କରୋନା ଯୋଦ୍ଧାଙ୍କୁ କୋଦଳା ଓ ବେଗୁନିଆପଡା ପୁଲିସ ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ସମ୍ନାନ। 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଆ ଜାତି ଆଜି କରୋନା ଯୋଦ୍ଧାଙ୍କୁ ଅଦ୍ଭୂତପୂର୍ବ ସମ୍ନାନ ଜଣାଇଛନ୍ତି l ଦେଶବିଦେଶର କୋଣ ଅନୁକୋଣରେ ଥିବା ବିଭିନ୍ନ ବର୍ଗର ସମସ୍ତ ଓଡ଼ିଆ ‘ବନ୍ଦେ ଉତ୍କଳ ଜନନୀ’ସଂଗୀତ ଗାନ କରିଥିବା ବେଳେ ଓଡ଼ିଶାରେ ଏହି ସଂଗୀତ ପୁରପଲ୍ଲୀଠୁ ଆରମ୍ଭ କରି ସହର ନଗର ସବୁଠି ଗାନ କରାଯାଇଥିଲା l ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ସମସ୍ତ ସରକାରୀ, ବେସରକାରୀ ଅଧିକାରୀ ଓ କର୍ମଚାରୀ ସମେତ ଗ୍ରାମାଞ୍ଚଳରେ ସମସ୍ତ ସାଧାରଣ ଜନତା ଏବଂ ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀ କରୋନା ଯୋଦ୍ଧାଙ୍କୁ ସମ୍ନାନ ଜଣାଇ ଏହି ସଂଗୀତ ଗାନ କରିଥିବା ବେଳେ କୋଦଳା ଓ ବେଗୁନିଆପଡା ପୁଲିସ ବାହିନୀ ପକ୍ଷରୁ ଆଇଆଇସି ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ କରୋନା ଯୋଦ୍ଧାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ନାନ ଜଣାଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା l କୋଦଳା ଥାନା ଓ ବେଗୁନିଆପଡା ଫାଣ୍ଡିରେ ପୁଲିସ ବାହିନୀ ପକ୍ଷରୁ ସଂଗୀତ ଗାନ କରାଯାଇ ଥିବା ବେଳେ କୋଦଳା ଓ ବେଗୁନିଆପଡା ବଜାରରେ ପୁଲିସ ତତ୍ୱାବଧାନ ସାଧାରଣ ଜନତା ସାମାଜିକ ଦୂରତ୍ବକୁ ବଜାୟ ରଖି ସଂଗୀତ ଗାନ କରିଥିଲେ  l ଏଥିରେ କୋଦଳା ଆଇଆଇସି ଶ୍ରୀ ମହାନ୍ତିଙ୍କ ସମେତ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, କୋଦଳା ଏସଆଇ ଅନିଲ କୁମାର ସାହୁ, ଏସଆଇ ମହେଶ୍ୱର ବେହେରା, ଏସଆଇ ଆରତୀ ପରିଡା, ଏଏସଆଇ ଏସ. ଭାସ୍କର ରାଓ ସମେତ ହାବିଲଦାର, କନେଷ୍ଟବଳ, ହୋମଗାର୍ଡ, ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ଏସଡ଼ିପିଓ ସୀମା ସ୍ୱାଇଁ ଯୋଗଦେଇଥିବା ଦେଖାଯାଇଥିଲା l

ଖଲ୍ଲିକୋଟ ପୋଲିସ ଦ୍ୱାରା ୭୦୦ ଲିଟର ଚୋରା ଦେଶୀ ମଦ ଜବତ,୨ ଗିରଫ, ଅଟୋ, କାର ଜବତ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ପୋଲିସ ଦ୍ୱାରା ଆଜି ବେଆଇନ ଭାବେ ଚୋରା ଚାଲାଣ ହେଉଥିବା୭୦୦ ଲିଟର ଦେଶୀ ମଦ ସହ ଏକ ଅଟୋ ଓ କାର କୁ ଜବତ କରିବା ସହ ୨ ଜଣ ଙ୍କୁ ଗିରଫ କରାଯାଇଛି ।ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାକିରି ଗ୍ରାମ ରୁ ବେଆଇନ ଭାବେ ଚୋରା ଦେଶୀ ମଦ ଛତ୍ରପୁର ଓ ପୁରୀ ଜିଲ୍ଲା ପାରିକୁଦ କୁ ଚାଲାଣ କରାଯାଉଥିବା ବେଳେ ଖବର ପାଇ ଖଲ୍ଲିକୋଟ ପୋଲିସ ଚଢ଼ାଉ କରି ୭୦୦ ଲିଟର ଦେଶୀ ମଦ ଜବତ କରିବା ସହ ପରିବହନ କରୁଥିବା ଏକ ଅଟୋ ଓ କାର କୁ ଜବତ କରିଥିଲେ ।ବେଆଇନ ଦେଶୀ ମଦ ଧରି ଯାଉଥିବା ୨ ଜଣ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୧୯୩,୧୯୪/୨୦୨୦ଅନୁସାରେ ଦୁଇଟି ମକଦ୍ଦମା ରୁଜୁ ହୋଇଛି ।ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ସିଲୁ ଧଳ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଚଢ଼ାଉ ରେ ଅଂଶ ଗ୍ରହଣ କରିଥିଲେ ।