ରାଇକିଆ ଆଇ.ଆଇ.ସି ରାଜ୍ୟସରକାର ଙ୍କ ନିୟମ କୁ ବାରମ୍ବାର୍ ଅବମାନନା କରୁଥିବା ଅଭିଯୋଗ;ଜିଲ୍ଲା ପ୍ରଶାସନ ନିରବ ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅଧିନସ୍ଥ ରାଇକିଆ ଥାନା ସମ୍ମୁଖରେ ଥିବା ବଜାରରେ ସରକାରଙ୍କ ନିୟମ କୁ ଭଙ୍ଗ କରିଚାଲିଛନ୍ତି ସାଧାରଣ ଲୋକେ । କୌଣସି ଦୋକାନ ବଜାର୍ ରେ ସରକାର ଙ୍କ ପ୍ରଦତ୍ତ ଦୂରତା ରକ୍ଷା କରାଯାଉନ ଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏପରି କି ପେଟ୍ରୋଲପମ୍ପ ନିକଟରୁ ଆରମ୍ଭ କରି ଏପଟେ କଲେଜ୍ ଛକ ପର୍ଯ୍ୟନ୍ତ ଏଭଳି ଜନ ଗହଳି ଦୃଶ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏଠାରେ ଗୃହରକ୍ଷୀ କର୍ମଚାରୀ ମାନଙ୍କ ବ୍ୟତୀତ ଅନ୍ୟ କେହି ଉପରିସ୍ଥ ପୋଲିସ କର୍ମଚାରୀ ଦେଖାଯାଉନାହାନ୍ତି । ବଜାର୍ ମଝିରେ ରାଇକିଆ ଥାନା ଥିବା ସତ୍ତ୍ୱେ ଏଠାରେ ରହିଥିବା ଜନ ଗହଳି ମଧ୍ୟରେ ଦୂରତା ରକ୍ଷା କରାଯାଉନ ଥିବା ଦୃଶ୍ୟ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ଆଙ୍ଗୁଳି ନିର୍ଦ୍ଧେଶ କରୁଛି । ଏହାକୁ ଦେଖି ମନେହୁଏ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ରାଜ୍ୟସରକାର ଙ୍କର କୋଭିଡ଼ ୧୯ ନିୟମକୁ ଫୁ କରିଦେଇଛନ୍ତି ।ଏହି କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅଧିକାରୀ ସରକାର ଙ୍କ ନିୟମକୁ ଅବମାନନା କରୁଥିବା ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି । ରାଇକିଆ ଜନସାଧାରଣ ଜଳଖିଆ ଖାଉଥିବା ବେଳେ ଏବଂ ନଳକୂପରେ ଗାଧେଇବା ସମୟରେ ମାକ୍ସ ପିନ୍ଧିନ କହି ତାଙ୍କୁ ଅସମ୍ମାନ କରି ମାଡ଼ ମାରିଥିବା ଏହି ରାଇକିଆ ପୋଲିସ କର୍ମଚାରୀ କିନ୍ତୁ ନିଜେ ମାସ୍କ ନପିନ୍ଧି ବୁଲୁଥିବା ଦେଖାଦେଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଜନତା ଙ୍କ ପାଇଁ ଓ ପୋଲିସ ଙ୍କ ପାଇଁ ନିୟମ ଅଲଗାକି ? ସରକାରଙ୍କ ନିୟମକୁ ଅବମାନନା କରିଚାଲିଥିବା ଥାନା ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

ନିର୍ବାହୀ ଯନ୍ତ୍ରୀ ଓ ଆନ୍ଧ୍ର ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ବଳି ପଡ଼ିବେ ଜନ ସାଧାରଣ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ରେ ଅବସ୍ଥିତ ଗୁଣପୁର ମହାବିଦ୍ୟାଳୟ ଠାରୁ ଗୁଣପୁର ରେଳ ଷ୍ଟେସନ ଛକ ପର୍ଯ୍ୟନ୍ତ ଲମ୍ବି ଥିବା ୨ କିଲୋମିଟର ବିଶିଷ୍ଠ ରାସ୍ତା ର ଉନ୍ନତି କରଣ ନିମନ୍ତେ ଓଡ଼ିଶା ସରକାର ଙ୍କ ରାସ୍ତା ଓ କୋଠାବାଡି ବିଭାଗ ପକ୍ଷରୁ ଏକ ଆନ୍ଧ୍ର ଠିକାଦାର ଙ୍କୁ କାର୍ଯ୍ୟ ସମାପନ କରିବା ନିମନ୍ତେ ଟେଣ୍ଡର ଦିଆଯାଇଅଛି। ଦୀର୍ଘ ଦିନ ହେଲା ଉକ୍ତ ରାସ୍ତା କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଏହା ପୂର୍ଣ୍ଣ ମାତ୍ର ରେ ସମ୍ପୂର୍ଣ୍ଣ ହୋଇପାରିନାହିଁ। କାର୍ଯ୍ୟ ଆରମ୍ଭ ପରେ ଉକ୍ତ କାମଟିକୁ କେଉଁ ଠିକାଦାର କରୁଛନ୍ତି, ଏହା କେବେ ଆରମ୍ଭ ହୋଇଛି, ଏହା କେବେ ଶେଷ ହେବ ଏବଂ ଏହାର୍ ଖର୍ଚ୍ଚ ଅଟକଳ ମୂଲ୍ୟ କେତେ ଓ ଏହା କେଉଁ ଅନୁଦାନ ପାଣ୍ଠି ରୁ ନିର୍ମାଣ କରାଯାଉଛି ଏଭଳି କିଛି ତଥ୍ଯ ସହ ଏକ ଫଳକ ନାମା କାର୍ଯ୍ୟ ସ୍ଥଳୀ ରେ ଲଗାଯିବା ବିଧେୟ ରହିଥିବା ବେଳେ ଏଥିପ୍ରତି ନିର୍ବାହୀ ଯନ୍ତ୍ରୀ ଦୃଷ୍ଟି ଦେଉ ନଥିବା ସହ ସୁପ୍ରିମ କୋର୍ଟ ର ଗାଇଡ୍ ଲାଇନ୍ କୁ ଅବଜ୍ଞା କରାଯାଇଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ଗୁଣପୁର ମହାବିଦ୍ୟାଳୟ ଠାରୁ ସ୍ଥାନୀୟ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ର ପ୍ରଶସ୍ଥି କରଣ ଯେତିକି ପରିମାଣ ରେ ହୋଇଛି ତାହା ଠାରୁ କମ ମିଟର ପରିମାଣ ରେ ମଙ୍ଗଳା ମନ୍ଦିର ଠାରୁ ବାଇପାସ୍ ରୋଡ଼ ପର୍ଯ୍ୟନ୍ତ ରାସ୍ତା ର ପ୍ରଶସ୍ଥି କରଣ କମ୍ ରହିଥିବା ଅଭିଯୋଗ ହେଉଛି। ରାସ୍ତା ର ପ୍ରଶସ୍ଥି କରଣ ପ୍ରାରମ୍ଭରୁ ଶେଷ ଯାଏଁ ସମ ମିଟର ଦୂରତାରେ ହେବାକୁ ଥିବା ବେଳେ ଏହି କିଛି ଅଞ୍ଚଳ ରେ ରାସ୍ତା ର ପ୍ରଶସ୍ଥି କରଣ କମ୍ ହୋଇଥିବା କାରଣରୁ କିଛି ବ୍ୟକ୍ତି ଙ୍କ ଜାଗାକୁ ଉଦ୍ଦେଶ୍ଯ ମୂଳକ ଭାବେ ନିର୍ବାହୀ ଯନ୍ତ୍ରୀ ବଞ୍ଚାଇବା ନିମନ୍ତେ ଏଭଳି କରିଛନ୍ତି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ବାଇପାସ୍ ନିକଟ ଛକ ଠାରେ କରାଯାଇଥିବା ଟ୍ରାଫିକ ପୋଷ୍ଟ ସାମ୍ନା ରାସ୍ତା ଏଭଳି ନିର୍ମାଣ କରାଯାଇଛି ଯାହାକି ଆଗାମୀ ଦିନରେ ଦୁର୍ଘଟଣା ସମ୍ମୁଖୀନ ହେବା ଅବସ୍ଥାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବିଭିନ୍ନ ବୁଦ୍ଧିଜିବୀ ମତ ପ୍ରକାଶ କରି ଆମ ପୋଲିସ ବୈଠକ ରେ ଏସଡିପିଓ ଓ ଆଇଆଇସି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ବୈଠକ ପରେ ଏସଡିପିଓ ପୂର୍ତ୍ତ ବିଭାଗ କୁ ଏନେଇ ପତ୍ରାଳାପ କରିଥିଲେ। ତଥାପି ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ହୋଇ ନଥିବା ଦେଖିବାକୁ ମିଳିଛି । ବାଇପାସ୍ ଟ୍ରାଫିକ୍ ଛକ ଠାରୁ ରେଳ ଷ୍ଟେସନ ଛକ ପର୍ଯ୍ୟନ୍ତ ନିର୍ମିତ ରାସ୍ତା ଟି ଅଙ୍କାବଙ୍କା ଭାବେ ନିର୍ମାଣ କରାଯାଇଥିବା ହେତୁ ଏହାକୁ ସିଧାସଳଖ ନିର୍ମାଣ କରାଯିବା ଦିଗରେ ସମ୍ପୃକ୍ତ କତୃପକ୍ଷ କାହିଁକି ଦୃଷ୍ଟି ଦେଲେ ନାହିଁ ବୋଲି ରାଜନୈତିକ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା । ତଥାପି ଏଥିପ୍ରତି କତୃପକ୍ଷ ଙ୍କ ଦୃଷ୍ଟି ପଡ଼ୁନଥିବା ଯୋଗୁଁ ଏହା ଆନ୍ଧ୍ର ଠିକାଦାର ଙ୍କ ମନମୂଖୀ କାର୍ଯ୍ୟ ଏବଂ ଗୁଣପୁର କୋଠାବାଡି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଙ୍କ ସହ ମଧୁଚନ୍ଦ୍ରିକା ବୋଲି ସାଧାରଣ ରେ ଏକ ବଡ ଚର୍ଚ୍ଚା ର ବିଷୟ ପାଲଟିଛି। ଏପରିକି ବର୍ତ୍ତମାନ୍ ସୁଦ୍ଧା ନିର୍ମିତ ରାସ୍ତା ନିର୍ମାଣ ରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଏହାକୁ ବିରୋଧ କରି ସ୍ଥାନୀୟ ସାମାଜସେବୀ, ବୁଦ୍ଧିଜୀବୀ ଏବଂ ସଂଗଠନ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସତ୍ତ୍ୱେ ବର୍ତ୍ତମାନ୍ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନଥିବା ରୁ ସ୍ଥାନୀୟ ବାସୀ ଙ୍କ ମନରେ ବିସ୍ମୟ ସ୍ରୁଷ୍ଟି କରିଛି। ଏଥିପ୍ରତି ସରକାର ଙ୍କ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ଫାଇଣ୍ଡିଂ କମିଟି ମାଧ୍ୟମରେ ଏହାର୍ ଯାଞ୍ଚ କରାଯିବା ନିମନ୍ତେ ବିଭିନ୍ନ ସଂଗଠନ ଦାବୀ କରିଛନ୍ତି ।