କୋରନା ବେଳେ କନ୍ଧମାଳରେ ବଢୁଛି ଗଂଜେଇ ଚୋରାଚାଲାଣ / ପଶ୍ଚିମବଙ୍ଗ ଆଳୁ ଗାଡ଼ିରେ ଗଂଜେଇ ଚାଲାଣ ବେଳେ ଧରିଲା ପୋଲିସ ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାଶ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) -ଚାରିଆଡେ ବିଶ୍ୱ ମହାମାରୀ କରନା କାୟାବିସ୍ତାର କରିଛି କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି ଏପଟେ କୋରନାର ମୁକାବିଲା ପାଇଁ ପୋଲିସ ପ୍ରଶାସନ ଲଢ଼ୁଥିବା ବେଳେ ଗଂଜେଇ ମାଫିଆ ଏହାର ସୁଯୋଗ ନେଇଁ ସକ୍ରିୟ ହୋଇଛନ୍ତି l ଜ଼ିଲ୍ଲାରେ ଗଂଜେଇ ଚାଷୀ ଓ ମାଫିଆ ଅଭିନଵ ଉପାୟରେ ପୋଲିସକୁ ଚକମା ଦେଇ ପୋଲିସ ଡାଳେ ଡାଳେ ଗଲେ ମାଫିଆ ମାନେ ପତ୍ରେ ପତ୍ରେ ଯାଉଛନ୍ତି l ଅବକାରୀ ବିଭାଗର ନୀରବତା ସୁଯୋଗ ନେଇଁ ଜ଼ିଲ୍ଲାରେ ଗଂଜେଇ ଚାଲାଣ ଓ ଚାଷ ବୃଦ୍ଧି ପାଉଥିବା ବେଳେ ପୋଲିସକୁ ନାକେଦମ ହେବାକୁ ପଡୁଛି lବୁଧବାର ରାତିରେ କ ନୂଆଗାଁ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ପଶ୍ଚିମ ବଙ୍ଗରୁ ଆଳୁ ଗାଡ଼ିରେ ବାଲିଗୁଡା ଅଂଚଳରୁ ଗଂଜେଇ ଚାଲାଣ ବେଳେ ଶୀର୍ତ୍ତିଗୁଡା ପଞ୍ଚାୟତ ନିକଟରେ ଧରିଥିଲା ଓ ଦୁଇ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରି ପିକଅପ ଭ୍ୟାନକୁ ଜବତ କରିଛି l ଗାଡ଼ିରୁ 131 କିଗ୍ରା 700ଗ୍ରାମ ଗଂଜେଇ ଜବତ କରାଯାଇଛି ଗିରଫ ଦୁଇ ବ୍ୟକ୍ତିହେଲେ ପଶ୍ଚିମବଙ୍ଗ ରାଜ୍ୟର ଜୟଲାଲ ଆନସାରୀ ଓ ମୋଟେଲେବ ଆନସାରୀ ବୋଲି ଜଣାପଡିଛି l କ ନୂଆଗାଁ ଥାନା ପୋଲିସ 30/20 ରେ ଏକ ମାମଲା ରୁଜ୍ଜୁକରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି l

ପ୍ଲାଣ୍ଟ ନାଁ ରେ କଳଙ୍କ ! ଖୁଲାମଖୁଲା ଚାଲିଛି ମଦ କାରବାର !

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ପ୍ରତିନିଧି ରବୀନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କେନ୍ଦୁଝର)- ସରକାର ମଦ ଦୋକାନ ଖୋଲିବା ପାଇଁ ସ୍ବତନ୍ତ୍ର ଲାଇସେନ୍ସ ପ୍ରଦାନ କରିଛନ୍ତି ! କିନ୍ତୁ ବିକ୍ରି କରିବା ପାଇଁ ମଧ୍ୟ ଅନେକ କଟକଣା ରଖିଛନ୍ତି ! କିନ୍ତୁ ଏଠାରେ ସବୁ କଟକଣା କୁ ଫୁ କରି ଖୁଲମଖୁଲା ଚ୍ୟାଲେଞ୍ଜ କରି ପେଟି ପେଟି ମଦ କୁ ବୋଲେରୋ କ୍ୟାମ୍ପର OD09K-2194 ମାଧ୍ୟମରେ ବୁହା ଚାଲିଛି ଏକ Beneficial ପ୍ଲାଣ୍ଟ କୁ ! ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ଦବୁନା ଠାରେ ଥିବା ଏସାର ଷ୍ଟିଲ ପ୍ଲାଣ୍ଟ (ଆର୍ତ୍ତଲ ମିତ୍ତଲ) ଠାରେ ! ଖଣି ଖାଦାନ ଏବଂ ପ୍ଲାଣ୍ଟ ରେ ଶ୍ରମିକ ମାନଙ୍କ ପାଇଁ ଅନେକ କଟକଣା ଜାରି କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ଏବଂ ସରକାର ! ସ୍ୟୁକୁରିଟି ମାନଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି ପ୍ଲାଣ୍ଟ କର୍ତ୍ତୃପକ୍ଷ ମାନେ, ସମସ୍ତ ଶ୍ରମିକ ମାନଙ୍କୁ ଠିକ୍ ସେ ତଦାରଖ ନ କରି ଭିତରକୁ ନ ଛାଡ଼ିବାକୁ ! କିନ୍ତୁ ଏଠାରେ ଖାଲି ତଳ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ଦାଉ ସାଧୁଛନ୍ତି ସ୍ୟୁକିରିଟି ଗାର୍ଡ ! ବଡ଼ ବଡିଆ ଇଞ୍ଜିନିୟର ମାନଙ୍କୁ କୈାଣସି ପ୍ରକାର ର କଟକଣା ନାହିଁ ! ଜଣେ ସ୍ଥାନୀୟ ନିରିହ ସାଧାରଣ ଲୋକ କୈାଣସି ପ୍ରକାର ର ସମସ୍ୟା କୁ ନେଇ ଅଭିଯୋଗ କରିବାକୁ ଗଲେ ଭିତରକୁ ଛାଡୁ ନାହାନ୍ତି ସ୍ୟୁକୁରିଟି, କୈାଣସି ବାଇକ ହେଉ କି ଚାରି ଚକିଆ ଗାଡ଼ିରେ ଗଲେ ଭିତରକୁ ଛାଡୁ ନାହାନ୍ତି ! କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ କେମିତି ଓ କାହା ନିର୍ଦ୍ଦେଶ ବଳରେ ପେଟି ପେଟି ଲୋଡ୍ ଥିବା ଗାଡ଼ି କୁ ଭିତରକୁ ଛାଡୁଛନ୍ତି ବୋଲି ଅସନ୍ତୋଷ ପ୍ରକାଶ ପାଇଛି ଜନ ସାଧାରଣ ରେ ! ଏସାର କମ୍ପାନୀ ତାଙ୍କ ପାଇଁ ସ୍ବତନ୍ତ୍ର ବିଦେଶୀ ମଦ ନେବା ଆଣିବା ପାଇଁ ଏକ ବୋଲେରୋ କ୍ୟାମ୍ପର ଗାଡ଼ି ରଖିଥିବା ହେତୁ ଘୋର ନିନ୍ଦା କରିଛନ୍ତି ଅଞ୍ଚଳ ବାସୀ ! ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ନିୟମ ଦୁଇ ପ୍ରକାର ର ହେଇଥାଏ ପାରେ ବୋଲି ! ଗରିବ ଲୋକଙ୍କ ପାଇଁ ଗୋଟିଏ ଏବଂ ବଡ଼ ବଡିଆ ମାନଙ୍କ ପାଇଁ ଆଉ ଗୋଟିଏ ! ଏସାର କମ୍ପାନୀ ଏମିତି ଅନେକ ପ୍ରକାରର ବେଖାତିର କାର୍ଯ୍ୟ କଳାପ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ ! ଏମିତି ପ୍ଲାଣ୍ଟ ଭିତରକୁ ମଦ ପ୍ରବେଶ କରି ମଦ ପିଇ କାମ କରୁଥିବା ବେଳେ କୈାଣସି ପ୍ରକାର ଅଘଟଣ ମଦୁଆ ଇଞ୍ଜିନିୟର ମାନେ ଘଟାଇଲେ ଏଥିପାଇଁ ସମ୍ପୂର୍ଣ୍ଣ ଏସାର କମ୍ପାନୀ ଦାୟୀ ରହିବ ବୋଲି ଚର୍ଚ୍ଚା ଜୋର ଧରିଛି ଅଞ୍ଚଳରେ !

ବାଲିଗୁଡାରେ ଅଲୋଡା ହେଲେ ଅସଲ କୋରନା ଯୋଦ୍ଧା , ଟେଣ୍ଡହାଉସ ଗୀତ ରେକଡ଼ିଂ ଓ ଫୋଟ ସ୍ଟୁଡ଼ିଓ ମାଲିକଙ୍କୁ ସମ୍ମାନିତ କରୁଛି ପୋଲିସ ।

!!! କନ୍ଧମାଳ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା)- ସାରା ବିଶ୍ୱରେ ବିଶ୍ୱ ମହାମାରୀ କୋରନା କାୟା ବିସ୍ତାର କରୁଥିବାବେଳେ ଓଡିଶାରେ ମଧ୍ୟ କୋରନା ତାର କାୟାବିସ୍ତାର କରିଛି l ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି l କୋଭିଡ 19ର ମୁକାବିଲା ପାଇଁ ସରକାର ତତ୍ପରତା ରହିଛନ୍ତି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଉଛି l ଅଦୃଶ୍ୟ ମହାମାରୀ କୋରନାକୁ ମାତଦେବାକୁ ଜ଼ିଲ୍ଲା ସ୍ତରରେ ଆଗଧାଡିର କାରୋନା ଯୋଦ୍ଧାଭାବେ ଡ଼କ୍ଟର ପୋଲିସ ସ୍ୱାସ୍ଥ୍ୟକର୍ମୀ ଆଶା କର୍ମୀ ଓ ସାମ୍ବାଦିକ ଆପ୍ରାଣ ଉଦ୍ୟମ କରୁଛି l କୋରନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ପାଇଁ ସରକାର ବୀମା ଭୁକ୍ତ ବି କରିଛନ୍ତି l କୋରନା ଲଢେଇରେ ସାମିଲଥିବା ଯୋଦ୍ଧାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l ବାଲିଗୁଡାର ବିଭିନ୍ନ ସେବା ଅନୁଷ୍ଠାନ ଯୁବଗୋଷ୍ଠୀ ରାଜନୀତି ଦଳ ଅସହାୟଙ୍କୁ ରନ୍ଧାଖାଦ୍ୟ ସୁଖୀଲା ଖାଦ୍ୟ ମାସ୍କ ସାବୁନ ସାନିଟାଇଜର ଛତା ବଣ୍ଟନ କରି ଲୋକଙ୍କୁ ସଚେତନ କରିଛନ୍ତି ଫୁଲବାଣୀରୁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ଆସି ସଫେଇ କର୍ମୀଙ୍କ ମନୋବଳ ବୃଦ୍ଧିପାଇଁ ସମ୍ମାନିତ କରିଛନ୍ତି l ବାଲିଗୁଡା ପୋଲିସ ପକ୍ଷରୁ ମୁଁ ବି କୋରନା ଯୋଦ୍ଧା କାର୍ଯ୍ୟକ୍ରମ ବାଲିଗୁଡା ସ୍ଥିତ ବରାଳଦେବୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା l ଏସ ଡି ପି ଓ ମାନସ ରଞ୍ଜନ ବାରିକ ଡି ଏସ ପି ମୋନଜ ପୂଜାରୀ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା କୋରନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରିଥିଲେ କିନ୍ତୁ ଏଥିରେ ଅସଲ କୋରନା ଯୋଦ୍ଧାଙ୍କୁ ଭୁଲି ଟେଣ୍ଡ ମାଲିକ ରେକଡ଼ିଂ ସ୍ଟୁଡ଼ିଓ ଫୋଟ ସ୍ଟୁଡ଼ିଓ ମାଲିକ କମ୍ପୁଟର ଅପରାଇଟର ଓ ଦୁଇ ଜଣ ଧନୀକ ଶ୍ରେଣୀର ଏନ ଜି ଓ ଭାରପ୍ରାପ୍ତ ଏନ ଏ ସି ଅଧକ୍ଷଙ୍କୁ ସମ୍ମାନିତ କରାଯାଇ ଥିଲା ଏହାକୁ ନେଇ ବାଲିଗୁଡାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଅସଲ କୋରନା ଯୋଦ୍ଧାଙ୍କୁ ଏହା ମର୍ମାହତ କରିଥିଲା ପୋଲିସ କୋର ନା ବିପତ୍ତି ବେଳେ ସୁରକ୍ଷାର ପ୍ରମୁଖ ଦାୟିତ୍ୱ ତୁଲାଉ ଥିବାବଳେ କୋରନା ଯୁଦ୍ଧରେ ଗଣମାଧ୍ୟମ ପ୍ରମୁଖ ବାର୍ତ୍ତା ବାହକ ସହ ସଚେତନତା କରିଛି କିନ୍ତୁ ସାମ୍ବାଦିକଙ୍କୁ ଅଣଦେଖା କରାଯାଇ ଥିବା ସ୍ୱଷ୍ଟ ବାରିହେଉଛି l ଲକ ଡାଉନ ଆରମ୍ଭରୁ ପୋଲିସ ସଚେତନ ଗୀତ ମାଧ୍ୟମରେ ଗାଁ ଗାଁ ବୁଲି ସଚେତନ କରଛି ମାସ୍କ ସାନିଟାଇଜର ବାଣ୍ଟନ କରିଲୋକଙ୍କ ପ୍ରଶଂସାର ପାତ୍ରହୋଇଛି କିନ୍ତୁ କୋରନା ଯୋଦ୍ଧାଙ୍କୁ ସମ୍ମାନୀତକରିବା ଲକ୍ଷ୍ୟନେଇ କୋରନା ଯୁଦ୍ଧରେ ଭୂମିକା ନଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରି ପୋଲିସ ସହିତ ଦିନରାତି କୋରନା ମୁକାବିଲାରେ ସାମିଲ ଥିବା ଜଣେ ବି ସାମ୍ବାଦିକଙ୍କୁ ସମ୍ମାନୀତ କରିନାହିଁ l ଟେଣ୍ଡ ହାଉସ ହେଉକି ଫୋଟ ସ୍ଟୁଡ଼ିଓ ଗୀତ ରେକଡ଼ିଂ ସ୍ଟୁଡ଼ିଓ ହେଉକି କମ୍ପୁଟର ଅପରାଇଟର କେହି ବି ଲୋକଙ୍କୁ ମାସ୍କ ସାନିଟାଇଜର ଓ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରିଥିବା ନଜିର ନାହିଁ ଅପରପକ୍ଷେ ବାଲିଗୁଡା ଓ ଫୁଲବାଣୀର ବିଭିନ୍ନ ସଂଗଠନ ମାସ ମାସ ଧରି ଲୋକଙ୍କୁ ରନ୍ଧା ଖାଦ୍ୟ ଶୁଖିଲା ଖାଦ୍ୟ ମାସ୍କ ଆଦି ବଣ୍ଟନ କରିଛନ୍ତି ସେମାନଙ୍କୁ ପୋଲିସ କେମିତି ଭୁଲିଗଲା ବୋଲି ନା ନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ବାଲିଗୁଡା ପୋଲିସର ଏହିଭଳି କୁଛିତ କିମାକାର ଦୃଷ୍ଟିଭଙ୍ଗୀ ଓ ଆୟୋଜନକୁ ଅସଲ କୋରନା ଯୋଦ୍ଧା ପାଇଁ ଅସମ୍ମାନ ବୋଲି କୁଇ ସମନ୍ଵୟ ସମିତିର ସମ୍ପାଦକ ଲମ୍ବୋଦର କଁହଁର କଂଗ୍ରେସ ଯୁବ ନେତା ଘନ କୁମାର ଶବର ମିଳିତ ନାଗରିକ କମିଟିର ସଭାପତି ଡ଼ଃ ଅରୂପ କୁମାର ଜେନା ବରିଷ୍ଠ ବିଜେପି ନେତା କମଳାକାନ୍ତ ପାଣ୍ଡେ ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାରଣା ପ୍ରମୁଖ ପ୍ରକାଶ କରିଛନ୍ତି l

“ହ୍ୟୁମାନ ଫର୍ ହ୍ୟୁମାନ ” ପକ୍ଷରୁ ଗରୀବ ପରିବାର ଙ୍କୁ ସହାୟତା।

!!! କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ରଜନୀ କାନ୍ତ ସାମର୍ଲିଆ ଙ୍କ ରିପୋର୍ଟ !!!!

ଏଥର ସମ୍ଭାଳ (ଭବାନୀପାଟଣା)-ବର୍ତ୍ତମାନ ଚାରିଆଡ଼େ କୋରୋନା ମହାମାରୀ ଭୁତାଣୁ ଯୋଗୁଁ ଭୟର ବାତାବରଣ ସ୍ରୁଷ୍ଟି ହୋଇଛି। ଲୋକଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପଡିଥିବା ବେଳେ ଅତି ସତର୍କତାର ସହ କାମଧନ୍ଦା ପାଇଁ ବାହାରକୁ ବାହାରୁଛନ୍ତି। ଏଭଳି ବିଷମ ପରିସ୍ଥିତି ରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭଟଙ୍ଗପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ୨୨ ଟି ପରିବାର କୁ ନେଇ ଗଠିତ ବଣ ପାହାଡ ଘେରା ଏକ କ୍ଷୁଦ୍ର ଗ୍ରାମ କୋଲଗାଁ ର ଗରୀବ ଆଦିବାସୀ ଦୟନୀୟ ଅବସ୍ଥା ରେ ଦିନ ବିତାଉଛନ୍ତି। ଜୀବିକା କହିଲେ ଜଙ୍ଗଲ ହିଁ ଏକମାତ୍ର ସାହା ଭରସା। ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି ଦୈନନ୍ଦିନ ଆବଶ୍ଯକତା କୁ ପୁରଣ କରିଥାନ୍ତି। କିନ୍ତୁ ସମାଜରେ ମଣିଷ ପଣିଆ ଏବେ ବି ବଞ୍ଚି ରହିଛି, ସେମାନଙ୍କର ଅଭାବ ଅସୁବିଧା କୁ ଲାଘବ କରିବା ପାଇଁ ଭବାନିପାଟଣାର କିଛି ଯୁବକ ଙ୍କ ଦ୍ବାରା ଗଠିତ “ହ୍ୟୁମାନ ଫର୍ ହ୍ୟୁମାନ” ନାମକ ଅନୁଷ୍ଠାନ ର ସଦସ୍ଯ ତାଙ୍କୁ ସହଯୋଗ ର ହାତ ବଢ଼ାଇବା ପାଇଁ ଆଗେଇ ଆସିଛନ୍ତି। ସେମାନେ ଗରୀବ ପରିବାର ଙ୍କୁ ଅତ୍ୟାବଶ୍ୟକୀୟ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲେ। ଏହା ସହିତ ସେମାନେ ସମ୍ମଖୀନ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାନୀଯ ଜଳ, ରାସ୍ତା ଘାଟ ବିଷୟ ପଚାରି ବୁଝି ଥିଲେ। ଏହି ସହାୟତା କାର୍ୟ୍ଯ ରେ ସୁଶାନ୍ତ ପ୍ରଧାନୀ, ସୁକାନ୍ତ ପ୍ରଧାନୀ, ସୁପ୍ରତିମ ବେହେରା, ଶାନ୍ତ ପାଢ଼ୀ, ସୁବାଷ ମାଝୀ, ଜଗଦୀଶ ପଟ୍ଟନାୟକ, ଶ୍ରୀକାନ୍ତ ଦାସ, ରାକେଶ ପାତ୍ର, ଗୋବିନ୍ଦ ମାଝୀ, ଦିନେଶ ଭୋଇ ଓ ଜଗନ୍ନାଥ ବାଗ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ। ଯୁବକ ଙ୍କ ଏଭଳି ସେବା ମନୋଭାବ କୁ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି।

ରାଜ୍ୟ ବିଜେପିର ନୁଆଁ ଟିମରେ ଅରୁଣ ପଣ୍ଡା , ଶୁଭେଚ୍ଛା ଜଣାଇଲେ ମଣ୍ଡଳ ସ୍ତରୀୟ କର୍ମୀ ..! 

!!! ଗଞ୍ଜାମ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା )- ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୁଆଁ ଟିମରେ ସ୍ଥାନ ପାଇଛନ୍ତି ଗଞ୍ଜାମ ଜିଲ୍ଲାର ଦକ୍ଷ ସଂଗଠକ ଅରୁଣ ପଣ୍ଡା l ରାଜ୍ୟରେ  ବିଜେପିକୁ ମଜବୁତ କରିବା ପାଇଁ ଗତକାଲି ଘୋଷିତ ହୋଇଥିବା ବିଭିନ୍ନ ପଦପଦବି ମଧ୍ୟରୁ ଶ୍ରୀ ପଣ୍ଡାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି l ଶ୍ରୀ ପଣ୍ଡାଙ୍କୁ ଏହି ଗୁରୁଦାୟିତ୍ୱ ମିଳିବା ପରେ ଗଞ୍ଜାମ ଜିଲ୍ଲାରେ ଶୁଭେଚ୍ଛାର ସୁଅ ଛୁଟିଛି l ବେଗୁନିଆପଡା, ମଠସରସିଙ୍ଗି, ଅଙ୍ଗାର ଗାଁ ମଣ୍ଡଳ ସ୍ତରୀୟ କର୍ମୀ ଯଥା – ଗୋବିନ୍ଦ ଆଚାର୍ଯ୍ୟ, ସିମାଞ୍ଚଳ ମହାନ୍ତି, ରବୀନ୍ଦ୍ର ମିସ୍ତ୍ରୀ, ସତ୍ୟବାଦୀ ସାହୁ, ଚିତ୍ରସେନ ପରିଡା, ଚନ୍ଦ୍ର ମୋହନ ଜେନା, ରାମକୃଷ୍ଣ ଜେନା, ସୁଶାନ୍ତ ଜେନା, ସୁଦାମ ଭୋଳ, ସୁଶୀଳା ସାହୁ, ଜଗନ୍ନାଥ ମହାରଣା, ଭଗବାନ ସାହୁ, ସିମାଞ୍ଚଳ ବେହେରା, ସୁଶାନ୍ତ ନାହାକ, ମକରା ପ୍ରଧାନ, ନୀଳମାଧଵ ସ୍ୱାଇଁ ସମେତ କୋଦଳା ଏନଏସି କର୍ମୀମାନେ ଶ୍ରୀ ପଣ୍ଡାଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ନାବାଳିକା ଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ; ୨ ଗିରଫ୍।

!!! ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ନାବାଳିକା କୁ ଗଣ ଦୁଷ୍କର୍ମ ଅଭିଯୋଗ ଦୁଇ ଅଭିଯୁକ୍ତ ଥାନାରେ ଅଟକ। ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମୁତାବକ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁକୁଡ଼ା ପଂଚାୟତ ଠାରେ ଗତ ରବିବାର ୭/୬/୨୦୨୦ ତାରିଖ ସନ୍ଧ୍ୟା ସମୟରେ କୁକୁଡ଼ା ଗ୍ରାମର ଅଜୟ ଟପ୍ପୋ(୨୫)ଏବଂ ସହଯୋଗୀ ଜିତେନ(୨୬)ନାମକ ଦୁଇ ଯୁବକ ଜଣେ ୧୩ ବର୍ଷ ର ନାବାଳିକା କୁ ନିକଟସ୍ଥ ବିହାବନ୍ଧ ଛକ ନିକଟକୁ ଚାଉମିନ ଖାଇବାର ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇଯାଇଥିଲେ।ଚାଉମିନ ଖାଇସାରି ଫେରିବା ବାଟରେ ଏକ ନିଛାଟିଆ ସ୍ଥାନରେ ଉକ୍ତ ଦୁଇ ଅଭିଯୁକ୍ତ ପିଡ଼ିତା ନାବାଳିକା ସହିତ ଗଣ ଦୁଷ୍କର୍ମ କରିଥିବା ନେଇ ପିଡ଼ିତା ନିଜର ସମ୍ପର୍କୀୟ ଙ୍କୁ ଖବର ଦେଇଥିଲେ। ସମ୍ପର୍କୀୟ ଏହି ଖବର ଶୁଣିବା ପରେ ଗ୍ରାମବାସୀ ଙ୍କର ସହଯୋଗରେ ଉକ୍ତ ଘଟଣାର ସମାଧାନ ପାଈଁ ସୋମବାର ୮/୦୬/୨୦୨୦ ତାରିଖରେ ଏକ ବୈଠକ ଡକାଇଥିଲେ କିନୁ ଦୁଇ ଅଭିଯୁକ୍ତ ଉକ୍ତ ବୈଠକରେ ଉପସ୍ଥିତ ହେଇନଥିଲେ।ଗ୍ରାମବାସୀ ଏବଂ ସମ୍ପର୍କୀୟ ଙ୍କର ପରାମର୍ଶ କ୍ରମେ ପିଡ଼ିତା ନାବାଳିକା ୯/୬/୨୦୨୦ ତାରିଖ (ମଙ୍ଗଳବାର) ସନ୍ଧ୍ୟାରେ ରାଜଗାଙ୍ଗପୁର ଥାନାରେ ଦୁଇ ଅଭିଯୁକ୍ତ ନାଁ ରେ ଲିଖିତ ଅଭିଯୋଗ କରିଥିଲେ।ଉକ୍ତ ଅଭିଯୋଗ କୁ ଭିତ୍ତି କରି ଥାନା ଅଧିକାରୀ କେଶ ନଂ ୧୩୮/୨୦ ଆଇପିସି ଧାରା ୩୭୬ ରେ କେଶ ରୁଜୁକରି ପିଡ଼ିତା ନାବାଳିକା କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ଡାକ୍ତରୀ ମୁଆଇନା ପାଇଁ ପଠାଇଥିବାବେଳେ ଦୁଇ ଅଭିଯୁକ୍ତ ଙ୍କୁ ଥାନାରେ ଅଟକ ରଖି ଉକ୍ତ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ବିଜେଡ଼ି ମୁଖିଆ ଙ୍କ ବ୍ୟକ୍ତିଗତ ଲୋକ କହି ଆଦାୟ କରିନେଲେ ଅଙ୍ଗନବାଡି କର୍ମୀ ଙ୍କ ଠାରୁ ଟଙ୍କା !

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ପ୍ରତି ଅଙ୍ଗନବାଡି କର୍ମୀଙ୍କ ଜମା ଖାତାକୁ ଔଷଧ ସରଞ୍ଜାମ କିଣିବାନିମନ୍ତେ 1500 ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଆସିଛି । ଏହି ଅନୁଦାନ ଆଇ.ସି.ଡି. ଏସ ଆମ୍ବ୍ରେଲା ସ୍କିମ ରେ ଖର୍ଚ୍ଚ କରିବାନିମନ୍ତେ ଯୋଗାଇ ଦିଆଯାଇଥିବା ଜଣାପଡିଛି । ପ୍ରଦତ୍ତ ଏହି ଅର୍ଥ ରାଶିକୁ କିଭଳି ଖର୍ଚ୍ଚ କରାଯିବ ଏବଂ ଏଥିରେ କଣ ସରଞ୍ଜାମ କିଣାଯିବ ଏନେଇ ଏକ ଚିଠା ମଧ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି । ଏପରି ସ୍ଥଳେ ଗୁଣପୁର ଆଇ.ସି.ଡି.ଏସ ଅଧିକାରୀ ଅଧିନସ୍ଥ ସୁପର ଭାଇଜର ମାନଙ୍କ ସହଯୋଗରେ କର୍ମୀଙ୍କ ଠାରୁ ଏହି ଟଙ୍କା ମଗାଇ ନେଇଛନ୍ତି । ସୁପର ଭାଇଜର ଙ୍କ ନିର୍ଦ୍ଦେଶ କ୍ରମେ ଅଙ୍ଗନବାଡି କର୍ମୀମାନେ ଏହି ଅର୍ଥକୁ ଜମାଖାତାରୁ ଉଠାଇ ପୈଠ କରିଛନ୍ତି । ଯଦ୍ୱାରା କରୋନା ସଂକ୍ରମିତ ଭଳି ଏକ ସମ୍ବେଦନ ଶୀଳ ଅବସ୍ଥାରେ କର୍ମୀମାନେ ଔଷଧ ସରଞ୍ଜାମ କ୍ରୟ ନକରି ହାତ ବାନ୍ଧି ବସିଛନ୍ତି । ସମସ୍ତ କର୍ମୀଙ୍କ ଠାରୁ ଆଦାୟ ଅର୍ଥରେ ଏକାଥରେ ସରଞ୍ଜାମ କ୍ରୟକରି ଅଧିକାରୀ ସେଥିରୁ ପି.ସି ନେବା କ୍ରମରେ ଏହି ଯୋଜନା କରିଥିବା ଅଭଯୋଗ ହେଉଛି। ଏନେଇ ଅଧିକାରୀଙ୍କ ସହ ସାକ୍ଷାତ କରି ପଚାରି ବୁଝିବାରେ କ୍ୟାମେରା ଆଗରେ କିଛି କହିବାକୁ ମନା କରିବା ସହ ଓଲଟି ତାଙ୍କୁ ଏଭଳି ପ୍ରଶ୍ନ ପଚାରି ଟର୍ଚ୍ଚର କରାଯାଉଛି ବୋଲି ଅଭିଯୋଗ ଆଣୁଛନ୍ତି । ଆଇ.ସି.ଡି.ଏସ ଅଧିକାରୀ ସୁଶ୍ରୀ କାରନା ମୁର୍ମୁ ଙ୍କ ବିରୁଦ୍ଧରେ ବାରମ୍ବାର ବିଭିନ୍ନ ମହଲରୁ ଏପରିକି କର୍ମୀଙ୍କ ପକ୍ଷରୁ ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନୀରବ ରହୁଥିବା ଏବଂ ଶ୍ରୀମତୀ ମୁର୍ମୁ ମୁଁ ଖୋଦ ମନ୍ତ୍ରୀ ମୁର୍ମୁଙ୍କ ସମ୍ପର୍କୀୟ ବ୍ୟକ୍ତି ଏଣୁ ମୋର କେହି କିଛି କରିପାରିବେ ନାହିଁ ବୋଲି କହୁଥିବା କର୍ମୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଥିବା ଏକବଡ ଚର୍ଚ୍ଚାର ବିଷୟ ହୋଇପଡିଛି। କର୍ମୀମାନଙ୍କ ଠାରୁ 1500 ଟଙ୍କା ଆଦାୟ କରିବାରେ ମୁଖ୍ୟ ପୁରଧା ସାଜିଥିବା ଟାଉନ ସୁପର ଭାଇଜର ରମ୍ଭା ସେନାପତି ଓ ଜଗନ୍ନାଥପୁର ସୁପର ଭାଇଜର ବିଜୟ ଲକ୍ଷ୍ମୀ ପିରିପାକା ରାୟଗଡ଼ା ଜିଲ୍ଲା ବିଜେଡି ମୁଖିଆଙ୍କ ବ୍ୟକ୍ତିଗତ ଲୋକ ବୋଲି କହି ବୁଲୁଥିବା ଏବେ ଚର୍ଚ୍ଚା ଘେରରେ ରହିଛି । ଏଦିଗରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ନଜର ନଦେଲେ ଆଗାମୀ ଦିନରେ ଗୁଣପୁର ଶିଶୁ ସମନ୍ବିତ ଯୋଜନା କାର୍ଯ୍ୟାଳୟର ଔଦ୍ଧତ୍ୟ ବଢିବ। ଯାହାଫଳରେ ଏନେଇ ସ୍ଥାନୀୟ ଅଞ୍ଚଳରେ ଏକ ଜନ ଆନ୍ଦୋଳନ ର ସମ୍ଭାବନାକୁ ଦୁରେଇ ଦିଆଯାଇନପରେ ।

୨୦ ଲକ୍ଷ ରୁ ଊର୍ଦ୍ଧ୍ୱ ଟଙ୍କା ର ଗଞ୍ଜେଇ ସହ ଟ୍ରାକ୍ଟର ଜବତ କଲା ବାଲିଗୁଡା ପୋଲିସ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – ବାଲିଗୁଡା ଥାନା ପୋଲିସ ଜବତ କରିଛି ୩୮୩ କେଜି ୫୫୦ ଗ୍ରାମ ଗଞ୍ଜେଇ ସହିତ ଟ୍ରାକ୍ଟର । ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି । ସୂଚନା ପ୍ରକାରେ ବାଲିଗୁଡା ପୋଲିସ ଟିମ ପେଟ୍ରୋଲିଂ କରୁଥିବା ବେଳେ ରାତ୍ର ପ୍ରାୟ ୩ ଘଂଟିକା ସମୟରେ ମହାସିଂଙ୍ଗ ପୁରୁଣା ସାହି ଦେଇ ବଗାଡ ଆଡୁ ଏକ ଟ୍ରାକ୍ଟର ନଂ ଓଡ଼ି ୧୨ ଏ ୩୪୩୪ ଟ୍ରାକ୍ଟରରେ ପଲିଥିନି ଢାଙ୍କି ଗଞ୍ଜେଇ ଭର୍ତି ବସ୍ତା କରି ନେଉଥିବା ବେଳେ ପୋଲିସ ହାବୁଡରେ ପଡିଥିଲା ।ପୋଲିସକୁ ଦେଖି ଟାକ୍ଟରକୁ ଦୃତ ଗତିରେ ନୂଆଁଗା ଅଭିମୁଖେ ପଳାଉଥିବା ବେଳେ ପଥପ୍ରାନ୍ତ ସେବା କେନ୍ଦ୍ର ନିକଟରୁ ଗାଡିକୁ ଗୋଡାଇ ପୋଲିସ ଧରିବାରେ ସଫଳ ହୋଇଥିଲା । ଏଥିରେ ୧୫ଗୋଟି ଗଞ୍ଜେଇ ବସ୍ତା ଜବତ କରିଥିଲା ପୋଲିସ । ଏହି ମାମଲାରେ ସଞ୍ଜିବ ଖଟୁଆକୁ ଗିରାଫ କରି ଆଜି କୋର୍ଟ ଚାଲଣ କରାଯିବ ବୋଲି ଏସଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି । ଏହି ଚଢାଉରେ ବାଲିଗୁଡା ଆଇଆଇସି ପ୍ରଶାନ୍ତ ବେହେରା ଓ ଡିଏସପି ମନୋଜ କୁମାର ପୂଜାରି ତଦନ୍ତ କରୁଥିବା ଜଣା ପଡିଛି । ବାଲିଗୁଡା ଥାନା କେସ ୧୧୧ /୨୦ u/s-20(b) (ii) (c)/25/29 of NDPS ଧାରାରେ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି । ଗିରଫ ଟ୍ରାକଟର ଡ୍ରାଇଭର ଘର ମହାସିଂଙ୍ଗ ପୁରୁଣା ସାହି ବୋଲି ଜଣା ପଡିଛି ।ଏହି କେସର ମାଷ୍ଟର ମାଇଣ୍ଡ କୁ ଧରିବାକୁ ଜାଲ ବିଛାଇଥିବା ବାଲିଗୁଡା ପୋଲିସ କହିଛି ।ଏହାର ତଦନ୍ତ ନିଜେ ଡିଏସପି ମନୋଜ କୁମାର ପୂଜାରି ଦାୟତ୍ୱ ନେଇଛନ୍ତି । କନ୍ଧମାଳ ଜିଲ୍ଲାରେ ଏତେ ମାତ୍ରାରେ ଗଞ୍ଜେଇ ଜବତ ହେଉଥିବା ବେଳେ ଏହା ପ୍ରଥମ କେସ ବୋଲି ଜଣା ପଡିଛି।

କନ୍ଧମାଳ ମାଟିରେ ତ୍ରିଦେବୀ ଙ୍କ ଆବିର୍ଭୂତ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – କନ୍ଧମାଳ ଜିଲ୍ଲା ରେ ଜନତାଙ୍କ ସେବା ପାଇଁ ନାହିଁ କୋରୋନା ଭୟ ସତେ ଯେପରି ଲାଗୁଚି ଏ କନ୍ଧମାଳ ମାଟି ରେ ତ୍ରିଦେବି ଙ୍କର ଆବିର୍ଭୂତ ହୋଇଛି।ଏହି କୋରୋନା କାଳ ରେ ବିଧାୟକ ,ମନ୍ତ୍ରୀ ମାନଙ୍କର ଦେଖା ମିଳୁ ନ ଥିବା ବେଳେ କନ୍ଧମାଳରେ ଲକ ଡାଉନ୍ ଆରମ୍ଭ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଲୋକ ଙ୍କ ର୍ ସବୁ ସୁଖ ଦୁଃଖ ରେ ସାମିଲ୍ ଅଛନ୍ତି ଏହି ତିନି ମହିଳା ନେତ୍ରୀ କିଏ ଗାଁ କୁ ଗାଁ ବୁଲି ମାକ୍ସ୍ ବିତରଣ କରୁଛନ୍ତି ତ୍ ପୁଣି କିଏ ଲୋକଙ୍କ ପାଖ କୁ ସଚେତନତା ବାର୍ତ୍ତା ପ୍ରଦାନ କରିବା ରେ ବ୍ୟସ୍ତ ସେହି ୩ ଜଣ ମହିଳା ହେଲେ ଜିଲା ପରିଷଦ ଅଧ୍ୟକ୍ଷା ଆକାଙ୍ଖ୍ୟା ପ୍ରଧାନ,ବିଜେପି ମହିଳା ମୋର୍ଚା ସଭାନେତ୍ରୀ ଅର୍ଚନା ପ୍ରଧାନ,ରାଜ୍ୟ ମହିଳା କମିଶନ ସଦସ୍ୟା ସୁ ଶ୍ରୀ ଜଲିନା ପ୍ରିୟଦର୍ସିନି , ସମସ୍ତ ଙ୍କୁ ଏହି କୋରୋନା ମହାମାରି ଭୟ ଥିଲେ ସୁଦ୍ଧା ଲୋକ ଙ୍କ ର୍ ସେବା ସକାଶେ ଲକ ଡାଉନ୍ ଆରମ୍ଭ ଦିନ ରୁ ଜିଲ୍ଲା ର୍ ବିଭିନ୍ନ ଗ୍ରାମ କୁ ଯାଇ ଲୋକଙ୍କୁ ସଚେତନ କରାଇବା ସହ କିଭଳି ସରକାରୀ ସୁବିଧା ଜନସାଧାରଣ ଙ୍କ ପାଖ ରେ ପହଂଚି ପାରିବ ସେ ଦିଗ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଚେଷ୍ଟା ଜାରି ରଖିବା ସହିତ ଲୋକ ଙ୍କୁ ମାକ୍ସ୍ ବିତରଣ କରିଥିଲେ।ମହିଳା କମିଶନ ସଦସ୍ୟା ସୁ ଶ୍ରୀ ଜଲିନା ପ୍ରିୟଦର୍ସିନି ମଧ୍ୟ ଜି ଉଦୟଗିରି ବ୍ଲକ ର୍ ବିଭିନ୍ନ ଗ୍ରାମ କୁ ଗ୍ରସ୍ତ କରି ଲୋକ ଙ୍କର ଅସୁବିଧା ସମ୍ପର୍କ୍ ରେ ବୁଝିଥିଲେ ଏବଂ କୋରୋନା ଦାଉରୁ କିଭଳି ମୁକ୍ତି ପାଇବା ସେ ବିଷୟ ରେ ସଛେତନତା ବାର୍ତା ପ୍ରଦାନ କରିଥିଲେ।ସେହିଭଳି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅର୍ଚନା ପ୍ରଧାନ ମଧ୍ୟ ନିଜ ଅର୍ଥ ରୁ ନିଜେ ମାକ୍ସ୍ ତିଆରି କରି ସହ ସହ ସଂଖ୍ୟା ରେ ମାକ୍ସ୍ ଜନତାଙ୍କୁ ପ୍ରଦାନ କରିବା ସହିତ କୋରୋନା ଭଳି ଏକ ମହାମାରି ଠାରୁ ସତର୍କ ରହିବା ସକାସେ ସୂଚନା ପ୍ରଦାନ କରିଥିଲେ।

ବିଜେପି ପକ୍ଷରୁ ସଫେଇ କର୍ମଚାରୀଙ୍କୁ କୋରନା ଯୋଦ୍ଧା ସମ୍ମାନ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ) – ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଓଡିଶାର କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାକୁ ଲାଗିଛି l କୋଭିଡ – ୧୯ ର ମୁକାବିଲା ପାଇଁ ଡ଼କ୍ଟର ସ୍ୱାସ୍ଥ୍ୟକର୍ମୀ ପୋଲିସ ମିଡ଼ିଆ ସଫେଇ କର୍ମୀ ଲୋକଙ୍କ ପାଇଁ ଦିନରାତି କାମ କରୁଛନ୍ତି ସେମାନଙ୍କ ମନୋବଳ ବୃଦ୍ଧିପାଇଁ ବାଲିଗୁଡା ବିଜେପି ପକ୍ଷରୁ ଅଭିନଵ ପ୍ରୟାସ କରାଯାଇ ଥିଲା ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଦିବାକର ସାହୁ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ ପୂର୍ଵତନ ସଭାପତି ସୁରେନ୍ଦ୍ର ପାତ୍ର ଜ଼ିଲ୍ଲା ଯୁବମୋର୍ଚା ସମ୍ପାଦକ ଅଭୟ ପାତ୍ରଙ୍କ ଉପସ୍ଥିତିରେ ବାଲିଗୁଡା ଏନ ଏ ସି ରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ କୋଭିଡ – ୧୯ ସମ୍ମାନରେ ପ୍ରସଂଶା ପତ୍ର ଉପଢକୌନ ଦେଇ ସମ୍ମାନିତ କରାଯାଇଥିଲା ଓ ରାସନ ସାମଗ୍ରୀ ସାନିଟାଇଜର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ଥିଲା l