ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ୪ ଟି କରୋନା ପଜିଟିଭ ଚିହ୍ନଟ ; ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ।

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗ୍ରୀନ୍ ଜୋନରେ ରହିଥିବାଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ୪ ଗୋଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା ।

କାଶୀନଗର ବ୍ଲକ ଶିଆଳି ପଞ୍ଚାୟତର ମନ୍ତ୍ରୀଗୁଡା ଗ୍ରାମର ୫୦ବର୍ଷ ବୟସ୍କ ଜଣେ ପୁରୁଷ , ସେ ଆନ୍ଧ୍ରପ୍ରଦେଶର ନେଲୁର୍ ରୁ ଆସିଥିଲେ। ୧୬ ମାର୍ଚ୍ଚରୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ସେ ହୋମ୍ କ୍ବାରୋଣ୍ଟାଇନ ଥିଲେ ତାଙ୍କର ସ୍ୱାବ ଟେଷ୍ଟିଂ ପାଇଁ ପଠାଯାଇଥିଲା । ତାଙ୍କର ରିପୋର୍ଟ୍ ପଜିଟିଭ୍ ଆସିଥିଲା। ଅନ୍ୟ ଜଣେ ହେଲେ ଗୋଷାଣୀ ବ୍ଲକ ତାଟିପେଟି ଗ୍ରାମର ଜଣେ ୩୬ ବର୍ଷ ବୟସ୍କ ଜଣେ ପୁରୁଷ , ସେ ଆନ୍ଧ୍ର ଓ ଓଡ଼ିଶାରେ ଟେକ୍ସି ଚଲାନ୍ତି। ସେହିପରି ଅନ୍ୟ ଜଣେ ହେଲେ ଗୁମ୍ମା ବ୍ଳକ କୁଜାସଂ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ୪୫ବର୍ଷ ବୟସ୍କ ଜଣେ ପୁରୁଷ ଓ ଅନ୍ୟ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ଗୁମ୍ମା ବ୍ଳକ ବାଇଝଲ୍ ପଞ୍ଚାୟତ ଆଶ୍ରୟଗଡ଼ ଗ୍ରାମର । ସେ ମୁମ୍ବାଇରୁ ଫେରିଥିଲେ। ସମସ୍ତଙ୍କ ସ୍ୱାବ ପରୀକ୍ଷାରୁ କରୋନା ପଜିଟିଭ୍ ବାହାରିବା ପରେ ସେମାନଙ୍କୁ କୋଭିଡ୍-୧୯ ହସ୍ପିଟାଲକୁ ପଠାଯାଇଛି ଓ କରୋନା ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା।ସ୍ୟ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ଗଞ୍ଜେଇ ଚାଲଣ କରିବା ଧରା ପଡ଼ିଲେ ୨ ଯୁବକ ଗିରଫ୍।

!!! କନ୍ଧମାଳ ଜିଲ୍ଲା ଚକାପାଦ ରୁ ସୁନୀଲ ଦିଗାଲ ଓ ସଞ୍ଜୟ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଚକାପାଦ) – ଗଂଜେଇ ଚାଲାଣ ରେ ଧରା ପଡିଲେ ୨ ଯୁବକ ଗିରଫ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଡ଼ଙ୍ଗାଗାଁ ଛକ ନିକଟରୁ ଏକ ଇଣ୍ଡିଗୋ କାର ରୁ ନଂ (OR 05 AQ 5143)ଚକାପାଦ ଥାନା ଅଧିକାରୀଙ୍କ ନେତୃତ୍ୱରେ ଦୁଇ ଜଣ ଯୁବକକୁ ଗିରଫ କରିଛି ପୋଲିସ । ତାଙ୍କଠାରୁ ୪୦ କିଲ ୨୦୦ ଗ୍ରାମ ଗଞେଇ ସହ ଗୋଟଏ ଇଣ୍ଡିଗୋ କାର ଜବତ କରାଯାଇଛି। ଦୁଇ ଜଣ ଅଭିଯୁକ୍ତ ଫୁଲବାଣୀ ଗୋପାଳ ସାହି ର ଇବ୍ରାହିମ ଖାନ ଓ ଦାତପାଜୁ ଗ୍ରାମ ର ଘାଷିଆ ପ୍ରଧାନ ବୋଲି ଜଣା ପଡିଛି। ଦୁଇ ଜଣ ଫୁଲବାଣୀ ରୁ ଚକାପାଦ ଦେଇ ଭୁବନେଶ୍ୱର ଗଜାଈ ନେଇ ଯାଇଥିବା ବେଳେ ଡାଙ୍ଗ ଗାଁ ଛକ ନିକଟରେ ଗିରଫ କରି କେଶ ନଂ ୨୪/୨୦ ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ ଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ତରୁଣ ତପନ ବେହେରା ସୂଚନା ଦେଇଛନ୍ତି।

ଲୋକଙ୍କ ରୋଜଗାର ନିଶ୍ଚିତ କରିବାକୁ ଅଂଟା ଭିଡ଼ିଲେଣି ରାଜେନ୍ଦ୍ର।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – କୋବିଡ଼ 19ର ସଂକ୍ରମଣ କୁ ରୋକିବା ପାଇଁ ସରକାରଙ୍କର ଦ୍ୱାରା ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟର ଲକଡାଉନ ଘୋଷଣ କରାଯାଇଛି । ଆରମ୍ଭରୁ ଘୋଷଣା ହେଇଥିବ ଏହି ଲକଡାଉନ ଫଳରେ ମୁଖ୍ୟତଃ ଗରିବ ଖଟିଖିଆ ଶ୍ରମିକ ମାନଙ୍କର ଜୀବନ ଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହେଇଥିଲା । କର୍ମକ୍ଷେତ୍ର ସବୁ ବନ୍ଦ ରହିଥିବା କରଣରୁ ଜୀବିକା ହରାଇଥିଲେ ଅନେକ ଶ୍ରମଜୀବୀ । ଯଦିଓ ସରକାର ଏହି ଅସମୟରେ ଗରିବ ଓ ଶ୍ରମିକ ମାନଙ୍କର ସହିତ ଛିଡା ହୋଇ ତାଙ୍କର ସବୁ ପ୍ରକାର ସୁବିଧା କରିଛନ୍ତି ତଥାପି କାମ କରିବା ଲୋକ ଯଦି କାମ ନ କରିବ ତେବେ ଅସୁବିଧା ତ ନିଶ୍ଚୟ ହେବ । ଶ୍ରମିକ ମାନଙ୍କର ଏହି ଅବସ୍ଥାକୁ ହୃଦୟଙ୍ଗମ କରି ରାଜ୍ୟ ସରକଙ୍କର ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇ ଶ୍ରମିକ ଓ ଗରିବ ଲୋକଙ୍କୁ ଜୀବିକା ପାଇଁ ମାଧ୍ୟମ ଯୋଗାଇ ଦିଆଯାଉଛି ।

ଏହିକ୍ରମରେ ନୂଆପଡା ଜିଲ୍ଲା ଖରିଆରରୋଡ଼ NAC ଅଂଚଳରେ ଆଜି ନୂଆପଡା ବିଧାୟକ ତଥା ଜିଲ୍ଲା ଉନ୍ନୟନ କମିଟିର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ଢୋଲକିଆ ନିର୍ମାଣ ଶ୍ରମିକ ଓ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରତ୍ୟକ୍ଷ ଭାବରେ ରୋଜଗାର ପ୍ରଦାନ କରିବାର ମହତ ଉଦେଶ୍ୟ ନେଇ NAC ର ବିଭିନ୍ନ ୱାର୍ଡରେ ଉନ୍ନୟନ ମୂଳକ କାର୍ଯର ଶୁଭାରଂଭ କରିବା ସହିତ ଅନେକ କାର୍ଯର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଏହି ଦୁରଦିନରେ ସବୁବେଳେ ନିଜ ଲୋକଙ୍କର ସହିତ ପ୍ରତକ୍ଷ ଭାବରେ ରହି ଆସିଛନ୍ତି ଓ ବିଗତ ଦିନ ମାନଙ୍କରେ ଏହିଭଳି ଅନେକ ନୂତନ କାର୍ଯର ଶୁଭାରମ୍ଭ କରିସାରିଲେଣି ।

“ପ୍ରଧାନମନ୍ତ୍ରୀ ପ୍ରଶଂସା କରି ଗଲାବେଳେ ଏଠି ବିଜେପି ନେତାଙ୍କ ବୟାନ ବାଜି ସ୍ପୃହଣୀୟ ନୁହେଁ”।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ଅମ୍ପନ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚ ପ୍ରଶଂସା କରୁଥିବା ବେଳେ ମିଳିତ ଭାବେ ଏ ପରିସ୍ଥିତିକୁ ମୁକାବିଲା କରିବା ପରିବର୍ତ୍ତେ ଜଣେ ବିଜେପି ନେତାଙ୍କ ରାଜନୈତିକ ବୟାନବାଜି ସ୍ପୃହଣୀୟ ନୁହେଁ ବୋଲି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ମତବ୍ୟକ୍ତ କରିଛନ୍ତି |
ଶ୍ରୀ ଦାସବର୍ମା କହିଛନ୍ତି ଯେ, ମହାବାତ୍ୟା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିଛନ୍ତି । ଫାଇଲିନ୍‌, ହୁଡହୁଡ୍‌, ତିତ୍‌ଲି, ଫନି ବର୍ତ୍ତମାନ ଅମ୍ପନର ସଫଳ ମୁକାବିଲା କରି ବିଶ୍ୱ, ଦେଶ ଓ ରାଜ୍ୟବାସୀଙ୍କ ଦ୍ୱାରା ରାଜ୍ୟ ସରକାର ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଗଲା ପ୍ରାକୃତିକ ବିପର୍ଯ୍ୟୟ ଫନି ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଏହାର ମୁକାବିଲାରେ ନବୀନ ପଟ୍ଟନାୟକ ସରକାରଙ୍କ ବାତ୍ୟା ବିପର୍ଯ୍ୟୟ ପରିଚାଳନାକୁ ଉଚ୍ଚ ପ୍ରଶଂସା କରିଥିଲେ । ଓଡିଶାର ବାତ୍ୟା ବିପର୍ଯ୍ୟୟ ପରିଚାଳନା ସମଗ୍ର ଦେଶ ପାଇଁ ପଥ ପ୍ରଦର୍ଶକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗଲା କାଲି ପ୍ରଧାନମନ୍ତ୍ରୀ ଓଡିଶା ଆସି ଅମ୍ପନ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଏବଂ ବାତ୍ୟା ପରବର୍ତ୍ତୀ ପରିଚାଳନାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।ବର୍ତ୍ତମାନ ସମୟରେ ରାଜ୍ୟବାସୀ ଦୁଇଟି ବିପର୍ଯ୍ୟୟର ମୁକାବିଲା କରୁଛନ୍ତି । କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ଏଭଳି ଏକ ବିପଦ ସମୟ ଯେଉଁଠି ରାଜ୍ୟବାସୀ ଦୁଇ ଦୁଇଟି ବିପର୍ଯ୍ୟୟର ମୁକାବିଲା କରୁଛନ୍ତି । ସେଠାରେ ଭାରତୀୟ ଜନତା ପାର୍ଟିର ନେତୃମଣ୍ଡଳୀଙ୍କ ରାଜନୈତିକ ବୟାନବାଜୀ ଆଦୌ ଗ୍ରହଣୀୟ କିମ୍ବା ସ୍ଫୃହଣୀୟ ନୁହେଁ । ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ ଦେବା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବା ଶ୍ରୀ ଦାସବର୍ମା କହିଛନ୍ତି ।