ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ର ଏଠି ସେଠି ସବୁଠି ପେଚ୍ ମରା କାର୍ଯ୍ୟ କୁ ଥରେ ନ ଦେଖିଲେ ବିଶ୍ୱାସ ହେବ ନାହିଁ ; ଧନ୍ଯ ତୁମ ବୁଦ୍ଧି କୁ – ଧନ୍ଯ ତୁମ ଦୁଇ ଖୁରାକୁ ।

!!! କେନ୍ଦୁଝର ଜିଲ୍ଲା ଯୋଡା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଯୋଡା) – ପଳସା ପଞ୍ଚାୟତ ର ସମସ୍ତ ରୋଡ଼ ରାସ୍ତା ଗୁଡିକୁ ବିଗତ ଦିନରେ ପୂର୍ବତନ ବିଧାୟକ ଓ ସମାଜସେବୀ(ମହାକୁଡ଼ ବାବୁଙ୍କ) ଉଦ୍ୟମ ଓ ପ୍ରଚେଷ୍ଟାରେ ସିରାଜଦୁନି ଓ ଇନ୍ଦ୍ରାଣୀ ପଟ୍ଟନାୟକ କମ୍ପାନୀର ସହାୟତାରେ ଠିକାଦାର ତ୍ରିବେଣୀ ଆର୍ଥ ମୋଭର୍ସ ସଂପୂର୍ଣ୍ଣ ଭାବେ ଏହି ରୋଡ଼ ଟିକୁ କୋଟି କୋଟି ଅର୍ଥ ବିନିମୟରେ ଅତି ସୁନ୍ଦର ଭାବେ ମେସିନ ସାହାଯ୍ୟରେ ରୋଡ଼ କାର୍ଯ୍ୟ କରିଥିଲେ ତେବେ ପ୍ରଶ୍ନ ଆସେ କି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରୁ 2019/20ବର୍ଷ ରେ ରୋଡ଼ କାର୍ଯ୍ୟ ପାଇଁ ଦିଆଯାଇଛି । କିନ୍ତୁ ପୁରୁଣା କଲଭଟକୁ ଉପରେ ରଙ୍ଗ ଦେଇ ଓ କାହଁ ବାଆଁ 10,15 ଟା ଲେବରଙ୍କୁ ଧରି ପଚା ମେଣ୍ଟାଲ ରେ ବର୍ତ୍ତମାନର ଠିକାଦର ନିମ୍ନ ମାନର କାମ 4 ମାସ ହେବ ଆରମ୍ଭ ହେଇଛି ସତ କିନ୍ତୁ 10% ମଧ୍ୟ ହେଇନାହିଁ ଫଳକ ରେ ଲେଖା ଆଛି ଆସନ୍ତା ମାସ ଜୁଲାଇ 2020 ରେ ସରିବ । ଖଣି କମ୍ପାନୀ ପେରି ଫେରି କାମ କରିଥିବା ଫଳକ କୁ ଭାଙ୍ଗିଦେଇ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଫଳକ ଲଗାଯାଇଛି । ଏବେ ବି ଖଣି କମ୍ପାନୀ କରିଥିବା ପିଚୁ କଲଭଟ ଓ ଡ୍ରେନ 75% ଭଲ ରହିଛି । ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ପଳସା ପଞ୍ଚାୟତ ର ବାମେବାରୀ ମୁଖ୍ୟ ରାସ୍ତା ଠାରୁ ଯାଇଥିବା ଯମୁନା ପଶି ପର୍ଯ୍ୟନ୍ତ ସାତ କିଲୋମିଟର ରାସ୍ତା ର ଦୃଶ୍ୟ ! ପ୍ରଧାନମନ୍ତ୍ରୀ ଯୋଜନାରେ ଆସି ଥିବା ପ୍ରୋଜେକ୍ଟ କୁ ଉଚ୍ଚପଦସ୍ଥ ଅଧିକାରୀ ତଦନ୍ତ ନ କଲେ ,ଏହା ବାଟମାରଣା ର ଗନ୍ଧ ବାରିହେଉଛି। ରୋଡ଼ କୁ ଅନେକ ଦିନ ହେବ ମେସିନ ସାହାଯ୍ୟରେ କାଟି ପକେଇ ଦେଇଥିବାରୁ ବନ୍ୟଜୀବ ଜନ୍ତୁ ଓ ଗୃହପାଳିତ ପଶୁ ଗାତରେ ପଡି ମୃତ୍ୟୁ ବରଣ କରିବା ଅନେକ ଆଶଙ୍ଖା ରହିଛି, ଜରୁରୀ କାଳୀନ ଯାନ ବାହାନ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧା ଭୋଗିବା ସୁନିଶ୍ଚିତ ତେବେ ଜିଲ୍ଲା ପ୍ରଶାସନ,ଉଚ୍ଚପଦସ୍ଥ ଅଧିକାରୀ, ଜନପ୍ରତିନିଧି ଓ ଗଣପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟ କୁ ଧ୍ୟାନ ଦେଲେ ହୁଏତ ଭଲ କାର୍ଯ୍ୟ ହେଇ ପାରିବ ବୋଲି ଅଞ୍ଚଳ ର ଜନସାଧାରଣ ଆଶା କରିଛନ୍ତି ।

ଖଜୁରୀପଡ଼ା ବ୍ଲକ୍ ରେ ୮୪ଜଣ ପ୍ରବାସୀ ଓଡ଼ିଆ।

!!! କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ରୁ ବିକାଶ କୁମାର ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଜୁରୀପଡ଼ା) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ରେ ଆଜି ପର୍ଯ୍ୟନ୍ତ ୮୪ଜଣ ପ୍ରବାସୀ ଓଡ଼ିଆ ପହଂଚିଛନ୍ତି ।ସେମାନଙ୍କୁ ଖଜୁରୀପଡ଼ା ବ୍ଲକ୍ ଦ୍ଵାରା ଖୋଲାଯାଇଥିବା ବିଭିନ୍ନ ସ୍ଥାନରେ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ସୁରକ୍ଷା ଓ ସୁବ୍ୟବସ୍ଥା କରାଯାଇ ରଖାଯାଇଛି।ଆଜି ୨୧ ଜଣ ପ୍ରବାସୀ ଓଡ଼ିଆ ଖଜୁରୀପଡ଼ା ବ୍ଲକ୍ ରେ ପହଂଚିଛନ୍ତି ।ଖଜୁରୀପଡ଼ା ବିଡ଼ିଓ ଙ୍କ ନିର୍ଦେଶ କ୍ରମେ ଏହି ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ଏକ ସ୍ବତନ୍ତ୍ର ମେଡିକାଲ୍ ଟିମ୍ ଦ୍ଵାରା ତାଙ୍କର ନାମ ପଞ୍ଜିକରଣ କରି ଗଡ଼ିୟା ପଡା ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ୫ ଜଣ ,ଆଦର୍ଶ ବିଦ୍ୟାଳୟ ମେଡ଼ିକାଲ କ୍ୟାମ୍ପ ରେ ୪ ଜଣ ,କଳିଙ୍ଗ ଆଦର୍ଶ ବିଦ୍ୟାଳୟ ନୂଆ ଗାଁରେ ୯ ଜଣ ଏବଂ ବରିକୁମ୍ପା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ୩ ଜଣ ପ୍ରବାସୀ ଓଡ଼ିଆ ଙ୍କୁ ରଖାଯାଇଥିବା ଏ ବିଡ଼ିଓ ଖଜୁରୀପଡ଼ା ଦିବ୍ୟ ସିଂହ କହଁର ସୂଚନା ଦେଇଛନ୍ତି।ଏହି ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ସୁବ୍ୟବସ୍ଥା ଓ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥିବା ସୂଚନା ମିଳିଛି।ଏମାନେ ସମସ୍ତେ ପଶ୍ଚିମ ବଙ୍ଗ କୋଲକାତା ସହରର କଲ୍ ସେଣ୍ଟର ରେ କାମକରୁଥିବା ଜଣାପଡିଛି ।ଏମାନେ ସମସ୍ତେ ଏକ ବସ୍ ରେ ଖଜୁରୀପଡ଼ା ବ୍ଲକ୍ ରେ ଆଜି ପହଞ୍ଚି ଥିବା ଜଣାପଡିଛି ।ଏହି ସମସ୍ତଙ୍କୁ ଖଜୁରୀପଡ଼ା ପୋଲିସ ବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାରେ ବ୍ଲକରେ ଥିବା ସମସ୍ତ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ପହଞ୍ଚାଇ ଦିଆଯାଇଛି ।ଏହି ପ୍ରବାସୀ ଓଡ଼ିଆ ପହଞ୍ଚାଇବା ଦାୟିତ୍ୱ w.e.o ପ୍ରୀୟପଦ ନାୟକ,p.e.o ଚକ୍ରଧର ମହାରଣା,ସୁନିଲ କୁମାର ବେହେରା, ଓ O.l.m.sଅଧକାରୀ ଭଗ୍ୟରଥି ପୃଷ୍ଟି, ଏବିଡିଓ ଦିବ୍ୟସିଂହ କହଁର ଏବଂ ଖଜୁରୀପଡ଼ା ପୋଲିସ S .I ଉଦ୍ଧବ କୁମାର ଜନୀ ଦାୟିତ୍ୱ ଗ୍ରହଣ କରିଥିଲେ।

ଦୁର୍ଦ୍ଦିନରେ ଉଠା ଦୋକାନୀ।

!!! କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ରୁ ବିକାଶ କୁମାର ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଜରୀପଡ଼ା) କନ୍ଧମାଳ ଜିଲ୍ଲା ଖଜରୀପଡ଼ା ବ୍ଲକ୍ ର ସ୍ଥାନୀୟ ବଜାର ରେ ପରିବା, ଶୁଖୁଆ, ମାଛ ଏବଂ ମାଂସ ବ୍ୟବସାୟ କରି ପରିବାର ପୋଷଣ କରୁଥିବା ଉଠା ଦୋକାନୀ ତଥା ଛୋଟ ବ୍ୟବସାୟୀଙ୍କର ଏବେ ଦୁର୍ଦ୍ଦିନ ଚାଲିଥିବା ଦେଖିବାକୁ ମିଳିଛି। ଖଜରୀପଡ଼ା ରେ ରବିବାର ଦିନ ସାପ୍ତାହିକ ହାଟ ଅନୁଷ୍ଠିତ ହୁଏ। ଏଠାରେ ବ୍ୟବସାୟ କରିବା ସହିତ ପ୍ରତି ଦିନ ବଜାରରେ ଅତି ଆବଶ୍ୟକ ସାମଗ୍ରୀ ବିକ୍ରୀ କରି ଚଳନ୍ତି। କିନ୍ତୁ ବର୍ତ୍ତମାନ ଭଳି ପରିସ୍ଥିତିରେ ଅଳ୍ପ ସମୟରେ ଯେତିକି ବ୍ୟବସାୟ ହେଉଛି ସେତିକିରେ ସନ୍ତୁଷ୍ଟ ହେବାକୁ ପଡୁଛି। ଏଭଳି ପରିସ୍ଥିତିରେ ସରକାରଙ୍କ ତରଫରୁ ନା କୌଣସି ସହାୟତା ମିଳୁଛି ନା କିଛି ସରକାରଙ୍କ ତରଫରୁ କିଛି ପ୍ରତିଶ୍ରୁତି ମିଳୁଛି। ଏଭଳି ସ୍ଥିତିରେ ସରକାରଙ୍କ ତରଫରୁ ବଜାରରେ ମାଂସ ବିକ୍ରିକରୁଥିବା ଉଠା ଦୋକାନ ଗୁଡ଼ିକ ଉଠାଇ ଦିଆଯାଇଥିଲେ ମଧ୍ୟ କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ। କୋରାନା ମହାମାରୀ ସମୟରେ ଅତି ଅବ୍ୟସାୟକ ସାମଗ୍ରୀ ବିକ୍ରୀ କରି ପେଟ ପୋଷୁଥିବା ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଜୟଦେବ ସାହୁ, ବିଜୟ ନାୟକ, ଉଖିଆ ଗଣ୍ଡା, ମଦନ୍ ସାହୁ, ମାଟିଆ ସାହୁ, ଗଙ୍ଗାଧର ମଲିକ, ପଦ୍ମନାଭ ପ୍ରଧାନ, ଚନ୍ଦନ ମୁଖି, ଜଳେଶ୍ଵର ବେହେରା,ସାବିତ୍ରୀ ମାଝୀ, ଅଭିମନ୍ୟୁ ଗଣ୍ଡା।

କାଳ ବୈଶାଖୀ ର ତାଣ୍ଡବ ।

!!! କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ରୁ ବିକାଶ କୁମାର ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଜୁରୀପଡ଼ା) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ର ବିଭିନ୍ନ ଅଞ୍ଚଳ ରେ ଆଜି ଅପରାହ୍ନ ସମୟ ୩ ଟା ବେଳେ କାଳବୈଶାଖୀ ର ମହା ଘୂର୍ଣି ବଳୟ ଓ ଝଡତଫାନ ଦେଖିବାକୁ ମିଳିଥିଲା ।ଯାହା ଫଳରେ କେତେକ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ବେଳେ ଆଉ କେତେକ ସ୍ଥାନରେ ବଡ଼ ବଡ଼ ଗଛ ମୂଳରୁ ଉପଡି ରାସ୍ତା ଉପରେ ପଡ଼ିରହିଛି ।ସେହିପରି କେତେକ ଗରିବ ଲୋକଙ୍କ ଝାଟି ମାଟି କୁଡିଆ ଘରର ଛପର ଉଡ଼ାଇ ନେଇଥିବା ବେଳେ ଆଉ କେତେକ ଲୋକଙ୍କ ଘରର ଆଜବେଷ୍ଟ ଏବଂ ଟିଣ ଛପର ଉଡ଼ାଇ ନେଇଛି ।ଅନ୍ୟ ପକ୍ଷରେ ବିଶାଳ କାୟ ଗଛ ବିଦ୍ୟୁତ୍ ତାର ଉପର ପଡି ଖୁଣ୍ଟ ଉପୁଡ଼ି ପଡ଼ିଥିବା ଜଗୁଁ ବିଦ୍ୟୁତ୍ ସରବରାହ ବନ୍ଦ୍ ରହିଛି ।ଭୀଷଣ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ଚାଷୀଙ୍କର ଫସଲ ନଷ୍ଟ ହୋଇଯାଇଛି ।ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦୂତିପଡା ଓ ବଲସକୁମ୍ପା ପଞ୍ଚାୟତରେ ।ବାର ପୁଲିୟା ଠାରୁ ପାକନା ଗାଁ କୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ରାସ୍ତା ର ବିଭିନ୍ନ ସ୍ଥାନରେ ଡାଳ ପତ୍ର ଭାଙ୍ଗି ପଡିରହିଥିବା ବେଳେ ଡଲାବାଲି ଠାରେ ବିରାଟ କାୟ ଗଛ ରାସ୍ତା ଉପରେ ପଡ଼ି ରାସ୍ତା ଅବରୋଧ ହଇଛି।ଯାହା ଫଳରେ ଯାତାୟତ ବାଧା ପ୍ରାପ୍ତ ହୋଇଛି। ଏବଂ ଅଭିମନ୍ୟୁ ପ୍ରଧାନ ,ଜଗଦୀଶ ଦେହୁରୀ,ରାମଚନ୍ଦ୍ର କହଁର ଏବଂ ସୁରେନ୍ଦ୍ର ଦିଗାଲ,ଙ୍କ ଘର ଛପର ଉଡ଼ାଇ ନେଇଛି । ଏବଂ ଜହ୍ନି,ଲାଉ,କଲରା ଓ ଆମ୍ବୃତ ଭଣ୍ଡା ଗଛ ଭାଙ୍ଗି ଫଳ ପନିପରିବା ଆଦି ନଷ୍ଟ ହୋଇଯାଇଛି। କାଳବୈଶଖୀ ର କ୍ଷୟ କ୍ଷତି ଆକଳନକରି ସାହାଯ୍ୟ ସାମର୍ଥ୍ୟ ଯୋଗାଇଦେବା ପାଇଁ ଜନସାଧାରଣ ସରକାରଙ୍କୁ ଅନୁରୋଧ କରିଛନ୍ତି।

କରୋନା ମୁକାବିଲା ପାଇଁ କୋଦଳା ଓ ବେଗୁନିଆପଡା ପୁଲିସର ତପ୍ତରତା।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – କରୋନା ଭାଇରସର ଭୟାଭୟତା ଯୋଗୁଁ ସାରାବିଶ୍ୱ ଏବେ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି। ଏହାର ମୁକାବିଲା ପାଇଁ ସରକାରଙ୍କଠୁ ଆରମ୍ଭ କରି ପ୍ରଶାସନ, ସୁରକ୍ଷା କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷା କର୍ମୀ , ସ୍ବେଛାସେବୀ ଓ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ନିଜନିଜର ଭୂମିକା ଗୁରୁତ୍ୱପୂର୍ଣ ମନେକରି କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି। ଆଜିଯାଏଁ ଏହାର କୌଣସି ପ୍ରତିଷେଧକ ଟୀକା ବାହାରି ନଥିବାରୁ ସବୁଠାରୁ ଗୁରୁତ୍ୱପୂର୍ଣ ଦିଗ ହେଉଛି ସମସ୍ତେ ସାମାଜିକ ଦୂରତ୍ୱ ବଜାୟ ରଖିବା। ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ସଙ୍ଗରୋଧ ଗୃହ ପ୍ରସ୍ତୁତ କରାଯାଇଛି। କିନ୍ତୁ ସାମ୍ପ୍ରତିକ ପରିବେଶ ଓ ପରିସ୍ଥିତି ଭିନ୍ନ ରୂପ ନେଇଛି। ଅତିମାତ୍ରାରେ ପ୍ରବାସୀ ଶ୍ରମିକଙ୍କ ଆଗମନ ଏବଂ କିଏ କେତେବେଳେ ଓ କେଉଁଥିରେ ଆସୁଛନ୍ତି ଏହାର କୌଣସି ସଠିକ ତଥ୍ୟ ରହୁନି। କିଛିକିଛି ପ୍ରବାସୀ ବାଇକ ଓ ସାଇକେଲରେ ଆସୁଥିବା ବେଳେ କିଛି ପ୍ରବାସୀ ଦୂରଦୁରାନ୍ତରରୁ ଚାଲିଚାଲି ବି ଆସୁଛନ୍ତି। କିଏ କେଉଁଆଡେ ଯାଉଛନ୍ତି ଏହାର କିଛି ଠିକ ଠିକଣା ରହୁନି। ତେଣୁ ଏମାନଙ୍କୁ ସଙ୍ଗରୋଧ ଗୃହକୁ ଟାଣି ଆଣିବାକୁ ପ୍ରଶାସନ ନାକେଦମ ହେଉଥିଲା ବେଳେ ପୁଲିସ ବାହିନୀକୁ ନୟାନ୍ତ ହେବାକୁ ପଡୁଛି। ଏହାସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବାସୀଙ୍କ ରହିବା, ଖାଇବା ନେଇ ପ୍ରବାସୀ ଓ ପ୍ରଶାସନ ମଧ୍ୟରେ ମତାନ୍ତର ଉପୁଜୁଥିବା ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଏସବୁ ମଧ୍ୟରେ ପୁଲିସର ଦାଇତ୍ୱ କିନ୍ତୁ ବହୁପରିମାଣରେ ବଢିଯାଉଛି। ଯାହାକୁ ସ୍ୱାଗତ କରିଛନ୍ତି ଗଞ୍ଜାମ ଜିଲ୍ଲା କୋଦଳା ଓ ବେଗୁନିଆପଡା ପୁଲିସ। ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିର ଉଚିତ ମୁକାବିଲା କରିବାକୁ କୋଦଳା ଆଇଆଇସି ଦେବାଶିଷ ମହାନ୍ତି ଓ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ତତ୍ପରତା ପ୍ରକାଶ କରିଛନ୍ତି। ବିଶୃଙ୍ଖଳିତ ପ୍ରବାସୀଙ୍କୁ ଖୋଜି ଖୋଜି ସଙ୍ଗରୋଧକୁ ଆଣିବା, ଚାଲିଚାଲି ଆସୁଥିବା ପ୍ରବାସୀଙ୍କୁ ଥଇଥାନ କରିବା, ରେଳ ଷ୍ଟେସନରୁ ପ୍ରବାସୀଙ୍କୁ ସୁରକ୍ଷିତ ଆଣିବା, ବିଭିନ୍ନ କ୍ୱାରେଣ୍ଟିନ ସେଣ୍ଟର ଏବଂ ଅସ୍ଥାୟୀ ଚିକିତ୍ସା ସେଣ୍ଟର ଆଦି ଭ୍ରମଣ କରିବା ସହ ସାଧାରଣରେ ନିୟମ ଭଙ୍ଗ କରୁଥିବା ଅମାନିଆଙ୍କୁ ସାବାଡ଼ କରିବା ସହ ଆଇନ ଶୃଙ୍ଖଳା ବଜାୟ ରଖିବା ଭଳି ବଡ ଦାଇତ୍ୱ ନିର୍ବାହ କରୁଛନ୍ତି କୋଦଳା ଓ ବେଗୁନିଆପଡା ପୁଲିସ। ନିକଟରେ ଗଞ୍ଜାମ ଏସପି ଉକ୍ତ ଦୁଇ ଥାନାକୁ ଚାରିଗୋଟି ଗାଡି ପ୍ରଦାନ କରିଥିବା ଜଣାପଡିଛି। ଏହି ଦୁଇ ଥାନା ଲିମିଟସ ରେ 60 ଗୋଟି ସଙ୍ଗରୋଧ ଗୃହରେ ଚାରି ହଜାରରୁ ଅଧିକ ପ୍ରବାସୀ ଅଛନ୍ତି। ଏହାସହ ପ୍ରତିଦିନ ଏମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ କୋଦଳା ଓ ବେଗୁନିଆପଡା ପୁଲିସ ସକାଳ 7 ଘଣ୍ଟରୁ ଅପରାହ୍ନ 2 ଘଣ୍ଟ ଏବଂ ଅପରାହ୍ନ 3 ଘଣ୍ଟରୁ ରାତ୍ର 12 ଘଣ୍ଟ ଯାଏଁ ପେଟ୍ରୋଲିଙ୍ଗ କରିବା ଦେଖାଯାଉଛି। ଯାହାକି ଜନସାଧାରଣଙ୍କୁ ଆଶ୍ୱସ୍ତ କରିଛି।

ବେହେରା ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋକସରା) – କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି କୋକସରା ଥାନା ଅନ୍ତର୍ଗତ ବେହେରା ସ୍ଥିତ ଦନ୍ତେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ବରେ କୋରନା ଭୁତାଣୁ ସଂକ୍ରମଣ ଜନିତ ଆତଙ୍କ ଯୋଗୁଁ Lock down ଜନିତ ସଙ୍କଟ ସମୟରେ ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ, ଏଏସଆଇ ଜନ୍ମେଜୟ ବାଗ ସମେତ ୟୁଥ୍ ରେଡ୍ କ୍ରସ, ନେହେରୁ ଯୁବ କେନ୍ଦ୍ର, ରାମକୃଷ୍ଣ ଯୁବକସଂଘ, ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ କମିଟିର ସଦସ୍ୟ, ସ୍ଥାନୀୟ ସାମାଜିକ କର୍ମୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଚାରି ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ COVID-19 କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।
ଏହି ରକ୍ତଦାନ ଶିବିରରେ ୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ୟୁଥ୍ ରେଡକ୍ରସ୍ ଆବାହକ ମୋହନ ଚରଣ ବିଶି, ବେହେରା କଲେଜ ୟୁଥ୍ ରେଡକ୍ରସ୍ ର ଲକିରାମ ଅଗ୍ରୱାଲ, ନେହେରୁ ଯୁବ କେନ୍ଦ୍ର ସ୍ଵେଚ୍ଛାସେବୀ ଅକ୍ଷୟ କୁମାର ମେହେର, ରାମକୃଷ୍ଣ ଯୁବକ ସଂଘ ର ସୁଧୀର କୁମାର ଗୋପାଳ, ବେହେରା ଅଗ୍ରୱାଲ ସମାଜର ବିକାଶ ଚନ୍ଦ୍ର ଅଗ୍ରୱାଲ, ବେହେରା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ କମିଟିର ସଦସ୍ୟଗଣ, ମୂଷାପାଲି ପଞ୍ଚାୟତର ସରପଞ୍ଚ ରଶ୍ମୀରେଖା ରାଉତ, ବେହେରା ପଞ୍ଚାୟତର ସରପଞ୍ଚ ସୁଚିତ୍ରା ଗୋପାଳ, ଖୁଣ୍ଟିଆ ପଞ୍ଚାୟତର ସରପଞ୍ଚ ଧର୍ମବ୍ରତ ପଣ୍ଡା, ତେଣ୍ଡାପାଲି ପଞ୍ଚାୟତର ସରପଞ୍ଚ ସୁଶାନ୍ତ ପଟ୍ଟନାୟକ, ଧର୍ମଗଡ଼ ପଞ୍ଚାୟତ ସମିତିର ଅଧ୍ୟକ୍ଷ ବଳରାମ ପୂଜାରୀ ସମେତ ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଶିବିରରେ ଉପରୋକ୍ତ ସଂଗଠନର ସ୍ଵେଚ୍ଛାସେବୀ ତଥା କୋକସରା ଥାନା ଅଞ୍ଚଳର ପାଞ୍ଚ ଗୋଟି ପଞ୍ଚାୟତର ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ।

ପଦଯାତ୍ରାରେ ଚେନ୍ନାଇରୁ କୋଦଳା ; ପ୍ରବାସୀଙ୍କୁ କୋଦଳା ଆଇଆଇସିଙ୍କ ସହଯୋଗ। 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ସମ୍ପ୍ରତି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ଧରୁନଥିବା ବେଳେ ଲକ ଡାଉନ ଅବଧି ସେହି ତୁଳନାରେ ବଢିବାରେ ଲାଗିଛି l ଏହାଦ୍ୱାରା ପ୍ରବାସୀ ମାନଙ୍କ ଦୁର୍ଦଶା ବହୁ ଗୁଣରେ ବଢିଯାଇଛି l ଭୋକ ଉପାସରେ ଛଟପଟ ହୋଇ କୌଣସି ମତେ ଗାଁକୁ ଫେରିବାକୁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି l ଏମାନଙ୍କୁ ଫେରେଇ ଆଣିବା ପାଇଁ ସରକାର ରେଳସେବା ଚାଲୁ କରିଥିଲେ ବି ଟିକଟ ନପାଇ ବହୁ ପ୍ରବାସୀ ପାଦଚଲା ରାସ୍ତା ବାଛିବାକୁ ବାଧ୍ୟ ହୋଇ କଷ୍ଟେମଷ୍ଟେ ଗାଁ ଅଭିମୁଖେ ଫେରିବା ଦେଖାଦେଉଛି l ପ୍ରତିଦିନ କେଉଁଠି ନା କେଉଁଠି ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ପ୍ରବାସୀମାନେ ଚାଲିଚାଲି ଫେରୁଥିବା ନଜର ଆସୁଥିବା ବେଳେ ଆଜି ଚେନ୍ନାଇରୁ ଏଗାର ଜଣ ପ୍ରବାସୀ ଶ୍ରମିକ ଗତ 13ତାରିଖ ଠାରୁ ଚାଲିଚାଲି ଏବଂ ବିଭିନ୍ନ ସ୍ଥାନରେ ଲିଫ୍ଟ ମାଗି ରବିବାର ଦିନ ଗଞ୍ଜାମ ଜିଲ୍ଲା ଚିଙ୍ଗୁଡିଘାଇ ଠାରେ ପହଞ୍ଚିଥିବା ଖବରପାଇ କୋଦଳା ଥାନା ଆଇଆଇସି ଦେବାଶିଷ ମହାନ୍ତି ସେମାନଙ୍କୁ ଗାଡିଯୋଗେ କୋଦଳା ଆଣି ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରି ବ୍ଲକ କାର୍ଯ୍ୟାଳୟକୁ ପଠାଇଥଲେ l  ପ୍ରବାସୀଙ୍କ ମଧ୍ୟରୁ ମର୍ଦ୍ଦକୋଟ ଗ୍ରାମର 2ଜଣ, ମଠବ୍ରହ୍ମପୁରର 4ଜଣ, ଭୋଦୁଆର 3ଜଣ, ଅଙ୍ଗାରଗାଁର ଜଣେ ଏବଂ ଶଙ୍ଖଭୂମିର ଜଣେ ଥିବା ପ୍ରବାସୀମାନେ ପ୍ରକାଶ କରିଛନ୍ତି l  l ସମସ୍ତ ପ୍ରବାସୀଙ୍କୁ ମର୍ଦ୍ଦକୋଟ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ କ୍ଵାରେଣ୍ଟିନ ସେଣ୍ଟରକୁ ପଠାଯାଇଥିବା ବିଡ଼ିଓ ଦେବବର ପ୍ରଧାନ ପ୍ରକାଶ କରିଛନ୍ତି l

ରାଇକିଆ ( I I C ) ଅଲେଖ ଗରଡ଼ିଆ ଙ୍କ ଦବଙ୍ଗିରି , ତାଙ୍କର କଳା କାର୍ଣ୍ଣମା କୁ ପର୍ଦାଫାସ କରୁଥିବା ସାମ୍ବାଦିକ କୁନା ଦିଗାଲ ଙ୍କୁ ମିଛ କେସରେ ଫସେଇବା ପାଇଁ ଅନ୍ୟମାଧ୍ୟମରେ ଦେଉଛନ୍ତି ଦମକ୍, ଯାହା ଭିଡ଼ିଓ ରେକର୍ଡ ପ୍ରମାଣ କହୁଛି..!

!!! କନ୍ଧମାଳ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – କନ୍ଧମାଳ ଜିଲ୍ଲା ରାଇକିଆ ଥାନା ( I I C ) ଅଲେଖ ଗରଡ଼ିଆ ଙ୍କ ଦବଙ୍ଗିରି ଏବେ ପର୍ଦାଫାସ ହେବାକୁ ଯାଉଛି । ଏହା ଆମେ କହୁନୁ, କହୁଚି ତାଙ୍କର ଭିଯୁଆଲ ଭଏସ ରେକର୍ଡ଼ , ଗତ ତା, ୦୯. ୦୯. ୨୦୧୯ ରିଖରେ ଏହି ଥାନା ରେ ନାବାଳିକା ଦୁଷ୍ମର୍ମ ଅଭିଯୋଗରେ ବାଞ୍ଛାନିଧି ପ୍ରଧାନ ନାମକ ଜଣେ ଯୁବକ ନାମରେ ଏକ ମାମଲା ରୁଜୁ ହେଇଛି । କିନ୍ତୁ ସାତମାସ ପୁରିଲାଣି ସେଇ ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୁକ୍ତ ବାଞ୍ଛାନିଧି ପ୍ରଧାନ ଙ୍କୁ ରାଇକିଆ ଥାନା ( I I C ) ଅଲେଖ ଗରଡ଼ିଆ ଆଜିପର୍ଯ୍ୟନ୍ତ ଗିରଫ ନ କରିଥିବାରୁ ନାବାଳିକା ସତ୍ୟକୁ ସାମ୍ନା କରୁଥିବା ସାମ୍ବାଦିକ କୁନା ଦିଗାଲ ଙ୍କ ନିକଟରେ ଅଭିଯୋଗ କରିଥିଲେ । ସେଇ ଅଭିଯୋଗ କୁ ଅନୁସାରେ ସାମ୍ବାଦିକ ରାଇକିଆ ଥାନା ଅଧିକାରୀ ଙ୍କୁ ପଚାରି ବାରୁ ସେ କୌଣସି ଉତ୍ତର ଦେଇନ ଥିଲେ । ତେଣୁ ତାଙ୍କ ନାମରେ ନିଉଜ୍ ପ୍ରସାରଣ କରାଯିବାରୁ ଅଧିକାରୀ ଜଣଙ୍କ ନିଜ ଦୋଷ କୁ ଲୁଚେଇବା ପାଇଁ ସତ୍ୟା ସତ୍ୟ ଘଟଣା କୁ ପର୍ଦାଫାସ କରୁଥିବା ସାମ୍ବାଦିକ କୁନା ଦିଗାଲ ଙ୍କୁ ମିଛ କେସ ରେ ଫସେଇ ବା ପାଇଁ ନାବାଳିକା ଙ୍କ ବାପା ଙ୍କୁ ଥାନା ରେ ଦେଇଛନ୍ତି ଧମକ୍ । ତା ପୂର୍ବରୁ ରାଇକିଆ ର କିଛି ସାମ୍ବାଦିକ ମାନଙ୍କୁ ଏଭଳି କହିଥିବା ପ୍ରମାଣ ମଧ୍ୟ ଅଛି । ରାଇକିଆ ରେ କିଛି ମୁଷ୍ଟିମେୟ ଲୋକଙ୍କୁ ଧରି ଅଧିକାରୀ ଜଣକ ଦେଖାଉଛନ୍ତି ଏଭଳି ଦବଙ୍ଗୀରି । ଫୁଲବାଣୀ ମହିଳା ସହଯୋଗ କେନ୍ଦ୍ର ଅଧିକାରିଣୀ ଏବଂ ସାମ୍ବାଦିକ କୁନା ଦିଗାଲ ଙ୍କୁ ଜଣେଇବା ପରେ ନାବାଳିକା ଙ୍କ ବାପା ରାଇକିଆ ଥାନା ଅଧିକାରୀ ଙ୍କ ନିକଟ କୁ ଅଭିଯୁକ୍ତ ବାଞ୍ଛାନିଧି ପ୍ରଧାନ ଙ୍କୁ ଗିରଫ କରାଯାଇନ ଥିବା ବିଷୟରେ କହିବାକୁ ଯାଇଥିଲେ । କିନ୍ତୁ ସେଠାରେ ଥାନା ଅଧିକାରୀ ଅଲେଖ ଗରଡ଼ିଆ ସେଇ ନାବାଳିକା ଙ୍କ ବାପା ଙ୍କୁ ସମ୍ମୁଖରେ ଦେଇଥିଲେ ଏଭଳି ଧମକ୍ । ଏହା ଆମେ କହୁନୁ କହୁଚି ଭିଡ଼ିଓ ଏବଂ ବିବେସ ରେକର୍ଡ଼ । ତାହା ଶୁଣି ପିଡ଼ିତାଙ୍କ ବାପା ସେଠାରୁ ବିରକ୍ତ ହେଇ ଆସି ସିଧା ସଳଖ ଫୁଲବାଣୀ ମହିଳା ସହଯୋଗ କେନ୍ଦ୍ର ଅଧିକାରିଣୀ ଏବଂ ସାମ୍ବାଦିକ ଶ୍ରୀ ଦିଗାଲ ଙ୍କୁ ଜଣେଇ ଛନ୍ତି । ଦାଇତ୍ୱ ରେ ଥିବା ଅଧିକାରୀ ଜଣକ ମଧ୍ୟ ନାବାଳିକା ଙ୍କ ବାପା ଙ୍କୁ କହିଛନ୍ତି କି ବାଞ୍ଛାନିଧି ପ୍ରଧାନ କୁଠେ ରହୁଛି ତାର ଠିକଣା ଆମକୁ ଦିଅ ଆମେ ତାଙ୍କୁ ଗିରଫ କରିବୁ । ଯଦି ପିଡ଼ୀତାଙ୍କ ପରିବାର ଲୋକେ ସେଇ ଦୁଷ୍କର୍ମ କାରୀ ଯୁବକ ଙ୍କୁ ଧରିପାରି ଥାନ୍ତେ ତାହେଲେ ଥାନାର ଆଶ୍ରହେ ନେଇଁ ଥାନ୍ତେ କାହିଁକି ?। ତେଣୁ ଏଭଳି ଦୁଷ୍କର୍ମ କାରୀ ଅଭିଯୁକ୍ତ ଙ୍କୁ ସାହାଯ୍ୟ କରୁଥିବା ରାଇକିଆ ଥାନା
(I I C ) ଅଲେଖ ଗରଡ଼ିଆ ଙ୍କ ପ୍ରତି ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେବେ ତାହା ଦେଖିବା ଅପେକ୍ଷାରେ ପିଡ଼ୀତାଙ୍କ ପରିବାର ଙ୍କ ସହ କନ୍ଧମାଳ ଜିଲ୍ଲାର ମୂଳନିବାସି । କନ୍ଧମାଳ ଜିଲ୍ଲା ରୁ ମିଲନ କଂହର ଙ୍କ ରିପୋର୍ଟ ….