ଅବସର ପ୍ରାପ୍ତ କର୍ମଚାରୀ ଙ୍କ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଦାନ ; ଗରୀବ ଲୋକଙ୍କୁ ଖାଦ୍ୟ ବଣ୍ଟନ ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – କରୋନା ଲକଡାଉନ ସମୟରେ କନ୍ଧମାଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଅସହାୟ ବ୍ୟକ୍ତି ଙ୍କୁ କିଛି ସ୍ବେଛାସେବୀ ସଂଗଠନ ଖାଦ୍ୟ ବଣ୍ଟନ କରିଛନ୍ତି । ଏହିଭଳି ରାଇକିଆ ବ୍ଲକ ଗମାଣ୍ଡି ଗ୍ରାମର ଅବସର ପ୍ରାପ୍ତ ଜୈନିିକ ବ୍ୟକ୍ତି ସୁଦର୍ଶନ ମଲ୍ଲିକ କିଛି ଆଦିବାସୀ ଅଞ୍ଚଳକୁ ଯାଇ କରୋନା ସମ୍ପର୍କିତ ସଚେତନା ବାର୍ତ୍ତା ପ୍ରଚାର କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ଏବଂ ପ୍ରାପ୍ୟ ପେନସନ ରୁ ସ୍ଥାନୀୟ ବି.ଡି .ଓ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୧୦୫୦୦ ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀ ମଲ୍ଲିକ ଙ୍କ ଏଭଳି ଦାନ କୁ ସ୍ଥାନୀୟ ଅଞ୍ଚଳରେ ଭୁୟସୀ ପ୍ରସଂସା କରାଯାଇଛି ।