ବାଲିଗୁଡାର ସଫଳ ସାପଧରାଳି ବେଣୁଧରଙ୍କୁ ଷ୍ଟିକ ପ୍ରଦାନକଲେ ଅନୁରାଗ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡା) -କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଅଞ୍ଚଳର ସଫଳ ବିଷଧର ସାପଧରାଳି ବେଣୁଧର ଘର ନୁଆସାହିରେ ଯାହା ଘରେ ହେଉକି ସରକାରୀ ଓ ବେସରକାରୀ ଅଫିସରେ ସାପପଶେ ବେଣୁଭାଇଙ୍କୁ ଖୋଜାପଡ଼େ ସିଏ ବି ସବୁକାମ ଛାଡି ବିଷ ଧର ସାପକୁ ଧରି ଜଙ୍ଗଲକୁ ନେଇ ଛାଡିଦିଅନ୍ତି କେବେ ବି ସାପକୁ ମାରନ୍ତି ନାହିଁ l ଦୀର୍ଘ ବିନା ମୂଲ୍ୟରେ ଏହିଭଳି ଲୋକଙ୍କ ସେବା ଯୋଗାଇ ଆସିଛନ୍ତି ବେଣୁଭାଇ l ସାପ ଏକ ବିଷଧର ଜନ୍ତୁ ସାପକୁ କିଏ ବା ନଡରେ କିନ୍ତୁ ନିଜ ଜୀବନକୁ ବାଜିଲଗାଇ ନିଜକୌଶଳ କ୍ରମେ ବିପଦ ସଂକୁଳ ଅବସ୍ଥାରେ ସାପ ଧରି ଆସୁଛନ୍ତି l ବେଣୁ କହିଲେ ସମସ୍ତେ ଜାଣନ୍ତି ସେ ସାପଧରି ବେଶ ସୁନାମ ଅର୍ଜନ କରିଛନ୍ତି ଏହାକୁ ଉପଲବ୍ଧ କରି ପୂର୍ଵତନ ବାଲିଗୁଡା ବ୍ଲକ ଅଧକ୍ଷ ରବିଚନ୍ଦ୍ର ପାଳଙ୍କ ପୁଅ ଅନୁରାଗ ବେଣୁଭାଇଙ୍କ ପାଇଁ ଏକ ସାପ ଧରିବା ଷ୍ଟିକ ପ୍ରଦାନ କରିଛନ୍ତି ଫଳରେ ସେ ବିପଦ ମୁକ୍ତ ଭାବେ ନୂତନ କୌଶଳରେ ସାପଧରି ବାଲିଗୁଡା ଅଂଚଳରେ ଲୋକଙ୍କୁ ସେବା ଯୋଗାଇ ପାରିବେ ଏବଂ ଷ୍ଟିକ ଟି ବେଣୁଭାଇଙ୍କ ପାଇଁ ବେଶ ସହାୟକ ହୋଇପାରିବ ବେଣୁ ଭାଇ ବି ଷ୍ଟିକ ପାଇ ଖୁସି ଅନୁଭବ କରିଛନ୍ତି ଏବଂ ଜନସାଧାରଣଙ୍କୁ ସେବା ଯୋଗାଇ ଦେବାକୁ 7735062812ଓ 8763625450 ନମ୍ବରକୁ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ଏନେଇ ଅନୁରାଗଙ୍କ ବାପା ରବିଚନ୍ଦ୍ର ପାଳ ମଧ୍ୟ ପୁଅର ଏହିଭଳି ମହତ ଉଦେଶ୍ୟକୁ ନେଇ ଖୁସି ପ୍ରକଟ କରିଛନ୍ତି ଏବଂ ବେଣୁଧର ପାତ୍ର ପରିବେଶ ପ୍ରତି ସଚେତନ ରହି ବିଷଧର ସାପକୁ ନମାରି ଜଙ୍ଗଲରେ ଛାଡ଼ୁଛନ୍ତି ଆଜକୁ ୨ହଜାରରୁ ଉର୍ଦ୍ଧ ସାପକୁ ଧରି ଜଙ୍ଗଲରେ ଛାଡିଛନ୍ତି ତାଙ୍କୁ ବନବିଭାଗ ତରଫରୁ ସରକାରୀ ସ୍ବୀକୃତି ଦେବାକୁ ବାଲିଗୁଡା ଡ଼ି ଏଫ ଓଙ୍କୁ ଅନୁରୋଧ କରିଛନ୍ତି l

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଆନ୍ତର୍ଜାତିକ ଯୋଗ ଦିବସ
ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ବ୍ୟାପର ମନ୍ତ୍ରଣାଳୟ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ଶାଖା ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେଇଯାଇଛି । ବ୍ଲକର ଜାତୀୟ ଯୁବ ସ୍ବେଚ୍ଛାସେବୀ ଶ୍ରୀ ଅକ୍ଷୟ କୁମାର ମେହେର ଙ୍କ ନେତୃତ୍ୱରେ ସମ୍ଭବ ଯୁବକ ସଂଘ ,ଛଞ୍ଚାଣବାହାଲି ଠାରେ ଅନୁଷ୍ଠିତ ହୋଇଥିଲା । କରନା ସଂକ୍ରମଣ ଦେଶରେ କାୟା ବିସ୍ତାର କରି ଥିଲା ବେଳେ ଆଜି ସମସ୍ତେ ଘରେ ରହି ସପରିବାର ସହ ଯୋଗ କରିଥିଲେ । କରଯୋଗ , ରୁହ ନିରୋଗ ବାର୍ତା ଦେଇ ସମସ୍ତେ ସୁଚାରୁ ରୁପେ ସଂପାଦକ କରିଥିଲେ । ଏହି ଯୋଗ ଶିବିର ରେ ସ୍ଥାନୀୟ ଯୁବକ ସଂଘ ର କର୍ମକର୍ତା ସହଯୋଗ କରିଥିଲେ । ସଂଘ ର ସଭାପତି ରୋମାଞ୍ଚଳ ଗୋପାଳ, ସଂପାଦକ ହୁକିମ ଚନ୍ଦ୍ର ଭାଇସାଲ, ଛବିଲାଲ ଗୋପାଳ, ପରେଶ ଗୋପାଳ,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

ରବନା ସ୍ଵାସ୍ଥ୍ଯ କେନ୍ଦ୍ର ପକ୍ଷରୁ ଘାଟି ଖରିଗୁଡା ଠାରେ ମେଲେରିଆ ନିରାକରଣ ଅଭିଯାନ ଅନୁଷ୍ଠିତ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – ରାଇକିଆ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ରନବା ପଞ୍ଚାୟତ ରେ ଥିବା ରନବା ସ୍ୱାସ୍ଥ୍ୟ କେନ୍ଦ୍ର ତରଫ ରୁ ଘାଟି ଖରିଗୁଡା ଗ୍ରାମ ରେ ମେଲେରିଆ ନିରାକରଣ୍ ଅଭିଯାନ ହୋଇଥିଲା।ଏଥିରେ ସ୍ଵସ୍ଥ୍ୟକର୍ମି ରଞ୍ଜନ କୁମାର ପ୍ରଧାନ, ଡ୍,କୋଲକ୍ ପ୍ରଧାନ, ଆରୋଗ୍ୟ ପ୍ଲୋସ୍ ଟିମ ର୍ ସମସ୍ତ ସଦସ୍ୟ,ଆଶା ଦିଦି ମମତା ନାୟକ,ମମିତା ସାମନ୍ତ,ଏବଂ ଅଙ୍ଗନୱାଡ଼ି କର୍ମୀ ଧୋବୁଣି ବେହେରା ଙ୍କ ନେତୃତ୍ୱରେ କକଡବାଡି,ତୋଟସାହି,ରଣବା ଗ୍ରାମର ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ମାଗଣାରେ ରକ୍ତ ପରୀକ୍ଷା କରାଯାଇଛି। ଏଥି ସହିତ ଗର୍ଭବତୀ ମହିଳା ଓ ପ୍ରସୂତି ମା ମାନଙ୍କୁ ଯତ୍ନବାନ ହେବାପାଇଁ ଉପଦେଶ ଦିଆଯାଇଥିଲା।