ବିନାୟକ କହଁର ଙ୍କ ମୃତ୍ୟୁ କୁ ନେଇ ପ୍ରଶ୍ନବାଚୀ…?

!!! କନ୍ଧମାଳ ଜିଲ୍ଲା ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଜୁରୀପଡ଼ା) – କନ୍ଧମାଳ ଜିଲ୍ଲା ଖଜୁରୀ ପଦା ବ୍ଲକ ଅଧିନସ୍ଥ ଟିଟିରା ଗଙ୍ଗା ଗ୍ରାମ ପଞ୍ଚାୟତ ର ଭୁକ୍ତା କନାଲ ଗ୍ରାମର ବିନାୟକ କହଁର ମହାରାଷ୍ଟ୍ରର ପୁନେ ରେ ଥିବା ସୁରାଗ ବିଲଡର଼ସ କମ୍ପାନି ପ୍ରାଇଭେଟ ଲିମିଟେଡ଼ ରେ ଜାମକରୁଥିଲେ । ସେ ବର୍ତ୍ତମାନ ର କୋଭିଡ ୧୯ ପରିସ୍ଥିତିରେ ନିଜ ଗ୍ରାମକୁ ଆସିବା ନିମନ୍ତେ ଗ୍ରାମ ପଞ୍ଚାୟତ ରେ ନିଜ ନାମକୁ ରେଜିଷ୍ଟ୍ରେସନ କରିଥିବା ଓ ନିଜେ ପାଇବାକୁ ଥିବା ଟଙ୍କାକୁ ହିସାଵ କରିଦେଲେ ସେ ନିଜ ଗ୍ରାମକୁ ଯିବେବୋଲି ତାଙ୍କ କମ୍ପାନୀର ଏଚ ,ଆର କଲାଙ୍କର ସାର ଙ୍କୁ କହିବାରୁ ସେ ତାଙ୍କ ପ୍ରାପ୍ୟ ଟଙ୍କା କୁ ହିସାବ କରି ଦେଇଛନ୍ତି ଏହି ଟଙ୍କାକୁ ସେ ଘରକୁ ପଠାଇ ଗାଁ କୁ ଆସିବେ ବୋଲି ସ୍ତ୍ରୀ ମନସ୍ମିତା କୁ ଗତ ସାତ ତାରିଖ ଦିନ ଫୋନ ମାଧ୍ୟମରେ କହିଥିଲେ । ଭାଗ୍ୟର ବିଡ଼ମ୍ବନା, ପରଦିନ ଅର୍ଥାତ ୮ତାରିଖ ସନ୍ଧ୍ୟାରେ ସୁରାଗ କମ୍ପାନୀରୁ ମୋବାଇଲ ମାଧ୍ୟମରେ ମନସ୍ମିତାଙ୍କୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାଖବର ଜଣାଇଥିଲେ ।ଖବର ଶୁଣି ପରିବାରଲୋକ ସହାୟତା ନିମନ୍ତେ ସ୍ଥାନୀୟ ନାଏବ ସରପଞ୍ଚ ବ୍ରହ୍ମା ନନ୍ଦ ଦିଗାଲ ଓ ବ୍ଲକ ଅଧକ୍ଷ ବିରେନ୍ଦ୍ର କହଁର ଙ୍କୁ ଭେଟିଘଟଣା ସମ୍ପର୍କରେ ଅବଗତ କରିବା ପରେ ଉଭୟେ ମୃତକଙ୍କ ପରିବାର ସହ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁଙ୍କ ସହ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ।

ସ୍ଥାନୀୟ ଅତିରିକ୍ତ ଶ୍ରମ ଅଧିକରିଙ୍କ ସହଯୋଗରେ ଜମ୍ପାନୀ ସହିତ ଯୋଗାଯୋଗ କରି ମୃତ ବିନାୟକ ଙ୍କ ମୃତ ଶରୀର ଜୁ ତାଙ୍କ ଗ୍ରାମକୁ ଅଣାଯାଇ କୋଭିଡ ୧୯ ନିୟମାନୁସାରେ ସ୍ଥାନୀୟ ସରପଞ୍ଚ,ନାଏବ ସରପଞ୍ଚ,ସମିତି ସଭ୍ୟ ଏବଂ ଗ୍ରାମସେବକ ଙ୍କ ଉପସ୍ଥିତିରେ ଶବ ଦାହ କରାଯାଇଥିଲା । ଗତ ୧୨ ତାରିଖ ଦିନ ମୃତ ବିନାୟକଙ୍କ ସ୍ତ୍ରୀ ଖଜୁରିପଡା ଥାନାରେ ଏକ ଲିଖିତ ଅଭଯୋଗ ଦେଇଛନ୍ତି । ସେ ଏଥିରେ

କମ୍ପାନୀର କିଛି ବ୍ୟକ୍ତି ତାଙ୍କ ସ୍ୱାମୀଙ୍କୁ ଟଙ୍କା ପାଇଁ ହତ୍ୟା କରିଥିବା ଦର୍ଶାଇଥିବା ସୂଚନା ମେଳିଛି ।ସ୍ୱାମୀଙ୍କ ମୃତ ପରେ ସ୍ତ୍ରୀ ମନସ୍ମିତା ଛୋଟ ଛୋଟ ପିଲା ଦୁହିଁଙ୍କୁଧରି ସ୍ଥାନୀୟ ତହସିଲଦାର ଓ ଥାନା କୁ ଆଉ କେତେବେଳେ ଜିଲ୍ଲାପାଳଙ୍କ ଅଫିସ କୁ ନ୍ୟାୟ ପାଇବା ନିମନ୍ତେ ଓ ପରିବାର ଭରଣ ପୋଷଣ ନିମନ୍ତେ କିଛି ସାହାଯ୍ୟ ପାଇଁ ଦୌଡୁ ଥିବା ଦେଖିବାକୁ ମେଳୁଛି । କେବେ ଅସହାୟ ମନସ୍ମିତା ସରକାରୀ ସହଯୋଗ ପାଇବେ ଦେଖିବାକୁ ରହିଲା ।

ଅସହାୟ ଙ୍କୁ ରାସନ ସାମଗ୍ରୀ ସହିତ ମାକ୍ସ ବାଣ୍ଟିଲେ ଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲ…..

!!! କନ୍ଧମାଳ ଜିଲ୍ଲା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଜୁରୀପଡ଼ା) – କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଅରାପାଯୁ ପଞ୍ଚାୟତ ର ମେଟିପିଡ଼ିଆ ଗ୍ରାମକୁ ସରକାର ଙ୍କର ସହାୟତା ହେଲା ବାଟବଣା । ଏହି ଗ୍ରାମ ଏକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ , ଅତି ସୁନ୍ଦର୍ ଗଛଲତା ର ପରିବେଶ । କିନ୍ତୁ ଏହି ଗ୍ରାମକୁ ଯିବା ପାଇଁ ସରକାର ଙ୍କ ତରଫରୁ ଯାତାୟାତ ନିମନ୍ତେ ନାଁ ଅଛି ରାସ୍ତା ନାଁ ଅଛି ପିଇବା ପାଇଁ ପାନୀୟଜଳ ର ସୁବିଧା । ଏମିତି କି ଦୁଇ କିଲମିଟର୍ ଦୂରରୁ ଏକ ଚୁଆଁ ର ପାଣି କୁ ଭରସା କରି ଚଳୁଛନ୍ତି ଗ୍ରାମବାସୀ । ଏହି ଗ୍ରାମରେ ଅଛନ୍ତି କେତେ ଜଣ ଅ ସହାୟତା ବୃଦ୍ଧା ବୃଦ୍ଧି କିନ୍ତୁ ତାଙ୍କ ନିକଟକୁ ମଧ୍ୟ ଏଯାଏଁ ପହଞ୍ଚି ପାରିନି ସରକାରଙ୍କ ର ରନ୍ଧା ଖାଦ୍ୟ । ଏମିତି କି ପ୍ରବାସୀ ମଲ୍ଲିକ ବଲି ଜଣେ ୭୦ ବର୍ଷ ବୟସ୍କ ର ବୃଦ୍ଧି ଅଛନ୍ତି । ତାଙ୍କୁ ନାଁ ମିଳୁଚି ରାସନ ସାମଗ୍ରୀ ନାଁ ମିଳୁଚି ସରକାରୀ ସହାୟତା , ନାଁ ମିଳୁଛି ମୋ କୁଡ଼ିଆ ବାସଗୃହ ନାଁ ମିଳୁଛି ଆବାସ ଯୋଜନା ଘର , ନାଁ ମିଳୁଛି ଇନ୍ଦିରା ଆବାସ ନାଁ ମିଳୁଛି ବିଜୁ ପକ୍କାଘର । କେତେଯେ କଷ୍ଟରେ କଟୁଛି ତାଙ୍କର ଜୀବନ , ନିଜର ବଲି ତାଙ୍କୁ ଦେଖାଶୁଣା କରିବାକୁ କେହି ନାହାନ୍ତି । ସାହି ପଡ଼ିଶା ଙ୍କ ତୁରାଣୀ ଟିକାକୁ ଅନେଇ ବସିଥାନ୍ତି ଏହି ବୃଦ୍ଧି ଜଣକ । ଝଡ଼ ବତାସରେ ଉଜୁଡ଼ି ଯାଇଛି ତାଙ୍କର ଛୋଟ କୋଡ଼ିଆ ଘର । ମୁଣ୍ଡ ଗୁଞ୍ଜିବାକୁ ନାହିଁ ତାଙ୍କର ବାସଭବନ । ଆମ୍ବମୂଳ ସାଜିଛି ତାଙ୍କ ଆଶ୍ରୟ ସ୍ଥଳୀ । ଏହି ମେଟିପିଡ଼ିଆ ଗ୍ରାମକୁ କେତେ ରାଜନେତା ମାନେ ଯାଆନ୍ତି କେବଳ ଭୋଟ୍ ଭିକ୍ଷା କରିବା ପାଇଁ । ଭୋଟ୍ ହାତେଇବା ପାଇଁ କେତେନ ପ୍ରଲମ୍ବନ ଦେଖେଇ ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ୍ ଆଦାୟ ମଧ୍ୟ କରନ୍ତି । ଭୋଟ୍ ହାତେଇବା ପରେ କିନ୍ତୁ ତାର ଓଲଟା ଦୃଶ୍ୟ ଦେଖିବାକୁ ମିଳୁଥିବା କହିଛନ୍ତି ଏହି ଗ୍ରାମବାସୀ । ଭୋଟ୍ ପାଇବା ପରେ ସେଇଭୋଟ ଭିକ୍ଷା କରି ଉତ୍ତୀର୍ଣ୍ଣ ହେଇଥିବା ସରପଞ୍ଚ, ସମିତି ସଭ୍ୟ, ସଭ୍ୟା , ବ୍ଲକ୍ ଅଧ୍ୟକ୍ଷ, ବିଧାୟକ, ସାଂସଦ ଙ୍କର ଆଉ ଦର୍ଶନ ହିଁ ମିଳୁନାହିଁ । ପ୍ରତିଶ୍ରୁତି ଦେବାଟା ସତ କିନ୍ତୁ କାର୍ଯ୍ୟକ୍ରମ ଶହେ ପର୍ସେଣ୍ଟ ମିଛ । କନ୍ଧମାଳ ଜିଲ୍ଲା ସମାଜସେବୀ ତଥା ଫେଡ୍ରେସନ ସ୍ବେଛାସେବୀ ଅନୁଷ୍ଠାନର ଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲ ଏପରି ଗ୍ରାମାଞ୍ଚଳ କୁ ଯାଇ କରୋନା ମୁକାବିଲା ପାଇଁ ସରକାର ଙ୍କ ଲକ୍ ଡାଉନ ନିୟମ କୁ କିପରି ଗ୍ରାମାଞ୍ଚଳ ଲୋକେ ପାଳନ କରି ଘରେ ରହିବେ ସେଥିନିମନ୍ତେ ଘର ଘର ଯାଇ ସଚେତନତା କରିବା ସହିତ ମାକ୍ସ ଓ ରାସନ ସାମଗ୍ରୀ ବାଣ୍ଟିଛନ୍ତି । ଏହି ରାସନ ସାମଗ୍ରୀ ଓ ମାକ୍ସ ବାଣ୍ଟିବା ପାଇଁ ଦୁତିମେଣ୍ଡି ପଞ୍ଚାୟତର ଯୁବ ସମାଜସେବୀ ସମୀର୍ ପ୍ରସାଦ ଝଙ୍କାର , ଅସିତ ମଲ୍ଲିକ୍, ସୁଜିତ ସାହାଣୀ, ଅନୀଲ କୁମାର୍ ମଲ୍ଲିକ୍ ପ୍ରମୁଖ ସହଯୋଗ କରିଥିଲେ । ସମାଜସେବୀ କୁନା ଦିଗାଲ ଙ୍କର ଏପରି ଅସହାୟକ ଙ୍କୁ ସହାୟତା ଯୋଗାଇ ଦେଇଥିବାରୁ ଅଞ୍ଚଳ ବାସୀ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣେଇ ସେଇ ଅସହାୟ ବୁଢ଼ୀ ମାଙ୍କୁ ସରକାର ଙ୍କ ତରଫରୁ କିପରି ସହାୟତା ଏବଂ ବର୍ଷା ଝଡ଼ ତଫାନ ରେ ଉଜୁଡ଼ି ଯାଇଥିବା ଗୃହ କିପରି ମରାମତି କରାଯିବ ସେଥିପ୍ରତି ସରକାର ଧ୍ୟାନ ଦେଇ ମେଟିପିଡ଼ିଆ ଗ୍ରାମକୁ କିପରି ପାନୀୟଜଳ ର ସୁବିଧା ଯୋଗାଇ ଦିଆଯିବ ସେଥିନିମନ୍ତେ ଗଣମାଧ୍ୟମ ପ୍ରତିନିଧି କୁନା ଦିଗାଲ ଙ୍କ ଜରିଆରେ ସରକାର ଙ୍କୁ ଅବଗତ କରିଛନ୍ତି । କନ୍ଧମାଳ ଜିଲ୍ଲା ରୁ ମିଲନ କୁମାର କଂହର ଙ୍କ ରିପୋର୍ଟ ।

ଚୋରା ମାଟି ଚାଲାଣ ବେଳେ ୪ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ ସହ ଛଅ ଜଣଙ୍କୁ ଗିରଫ କଲା ଖଲ୍ଲିକୋଟ ପୋଲିସ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ଅଞ୍ଚଳରେ ବ୍ୟାପକ ଚୋରା ବାଲି, କାଠ ଓ ମରମ ଚାଲାଣ ହେଉଥିବା ବେଳେ ଗତ କାଲି ମଧ୍ୟରାତ୍ର ରେ ଖଲ୍ଲିକୋଟ ପୋଲିସ ବିଶେଷ ସୁତ୍ର ରୁ ଖବର ପାଇ ଥାନା ଅଧିକାରୀ ଶ୍ରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ତତ୍ୱାବଧାନ ରେ ସବ ଇନ୍ସପେକ୍ଟର ସିଲୁ ଧଳ, ଭେଜିପୁଟ ଫାଣ୍ତି ଅଧିକାରୀ ଟୁନା ପିଡ଼ିକା ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ରୁଦ୍ର ପ୍ରସାଦ ଭଟ୍ଟମିଶ୍ର, ଜି ଚିରଂଜିବି ପ୍ରଧାନ ଓ ସୁରେନ୍ଦ୍ର ଶବର ମିଳିତ ଭାବେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗଡ଼ାପଲ୍ଲୀ ନିକଟସ୍ଥ ଏକ ବିଲ ଭିତରୁ ମାଟିର ଚୋରା ଚାଲାଣ କରୁଥିବା ଚାରୋଟି ଟ୍ରାକ୍ଟର ( OD07T3139, OR O7R0237, ODO7K0048, OR O7J5052) ଓ ଗୋଟିଏ JCB (ODO7Y4326) କୁ ଅତର୍କିତ ଭାବେ ଚଢ଼ାଉ କରିବା ସହିତ ପାଞ୍ଚ ଜଣ ଡ୍ରାଇଭର ଓ ଗୋଟିଏ ଦଲାଲ କୁ ଗିରଫ କରିବା ସହ ଖଲ୍ଲିକୋଟ ଥାନା କେସ ନଂ ୧୬୭/୨୦ ରେ ମାମଲା ରୁଜୁ କରି ଇଣ୍ଡିଆନ୍ ପିଙ୍ଗଳ କୋର୍ଟ ର ଧାରା ୩୭୯/୩୪ ଆର.ୱ ଧାରା ୧୮ ଆଧାର ରେ ଆଜି ଗିରଫ ହୋଇଥିବା ଛଅଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।