!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅଧୀନସ୍ଥ ଭାମିନି ଗ୍ରାମ ଠାରେ ଅବସ୍ଥାପିତ ଆଇ. ଆର.ବି.ଏନ୍ ବିଭାଗର ହିସାବ ଏବଂ ମାନବ ସାଧନ ପରିଚାଳନା ପଦ୍ଧତି ଉପ ବିଭାଗରେ କାର୍ଯ୍ୟରତ ତିନି ସିପାହୀ ସେମାନଙ୍କ କାର୍ଯ୍ୟରତ ସରକାରୀ କ୍ଷମତା କୁ ଅପ ବ୍ୟବହାର କରି ଏଠାରେ କାର୍ଯ୍ୟରତ କର୍ମଚାରୀ ଙ୍କ ମାହାଙ୍ଗା ଭତା ଓ ନକ୍ସଲ ମୁକାବିଲା ଭତ୍ତା ବାବଦରେ ଆସିଥିବା ସରକାରୀ ଧନ ୩,୪୫,୮୦୨ ଟଙ୍କା କୁ ବେଆଇନ ଭାବେ ପ୍ରତାରଣା ମୂଳକ ଉଦ୍ଦେଶ୍ୟ ନେଇ ନିଜ ବ୍ୟାଙ୍କ ଏକାଉଣ୍ଟ କୁ କମ୍ପ୍ୟୁଟର୍ ଉତ୍ସ ସାଙ୍କେତିକ ବ୍ୟବହାର କରି ସ୍ଥାନାନ୍ତରିତ କରିଥିବା ଅଭିଯୋଗ କ୍ରମେ ସୁନ୍ଦରଗଡ ଜିଲ୍ଲା ସୁନ୍ଦରଗଡ଼ ଟାଉନ ଥାନା ଅଧୀନସ୍ଥ ଶଙ୍କାରେ ଗ୍ରାମ ନିବାସୀ ହରି କୁମୁରା ଙ୍କ ପୁଅ ପଙ୍କଜ କୁମୁରା, ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅଧୀନସ୍ଥ ବିକ୍ରମପୁର ମନ୍ଦିର ସାହି ନିବାସୀ ରାମ କୈବର୍ତ୍ତ ଙ୍କ ପୁଅ ହରେ କୃଷ୍ଣ କୈବର୍ତ୍ତ ଏବଂ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅଧୀନସ୍ଥ ଧୁଡି ଗ୍ରାମ ନିବାସୀ ଗୌରାଙ୍ଗ ପାତ୍ର ଙ୍କ ପୁଅ ଉଷତ ପାତ୍ର ଙ୍କୁ ଗୁଣପୁର ପୋଲିସ ଗିରଫ୍ କରି କୋର୍ଟ ଚାଲଣ କରିଛି। ଏହି ତିନି ଜଣ ଅଭିଯୁକ୍ତ ଭାମିନି ଆଇ.ଆର.ବି.ଏନ୍ ଶିବିର ରେ ସିପାହୀ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ତିନି ସିପାହୀ ସରକାରୀ ଧନ ଆତ୍ମସାତ କରିଥିବା ନେଇ ଶିବିରରେ କାର୍ଯ୍ୟରତ ସେବାନାୟକ ଦିଲ୍ଲୀପ କୁମାର ମହାପାତ୍ର ଙ୍କ ଅଭିଯୋଗ କ୍ରମେ ଗୁଣପୁର ଥାନା କେସ ନମ୍ବର ୮୧ ତା – ୮/୫/୨୦ କ୍ରମେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନ ର ଧାରା ୪୦୯/୪୧୭/୪୨୦/୪୬୫/୪୬୮/୪୭୧/୩୪ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ୨୦୨୦ ର ଧାରା ୬୬(ଗ) ଅନୁଯାୟୀ କେସ ଦାୟାର କରାଯାଇଥିବା ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ଦାଶ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣା କରିଛନ୍ତି। ଏହି କେସର ତଦନ୍ତ ଭାର ସ୍ଥାନୀୟ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଶ୍ମୀ ରଞ୍ଜନ ପ୍ରଧାନ ଙ୍କୁ ଦିଆଯାଇଥିବା ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ
ଶ୍ରୀ ପ୍ରଧାନ ଙ୍କ ସମେତ ଥାନା ର ଅନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।