ସରକାରଙ୍କର ନିୟମ କୁ ପୁଞ୍ଜିପତି କାରଖାନା ମାଲିକମାନଙ୍କ ର ବେଖାତିର।

!!! ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ସରକାରଙ୍କର ନିୟମ କୁ ପୁଞ୍ଜିପତି କାରଖାନା ମାଲିକମାନଙ୍କ ର ବେଖାତିର ମନୋଭାବ ନୋଭେଲ କୋରୋନା ( କୋଭିଡ୧୯) ଯୁଦ୍ଧ ରେ ଦେଶର ସାଧାରଣ ଜନତାଙ୍କ ର ସୁରକ୍ଷା ଏବଂ ବିଜୟକୁ ସରକାର ଲକ୍ଷ୍ୟ ରଖି ସାରା ଦେଶକୁ ଲକଡାଉନ ଘୋଷଣା କରିଥିବା ବେଳେ ସୁନ୍ଦରଗଡ ଜିଲ୍ଲା ର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାମାବାହାଲ,ବୁଢ଼ାକଟା, ଗଙ୍ଗାଜଳ ରେ ଥିବା ସ୍କାନଷ୍ଟିଲ ଏବଂ ସୁରଜ ପ୍ରଡକ୍ଟ ଲିମିଟେଡ଼ର ପୁଞ୍ଜିପତି ମାଲିକ ନିଜ କାରଖାନା ର ଗରୀବ କର୍ମଚାରୀ ଙ୍କୁ ଯିଏ କାମକୁ ନଆସିବ ତାକୁ ଚାକିରୀ ରୁ ବହିଷ୍କାର କରିଦିଆଯିବ ବୋଲି ଧମକ ଦେଇ ଉତ୍ପାଦନ କାର୍ଯ୍ୟ ଜାରୀରଖିଥିବା ସ୍ଥାନୀୟ ଗ୍ରାମବାସୀମାନେ ସୂଚନା ଦେଇଥିବା ବେଳେ ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀ ମଙ୍ଗଳା କିଷାନ ଙ୍କର ଲିଖିତ ବିବୃତି ଟାଉନ ବିଜେଡି ର ପୂର୍ବତନ ସଭାପତି ଶ୍ରୀ ଅମରେଶ ପଣ୍ଡା ସ୍ଥାନୀୟ ଗଣମାଧ୍ୟମ କୁ ସୂଚନା ଦେଇଥିଲେ, ଯେ ଜିଲ୍ଲାପାଳଙ୍କର ଅନୁମତି ନେଇ କାରଖାନା ଚଲାଉଛନ୍ତି।

ଏଠି ସାଧାରଣ ରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ରାଜଗାଙ୍ଗପୁର ଓସିଏଲ ଭଳି କାରଖାନା ଦେଶକୁ ସହଯୋଗ କରୁଥିବା ବେଳେ ଉକ୍ତ କାରଖାନା ମାଲିକ ଜନତା ଙ୍କର ଜିବନ ଠୁ ବଡ ? ନା ସରକାରଙ୍କଠୁଁ ବଡ଼ ? ଦେଶରେ ଦିନମଜୁରିଆ ନିଜର ରୋଜଗାର ବନ୍ଦକରି,କ୍ଷୁଦ୍ରବ୍ୟବସାୟୀ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦରଖି ଲକଡାଉନ କୁ ସମ୍ମାନ ଦେଉଥିବା ବେଳେ ଜିଲ୍ଲା ପ୍ରଶାସନ କୁ କାରଖାନା ଗୁଡ଼ିକୁ ତୁରନ୍ତ ବନ୍ଦ କରିବାପାଇଁ ବିନମ୍ର ଅନୁରୋଧ କରିଛନ୍ତି।

ବାଲୁଗାଁ ପୋଲିସ ପ୍ରଶାସନ , ଏନ ଏ ସି ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମ ରେ ଜନସଚେତନା ଏବଂ ସାନିଟାଇଜର ସିଞ୍ଚନ !

!!! ବାଲୁଗାଁ ଏନ୍ ଏ ସି ପ୍ରତିନିଧି ଜଗନ୍ ସୁବୁଦ୍ଧି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲୁଗାଁ) – ବିଶ୍ୱ ବ୍ୟାପି କରୋନାରେ ଆତଙ୍କିତ ରହିଥିବା ବେଳେ ପ୍ରତିଷେଧକ ଔଷଧ କିମ୍ବା ଭେକ୍ସିନ ବ୍ୟତୀତ ସାମାଜିକ ଦୂରତା ଓ ପରିମଳ ସ୍ୱଚ୍ଛତା ହିଁ ଏକମାତ୍ର ବିକଳ୍ପ ବୋଲି ଜନସଚେତନତା ଜାଗୃତ କରାଯାଇଛି । ଏଥିନିମନ୍ତେ ସରକାର ସାରା ରାଜ୍ୟରେ ଲକ୍ ଡାଉନ କରିବା ସହ ନିଜକୁ ସୁରକ୍ଷା ପାଇଁ ବାରମ୍ବାର ହାତ ସଫା ସହ ଜନ ଗହଳି ସ୍ଥାନରେ ସାନିଟାଇଜର ସିଞ୍ଚନ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ପରପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍.ଏ.ସି ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସହରରେ ଥିବା ଅଧିକ ଜନ ଗହଳି ସ୍ଥାନରେ ଏବଂ ବଜାର ରେ ସ୍ଥାନୀୟ ଅଗ୍ନିଶମ ବିଭାଗ ସହଯୋଗରେ ସାନିଟାଇଜର ସିଞ୍ଚନ କରାଯାଇଛି । ଆବଶ୍ୟକତା ଦୃଷ୍ଟିରୁ ପ୍ରତ୍ୟେକ ଗୋଟାଏ ଦିନ ବ୍ୟବଧାନ ରେ ଦିନ ୧୧ ଘଣ୍ଟା ସମୟରେ ବାଲୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରାଗଲା। ଏଭଳି ସହରରେ ଆବଶ୍ୟକତା ଥିବା ଜନଗହଳି, ସ୍ୱାସ୍ଥ୍ୟକେନ୍ଦ୍ର, ଦୈନିକ ବଜାର, ସ୍ଥାନୀୟ ଗାନ୍ଧୀ ଛକରେ ସିଞ୍ଚନ ପ୍ରକ୍ରିୟା କରାଯାଇଥିବା ବେଳେ ପ୍ରତିଦିନ ଅପରାହ୍ନରେ ସହରର ସାହି ଗୁଡ଼ିକ ରେ ସିଞ୍ଚନ ପ୍ରକ୍ରିୟା ଚାଲୁ ରହିଛି । ଏହି କାର୍ଯ୍ୟକ୍ରମ ଲକ୍ ଡାଉନ ପର୍ଯ୍ୟନ୍ତ ଜାରି ରହିବ ବୋଲି ବାଲୁଗାଁ ଏନ ଏ ସି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ସହର ର ଜନ ଗହଳି ସ୍ଥାନ ରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଈଁ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଜାରି କରିବା ସହ ଡ଼ାକ ବାଜି ଯନ୍ତ୍ର ମାଧ୍ୟମ ରେ ଜନସାଧାରଣ ଙ୍କୁ ସଚେତନ କରାଯାଉଥିବା ବାଲୁଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରକାଶ କରିଛନ୍ତି ।

ରାଇକିଆ ଓ ବେରେଡାକିଆ ସରପଞ୍ଚ ଙ୍କ ତରଫରୁ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ !

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ରାଇକିଆ ଓ ବେରେଡାକିଆ ସରପଞ୍ଚ ଙ୍କ ତରଫରୁ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଦିଆଯାଇଛି। ସୂଚନା ଥାଉକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଧେସ କ୍ରମେ ଆଜ କୁ ୫ଦିନ ରୁ ଉର୍ଧ୍ୟ ହେବ ଲକଡାଉନ କଡାକଡି କରାଜିବା ଫଲରେ ଗରିବ ଖତିଖିଆ ଲୋକ ଖାଦ୍ୟ ପାଇଁ ଡହଳ ବିକଳ ହେଉଥିବା ବେଳେ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଙ୍କ ସହଯୋଗ ରେ ୨ଗୋଟି ପଞ୍ଛାୟତ୍ ର ସରପଞ୍ଚ ପଞ୍ଛୁ ପ୍ରଧାନ୍,ରଷ୍ମିତା କୁମାରି ପ୍ରଧାନ୍ ମିଳିତ ଉଦ୍ୟମ ରେ ଆଜି ୧୦୦ ରୁ ଉର୍ଧ୍ୟ ଭୋକିଲାଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଜୁ ଯୁବ ବାହିନୀ ର କିଛି ସଦସ୍ୟ ସାହାଯ୍ୟ ସହଯୋଗ କରିଥିଲେ।

ମା’ ଦୂର୍ଗେଶ୍ଵରୀ ଟ୍ରାନ୍ସପୋର୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ସହାୟତା ଅର୍ଥରାଶି ପ୍ରଦାନ !

!!! ରାଜଗାଙ୍ଗପୁର ରୁ ପ୍ରତିନିଧି ରମେଶ ମିଶ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ରାଜଗାଙ୍ଗପୁର ଜାମପାଲି ବାଇପାସ ସ୍ଥିତ ଜୟ ମା’ ଦୂର୍ଗେଶ୍ଵରୀ ଟ୍ରାନ୍ସପୋର୍ଟର ନିର୍ଦ୍ଦେଶକ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ,କର୍ମଚାରୀ ପ୍ରଭାତ କୁମାର ସାମଲ, ବିଶ୍ୱଜିତ ଭୂୟାଁ,ରକି ମିଶ୍ର ଏବଂ ସୁରଜ ସମସ୍ତଙ୍କର ସହମତି କ୍ରମେ ସାରା ବିଶ୍ୱରେ କରାଳ ରୂପ ନେଇଥିବା ମହାମାରୀ କୋରୋନା କୁ ପରାସ୍ତ କରିବା ପାଇଁ ସାରାବିଶ୍ଵ ରେ ୩ୟ ବିଶ୍ଵଯୁଦ୍ଧ ର ରୂପ ନେଇଥିବାବେଳେ ଏହିଭଳି ଏକ ଛୋଟ ବ୍ୟାବସାୟିକ ସଂସ୍ଥା ଏହାକୁ ମୁକାବିଲା କରିବା ପାଇଁ ନିସହାୟ ଏବଂ ଗରିବ ଲୋକମାନଙ୍କ ସହାୟତା ପାଇଁ ୫୧୦୦୦ ଟଙ୍କା (ଏକାବନ ହଜାର) ଟଙ୍କାର ସହଯୋଗ ରାଶି ରାଜଗାଙ୍ଗପୁର ର ପୌରନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସୌରେନ୍ଦ୍ର କୁମାର ରାଉତରାୟ ଙ୍କୁ ପ୍ରଭାତ ସାମଲ ଏବଂ ବିଶ୍ୱଜିତ ଭୂୟାଁ ଚେକ ମାଧ୍ୟମରେ ପ୍ରଦାନ କରିଥିଲେ ।

ମହମବତୀ ଓ ଦୀପ ଲଗାଇ ଏକତା ର ପ୍ରଦର୍ଶନ କଲେ ଗୁଣପୁର ବାସୀ !

!!! ଗୁଣୁପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ସହର ରେ ବସବାସ କରୁଥିବା ସମସ୍ତ ପରିବାର ଲୋକେ ଭାରତ ର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ବାନକ୍ରମେ ଗତକାଲି ଅର୍ଥାତ ରବିବାର ଦିନ ରାତି ୯ ଘ. ଠାରୁ ୯.୦୯ଘ. ମିନିଟ ପର୍ଯ୍ଯନ୍ତ ସ୍ବେଛାକୃତ ଭାବେ ନିଜ ନିଜ ଘର ର ଲାଇଟ୍ ବନ୍ଦ କରି ନିଜ ବାଲକୋନୀରେ , ନିଜ ଦୁଆର ମୁହଁରେ , ମହମବତୀ ଦୀପ ଓ ଟର୍ଚ୍ଚ ଲାଇଟ ଲଗାଇବା ବେଳେ ଅନ୍ୟ କେତେକ ମୋବାଇଲ ଲାଇଟ୍ ଜଳାଇ କରୋନା ବିରୁଦ୍ଧରେ ଏକତାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଏହି ଆହ୍ୱାନ କୁ ସମ୍ମାନ ଜଣାଇ ନିଜକୁ ଏଥିରେ ସାମିଲ କରି ଏହାର ମୁକାବିଲା ପାଇଁ ଆମ୍ଭେ ପ୍ରତିବଦ୍ଧ ବୋଲି ଜଣାଇଛନ୍ତି ଗୁଣୁପୁର ବାସୀ ।

ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ କୁ ସମ୍ମାନ ଜଣାଇ ନିଜ ଦୁଆରେ ଦୀପ ଓ ମହମବତୀ ଜାଳିଲେ ବାଲୁଗାଁ ବାସୀ !

!!! ବାଲୁଗାଁ ଏନ୍.ଏ.ସି  ପ୍ରତିନିଧି ଜଗନ୍ ସୁବୁଦ୍ଧି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲୁଗାଁ) – ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହର ରେ ବସବାସ କରୁଥିବା ସମସ୍ତ ପରିବାର ଲୋକେ ଭାରତ ର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ବାନକ୍ରମେ ଗତକାଲି ଅର୍ଥାତ ରବିବାର ଦିନ ରାତି ୯ ଘ. ଠାରୁ ୯.୦୯ଘ. ମିନିଟ ପର୍ଯ୍ଯନ୍ତ ସ୍ବେଛାକୃତ ଭାବେ ନିଜ ନିଜ ଘର ର ଲାଇଟ୍ ବନ୍ଦ କରି ନିଜ ବାଲକୋନୀରେ , ନିଜ ଦୁଆର ମୁହଁରେ , ମହମବତୀ ଦୀପ ଓ ଟର୍ଚ୍ଚ ଲାଇଟ ଲଗାଇବା ବେଳେ ଅନ୍ୟ କେତେକ ମୋବାଇଲ ଲାଇଟ୍ ଜଳାଇ କରୋନା ବିରୁଦ୍ଧରେ ଏକତାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଏହି ଆହ୍ୱାନ କୁ ସମ୍ମାନ ଜଣାଇ ନିଜକୁ ଏଥିରେ ସାମିଲ କରି ଏହାର ମୁକାବିଲା ପାଇଁ ଆମ୍ଭେ ପ୍ରତିବଦ୍ଧ ବୋଲି ଜଣାଇଛନ୍ତି ବାଲୁଗାଁ ବାସୀ ।

ଗୁଣପୁର ର ଜନ ଗହଳି ସ୍ଥାନ ରେ ପ୍ରତିଦିନ ସାନିଟାଇଜର ସିଞ୍ଚନ କୁ ଦିଆଯାଉଛି ଗୁରୁତ୍ୱ !

!!! ଗୁଣୁପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ବିଶ୍ୱ ବ୍ୟାପି କରୋନାରେ ଆତଙ୍କିତ ରହିଥିବା ବେଳେ ପ୍ରତିଷେଧକ ଔଷଧ କିମ୍ବା ଭେକ୍ସିନ ବ୍ୟତୀତ ସାମାଜିକ ଦୂରତା ଓ ପରିମଳ ସ୍ୱଚ୍ଛତା ହିଁ ଏକମାତ୍ର ବିକଳ୍ପ ବୋଲି ଜନସଚେତ ଜାଗୃତ କରାଯାଇଛି ।ଏଥିନିମନ୍ତେ ସରକାର ସାରା ରାଜ୍ୟରେ ଲୋକ୍ ଡାଉନ କରିବା ସହ ନିଜକୁ ସୁରକ୍ଷା ପାଇଁ ବାରମ୍ବାର ହାତ ସଫା ସହ ଜନ ଗହଳି ସ୍ଥାନରେ ସାନିଟାଇଜର ସିଞ୍ଚନ ଉପରେ ଗୁରୁତ୍ୱ ଦେଉଛନ୍ତି।ଏ ପରପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ ପ୍ରଶାସନ ପକ୍ଷରୁ ସହରରେ ଥିବା ଅଧିକ ଜନ ଗହଳି ସ୍ଥାନରେ ଏବଂ ବଜାର ରେ ସ୍ଥାନୀୟ ଅଗ୍ନିଶମ ବିଭାଗ ସହଯୋଗରେ ସାନିଟାଇଜର ସିଞ୍ଚନ କରାଯାଇଛି । ଆବଶ୍ୟକତା ଦୃଷ୍ଟିରୁ ଗତକାଲି ସନ୍ଧ୍ୟା ୫ ଘଣ୍ଟା ସମୟରେ ଗୁଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରାଗଲା। ଏଭଳି ସହରରେ ଆବଶ୍ୟକତା ଥିବା ଜନଗହଳି, ସ୍ୱାସ୍ଥ୍ୟକେନ୍ଦ୍ର, ଦୈନିକ ବଜାର, ସ୍ଥାନୀୟ ଛକରେ କରାଯାଇଥିବା ବେଳେ ପ୍ରତିଦିନ ଅପରାହ୍ନରେ ସହରରେ ଏକଘଣ୍ଟା ପାଇଁ ସିଞ୍ଚନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଗୁଣପୁର ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ଅଗ୍ନିଶମ ବିଭାଗ ଅଧିକାରୀ ଏସ୍ ଲାଲାଜି ଉପସ୍ଥିତ ରହି ପରିଚାଳନା କରିଥିଲେ ।

ଯୁବ ସମାଜସେବୀ ଙ୍କ କାର୍ଯ୍ୟ କୁ ସାଧାରଣ ରେ ଭୁୟସୀ ପ୍ରଶଂସା !

!!! ଗୁଣୁପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – କରୋନା ସଂକ୍ରମଣ କୁ ପ୍ରତିହତ କରିବା ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ସହ ପରିବେଶ ସ୍ଵଛତା ରଖିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱଚ୍ଛ ଗୁଣପୁର ସୁନ୍ଦର ଗୁଣପୁର ବୋଲି ନାରା ଦେଇ ବାହୁସ୍ପଟ ମାରୁଥିବା ଗୁଣପୁର ପୋୖର ପାରିଷଦ କିନ୍ତୁ ଏଥିପ୍ରତି ନଜର ନଥିବା ସଧାରଣରେ ଅଭିଯୋଗ ହେଉଛି ।ଏଥିପାଇଁ ସ୍ଥାନୀୟ 2ନଂ ୱାର୍ଡ ର କିଛି ସମାଜସେବୀ ଯୁବକ ଲଛମାନ ଢେପ ଏବଂ ପା ନି ଆ କଟା ସାହିର ନାର୍ଦ୍ଦମା ସଫା କରି ଉଦାହରଣ ସୃଷ୍ଟି କରିଛନ୍ତି । ଯୁବକଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ଭୁୟସୀ ପ୍ରସଂସା କରିଛନ୍ତି ।

ଲକ ଡାଉନ ର ୧୦ମ ଦିବସରେ ଗୁଣପୁର ସହର ମଧ୍ୟରେ ବୁଲୁଥିବା ଗାଈ ଓ ଗୋରୁ ଙ୍କ ତୃଷା ନିବାରଣ ନିମନ୍ତେ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଖାଦ୍ୟ ବଣ୍ଟନ !

!!! ଗୁଣୁପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ଅଂଚଳରେ ଗ୍ରୀଷ୍ମ ର ତାତି କୁ ଦେଖି କରୋନା ଲକ ଡାଉନ ର ୧୦ମ ଦିବସରେ ଏଠାରେ ବୁଲୁଥିବା ଗାଈ ଓ ଗୋରୁ ଙ୍କ ତୃଷା ନିବାରଣ ନିମନ୍ତେ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଅରୁଣ ପାଢ଼ୀ, କାର୍ଯ୍ୟକାରୀ ସଭାପତି ସୂର୍ୟ୍ଯା ପ୍ରକାଶ ପଟ୍ଟନାୟକ, ଉପସଭାପତି ପ୍ରେମ କର ଓ ବରିଷ୍ଠ ସାମ୍ବାଦିକ ଦୀପକ କୁମାର ବେହେରା(ସୁନା) ଙ୍କ ତତ୍ୱାବଧାନ ରେ ଖୁଦ ଓ କୁଣ୍ଡା ଖାଇବାକୁ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ଆବାହକ ଶକ୍ତି ଦାଶ ଙ୍କ ସମେତ ସଦସ୍ୟ ସନ୍ତୋଷ କୁମାର ଗୁରୁ, ମାଧବ ବିଡ଼ିକା, ସୁନୀଲ ସାବତ, ସନ୍ତୋଷ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିବା ବେଳେ ସାମାଜ ସେବୀ ରାଧାକାନ୍ତ ପଣ୍ଡା ସହଯୋଗ କରିଥିଲେ । ଆଗାମୀ ଦିନରେ ମଧ୍ଯ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସଂଘ ର ସଭାପତି ସୂଚନା ଦେଇଛନ୍ତି।

ଲକ୍ ଡାଉନ ସମୟରେ ମନ୍ଦିର ରେ ହୋମ ଯଜ୍ଞ କରି ୪ ଗିରଫ !

!!! ରାୟଗଡ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା (ସୁନା) ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – କରୋନା ସଂକ୍ରମଣ ଯୋଗୁଁ ମନ୍ଦିରରେ ସମୂହ ପୂଜାର୍ଚ୍ଚନା ବନ୍ଦ କରିବା ଲାଗି ସରକାର ଙ୍କର କଡା ନିର୍ଦ୍ଦେଶ ଥିବା ସତ୍ତ୍ୱେ ଶ୍ରୀ ରାମ ନବମୀ ଅବସରରେ ଗୁଣପୁର ଶ୍ରୀ ରାମ ମନ୍ଦିର ପରିସରରେ ୧ଘଣ୍ଟା୧୫ ମିନିଟ ସମୟରେ ସ୍ଥାନୀୟ ଲୋକଙ୍କୁ ଏକାଠି କରି ହୋମ,ଯଜ୍ଞ ଓ ପୂଜା କରୁଥିବା ଅଭିଯୋଗରେ ଗୁଣପୁର ପୋଲିସ ରାମନାଗୁଡା ଆର,କେ,ନଗର ବାସିନ୍ଦା କିଶୋର ବେହେରା ପିତା ବଳରାମ ବେହେରା,ସଦାନନ୍ଦ ମହାନ୍ତି ପିତା କାଳିଆ ମହାନ୍ତି, ଗୁଣପୁର କରାବାଙ୍କ ଅଧିବାସୀ ବାବୁଲି ନାୟକ ପିତା ରାମେଶ୍ୱର ନାୟକ ଏବଂ ଇପିଲି ସାନ୍ତା ପ୍ରସାଦ ପିତା ଆଇ,କ୍ରିଷ୍ଣା ମୂର୍ତ୍ତି ଙ୍କ ନାମରେ ଗୁଣପୁର ଥାନା କେସ ନଂ୫୩/୨0 କ୍ରମେ ଭାରତୀୟ ପିଙ୍ଗଳ କୋଡ଼ ର ଧାରା୧୮୮/୨୬୯/୨୭୦/୩୪,ଆର,ଡବ୍ଲ୍ୟୁ ଧାରା ୩ ସଂକ୍ରମିତ ରୋଗ ଆଇନ ୫୧(ଖ)ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ କେସ ନମୋଦ କରିଥିବା ଥାନା ଅଧିକାରୀ ପ୍ରଧାନ ସୂଚନା ଦେଇଛନ୍ତି ।