ବୋହୁ,ଶଶୁର,ସ୍ୱାମୀଙ୍କୁ ଆକ୍ରମଣ ଅଭିଯୋଗ; ପଥର ଆଘାତରେ ବୋହୁ,ଶଶୁର ଆହତ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରମ୍ଭା) – ଗଞ୍ଜାମ ବ୍ଲକର ରମ୍ଭା ଥାନା ଅଞ୍ଚଳର ବିରୁଳିଗଡ଼ ଗ୍ରାମର ଯାଜ୍ଞସିନୀ ପଲେଇ ତାଙ୍କ ସ୍ୱାମୀ କୈଳାଶ ପଲେଇ ଶଶୁରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁରଜ ସହ ଆକ୍ରମଣ ଘଟଣା ନେଇ ରମ୍ଭା ଥାନାରେ ଅଭିମନ୍ୟୁ ତରେଇ ତାଙ୍କ ଦୁଇ ପୁଅ ମନୋଜ ତରେଇ ଓ ସୁନିଲ ତରେଇଙ୍କ ବିରୁଦ୍ଧରେ ଅଭିଯୋଗ ଦେଇଥିବା ଜଣାଯାଇଛି ।ସୂଚନାଯୋଗ୍ୟ ଗତ ଶୁକ୍ରବାର ରାତ୍ର ପ୍ରାୟ ୧୧ ଘଣ୍ଟିକା ୩୦ ମିନିଟ ସମୟରେ ଯାଜ୍ଞସିନୀ ପଲେଇ ଓ ତାଙ୍କ ସ୍ୱାମୀ କୈଳାଶ ପଲେଇ ଦୋକାନରେ ବସିଥିବା ସମୟରେ ବିରୁଳି ଗଡ଼ ଗ୍ରାମର ଅଭିମନ୍ୟୁ ତରେଇ(୫୫) ଅଶ୍ଳୀଳ ଭାଷାରେ ଗାଳି ଗୁରଜ କରିଥିଲେ ।ଅସହ୍ୟ ଗାଳିକୁ ସହି ନପାରି ସ୍ୱାମୀ ଓ ସ୍ତ୍ରୀ ନିଜ ଘରକୁ ଫେରି ଆସିଲା ପରେ ଅଭିମନ୍ୟୁ ତରେଇ କୈଳାଶ ପଲେଇଙ୍କ ଘର ନିକଟକୁ ଆସି ପୁଣି ଅସହ୍ୟ ଅଶ୍ଳୀଳ ଗାଳି ଗୁରଜ କରିଥିଲେ ।କୈଳାଶ ପଲେଇ ଏହାର ପ୍ରତିବାଦ କରିବାରୁ ଅଭିମନ୍ୟୁ ତରେଇ ନିଜର ଦୁଇ ପୁଅ ମନୋଜ ତରେଇ(୨୭) ଓ ସୁନିଲ ତରେଇ(୨୪) ସହ ଆସି କୈଳାଶ ପଲେଇଙ୍କୁ ମାରଣାତ୍ମକ ଆକ୍ରମଣ କରିବାକୁ ଚେଷ୍ଟା କରିବାରୁ କୈଳାଶ ପଲେଇଙ୍କ ବାପା କୈଳାଶଙ୍କୁ ଘରେ ବନ୍ଦୀ କରିଥିଲେ ।ଅଭିମନ୍ୟୁ ତରେଇ ଓ ତାଙ୍କ ଦୁଇ ପୁଅ ବାହାରେ ଥିବା ବୋହୁ ଯାଜ୍ଞସିନୀ ପଲେଇଙ୍କୁ ଦୁର୍ବ୍ୟବହାର କରିବା ସହ ପଥର ସାହାର୍ଯ୍ୟରେ ବୋହୂର ମୁଣ୍ଡକୁ ଆଘାତ କରିଥିଲେ ।ବୋହୁ ଯାଜ୍ଞସିନୀ ପଲେଇ ରକ୍ତରେ ଜୁଡୁ ବୁଡୁ ହୋଇଥିଲେ ।
ଶଶୁର ଏହାର ପ୍ରତିବାଦ କରିବାରୁ ଶଶୁରଙ୍କୁ ମଧ୍ୟ ମାରଣାତ୍ମକ ଆକ୍ରମଣ କରିଥିଲେ ।ତାହା ସହ ଅଭିମନ୍ୟୁ ତରେଇ ନିଜ ଦୁଇ ପୁଅ ସହ ଖଣ୍ଡା,କାତି ଭଳି ମାରଣାତ୍ମକ ଅସ୍ତ୍ର ଧରି ଜୀବନରୁ ମାରି ଦେବା ଧମକ ମଧ୍ୟ ଦେଇଥିଲେ । ବୋମା,ବନ୍ଧୁକର ସାହାର୍ଯ୍ୟ ନେବା କଥା ମଧ୍ୟ କହିଥିଲେ ।ରମ୍ଭା ଡ଼ାକ୍ତରଖାନାରେ ବୋହୁ ଯାଜ୍ଞସିନୀ ପଲେଇ ଓ ତାଙ୍କ ଶଶୁର ଚିକିତ୍ସା ହେଉଥିବା ଜଣାଯାଇଛି ।ଏନେଇ ଯାଜ୍ଞସିନୀ ପଲେଇ ରମ୍ଭା ଥାନାରେ ଅଭିଯୋଗ ଜଣାଇଥିବା ରମ୍ଭା ପୋଲିସ ପକ୍ଷରୁ ଜଣାଯାଇଛି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କୁ ଉଲ୍ଲଂଘନ, ସମାଜିକ ଦୂରତା ରକ୍ଷା କରିବାଭଳି ନିୟମକୁ ଫୁ କରିଲେ ଖୋଦ ସରକାରୀ ଦଳର ପୁରୁଖା ନେତା ଏବଂ କର୍ମକର୍ତ୍ତା।

!!! ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ଗତକାଲି ବୁଧୁବାର ଦିନ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଲାଇଙ୍ଗ ପଞ୍ଚାୟତ ଠାରେ ଶାସକ ବିଜୁ ଜନତା ଦଳର ନୂତନ ଦଳୀୟ କାର୍ଯ୍ୟାଳୟ ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ବର୍ତମାନର ସୁନ୍ଦରଗଡ଼ଜିଲ୍ଲା ର ବିଜୁ ଜନତା ଦଳ ଜିଲ୍ଲା ସଭାପତି ଶ୍ରୀ ବିନୟ ଟପ୍ପୋ ଏବଂ ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ଜିଲ୍ଲା ସଭାପତି ମଙ୍ଗଳା କିଷାନ ଙ୍କ ସହିତ ୩୦ ରୁ ଅଧିକ କର୍ମକର୍ତା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ମହାମାରୀ କୋରୋନା ଭାଇରସ ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସାମାଜିକ ଦୂରତା ବଜାୟ ରଖିବାକୁ କଡ଼ାକଡ଼ି ନିର୍ଦ୍ଦେଶ ଜାରି କରିଥିବା ବେଳେ ଦଳୀୟ କାର୍ଯ୍ୟକ୍ରମ ,ସାମାଜିକ କାର୍ଯ୍ୟକ୍ରମ,ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ସହ ଵିଵାହ ଉତ୍ସବ ଧାର୍ମିକ କାର୍ଯ୍ୟକ୍ରମ ଉପରେ ଲୋକଙ୍କ ଭିଡ଼ କୁ ସୀମିତ ରଖିବାକୁ ଏବଂ ସାମାଜିକ ଦୂରତା ରଖି ଅନୁଷ୍ଠିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ପ୍ରଶାସନ ଦୋକାନ ବଜ଼ାର ରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରୁଥିବା ଦୋକାନୀଙ୍କ ଠାରୁ ଏବଂ ସାଧାରଣ ଲୋକଙ୍କ ଠାରୁ ଜରିମାନା ଆଦାୟ କରୁଥିବା ବେଳେ ଅନ୍ୟପଟେ କୌଣସି ରାଜନୈତିକ ଦଳ ଏହାକୁ ମାନୁ ନଥିବାର ଚିତ୍ର ସାମ୍ନାକୁ ଆସିଛି। ଶବ ଯାତ୍ରାରେ ୨୦ ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ ଏବଂ ବାହାଘର ପାଇଁ ପ୍ରଶାସନ ର ଅନୁମତି ସାଧାରଣ ଲୋକଙ୍କୁ ଆବଶ୍ୟକ ପଡ଼ୁଥିବା ବେଳେ ୫୦ ରୁ ଅଧିକ ଲୋକଙ୍କର ଭିଡ଼ ନକରିବା ପାଇଁ କଟକଣା ରହିଛି । ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ୩୦ରୁ ଅଧିକ ସ୍ଥାନୀୟ ନେତା ଏବଂ କର୍ମୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ।କିନ୍ତୁ ଏଠି ଏକ ବଡ଼ ପ୍ରଶ୍ନ ଉଠୁଛି ଏହି ସରକାରୀ ଦଳର ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ନିଆଯାଇଥିଲା କି? ବିଭିନ୍ନ ଦଳର ଦଳୀୟ ନେତା ନିଜେ ନିୟମ କୁ ଉଲଘଂନ କରୁଥିବା ବେଳେ ସାଧାରଣ ଜନତା ନିୟମ ଉଲ୍ଲଘଂନ କଲେ ପ୍ରଶାସନ ତାଗିଦ କରିବା ସହ ଆର୍ଥିକ ଜରିମାନା ଆଦାୟ କରି ଦଣ୍ଡିତ କରୁଥିବା ଦେଖିବାକୁ ମିଳୁଛି । ଉକ୍ତ ଦଳୀୟ ଉଦଘାଟନୀ କାର୍ଯ୍ୟକ୍ରମରେ ଶାସକ ଦଳର ପୁରୁଖା ନେତା ଏବଂ କର୍ମକର୍ତ୍ତା ସରକାରୀ ନିୟମ କୁ ଖୋଲାଖୋଲି ଉଲଘଂନ କରିଥିବା ଓ ବେଖାତିର କରୁଥିବା ଦେଖିବାକୁ ମିଳିଛି । ଏହଭଳି ଦୃଶ୍ୟ କୁ ଦେଖି ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କର ମହଲରେ ଖୋଦ ସରକାରୀ ଦଳର ନେତା ଓ କର୍ମକର୍ତ୍ତା ରାଜ୍ୟ ସରକାରଙ୍କର ନିୟମ କୁ ‘ଫୁ’ କରୁଛନ୍ତି ବୋଲି ଚର୍ଚ୍ଚା ହେଉଥିବାର ପରିଲକ୍ଷିତ ହେଉଛି।

କନ୍ଧମାଳ ରେ ପ୍ରଥମ ଥର ପାଇଁ ଇଗଲ ମ୍ୟୁଜିକ୍ ଷ୍ଟୁଡିଓ ଦ୍ଵାର ଅନଲାଇନ ରଜ କୁଇନ୍ ପ୍ରତିଯୋଗିତା ଅନୁଷ୍ଠିତ।

!!! କନ୍ଧମାଳ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(କନ୍ଧମାଳ) – କନ୍ଧମାଳ ରେ ପ୍ରଥମ ଥର ପାଇଁ ଇଗଲ ମ୍ୟୁଜିକ୍ ଷ୍ଟୁଡିଓ ଦ୍ଵାରା ଆୟୋଜିତ ହୋଇଥିଲା ଅନଲାଇନ ରେ ରଜ କୁଇନ କନ୍ଧମାଳ ୨୦୨୦ । ଯାହାର ଫଳାଫଳ ଆଜି ଘୋଷଣା କରାଯାଇଛି। ଏଥିରେ ପ୍ରଥମ ହୋଇଛନ୍ତି ସୋନାଲି ପାଣିଗ୍ରାହୀ,ଦ୍ଵିତୀୟ ହୋଇଛନ୍ତି ଏମ୍ ବିଜୟଲକ୍ଷ୍ମୀ ଦୋରା ଓ ତୃତୀୟ ହୋଇଛନ୍ତି ସୁଶ୍ରୀ ତନ୍ମୟୀ ପାଢ଼ୀ । ଏହି ପ୍ରତିଯୋଗିତା ୫ ଦିନ ଧରି ହୋଇଥିଲା । ଏଥି ମଧ୍ୟରେ ୬ ଟି ପର୍ଯ୍ୟାୟ ହୋଇଥିଲା। ନାଚ,ଗୀତ,ଅଭିନୟ,ଝୋଟି,ସଜବାଜ ସମେତ ପ୍ରଶ୍ନ ଉତ୍ତର ପର୍ଯ୍ୟାୟ ମଧ୍ୟ ହୋଇଥିଲା । ଏହି ସବୁ ପର୍ଯ୍ୟାୟ ର ବିଚାରକ ଭାବେ ଓଲିଉଡ ର ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ସାହାଣୀ ଙ୍କ ସହିତ କଣ୍ଠଶିଳ୍ପୀ ସୁଶାନ୍ତ ଚିନରା ଥିବାବେଳେ ମୁଖ୍ୟ ଅତିଥି ଭାବେ ଓଲିଉଡ ର ଅଭିନେତା ଓ ପ୍ରଯୋଜକ ଶଶାଙ୍କ ଦିଗଲ ଭିଡିଓ କଲ୍ ମାଧ୍ୟମରେ ପ୍ରତିଯୋଗୀ ଙ୍କୁ ପ୍ରଶ୍ନ ପଚାରିବା ସହ ଯେଉଁମାନେ ପରବର୍ତ୍ତୀ ପର୍ଯ୍ୟାୟ କୁ ଯିବେ ତାହା ନିର୍ଣ୍ଣୟ କରିଥିଲେ। ସମସ୍ତ ପର୍ଯ୍ୟାୟ ଅନଲାଇନ ରେ ହିଁ ହୋଇଥିବା ବେଳେ ଆଜି ଇଗଲ ମ୍ୟୁଜିକ୍ ଷ୍ଟୁଡିଓ ରେ ଫଳାଫଳ ଘୋଷଣା କରାଯିବା ସହିତ ସାମାଜିକ ଦୂରତା ରଖି ପୁରସ୍କାର ବଣ୍ଟନ କରାଯାଇ ଅଛି । ପୁରସ୍କାର ବଣ୍ଟନ କରିବା ସହିତ ପ୍ରତିଯୋଗୀ ଙ୍କୁ ଅଭିବାଦନ ଜଣାଇଥିଲେ ଇଗଲ୍ ମ୍ୟୁଜିକ୍ ଷ୍ଟୁଡିଓ ର ସଂସ୍ଥାପକ ଶ୍ରୀ ବସନ୍ତ କୁମାର ସାହାଣୀ । ଏବଂ ସୌମ୍ୟ ରଞ୍ଜନ ସାହାଣୀ କହିଛନ୍ତି ଯେ ଯେଉଁମାନେ ବି ପ୍ରଥମ,ଦ୍ଵିତୀୟ,ତୃତୀୟ ହେଲେ ସେମାନଙ୍କୁ ନେଇ ପରବର୍ତ୍ତୀ ସମୟରେ ସେ ପ୍ରୋଜେକ୍ଟ ଆରମ୍ଭ କରିବେ।

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି …!

ଏଥର ସମ୍ଭାଳ ବ୍ୟୁରୋ – ଲଦାଖର ଗଲୱାନ ଘାଟିରେ ଚୀନ ସହିତ ସଂଘର୍ଷରେ ସହିଦ ହୋଇଥିବା ଓଡ଼ିଶାର ଦୁଇ ସୁପୁତ୍ର ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ଆଜି ଉଭୟଙ୍କ ପାର୍ଥିବ ଶରୀର ଓଡିଶା ଆସିବା ପରେ ରାଜ୍ୟପାଳ ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ପୁଷ୍ପଗୁଛ ପ୍ରଦାନ କରି ସାମ୍ନାନିତ କରିଥିଲେ l ସହିଦଙ୍କ ବିୟୋଗ ବହୁତ ମତେ ବହୁତ ବ୍ୟଥିତ କରିଛି l  ସେମାନଙ୍କ ଦେଶପ୍ରେମ ଓ ବଳିଦାନ ଚିର ସ୍ମରଣୀୟ ରହିବ l ଉଭୟଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ଟ୍ୱିଟ କରିଥିଲେ ମୁଖ୍ୟମନ୍ତ୍ରୀ l ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ ମାନେ ସହିଦଙ୍କ ଉଦେଶ୍ୟରେ ଦୁଇ ମିନଟ ପ୍ରାର୍ଥନା କରି ସଦଗତି କାମନା କରିଥିଲେ l ଏଥିରେ ଖଣ୍ଡିଆନଈ ସରପଞ୍ଚ ପ୍ରତିନିଧି ଅକ୍ଷୟ ପ୍ରଧାନ, ମୁନା ପଣ୍ଡା, ମୁନା ପଟ୍ଟନାୟକ, ସୁଶାନ୍ତ ବାରିକ ଯୋଗଦେଇ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l