ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ଙ୍କ ଐତିହାସିକ ପଦକ୍ଷେପ; ଦ୍ଵିଦଶନ୍ଧି ପରେ ବଢ଼ାଇଲେ ଦେବୋତ୍ତର ବିଭାଗ ଅଧିନସ୍ଥ ଘରର ଭଡ଼ା।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଗୁଣପୁର) – ଦେବୋତ୍ତର ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲା ଗୁଣପୁର ପୁରୁଣା ବଜାର ତଥା ପୁରୁଣା ତହସିଲ ଅଫିସ ନିକଟସ୍ଥ ଲକ୍ଷ୍ମୀ ନାରାୟଣ ମନ୍ଦିର ଠାରେ ଦୀର୍ଘ ଦୁଇ ଦଶନ୍ଧି ପୂର୍ବରୁ ଦୋକାନ ଗୃହ ଗୁଡିକ ଲିଜ ସୂତ୍ରରେ ଭଡାକୁ ଦିଆଯାଇଛି । ଦିଆଯାଇଥିବା ୨୬ ଗୋଟି ଦୋକାନ ଗୃହ ମଧ୍ୟରୁ ମାତ୍ର ୧୪ ଗୋଟି ଦୋକାନ ଗୃହରେ ନିଜେ ଲିଜ ଧାରୀ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ଅନ୍ୟ ଲିଜ ଧାରୀ ମାନେ ସେମାନଙ୍କ ଦୋକାନ ଗୃହକୁ ଅନ୍ୟ ମାନଙ୍କୁ ସବଲିଜ ରେ ଦେଇ ସେମାନଙ୍କ ଠାରୁ ଚଢା ଦରରେ ଗୃହ ଭଡା ନେଉଥିବା ଖବର ଜାଣିବା ପରେ ସ୍ଥାନୀୟ ତହସିଲଦାର ତଥା ଦେବୋତ୍ତର ବିଭାଗ ଅଧିକାରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ ଏହି ପ୍ରକ୍ରିୟା ଆଇନ ବିରୋଧ କହି ସମସ୍ତ ଲିଜଧାରୀ ଙ୍କୁ ଡକାଇ ଏକ ବୈଠକ କରିଥିଲେ । ଏଥିରେ ଅଞ୍ଚଳ ର କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ମଧ୍ୟ ଯୋଗ ଦେଇଥିଲେ। ଦୀର୍ଘଦିନ ପୂର୍ବରୁ ଦିଆଯାଇଥିବା ଲିଜର ମାସିକ ଭଡା ଖୁବ କମ ଅର୍ଥାତ ୫୦୦ ଟଙ୍କାରୁ କମ ଥିବାରୁ ଏହାକୁ ବୃଦ୍ଧି କରିବା ନେଇ ବୈଠକରେ ସ୍ଥିର କରାଯାଇଛି । ଦେବୋତ୍ତର ବିଭାଗ ପକ୍ଷରୁ ପ୍ରତ୍ୟେକ ଦୋକାନ ଗୃହର ମାସିକ ଭଡା ପରିମାଣ ପ୍ରତି ସ୍କୋଏର ଫିଟ କୁ ୩0 ଟଙ୍କା ହିସାବରେ ଆଦାୟ କରିବା ପାଇଁ ଧାର୍ଯ୍ୟ କରିଥିବା ବେଳେ ଦୋକାନଦାର ମାନଙ୍କ ଅନୁରୋଧ କ୍ରମେ ପ୍ରତି ସ୍କୋଏର ଫିଟ କୁ ୧୫ଟଙ୍କା ହିସାବରେ ଧାର୍ଯ୍ୟ କରାଯାଇଛି । ଏତତ୍ ବ୍ୟତୀତ ପ୍ରତି ଲିଜଧାରୀ ଅଗ୍ରୀମ ଛଅ ମାସର ଭଡା ଜମା ଦେବାକୁ କୁହାଯାଇଛି । ଦୋକାନ ଦାର ଏବଂ ଦେବୋତ୍ତର ବିଭାଗ ମଧ୍ୟ ରେ ହୋଇଥିବା ଚୁକ୍ତି ନାମା ପ୍ରତି ତିନି ବର୍ଷରେ ଥରେ ନବୀକରଣ କରାଯିବ ଏବଂ ଏହି ସମୟରେ ଭଡା ର ୫ ପ୍ରତିଶତ ବୃଦ୍ଧି କରାଯିବ ବୋଲି ସ୍ଥିର ହୋଇଛି । ଦେବୋତ୍ତର ବିଭାଗ ଅଧିକାରୀ ଦୋକାନଦାର ମାନଙ୍କୁ ଏହା ମଧ୍ୟ୍ୟ ସୂଚାଇ ଦେଇଛନ୍ତି କି,ଯଦି ଲିଜଧାରୀ ମାନେ ସେମାନେ ନେଇଥିବା ଦୋକାନ ଗୃହକୁ ନିଜେ ବ୍ୟବହାର ନକରନ୍ତି ତେବେ ଏହା ସେମାନଙ୍କ ଠାରୁ ଛଡାଇ ନେଇ ଯେଉଁମାନେ ଏହାକୁ ପ୍ରକୃତ ରେ ବ୍ୟବହାର କରୁଛନ୍ତି ସେମାନଙ୍କୁ ହସ୍ତାନ୍ତର କରାଯିବ କାରଣ ସବ ଲିଜ ଦେବା ଆଇନ ବିରୁଦ୍ଧ । ବୈଠକରେ ସ୍ଥିରୀକୃତ କ୍ରମେ ଦୀର୍ଘ ବର୍ଷରୁ ବଢା ଯାଇନଥିବା ଘରଭଡାକୁ ଚଳିତ ବର୍ଷ ବଢା ଯାଇ ଦେବୋତ୍ତର ବିଭାଗର ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ନିମନ୍ତେ ଶ୍ରୀ ସାବତ ଗ୍ରହଣ କରିଥିବା ଏଭଳି ପଦକ୍ଷେପ କୁ ସ୍ଥାନୀୟ ବୁଦ୍ଧିଜୀବି ମାନେ ସ୍ୱାଗତ କରିବା ସହ ସଧାରଣରେ ଭୁୟସୀ ପ୍ରସଂସା କରାଯାଇଛି ।

ଓଡିଶା ସାହିତ୍ୟ ଏକାଡେମୀ ସଦଶ୍ୟ ଭାବେ ମନୋନୀତ ହେଲେ ଗଜପତି ଜିଲ୍ଲାର ବିଚିତ୍ରା ନନ୍ଦ ବେବର୍ତ୍ତା।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଚିଠି ସଂଖ୍ୟା ୩୯୫୦/ତା୨୨-୦୭-୨୦୨୦ରିଖ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱର ଙ୍କ ନିର୍ଦେଶ କ୍ରମେ ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦଷ୍ୟ ଭବେ ମନୋନୀତ ହୋଇଛନ୍ତି।ଶ୍ରୀ ବେବର୍ତ୍ତାଙ୍କ କାର୍ଯ୍ୟକାଳ ୨୪/୦୭/୨୦୨୦ ୨୩/୦୭/୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ।ମହାମହିମ ରାଜ୍ୟପାଳଙ୍କ ଆଦେଶ କ୍ରମେ ପ୍ରମୁଖ ଶାସନ ସଚିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱର ଏହା ଅବଗତ କରିଛନ୍ତି। ଏହି ଶୁଭ ଅବସରରେ ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର,ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା,ବୁଲୁ ହୋତା, ମୁରଲୀଧର ପରିଛା, ରାଜକିଶୋର ଦାସ,ଭାଗବତ ପାଢ଼ୀ,ଡକ୍ଟର କୁଳମଣି ଓଝା ,ଡାକ୍ତର ଚନ୍ଦ୍ରଶେଖର ଦାସ,ବିପିନ ନାୟକ,ପୂର୍ଣଚନ୍ଦ୍ର ରଥ, ଡକ୍ଟର ଭାରତୀ ପାଣିଗ୍ରାହୀ,ଡାକ୍ତର କଲ୍ୟାଣି ମିଶ୍ର, ବିନୋଦ ଚନ୍ଦ୍ର ଜେନା,ଡକ୍ଟର ଭୁବନେଶ୍ୱର ପଟନାୟକ,ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଶ୍ରୀ ବେବର୍ତ୍ତାଙ୍କୁ ବଧେଈ ଜଣାଇ ଛନ୍ତି।
ଶ୍ରୀ ବେବର୍ତ୍ତା ପ୍ରତୁତରରେ ଶୁଭଙ୍କାଖୀଙ୍କ ସ୍ନେହ ,ଶ୍ରଧା ଶୁଭକାମନା ,ଯୋଗୁଁ ଜୀବନର ପ୍ରଥମଥର ଏ ସୁଯୋଗ ପାଇଛନ୍ତି।ଏହାର ସୁଦୁପଯୋଗ କରି ଗଜପତିର ସାହିତ୍ୟ ସାଂସ୍କୁତି ପରମ୍ପରାକୁ ଉଜିବିତ କରିବା ପାଇଁ ଧ୍ୟାନ ଦେବେ କହିଛନ୍ତି।

ବେରୁଆଁବାଡ଼ି ଗ୍ରାମକୁ ପାଞ୍ଚଦିନ ପାଇଁ ସଟଦାଉନ ଘୋଷଣା କଲେ ସରପଞ୍ଚ   

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍  !!! 

ଏଥର ସମ୍ଭାଳ (ବେଗୁନିଆପଡା) -ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେରୁଆଁବାଡ଼ି ଗ୍ରାମକୁ ବୁଧବାର ଠାରୁ ଆଗାମୀ ପାଞ୍ଚଦିନ ପାଇଁ ସଟଦାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ନୀଳାଞ୍ଚଳ ପାଢ଼ୀ l ଫଳରେ 22ତାରିଖ ଠାରୁ ଆସନ୍ତା 26ତାରିଖ ଯାଏଁ ସଟଡାଉନ ରହିବ l ବାରମ୍ବାର ସମ୍ପ୍ରତି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧିପାଉଥିବା ବେଳେ ବେଗୁନିଆପଡା ବ୍ଲକ ଏଥିରୁ ବାଦ ପଡିନି l  ପ୍ରତିଦିନ କେଉଁଠି ନା କେଉଁଠି ପଜିଟିଭ ରୋଗୀ ବାହାରୁଥିବାରୁ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି l ଏପରିସ୍ଥଳେ ବେରୁଆଁବାଡ଼ିରେ କିଛି ଲୋକ ଚିହ୍ନଟ ହୋଇଥିବା ଦୃଷ୍ଟିରୁ ସରପଞ୍ଚ ଶ୍ରୀ ପାଢ଼ୀ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଏବଂ ପୁଲିସ ସହ ଆଲୋଚନା କରି ଏହି ପଦକ୍ଷେପ ନେଇଛନ୍ତି l ଗ୍ରାମକୁ ପାଞ୍ଚଦିନ ପାଇଁ ସମ୍ପୂର୍ଣ ସଟଡାଉନ କରିଥିବାରୁ ଆବଶ୍ୟକୀୟ ସାମଗ୍ରୀ ଆଗୁଆ ମହଜୁଦ କରି ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିବା ପ୍ରକାଶ କରିଛନ୍ତି ଶ୍ରୀ ପାଢ଼ୀ l ବାରମ୍ବାର ସଚେତନତା ସତ୍ତ୍ୱେ କିଛି ଲୋକ ନିୟମ ମାନୁନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସରପଞ୍ଚ ଶ୍ରୀ ପାଢ଼ୀ l ତେଣୁ ଗ୍ରାମରେ  ପୁଲିସର ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ସରପଞ୍ଚ ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି l