ସଙ୍ଗୀତ ମାଧ୍ୟମରେ ଜଣାଉଛି କରୋନା ସଚେତନା ବାର୍ତ୍ତା …!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର/ରାମନାଗୁଡ଼ା) – ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ଅମ୍ବାବାଡ଼ି ଗ୍ରାମ ର ବିରାଜିନି ଶବର ଗୁଣପୁର ଥାୟରାମା ବାଳିକା ମହାବିଦ୍ୟାଳୟ ଯୁକ୍ତ ୨ ର ଛାତ୍ରୀ ସଙ୍ଗୀତ ମାଧ୍ୟମରେ କରୋନା ସମ୍ପର୍କିତ ସଚେତନା ବାର୍ତ୍ତା ଦେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ର ପାତ୍ରୀ ହୋଇଛନ୍ତି। ସେହି ଭଳି ରାମନଗୁଡ଼ା ବ୍ଲକ ସୁଲୁଡି ଗ୍ରାମ ର ବିଜୟୀନି ତୋଇକା ଓ ନାଗଭୁଷଣ ନିମାଲା ସଙ୍ଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି। ଏମାନଙ୍କ ଏଭଳି ପଦକ୍ଷେପ କୁ ବୁଦ୍ଧିଜିବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି।