ସହିଦଙ୍କୁ ଶ୍ରଦ୍ଧାଞ୍ଜଳି …!

ଏଥର ସମ୍ଭାଳ ବ୍ୟୁରୋ – ଲଦାଖର ଗଲୱାନ ଘାଟିରେ ଚୀନ ସହିତ ସଂଘର୍ଷରେ ସହିଦ ହୋଇଥିବା ଓଡ଼ିଶାର ଦୁଇ ସୁପୁତ୍ର ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ଆଜି ଉଭୟଙ୍କ ପାର୍ଥିବ ଶରୀର ଓଡିଶା ଆସିବା ପରେ ରାଜ୍ୟପାଳ ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ପୁଷ୍ପଗୁଛ ପ୍ରଦାନ କରି ସାମ୍ନାନିତ କରିଥିଲେ l ସହିଦଙ୍କ ବିୟୋଗ ବହୁତ ମତେ ବହୁତ ବ୍ୟଥିତ କରିଛି l  ସେମାନଙ୍କ ଦେଶପ୍ରେମ ଓ ବଳିଦାନ ଚିର ସ୍ମରଣୀୟ ରହିବ l ଉଭୟଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ଟ୍ୱିଟ କରିଥିଲେ ମୁଖ୍ୟମନ୍ତ୍ରୀ l ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ ମାନେ ସହିଦଙ୍କ ଉଦେଶ୍ୟରେ ଦୁଇ ମିନଟ ପ୍ରାର୍ଥନା କରି ସଦଗତି କାମନା କରିଥିଲେ l ଏଥିରେ ଖଣ୍ଡିଆନଈ ସରପଞ୍ଚ ପ୍ରତିନିଧି ଅକ୍ଷୟ ପ୍ରଧାନ, ମୁନା ପଣ୍ଡା, ମୁନା ପଟ୍ଟନାୟକ, ସୁଶାନ୍ତ ବାରିକ ଯୋଗଦେଇ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ରାମନଗୁଡ଼ା ଠାରେ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାମନାଗୁଡ଼ା) – ରାମନାଗୁଡା ନିକଟସ୍ଥ ଦେଉଳା ନିଳକଣ୍ଠେଶ୍ବର ମନ୍ଦିର ପରିସରରେ ଗୁଣପୁର ଉପଖଣ୍ଡ ସ୍ଥରୀୟ କଳିଙ୍ଗ ସାମ୍ଵାଦିକ ସଙ୍ଘର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି।ଗୁଣପୁର ଉପଖଣ୍ଡ ର ୭ ଗୋଟି ବ୍ଳକର ସାମ୍ବାଦିକ ମାନେ ଯୋଗ ଦେଇ ନିଜନିଜର ସମ୍ମତି ରଖିଥିଲେ।ଆଗାମୀ ଦିନରେ ଏହି ସଙ୍ଘର ସମସ୍ତ ସଦସ୍ୟଙ୍କୁ ସମସ୍ତ ସହଯୋଗ ତଥା ପରିଚୟ ପତ୍ର ଦେବାକୁ ନିଷ୍ପତି ହୋଇଥିଲା।ଆଗାମୀ ଦୁଇ ମାସ ମଧ୍ୟରେ ଉପଖଣ୍ଡର ସମସ୍ତ ବ୍ଳକକୁ ଗସ୍ତକରି ସାମ୍ଵାଦିକ ମାନଙ୍କ ସହିତ ଭାବ ବିନିମୟ କରିବାକୁ ସ୍ଥିର ହୋଇଥିଲା।ଏହି ବୈଠକରେ ନିଷ୍ପତି ହୋଇଥିଲା ଯେ ପ୍ରତି ବ୍ଳକରେ ସଙ୍ଘ ତରଫରୁ ଜଣେ ଜଣେ ସଙ୍ଗଠନ ସମ୍ପାଦକ ରହି କାର୍ଯ୍ୟକ୍ରମ ପରିଚାଳନା ସହିତ ସଙ୍ଘକୁ ମଜଭୁତ କରିବେ।ଆଜି ଗୁଣପୁର ଏବଂ ରାମନାଗୁଡା ବ୍ଳକର ସଙ୍ଗଠନ ସମ୍ପାଦକ ଚୟନ କରାଯାଇଥିଲା।ଗୁଣପୁର ରୁ ସତ୍ୟସୁନ୍ଦର କର ଏବଂ ରାମନାଗୁଡାରୁ ହ୍ରୁଷୀକେଶ ପାତ୍ର ସଙ୍ଗଠନ ସମ୍ପାଦକ ରୁପେ ଚୟନ କରାଗଲା।ଆଜିର ଏହି ବୈଠକରେ ସଙ୍ଘର ଆବାହକ ଶକ୍ତି ଦାଶ, ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ କୁମାର ପାଢ଼ୀ ଏବଂ ଶ୍ରୀ ପ୍ରଶାନ୍ତ କୁମାର କର ଙ୍କ ସମେତ ସଂଘ ର ସମସ୍ତ ସଦସ୍ୟ ଯୋଗଦେଇଥିଲେ ।

ସରକାରୀ ସହାୟତା ଅପେକ୍ଷାରେ ମୃତ୍ୟୁ ବରଣ କଲେ ରୋଗାକ୍ରାନ୍ତ ବିନୋଦ …!

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା )-ସ୍ୱାସ୍ଥ୍ୟ କ୍ଷେତ୍ରରେ ଜନସାଧାରଣଙ୍କ ଉର୍ନତି ପାଇଁ ସରକାର ବିଭିନ୍ନ ଯୋଜନାମାନ କାର୍ଯ୍ୟ କରୁଛନ୍ତି l କିନ୍ତ ଅଧିକାଂଶ ସ୍ଥାନରେ ଏହାର ସଦୁପଯୋଗ ଠିକ ଭାବରେ ହେଉନଥିବା ପରିଲକ୍ଷିତ ହେଉଛି l କେଉଁଠି ପ୍ରଶାସନର ନଜର ଆଢୁଆଳରେ ହେଉ କିମ୍ବା ସ୍ଥାନୀୟ ଜନପ୍ରତିନିଧିଙ୍କ ଉଦାସୀନତା ହେଉ ଏମିତି କିଛି ଘଟଣା ଘଟୁଛି ଯାହାକି ସରକାରଙ୍କ ଯୋଜନା ଅପହଞ୍ଚ ହୋଇ ରହିଯାଉଛି l ଫଳରେ ଅନେକ ଲୋକ ଏହାର ସୁଫଳ ନପାଇ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି l ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତର ଦେଉଳିଆପଡା ଗ୍ରାମରେ l ଗ୍ରାମର ବିନୋଦ ଡାକୁଆ (45) ସେଲୁନ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଦଇବ ଦାଉ ସାଧିଲା l ଦୀର୍ଘ ଦୁଇବର୍ଷ ଧରି ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇ ଶେଷରେ ସୋମବାର ଦିନ ପ୍ରାଣ ହାରିଛନ୍ତି l ତାଙ୍କ ପରିବାର ଅତି ଗରିବ ଶ୍ରେଣୀର ଏବଂ ସେ ଏକମାତ୍ର ସାହାରା ହୋଇଥିବା ବେଳେ ତାଙ୍କ ବିୟୋଗରେ ତାଙ୍କ ସ୍ତ୍ରୀ ଏବଂ ଦୁଇଝିଅ ବେସାହାରା ହୋଇପଡିଛନ୍ତି l ପୀଡିତ ସମୟରେ ଧାରଉଧାର କରି  ଅଜସ୍ର ଅର୍ଥ ହାନୀ ସହିତ ପ୍ରଶାସନ ନିକଟରେ ଅନେକ ଥର ଗୁହାରି କରି ନିରାଶ ହୋଇଛନ୍ତି ତାଙ୍କ ପରିବାର l ଏପରିକି ସ୍ୱାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ କୌଣସି ମେଡିକାଲରେ ଗ୍ରହଣ କରିନଥିବା କହିଛନ୍ତି ତାଙ୍କ ସ୍ତ୍ରୀ l ବର୍ତମାନ ବିନୋଦ ଚାଲିଯିବା ପରେ ମୁଣ୍ଡରେ ଚଡକ ପଡିଛି l ଦୁଇଝିଅଙ୍କୁ ଧରି କିପରି ଚଳିବି, କିଏ ମତେ ସାହାହେବେ କହି ବାହୁନି କାନ୍ଦିବା ଛଡା ତାଙ୍କ ନିକଟରେ ଆଉକିଛି ଉପାୟ ନାହିଁ l ତେଣୁ ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରି ଥଇଥାନ କରିବାକୁ ଅଞ୍ଚଳରେ ଦାବୀ ହୋଇଛି l

ରାଜଗାଙ୍ଗପୁର ରେ ଜଣେ ବ୍ୟକ୍ତି ନିଜର ମିଥ୍ୟା ପରିଚୟ ଦେଇ ଅସହାୟ ମହିଳାଙ୍କୁ ଠକେଇ ଅଭିଯୋଗ !

!!! ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ସୁନ୍ଦରଗଡ଼ ଜିଲ୍ଲା ର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରେଳବାଇ ସାଇଡିଂ ରେ ରହୁଥିବା ପ୍ରତାପ ସାହୁ ନାମକ ବ୍ୟକ୍ତିଙ୍କ ନାଁ ରେ ନିଜର ମିଛ ପରିଚୟ ଦେଇ ଏକ ଗରିବ ଅସହାୟ ମହିଳାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଠକେଇ କରିଥିବା ନେଇ ମହିଳା ଜଣଙ୍କ ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ବଗିଚା ପଡ଼ା ୱାଡ଼ ନଂ ୬ ଅଞ୍ଚଳରେ ରହୁଥିବା ପିଡ଼ିତା ମହିଳା ଅଁଏଲା ବାରିକଙ୍କ ସ୍ୱାମୀ ଶିବ ପ୍ରସାଦ ବାରିକ ଭାରତ ସରକାର ଅଧିନସ୍ଥ ସାମରିକ ବାହିନୀ ରେ ସୁଇପର ଭାବରେ କାର୍ଯ୍ୟ କରୁଥିଲେ । ହଠାତ ତାଙ୍କର ଦୁଇ ବର୍ଷ ତଳେ ଦେହାନ୍ତ ହେଇଯାଇଥିଲା।ତେଣୁ ସ୍ବାମୀଙ୍କ ର ପେନସନ ଟଙ୍କା ପାଇବା ପାଇଁ ଆବଶ୍ୟକ କାଗଜପତ୍ର ପାଇଁ ପିଡ଼ିତା ମହିଳା ପ୍ରତାପ ସାହୁ ଙ୍କର ସହଯୋଗ ଲୋଡ଼ିଥିଲେ । ତେଣୁ ପ୍ରତାପ ସାହୁ ଆବଶ୍ୟକ କାଗଜପତ୍ର ତିଆରି କରିଦେବାପାଇଁ ପିଡ଼ିତା ଙ୍କ ଠାରୁ ନଗଦ ୫୦୦୦(ପାଂଚହଜାର) ଟଙ୍କା ବିବାହ ସାର୍ଟିଫିକେଟ ଏବଂ ଉତ୍ତରାଧିକାରୀ ସାର୍ଟିଫିକେଟ ନେଇଥିଲେ ।କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ମହିଳା ଙ୍କୁ କୌଣସି କାଗଜପତ୍ର ମିଳିପାରିନଥିଲା।ତେଣୁ ପିଡ଼ିତା ମହିଳା ଜଣକ ଦେଇଥିବା କାଗଜପତ୍ର ଏବଂ ଟଙ୍କା ଫେରସ୍ତ ମାଗିବାରୁ ପ୍ରତାପ ସାହୁ ପିଡ଼ିତା ମହିଳା ଙ୍କୁ ପୁନଶ୍ଚ ୭୦୦୦୦(ସତୁରି ହଜାର)ଟଙ୍କା ଦାବି କରିଥିଲା ଏବଂ କାଗଜପତ୍ର ଓ ଟଙ୍କା ଫେରସ୍ତ କରିବା ବଦଳରେ ମହିଳାଙ୍କୁ ଧମକ ଚମକ ଦେଇଥିଲେ ।ତେଣୁ ଧମକ ଦେବା ସମୟରେ ମହିଳା ଙ୍କର ଦୁଇଜଣ ଝିଆରୀ ହସ୍ତକ୍ଷେପ କରିଥିଲେ। କିନୁ ଅଭିଯୁକ୍ତ ପ୍ରତାପ ସାହୁ ମୁଁ ଜଣେ ସାମ୍ବାଦିକ, ଓକିଲ ଏବଂ ଥାନାର ବଡବାବୁ ବୋଲି ନିଜର ପରିଚୟ ଦେଇ ମହିଳା ଙ୍କୁ ଧମକ ଦବା ସହିତ ମହିଳାଙ୍କ ର ଦୁଇ ଝିଆରୀ ଙ୍କୁ ଦୁର୍ବ୍ୟବହାର କରିଥିଲା। ତେଣୁ ପିଡ଼ିତା ମହିଳା ଉକ୍ତ ଘଟଣା ବିଷୟରେ ପ୍ରତାପ ସାହୁ ନାଁ ରେ ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଉକ୍ତ ଲିଖିତ ଅଭିଯୋଗ କୁ ଭିତ୍ତିକରି ଥାନା ଅଧିକାରୀ ଥାନା କେଶ-ନଂ-୧୪୦/୨୦ ଭାରତୀୟ ପିଙ୍ଗଳ କୋଡ଼-ଧାରା ୪୨୦ ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରଥିଲେ ଏବଂ ଘଟଣା ର ସତ୍ୟା ସତ୍ୟ ଜଣାପଡିବା ପରେ ପୋଲିସ ଅଭିଯୁକ୍ତ ପ୍ରତାପ ସାହୁ କୁ ଗିରଫ କରି ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଡାକ୍ତରୀ ମୁଆଇନା କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଏହିଭଳି ଘଟଣାକୁ ରାଜଗାଙ୍ଗପୁର ଜନସାଧାରଣ ନିନ୍ଦା କରିବା ସହିତ ଅଭିଯୁକ୍ତ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଅସହାୟ ମହିଳା ଙ୍କର ସରକାରୀ ସହାୟତା ହେଲା ବାଟବଣା।

!!! କନ୍ଧମାଳ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ) – ସମଗ୍ର ରାଜ୍ୟ, ଦେଶ ଓ କନ୍ଧମାଳ ଜିଲ୍ଲାରେ ମହିଳା ମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । କାହିଁକିନା ଯେଉଁଭଳି ଭାବେ ମହିଳା ମାନେ ଦଳିତ ନ ହେଇ ମହିଳା ମାନେ ପ୍ରତେକ ଖେତ୍ରରେ ଅଗ୍ରସର ହେଇପାରିବେ । ଏମିତିକି ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ମହିଳା ସରଣକ୍ଷଣ ଆଇନ ପ୍ରଣୟନ ମଧ୍ୟ କରିଛନ୍ତି । ଯେଉଁଭଳି ଭାବେ ମହିଳା ମାନେ କୌଣସି କ୍ଷେତ୍ରରେ ଅବହେଳିତ ନ ହେଇ ପ୍ରତେକ ସରକାରୀ ସହାୟତା ପାଇପାରିବେ ସେଥିରୁ ଯେପରି ଜଣେ ମଧ୍ୟ ମହିଳା ବାଦ ନ ପଡ଼ନ୍ତି ସରକାର ଆଖି ଦୃଷ୍ଟି ରେ ରଖି ମହିଳା ମାନଙ୍କ ବିକାଶ ନିମନ୍ତେ କୋଟି କୋଟି ଟଙ୍କା ବିୟୋଗ ବରାଦ କରୁଛନ୍ତି । ମହିଳା ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି କିନ୍ତୁ କେତେକ ପକ୍ଷରେ ସେହି ଯୋଜନା ଗୁଡ଼ିକ ବାଟବଣା ହେଉଥିବା ଦେଖିବାକୁ ମିଳୁଛି । ଏହି କ୍ଷେତ୍ରରେ ଆମେ ସରକାରୀ ସହାୟତା ବାଟବଣା ହେବା କହିବା ଅତୃପ୍ତି ହେବନାହିଁ । କେତେକ ମହିଳା ମାନେ ସରକାରୀ ସହାୟତା ପାଇବାତ କାଠିକର ପାଠ ହେଇପଡ଼ିଛି । ସେମାନଙ୍କ ପାଇଁ ସରକାରୀ ସହାୟତା ଦେବାତ ବହୁ ଦୂରର କଥା ଶୁଣିବା ପାଇଁ ମଧ୍ୟ ତାଙ୍କୁ ସାତ ସପନ ଲାଗୁଛି । ତଥାପି ଗରିବ ନିରୀହ ମହିଳା ମାନେ ନିଜ ଜୀବନ କୁ ବଞ୍ଚେଇବା ପାଇଁ ମୂଲ ମଜୁରିକରି କିଛି ଅର୍ଥ ଉପାର୍ଜନ କରି ପରିବାର ଓ ନିଜର ପେଟ ପାଇଁ ଖାଦ୍ୟ ଯୋଗାଡ଼ କରନ୍ତି । ଅନେକ କ୍ଷେତ୍ରରେ ମହିଳା ମାନେ ଅବହେଳିତ ହେଇଥିବା ମଧ୍ୟ କିଛି ଗ୍ରାମରେ ଦେଖିବାକୁ ମିଳୁଛି । ସେଇଭଳି ଏକ ଦୃଶ୍ୟ ଦେଖିବାକୁ ମିକିଛି କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ବଲସ୍କୁମ୍ପା ଗ୍ରାମ ପଞ୍ଚାୟତ ର ନୂଆଁସାହି ଗ୍ରାମରେ । ଏହି ଗ୍ରାମରେ ରୁହନ୍ତି ନିରୀହ ମହିଳା ପଦ୍ମିନୀ କୁଦେଇ , ବୟସ(୪୬) ଏବଂ ତାଙ୍କ ଝିଅ ମଧୁସ୍ମିତା ଚନ୍ଦନ , ବୟସ (୨୨) । ମା ପଦ୍ମିନୀ କୁଦେଇ ସ୍ୱାମୀ ଠାରୁ ଦୀର୍ଘ ପ୍ରାୟ ୨୨ ବର୍ଷ ଛାଡ଼ପତ୍ର ହେଇ ନିଜ ବାପା ମାଙ୍କ ଘରେ ରହିଆସୁଥିବା ବେଳେ ତାଙ୍କ ପାଖରେ ଆଜି ପର୍ଯ୍ୟନ୍ତ ଛାଡ଼ ପତ୍ର ଭତ୍ତା ଟିଏ ପାଇବାର ସାତ ସପନ ହେଇପଡ଼ିଛି । ଅନ୍ୟ ପକ୍ଷରେ ପଦ୍ମିନୀ କୁଦେଇ ଆଜକୁ ୨୨ ବର୍ଷ ହେଲାଣି ପ୍ରତେକ ଦିନ ଦିନ ମଜୁରି କରି ଯେଉଁ ଅର୍ଥ ଉପାର୍ଯ୍ୟନ କରନ୍ତି ସେଥିରେ ମା ଓ ଝିଅର ଖାଦ୍ୟ ଯୋଗାଡ଼ କରିବା ଅତି କଷ୍ଟ ସାଧ୍ୟ ହେଇପଡୁଛି । ଏହିପରିପ୍ରେଖିରେ ଝିଅ ମଧୁସ୍ମିତା କୁ ଭଲ ପାଠ ପଢ଼େଇ ମଣିଷ ପରି ମଣିଷ କରିବାପାଇଁ ଦିନରାତି ମୁଣ୍ଡ ଝାଳ ତୁଣ୍ଡରେ ମାରି ମା ଟଙ୍କା ଉପାର୍ଜନ କରି ଝିଅର ପାଠ ପଢ଼ିବା ଖର୍ଚ୍ଚ ବହନ କରନ୍ତି । ଏବଂ ଝିଅକୁ ଭଲ ମଣିଷ ଟିଏ କରିବା ପାଇଁ ଦିନ ରାତି ସ୍ୱପ୍ନ ଦେଖୁଥାନ୍ତି । କିନ୍ତୁ ବର୍ତ୍ତମାନ ଝିଅ ଯୁକ୍ତ ତିନି ପାଠ ପଢା ସାରିବାପରେ ଭୁବନେଶ୍ୱର ସ୍ଥିତ ପ୍ରତିଭାଦେବୀ ନର୍ସିଂ ସ୍କୁଲ ନିଳାନ୍ଦ୍ରୀ ବିହାର ରେ G N M ଟ୍ରେନିଂ କରୁଛନ୍ତି । କିନ୍ତୁ ତାଙ୍କ ଟ୍ରେନିଂ ରେ ପାଠ ପଢା ପାଇଁ ଯେତେ ପରିମାଣରେ ଟଙ୍କା ଆବଶ୍ୟକ ହୁଏ ତାହା ଯୋଗାଇବା କଷ୍ଟ ସାଧ୍ୟ ହେଇଥିଲେ ମଧ୍ୟ ଝିଅର ଉତ୍ତମ ଭବିଷ୍ୟତ ପାଇଁ ମା ଧାରକରଜ କରି ଟଙ୍କା ଯୋଗାଡ଼ କରି ତାହା ପୁରଣ କରିବା ସହିତ ଅତି ଦୁଃଖ ଦାୟକ ଜୀବନ ଯାପନ ବିତାଉଛନ୍ତି । ଯଦି ଏହି ପରିସ୍ଥିତିରେ ଆମେ କହିବା ଏହି ନିରୀହ ମହିଳା ଙ୍କ ପ୍ରତି ସରକାର ଅଣଦେଖା ହେଉଥିବା ତାହା ଅତୃପ୍ତି ହେବନାହିଁ । ଅତି ଦୁଃଖ ଓ ପରିତାପର ବିଷୟ ଏହି ମହିଳା ଜଣକ ଏ ପର୍ଯ୍ୟନ୍ତ ଭତ୍ତା ଟିଏ ପାଇଁ ହେଉ କିମ୍ବା ଘର ଖଣ୍ଡେ ପାଇଁ ହେଉ ପଞ୍ଚାୟତ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନାହାଁନ୍ତ ହେଇଥିଲେ ସୁଦ୍ଧା ନାଁ ପାଇଛନ୍ତି କାଳିଆ ଯୋଜନାର ଟଙ୍କା ନା ପାଇଛନ୍ତି ଆବାସ ଯୋଜନାର ଘର , ନା ପାଇଛନ୍ତି ଇନ୍ଦିରାଆବାସ ଗୃହ ନା ପାଇଛନ୍ତି ମୋ କୁଡ଼ିଆ ନା ପାଇଛନ୍ତି ବିଜୁ ପକ୍କା ଘର । ଯଦି ସରକାର ଯୋଜନା କୁହାଯାଏ ତାହେଲେ ମାଂ ଝିଅ ଦସକେଜି ଚାଉଳ ବିନା ଅନ୍ୟ କିଛି ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି। ଦୁଃଖ ଓ ପରିତାପର ବିଷୟ ଅନେକ ନିର୍ବାଚନ ସମୟରେ ଗାଁ କୁ ବିଭିର୍ଣ୍ଣ ପ୍ରକାର ରାଜ ନେତା ମାନେ ଆସି ଗରିବ ଲୋକଙ୍କୁ ଭୁଆଁବୁଲା କଥା କହି ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଭୋଟ୍ ହାତେଉଛନ୍ତି । କିନ୍ତୁ ଅନ୍ୟ ଦିନ ଗୁଡ଼ିକରେ ଭୋଟ୍ ପାଇବା ପରେ ଏମାନଙ୍କ ଦୁଃଖ ଶୁଣିବାତ ଦୂରର କଥା ତାଙ୍କର ଛାଇ ମଧ୍ୟ ଦେଖିବାକୁ ମିଳୁନ ଥିବା କହିଛନ୍ତି । ଏ ନେଇଁ ଆମେ ଖଜୁରିପଡ଼ା ବ୍ଲକ୍ ଉନୟନ ଅଧିକାରୀ ରବୀନ୍ଦ୍ର ନାଥ କଂହର ଙ୍କ ପ୍ରତିକ୍ରିୟା ନେବାରୁ ଉକ୍ତ ଘଟଣା କୁ ତଦନ୍ତ କରାଯିବ ଏବଂ ତାଙ୍କୁ ଭତ୍ତା ଦେବା ସହିତ (P M A Y ) ଲିଷ୍ଟ ରେ ଯଦି ତାଙ୍କର ନାମ ଥାଏ ତେବେ ତାଙ୍କୁ ଘର ପ୍ରଦାନ କରାଯିବ ବୋଲି ଶ୍ରୀ କଂହର ପ୍ରତିକ୍ରିୟା ରଖିଛନ୍ତି । ଏହି ପରି ପ୍ରେକ୍ଷୀରେ ଏହି ଅସହାୟ ନିରୀହ ଗରିବ ମହିଳା ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସମାଜ ସେବୀ ବୈଦ୍ୟନାଥ ବେହେରା , କନ୍ଧମାଳ ଜିଲ୍ଲାର ଖାଉଟି ସୁରକ୍ଷା ଜିଲ୍ଲା ଆବାହକ ତଥା ସମାଜସେବୀ କୁନା ଦିଗାଲ ଏବଂ ସମାଜସେବୀ ତଥା ମାଁ ଇଷ୍ଟ ଦେବୀ ଯୁବକଳା ପରିଷଦର ସମ୍ପାଦକ ବିଦୁର ବେହେରା ଙ୍କ ସମେତ ଅଞ୍ଚଳ ବାସୀ ଦାବି କରିଛନ୍ତି ।

ମା ନାରାୟଣୀ ଙ୍କ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ?ପରିଚାଳନା କମିଟିର ଭୂମିକା କୁ ନେଇ ସନ୍ଦେହ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଞ୍ଜାମ୍) – ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ନାରାୟଣୀ ମନ୍ଦିର ରେ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଜଣାପଡିଛି । ମା ନାରାୟଣୀଙ୍କ ମନ୍ଦିର ପରିସର ମଧ୍ୟରେ ଥିବା ହୁଣ୍ଡି ରେ ଗତକାଲି ସନ୍ଧ୍ୟାରେ ଜଣେ ଭକ୍ତ ଦାନ ଅର୍ଥ ପକାଇବା ପାଇଁ ଯାଇଥିବା ବେଳେ ହୁଣ୍ଡି ର କବାଟ ଖୋଲା ଥିବା ଦେଖି ପୂଜାରୀ ଙ୍କୁ କହିଥିଲେ । କିନ୍ତୁ ମନ୍ଦିର ରେ ଥିବା ଅନ୍ୟ କୌଣସି ବ୍ୟକ୍ତି ଏ ସମ୍ପର୍କରେ ଜାଣିପାରି ନ ଥିଲେ । ରାତିରେ ମନ୍ଦିର କବାଟ ବନ୍ଦ କରି ସମସ୍ତେ ଚାଲି ଯାଇଥିଲେ । ଆଜି ସକାଳେ କୌଣସି ସୂତ୍ରରୁ ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ସଦଳେବଳେ ନାରାୟଣୀ ମନ୍ଦିର ରେ ପହଞ୍ଚି ନିଜ ଆଡୁ ତଦନ୍ତ ଆରମ୍ଭ କରିଥିଲେ । ଫାଣ୍ଡି ଅଧିକାରୀ ଙ୍କ କହିବା କଥା ହୁଣ୍ଡି ର କବାଟ ଖୋଲାଥିଲା । ଭଙ୍ଗାଯିବାଭଳି ସେମିତି କିଛି ଲାଗୁନଥିଲା । ହୁଣ୍ଡି ଭିତରେ ଦୁଇ ଚାରି ଟା ଶହେ ଟଙ୍କିଆ ଓ ପଚାଶ ଟଙ୍କିଆ ନୋଟ କୁ ଛାଡି ଦେଲେ ଆଉସବୁ ଦଶ ଓ କୋଡିଏ ଟଙ୍କିଆ ନୋଟ ଭରପୁର ହୋଇ ରହିଥିଲା । ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଙ୍କୁ ପୋଲିସ ପଚାରିବାରୁ ସେମାନେ କେହି ଦୁର୍ବୁତ୍ତ ହୁଣ୍ଡି ଖୋଲି ୫୦୦ ଓ ୧୦୦ ଟଙ୍କିଆ ନୋଟ ଗୁଡିକ ନେଇ ଯାଇଥିବା ଅଭିଯୋଗ କରିଥିଲେ । ତେବେ ଫାଣ୍ଡି ଅଧିକାରୀ ଙ୍କ କହିବା କଥା ଯଦି ବାହାରୁ କେହି ଚୋରି କରିବା ପାଇଁ ଆସିଥାନ୍ତା ତାହେଲେ କେବଳ ୫୦୦ ଓ ୧୦୦ ଟଙ୍କିଆ ନୋଟ ନ ନେଇ ସେ ସବୁ ଟଙ୍କା ଲୁଟ କରି ନେଇଯାଇଥାନ୍ତା । ତାପରେ ଚୋରି ହେବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମନ୍ଦିର ପରିଚାଳନା କମିଟିର କୌଣସି ସଦସ୍ୟଙ୍କ ର ଦେଖା ନାହିଁ କି ସେମାନେ ପୋଲିସ ନିକଟରେ ଅଭିଯୋଗ ପତ୍ର ଦାଖଲ କରି ନାହାନ୍ତି । ଏହା ପରିଚାଳନା କମିଟିର ଭୂମିକା କୁ ସନ୍ଦେହ ଘେରକୁ ଟାଣିଆଣିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।ମନ୍ଦିର ରେ ସିସିଟିଭି ଲାଗିଥିଲେ ମଧ୍ୟ ଚୋରି ସମୟରେ ଏହା ବନ୍ଦ ଥିବା ପୋଲିସ ତଦନ୍ତ ରେ ଜାଣିବାକୁ ପାଇଛି । ଏମିତି ପୂର୍ବରୁ ତିନି ଥର ହୁଣ୍ଡି ରୁ ଚୋରି ହେଲାଣି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏପରିକି ଥରେ ହୁଣ୍ଡି କୁ କେହି ଦୁର୍ବୁତ୍ତ ଟେକି ନେଇ ପଳେଇ ଯାଇଥିଲା । ପରିଚାଳନା କମିଟିର ବୈଠକ ଦୀର୍ଘ ଦିନ ହେଲା ବସିନାହଁ କି କର୍ମକର୍ତ୍ତା ପରିବର୍ତ୍ତନ ହୋଇପାରୁନାହିଁ । ମନ୍ଦିର ରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଥିଲେ ମଧ୍ୟ ତାହା ମନ୍ଦିର ର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ରେ ତାହା ଖର୍ଚ୍ଚ ହେଉନଥିବା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଟଙ୍କା କୁଆଡେ ଯାଉଛି ତାହାର ଏକ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

ଜିଲ୍ଳାପାଳଙ୍କ ରାମନାଗୁଡା ବ୍ଲକ ଓ ଗୁଣପୁର କୋଭିଡି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ …!

!!! ରାୟଗଡା ଜିଲ୍ଲା ରାମନାଗୁଡା ରୁ ଦିଲ୍ଲୀପ ପଣ୍ଡାଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାମନାଗୁଡା)-ରାୟଗଡ଼ା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଆଜି ରାମନାଗୁଡା ବ୍ଲକର ଶୁଣ୍ଢି ଧ।ମୁଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଳୁପାଇ ଗ୍ରାମରେ ମନରେଗା ଯୋଜନାରେ ଚାଲୁରହିଥିବା ନୂତନ ପୋଖରୀ ଖନନ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ବୁଲିଦେଖି ଶ୍ରମିକ ମାନଙ୍କ ସହ ମଜୁରୀ ଠିକ ଭାବରେ ପାଉଛନ୍ତି ନାହିଁ ପଚାରି ବୁଝିବା ସହିତ ବିଭିନ୍ନ ସାମାଜିକ ସହାୟତା ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଚାଉଳ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ ।ଏହାପରେ ଜିଲ୍ଳାପାଳ ଆଲୁବାଡି ଗ୍ରାମରେ ମନରେଗା ଯୋଜନ।ରେ ଚାଲିଥିବା ସିମେଣ୍ଟ କଂକ୍ରିଟ କେନାଲ ନିର୍ମାଣ କାମ ବୁଲିଦେଖିଥିଲେ । ନିର୍ମାଣ ଦାୟିତ୍ବରେ ଥିବା ଠିକ।ଦାର ଓ କନିଷ୍ଠ ଯନ୍ତ୍ରୀଙ୍କୁ ଠିକ ଭାବରେ କାମ କରିବା ଓ ପାଣି ଦେବାପାଇଁ ନିର୍ଦେଶ ଦେଲେ । ଆଲୁବାଡି ଗ୍ରାମର ଗ୍ରାମବାସୀଙ୍କ ସହ ଜିଲ୍ଳାପାଳ ଆଲୋଚନା କରି ସେମାନଙ୍କୁ ଆମ୍ବ ଚାଷ ଓ କାଜୁ ଚାଷ କରିବା ପାଇଁ ରାଜି ହେବାରୁ ବିଡ଼ିଓ ରାମନାଗୁଡାଙ୍କୁ ଉଦ୍ୟ।ନ ବିଭାଗ ସହ ଯୋଗଯୋଗ କରି ଚାରା ଯୋଗାଇବା ପାଇଁ ନିର୍ଦେଶ ଦେଇଥିଲଲେ ।ଏହାପରେ ଜିଲ୍ଳାପାଳ କାନିପୁଲଶୀ ଗ୍ରାମକୁ ଯାଇ ସେଠାରେ ଗ୍ରାମବାସୀଙ୍କ ବିଭିନ୍ନ ଯୋଜନା ବିଷୟରେ ବିଶେଷ କରି ସାମାଜିକ ସୁରକ୍ଷା ଯୋଜନ ଅନ୍ତର୍ଗତ ବିଭିନ୍ନ ସହାୟତା, ମନରେଗା ଯୋଜନରେ ମଜୁରୀ ଠିକ ଭ।ବରେ ପାଉଛନ୍ତି କି ନାହିଁ, ଚାଉଳ ଠିକରେ ପାଉଛନ୍ତି କି ନାହିଁ ସେ ସମ୍ବନ୍ଧରେ ପଚାରି ବୁଝିଥିଲେ । ସେହି ଗ୍ରାମରେ ଚାଲିଥିବା ମନରେଗା ଯୋଜନ।ରେ କେନାଲ କାମ ଓ ମଧ୍ୟମ ଜଳସେଚନ ବିଭଗ ଦ୍ବାରା ଚାଲିଥିବା ବିଭିନ୍ନ ପ୍ରକଳ୍ପ ବୁଲିଦେଖିଥିଲେ । ଗ୍ରାମରେ ଚେକଡେମ ଉନ୍ନତି କରଣ ପାଇଁ ପଦ୍ଧକ୍ଷେପ ନେବା ବିମନ୍ତେ ବିଡ଼ିଓ ମାଧ୍ୟମରେ ନିର୍ବାହୀ ଯନ୍ତ୍ରୀ ମଧ୍ୟମ ଜଳସେଚନ ବିଭାଗକୁ ନିର୍ଦେଶ ଦେଇଥିଲେ । ନଳକୂପ ଗୁଡ଼ିକରେ ରିଚାର୍ଜ ପିଟି ନିର୍ମାଣ କରିବାପାଇଁ ବିଡ଼ିଓ ରାମନାଗୁଡାଙ୍କୁ ଜିଲ୍ଳାପାଳ ନିର୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ମୋଟର ସାଇକେଲରେ ଦୁଇଜଣରୁ ଉର୍ଦ୍ଧ୍ବ ଵ୍ୟକ୍ତିଙ୍କୁ ଯାତ୍ରା କରିବାକୁ ମନା କରିଥିଲେ । ଜନସାଧାରଣଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷାକରିବା ଉପରେ ସଚେତନ କରିଥିଲେ ।ରାମନଗୁଡ଼ା ବ୍ଲକ ପରିଦର୍ଶନ ବେଳେ ଜିଲ୍ଳାପାଳଙ୍କ ସହିତ ବିଡ଼ିଓ ଶ୍ରୀ ବେଣୁଧର ଶବର, ପି.ଏ,ଯେ.ଇ,ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ ।

ବିନା ସୁଧରେ ଚାଷୀଙ୍କୁ ୫୦ ହଜାର ଟଙ୍କା ଯାଏ ଋଣ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଚାଷୀଙ୍କ ପାଇଁ ଖୁସି ଖବର । ବିନା ସୁଧରେ ସେମାନଙ୍କୁ ମିଳିବ ଋଣ । ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ସରକାର ବିନା ସୁଧରେ ଚାଷୀଙ୍କୁ ପ୍ରଦାନ କରିବେ । ଏହାଦ୍ବାରା ରାଜ୍ୟର ଚାଷୀମାନେ ଲାଭାନ୍ବିତ ହେବେ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ସମବାୟ ସଚିବ ବୀରବିକ୍ରମ ଯାଦବ ।ଖରିଫ ଋତୁ ପାଇଁ ରାଜ୍ୟ ସରକାର ଚାଷୀଙ୍କ ନିମନ୍ତେ ଋଣ ଯୋଗାଣକୁ ସରଳ କରିବାର ଯୋଜନା କରିଛନ୍ତି । ରାଜ୍ୟର ପ୍ରାୟ ୯୦% ଚାଷୀ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥାଆନ୍ତି । ତେଣୁ ସେମାନଙ୍କୁ ବିନା ସୁଧରେ ଋଣ ଦିଆଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଉଥିବା ଚାଷୀଙ୍କୁ ମାତ୍ର ୨% ସୁଧ ଦେବାକୁ ପଡ଼ିବ ବୋଲି ଶ୍ରୀଯାଦବ କହିଛନ୍ତି । ଶ୍ରୀ ଯାଦବଙ୍କ ସୂଚନା ଅନୁସାରେ ରାଜ୍ୟରେ ୩୧ ମେ ସୁଦ୍ଧା ୨୬୪୯ କୋଟି ଟଙ୍କାର ଋଣ ଦିଆଯାଇଛି । ଗତ ବର୍ଷ ୩ ଲକ୍ଷ ୫ ହଜାର ଚାଷୀଙ୍କୁ କୃଷି ଋଣ ଦିଆଯାଇଥିଲା । ଏ ବର୍ଷ ୬ ଲକ୍ଷ ୧୯ ହଜାର ଚାଷୀଙ୍କୁ କୃଷି ଋଣ ପ୍ରଦାନ ନିନ୍ତେ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । ଏହା ସହ ବର୍ତମାନ ସୁଦ୍ଧା ରାଜ୍ୟରେ  ୧୦ ଲକ୍ଷ ୯୧ ହଜାର ମେଟ୍ରିକ ଟନ ରବିଧାନ ସଂଗ୍ରହ ସରିଛି ବୋଲି ଶ୍ରୀ ଯାଦବ କହିଛନ୍ତି ।

ମହାନଦୀ ଗର୍ଭରେ ବୁଡ଼ି ରହିଥିବା ୫୦୦ ବର୍ଷ ପୁରୁଣା ଗୋପୀନାଥ ମନ୍ଦିର ଚୂଡ଼ା ଠାବ…! 

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)-ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏକ ମନ୍ଦିରର ଦଧିନଉତି (ଅଗ୍ରଭାଗ) ଆବିଷ୍କୃତ ହୋଇଛି। ଐତିହାସିକ ଅନୀଲ ଧୀରଙ୍କ ନେତୃତ୍ୱରେ ଭାରତୀୟ କଳା ଓ ସଂସ୍କୃତ ଐତିହ୍ୟ ନ୍ୟାସ (ଇନଟାକ) ପକ୍ଷରୁ ମହାନଦୀ ଅବବାହିକା ଐତିହ୍ୟସ୍ଥଳ ପ୍ରଲେଖନ ପ୍ରକଳ୍ପ କାର୍ଯ୍ୟ ବେଳେ ନୟାଗଡ଼ ଜିଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ନିକଟସ୍ଥ ମହାନଦୀ ଗର୍ଭରେ ବୁଡ଼ି ରହିଥିବା ୫୦୦ ବର୍ଷ ପୁରୁଣା ଗୋପୀନାଥ ମନ୍ଦିର ଚୂଡ଼ା ଠାବ ହୋଇଛି। ତେବେ ଏଠାରେ ମନ୍ଦିର ଠାବ ହେବା ପ୍ରଥମ ଘଟଣା ନୁହେଁ। ମଝିରେ ମଝିରେ ଏହି ମନ୍ଦିର ମହାନଦୀରୁ ଫୁଟି ବାହାରିଥିବା ସୂଚନା ମିଳିଛି। ବର୍ତ୍ତମାନ ପଦ୍ମାବତୀ ଗ୍ରାମ ପୂର୍ବରୁ ଯେଉଁ ସ୍ଥାନରେ ଥିଲା ତାହା ଏବେ ନଦୀ ଗର୍ଭରେ ରହିଛି। ନଦୀଗର୍ଭରେ ଲୀନ ସାତପାଟଣା ୭ଟି ଗ୍ରାମକୁ ନେଇ ଗଠିତ ଜନପଦର ଏକ ଅଂଶ ହେଉଛି ପଦ୍ମାବତୀ ଗ୍ରାମ। ମହାନଦୀର ଗତିପଥ ବଦଳ ଓ କୂଳ ଲଙ୍ଘନ ସାଙ୍ଗକୁ ଉନବିଂଶ ଶତାଦ୍ଦୀ ୧୮୦୧ ରୁ ୧୯୦୦ ମଧ୍ୟରେ ପଦ୍ମାବତୀ ଅନ୍ୟ ୬ଟି ପଡ଼ାରେ ଥିବା ମନ୍ଦିରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନଦୀ ଭିତରେ ଲୀନ ହୋଇଯାଇଛି। ଲୋକମାନେ ଗ୍ରାମ ଛାଡ଼ି ସୁରକ୍ଷିତ ସ୍ଥାନରେ ପୁଣି ନୂଆ ଗ୍ରାମ ବସାଇଛନ୍ତି। ବର୍ତ୍ତମାନ ପଦ୍ମାବତୀ ଗ୍ରାମରେ ଥିବା ଗୋପୀନାଥ ଦେବ ମନ୍ଦିରର ଈଶ୍ୱର ପ୍ରତିମା ବୁଡ଼ିଯାଇଥିବା ମନ୍ଦିରର ମୂଳ ପ୍ରତିମା ବୋଲି କୁହାଯାଉଛି। ଗ୍ରାମବାସୀଙ୍କ କହିବା ମୁତାବକ ମହାନଦୀ ବାଲି ଭିତରେ ଏପରି ପ୍ରାୟ ୭ଟି ମନ୍ଦିର ବୁଡ଼ି ରହିଛି। ଏମାନଙ୍କ ମଧ୍ୟରେ ସବୁଠାରୁ ଡେଙ୍ଗା ମନ୍ଦିର ଗୋପୀନାଥ ଦେବଙ୍କ ମନ୍ଦିରର ଚୂଡ଼ା କିଛି ବର୍ଷଯାଏଁ ପାଣି ଭିତରୁ ଉପରକୁ ଉଠି ରହିଥିବା ବେଳେ ପରେ ତଳକୁ ଖସି ଯାଇଥିଲା। ଶେଷ ଥର ପାଇଁ ୧୧ବର୍ଷ ତଳେ ମନ୍ଦିରର ଚୂଡ଼ା ଦେଖିବାକୁ ମିଳିଥିଲା। ତେବେ ଗତବର୍ଷ ପାଣି ସ୍ତର କମ ଥିବାବେଳେ ମନ୍ଦିର ଦୃଶ୍ୟମାନ ହୋଇଥିଲା। ମନ୍ଦିରଟି ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀ ବେଳର ବୋଲି ଅନୁମାନ କରାଯାଉଛି।ସୂଚନାଯୋଗ୍ୟ ଯେ, ୧୯୩୩ ମସିହାରେ ଐତିହ୍ୟ ସମ୍ପନ୍ନ ପଦ୍ମାବତୀ ଗ୍ରାମ ମହାନଦୀ ଗ୍ରାମରେ ସମ୍ପୂର୍ଣ୍ଣଭାବେ ଲୀନ ହୋଇଥିଲା। ଫଳରେ ମହାନଦୀ ଗର୍ଭରେ ଗୋପୀନାଥ ମନ୍ଦିର, ରାସବିହାରୀ ମନ୍ଦିର, ମଙ୍ଗଳା ମନ୍ଦିର ପ୍ରଭୃତି ୭ଟି ମନ୍ଦିର ବାଲିଚର ହୋଇଥିଲା ବୋଲି ସଂସ୍କୃତି ଗବେଷକ ଡ଼.ପବିତ୍ର କୁମାର ସୁବୁଦ୍ଧି ପ୍ରକାଶ କରିଛନ୍ତି।

 

ବେଗୁନିଆପଡା ଜନତା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ କୁଇଜ ପ୍ରତିଯୋଗିତା …!

!!! ଗଞ୍ଜାମ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) -ପ୍ରଶାସନ ତରଫରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତ ଜନତା ନୋଡାଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଉତ୍ସାହିତ କରିବା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖି ଏକ କୁଇଜ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ମଙ୍ଗଳବାର ଦିନ ପୁରସ୍କୃତ କରାଯାଇଛି l ଗତ ଜୁନ 8ତାରିଖ ଦିନ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କୁ ସିନିୟର ଓ ଜୁନିୟର ଭାବେ ଦୁଇଟି ଗ୍ରୁପରେ ଭାଗ କରାଯାଇ କରୋନା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା l ଏଥିରେ ସିନିୟର ବିଭାଗରେ ଭଗବାନ ଖଟେଇ, ସୁଶାନ୍ତ ପାଢ଼ୀ ଓ ସନ୍ତୋଷ ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ବେଳେ ଜୁନିୟର ବିଭାଗରେ ଅଙ୍କିତ ପ୍ରଧାନ ଓ ରୁଦ୍ର ଗୌଡ଼ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ l ବିଡ଼ିଓ ଦେବବର ପ୍ରଧାନ, ବିଇଓ କମଳାକାନ୍ତ ସାହୁ, ସରପଞ୍ଚ ପ୍ରତିନିଧି ଅକ୍ଷୟ ପ୍ରଧାନ, ପ୍ରଧାନ ଶିକ୍ଷକ କେ. ଭିମରାଜୁ ପାତ୍ର, ଶିକ୍ଷକ ପଙ୍କଜ କୁମାର ବେହେରା ଆଦି ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ଦେଖାଦେଇଥିଲା l