନ୍ତି। ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ଏମାନଙ୍କ ପାଇଁ ସରକାରଙ୍କ ବୈମାତୄକ ମନୋଭାବ କାହିଁକି?ଏମାନେ ଜାଗା ପଟାପାଇବାପାଇଁ ସରପଞ୍ଚ, ବିଧାୟକ, ତହସିଲଦାର, ବି ଡି ଓ ,ଜିଲ୍ଲା ପାଳ,ସମସ୍ତକୁଂ ଅବଗତ କରାଇଥିଲେ ,ହେଲେ ଫଳ ଶୂନ, । ଯଦି ଏହାର ବିହିତ ବିଚାର କରିଜାଗାପଟା ନ ଦିଆଯାଏ, ତେବେ ଆଗାମୀ ଦିନ ରେ ଏମାନେ ରାଜ ରାସ୍ତା ରେ ଠିଆ ହେବା କୁ ବାଧ ହେବେ ବୋଲି ଚେତାବନୀ ଦେଇଛନ୍ତି।

କୋଟଗଡ ସରକାରୀ କାର୍ଯ୍ୟକ୍ରମ ରେ ଗଣମାଧ୍ୟମ କୁ ଅଣଦେଖା

!!! କନ୍ଧମାଳ ଜିଲ୍ଲା କୋଟଗଡ଼ ରୁ କିରଣ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଟଗଡ) -କୋଟଗଡ ପଂଚାୟତ ସମିତି ରେ ରାଜ୍ୟ ସରକାରଙ୍କ ବହୁବିଧ ଯୋଜନା ର ସଫଳ ରୂପାୟନ ପାଇଁ ସରକାରୀ ପାଣ୍ଠି ର ବ୍ୟୟ କରି କରାଯାଉଛି ସଭା ସମିତି |ହେଲେ ଗଣମାଧ୍ୟମ କୁ ବେଖାତିର କରି କରାଯାଉଥିବାରୁ ସ୍ଥାନୀୟ ସାମ୍ବାଦିକ ମାନଙ୍କ ମନରେ କ୍ଷୋଭ ଦେଖାଦେଇଛି |ହେଲେ ସରକାରୀ କାର୍ଯ୍ୟକ୍ରମକୁ ଲୋକଲୋଚନ କୁ ଆଣିବା ରେ ପ୍ରମୁଖ ଭୂମିକା ବହନ କରିଥାଏ ଗଣମାଧ୍ୟମ ଏବଂ ସରକାରୀ ବାବୁ ମାନେ ସଠିକ ଭାବେ ସରକାରୀ ନିୟମ କୁ ପାଳନ କରୁଛନ୍ତି କି ନା ସର୍ବସାଧାରଣ ରେ ମଧ୍ୟ ଜାଣିବାର ଆବଶ୍ୟକ ରହିଛି ଓ ଏହାକୁ ସର୍ବ ସମ୍ମୁଖକୁ ଆଣିବାରେ ଗଣମାଧ୍ୟମ ଏକମାତ୍ର ପନ୍ଥା କିନ୍ତୁ କେଉଁ କାରଣ ରୁ କୋଟଗଡ ବ୍ଲକ ରେ ଗଣମାଧ୍ୟମ ବିନା ଓ ବିନା ପ୍ରଚାର ପ୍ରସାର ରେ ତାଲିମ ଶିବିର, ସଭା ସମିତି ଆୟୋଜିତ ହେଉଛି ତାହା ପ୍ରଶ୍ନବାଚୀ |ସେହିପରି ଗତକାଲି ଠାରୁ MGNREGA ଯୋଜନାରେ ସମସ୍ତ ପଂଚାୟତ ର GRS,ଗ୍ରାମ ମିତ୍ର, ପ୍ରାଣୀ ମିତ୍ର, OLM, ORMAS ର କାର୍ଯ୍ୟକର୍ତା ମାନଙ୍କୁ 4ଦିନିଆଁ ‘ବୃକ୍ଷ ଲତା କିପରି ସାଧାରଣ ଜୀବନ ରେ ଗୁରୁତ୍ୱ ବହନ କରେ ତାକୁ ନେଇ ତାଲିମ କାର୍ଯ୍ୟକ୍ରମ ଚାଲୁରହିଛି କିନ୍ତୁ ଲୁଚି ଛପି ପରିଚାଳନା ପଛରେ ଏପିଓ ସୂର୍ଯ୍ୟ ସେନାପତି ଙ୍କ କି ଉଦେଶ୍ୟ ଏବଂ ଏହି କାର୍ଯ୍ୟକ୍ରମ ରେ ଖୁଦ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ ଉପସ୍ଥିତ ଥାଇ କିଭଳି ଏ ପ୍ରସଙ୍ଗ ରେ ସମ୍ପୃକ୍ତ ବାବୁଙ୍କୁ ଅବଗତ କରାଇନାହାନ୍ତି |ତେଣୁ ସଭା ସମିତି ତାଲିମ ମାଧ୍ୟମରେ ସରକାରୀ ଅର୍ଥ କୁ ନିଜ ପକେଟ କୁ ନେବାକୁ ଗଣମାଧ୍ୟମ ଆଢୁଆଳ ରେ ଚେଷ୍ଟା କରୁ ନାହାନ୍ତି ତ?

ଲଘୁଚାପ ଜନିତ ଲଗାଣ ବର୍ଷାରେ ସହର ମଧ୍ୟରେ କୃତ୍ରିମ ନଦୀ ।

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କେନ୍ଦୁଝର) – ରାଜ୍ୟରେ ଲଘୁଚାପ ଜନିତ ବର୍ଷାଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି । ଏଥିରୁ ବାଦ ପଡିନି ଉପାନ୍ତ ଅଂଚଳ ଯୋଡ଼ା ସହର । ଗତ ୨୫ ତାରିଖରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଫଳରେ ସହର ମଧ୍ୟଦେଇ ଯାଇଥିବା ଯୋଡ଼ାର ଲାଇଫ ଲାଇନ କୁହାଯାଉଥିବା ସୁନା ନଦୀ ମଧ୍ୟ ଫୁଲିବାରେ ଲାଗିଛି । ତଳିଆ ଅଂଚଳ ଜଳମଗ୍ନ ହେଇଥିବା ବେଳେ ସହର ମଧ୍ୟରେ ଜଳ ନିଷ୍କାସନ ପାଇଁ ଡ୍ରେନର ସୁବିଧା ନଥିବା ହେତୁ ଅନେକ ସ୍ଥାନରେ ତିନିଦିନ ହେଲା ରାସ୍ତା ଉପରେ ପାଣି ଲହଡି ଭାଙ୍ଗୁଥିବାର ଦେଖିବାକୁ ମିଳିଛି । କୁନ୍ଦୁରନାଲା , କେମ୍ପ ହାଟିଙ୍ଗ , ସର୍ବସାଧାରଣ ଲାଇବ୍ରେରୀ ସାମ୍ନା , ଭୂତ ବଙ୍ଗଳା , ବାଂଶପାଣି , କୁମାରଯୋଡ଼ା ଇତ୍ୟାଦି ସ୍ଥାନରେ ଲୋକମାନେ ଯିବା ଆସିବା ପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ମୁସଳଧାରାରେ ବର୍ଷଅଯୋଗୁଁ ବାଂଶପାଣି ବସ୍ଥିରେ ଅନେକ ଘରେ ପାଣି ପଶି ଘରର ସମସ୍ତ ଆସବାହାପତ୍ର ନଷ୍ଟ ହେବା ସହିତ ଗମା ନାଏକ , ମାଳତୀ ନାଏକ , କୁମୁଦିନି ନାଏକ , ମମତା ନାଏକଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଗତ ଅଗଷ୍ଟ ୨୧ତାରିଖରେ ଯୋଡ଼ା ପୌରପାଳିକା ରାଜ୍ୟର ଏକନମ୍ବର ପୌରପାଳିକାର ମାନ୍ୟତା ପାଇଛି । ଯୋଡ଼ା ପୌରପାଳିକା କହିଲେ ମାତ୍ର ୪ ରୁ ୫ କିଲୋମିଟର ମଧ୍ୟରେ ସୀମିତ । ହେଲେ ଏହାକୁ ସ୍ଵଛ , ନିର୍ମଳ ରଖିବାରେ ବହୁତ ପଛରେ । ଅଳ୍ପ କିଛି ବର୍ଷାରେ ସହରର ଅବସ୍ଥା ଯଦି ଏଭଳି ହେଇପାରେ ତେବେ ଏହା କିଭଳି ଏକନମ୍ବର ସ୍ଥାନ ଗ୍ରହଣ ଯୋଗ୍ୟ ତାହା ସାଧାରଣରେ ଆଲୋଚନାର ଖୋରାକ ଯୋଗାଇଛି । ବାଂଶପାଣି ଅଂଚଳରେ କୃତ୍ରିମ ନଦୀ ଯୋଗୁଁ ଅନେକ ଘର ଭାଙ୍ଗିଯାଇଥିଲେ ମଧ୍ୟ ଏଯାବତ କୌଣସି ପ୍ରଶାସନିକ ଅଧିକାରୀ ତଥା ପୌରପାଳିକା ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇ ନଥିବା ଜଣା ପଡ଼ିଛି । ଦେଖିବାକୁ ରହିଲା ଆଗାମୀ ଦିନରେ ଜଳ ନିଷ୍କାସନ ପାଇଁ ପୌରପାଳିକା କିପ୍ରକାର ପଦକ୍ଷେପ ଗ୍ରହଣ କରୁଛି ।

ରାସ୍ତା ମରାମତି ପାଇଁ BKDS ତରଫରୁ କମ୍ପାନୀ ମାନଙ୍କୁ ଦାବିପତ୍ର !

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କେନ୍ଦୁଝର) – ରାଜ୍ୟରେ ଲଘୁଚାପ ଜନିତ ବର୍ଷାଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି । ଏଥିରୁ ବାଦ ପଡିନି ଉପାନ୍ତ ଅଂଚଳ ଯୋଡ଼ା ସହର । ଗତ ୨୫ ତାରିଖରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଫଳରେ ସହର ମଧ୍ୟଦେଇ ଯାଇଥିବା ଯୋଡ଼ାର ଲାଇଫ ଲାଇନ କୁହାଯାଉଥିବା ସୁନା ନଦୀ ମଧ୍ୟ ଫୁଲିବାରେ ଲାଗିଛି । ତଳିଆ ଅଂଚଳ ଜଳମଗ୍ନ ହେଇଥିବା ବେଳେ ସହର ମଧ୍ୟରେ ଜଳ ନିଷ୍କାସନ ପାଇଁ ଡ୍ରେନର ସୁବିଧା ନଥିବା ହେତୁ ଅନେକ ସ୍ଥାନରେ ତିନିଦିନ ହେଲା ରାସ୍ତା ଉପରେ ପାଣି ଲହଡି ଭାଙ୍ଗୁଥିବାର ଦେଖିବାକୁ ମିଳିଛି । କୁନ୍ଦୁରନାଲା , କେମ୍ପ ହାଟିଙ୍ଗ , ସର୍ବସାଧାରଣ ଲାଇବ୍ରେରୀ ସାମ୍ନା , ଭୂତ ବଙ୍ଗଳା , ବାଂଶପାଣି , କୁମାରଯୋଡ଼ା ଇତ୍ୟାଦି ସ୍ଥାନରେ ଲୋକମାନେ ଯିବା ଆସିବା ପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ମୁସଳଧାରାରେ ବର୍ଷଅଯୋଗୁଁ ବାଂଶପାଣି ବସ୍ଥିରେ ଅନେକ ଘରେ ପାଣି ପଶି ଘରର ସମସ୍ତ ଆସବାହାପତ୍ର ନଷ୍ଟ ହେବା ସହିତ ଗମା ନାଏକ , ମାଳତୀ ନାଏକ , କୁମୁଦିନି ନାଏକ , ମମତା ନାଏକଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଗତ ଅଗଷ୍ଟ ୨୧ତାରିଖରେ ଯୋଡ଼ା ପୌରପାଳିକା ରାଜ୍ୟର ଏକନମ୍ବର ପୌରପାଳିକାର ମାନ୍ୟତା ପାଇଛି । ଯୋଡ଼ା ପୌରପାଳିକା କହିଲେ ମାତ୍ର ୪ ରୁ ୫ କିଲୋମିଟର ମଧ୍ୟରେ ସୀମିତ । ହେଲେ ଏହାକୁ ସ୍ଵଛ , ନିର୍ମଳ ରଖିବାରେ ବହୁତ ପଛରେ । ଅଳ୍ପ କିଛି ବର୍ଷାରେ ସହରର ଅବସ୍ଥା ଯଦି ଏଭଳି ହେଇପାରେ ତେବେ ଏହା କିଭଳି ଏକନମ୍ବର ସ୍ଥାନ ଗ୍ରହଣ ଯୋଗ୍ୟ ତାହା ସାଧାରଣରେ ଆଲୋଚନାର ଖୋରାକ ଯୋଗାଇଛି । ବାଂଶପାଣି ଅଂଚଳରେ କୃତ୍ରିମ ନଦୀ ଯୋଗୁଁ ଅନେକ ଘର ଭାଙ୍ଗିଯାଇଥିଲେ ମଧ୍ୟ ଏଯାବତ କୌଣସି ପ୍ରଶାସନିକ ଅଧିକାରୀ ତଥା ପୌରପାଳିକା ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇ ନଥିବା ଜଣା ପଡ଼ିଛି । ଦେଖିବାକୁ ରହିଲା ଆଗାମୀ ଦିନରେ ଜଳ ନିଷ୍କାସନ ପାଇଁ ପୌରପାଳିକା କିପ୍ରକାର ପଦକ୍ଷେପ ଗ୍ରହଣ କରୁଛି ।

ଜିଲ୍ଲାପାଳଙ୍କୁ ଘେରିଛି କରୋନା ଭୟ !

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ ପୌରାଞ୍ଚଳରେ ୪ଦିନ ପାଇଁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ସଟଡାଉନ ଘୋଷଣା କରିଛନ୍ତି।କରୋନା ସଂକ୍ରମଣକୁ ରୋକିବା ପାଇଁ ୨୭ ଏବଂ ୨୮ ତାରିଖ ଦୁଇ ଦିନ ସଟଡାଉନ ଘୋଷଣା ଏବଂ ସପ୍ତାହିକ ସଟଡାଉନ ଶନିବାର ଏବଂ ରବିବାର ପୂର୍ବପରି ବଳବତର ରହିଛି ବୋଲି ସେ କହିଛନ୍ତି । ସମୁଦାୟ ୪ ଦିନ ସଟଡାଉନ ହେଉଥିବାରୁଦେଖିବାକୁ ମିଳିଛି ଏକ ଅଭାବିୟ ଦୃଶ୍ୟ ବୁଦ୍ଧିଜୀବୀ ମାନେ ଏହି ବିଷୟରେ ସମାଲୋଚନା କରୁଛନ୍ତିଯେ ଢେଙ୍କାନାଳରେ କରୋନା କାୟା ବିସ୍ତାର କରୁଛି ଜିଲ୍ଲାପାଳଙ୍କ ପାଇଁ କାରଣ ଜିଲ୍ଲାପାଳ ଅଚାନକ ତାଳlବନ୍ଦ କରିଥିବାରୁ ସମସ୍ତେ ଖାଉଟି ଏକା ସାଙ୍ଗରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ବଜାର ଯିବାରୁ ବଜାର ଭିଡ଼ ଜମିଥିଲା ଯାହା ଫଳରେ କରୋନା ଏଥିରେ ବ୍ୟାପିବାର ସାମ୍ବlବନl ଦେଖା ଯାଇଛି l ଏହି ନିଷ୍ପତି ଜିଲ୍ଲାପାଳ କେତେଦୂର ଠିକ କରିଛନ୍ତି ସାଧାରଣରେ ସମାଜସେବକ ଦୃଢ଼ ନିଦା କରିଛନ୍ତି l ଗତକାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସହରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ଲୋକ ମାନଙ୍କୁ ଜଣାଇଥିଲେ । ହେଲେ ହଠାତ୍ ଡାଉନ ଯୋଗୁଁ ବ୍ୟବସାୟୀମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଚଢା ଦାମରେ ବିକ୍ରି କରିଥିଲେ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ସଟ୍ ଡାଉନର ପ୍ରଥମ ଦିନ । ସଂପୂର୍ଣ୍ଣ ପୌରାଞ୍ଚଳ ଶୁନ ସାନ ଦେଖିବାକୁ ମିଳିଥିଲା । କେବଳ ଔଷଧ ଦୋକାନକୁ ଛାଡ଼ିଦେଲେ ସମସ୍ତ ଦୋକାନ ବନ୍ଦ ରହିବା ସହିତ ସାରା ସହର ଜନଶୁନ୍ୟ ଦେଖିବାକୁ ମିଳିଥିଲା ।

ଲଗାଣ ବର୍ଷା ରେ ବେହାଲ କନ୍ଧମାଳ; ଜନ ଜୀବନ୍ ଅସ୍ତବ୍ୟସ୍ତ।

!!! କନ୍ଧମାଳ ଜିଲ୍ଲା ରୁ ଫୁଲବାଣୀ ଉପଖଣ୍ଡ ପ୍ରତିନିଧି ଜଳନ୍ଧର ବେହେରା ଓ ଚକାପାଦ ରୁ ସୁନୀଲ ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ)-କନ୍ଧମାଳ ବିଭିନ୍ନ ବ୍ଲକ ଅନେକ ସ୍ଥାନ ରେ ଯାତାୟାତ ଠପ ହେଇ ପଡୁଛି ଏବଂ ଅନେକ ସ୍ଥାନ ରେ ନିରୀହ ଗରିବ ଙ୍କ ଘର ଭୁଶୁଡି ପଡିଛି। ଚକାପାଦ ବ୍ଲକ ର ବଉଳପଦା ର ଶ୍ରୀ ହରି ଗଣ୍ଡା ଙ୍କ ଘର ଟି ଭୁଶୁଡି ଯାଇଥିବା ବେଳେ ଖଜୁରୀ ପଡା ବ୍ଲକ ର ଉରୁମୁଣ୍ଡା ଗ୍ରାମ ର ରୋଗୀଣା ବୃଦ୍ଧା ଲୀଳାବତୀ ବେହେରା ଙ୍କ ଘର ଭାଙ୍ଗି ଯାଇଛି। ଏକ ମାତ୍ର ପାଗେଳୀ ଝିଅ ଟିକୁ ଧରି ଲୀଳା ବତୀ ସେହି ଘରେ ରହୁ ଥିଲେ। ଆଶା ଭରସା ର ଘର ଭୁଶୁଡି ଯିବା ପରେ ଆଉ ରହିବା କୁ ଜାଗା ନଥିବା ବେଳେ ବିପଦ ସମ୍ପୂର୍ଣ ଭଙ୍ଗା ଘରେ ରହି ଥିବା ଦେଖି ବାକୁ ମିଳିଛି। ଭୋକ ଉପାସ ରେ ୨ ଦିନ ହେବ। ଏ ଯାଏଁ ସରକାରୀ ସହାୟତା ମିଳି ନଥିବା ସୂଚନା ମିଳିଛି ।

ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କରେଣ୍ଟ କାଟ୍; ରୋଗୀ ହନ୍ତସନ୍ତ।

!!! କନ୍ଧମାଳ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(କନ୍ଧମାଳ) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଜୁଳି କଟି ଯିବା ଫଳରେ ରୋଗୀ, ନବଜାତ ଶିଶୁ ଏବଂ ଗର୍ଭବତୀ ମା ମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଗତ ତିନିଦିନ ହେଲା ସ୍ଥାନୀୟ ଅଂଚଳରେ ଲଗାଣ ବର୍ଷା ଚାଲିଥିବା ବେଳେ ବର୍ଷା ଯୋଗୁଁ ବାରମ୍ବାର ବିଜୁଳି କଟୁଛି !ଗତକାଲି ରାତି ସାରା ବିଜୁଳି କଟି ସକାଳ ନଅଟା ତିରିଶି ବେଳକୁ ବିଜୁଳି ଆସିଥିଲା! ରାତିସାରା ରୋଗୀ ଏବଂ ନବଜାତ ଶିଶୁ ମାନଙ୍କୁ ଅନ୍ଧାରରେ ରହିବାକୁ ପଡିଥିଲା!ଏପଟେ ବିଜୁଳି କଟୁଥିବା କାରଣରୁ ଡାକ୍ତରଖାନା ଶୌଚାଳୟରେ ପାଣି ମଧ୍ୟ ବନ୍ଦ ହୋଇଯାଇଥିଲା ଫଳରେ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ଶୌଚ ପାଇଁ ବାହାରକୁ ଯିବାକୁ ପଡ଼ିଥିଲା କିନ୍ତୁ ଛୁଆ ଜନ୍ମ ଦେଇ ଡାକ୍ତରଖାନା ରେ ଥିବା ମା ମାନଙ୍କୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥିଲା!ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନିମାଇଁ ଚରଣ ବିଶିଙ୍କୁ ପଚାରିବାରୁ ଜେନେରେଟର ଲଗେଇବା ପାଇଁ ଆମେ ଉପରିସ୍ଥ ଅଧିକାରୀ ଙ୍କୁ ଜଣେଇ ସମସ୍ୟାର ସମାଧାନ କରିବୁ ବୋଲି କହିଛନ୍ତି ଶ୍ରୀଯୁକ୍ତ ବିଶି।