କନ୍ଧମାଳ : ରାଇକିଆ ଥାନା ଅଧିକାରୀ ନିଜଦୋଷ କୁ ଲୁଚେଇବା ପାଇଁ ନିରୀହ ଯୁବକଙ୍କୁ ଉଠେଇନେଇଁ ନିଜର ହିରୋଗିରି ଭିଡ଼ିଓ କରି ଭାଇରାଲ କରିଥିବା ଘଟଣା ହେଲା ପର୍ଦାଫାସ !

!!! କନ୍ଧମାଳ ରୁ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଙ୍କ ହିରୋଗିରି ଏବେ ହେଲା ପର୍ଦାଫାସ । ଏ କଥା ଆମେ କହୁନୁ କହୁଛି ତାଙ୍କ ମାଧ୍ୟମରେ ଭାଇରାଲ ହେଇଥିବା ଭିଡ଼ିଓ ଫୁଟେଜ୍ । ସେଇ ଭିଡ଼ିଓ ଫୁଟେଜ୍ କରିଥିବା ବ୍ୟକ୍ତି ଜଣଙ୍କୁ ଏହି ଅଧିକାରୀ ଜଣକ ନାହିଁନ ଥିବା ଧମକ୍ ଦେଇ ତାଙ୍କ ନାମରେ ହିରୋଗିରି ଭିଡ଼ିଓ ବନେଇ ଭାଇରାଲ କରିବାକୁ ବାଧ୍ୟ କରିଥିଲେ । ସେହି ଭିଡ଼ିଓ ଅନ୍ୟ ମୋବାଇଲ ଏବଂ ଫେସବୁକ୍ ରେ ଭାଇରାଲ ମଧ୍ୟ ହେଇସାରିଛି । କିନ୍ତୁ ବଡ଼ ଦୁଃଖର ବିଷୟ ଯେ ଭିଡ଼ିଓ ବନେଇ ଥିବା ଯୁବକ ରାଇକିଆ ଅଞ୍ଚଳର ( ରାଜା ) ବଲି ପରିଚୟ ଦିଅନ୍ତି । ରାଜା କହିବା କଥା ନିଜର ଆତ୍ମ ସୁରକ୍ଷା କରିବାପାଇଁ ଅଧିକାରୀଙ୍କ କଥା କୁ ମାନିବାକୁ ବାଧ୍ୟ ହେଇଥିଲେ । ପ୍ରକୃତ ସତ୍ୟା ସତ୍ୟ ଘଟଣା ଟି ହେଲା ଗତ ତା, ୦୯. ୦୯.୨୦୧୯ ରିଖରେ ରାଇକିଆ ଥାନାରେ ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗର କେସ ରେଜେଷ୍ଟି ହେଇଥିଲା । ସେଇ କେସ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଏବଂ ଜି ଉଦୟଗିରି S D P O ଜୟକୃଷ୍ଣ ବେହେରା ଚପେଇ ରଖିଥିବାରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷକ ଅଧିକାରୀ ଙ୍କ ଦ୍ୱାରସ୍ଥ ହେଇଥିଲେ ନାବାଳିକା ଓ ତାଙ୍କ ବାପା ମାଁ । ତଥାପି ମଧ୍ୟ ସେଇ ନାବାଳିକା ଙ୍କୁ ଦୁଷ୍ମର୍ମ କରି ଫେରାର୍ର ଥିବା ଯୁବକ ଙ୍କୁ ଗିରଫ କରାଜିନାହିଁ । ଏହି ଘଟଣାକୁ ନେଇ ନାବାଳିକା ନେସ୍ନାଲ ହିୟୁମାନରାଇଟ୍ସ କମିଶନର ଙ୍କ ଦ୍ୱାରସ୍ତ ହେଇଥିଲେ । ସେଇ ଅଭିଯୋଗ ଅନୁଯାଇ ଥାନା ଅଧିକାରୀ ଙ୍କ ନାମରେ ଏକ ମାମଲା ରୁଜୁ ହେଇଛି । କେସ ନମ୍ବର୍ ୧୩୯୨/୧୮/୨୬/୨୦୨୦ । ତେଣୁ ସତ୍ୟ କୁ ସାମ୍ନା କରୁଥିବା ସାମ୍ବାଦିକ କୁନା ଦିଗାଲ ଙ୍କ ନିକଟରେ ଅଭିଯୋଗ କଲେ ନାବାଳିକା । ସେଇ ଅଭିଯୋଗ ଅନୁସାରେ ରାଇକିଆ ଥାନା ଅଧିକାରୀ ଙ୍କୁ ଶ୍ରୀ ଦିଗାଲ ପଚାରି ବୁଝିବାରୁ ଅଧିକାରୀ ଜଣକ କୌଣସି ଉତ୍ତର ଦେଇନ ଥିଲେ । ଏକ ସପ୍ତାହ ଅପେକ୍ଷା କଲା ପରେ ମଧ୍ୟ ଅଧିକାରୀ ଜଣକ କୌଣସି ପ୍ରକାରେ ଉତ୍ତର ନ ଦେବାରୁ ପ୍ରମାଣ ସହ ସେଇ ଖବର୍ ପ୍ରସାର କଲେ ଶ୍ରୀ ଦିଗାଲ । ସେଇ ସତ୍ୟା ସତ୍ୟ ଘଟଣା କୁ ଖବର୍ ପ୍ରସାର୍ କରାଯିବା ପରେ ଅଧିକାରୀ ଜଣକ ଏଭଳି ବର୍ବର କାଣ୍ଡ ଘଟେଇ ଥିବା ଅଭିଯୋଗ ହେଇଚି । ଆଜି ପର୍ଯ୍ୟନ୍ତ ସେଇ ନାବାଳିକା ଙ୍କୁ ନ୍ୟାୟ ଦେବା ବଦଳରେ ବହୁମାସ ହେଲା ଅଭିଯୁକ୍ତ ବାଞ୍ଛାନିଧି ପ୍ରଧାନ ଙ୍କୁ ଗିରଫ ନ କରି ଚପେଇ ରଖିଛନ୍ତି ଥାନା ଅଧିକାରୀ । ତେଣୁ ନାବାଳିକା ଙ୍କ ଅଭିଯୋଗ ଅନୁସାରେ ତାହା ଖବର ପ୍ରସାର କରାଗଲା । ଖବର୍ ପ୍ରସାର ହେବାପରେ ରାଇକିଆ ଅଞ୍ଚଳ ର ଜଣେ ଯୁବକ ( ରାଜା ) ସେଇ ସତ୍ୟା ସତ୍ୟ ଘଟଣା ର ପର୍ଦାଫାସ ହେଇଥିବା ଖବର୍ ଟି କୁ ସ୍ୱାଗତ କରି ଅନ୍ୟକୁ ସ୍ୟାର୍ କରିଥିଲେ । କିନ୍ତୁ ରାଇକିଆ ଥାନା ଅଧିକାରୀ ସେଇ କେସ କୁ ଘଣ୍ଟ ଘୋଡ଼େଇ ରଖିଥିବାରୁ ସେଇ ଯୁବକ କୋଭିଡ଼ ୧୯ ଡିୟୁଟି ରେ ଥିଲେ ମଧ୍ୟ ତାଙ୍କୁ ରାଇକିଆ ପୋଲିସ ଥାନାକୁ ଉଠେଇ ଆଣି ତାଙ୍କ ମୁଣ୍ଡରେ ପିସ୍ତଲ ରଖି ଅଧିକାରୀ ଙ୍କ ସପକ୍ଷରେ ଆଉ ଖବର୍ ପ୍ରସାର କରିଥିବା ସାମ୍ବାଦିକ କୁନା ଦିଗାଲ ଙ୍କ ବିରୁଦ୍ଧରେ ଏକ ଭିଡ଼ିଓ କରି ଭାଇରାଲ କରିବାକୁ ବାଧ୍ୟ କରିଥିଲେ । ଥାନାକୁ ନେଇଁ ତାଙ୍କ ଉପରେ ଏଭଳି ଚାପ ପକେଇଥିଲେ ଫଳରେ ଯୁବକଟି ନିଜ ଜୀବନ ଆଉ ତାଙ୍କ ପରିବାର ର ଜୀବନ ରକ୍ଷା ପାଇଁ ସେଭଳି ଭିଡ଼ିଓ କରିବାକୁ ବାଧ୍ୟ ହେଇଥିଲେ ବଲି କହିଛନ୍ତି । ଏମିତି ଚାପ ପକେଇ ଥିଲେ ଯେ ସେଇ ଯୁବକ ଟି ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଙ୍କ ସପକ୍ଷ ରେ ବା ଅଧିକାରୀ ଜଣକ ବହୁତ ଭଲ ଆଉ ଭଲ କାମ କରୁଛନ୍ତି ଏବଂ ତାଙ୍କ ନାମରେ ସାମ୍ବାଦିକ କୁନା ଦିଗାଲ ଜୁ ନିଉଜ୍ କରିଛନ୍ତି ତାହା ମିଛ ବଲି ଭିଡ଼ିଓ ବନେଇ ଭାଇରାଲ କରିବାକୁ ବାଧ୍ୟ ହେଇଥିଲେ । କାରଣ ସେଭଳି ଭିଡ଼ିଓ ନ ବନେଇବା ପାଇଁ ମୋର ଆଉ ଉପାୟ ନ ଥିଲା ବଲି କହିଛନ୍ତି ରାଜା । ଏହାର ଯଥେଷ୍ଟ ପ୍ରମାଣ ମଧ୍ୟ ଅଛି । ନିଜର ଏବଂ ମୋ ପରିବାର ର ଜୀବନ ବଞ୍ଚେଇବା ପାଇଁ ଏଭଳି ଭିଡ଼ିଓ ବନେଇଥିବା କହିଛନ୍ତି ଯୁବକ ଜଣକ । ଯାହା ଏବେ ସେଇ ଘଟଣାଟି ପର୍ଦାଫସ ହେଇଛି । ଯୁବକ ଜଣକ ଙ୍କୁ ଭୟଭୀତ କରେଇ ନିଜ ଦୋଷ କୁ ଲୁଚେଇବା ପାଇଁ ନିଜକୁ ନିଜେ ହିରୋଗିରି ଦେଖେଇ ହେଉଥିବା ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଙ୍କର ଏଭଳି କରିବା କେତେ ଦୂର ଠିକ୍ ତାର ଉତ୍ତର ସାଧାରଣ ଜନତାଙ୍କ ପାଖରେ । ଅଧିକାରୀ ଜଣକ ସେଇ ଯୁବକ ଙ୍କୁ ଏମିତି ଭୟଭୀତ ଦେଖେଇ ଛନ୍ତି ଫଳରେ ସେ ବର୍ତ୍ତମାନ ନିଜକୁ ଅ ସୁରକ୍ଷିତ ମନେ କରୁଛନ୍ତି । ଯଦି ସେଇ ଯୁବକର କିମ୍ବା ଗଣମାଧ୍ୟମ ପ୍ରତିନିଧି କୁନା ଦିଗାଲ ଙ୍କର କିଛି ବି ଅସୁବିଧା ହୁଏ ସେଥିପାଇଁ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଦାଇରହିବେ ବଲି ଶ୍ରୀ ଦିଗାଲ ମତପ୍ରକାଶ କରିଥିବାବେଳେ ଏଭଳି ଅଧିକାରୀ ଙ୍କ ପ୍ରତି ଉପରିସ୍ତ ଅଧିକାରୀ ମାନେ କି ପଦକ୍ଷେପ ନେବେ ତାହା ଦେଖିବା ଅପେକ୍ଷାରେ ।

ସିପିଆଇ ପକ୍ଷରୁ ବେଗୁନିଆପଡା ଠାରେ ଗଣ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ l  

ଏଥର ସମ୍ଭାଳ ବେଗୁନିଆପଡା  – ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ ପରିଷଦ ଆହ୍ୱାନରେ ସିପିଆଇ ବେଗୁନିଆପଡା ଆଞ୍ଚଳିକ ପରିଷଦ ନେତୃତ୍ୱରେ ବେଗୁନିଆପଡା ଠାରେ ଶୁକ୍ରବାର ଦିନ ଗଣ ବିକ୍ଷୋଭ କରାଯିବା ସହ କୋଭିଡ-19 ଓ ଅମ୍ପନ ଭଳି ସଙ୍କଟ ଜନକ ସ୍ତିତିରେ ଜନସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ତେର ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ l ଦାବୀ ଗୁଡିକ ମଧ୍ୟରେ ଅମ୍ପନ କ୍ଷତିଗ୍ରସ୍ତଙ୍କୁ ସହାୟତା, ଦିନମଜୁରିଆଙ୍କୁ କାମପ୍ରଦାନ, ସମସ୍ତ ପ୍ରବାସୀଙ୍କୁ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ପ୍ରତ୍ୟେକ ପରିବାରଙ୍କୁ ରାସନ, ନୂତନ ଚାଷ ପାଇଁ ମାଗଣା ସାର, କୀଟନାଶକ, କୃଷି ଋଣ ଛାଡ ସହ ବିନାସୁଧରେ ଋଣ ପ୍ରଦାନ,  ଛାତ୍ରଛାତ୍ରୀଙ୍କ ସମସ୍ତ ଫିସ ଛାଡ଼, ପ୍ରବାସୀଙ୍କୁ ଘୋଷିତ ସହାୟତା ପ୍ରଦାନ ଏବଂ ବ୍ୟାପକ କୋଭିଡ ଟେଷ୍ଟିଙ୍ଗ ବ୍ୟବସ୍ଥା ସହ ଆନୁସଙ୍ଗିକ ଚିକିତ୍ସା ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ l ଉକ୍ତ କାର୍ଯ୍ୟକ୍ରମରେ ସିପିଆଇ ଆଞ୍ଚଳିକ ସମ୍ପାଦକ ରଙ୍କନାଥ ସ୍ୱାଇଁ, ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଅଖିଳ ଭାରତୀୟ ଯୁବାସଂଘ ରାଜ୍ୟ ସଭାପତି ପ୍ରଦୀପ ସେଠୀ, ବେଗୁନିଆପଡା ଆଞ୍ଚଳିକ ସହସଂପାଦକ ସତ୍ୟବାଦୀ ସ୍ୱାଇଁ, ଖଲ୍ଲିକୋଟ ଆଞ୍ଚଳିକ ସହସଂପାଦକ ବିଦ୍ୟାଧର ବେହେରା ସମେତ ଅନ୍ୟମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବେଗୁନିଆପଡା ବିଡ଼ିଓ ଦେବବର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଅପରପକ୍ଷରେ ରାଜ୍ୟ ସରକାର ଦାବିପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ବ୍ୟାପକ ଜନ ଆନ୍ଦୋଳନ ପାଇଁ ଦାୟୀ ରହିବେ ବୋଲି ସିପିଆଇ କର୍ମକର୍ତ୍ତା ମାନେ ଧମକ ଦେଇଥିଲେ l

ବୁରୁଝରୀ ପଞ୍ଚାୟତ ସାତଦିନ ପାଇଁ ସଟଡାଉନ !

ଏଥର ସମ୍ଭାଳ ବେଗୁନିଆପଡା – ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତକୁ ସାତଦିନ ପାଇଁ ସଟଡାଉନ କରିଛନ୍ତି ସ୍ଥାନୀୟ ସରପଞ୍ଚ  l ଏହି ପଞ୍ଚାୟତରେ ଗତ ଗତ ତିନି ଦିନ ମଧ୍ୟରେ ପାଞ୍ଚଜଣ କୋଭିଡ ହସ୍ପିଟାଲକୁ ନିଆଯିବା ପରେ ବ୍ଲକ ପ୍ରଶାସନଙ୍କ ସହ ଆଲୋଚନା ପରେ ମଙ୍ଗଳବାର ସନ୍ଧ୍ୟା 5.30ରେ ଆସନ୍ତା 8ତାରିଖ ଯାଏଁ ସାତଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଶ୍ରୀମତୀ କସ୍ତୁରୀ ପରିଡା l ଏହାସହ ସାତଦିନ ପାଇଁ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ପାଇଁ ପଞ୍ଚାୟତ ବାସୀଙ୍କୁ ସଚେତନ କରାଯାଇଛି l ସୂଚନାଯୋଗ୍ୟ ପଞ୍ଚାୟତର ବୁରୁଝରୀ ଏବଂ ନୂଆଗାଁରୁ ପାଞ୍ଚଜଣଙ୍କୁ କୋଭିଡ ହସ୍ପିଟାଲ ନେବାପରେ ପଞ୍ଚାୟତର ସମସ୍ତ ଗ୍ରାମ ସମେତ ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି l

କିରୋସିନ ବଂଟନ କ୍ଷେତ୍ରରେ ଚଂଚକତା,କଂଟାପଡା ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନଙ୍କ ଗଣ ଧାରଣା ! 

ଏଥର ସମ୍ଭାଳ (ବାରଙ୍ଗ) –  ତା ୦୨/୦୬/୨୦ ରିଖ କେନ୍ଦ୍ର ସରକାର ରାସନ କାର୍ଡ ହିତାଧିକାରୀମାନଙ୍କ ପାଇଁ ମାସିକ ଦୁଇ ଲିଟର କିରୋସିନ ଯୋଗାଇ ଆସୁଛନ୍ତି । ତେବେ କିରୋସିନ୍ ବଂଟନ କ୍ଷେତ୍ରରେ ସରକାରୀ ଦର ଠାରୁ ଉଚ୍ଚ ଦରରେ ବିକ୍ରି କରା ଯାଇ ଚଂଚକତା ପୂର୍ବକ, ଜନ ସାଧାରଣଙ୍କୁ ଶୋଷଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ଆହ୍ୱାନ କ୍ରମେ, ରାଜ୍ୟର ବିଭିନ୍ନ ବ୍ଲକରେ ସାମାଜିକ ଦୂରତାକୁ ବଜାୟ ରଖି ଗଣ ଧାରଣା ପ୍ରଦର୍ଶନ କରାଯାଉଛି । ଏହି କିରୋସିନ ବଂଟନର ଅନିୟମିତତା ହେତୁ, ଆଜି ଓସା,କଟକ ଜିଲ୍ଲା ତରଫରୁ କଂଟାପଡା ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନେ ଗଣ ଧାରଣା ପ୍ରଦର୍ଶନ କରିଥିଲେ । ତେବେ ବର୍ତ୍ତମାନ କରୋନା ବିପତ୍ତି ଯୋଗୁଁ ସରକାର ଅଗ୍ରୀମ ତିନି ମାସର ୬ଲିଟର କିରୋସିନ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଡିଲର ମାନଙ୍କୁ ଏହି କିରୋସିନ ହିତାଧିକାରୀଙ୍କ ନିକଟରେ ପହଂଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । କିନ୍ତୁ ଡିଲରମାନେ ସମସ୍ତ ସରକାରୀ ନୀତି ନିୟମକୁ ଉଲଂଘନ କରି ୬ଲିଟର ଜାଗାରେ ୫ ଲିଟର କିରୋସିନ ଦେବା ସହ ଲିଟର ପିଛା ସକରାରୀ ନିର୍ଦ୍ଧାରିତ ଦରଠାରୁ ଚଢା ଦରରେ ଅର୍ଥାତ ୪୦ରୁ ୫୦ ଟଙ୍କା ଲିଟର ପିଛା ନେଇ ହିତାଧିକାରୀଙ୍କୁ ଲୁଟ କରିବାରେ ଲାଗିପଡିଛନ୍ତି । ଏହି ଭଳି ଭାବେ ଡିଲର ଏବଂ ମାର୍କେଟିଙ୍ଗ ଇନସିପେକ୍ଟରଙ୍କ ମିଳିତ ମଧୁ ଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛନ୍ତି ।ରାସନ ସାମଗ୍ରୀ ବଂଟନ ବେଳେ,ଏହାର କୌଣସି ରସିଦ୍ ଦେଉନାହାନ୍ତି ଏବଂ ବଂଟନ କାଗଜାତପତ୍ରରେ ୫ଲିଟର କିରୋସିନ ଦେଇ ୬ ଲିଟର ଲେଖି ଦେଉଛନ୍ତି।ଏତ୍ଦ ବ୍ୟତୀତ ଡିଲରମାନେ ସେମାନଙ୍କର ବଂଟନ କେନ୍ଦ୍ରରେ ଜନ ସାଧାରଣଙ୍କ ପାଇଁ କୌଣସି ମୂଲ୍ୟ ସୂଚୀ ପ୍ରଦର୍ଶନ କରୁ ନାହାନ୍ତି ଏବଂ ଗଚ୍ଛିତ ସାମଗ୍ରୀ ସଂପର୍କରେ ଉଲ୍ଳେଖ କରାଯାଉନାହିଁ, ଯାହା ଅତ୍ୟନ୍ତ ପରିତାପର ବିଷୟ ଅଟେ । ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ସୂଚନାଧିକାରକର୍ମୀମାନେ ବିକ୍ଷୋଭକୁ ଆହୁରି ଜୋରଦାର କରାଯିବ ବୋଲି, ଆୟୋଜିତ ଗଣ ଧାରଣାରେ କଟକ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି । ପରିଶେଷରେ ଧାରଣା ସ୍ଥଳରେ ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ରୁବି ତପସ୍ବନୀ ଏବଂ ବ୍ଲକ୍ ଯାଗାଣ ଅଧିକାରୀ ନସିମା ବେଗମ୍ ସୂଚନାଧିକାରକର୍ମୀମାନଙ୍କ ସହିତ ଆଲୋଚନା ପୂର୍ବକ ଅସାଧୁ ଡିଲରମାନଙ୍କ ପ୍ରତି ବିହିତ ପଦକ୍ଷେପ ଗ୍ରହଣ କରିବା ସହିତ ବଂଟନ କେନ୍ଦ୍ରରେ ମୂଲ୍ୟ ତାଲିକା ପ୍ରଦର୍ଶନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ନୀରବ ପ୍ରତିବାଦରେ, କଂଟାପଡା ବ୍ଲକ ସଂଯୋଜକ ତଥା ସୂଚନାଧିକାରକର୍ମୀ ମାଧବାନନ୍ଦ ଭୋଇଙ୍କ ନେତୃତ୍ୱରେ ସୂଚନାଧିକାରକର୍ମୀ ବସନ୍ତ ଜେନା, ଅଭିମନୁୂ ମଲ୍ଲିକ୍,ସନ୍ତୋଷ ପ୍ରଧାନ, ଶରତ ପରିଡା, ଦିଲ୍ଲୀପ ରାଉତରାୟ,ସୁକାନ୍ତ ସ୍ବାଇଁ, ରାଜ କିଶୋର ଦାସ ଏବଂ ରଶ୍ମୀ ରଂଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ ।

ଶିକ୍ଷକ ଙ୍କ ପ୍ରତ୍ୟାବର୍ତ୍ତନ ଖବର କୁ ବିରୋଧ ; ଉଚ୍ଚ ସ୍ଥରିୟ ତଦନ୍ତ ଦାବୀ !

!!! ଏଥର ସମ୍ଭାଳ ବ୍ୟୁରୋ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) – ରାମନାଗୁଡା ବ୍ଲକ ଅଧିନସ୍ଥ ବନ୍ଧୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଜଣ ଶିକ୍ଷକ ରହିଛନ୍ତି । ଗତ ତା ୨୭ ଜାନୁୟାରୀ ୨୦୨୦ ରିଖ ଦିନ ସମ୍ପୃକ୍ତ କେନ୍ଦ୍ରୀୟ ସାଧନ ସଂଯୋଜକ ଏହି ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ବେଳେ ଶିକ୍ଷକ ମୃତୁଞ୍ଜୟ ଶତପଥୀ ବିଦ୍ୟାଳୟ ରେ ଅନୁପସ୍ଥିତ ଥିବାରୁ ଶିକ୍ଷକଙ୍କ ଉପାସ୍ଥାନ ଖାତାରେ ଶ୍ରୀ ଶତପଥୀ ଛୁଟିରେ ଥିବା ଭଳି ଦର୍ଶାଇବା ନିମନ୍ତେ ପ୍ରଧାନ ଶିକ୍ଷକଙ୍କୁ କହିଥିଲେ । ପ୍ରଧାନଶିକ୍ଷକ ଶ୍ରୀ ଶତପଥୀ ଛୁଟିରେ ଥିବା ଉପସ୍ଥାନ ଖାତାରେ ଦର୍ଶାଇଥିଲେ । ପରବର୍ତ୍ତୀ ଦିନ ଅର୍ଥାତ ୨୮ ଜାନୁୟାରୀ ୨୦୨୦ ରେ ଶ୍ରୀ ଶତପଥୀ ବିଦ୍ୟାଳୟରେ ପହଞ୍ଚି ରାଗିଯାଇ ତାଙ୍କ ବିନା ଅନୁମତିରେ ଉପସ୍ଥାନ ଖାତାରେ କାହିଁକି ଏଭଳି ଦର୍ଶାଯାଇଛି କହି ସେହି ଦିନ ସେ ବିଦ୍ୟାଳୟ ରେ ଥିବାଭଳି ଦସ୍ତଖତ କରିଥିବା ଅଭିଯୋଗ ହୋଇଛି । ଏହି ଅସଙ୍ଗତ ଘଟଣା ବିଷୟରେ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଧାନ ଶିକ୍ଷକ ଅଭିଯୋଗ କରିବାରୁ ଗୋଷ୍ଠୀ ଶିକ୍ଷା ଅଧିକାରି ଏହାର ତଦନ୍ତକରି ଶ୍ରୀ ଶତପଥୀ ଙ୍କୁ ୨୦୨୦ ମସିହା ମାର୍ଚ୍ଚ ମାସ ୭ ତାରିଖ ଦିନ ପୂଜାରୀଗୁଡା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରିଛନ୍ତି । କିଛି ଅଭିଯୋଗ ଅନ୍ୟ ଜଣେ ଶିକ୍ଷକ ଏଲ. ଗୋପାଳ ରାଓ ଙ୍କ ବିରୁଦ୍ଧରେ ରହିଥିବାରୁ ତାଙ୍କୁ ମଧ୍ୟ ସେହି ତାରିଖ ରେ ନାରାୟଣଗୁଡା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ଶିକ୍ଷକଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାନଯାଇ କେବଳ ସ୍ଥାନାନ୍ତରିତ କରାଗଲା କାହିଁକି ବୋଲି ଅଭିଭାବକ ମହଲରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଉଭୟ ଶିକ୍ଷକ କିଛି ରାଜନୈତିକ ଚାପ ପକାଇ ପୁଣି ଏହି ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ମସୁଧା ଚଲାଇଥିବା କୁହାଯାଉଛି । ଏହି ବିଦ୍ୟାଳୟରେ ଏମିତି କଣ ରହିଛି ଯେ ପୁଣି ଉଭୟ ଦୁଇ ଶିକ୍ଷକ ବନ୍ଧୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ମସୁଧା ଚଲାଇଛନ୍ତି ବୋଲି ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠିଛି । ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକତା ହୋଇପଡିଛି ।

ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାସୀ ଓଡ଼ିଆ ଙ୍କୁ ଗୁଣୁପୁର ଠାରେ ଶୁଖିଲା ଖାଦ୍ୟ ବଣ୍ଟନ !

!!! ଗୁଣୁପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର) – ରାୟଗଡ ଜିଲ୍ଲା ଗୁଣୁପୁର ଠାରେ ଆଜି ପ୍ରବାସୀ ଓଡ଼ିଆ ମାନଙ୍କୁ ସାହାଯ୍ୟ ଉଦ୍ଧେଶ୍ୟ ରେ ଗୁଣୁପୁର କଲେଜ ସ୍ଥିତ କ୍ୱାରେଣ୍ଟାଇନ୍ କେନ୍ଦ୍ର ଠାରେ ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ତଥା ରାଜ୍ୟ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡ଼ ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ , ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଗଗନ ଆଚାର୍ଯ୍ୟ ଉପସ୍ଥିତ ରହି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏଥିରେ ଗୁଣପୁର ବିଜୁ ଜନତା ଦଳ ର ସମସ୍ତ ସଦସ୍ୟ , ବିଜୁ ଯୁବ ବାହିନୀ ର ସଦସ୍ୟ , ସମସ୍ତ ୱାର୍ଡ ର କାଉନସିଲର ଏବଂ ପୂର୍ବତନ କାଉନସିଲର ଙ୍କ ସମେତ ବହୁ ବିଜୁପ୍ରେମୀ ଉପସ୍ଥିତ ରହିଥିଲେ । ବିଜୁ ଜନତା ଦଳ ର ଏଭଳି କାର୍ଯ୍ୟ କୁ ସାଧାରଣ ରେ ଭୁୟସୀ ପ୍ରଶଂସା କରାଯାଇଛି ।

ଗୁଣୁପୁର ବିଜେପି ର ସାମ୍ବାଦିକ ସମ୍ମିଳନୀ , କରୋନା ଚିକତ୍ସା ନିମନ୍ତେ ଆସୁଥିବା ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ !

!!! ଗୁଣୁପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର) – ରାୟଗଡ ଜିଲ୍ଲା ଗୁଣପୁର ବିଜେପି କର୍ମକର୍ତାଙ୍କଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପ୍ରତିନିଧି ଶ୍ରୀ ୱାଇ.ଗଣପତିଙ୍କ ନେତ୍ତୃତ୍ୱରେ ରାୟଗଡା ଏବଂ କୋରାପୁଟ ଜିଲ୍ଲାର ସମସ୍ତ ଗୋଷ୍ଠି ଉର୍ଣ୍ଣୟନ ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ ଅନୁଯାଇ ପ୍ରତେକ ଗ୍ରାମ ପଞ୍ଚାୟତକୁ କୋରୋନା ପାଇଁ ସରକାର କେତେ ଟଙ୍କା ଦେଇଛନ୍ତି । ସେଥିରୁ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋହିଛି , କ୍ୱାରେଣ୍ଟିନ ସେଣ୍ଟରେ ଆଜି ସୁଦ୍ଧା କେତେଜଣ ରହିଛନ୍ତି , କ୍ୱାରେଣ୍ଟିନ ସେଣ୍ଟରକୁ କେତେଜଣ ସ୍ୱାସ୍ଥ୍ୟ କର୍ମୀ ପରିଦର୍ଶନରେ ଆସିଛନ୍ତି ଏହିଭଳି ସାତୋଟି ବିନ୍ଦୁ ଉପେରେ ବିବରଣୀ ମଗାଯାଇଥିବା ସୁଚନା ଦେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗରିବ ଏବଂ ଅଶହାୟ ଲୋକଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ଯେଭଳି ଠିକ ଲୋକଙ୍କ ପାଖରେ ପହଞ୍ଚିବ ଜାଣିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏହା ମଗାଯାଇଥିବା ଉଲ୍ଲେଖ କରିଛନ୍ତି । ଏହା ବ୍ୟତୀତ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଉଅଛି କି ରାୟଗଡା ଜିଲ୍ଲା ରେ ବର୍ତମାନ ସୁଧା ଗ୍ରୀନ ଜୋନ ରେ ରହିଛି । ଏହାର ସୀମାରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ନାହାନ୍ତି ଏଣୁ ପଡୋଶୀ ଜିଲ୍ଲାରୁ ଏବଂ ଆନ୍ଧ୍ରପ୍ରଦେଶରୁ ବିନା ଦ୍ବିଧାରେ ଅନୁପ୍ରବେଶକାରି ଜିଲ୍ଲାରେ ପ୍ରବେଶ କରୁଛନ୍ତି ଯାହାପାଇଁ ଆମ ଜିଲ୍ଲା ମଧ୍ୟ ସଂକ୍ରମିତ ହୋଇପାରେ । ଏଣୁ ଏଥିପ୍ରତି ସମସ୍ତଙ୍କୁ ଧ୍ୟାନ ଦେବା ପାଇଁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମିଡିଆ ସେଲ୍ କୋଡିନେଟର ଫାଲଗୁନି ଶବର , ନଗର ସଦସ୍ୟ ଶ୍ରୀନିବାସ ସ୍ୱାଇଁ , ଗୋପାଳ କୃଷ୍ଣଦେବ ପାତ୍ର , ଭଗବାନ ଚୌଧରୀ,ୱାଇ. ସାନମୁଖା, ବାବୁରାଓ, ସନ୍ତୋଷ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡ ଆରକ୍ଷୀ ଅଧିକ୍ଷକ ଙ୍କ ସାମ୍ବାଦିକ ସମ୍ମିଳନୀ , ଜବତ ହେଲା ୧୧୭୦ କେଜି ଗଞ୍ଜେଇ !

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗତ ମେ ୩୧ ତାରିଖ ଦିନ ଗୁଡାରି ଥାନାର ଏସ.ଆଇ ପୁରୁଷୋତ୍ତମ ଯାନୀ ଥାନାର ଅନ୍ୟ କର୍ମଚାରୀ ମାନଙ୍କ ସହ ପେଟ୍ରୋଲିଂ କରୁଥିବା ସମୟରେ ଗୁଡାରି ଥାନା ଅଧିନସ୍ତ ଖାରିଗୁଡା ର ଏକ ଭାଲିଆ ତୋଟାରେ କିଛି ବ୍ୟକ୍ତି ଗଞ୍ଜେଇ ପ୍ୟାକିଙ୍ଗ କରୁଥିବା ଖବର ପାଇ ତତକ୍ଷଣାତ ଭାଲିଆ ତୋଟାରେ ଚଢ଼ାଉ କରିବା ସମୟରେ ତେର ଜଣବ୍ୟକ୍ତି ପଲିଥିନ ବ୍ୟାଗରେ ଗଞ୍ଜେଇ ଭରି କରୁଥିବା ଦେଖିବାକୁ ପାଇଥିଲେ । ପୋଲିସକୁ ଦେଖିବା ମାତ୍ରେ ଏହି ବ୍ୟକ୍ତି ମାନେ ଦୌଡ଼ି ପଳାଇ ଯାଉଥିବା ସମୟରେ ଏମାନଙ୍କ ମଧ୍ୟରୁ ସମୀର ମାଝି ନାମକ ଜଣେ ବ୍ୟକ୍ତି କୁ ପୋଲିସ କାବୁ କରିଥିଲା । ଅନ୍ୟମାନେ ଦୌଡ଼ି ପଳାଇ ଯାଇଥିଲେ ହେଁ ଅନ୍ୟ ରାଜ୍ୟରୁ ଆସୁଥିବା ଗଞ୍ଜେଇ ବ୍ୟବସାୟୀ ଙ୍କୁ ବିକ୍ରି କରିବା ନିମନ୍ତେ ସେମାନେ ସମସ୍ତେ ମିଶି ଗଞ୍ଜେଇ ପ୍ୟାକିଙ୍ଗ କରୁଥିବା ଏବଂ ଏହା ଲକଡାଉନ ଉଠିବା ପରେ ବିକ୍ରି କରିବା ସ୍ଥିର କରିଥିବା ମାନି ନେଇଛନ୍ତି ।ପୋଲିସ ଘଟଣା ସ୍ଥଳରୁ ୧୩ ଟି ବ୍ୟାଗରେ ଭାରି ରହିଥିବା ୧୧୭୦ କିଲୋ ଗଞ୍ଜାଇ ସହ ୯ ଗୋଟି ମୋଟର ସାଇକେଲ, ଓଜନ ନିମନ୍ତେ ବ୍ୟବହାର କରୁଥିବା ଡିଜିଟାଲ ଓଜନ ମାପ ଯନ୍ତ୍ର ଏବଂ ବିଭିନ୍ନ ବ୍ୟାଙ୍କର ୭ ଗୋଟି ଏ ଟି ଏମ କାର୍ଡ ଜବତ କରିଛି। ଏନେଇ ଗୁଣପୁର ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ କୁମାର ସୂଚନା ଦେଇଛନ୍ତି । ଗୁଡାରି ଥାନା ଅଧିନସ୍ଥ ସର୍ଗିଗୁଡା ଗ୍ରାମର ହେନାରୁ ମାଝୀଙ୍କ ପୁତ୍ର ସମୀର ମଝି ଏବଂ ଅନ୍ୟ ବାରଜଣ ଙ୍କ ନାମରେ ଗୁଡରି ଥାନା କେସ ନଂ ୩୮ ରେ କେସ ରୁଜୁ କରାଯାଇ ଗଞ୍ଜେଇ ନିରୋଧକ ଆଇନ ଧାରା ୨୦ (ଖ) ର ୨ ଏବଂ ଗ କ୍ରମେ କେସ ଦାୟର କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।କେସର ତଦନ୍ତ ଚାଲିଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ଦାସ , ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧ କୋଟି ହେବ ବୋଲି ଆକଳନ କରାଯାଇଛି ।