ଆଇ.ଟି.ଡି.ଏ କର୍ମଚାରୀ କହି କୋଟଗଡ଼ ଅଞ୍ଚଳ ବାସୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ଜଣେ ଗିରଫ୍।

!!! କନ୍ଧମାଳ ଜିଲ୍ଲା କୋଟଗଡ଼ ରୁ କିରଣ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଟଗଡ଼) – କନ୍ଧମାଳ ଜିଲ୍ଲା କୋଟଗଡ଼ ପୋଲିସ୍ ଜଣେ ଠକକୁ ଗିରଫ କରିଛି । ଠିକ୍ ଜଣକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ଗ୍ରାମର ଭିମରାଜ ନାୟକ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି । ଘଟଣା ପ୍ରକାରେ ଠକ ଭିମରାଜ ନିଜକୁ ITDA(ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା)ର କର୍ମଚାରୀ କହି ଦୀର୍ଘଦିନ ହେଲା କୋଟଗଡ଼ ଅଞ୍ଚଳବାସୀଙ୍କୁ ଠକୁଥିଲା । ଲୋକଙ୍କୁ କାଜୁ ଚାରା ଓ ଛେଳି ଋଣ ଦେବା ନା ରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । କିଛିଦିନ ପରେ ଲୋକେ ଚାରା କିମ୍ବା କୌଣସି ଋଣ ନପାଇ ବାଲିଗୁଡ଼ା ଆଇଟିଡିଏ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରୁ ଜାଣିବାକୁ ପାଇଥିଲେ ଯେ ଭିମରାଜ ନାୟକ ନାମରେ କୌଣଶି କର୍ମଚାରୀ ସେଠାରେ କାମ କରୁନାହାନ୍ତି ।ଠକ ଭିମରାଜ ପାରିଗଡ଼ ଗ୍ରାମକୁ ଯାଇଥିବା ବେଳେ ଭିମରାଜକୁ ଗ୍ରାମବାସୀ ଧରି ପୋଲିସ୍ ର ଜିମା ଦେଇଛନ୍ତି । ଏନେଇ କୋଟଗଡ ପୋଲିସ୍ ଅଭିଯୁକ୍ତ ବିରୋଧରେ ଦଫା 420, 419, 294 ଏବଂ 506ରେ ଏକ ମାମଲା ରୁଜୁ କରି ଠକ ଭିମରାଜ କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି କୋଟଗଡ଼ ଆଇଆଇସି ହରମୋହନ ନାୟକ । ଏଥିସହିତ ଏମିତି ଠକ ଲୋକଙ୍କଠାରୁ ଦୁରେଇ ରହିବା ସହ ଅଜଣା ଅଚିହ୍ନା ବ୍ୟକ୍ତି ଙ୍କୁ ନିଜ ଅଞ୍ଚଳରେ ଦେଖିଲା ମାତ୍ରେ ତୁରନ୍ତ ପୋଲିସ କୁ ଜଣାନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଆଇଆଇସି l

ବେଆଇନ ଚୋରା ଦେଶୀ ମଦ ସହ ବାଇକ ଜବତ, ୩ ଗିରଫ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ଠାରେ ବେଆଇନ ଦେଶୀ ମଦ କାରବାର ଅଭିଯୋଗରେ ବେଗୁନିଆପଡା ପୁଲିସ ୩ ଜଣକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬୦୦ ଲିଟର ଦେଶୀ ମଦ ଏବଂ ୩ ଗୋଟି ବାଇକ ଜବତ କରାଯାଇଛି । ଗିରଫ ତିନିଜଣ ହେଲେ ଖଲିକୋଟ ଥାନା ଅନ୍ତର୍ଗତ ଗୁଣ୍ଡୁରୀପଲ୍ଲୀ ଗ୍ରାମର ଦିବାକର ଶବର, ଲାକ୍ଷା ଶବର ଏବଂ ଖଣ୍ଡିଆ ନାଳ ଗ୍ରାମର ରମେଶ ଶବର। ସେମାନଙ୍କ ଠାରୁ ଗୋଟିଏ ଲେଖାଏଁ ପେସନ ପ୍ରୋ, ହୁଣ୍ଡା, ଏବଂ ଡ଼ିସକଭରୀ ବାଇକ ଜବତ କରାଯାଇଥିବା ବେଳେ ସେମାନଙ୍କୁ କେସ ନଂ ୧୫୩,୧୫୪, ଏବଂ ୧୫୫/୨୦ ରେ ମାମଲା ରୁଜୁ କରାଯାଇଥିବା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

ଖଣ୍ଡିଆନଈ ଠାରେ ଅଗ୍ନିଶମ ବାହିନୀ ପକ୍ଷରୁ ବିଶୋଧକ ସିଞ୍ଚନ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶୋଧନ ପ୍ରକ୍ରିୟା ଜାରିରହିଥିଲା ବେଳେ ଆଜି ବେଗୁନିଆପଡା ବ୍ଲକର ଖଣ୍ଡିଆନଈ ପଞ୍ଚାୟତର ବିଭିନ୍ନ ସ୍ଥାନରେ ସାନିଟାଇଜର ସିଞ୍ଚନ କରାଯାଇଛି। ପଞ୍ଚାୟତ ଅଫିସ, ଜନତା ହାଇସ୍କୁଲ, ଜନତା ବିଜ୍ଞାନ କଲେଜ, ହଷ୍ଟେଲ ସମେତ ପାଖାପାଖି ଅଞ୍ଚଳକୁ କୋଦଳା ଅଗ୍ନିଶମ ବାହିନୀ ପକ୍ଷରୁ ସାନିଟାଇଜେସନ କରାଯାଇଥିଲା। ଏଥିରେ ସରପଞ୍ଚ ପ୍ରତିନିଧି ଅକ୍ଷୟ ପ୍ରଧାନ, ମୁନା ପଣ୍ଡା, ମୁନା ପଟ୍ଟନାୟକ, ସୁଶାନ୍ତ ଡାକୁଆ ସମେତ ଅନ୍ୟମାନେ ସହଯୋଗ କରିଥିଲେ।

ବାଲିଗୁଡ଼ା ଓଜନ ମାପ କାର୍ଯ୍ୟାଳୟରେ ପଡ଼ିରହୁଛି ତାଲା, ରହୁନାହାନ୍ତି ଓଜନମାପ ବିଭାଗର ବରିଷ୍ଠ ନିରୀକ୍ଷକ ଅଧିକାରିଣୀ; ଉପଭକ୍ତା ମାନେ ମାପ ଓଜନ ରେ ହେଉଛନ୍ତି ଠକେଈ , ଜିଲ୍ଲା ପ୍ରଶାସନ ଙ୍କର ତାଗିତ ନାହିଁ…!

!!! କନ୍ଧମାଳ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ନିକଟ ରେ ଥିବା ଏହି ମାପ ଓଜନ ବରିଷ୍ଟ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ । ଆପଣ ମାନେ ଦେଖିପାରୁଥିବେ ଏହି କାର୍ଯ୍ୟାଳୟ ରେ ପଡ଼ି ରହିଛି ତାଲା । ଦେଶ ଓ ରାଜ୍ୟ ରେ ବର୍ତ୍ତମାନ ଚାଲିଛି କରୋନାର ଭୁତାଣୁ ର ମୁକାବିଲା । ସରକାର ଏହି କରୋନା ରୁ କିପରି ଜନ ସାଧାରଣ ଦୁରେଇ ରହିବେ ଏବଂ ଏହି ଭୁତାଣୁ ରୁ ଆମେ କିପରି ସୁରକ୍ଷା ପାଇବା ସେଥିନିମନ୍ତେ ୧୪୪ ଧାରା ମଧ୍ୟ ଲାଗୁ କରିଛନ୍ତି । ସରକାର ଙ୍କର ଏହି ନିୟମ ଅନୁସାରେ ସାଧାରଣ ଜନତା ମଧ୍ୟ ସରକାର ଙ୍କର ଏହି ନିୟମକୁ ସ୍ୱାଗତ କରି ସମସ୍ତେ ଘରେ ରହୁଛନ୍ତି । ଏହି ପରିପ୍ରେକ୍ଷୀରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ରାଜ୍ୟରେ ମାନ୍ୟବର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନତାଙ୍କ ସୁଖ ଦୁଃଖରେ ଭାଗୀ ରାଜ୍ୟର ସମସ୍ତ ଙ୍କ ଘରେ ଘରେ ଡିଲର ଙ୍କ ଜରିୟାରେ ପହଞ୍ଚାଉ ଛନ୍ତି ଜାଳେଣି ଗ୍ୟାସ । ଏହା ଦେଖି ଓଡ଼ିଶା ର ଆଦର୍ଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ କମ୍ ନୁହନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟର ସମସ୍ତ ପରିବାର ଙ୍କୁ ତିନି ମାସର ଆଗୁଆ ଚାଉଳ, ବୃଦ୍ଧ ବୃଦ୍ଧା ମାନଙ୍କୁ ଚାରିମାସର ଭତ୍ତା, ପ୍ରତେକ ପରିବାର ଙ୍କୁ ଏକ ହଜାର ଲେଖାଏଁ ଟଙ୍କା ଦେବାସହ ଅ ସହାୟ ଗରିବ ନିରୀହ ବାପା ମା ମାନଙ୍କୁ ରନ୍ଧା ଖାଦ୍ୟର ବ୍ୟବସ୍ତା କରିବା ସହିତ ରାଜ୍ୟରେ କୌଣସି ହିତାଧିକାରୀ ଯେପରି ଯାହାର କି ଭୁଲ ବଶତଃ ରାସନ କାର୍ଡ଼ ନ ଥାଏ ସେଇ ପରିବାର ମଧ୍ୟ ଏହି ସୁବିଧାରୁ ଯେପରି ବଞ୍ଚିତ ନ ରୁହନ୍ତି ସେଥିପ୍ରତି ରାଜ୍ୟର ସମସ୍ତ ଜିଲ୍ଲାପାଳ ଙ୍କୁ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛନ୍ତି । ମନ୍ତ୍ରୀ ଙ୍କ ସେଇ ନିର୍ଦେଶ ଅନୁସାରେ ଜିଲ୍ଲାପାଳ ମାନେ ମଧ୍ୟ ନିଜ ନିଜର ଦାୟିତ୍ୱ ତୁଲାଇ ବ୍ଲକ୍ ଉନୟନ ଅଧିକାରୀ ମାନଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନିର୍ଦେଶ କ୍ରମେ ରାଜ୍ୟରେ ସମସ୍ତ ଉପଭକ୍ତା ମାନଙ୍କୁ ଗାଁ ଗାଁ ରେ ଯାଇ ଦାୟିତ୍ୱ ନେଇଥିବା ଡିଲର ମାଲିକ ମାନେ ଏହି ଜାଳେଣି ଗ୍ୟାସ ପହଞ୍ଚାଉଛନ୍ତି । ସରକାର ଙ୍କର ନିୟମ ଅନୁଯାୟୀ ଜାଳେଣି ଗ୍ୟାସ ଉପଭକ୍ତା ମାନଙ୍କୁ ଦେବାବେଳେ ମାପ ଓଜନ ଯନ୍ତ୍ର ସାଙ୍ଗରେ ନେଇଁ ଜାଳେଣି ଗ୍ୟାସ ର ଓଜନ କେତେ ପରିମାଣ ରେ ଅଛି ତାହା ତାଙ୍କ ସମ୍ମୁଖରେ ମାପ ଓଜନ କରି ଉପଭକ୍ତା ମାନଙ୍କୁ ଦେବା ଆବଶ୍ୟକ । କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ କିନ୍ତୁ ତାହା ଦେଖିବାକୁ ମିଳୁନାହିଁ । ଗାଁ ଗାଁ ରେ ଘର ଘର ଯାଇ ଡିଲର ମାନେ ଜାଳେଣି ଗ୍ୟାସ ଦେଉଛନ୍ତି ସତ କିନ୍ତୁ କୌଣସି ଡିଲର ମାପ ଓଜନ ଯନ୍ତ୍ର ସାଙ୍ଗରେ ନ ନେଇ ଉପଭକ୍ତା ମାନଙ୍କୁ ମାପ ଓଜନରେ ଠକେଇ ଚାଲିଥିବା ଦେଖି ଅନେକ ଉପଭକ୍ତା ମାନେ ନିଜ ନିଜ ଅଞ୍ଚଳ ରେ ଥିବା ମାପ ଓଜନ ବାରିଷ୍ଟ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଙ୍କୁ ଏହି ଗ୍ୟାସ ଠକେଇ ଅଭିଯୋଗ ନେଇଁ ଯାଇ ସିଧା ସଳଖ ଫୋନଯୋଗେ ବରିଷ୍ଟ ନିରୀକ୍ଷକ ଅଧିକାରିଣୀ ସାଗରିକା ସାବତ ମହୋଦୟା ଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀମତୀ ସାବତ କହିଥିଲେକି ତୁମକୁ ଯଦି ଡିଲର ମାନେ ଗ୍ୟାସ ଦେଲାବେଳେ ଠକୁ ଛନ୍ତି ତ ତୁମେ ଅଫିସ କୁ ଆସି ଅଭିଯୋଗ କର ତା ପରେ ଦେଖାଯିବ କଣ କରାଯାଇ ପାରିବ । ଅଧିକାରିଣୀ ସାବତ ଙ୍କ କହିବା ଅନୁଯାଇ ସତ୍ୟକୁ ସାମ୍ନା କରୁଥିବା ଗଣମାଧ୍ୟମ ପ୍ରତିନିଧି ..ସମାଜସେବୀ ତଥା ଫେଡ୍ରେସନ ସ୍ବେଛାସେବୀ ଅନୁଷ୍ଠାନର ଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲ ଫୁଲବାଣୀ ଓ ବାଲିଗୁଡ଼ା ରେ ଥିବା ମାପ ଓଜନ କାର୍ଯ୍ୟାଳୟ କୁ ଯାଇ ଦେଖିଥିଲେ । କିନ୍ତୁ ସେଇ ମାପ ଓଜନ ବରିଷ୍ଟ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ରେ ପଡ଼ି ରହିଛି ତାଲା । ଏ କଥା ଆମେ କହୁନୁ କହିଛି ଏହି ଫୋଟ ଚିତ୍ର । ଆପଣ ମାନେ ଦେଖିପାରୁଥିବେ ବାଲିଗୁଡ଼ା ମାପ ଓଜନ ବାରିଷ୍ଟ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ରେ ତାଲା ଝୁଲୁଛି । ଫୁଲବାଣୀ ରେ ଥିବା ଏହି ମାପ ଓଜନ ର ଅବସ୍ଥା ମଧ୍ୟ କହିଲେ ନ ସରେ । ଜାଳେଣି ଗ୍ୟାସ ଡିଲର ଉପଭକ୍ତା ମାନଙ୍କୁ ଦେବାବେଳେ ତାଙ୍କ ସମ୍ମୁଖରେ ମାପ ଓଜନ କରି ଦେବେ, ଯଦି ୧୪.୨୦୦ ଗ୍ରାମ୍ ଗ୍ୟାସ ରୁ ୧୫୦ ଗ୍ରାମ୍ ମଧ୍ୟ କମିଥାଏ ତେବେ ସେଇ ଡିଲର ସେଇ ୧୫୦୦ ଗ୍ରାମ୍ ର ପଇସା ଉପଭକ୍ତା ମାନଙ୍କୁ ଫେରସ୍ତ କରିବା କୁ ବାଧ୍ୟ, ଯଦି ସେଇ ଡିଲର ଉପଭକ୍ତା ମାନଙ୍କୁ ଜାଳେଣି ଗ୍ୟାସ ଦେବାବେଳେ ମାପ ଓଜନ ଯନ୍ତ୍ର ସାଙ୍ଗରେ ନ ନେଇନ ଥିବେ ସେଇ ଡିଲର ଦଶଜାର ଟଙ୍କା ମଧ୍ୟ ଜରିମାନା ଦେବା ସହିତ ତାଙ୍କ ନାମରେ କଞ୍ଜୁମର କୋଟ୍ ରେ କଞ୍ଜୁମର କେସ ମାମଲା ମଧ୍ୟ ରୁଜୁ କରାଯିବା ସରକାର ଙ୍କର ନିୟମ ରହିଥିବାବେଳେ ଏହି ଅଧିକରିଣୀ ଜଣକ ନା ଫୁଲବାଣୀ ରେ ରହୁଛନ୍ତି ନାଁ ବାଲିଗୁଡ଼ା ରେ ରହୁଛନ୍ତି । ତାଙ୍କର ନିଜ ଘର ବ୍ରହ୍ମପୁର ହେଇଥିବା ରୁ ତାଙ୍କ ଦର୍ଶନ ମିଳୁନି କନ୍ଧମାଳ ଜିଲ୍ଲାରେ । ଫଳରେ ଜିଲ୍ଲାର ସମସ୍ତ ଉପଭକ୍ତା ମାନେ ମାପ ଓଜନରେ ଠକାମୀର ଶିକାର ହେଉଛନ୍ତି । ଉପଭକ୍ତା ମାନଙ୍କୁ ମାପ ଓଜନ ରେ ଠକୁଥିବା ଡିଲର ମାଲିକ ଏବଂ ମାପ ଓଜନ ବରିଷ୍ଟ ନିରୀକ୍ଷକ ଅଧିକରିଣୀ ଙ୍କ ପ୍ରତି ଜିଲ୍ଲା ପ୍ରଶାସନ କି ବଦକ୍ଷେପ ନେବେ ତାହା ଦେଖିବାରେ କନ୍ଧମାଳ ଜିଲ୍ଲାର ଉପଭକ୍ତା ମାନେ । କନ୍ଧମାଳ ଜିଲ୍ଲା ରୁ ମିଳନ କଂହର ଙ୍କ ରିପୋର୍ଟ……

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କଲେ ରାୟଗଡ଼ା ବାସୀ ।

ବ୍ୟୁରୋ ରିପୋର୍ଟ – କୋଭିଡ 19 ଭଳି ଏକ ସମ୍ବେଦନଶୀଳ ପରିସ୍ଥିତିରେ ରାୟଗଡ ଜିଲ୍ଲା ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଷ୍ଣୁ ପ୍ରଦ ସେଠୀ ଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟା ପରିଚାଳନା ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଥିବାରୁ ଜିଲ୍ଲାର ବୁଦ୍ଧିଜୀବି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି । ତତସଙ୍ଗେ ଶ୍ରୀ ସେଠୀ ଙ୍କ କାର୍ଯ୍ୟ ଦକ୍ଷତା କରୋନା ସଂକ୍ରମିତ ପରିସ୍ଥିତିରେ ରାଜ୍ୟ ବାସୀଙ୍କୁ ଏକ ନୂଆ ଦିଶା ପ୍ରଦର୍ଶନ କରିବ ବୋଲି ଏଥର ସମ୍ଭାଳ ପରିବାର ପକ୍ଷରୁ ଆଶା ପୋଷଣ କରାଯାଇଛି ।