ବାଲିଗୁଡା ବଡଗାଁ ଆସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ଆତ୍ମହତ୍ୟା।

!!! କନ୍ଧମାଳରୁ ଜିଲ୍ଲା ପ୍ରତିନିଧି ମିଲନ କହଁରଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡା) – ସାରା ବିଶ୍ୱରେ ମହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ କନ୍ଧମାଳରେ ମଧ୍ୟ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି l କୋଭିଡ଼ 19କୁ ପ୍ରତିହୁତ କରିବା ପାଇଁ ଜ଼ିଲ୍ଲାରେ 6ଗୋଟି ଆସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଛି ସେଠାରେ ଖାଇବା ପିଇବା ଠାରୁ ଆରମ୍ଭ କରି ଚିକିତ୍ସା ବ୍ୟବସ୍ଥା ରହିଛି କିନ୍ତୁ ଜ଼ିଲ୍ଲାରେ କିଛି ଆସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଅବ୍ୟବସ୍ଥାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି l ବାଲିଗୁଡା ବଡଗାଁ ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ହାଇଦ୍ରାବାଦ ଫେରନ୍ତା ପ୍ରବାସୀ ଓଡ଼ିଆ ଆତ୍ମହତ୍ୟା କରିଥିବା ଜଣାପଡିଛି l ମୃତକଙ୍କ ଘର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଡ଼େଲ ପଦର ଗାଁର ସମ୍ପୂର୍ଣ ମାଝୀ ବୋଲି ଜଣାପଡିଛି l ଆସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବାଲିଗୁଡା ପୋଲିସ ପ୍ରଶାସନ ମାଜିଷ୍ଟ୍ରେଟ ଉପସ୍ଥିତରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ଉପ ଜ଼ିଲ୍ଲାପାଳ ଦେବେନ୍ଦ୍ର ନନ୍ଦଙ୍କ ସୂଚନା ପ୍ରକାରେ କୃତମଗଡ଼ ସଂଘରୋଧ କେନ୍ଦ୍ରରେ କିଛିଦିନ ସଂଘରୋଧ କେନ୍ଦ୍ରରେ ରହିବାପରେ ଗାଁକୁ ଫେରିଥିଲେ ଘରେ କିଛିଦିନ ରହିବାପରେ ସ୍ୱାସ୍ଥ୍ୟ ଖରାପ ହେବାରୁ ଗତ 16 ତାରିଖ ଦିନ ବାଲିଗୁଡା ସ୍ଥିତ କୋଭିଡ଼ କେୟାର ହସ୍ପିଟାଲକୁ ଅଣାଯାଇ ଚିକିତ୍ସା ଚାଲିଥିଲା ଓ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲେ ବି ରିପୋର୍ଟ ଆସିନାହିଁ l ମାନସିକ ଦୁଃଚିନ୍ତା ରେ କିଛିଦିନ ରହୁଥିଲେ ମାନସିକ ଭାରସାମ୍ୟ ହରାଇ ବେକରେ ଚିରା ବେଡ଼ସିଟ ଲଗାଇ ଆତ୍ମହତ୍ୟା କରିଛି ମୃତ ଦେହ ମିଳିଥିବା ଏକ ବଖରାରେ ସୁଇସାଇ ଡ଼ ନୋଟ ମିଳିଛି ସେ ଅତ୍ୟଧିକ ଭୟଭୀତ ରହିଥିବା ସହ ଈଶ୍ୱରଙ୍କ ପାଖକୁ ଯିବାକୁ ଚାଁହୁଛି ବୋଲି ଉଲ୍ଲେଖ ରହିଛି ଏହା କାରୋନା ଜନିତ ମୃତ୍ୟୁ ନୁହେଁ ବୋଲି ଉପ ଜ଼ିଲ୍ଲାପାଳ ସ୍ଵଷ୍ଟ କହିଛନ୍ତି l ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ କୋଭିଡ କିଟ ଦିଆଯାଇ ସାମାଜିକ ଦୂରତା ରକ୍ଷାକରି ବାଲିଗୁଡାରେ ଶବ ସଂସ୍କାର କରାଯାଇଛି l ପରିବାରର ଆର୍ଥିକ ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରେଡକ୍ରଶ ଓ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି l ହସ୍ପିଟାଲରେ 31ଜଣ ପ୍ରବାସୀ ସ୍ୱାସ୍ଥ୍ୟକର୍ମୀ ଡ଼କ୍ଟର ଓ ପୋଲିସ ଥାଉ ଥାଉ ଜଣେ କିଭଳି ଆତ୍ମହତ୍ୟା କଲା ସେନେଇ ପ୍ରଶ୍ନବାଚି ସୃଷ୍ଟିହୋଇଛି l

ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ମାଆ ପୁଅକୁ ହାଣି ମାଟିରେ ପୋତିଦେଲା।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ଜଣେ ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ହୋଇ ଶେଷରେ ମାଆ ପୁଅକୁ ଏକ ଧାରୁଆ କାତି ରେ ହାଣି ହତ୍ୟା କରିବା ପରେ ଘର ପଛ ପଟେ ମାଟି ତଳେ ପୋତି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଏବେ ଖଲ୍ଲିକୋଟ ଅଞ୍ଚଳରେ ଚାଂଚଲ୍ୟ ଖେଳାଇଦେଇଛି । ଏଭଳି ଏକ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତ ର ଗୋପପୁର ଗ୍ରାମରେ । ଗୋପପୁର ହରିଜନ ସାହିର ଦୁଇତା ନାହାକ(୫୫)ଜଣେ ଶ୍ରମଜୀବୀ ମହିଳା । ସ୍ୱାମୀ ଇନ୍ଦ୍ର ନାହାକ ୧୦ ବର୍ଷ ତଳେ ପରଲୋକ ଗମନ କରିଛନ୍ତି ।ଦୁଇ ପୁଅ ସୁକୁରିଆ ନାହାକ ଓ ଧନୁ ନାହାକ । ସାନ ପୁଅ ଧନୁ ସୁରଟ ରେ କାମ କରୁଥିବା ବେଳେ ବଡ଼ ପୁଅ ସୁକୁରିଆ ଗ୍ରାମରେ ରହୁଥିଲେ । ସୁକୁରିଆ ସବୁବେଳେ ମଦ୍ୟପାନ କରି ମାଆ କୁ ମାଡ଼ ମାରୁଥିବା ବେଳେ ଗ୍ରାମବାସୀ ଙ୍କ ସହ ମଧ୍ୟ ଗଣ୍ଡଗୋଳ କରେ । ସମସ୍ତେ ତାର ବ୍ୟବହାର ରେ ଅତିଷ୍ଠ ହୋଇଯାଇଥିଲେ । ସାନ ପୁଅ ଧନୁ ଗତ କିଛି ଦିନ ତଳେ ସୁରଟ ରୁ ଫେରି କଞ୍ଚଣା ସଙ୍ଗରୋଧ କେନ୍ଦ୍ର ରେ ରହି ଘରକୁ ଆସିଥିଲା । ଗତକାଲି ରାତିରେ ସୁକୁରିଆ ମାଆ କୁ ଖାଇବା ପାଇଁ ମାଗି ପ୍ରବଳ ମାଡ଼ ମାରିଥିଲା । ସେ ଖାଇବା ପରେ ମଦ ନିଶାରେ ସୋଇପଡିଥିଲା । ମାଡ଼ ଖାଇ ଖାଇ ଅତିଷ୍ଠ ହୋଇପଡିଥିବା ମାଆ ଦୁଇତା ଘରେ ଥିବା ଏକ ଧାରୁଆ କାତି ସାହାଯ୍ୟ ରେ ସୁକୁରିଆ ର ମୁଣ୍ଡ, ଛାତି, ହାତ, ଗୋଡ଼ ପ୍ରଭୃତି ସ୍ଥାନ କୁ ହାଣି ଦେଇଥିଲେ । ଫଳରେ ଶୋଇବା ଘରେ ତାର ମୃତ୍ୟୁ ହୋଇଥିଲା । ସୁକୁରିଆ ମରିଯିବା ପରେ ତାର ମୃତ ଦେହ କୁ ଘର ପଛ ପଟେ ମାଟି ଖୋଳି ପୋତିଦେଇଥିଲା ।ସେହି ସାହିରେ ଥିବା ଜଣେ ସମ୍ପର୍କୀୟ ଙ୍କ ଘରେ ଶୋଇଥିବା ସାନ ପୁଅ ଧନୁ ସକାଳୁ ଆସି ମାଆ କୁ ଭାଇ ସମ୍ପର୍କରେ ପଚାରିବାରୁ ମାଆ ସବୁକଥା କହି ଦେଇଥିଲେ ।ଧନୁ ଏ ସମ୍ପର୍କରେ ଖଲ୍ଲିକୋଟ ପୋଲିସ କୁ ଜଣାଇବା ପରେ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଏସ୍.ଆଇ. ସିଲୁ ଧଳ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ଆଗରେ ମାଆ ଦୁଇତା ସବୁକଥା ମାନି ଯାଇଥିଲା । ଖଲ୍ଲିକୋଟ ତହସିଲଦାର ତଥା ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଚକ୍ରଧର ପାଢ଼ୀ ଙ୍କ ଉପସ୍ଥିତ ରେ ମୃତ ଦେହକୁ ମାଟି ଭିତରୁ ବାହାର କରିଥିଲେ । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଚାନଭିନ କରି ହତ୍ୟା ରେ ବ୍ୟବହୃତ କାତି କୁ ଜବତ କରିଥିଲା ପୋଲିସ । ମାଆ କୁ ଗିରଫ କରାଯିବା ସହ ସାନ ପୁଅ ଧନୁ କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୨୩୮/୨୦୨୦ ଦଫା ୩୦୨,୨୦୧,ଆଇ ପି ସି ଅନୁସାରେ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

କୁତ୍ରାଥାନା ଅନ୍ତର୍ଗତ ଯୋଉରାମୁଣ୍ଡା ଗ୍ରାମର କେରାଟୋଲି ବସ୍ତିରେ ଦୁଇ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ଦୁଇଅଭିଯୁକ୍ତ ଗିରଫ।

!!! ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ସପ୍ତାହ ଭିତରେ ଅଂଚଳରେ ତିନୋଟି ମାମଲା ପ୍ରଶାସନ ଏବଂ ସମାଜ ପାଇଁ ଚିନ୍ତାର କାରଣ ପାଲଟିଛି।
ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ଯୋଉରାମୁଣ୍ଡା ଗ୍ରାମର କେରାଟୋଲି ବସ୍ତିରେ ଜେଓରମ ବିଲୁଙ୍ଗ (୫୦) ନାମକ ବ୍ୟକ୍ତି ଜଣେ ୯ ବର୍ଷର ନାବାଳିକା ସହିତ ଦୁଷ୍କର୍ମ କରିଥିବା ଏବଂ ରୋବଜିତ ଡୁଙ୍ଗ ଡୁଙ୍ଗ(୨୮)ନାମକ ଯୁବକ ୧୪ ବର୍ଷର ନାବାଳିକା ସହ ଦୁଷ୍କର୍ମ କରିବା ପାଇଁ ଜୋର ଜବରଦସ୍ତ କରିଥିବା ନେଇ କୁ ପିଡ଼ିତା ଙ୍କର ପରିବାର ଲୋକ କୁତ୍ରା ଥାନାରେ ୧୯/୦୬/୨୦୨୦ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି। ନାବାଳିକା ପିଡ଼ିତା ସମ୍ପର୍କରେ ଦୁଇ ଭଉଣୀ ହେଇଥିବା ସୂଚନା ମିଳିଛି।
ବିଗତ ଦିନରେ ଦୁଇଟି ନା ବାଳିକା ଦୁଷ୍କର୍ମ ମାମଲା ରାଜଗାଙ୍ଗପୁର ଥାନା ରେ ଅଭିଯୋଗ ହେଇଥିବା ବେଳେ ଆଜି ପୁଣି ଏକ ଲଜ୍ଜା ଜନକ ଘଟଣା ଘଟିଛି କୁତ୍ରା ଥାନା ଅନ୍ତର୍ଗତ ଜଉରାମୁଣ୍ଡା ଗ୍ରାମ ରେ । ଆଜି ରାଜଗାଙ୍ଗପୁର ଏସଡ଼ିପିଓ ବିଜୟ ନନ୍ଦଙ୍କ ତତ୍ତ୍ୱବଧାନରେ କୁତ୍ରା ଥାନା ଅଧିକାରୀ ସୁଶାନ୍ତ ପରିଡା ମାମଲାର ଯାଞ୍ଚ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଜେଓରମ ବିଲୁଙ୍ଗ ଏବଂ ରୋବଜିତ ଡୁଙ୍ଗ ଡୁଙ୍ଗ କୁ ଗିରଫ କରିବା ସହ ପିଡିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି । ପୋଲିସ ୧୪ବର୍ଷର ପିଡ଼ିତା ସହିତ ଅସଦାଚରଣ ଘଟଣାରେ ଅଭିଯୁକ୍ତ କୁ ଏବଂ ୯ବର୍ଷର ପିଡ଼ିତା ଙ୍କର ସହିତ ଦୁଷ୍କର୍ମ କରିଥିବା ଅଭିଯୁକ୍ତ କୁ ଘଟଣାରେ ମାମଲା ରୁଜୁ କରି ତଦନ୍ତ କରିବାପରେ ରଵଜିତ ଡୁଙ୍ଗ ଡୁଙ୍ଗ କୁ ଗିରଫ କରି ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି । ବିଗତ ଏକ ସପ୍ତାହ ଭିତରେ ସ୍ଥାନୀୟ ଅଞ୍ଚଳରେ ନିରୀହ ନା ବାଳିକାଙ୍କ ସହ ଏକାଧିକ ଦୁଷ୍କର୍ମ ମାମଲା ସାମ୍ନା କୁ ଆସିଥିବା ବେଳେ ଏହା ସଭ୍ୟ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି ।