କରନା ସମୟରେ ଖଟିଖିଆ ଏବଂ ଗରୀବ ଯାଯାବର ଙ୍କୁ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ଦଳ ର ଖାଦ୍ୟ ବଣ୍ଟନ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଜପତି) – କରନା ସମୟରେ ଖଟିଖିଆ ଏବଂ ଗରୀବ ଯାଯାବର ଙ୍କୁ ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ କିଛି ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ଦଳ ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଜାରି ରଖିଛନ୍ତି ।ଏହି ପ୍ରକ୍ରିୟାରେ ୨୯.୦୩.୨୦ ସନ୍ଧ୍ୟା ୦୫ ଘଣ୍ଟା ସମୟରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜୟ ଅଫ ଗିଭିଂ ସଂସ୍ଥାର ମୁଖ୍ୟ ଶ୍ରୀ ନିହାର ପଣ୍ଡାଙ୍କ ଉପସ୍ଥିତିରେ କିଛି ବିସ୍କୁଟ ପେକେଟ ଓ ପାନୀୟ ଜଳ ବୋତଲ ଗରିବ ଲୋକଙ୍କୁ ବଣ୍ଟନ ପାଇଁ ଯୋଗାଇ ଦିଆଯାଇଛି ।ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ବସନ୍ତ କୁମାର ଦାସ , ନଗର ବିଜେଡି ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରାଜଗୁରୁ ,ମହିଳା କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସଂଯୁକ୍ତା ବେହେରା , ରାଜେନ୍ଦ୍ର ବେହେରା , ବାବୁଲା ବେହେରା , ପ୍ରଦିପ ବୁଜି , ପ୍ରବିନ ଏବଂ ଅନେକ ଯୁବ କର୍ମୀ ଉପସ୍ଥିତ ରେ ଏହି ବଣ୍ଟନ କାର୍ଯ୍ୟ ସମାପନ କରାଯାଇଛି । ଦଳପକ୍ଷ ରୁ ଗ୍ରହଣ କରାଯାଇଥିବା ଏଭଳି ସେବାମୂଳକ କାର୍ଯ୍ୟକ୍ରମ କୁ ସଧାରଣରେ ଭୁୟସୀ ପ୍ରଶଂସା କରାଯାଇଛି ।

ବାହାର ରାଜ୍ୟ ରୁ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଆସି ଲକଡାଉନ ରେ ଫସି ଯାଇଥିବା ପରିବାରଙ୍କୁ ରାଜଗାଙ୍ଗପୁର ବିଧାୟକ ଙ୍କ ସାହାଯ୍ୟ !

!!! ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) -ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଭଳି ବିଭିନ୍ନ ରାଜ୍ୟ ରୁ ନିଜ ପେଟ ପାଟଣା ପାଇଁ ଆସି କାନ ସଫା, କଇଁଚି ଧାର ଭଳି କାର୍ଯ୍ୟ କରି ନିଜ ପରିବାର ପତି ପୋଷଣ କରୁଥିବା ବହୁ ପରିବାର ଲକ ଡାଉନ ଯୋଗୁଁ ରାଜଗାଙ୍ଗପୁର ରେ ଫସି ରହିଛନ୍ତି ! ଏହି ପରିବାରଙ୍କୁ ରାଜଗାଙ୍ଗପୁର ବିଧାୟକ ଡ଼କ୍ଟର ସି ଏସ ରାଜନ ଏକ୍କା ଶୁକ୍ରବାର ଦିନ ସାହାଯ୍ୟ ଓ ସହାନୁଭୂତି ପ୍ରଦାନ କରିଥିଲେ ! ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ବହୁ ପରିବାର ଓଡିଶା କୁ ଆସି କାନ ସଫା ଓ କଇଁଚି ଧାର କରି ନିଜ ପରିବାର ପ୍ରତି ପୋଷଣ କରି ଆସନ୍ତି ! କୋରୋନା ଭାଇରସ ପାଇଁ ସେମାନେ କିଛି ଦିନ ହେଲା ରାଜଗାଙ୍ଗପୁର ଷ୍ଟେସନ, ବଜାର ଦାଣ୍ଡ, ଓ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ! ସେମାନଙ୍କ ଖାଦ୍ୟ ପେୟ ଅସୁବିଧା, ଓ ତାଙ୍କ ଗନ୍ତବ୍ୟ ସ୍ଥାନକୁ ଯିବାର ଥିବା ଅସୁବିଧା ଶୁଣିବା ପରେ ରାଜଗାଙ୍ଗପୁର ବିଧାୟକ ଡକ୍ତର ରାଜନ ଏକ୍କା ତାଙ୍କ ପାଖକୁ ପହଁଚି ଶୁକ୍ରବାର ଦିନ ରନ୍ଧା ଖାଦ୍ୟ ସହ ପାଣି ବୋତଲ ଯୋଗାଇ ଦେବା ସହିତ ସେମାଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳ ରେ ପହଂଚାଇବା ପାଇଁ ପ୍ରତିଶୃତି ଦେଇଛନ୍ତି !ବିଧାୟକ ଙ୍କ ଅସହାୟ ଙ୍କ ପ୍ରତି ସହାନୁଭୂତି ପଦକ୍ଷେପ କୁ ସାଧାରଣ ରେ ପ୍ରଶଂସା କରାଯାଇଛି !

ଆଇରନ ଏଣ୍ଡ ଷ୍ଟିଲ ଲିମିଟେଡ଼ ପ୍ଲାଣ୍ଟ କାର୍ଯ୍ୟରତ ଶତାଧିକ କର୍ମଚାରୀଙ୍କର ୪ମାସର ଦରମା ବକେୟା ପୈଠ ହୋଇନଥିବା ଏପରିକି ପ୍ରାୟ ୪ ବର୍ଷ ର ଇ.ଏସ.ଆଇ ଓ ଇ.ପିଏ.ଫ୍ ଟଙ୍କା ଜମା ହୋଇନଥିବା ଅଭିଯୋଗ ।

!!! ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ରାଜ୍ୟରେ ସମ୍ପ୍ରତି ଦେଖା ଦେଇଥିବା କରନା ପରିସ୍ଥିତିରେ ସରକାରୀ ଏବଂ କମ୍ପାନୀ କର୍ମଚାରୀ ଙ୍କୁ ଆଗୁଆ ଦରମା ପ୍ରଦାନର ନିଷ୍ପତି ସରକାର ଗ୍ରହଣ କରିଥିବା ବେଳେ ରାଜଗାଙ୍ଗପୁର ସ୍ଥିତ ଓସିଏଲ ଆଇରନ ଏଣ୍ଡ ଷ୍ଟିଲ ଲିମିଟେଡ଼ ପ୍ଲାଣ୍ଟ କାର୍ଯ୍ୟରତ ଶତାଧିକ କର୍ମଚାରୀଙ୍କର ୪ମାସର ଦରମା ବକେୟା ପୈଠ ହୋଇନଥିବା ଏପରିକି ପ୍ରାୟ ୪ ବର୍ଷ ର ଇ.ଏସ.ଆଇ ଓ ଇ.ପିଏ.ଫ୍ ଟଙ୍କା ଜମା ହୋଇନଥିବା ଅଭିଯୋଗ ହୋଇଛି । ସଂକ୍ରମିତ କୋରୋନା ପାଇଁ ସମଗ୍ର ଦେଶ ଲାକଡାଉନ ଅବସ୍ଥାରେ ଥିବା ବେଳେ ହାଉସିଙ୍ଗ କଲୋନୀ ରେ ପ୍ରାୟ ୨ କୋଟି ଟଙ୍କାର ବୀଜୁଳି ଦେୟ ବକେୟା ଥିବାରୁ ୱେସ୍କୋ ତରଫରୁ ବିଜୁଳିକାଟ କରାଯାଇଛି । ଏହି ବିଷୟ ନେଇ କର୍ମଚାରୀ ମାନେ ରାଜଗାଙ୍ଗପୁର ବିଧାୟକ ଡ଼:ସି ଏସ ରାଜନ ଏକ୍କା ଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ପରେ ଡ଼:ରାଜନ ଏକ୍କା ଘଟଣାର ତଦନ୍ତ ନିମନ୍ତେ ତୁରନ୍ତ ପ୍ଲାଣ୍ଟ ରେ ପହଞ୍ଚିଥିଲେ । ଏଠାରେ କୌଣସି ଅଧିକାରୀ ଉପସ୍ଥିତ ନଥିବା ଜାଣିବାକୁ ପାଇ ପର୍ଚେଜ ଡିପାର୍ଟମେଣ୍ଟ ର ଶ୍ରୀ ଆନନ୍ଦ କୁମାର ଏବଂ ପ୍ରଡକସନ୍ ଜି.ଏମ୍ ଶ୍ରୀ ସଞ୍ଜୟ ସିଂ କୁ ତାଗିଦ କରିବା ସହିତ ତୁରନ୍ତ କର୍ମଚାରୀ ମାନଙ୍କୁ ଅତିକମରେ ଦେଢମାସର ବକେୟା ଦରମା ଦେବାପାଇଁ ନିର୍ଦ୍ଧେଶ ଦେଇଛନ୍ତି ।