ବିମାନ ଦୁଘଟଣା ୨ ମୃତ।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ କଙ୍କଡାହାଡ ବ୍ଳକ ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ ଟ୍ରେନି ଚାଲିଥିବା ସମୟରେ ବିମାନ ଦୂର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ଉଡାଣ ଭରିବା ବେଳେ ଖସି ପଡିବାରୁଜଣେ ଟ୍ରେନର ଛାତ୍ରୀ ଓ ଅନ୍ୟ ଜଣେ ପ୍ରଶିକ୍ଷକ ମୃତ୍ୟୁ ହୋଇଥିବାର ଜଣା ପଡିଛି। ସେମାନେ ହେଲେ ତାମିଲନାଡୁର ଅନିଷା ଫାତିମା ଓ ବିହାରର ସଂଜୟ ଝା। ଦୁଘଟଣା ପରେ ସେମାନଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଡାକ୍ତର ମୃତ ଘୋଷଣା କରିଥିଲେ ।

ପର୍ଯ୍ୟଟନ ବୁଲିବା ହେଲା କାଳ, କୁଣ୍ଡରେ ବୁଡି ଯୁବକଙ୍କ ମୃତ୍ୟୁ !

!!! କେନ୍ଦୁଝର ଜିଲ୍ଲା ଯୋଡା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କେନ୍ଦୁଝର) – ସରକାର ଲକ ଡାଉନ କୁ କୋହଳ କରିବା ପରେ ସାଧାରଣ ଜନଜୀବନ ଏକ ପ୍ରକାର ସ୍ୱାଭାବିକ ହୋଇଛି । ଏହି ସ୍ୱାଭାବିକ ପରେ ପଦାକୁ ଗୋଡ଼ କାଢ଼ିଛନ୍ତି ଯୁବ ଗୋଷ୍ଟି । ଆଜି ପର୍ଯ୍ୟଟନ ସ୍ଥଳ ଖଣ୍ଡାଧାରକୁ କେନ୍ଦୁଝର ସହରର କିଛି ଯୁବକ ବୁଲିବାକୁ ଯାଇଥିଲେ । ସେଠାରେ ସେମାନେ ଭୋଜି କରିବା ସହ ଜଳପ୍ରପାତ କୁଣ୍ଡରେ ଗାଧେଇ ଥିଲେ । ଏହି ଗାଧେଇବା ବେଳେ ଅସାବଧାନତା ଯୋଗୁଁ କୁଣ୍ଡରେ ବୁଡି ଯୁବକ ନିଖୋଜ ହୋଇଥିଲେ । ଯୁବକଙ୍କୁ ଅନ୍ୟ ସାଙ୍ଗ ମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ସ୍ଥାନୀୟ ବାସିନ୍ଦା ଙ୍କୁ ଜଣେଇଥିଲେ । ନିଖୋଜ ଯୁବକ ଜଣକ କେନ୍ଦୁଝର ସହରରଚର୍ଚ ଛକ ନିକଟସ୍ଥ ସୌରଭ ସ୍ୱାଇଁ ବୋଲି ଜଣା ପଡ଼ିଛି । ସ୍ଥାନୀୟ ଲୋକେ ଏନେଇ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଠାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀର ଯୁବକଙ୍କୁ ଉଦ୍ଧାର କରିଛି । ଯୁବକଙ୍କୁ ଉଦ୍ଧାର ପରେ ନୟାକୋଟ ପୋଲିସ ବ୍ୟବଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠେଇ ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ ଉକ୍ତ ଜଳପ୍ରପାତରେ କିଛି ସୁରକ୍ଷା ବ୍ୟବସ୍ଥା ନଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟୁଛି ।

ରାଇକିଆ ସାପ୍ତାହିକ ହାଟ କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ସକାଶେ ଡାକବାଜିଯନ୍ତ୍ର ସାହାଯ୍ୟ ରେ ଘୋଷଣା ..!

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – କନ୍ଧମାଳ ଜିଲ୍ଲା ରାଇକିଆ ଗ୍ରାମ ପଞ୍ଚାୟତ ତରଫରୁ ରାଇକିଆ ସାପ୍ତାହିକ ହାଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।ସୂଚନା ଥାଉକି ସରକାର ଙ୍କ ର୍ ନିର୍ଧେସ୍ କ୍ରମେ ଗ୍ରିନ୍ ଜୋନ ଥିବା ଅଞ୍ଚଳରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ନିର୍ଧେସ ଦେଇଥିଲେ ଏହି ଆଦେଶ ଅନୁଯାୟୀ ରାଇକିଆ ପ୍ରଶାସନ ତରଫରୁ ଗତ ସପ୍ତାହରେ ସାପ୍ତାହିକ ହାଟକୁ ମଞ୍ଜୁର କରାଯାଇଥିଲା କିନ୍ତୁ ଜନସାଧାରଣ ପ୍ରଶାସନ ନିୟମ କୁ ଅବମାନନା କରିଥିବର ଦେଖିବାକୁ ମିଳିଥିଲା ଏପରିକି ଦିନ ୧ ଘଣ୍ଟା ପର୍ଯ୍ୟନ୍ତ ବ୍ୟବସାୟୀ ମାନଙ୍କୁ ଅନୁମତି ପ୍ରଦାନ କରାଯାଇଥିବା ସମୟରେ ଘ୍୩ଟିକା ପର୍ଯ୍ୟନ୍ତ ବ୍ୟବସାୟୀ ମାନେ ହାଟ ପଡିଆ ରେ ବସିଥିବା ର୍ ଦେଖିବାକୁ ମିଳିଥିଲା ଯାହା ଫଳ ରେ ଜନ ଗହଳି କୁ ଆୟତ୍ କରିବା ସକାଶେ ପ୍ରଶାସନ କୁ ନାକେଦମ୍ ହେବା କୁ ପଡିଥିଲା। ଗତ ସପ୍ତାହ ର୍ ଜନ ଗହଳି କୁ ଆଖି ଆଗରେ ରଖି ରାଇକିଆ ସାପ୍ତାହିକ ହାଟ କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ସକାଶେ ଡାକବାଜିଯନ୍ତ୍ର ସାହାଯ୍ୟ ରେ ଘୋଷଣା କରାଯାଇଛି।

ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଲା ଯୁବ ଯାଦବ ମହାସଭା।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଧର୍ମଗଡ ବ୍ଲକ ଖଇରପଦର ଗ୍ରାମର ମୃତ ଦାଦନ ଶ୍ରମିକ ବୈଲୋଚନ ନାଏକଙ୍କ ପରିବାରକୁ ସହଯୋଗର ହାତ ବଢାଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା । ଆଜି ମହାସଭାର ସଭାର ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ମୃତ ଶ୍ରମିକଙ୍କ ଧର୍ମପତ୍ନୀ ଲଲିତା ନାଏକଙ୍କୁ ଭେଟି କିଛି ଆର୍ଥିକ ସହାୟତା ଓ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ଏହାସହ ତାଙ୍କର ଦୁଇ ପୁଅ ଝିଅଙ୍କ ସମସ୍ତ ପଢା ଖର୍ଚ୍ଚ ଉଠାଇବା ପାଇଁ ପ୍ରତିଶୃତି ଦେଇଛି ଯୁବ ଯାଦବ ମହାସଭା ।
ଏଠାରେ ସୂଚନାଯୋଗ୍ୟ ଯେ, ଖଇରପଦର ଗାଁର ବୈଲୋଚନ ନାଏକ ୬ ମାସ ତଳେ ତେଲେଙ୍ଗାନାକୁ କାମ କରିବା ପାଇଁ ଯାଇଥିଲେ । ତେବେ କରୋନା ସଂକଟ ଯୋଗୁଁ ଗାଁକୁ ଫେରିଥିଲେ । ସନ୍ଧିକୋଳିହାରି ଟିଏମସିରେ ୭ ଦିନ ସଙ୍ଗରୋଧରେ ରହିବା ଭିତରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ସେଠାରୁ ବୈଲୋଚନଙ୍କୁ ତାଙ୍କ ଶଶୁରଘରେ ଛାଡ଼ି ଦିଆଯାଇଥିଲା । ଏହାର ସାତ ଦିନ ନପୁରୁଣୁ ତାଙ୍କ ମୃତ୍ୟୁ ହୋଇଥିଲା । ବୈଲୋଚନଙ୍କ ମୃତ୍ୟୁ ପରେ ଏବେ ବେସାହାରା ହୋଇ ପଡିଛନ୍ତି ତାଙ୍କ ପରିବାର । ଦୁଇ ପୁଅ ରାହୁଲ (୧୦) ଓ ସାହେବ (୧) ଙ୍କ ଭରଣ ପୋଷଣର ଚିନ୍ତା ଘାରୁଛି ବିଧବା ଲଲିତାଙ୍କୁ । ସ୍ବାମୀ ଦାଦନ ଶ୍ରମିକ ଭାବେ କାମକରି ପରିବାର ପ୍ରତିପୋଷଣ କରୁଥିଲେ । ଏବେ ଲଲିତାଙ୍କୁ ଚାରି ଦିଗ ଅନ୍ଧାର ଲାଗୁଛି । ନା’ ଜମିବାଡି ଅଛି ନା’ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ଅଛି । ଆହା ସାହା ହେବାକୁ ମଧ୍ୟ କେହି ନାହାନ୍ତି । ଏପଟେ ସରକାରୀ ସାହାଯ୍ୟ କହିଲେ ଖଣ୍ଡିଏ ରାସନ କାର୍ଡ । ଏଥିରେ ମିଳିବ ମାସକୁ ୧୫ କିଲୋ ଚାଉଳ । ଏଥିରେ ସେମାନେ ଚଳିବେ କେମିତି ? ତେଣୁ ଏହି ପରିବାରକୁ ତୁରନ୍ତ ଆବାସ ଯୋଜନାରେ ଗୃହ ଯୋଗାଇଦେବା, ଲଲିତାଙ୍କୁ ବିଧବା ଭତ୍ତା ପ୍ରଦାନ ସହ ବଞ୍ଚିବାର ରାହା ଯୋଗାଇଦେବା ପାଇଁ ପ୍ରଶାସନ ପାଖରେ ଦାବି କରିଛି କଳାହାଣ୍ତି ଜିଲ୍ଲା ଯୁବ ଯାଦବ ମହାସଭା ।
ଏହି ଅସହାୟ ପରିବାରକୁ ସହାୟତା ପ୍ରଦାନ କରିବା ସମୟରେ ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଶ୍ରୀ ବନଛୋରଙ୍କ ସମେତ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଳ, ଜିଲ୍ଲା ଯୁବ ଯାଦବ ଜିଲ୍ଲାର ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଜିଲ୍ଲା ଉପସଭାପତି ଡାକେଶ୍ୱର ଲହଜଳ, କୋଷାଧ୍ୟକ୍ଷ ସନ୍ତୋଷ ବାଗ, ଧର୍ମଗଡ ବ୍ଲକ ଯାଦବ ସମିତି ସଭାପତି ଶଙ୍କର ଜୁଏଡ, ଯୁବ ଯାଦବ ତିଲାମଣି ନାଗ, ଆଦିତ୍ୟ ହଂସ, ଧର୍ମଗଡ ଯୁବ ସଭାପତି ଲବଣି ରାଉତ, ସମ୍ପାଦକ କାର୍ତ୍ତିକ ଛାତ୍ରୀଆ ପ୍ରମୁଖ ଉପସ୍ଥିତ ଥିଲେ ।

ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ର କାର୍ଯ୍ୟ ତ୍ବରାନ୍ବିତ କରିବା ସହ କୂଳପତି ନିଯୁକ୍ତି ପାଇଁ ସ୍ମାରକପତ୍ର ପ୍ରଦାନ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ର କାର୍ଯ୍ୟ ତ୍ବରାନ୍ବିତ କରିବା ସହ କୂଳପତି ନିଯୁକ୍ତି ପାଇଁ ସ୍ମାରକପତ୍ର ଦିଆ ଯାଇଛି । ୨୦୨୦-୨୧ ଶିକ୍ଷା ବର୍ଷ ରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ରେ ନାମଲେଖା ହେବ ବୋଲି ସରକାର ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ରାଜ୍ୟ ରେ କରୋନା ପାଇଁ ଏପର୍ଯ୍ୟନ୍ତ ଆଖି ଦୁଶିଆ ପଦକ୍ଷେପ ନିଆଯାଇ ପାରିନଥିବା ସ୍ଥଳେ କୂଳପତି ଓ ଅନ୍ୟାନ୍ୟ ପଦବୀ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଲାଣି । ଆଜି ଉଚ୍ଚ ଶିକ୍ଷା ସଚିବ କୋଭିଡ ସମିକ୍ଷା ପାଇଁ କଳାହାଣ୍ଡି ଗସ୍ତରେ ଥିବା ବେଳେ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ତରଫରୁ ସାକ୍ଷାତ କରି କଳାହାଣ୍ଡି ବିଶ୍ବବିଦ୍ୟାଳୟ ଚଳିତ ବର୍ଷ ରୁ ଆରମ୍ଭ ପାଇଁ ସ୍ମାରକ ପତ୍ର ଦିଆଯାଇଛି । ଉଚ୍ଚ ଶିକ୍ଷା ସଚିବ କରୋନା ପାଇଁ ବିଳମ୍ଵିତ ହୋଇଥିବା କଥା ସ୍ବୀକାର କରିବା ସହ ଖୁବ ଶିଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସହିଭଳି ଗୃହ ରାଷ୍ଟ୍ର ମନ୍ତ୍ରୀ ନେଜେ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବ ସଭାପତି ଶ୍ରୀ ଆଦିତ୍ୟ ନନ୍ଦ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶ୍ରୀ ଅବିନାଶ ଠାକୁର, ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତି, ଚିନ୍ମୟ ମିଶ୍ର, ଅଭିଷେକ ମହାପାତ୍ର, ଅମିତ ଯାଦବ, ଜିତେନ୍ଦ୍ର ବେହେରା, ନରୋତ୍ତମ ଭାଟି ପ୍ରମୁଖ ଉପସ୍ଥିତ ଥିଲେ ।

କଳାହାଣ୍ଡି ନେହରୁ ଯୁବ କେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ ରୁ ପ୍ୟାରୀଲାଲ ଦୁର୍ଗା ଙ୍କ ରିପୋର୍ଟ୍ !!!

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ତରଫରୁ ସମ୍ଭବ ଯୁବକ ସଙ୍ଘ , ଛାଞ୍ଚାଣବାହାଲି ଠାରେ ନେହେରୁ ଯୁବକେନ୍ଦ୍ରର ଜାତୀୟ ଯୁବ ସ୍ବେଛାସେବୀ ଅକ୍ଷୟ କୁମାର ମେହେର ଙ୍କ ତତ୍ତ୍ୱlବଧାନରେ ସ୍ଥାନୀୟ ଯୁବକ ସଙ୍ଘ ସମ୍ଭବ ର ସହଯୋଗରେ ଆଜି ଗଛ ଚାରା ଗାଁ ରାସ୍ତା ଦୁଇ ପସ୍ୟାରେ ଲଗାଇ ଛନ୍ତି ଗ୍ରାମରେ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବା। ଏହି କାର୍ଯ୍ୟକ୍ରମରେ ସମ୍ଭବ ଯୁବକ ସଙ୍ଘର ସଭାପତି ରୋମାଞ୍ଚଲ ଗୋପାଳ, ସମ୍ପାଦକ ହୁକିମ ଚନ୍ଦ୍ର ଭଇସାଲ ଙ୍କ ସମେତ ସଭ୍ୟ ଛବିରାମ ଗୋପାଳ,ଧରଣୀ ଭଇସାଲ,ପରେଶ ବେମାଲ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ବିଲାବାଡ଼ି ପଞ୍ଚାୟତ ର ୧୦୦ ଅସହାୟ ଙ୍କୁ ରାସନ ସାମଗ୍ରୀ ବାଣ୍ଟିଲେ ମାଁ ବରାଳଦେବୀ ନାରୀ ମହାସଂଘ…!

!!! କନ୍ଧମାଳ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ମିଲନ କଂହର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଖଜୁରୀପଡ଼ା) – କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ବିଲାବାଡ଼ି ପଞ୍ଚାୟତର ମାଁ ବରାଳଦେବୀ ନାରୀ ମହାସଂଘ ତାଙ୍କ ନିଜସ୍ୱ ସଞ୍ଚୟ ପାଣ୍ଠିରୁ ବନପାହାଡ଼ ଘଞ୍ଚ ଜଙ୍ଗଲ ରେ ପରିପୂର୍ଣ୍ଣ ଭିତରେ ଥିବା ଏକ ବିଲାବାଡ଼ି ପଞ୍ଚାୟତ ର ସମସ୍ତ ଗ୍ରାମକୁ ଯାଇ ଶୁଖିଲା ଖାଦ୍ୟ ଚାଉଳ,ଡାଲି, ଆଳୁ, ତେଲ ଲୁଣ, ଲଙ୍କା ପିଆଜ ଫୁଟଣ ବାଣ୍ଟିବା ସହିତ ଛୋଟ ପିଲାଙ୍କ ପାଇଁ ବିସ୍କୁଟ୍ ମିଷ୍ଚର , କୁର୍କୁରି ଏପରି ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଗରିବ ଅ ସହାୟ ପରିବାର ଙ୍କୁ ବଣ୍ଟନ କରିଛନ୍ତି । ଏହି ରାସନ ସାମଗ୍ରୀ ବଣ୍ଟନ ରେ ସମାଜସେବୀ ତଥା ଗଣମାଧ୍ୟମ ପ୍ରତିନିଧି ବୈଦ୍ୟନାଥ ବେହେରା ସହଯୋଗ କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଜରିଆରେ ୩ ହଜାର୍ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଙ୍କ ହାତରୁ ଏହି ମାଁ ବରାଳଦେବୀ ନାରୀ ମହାସଂଘ ଏକ ମାନପତ୍ର ଗ୍ରହଣ କରିଛନ୍ତି । କରୋନା ମହାମାରୀ କୁ ଆଖିଆଗରେ ରଖି ସରକାର ଲକ୍ ଡାଉନ ଘୋଷଣା କରିଥିବାରୁ ଗରିବନିରୀହ ଅସହାୟ ପରିବାର ଙ୍କ ନିକଟ କୁ ଯାଇ ଏଭଳି ମହୋତ୍ୱ କାର୍ଯ୍ୟ କରିଥିବାରୁ ଅଞ୍ଚଳ ବାସୀ ତାଙ୍କୁ କୃତଜ୍ଞତା ଜଣେଇଛନ୍ତି । ଏହି ଗ୍ରାମକୁ ସରକାର ଙ୍କର ତରଫରୁ ଯାତାୟାତ ନିମନ୍ତେ ନା ହେଇଚି ରାସ୍ତା ନାହେଇଛି ପାନୀୟଜଳ ର ସୁବିଧା । ଅତି ସୁନ୍ଦର ପରିବେଶ ଏହି ଗାଁ ଥିଲେ ମଧ୍ୟ ସରକାର ଘୋଷଣା କରିଛନ୍ତି ସତ କିନ୍ତୁ ସେଇ ଘୋଷଣା ଟି ଅଧା ବାଟରେ ହେଇଯାଉଛି ବାଟବଣା ।

ଆଣ୍ଡାମାନରୁ ଫେରିଲେ 180 ପ୍ରବାସୀ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ରବିବାର ଦିନ ଜାମ୍ମୁ କାଶ୍ମୀରରୁ 280 ପ୍ରବାସୀ ଶ୍ରମିକ ବିମାନ ଯୋଗେ ଗଞ୍ଜାମ ଜିଲ୍ଲାକୁ ଫେରିଥିବା ବେଳେ ସୋମବାର ଦିନ  ଆଣ୍ଡାମାନରୁ 180 ଜଣ ପ୍ରବାସୀ ନିଜ ନିଜ ଜିଲ୍ଲାକୁ ଫେରିଛନ୍ତି l ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାର ଏହି ଶ୍ରମିକ ମାନଙ୍କୁ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଓଡ଼ିଶାକୁ ଫେରାଇ ଅଣାଯାଇଛି l କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡେଇ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚି ସମସ୍ତ ଶ୍ରମିକ ମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାକୁ ପଠାଇବାର ବ୍ୟବସ୍ଥା କରିଥିଲେ l

ଖଲ୍ଲିକୋଟ ବ୍ଲକ ର ବାଦପଲ୍ଲୀ ଓ ଆଇତିପୁର ପଞ୍ଚାୟତ ର ୧୦ ଟି ଗ୍ରାମ କଣ୍ଟେନମେଣ୍ଟ ଯୋନ ଓ ୨୨ ଟି ଗ୍ରାମ ବଫର ଯୋନ ଘୋଷଣା କଲେ ଜିଲ୍ଲାପାଳ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟ ସରକାର ଗଞ୍ଜାମ ସମେତ ୧୧ ଜିଲ୍ଲା ରେ ଶନିବାର ଓ ରବିବାର ଦୁଇ ଦିନ ସଟ ଡାଉନ ଘୋଷଣା କରିଛନ୍ତି । କରୋନା ଭୟ ରେ ଲୋକମାନେ ଘରୁ ବାହାରକୁ ବାହାରୁ ନଥିବା ବେଳେ ଏପଟେ ଖଲ୍ଲିକୋଟ ବ୍ଲକ ର ଆଇତିପୁର ଓ ବାଦପଲ୍ଲୀ ପଞ୍ଚାୟତ ରେ ୧୫ ଜଣ କରନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଏହି ଦୁଇଟି ପଞ୍ଚାୟତ ର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱ ରେ ଥିବା ଶିକ୍ଷକ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ପଜେଟିଭ୍ ଚିହ୍ନଟ ହୋଇଥିବା ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢ଼ି କହିଛନ୍ତି । ଖଲ୍ଲିକୋଟ ବ୍ଳକର ୧୫ ଜଣ ଚିହ୍ନଟ ପରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପଦକ୍ଷେପ ନେଇଛନ୍ତି । ବାଦପଲ୍ଲୀ ପଞ୍ଚୟତର ୧୨ ଜଣ ଚିହ୍ନଟ ପରେ ୯ ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଉକ୍ତ ଗ୍ରାମ ମଧ୍ୟରେ ଘୋଡାପଡା, ସିଆଳିଆପାଟ, କୁରିମପୁର, ଗୁଣ୍ଡୁରୀପଲୀ, ବାଦପଲ୍ଲୀ, ସାନବଳ, ନୂଆଁପଲ୍ଲୀ, ଛକାସିଂ ଓ ଦେବୀଝର ଅନ୍ତର୍ଭୁକ୍ତ ଥିବା ବେଳେ ବଫର ଜୋନ ଭାବରେ ୧୦ ଗୋଟି ଗ୍ରାମକୁ ଘୋଷଣା କରାଯାଇଛି। ସେଥିମଧ୍ୟରୁ ମରେଇନୂଆଁ ଗାଁ, ନୋଲସିଂ, ଖାସୁଆ, ସୋରିଷପାଟ, ବାଦପଲ୍ଲୀ, ବି ଭାଲିଆପଦର, ପି ବଳରାମପୁରୁ, ଖାରିପଲ୍ଲୀ, କିଆପଲ୍ଲୀ ଓ କମାରସିଂ । ଏତଦବ୍ୟତୀତ ଆଇତିପୁର ପଞ୍ଚୟତର ୩ ଜଣ ଚିହ୍ନଟ ପରେ ବିରିପୁରୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତା ସହିତ ଉସ୍ତାପଡା, ଆଇତିପୁର, ଖୋଜାପଲ୍ଲୀ, ପାଳଧୁଆପଲ୍ଲୀ, ଭିକାପଡା, ରାଇପଡା, ରାମଚନ୍ଦ୍ରପୁର , କଇରାସି, ଲକ୍ଷ୍ମଣପୁର, ରତନପୁର, ବାଗଲପୁର, ମାଳଖୋଜାପଲ୍ଲୀ ଓ ଘୋଡାପଡା ଇତ୍ୟାଦି ୧୨ ଗୋଟି ଗ୍ରାମକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି । ଉଭୟ ପଞ୍ଚାୟତରେ ସମୁଦାୟ ୧୫ ଜଣକ ମଧ୍ୟରୁ ୯ ଜଣ ପୁରୁଷ ଥିବାବେଳେ ୬ଜଣ ମହିଳା ଅଟନ୍ତି ସୂଚନା ପାଇ ସ୍ୱାସ୍ଥ୍ୟକର୍ମୀ ମାନେ ଗାଁ ରେ ପହଂଚି ସମସ୍ତଙ୍କ ଟେମ୍ପରଚର୍ ମାପିବା ସହ କିଭଳି ଭାବେ କରୋନା ମହାମାରୀ କୁ ମୁକାବିଲା କରାଯିବ ଏଥିଲାଗି ସୂଚନା ଦେଇଛନ୍ତି । କଣ୍ଟେନମେଣ୍ଟ୍ ଜୋନ ଓ ବଫର ଜୋନ ଘୋଷଣା ହୋଇଥିବା ଗ୍ରାମରେ ଖଲ୍ଲିକୋଟ ତହସିଲଦାର, ଭେଜିପୁଟ ଫାଣ୍ତି ଅଧିକାରୀ, ଓ ଅନ୍ୟାନ୍ୟ କର୍ମଚାରୀ ପହଞ୍ଚି ଗ୍ରାମକୁ ବ୍ୟାରିକେଟ କରିବା ସହ ଡାକବାଜୀ ଯନ୍ତ୍ର ଦ୍ବାରା ଜନ ସାଧାରଣଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଅଞ୍ଚଳକୁ ଯାତାୟତ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଯୋଗାଇ ଦେବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି ।