କରୋନା ଯୋଦ୍ଧାଙ୍କୁ କୋଦଳା ଓ ବେଗୁନିଆପଡା ପୁଲିସ ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ସମ୍ନାନ। 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଆ ଜାତି ଆଜି କରୋନା ଯୋଦ୍ଧାଙ୍କୁ ଅଦ୍ଭୂତପୂର୍ବ ସମ୍ନାନ ଜଣାଇଛନ୍ତି l ଦେଶବିଦେଶର କୋଣ ଅନୁକୋଣରେ ଥିବା ବିଭିନ୍ନ ବର୍ଗର ସମସ୍ତ ଓଡ଼ିଆ ‘ବନ୍ଦେ ଉତ୍କଳ ଜନନୀ’ସଂଗୀତ ଗାନ କରିଥିବା ବେଳେ ଓଡ଼ିଶାରେ ଏହି ସଂଗୀତ ପୁରପଲ୍ଲୀଠୁ ଆରମ୍ଭ କରି ସହର ନଗର ସବୁଠି ଗାନ କରାଯାଇଥିଲା l ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ସମସ୍ତ ସରକାରୀ, ବେସରକାରୀ ଅଧିକାରୀ ଓ କର୍ମଚାରୀ ସମେତ ଗ୍ରାମାଞ୍ଚଳରେ ସମସ୍ତ ସାଧାରଣ ଜନତା ଏବଂ ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀ କରୋନା ଯୋଦ୍ଧାଙ୍କୁ ସମ୍ନାନ ଜଣାଇ ଏହି ସଂଗୀତ ଗାନ କରିଥିବା ବେଳେ କୋଦଳା ଓ ବେଗୁନିଆପଡା ପୁଲିସ ବାହିନୀ ପକ୍ଷରୁ ଆଇଆଇସି ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ କରୋନା ଯୋଦ୍ଧାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ନାନ ଜଣାଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା l କୋଦଳା ଥାନା ଓ ବେଗୁନିଆପଡା ଫାଣ୍ଡିରେ ପୁଲିସ ବାହିନୀ ପକ୍ଷରୁ ସଂଗୀତ ଗାନ କରାଯାଇ ଥିବା ବେଳେ କୋଦଳା ଓ ବେଗୁନିଆପଡା ବଜାରରେ ପୁଲିସ ତତ୍ୱାବଧାନ ସାଧାରଣ ଜନତା ସାମାଜିକ ଦୂରତ୍ବକୁ ବଜାୟ ରଖି ସଂଗୀତ ଗାନ କରିଥିଲେ  l ଏଥିରେ କୋଦଳା ଆଇଆଇସି ଶ୍ରୀ ମହାନ୍ତିଙ୍କ ସମେତ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, କୋଦଳା ଏସଆଇ ଅନିଲ କୁମାର ସାହୁ, ଏସଆଇ ମହେଶ୍ୱର ବେହେରା, ଏସଆଇ ଆରତୀ ପରିଡା, ଏଏସଆଇ ଏସ. ଭାସ୍କର ରାଓ ସମେତ ହାବିଲଦାର, କନେଷ୍ଟବଳ, ହୋମଗାର୍ଡ, ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ଏସଡ଼ିପିଓ ସୀମା ସ୍ୱାଇଁ ଯୋଗଦେଇଥିବା ଦେଖାଯାଇଥିଲା l

ଖଲ୍ଲିକୋଟ ପୋଲିସ ଦ୍ୱାରା ୭୦୦ ଲିଟର ଚୋରା ଦେଶୀ ମଦ ଜବତ,୨ ଗିରଫ, ଅଟୋ, କାର ଜବତ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ପୋଲିସ ଦ୍ୱାରା ଆଜି ବେଆଇନ ଭାବେ ଚୋରା ଚାଲାଣ ହେଉଥିବା୭୦୦ ଲିଟର ଦେଶୀ ମଦ ସହ ଏକ ଅଟୋ ଓ କାର କୁ ଜବତ କରିବା ସହ ୨ ଜଣ ଙ୍କୁ ଗିରଫ କରାଯାଇଛି ।ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାକିରି ଗ୍ରାମ ରୁ ବେଆଇନ ଭାବେ ଚୋରା ଦେଶୀ ମଦ ଛତ୍ରପୁର ଓ ପୁରୀ ଜିଲ୍ଲା ପାରିକୁଦ କୁ ଚାଲାଣ କରାଯାଉଥିବା ବେଳେ ଖବର ପାଇ ଖଲ୍ଲିକୋଟ ପୋଲିସ ଚଢ଼ାଉ କରି ୭୦୦ ଲିଟର ଦେଶୀ ମଦ ଜବତ କରିବା ସହ ପରିବହନ କରୁଥିବା ଏକ ଅଟୋ ଓ କାର କୁ ଜବତ କରିଥିଲେ ।ବେଆଇନ ଦେଶୀ ମଦ ଧରି ଯାଉଥିବା ୨ ଜଣ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୧୯୩,୧୯୪/୨୦୨୦ଅନୁସାରେ ଦୁଇଟି ମକଦ୍ଦମା ରୁଜୁ ହୋଇଛି ।ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ସିଲୁ ଧଳ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଚଢ଼ାଉ ରେ ଅଂଶ ଗ୍ରହଣ କରିଥିଲେ ।

ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ୪ ଟି କରୋନା ପଜିଟିଭ ଚିହ୍ନଟ ; ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ।

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗ୍ରୀନ୍ ଜୋନରେ ରହିଥିବାଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ୪ ଗୋଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା ।

କାଶୀନଗର ବ୍ଲକ ଶିଆଳି ପଞ୍ଚାୟତର ମନ୍ତ୍ରୀଗୁଡା ଗ୍ରାମର ୫୦ବର୍ଷ ବୟସ୍କ ଜଣେ ପୁରୁଷ , ସେ ଆନ୍ଧ୍ରପ୍ରଦେଶର ନେଲୁର୍ ରୁ ଆସିଥିଲେ। ୧୬ ମାର୍ଚ୍ଚରୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ସେ ହୋମ୍ କ୍ବାରୋଣ୍ଟାଇନ ଥିଲେ ତାଙ୍କର ସ୍ୱାବ ଟେଷ୍ଟିଂ ପାଇଁ ପଠାଯାଇଥିଲା । ତାଙ୍କର ରିପୋର୍ଟ୍ ପଜିଟିଭ୍ ଆସିଥିଲା। ଅନ୍ୟ ଜଣେ ହେଲେ ଗୋଷାଣୀ ବ୍ଲକ ତାଟିପେଟି ଗ୍ରାମର ଜଣେ ୩୬ ବର୍ଷ ବୟସ୍କ ଜଣେ ପୁରୁଷ , ସେ ଆନ୍ଧ୍ର ଓ ଓଡ଼ିଶାରେ ଟେକ୍ସି ଚଲାନ୍ତି। ସେହିପରି ଅନ୍ୟ ଜଣେ ହେଲେ ଗୁମ୍ମା ବ୍ଳକ କୁଜାସଂ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ୪୫ବର୍ଷ ବୟସ୍କ ଜଣେ ପୁରୁଷ ଓ ଅନ୍ୟ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ଗୁମ୍ମା ବ୍ଳକ ବାଇଝଲ୍ ପଞ୍ଚାୟତ ଆଶ୍ରୟଗଡ଼ ଗ୍ରାମର । ସେ ମୁମ୍ବାଇରୁ ଫେରିଥିଲେ। ସମସ୍ତଙ୍କ ସ୍ୱାବ ପରୀକ୍ଷାରୁ କରୋନା ପଜିଟିଭ୍ ବାହାରିବା ପରେ ସେମାନଙ୍କୁ କୋଭିଡ୍-୧୯ ହସ୍ପିଟାଲକୁ ପଠାଯାଇଛି ଓ କରୋନା ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା।ସ୍ୟ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ଗଞ୍ଜେଇ ଚାଲଣ କରିବା ଧରା ପଡ଼ିଲେ ୨ ଯୁବକ ଗିରଫ୍।

!!! କନ୍ଧମାଳ ଜିଲ୍ଲା ଚକାପାଦ ରୁ ସୁନୀଲ ଦିଗାଲ ଓ ସଞ୍ଜୟ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଚକାପାଦ) – ଗଂଜେଇ ଚାଲାଣ ରେ ଧରା ପଡିଲେ ୨ ଯୁବକ ଗିରଫ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଡ଼ଙ୍ଗାଗାଁ ଛକ ନିକଟରୁ ଏକ ଇଣ୍ଡିଗୋ କାର ରୁ ନଂ (OR 05 AQ 5143)ଚକାପାଦ ଥାନା ଅଧିକାରୀଙ୍କ ନେତୃତ୍ୱରେ ଦୁଇ ଜଣ ଯୁବକକୁ ଗିରଫ କରିଛି ପୋଲିସ । ତାଙ୍କଠାରୁ ୪୦ କିଲ ୨୦୦ ଗ୍ରାମ ଗଞେଇ ସହ ଗୋଟଏ ଇଣ୍ଡିଗୋ କାର ଜବତ କରାଯାଇଛି। ଦୁଇ ଜଣ ଅଭିଯୁକ୍ତ ଫୁଲବାଣୀ ଗୋପାଳ ସାହି ର ଇବ୍ରାହିମ ଖାନ ଓ ଦାତପାଜୁ ଗ୍ରାମ ର ଘାଷିଆ ପ୍ରଧାନ ବୋଲି ଜଣା ପଡିଛି। ଦୁଇ ଜଣ ଫୁଲବାଣୀ ରୁ ଚକାପାଦ ଦେଇ ଭୁବନେଶ୍ୱର ଗଜାଈ ନେଇ ଯାଇଥିବା ବେଳେ ଡାଙ୍ଗ ଗାଁ ଛକ ନିକଟରେ ଗିରଫ କରି କେଶ ନଂ ୨୪/୨୦ ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ ଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ତରୁଣ ତପନ ବେହେରା ସୂଚନା ଦେଇଛନ୍ତି।

ଲୋକଙ୍କ ରୋଜଗାର ନିଶ୍ଚିତ କରିବାକୁ ଅଂଟା ଭିଡ଼ିଲେଣି ରାଜେନ୍ଦ୍ର।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – କୋବିଡ଼ 19ର ସଂକ୍ରମଣ କୁ ରୋକିବା ପାଇଁ ସରକାରଙ୍କର ଦ୍ୱାରା ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟର ଲକଡାଉନ ଘୋଷଣ କରାଯାଇଛି । ଆରମ୍ଭରୁ ଘୋଷଣା ହେଇଥିବ ଏହି ଲକଡାଉନ ଫଳରେ ମୁଖ୍ୟତଃ ଗରିବ ଖଟିଖିଆ ଶ୍ରମିକ ମାନଙ୍କର ଜୀବନ ଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହେଇଥିଲା । କର୍ମକ୍ଷେତ୍ର ସବୁ ବନ୍ଦ ରହିଥିବା କରଣରୁ ଜୀବିକା ହରାଇଥିଲେ ଅନେକ ଶ୍ରମଜୀବୀ । ଯଦିଓ ସରକାର ଏହି ଅସମୟରେ ଗରିବ ଓ ଶ୍ରମିକ ମାନଙ୍କର ସହିତ ଛିଡା ହୋଇ ତାଙ୍କର ସବୁ ପ୍ରକାର ସୁବିଧା କରିଛନ୍ତି ତଥାପି କାମ କରିବା ଲୋକ ଯଦି କାମ ନ କରିବ ତେବେ ଅସୁବିଧା ତ ନିଶ୍ଚୟ ହେବ । ଶ୍ରମିକ ମାନଙ୍କର ଏହି ଅବସ୍ଥାକୁ ହୃଦୟଙ୍ଗମ କରି ରାଜ୍ୟ ସରକଙ୍କର ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇ ଶ୍ରମିକ ଓ ଗରିବ ଲୋକଙ୍କୁ ଜୀବିକା ପାଇଁ ମାଧ୍ୟମ ଯୋଗାଇ ଦିଆଯାଉଛି ।

ଏହିକ୍ରମରେ ନୂଆପଡା ଜିଲ୍ଲା ଖରିଆରରୋଡ଼ NAC ଅଂଚଳରେ ଆଜି ନୂଆପଡା ବିଧାୟକ ତଥା ଜିଲ୍ଲା ଉନ୍ନୟନ କମିଟିର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ଢୋଲକିଆ ନିର୍ମାଣ ଶ୍ରମିକ ଓ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରତ୍ୟକ୍ଷ ଭାବରେ ରୋଜଗାର ପ୍ରଦାନ କରିବାର ମହତ ଉଦେଶ୍ୟ ନେଇ NAC ର ବିଭିନ୍ନ ୱାର୍ଡରେ ଉନ୍ନୟନ ମୂଳକ କାର୍ଯର ଶୁଭାରଂଭ କରିବା ସହିତ ଅନେକ କାର୍ଯର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଏହି ଦୁରଦିନରେ ସବୁବେଳେ ନିଜ ଲୋକଙ୍କର ସହିତ ପ୍ରତକ୍ଷ ଭାବରେ ରହି ଆସିଛନ୍ତି ଓ ବିଗତ ଦିନ ମାନଙ୍କରେ ଏହିଭଳି ଅନେକ ନୂତନ କାର୍ଯର ଶୁଭାରମ୍ଭ କରିସାରିଲେଣି ।

“ପ୍ରଧାନମନ୍ତ୍ରୀ ପ୍ରଶଂସା କରି ଗଲାବେଳେ ଏଠି ବିଜେପି ନେତାଙ୍କ ବୟାନ ବାଜି ସ୍ପୃହଣୀୟ ନୁହେଁ”।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ଅମ୍ପନ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚ ପ୍ରଶଂସା କରୁଥିବା ବେଳେ ମିଳିତ ଭାବେ ଏ ପରିସ୍ଥିତିକୁ ମୁକାବିଲା କରିବା ପରିବର୍ତ୍ତେ ଜଣେ ବିଜେପି ନେତାଙ୍କ ରାଜନୈତିକ ବୟାନବାଜି ସ୍ପୃହଣୀୟ ନୁହେଁ ବୋଲି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ମତବ୍ୟକ୍ତ କରିଛନ୍ତି |
ଶ୍ରୀ ଦାସବର୍ମା କହିଛନ୍ତି ଯେ, ମହାବାତ୍ୟା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିଛନ୍ତି । ଫାଇଲିନ୍‌, ହୁଡହୁଡ୍‌, ତିତ୍‌ଲି, ଫନି ବର୍ତ୍ତମାନ ଅମ୍ପନର ସଫଳ ମୁକାବିଲା କରି ବିଶ୍ୱ, ଦେଶ ଓ ରାଜ୍ୟବାସୀଙ୍କ ଦ୍ୱାରା ରାଜ୍ୟ ସରକାର ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଗଲା ପ୍ରାକୃତିକ ବିପର୍ଯ୍ୟୟ ଫନି ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଏହାର ମୁକାବିଲାରେ ନବୀନ ପଟ୍ଟନାୟକ ସରକାରଙ୍କ ବାତ୍ୟା ବିପର୍ଯ୍ୟୟ ପରିଚାଳନାକୁ ଉଚ୍ଚ ପ୍ରଶଂସା କରିଥିଲେ । ଓଡିଶାର ବାତ୍ୟା ବିପର୍ଯ୍ୟୟ ପରିଚାଳନା ସମଗ୍ର ଦେଶ ପାଇଁ ପଥ ପ୍ରଦର୍ଶକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗଲା କାଲି ପ୍ରଧାନମନ୍ତ୍ରୀ ଓଡିଶା ଆସି ଅମ୍ପନ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଏବଂ ବାତ୍ୟା ପରବର୍ତ୍ତୀ ପରିଚାଳନାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।ବର୍ତ୍ତମାନ ସମୟରେ ରାଜ୍ୟବାସୀ ଦୁଇଟି ବିପର୍ଯ୍ୟୟର ମୁକାବିଲା କରୁଛନ୍ତି । କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ଏଭଳି ଏକ ବିପଦ ସମୟ ଯେଉଁଠି ରାଜ୍ୟବାସୀ ଦୁଇ ଦୁଇଟି ବିପର୍ଯ୍ୟୟର ମୁକାବିଲା କରୁଛନ୍ତି । ସେଠାରେ ଭାରତୀୟ ଜନତା ପାର୍ଟିର ନେତୃମଣ୍ଡଳୀଙ୍କ ରାଜନୈତିକ ବୟାନବାଜୀ ଆଦୌ ଗ୍ରହଣୀୟ କିମ୍ବା ସ୍ଫୃହଣୀୟ ନୁହେଁ । ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ ଦେବା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବା ଶ୍ରୀ ଦାସବର୍ମା କହିଛନ୍ତି ।

କଂଗ୍ରେସ କାର୍ଯ୍ୟାଳୟରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ।

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଛି।
ଏହିକାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ପାରଳା ପୌର ପରିଷଦର ପୂର୍ବତନ କାଉନସିଲର ବିଷ୍ଣୁ ପାଢୀ , କୁନା ମାଝି , ସାଇ ପାଣିଗ୍ରାହୀ , ବାବୁଲି ସାହୁ ପ୍ରମୁଖ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଦେଶରେ ବ୍ୟାପିଥିବା କରୋନ ଭୁତାଣୁ ଯୋଗୁଁ ସାମାଜିକ ଦୂରତା ରକ୍ଷା କରି ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

କାଶୀନଗର ଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ ୪,୮୩,୭୫୧ ଟଙ୍କା।

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସଂପ୍ରତି ରାଜ୍ୟରେ କରୋନା ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗଜପତି ଜିଲ୍ଲାର କାଶୀନଗର ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ୪,୮୩,୭୫୧ (ଚାରି ଲକ୍ଷ ତେଆଅଶୀ ହଜାର ସାତଶହ ଏକାବନ) ଟଙ୍କା ପ୍ରଦାନ କରାଯାଇଛି।

ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦେଶ କ୍ରମେ ବ୍ଳକର ବିଭିନ୍ନ ବର୍ଗର ଶିକ୍ଷକ , ଶିକ୍ଷୟିତ୍ରୀ ଓ କର୍ମଚାରୀଗଣ ଗୋଟିଏ ଦିନର ଦରମା ଅର୍ଥରାଶି ପ୍ରଦାନ କରିଛନ୍ତି। ପ୍ରାଥମିକ , ଉଚ୍ଚ ପ୍ରାଥମିକ ଓ କାର୍ଯ୍ୟାଳୟର କର୍ମଚାରୀ ମିଳିତ ଭାବେ ୩,୪୮,୬୦୦ ଟଙ୍କା ଶିକ୍ଷା ସହାୟକ ,ଗଣ ଶିକ୍ଷକ ଓ ଜିଲ୍ଲା ପରିଷଦ ଶିକ୍ଷକ ମିଳିତ ଭାବେ ୯,୬୩୫ଟଙ୍କା ଏକ୍ସ କେଡ଼େର ଶିକ୍ଷକ ୪୭, ୮୧୬ ଟଙ୍କା ଏବଂ ବ୍ୟକ୍ତିଗତ ଭାବେ ଶିକ୍ଷକ , ଶିକ୍ଷୟିତ୍ରୀ ୭୭,୭୦୦ଟଙ୍କା ଏହିପରି ସମୁଦାୟ ୪, ୮୩, ୭୫୧ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି।

କାଶୀନଗର ବ୍ଳକ ଶିକ୍ଷା ଅଧିକାରୀ ଡ଼.ବୃଷକେତୁ ଦାଶ ଏହି ଅର୍ଥରାଶି ଚେକ୍ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ପ୍ରଦାନ କରିଥିଲେ। ଦାନରାଶି ସଂଗ୍ରହରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଟି. କିଶୋର କୁମାର , ଜେ. କରିୟା ଓ ମୀନା କୁମାରୀ ବେହେରା ସହାୟତା କରିଥିଲେ। ଶିକ୍ଷକ , ଶିକ୍ଷୟିତ୍ରୀଙ୍କ ଏହି ମହତ ଦାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ସାଧୁବାଦ ଜଣାଇଥିଲେ।

ବିଜେଡି ଶାସନକୁ କୋଡିଏ ବର୍ଷ ପୂରଣ ଅବସରରେ, ନବୀନ ବହିରୁ ପଦେ।

ଏଥର ସମ୍ଭାଳ ବ୍ୟୁରୋ – ୨୦୦୦ ମସିହାର ସେହିଦିନ ଯେତେବେଳେ ହେଲିକାପ୍ଟରଟି ଉଡୁଥିଲା, ନିମ୍ନର ପରିସ୍ଥିତି ରଙ୍ଗହୀନ ଓ ତମାସାଚ୍ଛନ୍ନ ଥିଲା l ଜୀବିତ ଲୋକଙ୍କ ସ୍ମୃତିରେ, ସତେ ଯେମିତି ଦ୍ଵିତୀୟ ଥର ପାଇଁ ଆସିଥିଲା ୧୮୬୬ ‘ନଅଙ୍କ ଦୁର୍ଭିକ୍ଷ’ ଯାହା ଏକ ତୃତୀୟାଂଶ ଜନସଂଖ୍ୟାକୁ ପୋଛିଦେଇଥିଲା l ପ୍ରକୃତିର ପ୍ରଚଣ୍ଡ କ୍ରୋଧ ସହିତ ଚରମ ପ୍ରଶାସନୀୟବିଶୃଙ୍ଖଳା, ରାଜ୍ୟ ଓ ତା’ର ଜନସାଧାରଣଙ୍କୁ ପଙ୍ଗୁ କରିସାରିଥିଲା l ବାତ୍ୟାର କିଛି ସପ୍ତାହ ପରେ, ରାଜନେତାମାନେ ଲଜ୍ଜ୍ୟାହୀନ ଭାବେ ଖୁଦ୍ରାପିକ୍ଷୁଦ୍ର କଥାରେ କଳହରତ ରହି ପ୍ରଶାସନକୁ ପଣବନ୍ଦୀ ରଖିଥିଲେ l ଯେତେବେଳେ କାର୍ଯ୍ୟନିର୍ବାହୀ କଂଗ୍ରେସର ମୁଖ୍ୟମନ୍ତ୍ରୀ ଟଳମଳ ହେଉଥିଲେ, ଠିକ ସେତିକିବେଳେ ଦଳର ବରିଷ୍ଠ ସହକର୍ମୀମାନେ ଦିଲ୍ଲୀକୁ ଅର୍ଜି ଧରି ଦୌଡୁଥିଲେ ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ l ଏହି ଅରାଜକତାର ସୁବିଧା ଉଠାଇ ସେମାନେ ମୁଖ୍ୟମନ୍ତ୍ରୀ ହେବାର ବ୍ୟକ୍ତିଗତ ଆକାଂକ୍ଷାକୁ ଚରିତାର୍ଥ କରିବାକୁ ସଦାଚେଷ୍ଟିତ ଥିଲେ l ବଞ୍ଚି ଯାଇଥିବା ଜନତାଙ୍କ ପାଖରେ ଠିକ ସମୟରେ ରିଲିଫ ପହଞ୍ଚିପାରିଲାନାହିଁ l ହଜାର ହଜାର ଲୋକ ଭୋକ ଓ ଉପାସରେ ରହିଲେ, ଯେହେତୁ ରାଜ୍ୟ ପ୍ରଶାସନ ଅପ୍ରସ୍ତୁତ ଅବସ୍ଥାରେ ଏହି ବିପତ୍ତିକୁ ସାମ୍ମା କରୁଥିଲା l ସରକାର ତା’ର ଦାୟିତ୍ୱକୁ ପରିହାର କରିଥିଲା, ଯାହାକି ପ୍ରଜାମାନଙ୍କୁ ପରିହାର କରିବା ସଙ୍ଗେ ସମାନ l ସେତେବେଳେ ରାଜନୀତି ଓ କୁଟିଳତା ରଙ୍ଗମଞ୍ଚର କେନ୍ଦ୍ରସ୍ଥଳରେ ଥିଲା ଓ ଜନତାଙ୍କୁ ଜୀବନ ନିର୍ବାହର ପନ୍ଥା ଖୋଜିବାକୁ ପଡିଥିଲା l ସେମାନେ ଆକାଶକୁ ଚାହିଁ ରହୁଥିଲେ କିଛି ଐଶ୍ୱରିକ ସାହାଯ୍ୟ ପାଇଁ l ଯେତେବେଳେ ଦୂର ଦିଗବଳୟରେ ଏକ ହେଲିକାପ୍ଟର ସନ୍ତର୍ପଣରେ ଆଗେଇ ଆସିଲା l ହେଲିକାପ୍ଟରରେ ପାଖାପାଖି ୫o ବର୍ଷୀୟ ଜଣେ ଡେଙ୍ଗା, ପତଳା ବ୍ୟକ୍ତି, ନୀରବରେ ପାଇଲଟ ପାଖଆଗ ଆସନରେ ବସିଥିଲେ l ଯାତ୍ରା ଆରମ୍ଭରେ କିଛି ସୌହାର୍ଦ୍ଧପୂର୍ଣ୍ଣ ଶବ୍ଦ ବ୍ୟତୀତ ଆଉ କିଛି କଥାବାର୍ତ୍ତା ନ ଥିଲା l ସେ ବ୍ୟକ୍ତିଜଣକ ମଣ୍ଡଦିୟା ଧଳା ପଞ୍ଜାବୀ ଓ ପାଇଜାମାରେ ବେଳେବେଳେ ତାଙ୍କ ଗୋଡଟିକୁ ପ୍ରସାର କରୁଥିଲେ, ବୋଧେ ଆଗକୁ ଥିବା ହତଉତ୍ସାହରେ ପରିପୂର୍ଣ୍ଣ ଆହ୍ୱାନକୁ ସେ ନୀରବର ସହ ଭାବୁଥିଲେ l ନବୀନ ପଟ୍ଟନାୟକ ଧ୍ୟାନସ୍ଥ ହେବାର କାରଣ ଥିଲା l ଯେକି ଜଣେ ଅଜଣା ବ୍ୟକ୍ତି ଥିଲେ l ସେ ପୁଣି ତାଙ୍କ ପୌଢ ବୟସର ସବୁତକ ସମୟ ଓଡିଶା ବାହାରେ କଟାଇଥିଲେ l ଓଡ଼ିଆ କହି ଜାଣୁ ନଥିଲେ ଓ ମୋଟାମୋଟି ଭାବରେ ଓଡ଼ିଶାର ଇତିହାସ, ସଂସ୍କୃତି, ପରମ୍ପରା, ବିଧିବିଧାନ ପ୍ରଭୃତିକୁ ଅଚିହ୍ନl ଥିଲେ l  ତା ‘ସତ୍ୱେ ସେ ପ୍ରଚାର ପଥରେ ଥିଲେ ଓ ଆଶା କରୁଥିଲେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ l ଯେଉଁ ରାଜ୍ୟ ଅଳ୍ପଦିନ ତଳେ ଏକ ବିରାଟ ଦୁଃଖଦ ଘଟଣା ଦେଇଯାଇଛି l

କରୋନା ପାଇଁ ୧୨ ହଜାର ଟଙ୍କା ଦାନ କଲେ ଦାରା ସିଂ ।

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (କେନ୍ଦୁଝର) – କରୋନା ର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦେଶବାସୀଙ୍କ ଠାରୁ ଅର୍ଥଦାନ ମାଗିଛନ୍ତି । ଆଉ ଏହି ଖବର ପାଇ ଗ୍ରାହାମଷ୍ଟେନ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଆଜି ନିଜ ଓକିଲ ସହାୟତାରେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କୁ ନିଜ ପାରିଶ୍ରମିକ ପଇସା ରୁ ଛଅ , ଛଅ ହଜାର କରି ଦାନ କରିଛନ୍ତି । ଏଥି ନିମନ୍ତେ ସେ ବହୁ ପୂର୍ବରୁ କେନ୍ଦୁଝର ଜେଲ ଅଧିକ୍ଷକଙ୍କୁ ଅନୁମତି ମାଗିଥିଲେ । ଯାହାକୁ ନେଇ ଜେଲ ଡିଜି ଅନୁମତି ଦେବା ପରେ ଆଜି କେନ୍ଦୁଝର ଜେଲ ଅଧିକ୍ଷକ ଦାରାଙ୍କ ଓକିଲଙ୍କୁ ନଗଦ ୧୨ ହଜାର ଟଙ୍କା ଦେଇଥିଲେ । ଯାହାକୁ ସେ ଉଭୟ ସରକାରଙ୍କ ରିଲିଫ ଫଣ୍ଡ ରେ ଦାଖଲ କରିଛନ୍ତି । ଦାରା ସିଂ ଏବେ କେନ୍ଦୁଝର ଜେଲରେ ଆଜିବନ ସଜା କାଟୁଛନ୍ତି ।