ବାଇକ ଦୃଘଟଣାରେ ଜଣେ ମୃତ ଓ ଜଣେ ଆହତ।

!!!  ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ଭେଜିପୁଟ-କଞ୍ଚଣା ପୂର୍ତ୍ତ ରାସ୍ତାର ପଥୁରୀନାଳ ବାଙ୍କରେ ବୁଧବାର ଦିନ ଏକ ବାଇକ ଦୃଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ବ୍ଲକର ମୁଣ୍ଡୁଳା ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ(40) ତାଙ୍କ ସାଙ୍ଗ ପ୍ରଦୀପ ଗୌଡ଼ଙ୍କୁ ନେଇ ନିଜ ବାଇକ ଯୋଗେ (OD07R0166) ଖଲ୍ଲିକୋଟ ବ୍ଲକର ତୋଟା ଗାଁରେ ରାଜୁର ଭଉଣୀଙ୍କୁ ଭାର ଦେଇ ଗାଁକୁ ଫେରୁ ଥିବା ବେଳେ ପଥୁରୀନାଳ ବାଙ୍କରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିଥିଲେ।ସ୍ଥାନୀୟ ଲୋକଙ୍କ ସହାୟତା ଖଲ୍ଲିକୋଟ ମେଡ଼ିକାଲକୁ ନେବା ପରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥିଲେ। ପ୍ରଦୀପଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ବିଜେପି ପକ୍ଷରୁ ନୂଆପଡ଼ା ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ନୂଆପଡ଼ା) – ଆଜି ଭାରତୀୟ ଜନତା ପାର୍ଟି ନୁଆପଡା ଶାଖା ତରଫରୁ ମାନ୍ୟବର ସାଂସଦ କଳାହାଣ୍ଡି ବସନ୍ତ କୁମାର ପଣ୍ଡା ଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତନିଧି ଦଳ ନିମ୍ନଲିଖିତ ସମସ୍ୟା ଉପରେ ଆଲୋଚନା ପୂର୍ବକ ନିରାକରଣ ପାଇଁ ନୁଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ଙ୍କ ସହିତ ଚର୍ଚ୍ଚା ଆଲୋଚନା କରିଥିଲେ କୋଭିଡ୧୯ ପରିପ୍ରେକ୍ଷୀରେ ଭାରତ ବର୍ଷର ବିଭିନ୍ନ ପ୍ରଦେଶରେ ଜିଲ୍ଲାର ପ୍ରାୟ ୬୦୦୦୦ ପଞ୍ଜିକୃତ ଶ୍ରମିକ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ଅଦ୍ୟାବଧି ଜିଲ୍ଲାରେ ମାତ୍ର ପ୍ରାୟ ୫୦୦୦ ଶ୍ରମିକ ପହଞ୍ଚି ଛନ୍ତି କେନ୍ଦ୍ର ସରକାର ସମସ୍ତ ଶ୍ରମିକ ଙ୍କୁ ଶ୍ରମିକ ସ୍ପେଶିଆଳ ଟ୍ରେନ ମାଧ୍ୟମରେ ନିଜ ନିଜ ଅଞ୍ଚଳରେ ପହଞ୍ଚାଇବାକୁ ବ୍ୟବସ୍ଥା କରି ଥିବା ବେଳେ ବଞ୍ଚିତ ୫୫ହଜାର ଶ୍ରମିକ ଆସିବା ପାଇଁ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଙ୍କ ମାଧ୍ୟମରେ ରାଜ୍ୟ ସରକାର ଙ୍କୁ ନିବେଦନ କରାଯାଇଥିଲା ଆଗକୁ ଅଳ୍ପ ଦିନ ମଧ୍ୟରେ ଖରିଫ୍ ଚାଷ ଆରମ୍ଭ ହେବ ବସି ରହିଥିବା ବିଭିନ୍ନ କାରଣ କୁ ନେଇ ଯେଉଁ ଯାତ୍ରୀ ମାନେ ବାହାର ରାଜ୍ୟକୁ ଯାଇଥିଲେ ସେମାନେ ମଧ୍ୟ ଏ ଯାବତ୍ ପହଞ୍ଚି ନାହାଁନ୍ତି, ଛାତ୍ର, ଶ୍ରମିକ ଯେଉଁମାନେ ମଧ୍ୟ ଫସିରହିଛନ୍ତି ଏମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ସହ ଶ୍ରମିକ ମାନଙ୍କୁ ତୁରନ୍ତ ଫେରାଇ ଆଣିଲେ ଜିଲ୍ଳାରେ ପର୍ଯ୍ୟାପ୍ତ ପରିମାଣରେ ମନରେଗା କାମ ଆରମ୍ଭ କରି ଶ୍ରମିକ ମାନଙ୍କୁ ଶ୍ରମ କାର୍ଯ୍ୟ ରେ ନିୟୋଜନ କରିବା ପାଇଁ ଦାବି ଜଣାଇଥିଲେ ବିଭିନ୍ନ ପତ୍ର ପତ୍ରିକାରେ ଓ ଦୂରଦର୍ଶନ ମାଧ୍ୟମରେ ଫସିରହିଥିବା ଓଡ଼ିଆ ଶ୍ରମିକ, ଛାତ୍ର ମାନଙ୍କ ପ୍ରତି ହେଉଥିବା ଚରମ ଅବହେଳା ଓ ଅକଥନୀୟ ଦୂର୍ଦସଶା ଓ ଆକୁଲନ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି ଏଭଳି ପରିସ୍ଥିତି ରେ ଅତିଶିଗ୍ର ପ୍ରଶାସନ ଓ ରାଜ୍ୟ ସରକାର ଫସିରହିଥିବା ଅଡିଆ ପ୍ରବାସୀ ଶ୍ରମିକ ଙ୍କ ନିକଟକୁ ପହଞ୍ଚି ଉଦ୍ଧାର ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ମାଧ୍ୟମରେ ରାଜ୍ୟ ସରକାର ଙ୍କୁ ଅନୁରୋଧ ଜଣାଇଥିଲେ ତାର ସାଙ୍ଗରେ ଧାନ ବିକ୍ରୟ ନିମନ୍ତେ ଚଳିତ ରବି ଫସଲ ରେ ୧୭୨ ଜଣ ପଞ୍ଜିକୃତ ଚିଷୀ ପ୍ରଶାସନ ଦ୍ବାରା ଆବଶ୍ୟକୀୟ କାଗଜ ପତ୍ର ଦେଖି ଠିକ ହିସାବରେ କରାଯାଇନଥିବାରୁ ସେମାନଙ୍କ ନିକଟକୁ ଟୋକନ ନ ଆସିବାରୁ ବଞ୍ଚିତ ଅଛନ୍ତି ତୁରନ୍ତ ଏହି ବଞ୍ଚିତ ଚାଷୀ ଙ୍କୁ ଅନୁମତି ପ୍ରଦାନ ସହ ଗତ ଖରିଫ୍ ଫସଲ ବଞ୍ଚିତ ଚାଷୀ ଧାନ ବିକ୍ରି କରିବା ପାଇଁ ପୁନଃ ସୁଯୋଗ ଦେବା ପାଇଁ ଜିଲ୍ଲାପାଳ ଙ୍କ ସହ ଚର୍ଚ୍ଚା କରୁଥିଲେ ଏହି ପ୍ରତିନିଧି ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି ପ୍ରସନ୍ନ ପାଢ଼ୀ,ଗତ ନିର୍ବାଚନର ବିଧାୟକ ପାର୍ଥି ହୋମସିଂ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ମନିଜର ଆର୍ଯ୍, ଚତୁର୍ଭୁଜ ଶର୍ମା, ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଜିଲ୍ଲା ସାଧାରଣ ସଂପାଦକ ଗଳ୍ଡୀ ଅଗ୍ରୱାଲ,ସୁସାନ୍ତ ପତୀ, ଜିଲ୍ଲା ସମ୍ପାଦକ କାମ୍ଲେସ ଦିକ୍ଷୀତ, ଜିଲ୍ଲା ସ ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ତୁଲସ ପଟେଲ, କୋଷାଧ୍ୟକ୍ଷ ଅଭିନନ୍ଦନ ପଣ୍ଡା,ମୋହିଳା ଅଭିନେତ୍ରୀ ସବିତା ଜେନା, ସାବିତ୍ରୀ ସାହୁ, ମୁରଲୀଧର ସୁନା,ମୁନା ମହାପାତ୍ର,ଭଗତସିଂ,ପୂସ୍ତମ ମୁଶ୍ରା, ମୁଲଚନ ସୁନାନୀ, ସଙ୍କର ଅହିର ପ୍ରମୁଖ ସାମିଲ ହୋଇଥିଲେ

ଓଲା ଗାଡି ରେ ଗଞ୍ଜାଇ ଚାଲାଣ।

!!! କନ୍ଧମାଳ ଜିଲ୍ଲା ଚକାପାଦ ରୁ ସୁନୀଲ ଦିଗାଲ୍ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଚକାପାଦ) – କନ୍ଧମାଳ ଜିଲ୍ଲା ଚକାପାଦ ଗୁଡ଼କା ପଦର ନିକଟରେ ଏକ ଓଲା ଭୁବନେଶ୍ୱର ରୁ ଟିକାବାଲି ଆସି ଫେରୁ ଥିବା ବେଳେ ଜି. ଉଦୟଗିରି ଏସ. ଡି. ପି. ଓ କୃଷ୍ଣ ଚନ୍ଦ୍ର ବେହେରା ବାହାର ଗାଡି ବୋଲି ସନ୍ଦେହ କରି ଗାଡି ଟିକୁ ଯାଞ୍ଚ କରିବାରୁ ଗାଡ଼ିରୁ 15କିଲ 200ଗ୍ରାମ ଗଞ୍ଜାଇ ଜବତକରିବା ସହ ଗାଡି ସହ ହୋଇଛି ଟିକାବାଲି ଥାନା ବଡିମୁଣ୍ଡା ଗ୍ରାମର ଟଙ୍କଧର ଡିଗାଲ ବୋଲି ଜଣାପଡିଛି. ଏ ନେଇ ଚକାପାଦ ଥାନାରେ ଏକ ମାମଲା ରୁଜୁ ହୋଇଛି. କେସ ନଂ 23/2020.ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚକାପାଦ ଥାନା ଅଧିକାରୀ ଶ୍ରୀ ତରୁଣ ତପନ ବେହେରା ସୂଚନା ଦେଇଛନ୍ତି.

ତାରିଣୀ ପ୍ରସାଦ ମହାନ୍ତି ଙ୍କ ତରଫରୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ !

!!! କେନ୍ଦୁଝର ଜିଲ୍ଲା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଯୋଡା) – ବର୍ତ୍ତମାନ ସାରା ବିଶ୍ବ ମାରାତ୍ମକ କରୋନା ସଂକ୍ରମଣ ରେ କବଳିତ ! ସାବଧାନ ନ ହେଲେ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇ ଜୀବନ ହାରିବା ସୁନିଶ୍ଚିତ । ବର୍ତ୍ତମାନ ପରିସ୍ଥିତି ର ମୁକାବିଲା ପାଇଁ ସରକାର ତଥା ପ୍ରସାଶନ ତରଫରୁ କରାଯାଇଥିବା ଲକ୍ ଡାଉନ୍ ବ୍ୟବସ୍ଥା ରେ ଗରିବ ଜନ ସାଧାରଣ ଙ୍କ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ବର୍ଗ ର ଲୋକ ମାନେ ଘରୁ ବାହାର କୁ ବାହାରି ପାରୁ ନାହାଁନ୍ତି ! ଏ ପରି ସ୍ଥିତି ରେ ନଇବୁଗା ତାରିଣୀ ଖଣି କମ୍ପାନୀ ଲୋକ ମାନଙ୍କର ସୁରକ୍ଷା ତଥା ସ୍ଥାନୀୟ ଅଞ୍ଚଳରେ ସୁସ୍ଥ ବାତାବରଣ ପ୍ରତିଷ୍ଠା ପାଇଁ କିଛି ଜନ ହିତକର ପଦକ୍ଷେପ ଗ୍ରହଣ କରିଥିବା ର ଦେଖିବାକୁ ମିଳିଛି ! ତନ୍ମଧ୍ୟରୁ ସ୍ଥାନୀୟ ତଥା ପଡସି ଲୋକ ମାନଙ୍କୁ ଦୈନନ୍ଦିନ ମୈଳିକ ଆବଶ୍ୟକତା ଯଥା ଚାଉଳ ରାସନ୍ ସାମଗ୍ରୀ ଯୋଗାଇ ଦେବାପାଇଁ ଏକ ବହୁ ମୂଲ୍ୟ ପଦକ୍ଷେପ ଖଣି କମ୍ପାନୀ ଦ୍ବାରା ନେଇଥିବା ର ଦେଖିବାକୁ ମିଳିଛି ! ସମ୍ପୃକ୍ତ ଖଣି ର କର୍ମଠ ସଦସ୍ୟ ମାନେ ଯୋଡ଼ା ବ୍ଲକ ଅନ୍ତର୍ଗତ ବସନ୍ତ ପୁର ପଞ୍ଚାୟତ ରେ ଥିବା ନଇବୁଗା ତାରିଣୀ ପ୍ରସାଦ ମହାନ୍ତି ଙ୍କ ଖଣି କର୍ତ୍ତୃପକ୍ଷ ମାନେ ଖଣି ର ଚତୃପାର୍ଶ୍ବ ରେ ଥିବା

ଯଥା-ନଇବୁଗା,ସେକ୍ରାଡିହି,ଚୁଡିସାହି,ଦୁବୁନା କ୍ୟାମ୍ପ,ଜଳିପଦା ନାଏକ ସାହି,ପୁରୁଣା ଡିହି,କଟୁପାଲି ମୁଣ୍ଡା ସାହି ଏମିତି ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଅନେକ ଅସହାୟ ଓ ରାସନ୍ କାର୍ଡ ନ ଥିବା ଭଳି ଲୋକଙ୍କୁ ସହାୟତା ର ହାତ ବଢ଼ାଇଥିବା ଦେଖିବାକୁ ମିଳିଛି ! ତାରିଣୀ ପ୍ରସାଦ ମହାନ୍ତି ଙ୍କ କାର୍ଯ୍ୟ କର୍ତ୍ତା ମାନେ ଗ୍ରାମ ମାନଙ୍କୁ ଯାଇ ଘର ଘର ବୁଲି ଚାଉଳ,ଆଳୁ, ଡାଲି,ତେଲ, ସାବୁନ…. ଇତ୍ୟାଦି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମାନ ଲୋକ ମାନଙ୍କୁ ବଣ୍ଟନ କରିଛନ୍ତି ! ତାରିଣୀ ପ୍ରସାଦ ମହାନ୍ତି ଙ୍କ ଏହି ପରି ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ଚର୍ଚ୍ଚା ର ବିଷୟ ପାଲଟିଛି!

ବିସାକ୍ତ ଜନ୍ତୁ କାମୁଡାରେ ଚାଲିଗଲା ଚାରି ବର୍ଷର ଶିଶୁ କନ୍ୟାର ଜୀବନ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) -ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟୁଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବାକୁଟଗାଁ ଗ୍ରାମର ଶତୃଘନ ବେହେରାଙ୍କ ଏକମାତ୍ର ଚାରିବର୍ଷର କନ୍ୟା ପରୀ, ଆଜି ଘର ବାହାରେ ପରୀ ଖେଳୁଥିବା ସମୟରେ କୌଣସି ଏକ ବିସାକ୍ତ ଜନ୍ତୁ କାମୁଡ଼ାରେ ଚାଲି ଯାଇଛି କୁନି ଝିଅ ପରୀର ଜୀବନ । ଶତୃଘନ ଓ ବନିତା ଙ୍କ ବିବାହର ଦୀର୍ଘ ଛଅ ବର୍ଷ ପରେ କୋଳରେ ଜନ୍ମ ନେଇଥିଲା କନ୍ୟା ସନ୍ତାନ ଟୀଏ ସତେ ଯେମିତି ସ୍ବର୍ଗର ପରୀ ଟିଏ ଜନ୍ମଲାଭ କରିଛି ମା ବନିତାଙ୍କ କୋଳରେ । ତାହାର ନାମ ପରୀ ରଖିଥିଲେ ପରିବାର ଲୋକେ । ହେଲେ ଆଜି ପରିବାର ର ଖୁସି ସହିପାରିନି ବିଧାତା । ପରୀ ନିଜ ଘର ବାହାରେ ଖେଳୁ ଥିବା ସମୟରେ କୌଣସି ଏକ ବିସାକ୍ତ ଜନ୍ତୁ କାମୁଡ଼ି ଦେଇଥିଲା ପରୀର ଗୋଡ଼କୁ । ଯନ୍ତ୍ରଣା ସହି ନପାରି ଚିତ୍କାର କରିଥିଲା ପରୀ । ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ମା ବନିତା । ସଙ୍ଗେ ସଙ୍ଗେ ଝିଅ ପରୀକୁ ନେଇ ଖଲ୍ଲିକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଦୂନିଆ କଣ ଜାଣିବା ପୂର୍ବରୁ ପରୀ ସବୁଦିନ ପାଇଁ ଚାଲିଗଲା ଆରପାରିକୁ। ମାଆର ବୁକୁଫଟା କ୍ରନ୍ଦନ ଶୁଣିଲେ କାହାରବି ଆଖିରେ ଲୁହ ଆସିଯିବ। ଏଣେ ପିତା ଶତୃଘନ ବିଦେଶରେ। ଏମିତି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ସମଗ୍ର ଗାଁରେ। ସମସ୍ତଙ୍କ ମନରେ ଆସୁଥିଲା ଭଗବାନଙ୍କ ସୃଷ୍ଟି କେମିତି। ଖବର ପାଇ ଭେଜିପୁଟ ଫାଣ୍ତି ଅଧିକାରୀ ବାକୁଟଗାଁ ଗ୍ରାମରେ ପହିଁଚି ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ର ଏଠି ସେଠି ସବୁଠି ପେଚ୍ ମରା କାର୍ଯ୍ୟ କୁ ଥରେ ନ ଦେଖିଲେ ବିଶ୍ୱାସ ହେବ ନାହିଁ ; ଧନ୍ଯ ତୁମ ବୁଦ୍ଧି କୁ – ଧନ୍ଯ ତୁମ ଦୁଇ ଖୁରାକୁ ।

!!! କେନ୍ଦୁଝର ଜିଲ୍ଲା ଯୋଡା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଯୋଡା) – ପଳସା ପଞ୍ଚାୟତ ର ସମସ୍ତ ରୋଡ଼ ରାସ୍ତା ଗୁଡିକୁ ବିଗତ ଦିନରେ ପୂର୍ବତନ ବିଧାୟକ ଓ ସମାଜସେବୀ(ମହାକୁଡ଼ ବାବୁଙ୍କ) ଉଦ୍ୟମ ଓ ପ୍ରଚେଷ୍ଟାରେ ସିରାଜଦୁନି ଓ ଇନ୍ଦ୍ରାଣୀ ପଟ୍ଟନାୟକ କମ୍ପାନୀର ସହାୟତାରେ ଠିକାଦାର ତ୍ରିବେଣୀ ଆର୍ଥ ମୋଭର୍ସ ସଂପୂର୍ଣ୍ଣ ଭାବେ ଏହି ରୋଡ଼ ଟିକୁ କୋଟି କୋଟି ଅର୍ଥ ବିନିମୟରେ ଅତି ସୁନ୍ଦର ଭାବେ ମେସିନ ସାହାଯ୍ୟରେ ରୋଡ଼ କାର୍ଯ୍ୟ କରିଥିଲେ ତେବେ ପ୍ରଶ୍ନ ଆସେ କି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରୁ 2019/20ବର୍ଷ ରେ ରୋଡ଼ କାର୍ଯ୍ୟ ପାଇଁ ଦିଆଯାଇଛି । କିନ୍ତୁ ପୁରୁଣା କଲଭଟକୁ ଉପରେ ରଙ୍ଗ ଦେଇ ଓ କାହଁ ବାଆଁ 10,15 ଟା ଲେବରଙ୍କୁ ଧରି ପଚା ମେଣ୍ଟାଲ ରେ ବର୍ତ୍ତମାନର ଠିକାଦର ନିମ୍ନ ମାନର କାମ 4 ମାସ ହେବ ଆରମ୍ଭ ହେଇଛି ସତ କିନ୍ତୁ 10% ମଧ୍ୟ ହେଇନାହିଁ ଫଳକ ରେ ଲେଖା ଆଛି ଆସନ୍ତା ମାସ ଜୁଲାଇ 2020 ରେ ସରିବ । ଖଣି କମ୍ପାନୀ ପେରି ଫେରି କାମ କରିଥିବା ଫଳକ କୁ ଭାଙ୍ଗିଦେଇ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଫଳକ ଲଗାଯାଇଛି । ଏବେ ବି ଖଣି କମ୍ପାନୀ କରିଥିବା ପିଚୁ କଲଭଟ ଓ ଡ୍ରେନ 75% ଭଲ ରହିଛି । ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ପଳସା ପଞ୍ଚାୟତ ର ବାମେବାରୀ ମୁଖ୍ୟ ରାସ୍ତା ଠାରୁ ଯାଇଥିବା ଯମୁନା ପଶି ପର୍ଯ୍ୟନ୍ତ ସାତ କିଲୋମିଟର ରାସ୍ତା ର ଦୃଶ୍ୟ ! ପ୍ରଧାନମନ୍ତ୍ରୀ ଯୋଜନାରେ ଆସି ଥିବା ପ୍ରୋଜେକ୍ଟ କୁ ଉଚ୍ଚପଦସ୍ଥ ଅଧିକାରୀ ତଦନ୍ତ ନ କଲେ ,ଏହା ବାଟମାରଣା ର ଗନ୍ଧ ବାରିହେଉଛି। ରୋଡ଼ କୁ ଅନେକ ଦିନ ହେବ ମେସିନ ସାହାଯ୍ୟରେ କାଟି ପକେଇ ଦେଇଥିବାରୁ ବନ୍ୟଜୀବ ଜନ୍ତୁ ଓ ଗୃହପାଳିତ ପଶୁ ଗାତରେ ପଡି ମୃତ୍ୟୁ ବରଣ କରିବା ଅନେକ ଆଶଙ୍ଖା ରହିଛି, ଜରୁରୀ କାଳୀନ ଯାନ ବାହାନ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧା ଭୋଗିବା ସୁନିଶ୍ଚିତ ତେବେ ଜିଲ୍ଲା ପ୍ରଶାସନ,ଉଚ୍ଚପଦସ୍ଥ ଅଧିକାରୀ, ଜନପ୍ରତିନିଧି ଓ ଗଣପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟ କୁ ଧ୍ୟାନ ଦେଲେ ହୁଏତ ଭଲ କାର୍ଯ୍ୟ ହେଇ ପାରିବ ବୋଲି ଅଞ୍ଚଳ ର ଜନସାଧାରଣ ଆଶା କରିଛନ୍ତି ।

ଖଜୁରୀପଡ଼ା ବ୍ଲକ୍ ରେ ୮୪ଜଣ ପ୍ରବାସୀ ଓଡ଼ିଆ।

!!! କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ରୁ ବିକାଶ କୁମାର ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଜୁରୀପଡ଼ା) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ରେ ଆଜି ପର୍ଯ୍ୟନ୍ତ ୮୪ଜଣ ପ୍ରବାସୀ ଓଡ଼ିଆ ପହଂଚିଛନ୍ତି ।ସେମାନଙ୍କୁ ଖଜୁରୀପଡ଼ା ବ୍ଲକ୍ ଦ୍ଵାରା ଖୋଲାଯାଇଥିବା ବିଭିନ୍ନ ସ୍ଥାନରେ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ସୁରକ୍ଷା ଓ ସୁବ୍ୟବସ୍ଥା କରାଯାଇ ରଖାଯାଇଛି।ଆଜି ୨୧ ଜଣ ପ୍ରବାସୀ ଓଡ଼ିଆ ଖଜୁରୀପଡ଼ା ବ୍ଲକ୍ ରେ ପହଂଚିଛନ୍ତି ।ଖଜୁରୀପଡ଼ା ବିଡ଼ିଓ ଙ୍କ ନିର୍ଦେଶ କ୍ରମେ ଏହି ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ଏକ ସ୍ବତନ୍ତ୍ର ମେଡିକାଲ୍ ଟିମ୍ ଦ୍ଵାରା ତାଙ୍କର ନାମ ପଞ୍ଜିକରଣ କରି ଗଡ଼ିୟା ପଡା ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ୫ ଜଣ ,ଆଦର୍ଶ ବିଦ୍ୟାଳୟ ମେଡ଼ିକାଲ କ୍ୟାମ୍ପ ରେ ୪ ଜଣ ,କଳିଙ୍ଗ ଆଦର୍ଶ ବିଦ୍ୟାଳୟ ନୂଆ ଗାଁରେ ୯ ଜଣ ଏବଂ ବରିକୁମ୍ପା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ୩ ଜଣ ପ୍ରବାସୀ ଓଡ଼ିଆ ଙ୍କୁ ରଖାଯାଇଥିବା ଏ ବିଡ଼ିଓ ଖଜୁରୀପଡ଼ା ଦିବ୍ୟ ସିଂହ କହଁର ସୂଚନା ଦେଇଛନ୍ତି।ଏହି ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ସୁବ୍ୟବସ୍ଥା ଓ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥିବା ସୂଚନା ମିଳିଛି।ଏମାନେ ସମସ୍ତେ ପଶ୍ଚିମ ବଙ୍ଗ କୋଲକାତା ସହରର କଲ୍ ସେଣ୍ଟର ରେ କାମକରୁଥିବା ଜଣାପଡିଛି ।ଏମାନେ ସମସ୍ତେ ଏକ ବସ୍ ରେ ଖଜୁରୀପଡ଼ା ବ୍ଲକ୍ ରେ ଆଜି ପହଞ୍ଚି ଥିବା ଜଣାପଡିଛି ।ଏହି ସମସ୍ତଙ୍କୁ ଖଜୁରୀପଡ଼ା ପୋଲିସ ବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାରେ ବ୍ଲକରେ ଥିବା ସମସ୍ତ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ପହଞ୍ଚାଇ ଦିଆଯାଇଛି ।ଏହି ପ୍ରବାସୀ ଓଡ଼ିଆ ପହଞ୍ଚାଇବା ଦାୟିତ୍ୱ w.e.o ପ୍ରୀୟପଦ ନାୟକ,p.e.o ଚକ୍ରଧର ମହାରଣା,ସୁନିଲ କୁମାର ବେହେରା, ଓ O.l.m.sଅଧକାରୀ ଭଗ୍ୟରଥି ପୃଷ୍ଟି, ଏବିଡିଓ ଦିବ୍ୟସିଂହ କହଁର ଏବଂ ଖଜୁରୀପଡ଼ା ପୋଲିସ S .I ଉଦ୍ଧବ କୁମାର ଜନୀ ଦାୟିତ୍ୱ ଗ୍ରହଣ କରିଥିଲେ।

ଦୁର୍ଦ୍ଦିନରେ ଉଠା ଦୋକାନୀ।

!!! କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ରୁ ବିକାଶ କୁମାର ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଜରୀପଡ଼ା) କନ୍ଧମାଳ ଜିଲ୍ଲା ଖଜରୀପଡ଼ା ବ୍ଲକ୍ ର ସ୍ଥାନୀୟ ବଜାର ରେ ପରିବା, ଶୁଖୁଆ, ମାଛ ଏବଂ ମାଂସ ବ୍ୟବସାୟ କରି ପରିବାର ପୋଷଣ କରୁଥିବା ଉଠା ଦୋକାନୀ ତଥା ଛୋଟ ବ୍ୟବସାୟୀଙ୍କର ଏବେ ଦୁର୍ଦ୍ଦିନ ଚାଲିଥିବା ଦେଖିବାକୁ ମିଳିଛି। ଖଜରୀପଡ଼ା ରେ ରବିବାର ଦିନ ସାପ୍ତାହିକ ହାଟ ଅନୁଷ୍ଠିତ ହୁଏ। ଏଠାରେ ବ୍ୟବସାୟ କରିବା ସହିତ ପ୍ରତି ଦିନ ବଜାରରେ ଅତି ଆବଶ୍ୟକ ସାମଗ୍ରୀ ବିକ୍ରୀ କରି ଚଳନ୍ତି। କିନ୍ତୁ ବର୍ତ୍ତମାନ ଭଳି ପରିସ୍ଥିତିରେ ଅଳ୍ପ ସମୟରେ ଯେତିକି ବ୍ୟବସାୟ ହେଉଛି ସେତିକିରେ ସନ୍ତୁଷ୍ଟ ହେବାକୁ ପଡୁଛି। ଏଭଳି ପରିସ୍ଥିତିରେ ସରକାରଙ୍କ ତରଫରୁ ନା କୌଣସି ସହାୟତା ମିଳୁଛି ନା କିଛି ସରକାରଙ୍କ ତରଫରୁ କିଛି ପ୍ରତିଶ୍ରୁତି ମିଳୁଛି। ଏଭଳି ସ୍ଥିତିରେ ସରକାରଙ୍କ ତରଫରୁ ବଜାରରେ ମାଂସ ବିକ୍ରିକରୁଥିବା ଉଠା ଦୋକାନ ଗୁଡ଼ିକ ଉଠାଇ ଦିଆଯାଇଥିଲେ ମଧ୍ୟ କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ। କୋରାନା ମହାମାରୀ ସମୟରେ ଅତି ଅବ୍ୟସାୟକ ସାମଗ୍ରୀ ବିକ୍ରୀ କରି ପେଟ ପୋଷୁଥିବା ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଜୟଦେବ ସାହୁ, ବିଜୟ ନାୟକ, ଉଖିଆ ଗଣ୍ଡା, ମଦନ୍ ସାହୁ, ମାଟିଆ ସାହୁ, ଗଙ୍ଗାଧର ମଲିକ, ପଦ୍ମନାଭ ପ୍ରଧାନ, ଚନ୍ଦନ ମୁଖି, ଜଳେଶ୍ଵର ବେହେରା,ସାବିତ୍ରୀ ମାଝୀ, ଅଭିମନ୍ୟୁ ଗଣ୍ଡା।

କାଳ ବୈଶାଖୀ ର ତାଣ୍ଡବ ।

!!! କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ରୁ ବିକାଶ କୁମାର ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଜୁରୀପଡ଼ା) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ର ବିଭିନ୍ନ ଅଞ୍ଚଳ ରେ ଆଜି ଅପରାହ୍ନ ସମୟ ୩ ଟା ବେଳେ କାଳବୈଶାଖୀ ର ମହା ଘୂର୍ଣି ବଳୟ ଓ ଝଡତଫାନ ଦେଖିବାକୁ ମିଳିଥିଲା ।ଯାହା ଫଳରେ କେତେକ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ବେଳେ ଆଉ କେତେକ ସ୍ଥାନରେ ବଡ଼ ବଡ଼ ଗଛ ମୂଳରୁ ଉପଡି ରାସ୍ତା ଉପରେ ପଡ଼ିରହିଛି ।ସେହିପରି କେତେକ ଗରିବ ଲୋକଙ୍କ ଝାଟି ମାଟି କୁଡିଆ ଘରର ଛପର ଉଡ଼ାଇ ନେଇଥିବା ବେଳେ ଆଉ କେତେକ ଲୋକଙ୍କ ଘରର ଆଜବେଷ୍ଟ ଏବଂ ଟିଣ ଛପର ଉଡ଼ାଇ ନେଇଛି ।ଅନ୍ୟ ପକ୍ଷରେ ବିଶାଳ କାୟ ଗଛ ବିଦ୍ୟୁତ୍ ତାର ଉପର ପଡି ଖୁଣ୍ଟ ଉପୁଡ଼ି ପଡ଼ିଥିବା ଜଗୁଁ ବିଦ୍ୟୁତ୍ ସରବରାହ ବନ୍ଦ୍ ରହିଛି ।ଭୀଷଣ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ଚାଷୀଙ୍କର ଫସଲ ନଷ୍ଟ ହୋଇଯାଇଛି ।ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦୂତିପଡା ଓ ବଲସକୁମ୍ପା ପଞ୍ଚାୟତରେ ।ବାର ପୁଲିୟା ଠାରୁ ପାକନା ଗାଁ କୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ରାସ୍ତା ର ବିଭିନ୍ନ ସ୍ଥାନରେ ଡାଳ ପତ୍ର ଭାଙ୍ଗି ପଡିରହିଥିବା ବେଳେ ଡଲାବାଲି ଠାରେ ବିରାଟ କାୟ ଗଛ ରାସ୍ତା ଉପରେ ପଡ଼ି ରାସ୍ତା ଅବରୋଧ ହଇଛି।ଯାହା ଫଳରେ ଯାତାୟତ ବାଧା ପ୍ରାପ୍ତ ହୋଇଛି। ଏବଂ ଅଭିମନ୍ୟୁ ପ୍ରଧାନ ,ଜଗଦୀଶ ଦେହୁରୀ,ରାମଚନ୍ଦ୍ର କହଁର ଏବଂ ସୁରେନ୍ଦ୍ର ଦିଗାଲ,ଙ୍କ ଘର ଛପର ଉଡ଼ାଇ ନେଇଛି । ଏବଂ ଜହ୍ନି,ଲାଉ,କଲରା ଓ ଆମ୍ବୃତ ଭଣ୍ଡା ଗଛ ଭାଙ୍ଗି ଫଳ ପନିପରିବା ଆଦି ନଷ୍ଟ ହୋଇଯାଇଛି। କାଳବୈଶଖୀ ର କ୍ଷୟ କ୍ଷତି ଆକଳନକରି ସାହାଯ୍ୟ ସାମର୍ଥ୍ୟ ଯୋଗାଇଦେବା ପାଇଁ ଜନସାଧାରଣ ସରକାରଙ୍କୁ ଅନୁରୋଧ କରିଛନ୍ତି।

କରୋନା ମୁକାବିଲା ପାଇଁ କୋଦଳା ଓ ବେଗୁନିଆପଡା ପୁଲିସର ତପ୍ତରତା।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – କରୋନା ଭାଇରସର ଭୟାଭୟତା ଯୋଗୁଁ ସାରାବିଶ୍ୱ ଏବେ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି। ଏହାର ମୁକାବିଲା ପାଇଁ ସରକାରଙ୍କଠୁ ଆରମ୍ଭ କରି ପ୍ରଶାସନ, ସୁରକ୍ଷା କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷା କର୍ମୀ , ସ୍ବେଛାସେବୀ ଓ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ନିଜନିଜର ଭୂମିକା ଗୁରୁତ୍ୱପୂର୍ଣ ମନେକରି କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି। ଆଜିଯାଏଁ ଏହାର କୌଣସି ପ୍ରତିଷେଧକ ଟୀକା ବାହାରି ନଥିବାରୁ ସବୁଠାରୁ ଗୁରୁତ୍ୱପୂର୍ଣ ଦିଗ ହେଉଛି ସମସ୍ତେ ସାମାଜିକ ଦୂରତ୍ୱ ବଜାୟ ରଖିବା। ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ସଙ୍ଗରୋଧ ଗୃହ ପ୍ରସ୍ତୁତ କରାଯାଇଛି। କିନ୍ତୁ ସାମ୍ପ୍ରତିକ ପରିବେଶ ଓ ପରିସ୍ଥିତି ଭିନ୍ନ ରୂପ ନେଇଛି। ଅତିମାତ୍ରାରେ ପ୍ରବାସୀ ଶ୍ରମିକଙ୍କ ଆଗମନ ଏବଂ କିଏ କେତେବେଳେ ଓ କେଉଁଥିରେ ଆସୁଛନ୍ତି ଏହାର କୌଣସି ସଠିକ ତଥ୍ୟ ରହୁନି। କିଛିକିଛି ପ୍ରବାସୀ ବାଇକ ଓ ସାଇକେଲରେ ଆସୁଥିବା ବେଳେ କିଛି ପ୍ରବାସୀ ଦୂରଦୁରାନ୍ତରରୁ ଚାଲିଚାଲି ବି ଆସୁଛନ୍ତି। କିଏ କେଉଁଆଡେ ଯାଉଛନ୍ତି ଏହାର କିଛି ଠିକ ଠିକଣା ରହୁନି। ତେଣୁ ଏମାନଙ୍କୁ ସଙ୍ଗରୋଧ ଗୃହକୁ ଟାଣି ଆଣିବାକୁ ପ୍ରଶାସନ ନାକେଦମ ହେଉଥିଲା ବେଳେ ପୁଲିସ ବାହିନୀକୁ ନୟାନ୍ତ ହେବାକୁ ପଡୁଛି। ଏହାସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବାସୀଙ୍କ ରହିବା, ଖାଇବା ନେଇ ପ୍ରବାସୀ ଓ ପ୍ରଶାସନ ମଧ୍ୟରେ ମତାନ୍ତର ଉପୁଜୁଥିବା ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଏସବୁ ମଧ୍ୟରେ ପୁଲିସର ଦାଇତ୍ୱ କିନ୍ତୁ ବହୁପରିମାଣରେ ବଢିଯାଉଛି। ଯାହାକୁ ସ୍ୱାଗତ କରିଛନ୍ତି ଗଞ୍ଜାମ ଜିଲ୍ଲା କୋଦଳା ଓ ବେଗୁନିଆପଡା ପୁଲିସ। ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିର ଉଚିତ ମୁକାବିଲା କରିବାକୁ କୋଦଳା ଆଇଆଇସି ଦେବାଶିଷ ମହାନ୍ତି ଓ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ତତ୍ପରତା ପ୍ରକାଶ କରିଛନ୍ତି। ବିଶୃଙ୍ଖଳିତ ପ୍ରବାସୀଙ୍କୁ ଖୋଜି ଖୋଜି ସଙ୍ଗରୋଧକୁ ଆଣିବା, ଚାଲିଚାଲି ଆସୁଥିବା ପ୍ରବାସୀଙ୍କୁ ଥଇଥାନ କରିବା, ରେଳ ଷ୍ଟେସନରୁ ପ୍ରବାସୀଙ୍କୁ ସୁରକ୍ଷିତ ଆଣିବା, ବିଭିନ୍ନ କ୍ୱାରେଣ୍ଟିନ ସେଣ୍ଟର ଏବଂ ଅସ୍ଥାୟୀ ଚିକିତ୍ସା ସେଣ୍ଟର ଆଦି ଭ୍ରମଣ କରିବା ସହ ସାଧାରଣରେ ନିୟମ ଭଙ୍ଗ କରୁଥିବା ଅମାନିଆଙ୍କୁ ସାବାଡ଼ କରିବା ସହ ଆଇନ ଶୃଙ୍ଖଳା ବଜାୟ ରଖିବା ଭଳି ବଡ ଦାଇତ୍ୱ ନିର୍ବାହ କରୁଛନ୍ତି କୋଦଳା ଓ ବେଗୁନିଆପଡା ପୁଲିସ। ନିକଟରେ ଗଞ୍ଜାମ ଏସପି ଉକ୍ତ ଦୁଇ ଥାନାକୁ ଚାରିଗୋଟି ଗାଡି ପ୍ରଦାନ କରିଥିବା ଜଣାପଡିଛି। ଏହି ଦୁଇ ଥାନା ଲିମିଟସ ରେ 60 ଗୋଟି ସଙ୍ଗରୋଧ ଗୃହରେ ଚାରି ହଜାରରୁ ଅଧିକ ପ୍ରବାସୀ ଅଛନ୍ତି। ଏହାସହ ପ୍ରତିଦିନ ଏମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ କୋଦଳା ଓ ବେଗୁନିଆପଡା ପୁଲିସ ସକାଳ 7 ଘଣ୍ଟରୁ ଅପରାହ୍ନ 2 ଘଣ୍ଟ ଏବଂ ଅପରାହ୍ନ 3 ଘଣ୍ଟରୁ ରାତ୍ର 12 ଘଣ୍ଟ ଯାଏଁ ପେଟ୍ରୋଲିଙ୍ଗ କରିବା ଦେଖାଯାଉଛି। ଯାହାକି ଜନସାଧାରଣଙ୍କୁ ଆଶ୍ୱସ୍ତ କରିଛି।