ଟ୍ରାଫିକ ସମସ୍ୟା ବଢ଼ାଉଛି ରାସ୍ତା କଡର ଉଠା ଦୋକାନ ।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଗୁଣପୁର) – କରୋନା ସଂକ୍ରମଣ ଠାରୁ ଜନସାଧାରଣ ଙ୍କୁ ସୁରକ୍ଷିତ ରଖିବା ଦାୟିତ୍ବ ନେଇ ସରକାରଙ୍କ ପକ୍ଷରୁ ସାମାଜିକ ଦୁରତାକୁ ବଜାୟ ରଖିବା ନିମନ୍ତେ ଅନୁରୋଧ କରିବା ସହ ନିୟମକୁ କଡ଼ାକଡ଼ି କରାଯାଇଛି । ଏହାକୁ ଆଖିରେ ଆଗରେ ରଖି ରାୟଗଡା ଜିଲ୍ଲା ଗୁଣପୁର ପୋୖର ପରିଷଦ ଏବଂ ପ୍ରଶାସନ ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ଠାରେ ଗୁଇଗୋଟି ବିକ୍ରୟ ଉଠା ଦୋକାନ ମଧ୍ୟରେ ଦୂରତା ଅତିକମ ରହିଥିବାରୁ ଏଗୁଡ଼ିକୁ ନୂତନ ବାସଷ୍ଟାଣ୍ଡ ନିକଟକୁ ସ୍ଥାନାନ୍ତରିତ କରି ସାମାଜିକ ଦୂରତା ଚିହ୍ନଟ କରି ସ୍ଥାନ ନିରୂପଣ କରାଯାଇଛି । କିନ୍ତୁ କିଛି ବ୍ୟବସାୟୀ ସେମାନଙ୍କ ଉଠା ଦୋକାନ ଗୁଡିକୁ ନୂତନ ବସଷ୍ଟାଣ୍ଡ ଠାରେ ଧାର୍ଜିତ ସ୍ଥାନରେ ନବସାଇ ମୁଖ୍ୟ ରାସ୍ତାର ବସଷ୍ଟାଣ୍ଡ ସମ୍ମୁଖରେ ବସାଇ ଟ୍ରାଫିକ ସମସ୍ୟା ବଢ଼ାଉ ଥିବା ଅଭିଯୋଗ ହେଉଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମୁଖ୍ୟ ରାସ୍ତାରେ ବସା ଯାଇଥିବା ଉଠାଦୋକାନୀ ମାନଙ୍କୁ ନୂତନ ବସଷ୍ଟାଣ୍ଡ ମଧ୍ୟରେ ଚିହ୍ନଟ କରାଯାଇଥିବା ସ୍ଥାନରେ ବସାଇବାକୁ ନିର୍ଦ୍ଦେଶ ଦେଲେ ଆଗକୁ ଟ୍ରାଫିକ ସମସ୍ୟା ଦେଖାଯିବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ପ୍ରଶାସନ ର କଠୋର ପଦକ୍ଷେପ ମାସ୍କ ଲଗାଇ ନଥିବା ଵ୍ୟକ୍ତି ଙ୍କୁ ଜରିମାନା।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ମହାମାରୀ କରୋନା ର ମୁକାବିଲା ଦିଗରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ଆରମ୍ଭ ହୋଇଛି ମାସ୍କ ପିନ୍ଧିବାରେ କଡା ନିୟମ । ବିନା ମାସ୍କ ରେ ଘରୁ ବାହାରିବା ମନା । କରନା ଭାଇରସର ସଂକ୍ରମଣ ଠାରୁ ଜନଜୀବନ କୁ ଦୂରେଇବା ନିମନ୍ତେ ସରକାର ଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ସର୍ବସସଧାରଣ ରେ ମଧ୍ୟରେ ଗ୍ରହଣ କରାଯାଇଛି। ଯେଉଁ ବ୍ୟକ୍ତି ମାନେ ମାସ୍କ କ୍ରୟ କରି ପାରିନାହାଁନ୍ତି କିମ୍ବା ପାଇପାରୁ ନାହାଁନ୍ତି ସେମାନେ ମୁହଁ ରେ ରୁମାଲ ,କପଡ଼ା କିମ୍ବା ତଉଲିଆ ଘୋଡାଇ ଯିବାକୁ ସରକାର ଅନୁରୋଧ କରିଛନ୍ତି । କିନ୍ତୁ କେତେକ ବ୍ୟକ୍ତି ଏହାକୁ ଖିଲାପ କରୁଥିବା ଦେଖିବାକୁ ମେଳୁଛି । ଏଭଳି ବ୍ୟକ୍ତିଙ୍କୁ ସାବାଡ କରିବା ନିମନ୍ତେ ସରକାର ଜରିମାନା ର ନିୟମ ଲାଗୁ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଆଜି ରାୟଗଡା ଜିଲ୍ଲା ଗୁଣପୁର ଠାରେ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ତଥା ସ୍ଥାନୀୟ ତହସିଲଦାର ଶ୍ରୀ ଲକ୍ଷ୍ମୀନାରାୟଣ ସାବତ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମାସ୍କ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ଆପଣ ମାନଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ହାତଯୋଡି ବରମ୍ବାର ଅନୁରୋଧ କରିବା ସତ୍ତ୍ୱେ ; ଏଭଳି ବେପରୁଆ ମନୋଭାବ ଯୋଗୁଁ ଆମ୍ଭେ ଆପଣ ମାନଙ୍କୁ ବାଧ୍ୟ ହୋଇ ଜରିମାନା ଆଦାୟ କରିବା ପାଇଁ ପଡୁଛି ବୋଲି ସାଧାରଣରେ ମତବ୍ୟକ୍ତ କରିଥିଲେ। ତହସିଲଦାର ଶ୍ରୀ ସାବତଙ୍କ ଏଭଳି ପଦକ୍ଷେପ କୁ ବୁଦ୍ଧିଜିବୀ ମହଲରେ ସ୍ୱାଗତ୍ କରାଯାଇଛି।

ଗୁମ୍ମା ବ୍ଲକ ଠାରେ ଲକ୍ ଡାଉନ ସଫଳ !

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁମ୍ମା) – ସରକାର ଙ୍କ ନିର୍ଦ୍ଦେଶ କ୍ରମେ ସାରା ଦେଶ ଓ ରାଜ୍ୟରେ ଲକ ଡାଉନ କରା ଯାଉଛି ଗୁମ୍ମା ବ୍ଲକ ରେ ମଧ୍ୟ ତାହାର ପ୍ରଭାବ ପଡିଛି ଦେଖିବାକୁ ମିଳିଛି। ଖାଲି ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ଯାଉଥିବା ବେଳେ ସମସ୍ତ ବନ୍ଦ ରହିଥିବା ଦେଖାଯାଉଛି। ହେଲେ କିଛି ଅସାଧୁ ବେପାରୀ ଏହି ଲକ ଡାଉନ ର ଫାଇଦା ନେବାକୁ ବସିଥିବା ଦେଖି ଆଜି ବିଡ଼ିଓ ନଟବର ଗରଡ଼ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ସୁରେଶ ମାଝୀ, ବ୍ଲକ ଯୋଗାଣ ଅଧିକାରୀ ସୁବେନ୍ଧୁ କୁମାର ପାଣିଗ୍ରାହୀ, କନେଷ୍ଟବଳ ସନ୍ତୋଷ ନାୟକ, ରାଜୀବ ଶବର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁମ୍ମା ବ୍ଲକ ର ସମସ୍ତ ଦୋକାନ ଷ୍ଟୋକ ଅଧିକ ଦର ନ ନେବାକୁ ଦୋକାନୀ ମାନଙ୍କୁ ତାଗିତ କରି ଗହଳି ନ କରିବା କହି ଯଦି କୌଣସି ଦୋକାନୀ ଏହାର ଖିଲାପ କରିବ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି କହିଥିଲେ।ଗତ କାଲି କିଛି ଲୋକ ମେଡିକାଲ ବାହାନା ରେ ଗୁମ୍ମା ରେ ଗହଳି କରୁଥିବାରୁ ଆଜି ମାଇକ ଯୋଗେ ଘରୁ ନ ବାହାରିବା ପାଇଁ ପ୍ରଚାର ପ୍ରସାର କରାଯାଇଥିଲା ଏବଂ ଆଜି ଠାରୁ ଗୁମ୍ମା ସରପଞ୍ଚ ଜିକନିୟ ରଇତ ଙ୍କ ତତ୍ୱବାଧାନ ଗରମ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ସହ ଅନ୍ୟ ପଂଚାୟତ ଗୁଡିକ ମଧ୍ୟ ଗାଁ ଗାଁ ବୁଲି ଗରିବ ଅସାୟ ଲୋକ ମାନଙ୍କୁ ଗରମ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଆଜି ଠାରୁ ଜୀବା, ନାମନଗଡ଼, ଭୁବୁନି ଓ ବଡ଼କଳାକୋଟ ପଂଚାୟତ ଗୁଡିକ ରେ ଚାଉଳ ଯୋଗାଣ ଚାଲିଥିବା ବେଳେ ଅନ୍ୟ ପଂଚାୟତ ଗୁଡିକ ଦିନେ ଦୁଇ ଦିନ ଭିତରେ ବଣ୍ଟନ କରାଯିବ ବୋଲି ବିଡ଼ିଓ ଜଣାଇବା ସହ ବାହାରୁ ରାଜ୍ୟ ରୁ ୩୪୬ଜଣ ଆସିଥିବା ପଞ୍ଜିକରଣ ହୋଇଥିବା ସହ ୫ ଜଣ ବିଦେଶୀ ନାଗରିକ ମାନଙ୍କୁ ହୋମ କ୍ଵଡିନେଟର ରେ ରଖାଯାଇଥିବା ଜଣାଇଛନ୍ତି ।ସେହିପରି ପ୍ରତ୍ୟେକ ପଞ୍ଚାୟତ ଗୁଡିକ ରେ ୨୫୦ଟି ବେଡ଼ ଅସ୍ତାହି ଭାବେ କରାଯାଇ ପ୍ରାୟ ୧୯ଟି ପଂଚାୟତ ରେ କାର୍ଯ୍ୟ ଶେଷ ହେବା ସହ ଗୋଟିଏ ପଞ୍ଚାୟତ ରେ ଆସନ୍ତା କାଲି ଶେଷ ହୋଇଯିବ ବୋଲି ସହକାରୀ ଯନ୍ତ୍ରୀ ମନମୋହନ ମହାରଣା ଜଣାଇଛନ୍ତି।

ସ୍ଵୟଂ ସହାୟକ ଗୋଷ୍ଠୀ ମଦ ଜବତ କରି ମଦ ବେପାରୀକୁ ପୁଲିସରେ ଜିମା ଦେଲେ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳl ଗ୍ରାମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦେଶୀ ମଦ ଜବତ କରି ମଦ ବେପାରୀଙ୍କୁ ପୁଲିସରେ ଜିମା ଦେଇଛନ୍ତି l ଗତ 2 ମାସ ତଳେ ଏହି ଗ୍ରାମରେ ମଦ ବନ୍ଦ କରିବା ପାଇଁ ସମସ୍ତେ ଏକଜୁଟ ହୋଇ ସବୁ ସାହି ପରିକ୍ରମା କରି ମଦ ବିରୋଧୀ ସ୍ଲୋଗାନ୍ ଦେଇ ଗୋଟିଏ ଦିନ ପରେ ବହୁ ଦେଶୀ ମଦ ଜବତ କରିଥିବା ବେଳେ ଆଜି ପୁଣି ସେହି ମହିଳା ଗୋଷ୍ଠୀ ପୁଣି ଦେଶୀ ମଦ ଜବତ କରି ଦୁଇ ମଦ ବେପାରୀଙ୍କୁ ଧରି ବେଗୁନିଆପଡ଼ା ପୁଲିସକୁ ଖବର ଦେବାପରେ ପୁଲିସ ପହଂଚି ମଦ ଓ ବେପାରୀଙ୍କୁ ନେଇ ଯାଇଛି l

ତିନିମାସର ଦରମା ଦାନ କଲେ କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ବିଧାୟିକା !

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥନୀତିକୁ ପଛରେ ପକାଇ ଏବଂ ଲୋକଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି l ଏହାକୁ ଦୃଷ୍ଟିରେ ରଖି ଦେଶ ତଥା ରାଜ୍ୟର ଶିଳ୍ପପତି, ସେଲିବ୍ରିଟିଠୁ ଆରମ୍ଭ କରି ସାଧାରଣ ଜନତା ଯାଏଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ ଫଣ୍ଡକୁ ଦାନ କରି  ନିଜନିଜର ମାନବିକତା ପ୍ରଦର୍ଶନ କରୁଛନ୍ତି l ନିକଟରେ ଏହି ତାଲିକାରେ ସାମିଲ ହୋଇଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ l ଉଭୟ ନିଜନିଜର ତିନିମାସର ଦରମା ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି l ଏହା ଏକ ମହତ କାମ ଏବଂ ଏଥିରେ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ ବୋଲି ଉଭୟ ମତପୋଷଣ କରିଛନ୍ତି l

ଶିଶୁ , ଗର୍ଭବତୀ ଓ ପ୍ରସୂତି ଙ୍କ ଘର ଘର ଯାଇ ଖାଦ୍ୟ ପରସିଲେ ଅଙ୍ଗନବାଡି କର୍ମୀ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(କୋଦଳା) -ମହାମାରୀ କରୋନା ଭୂତାଣୁ ଦାଉରୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତ୍ୟକ ଘର ଘର ବୁଲି ଲିଫ୍ଲେଟ ବାଣ୍ଟିବା ସହିତ ସଚେତନ ହେବାକୁ ପରାମର୍ଶ ଦେଉଥିବା ବେଳେ ଆଜି କୋଦଳା ସେକ୍ଟର ର ଅଙ୍ଗନବାଡି କର୍ମୀ ଓ ସହାୟିକା ଯୋଗ୍ୟ ବିବେଚିତ ଶିଶୁ , ପ୍ରସୁତୀ ଓ ଗର୍ଭବତୀ ମହିଳାଙ୍କ ଘରକୁ ଯାଇ ଶୁଖିଲା ରନ୍ଧାଖାଦ୍ୟ ପରିବେଷଣ କରିଥିବା ଜଣାପଡ଼ିଛି।ଅଙ୍ଗନବାଡି କର୍ମୀ ସବିତା ପାଢ଼ୀ , ସହାୟିକା ସବିତା ସାହୁ , ଡେରାସାହି , ଦସବଖରା ସାହି ,ଗୋହିରୀନାଳ ସାହି ର ହିତାଧିକାରୀଙ୍କ ଘରକୁ ଯାଇ ଦୁଇ ସପ୍ତାହ ନିମନ୍ତେ ଶୁଖିଲାଖାଦ୍ୟ ଯଥା ଚାଉଳ , ଡାଲି , ପରିବା , ଅଣ୍ଡା ଓ ସକାଳ ଜଳଖିଆ ପାଇଁ ଚୁଡାମୁଆଁ ଦେବା ସହ ପରିବାର ସହିତ କରୋନା ସମ୍ପର୍କ ରେ ଆଲୋଚନା କରି ସେମାନେ ଏଥିରେ ଭୟଭୀତ ନ ହୋଇ ନିଜେ ପରିଷ୍କାର ପରିଛନ୍ନ ରହି ବାରମ୍ବାର ସାବୁନ ଓ ହେଣ୍ଡବାସ ରେ ହାତ ଭଲଭାବେ ଧୋଇବାକୁ ପରାମର୍ଶ ଦେଇଥିଲେ ।ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ , ତତସହିତ ଅନ୍ୟ ରାଜ୍ୟ ରୁ ଯଦି ନିଜ ପରିବାର ର କେହି ଆସନ୍ତି ସେମାନଙ୍କୁ ମେଡିକାଲ ନେଇ ପରିକ୍ଷ୍ୟା କରାଇ ନେବାକୁ କହିଥିଲେ ।ଯଦି କୌଣଷି କାମ ନାହିଂ ତାହାହେଲେ ବାହାରକୁ ନ ଜିବା ପାଇଁ କହିବା ସହିତ କାଶିବା ସମୟ ରେ ମୁହଁ ରେ ମାସ୍କ କିମ୍ବା ରୁମାଲ ଘୋଡ଼ାଇବା ପାଇଁ ପରାମର୍ଶ ଦେଇଥିଲେ ।ଏହି ମହାମାରୀ କରୋନା କୁ ନେଇ ଭୟଭୀତ ନ ହୋଇ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ ରହିବାକୁ କହିଥିଲେ ।

ନିରୀହ ଓ ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ଆରମ୍ଭ କଲା ପଞ୍ଚାୟତ । 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ସମ୍ପ୍ରତି କରୋନା ଭୁତାଣୁ ସଂକ୍ରମଣ ଜନୀତ ଲକ ଡାଉନ ଯୋଗୁଁ ବହୁ ନିରୀହ, ଅସହାୟ, ବେସାହାରାଙ୍କ ଦୈନନ୍ଦିନ ଜୀବିକାରେ ପ୍ରତିକୂଳ ପ୍ରଭାବ ପଡିଆସୁଛି l ସରକାରଙ୍କ ସମସ୍ତଙ୍କ ପାଇଁ ସବୁ ପ୍ରକାର ସୁବିଧା କଲେ ମଧ୍ୟ କେଉଁଠି ନା କେଉଁଠି କିଛି ଲୋକ ଏଥିରୁ ବଞ୍ଚିତ ହେବାର ସମ୍ଭାବନା ସୃଷ୍ଟି ହେଉଛି l ଏହି ଆବଶ୍ୟକତା ପୂରଣ ସକାଶେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ  ରାଜ୍ୟ ସରକାର ପଞ୍ଚାୟତ ଗୁଡିକୁ ଦାଇତ୍ୱ ଦେଇଛନ୍ତି l ସେହି ଦୃଷ୍ଟିରୁ ଆଜିଠାରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ପ୍ରାୟ ସମସ୍ତ ପଞ୍ଚାୟତରେ  ଏକ ଶହରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ ହୋଇଛି l ଆଜି ପଞ୍ଚାୟତ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ରୋଷେଇ କରି ଘରକୁ ଘର ନେଇ ରନ୍ଧା ଖାଦ୍ୟ ପହଞ୍ଚାଇ ଥିଲେ।ଏଥିରେ ସରପଞ୍ଚ ଓ ପଂଚାୟତ କାର୍ଯ୍ୟନିର୍ବ।ହୀ ଅଧିକାରୀ ସମେତ  କର୍ମଚାରୀମାନେ ସହଯୋଗ କରିଥିଲେ।

ଖଲ୍ଲିକୋଟ ବିଡିଓ ଓ ପୋଲିସଙ୍କ ମହାନତା : ୭୦ ଜଣ ଦିନ ମଜୁରିଆ ନିଜ ଭିାଟାମାଟିକୁ ଫେରିଲେ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ମହାନତା ଦେଖାଇଲେ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନବକୃଷ୍ଣ ଜେନା । କୋରାନା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଗାଁ ଭିଟାମାଟି ଛାଡି ଅନ୍ୟତ୍ର ରୋଜଗାର ଆଶା ରେ ଯାଇଥିବା ଖଟିଖିଆ ଦିନ ମଜୁରିଆ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଲକ୍ ଡାଉନ୍ ଫଳରେ ଗାଁ ଭିଟାମାଟି ଛାଡିଥିବା ଲୋକ ଟା ଆଜି ଗାଁ କୁ ଫେରିବାକୁ ଡହଳ ବିକଳ ହଉଛି । କିନ୍ତୁ ଗାଡି ବସ ବନ୍ଦ ଫଳରେ ଗମନାଗମନ ଠପ ହୋଇପଡିଛି । ତେଣୁ ଲୋକ ବିଭନ୍ନ ପ୍ରାନ୍ତରୁ ଚାଲି ଚାଲି ଗୋଟାଏ ଜାଗାରୁ ଗୋଟିଏ ଜାଗାକୁ ଯିବାକୁ ବାଧ୍ୟ ହଉଛନ୍ତି । ଏମିତି ଏକ ଘଟଣା ଗତକାଲି ଖଲ୍ଲିକୋଟ ବ୍ଳକ ଆଗରେ ବ୍ଲକ ଅଧିକାରୀ ଦେଖିବାକୁ ପାଇଥିଲେ । କିଛି ଲୋକ ପିଲା ଛୁଆଙ୍କୁ ଧରି ଗଞ୍ଜାମ ଜିଲ୍ଲା ପୋଲସରା ଅଭିମୁଖେ ଚାଲି ଚାଲି ଯାଉଥିବା ବେଳେ ଖଲ୍ଲିକୋଟ ବିଡିଓ ନବକୃଷ୍ଣ ଜେନା ‌ସେମାନଙ୍କ ପାଖକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ । ଲୋକଙ୍କ କହିବାନୁଯାୟୀ ଭୁବନେଶ୍ବର ରେ ଦିନ ମଜୁରିଆ ଭାବେ କାମ କରନ୍ତି । ଲକ୍ ଡାଉନ୍ ହେବାପରେ ନା କାମ ମିଳିଲା ନା ପେଟକୁ ଦାନା ମିଳିଲା ଶେସରେ ପିଲାଛୁଆଙ୍କୁ ନେଇ ଭୁବନେଶ୍ବର ରୁ ଚାଲି ଚାଲି ନିଜ ଭିଟାମାଟି ପୋଲସରା ଅଭିମୁଖେ ଯାଉଥିବା ବେଳେ ବାଟରେ ସମସ୍ତଙ୍କୁ ପୋଲିସ୍ ଅଟକାଇଥିଲା । ପରେ ଦୁଇଟି ଟ୍ରକ୍ ସାହାର୍ଯ୍ୟରେ ସମସ୍ତ ଲୋକଙ୍କୁ ଗଂଜାମ ଅଭିମୁଖେ ପଠାଇଦେଇଥିଲେ । ହେଲେ ଟ୍ରକ ଦୁଇଟି ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିଡ଼ାମୂଳ ନିକଟରେ ସମସ୍ତ ଲୋକଙ୍କୁ ଓହ୍ଲାଇ ଦେଇଥିଲା । ସବୁ ଘଟଣା ସୁଣିବା ପରେ ଖଲ୍ଲିକୋଟ ଥାନା କର୍ମଚାରୀ ଓ ବ୍ଳକର ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଏକ ଗାଡି ଯୋଗେ ୭୦ରୁ ଉର୍ଦ୍ଧ ଦିନ ମଜୁରିଆ ଶ୍ରମିକ ମହିଳା ଓ ପୁରୁଷ ଙ୍କୁ ପୋଲସରା ଅଭିମୁଖେ ପଠା ଯାଇଥିଲା । ବିଡିଓ ଓ ଖଲ୍ଲିକୋଟ ପୋଲିସର ଏହିଭଳି କାର୍ଯ୍ୟ ଯୋଗୁଁ ଜନସାଧାରଣ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

ଖଲ୍ଲିକୋଟ ରେ ଲକ ଡାଉନ କଡ଼ାକଡ଼ି,ପ୍ରତିଷେଧକଗୃହରେ ୬୦୦ ରୁ ଅଧିକ ବିଦେଶୀ ଫେରନ୍ତା,ସହରରେପ୍ରତିଷ୍ଠା ହେବ ୧୦୦ ଶଯ୍ୟାବିଶିଷ୍ଟ ଅସ୍ଥାୟୀ ସଙ୍ଗରୋଧଗୃହ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – କରୋନା ଭୁତାଣୁକୁ ମାତ ଦେବାପାଇଁ ପ୍ରଶାସନସତର୍କତାମୂଳକ ପଦକ୍ଷେପସ୍ୱରୂପ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ଲକ ଡାଉନ ଘୋଷଣାକରିଛନ୍ତି ।ଖଲ୍ଲିକୋଟରେ ଲକଡାଉନକୁ କଡ଼ାକଡ଼ିଭାବେ ପାଳନ କରାଯାଉଛି ।ପ୍ରଶାସନର ନିର୍ଦ୍ଦେଶ କ୍ରମେ ସକାଳ ୭ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ରାସନ,ପରିବା,ଫଳ ଭଳି ଅତ୍ୟାବଶ୍ୟକ ଦୋକାନଗୁଡିକ ଖୋଲା ରହୁଛି ।ସେହିସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାପାଇଁ ଲୋକମାନେ ଘରୁବାହାରୁ ଥିବାବେଳେ ଦିନ ୧୦ ଟା ପରେ ରାସ୍ତାଘାଟ,ବଜାର ସୁନସାନ ହୋଇଯାଉଛି ।ବିନାକାରଣରେ ଘରୁ ବାହାରୁ ଥିବା ଲୋକଙ୍କୁ ପୋଲିସ ତାଗିଦ କରୁଥିବାଦେଖିବାକୁ ମିଳିଛି ।ଖଲ୍ଲିକୋଟ ଥାନାଅଧିକାରୀ ସତ୍ୟରଞ୍ଜନ ପ୍ରଧାନ,ତହସିଲଦାର ଚକ୍ରଧର ପାଢ଼ୀ,ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶ ହାତରେ ଲାଠି ଧରି ବାହାରେ ବୁଲୁଥିବା ଲୋକଙ୍କୁ ତାଗିଦ କରୁଛନ୍ତି ।ସାମାଜିକ ଦୂରତ୍ୱ ରଖିବାପାଇଁ ଅତ୍ୟାବଶ୍ୟକ ଦୋକାନଆଗରେ ଗୋଲ ବୁଲାଯାଇଛି ।ଗାଁଗାଁବୁଲି ବିଡିଓ,ତହସିଲଦାର ଓ ପୋଲିସଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଗ୍ରାମାଞ୍ଚଳରେ ବିଦେଶ ଓ ଅନ୍ୟ ରାଜ୍ୟରୁ ଆସିଥିବା ଲୋକମାନଙ୍କୁ ଭେଟି ପ୍ରତିଷେଧକ ଗୃହକୁ ପଠାଉଥିବା ବେଳେପ୍ରତି ପଂଚାୟତରେ ଚାଲିଥିବା ପ୍ରତିଷେଧକ ଗୃହ ଗୁଡିକ ପାଇଁ ଆବଶ୍ୟକ ଖଟ,ଇନଭେର୍ଟର,ଫେନ ଓ ଖାଦ୍ୟ ବ୍ୟବସ୍ଥାକୁ ବ୍ଲକ ପ୍ରଶାସନ ପରିଚାଳନା କରୁଛି ।ଟ୍ରେନ ବନ୍ଦ ଯୋଗୁଁ ଖଲ୍ଲିକୋଟ ଅଞ୍ଚଳର ଅନେକ ଶ୍ରମିକ ଚେନ୍ନାଇ,କେରଳ,କର୍ଣ୍ଣାଟକ ଆଦି ଅଞ୍ଚଳରେ ଫସି ରହିଛନ୍ତି ।ଲକଡାଉନ ଯୋଗୁଁ ଖଲ୍ଲିକୋଟ ଅଞ୍ଚଳର ୧୪ ଜଣ ତୀର୍ଥଯାତ୍ରୀ ଚେନ୍ନାଇର ତିରୁଚିନ୍ନାପଲ୍ଲୀରେ ଫସିରହିଛନ୍ତି ।ଉଧାରପାଇଁ ରାଜ୍ୟସରକାରଙ୍କୁ ଏକ ଭିଡିଓ ମାଧ୍ୟମରେ ସେମାନେ ନିବେଦନକରିଛନ୍ତି ।ଇତିମଧ୍ୟରେ ଶ୍ରମିକଙ୍କ ଆଗମନକୁ ଆଖିଆଗରେରଖି ବ୍ଲକ ପ୍ରଶାସନ ଓ ପୌରପାଳିକା ତରଫରୁ ଖଲ୍ଲିକୋଟ ଠାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ ଗୃହ ପ୍ରତିଷ୍ଠାପାଇଁ ସହରର କଲ୍ୟାଣ ମଣ୍ଡପ,ଶିଶୁ ମନ୍ଦିର,ରାଜସ୍ୱ ତାଲିମ କେନ୍ଦ୍ରର ପୁରୁଣା କୋଠାରେ ହେବବୋଲି ଜଣାପଡିଛି ।ଲକଡାଉନ ପ୍ରଭାବରେ ଆଳୁ କିଲୋ ୨୫ ଟଙ୍କାରେ ପହଞ୍ଚିଥିବାବେଳେ ଅନ୍ୟାନ୍ୟ ରାସନ ସାମଗ୍ରୀର ଦରଦାମ ବୃଦ୍ଧିପାଉଛି ।ଆହାର କେନ୍ଦ୍ର ବନ୍ଦ ହୋଇଯାଇଥିବା ରୁ ଅସହାୟ ବୃଦ୍ଧବୃଦ୍ଧା,ଭିକାରିମାନେ ଖାଇବାକୁ ପାଉନାହାନ୍ତି ।ଏମାନେ ବିଭିନ୍ନ ମନ୍ଦିର ଆଗରେ ବସି ଭିକ୍ଷାବୃତ୍ତି କରି ଜୀବିକାନିର୍ବାହକରୁଥିବାବେଳେ ଗତ ଏକ ସପ୍ତାହ ହେଲା ମନ୍ଦିରଗୁଡିକରେ ତାଲା ପଡିଥିବାରୁ ସେମାନେଚିନ୍ତିତ ହୋଇପଡିଛନ୍ତି ।ଖଲ୍ଲିକୋଟ ଏନଏସି ଓ ପଂଚାୟତ ଅଧିକାରୀମାନେ ପୋଖରୀରେ ଗାଧେଇବା ପାଇଁ ମନାକରି ବୋର୍ଡ ମରାଯାଇଥିବା ବେଳେ ଲୋକମାନେ ଏହାକୁ ମାନୁନାହାନ୍ତି ।ଖଲ୍ଲିକୋଟ ଅଞ୍ଚଳକୁ ବିଦେଶରୁ ୬୦୦ ରୁ ଅଧିକ ଲୋକ ଆସିଥିବା ଜଣାପଡିଛି ।ଭେଜିପୁଟ,ଚିକିଲି,ବି.ଏନ.ପୁର ପ୍ରଭୃତି ଗ୍ରାମରେ ସୀମାକୁ ସିଲ କରିଦିଆଯାଇଛି ।ଗ୍ରାମର ପ୍ରବେଶ ପଥରେ ବାଉଁଶ ବାନ୍ଧିରାସ୍ତାଅବରୋଧ କରିଥିବାବେଳେ ବାହାର ଲୋକଙ୍କୁ ଗ୍ରାମ ଭିତରକୁ ଛଡ଼ାଯାଉନି ।ଗ୍ରାମର କୌଣସି ବ୍ୟକ୍ତି ବଜାରକୁସୌଦା କରିବାକୁ ଯାଇଥିଲେ ଫେରିବାବେଳେ ଗାଁ ମୁହଁରେ ରଖାଯାଇଥିବା ସାବୁନରେ ହାତ ଧୋଇ ଗ୍ରାମ ଭିତରେ ପ୍ରବେଶ କରୁଥିବା ଦେଖିବାକୁମିଳିଛି ।

ଉଠା ପରିବା ଦୋକାନ କୁ ସ୍ଥାନାନ୍ତରିତ କରିବା ରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ କୁ ସାଧାରଣ ରେ ଭୂୟସୀ ପ୍ରଶଂସା।

!!! ରାୟଗଡ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଗୁଣପୁର) – କରୋନା ଭୁତାଣୂ ର କ୍ରମ ବର୍ଦ୍ଧିଷ୍ଣୁ ସଂକ୍ରମଣ ରୁ ଜନ ସାଧାରଣ ଙ୍କୁ ସୁରକ୍ଷା ଦେବା ପାଇଁ ଗୁଣପୁର ପୌର ପରିଷଦ ଏବଂ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବାହିନୀ ତରଫରୁ ଆବଶ୍ୟକୀୟ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ସହରର ପେଣ୍ଠସ୍ଥଳୀ ଗୁଡିକରେ ସେନିଟାରାଇଜର ଛିଞ୍ଚନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ସ୍ଥାନୀୟ ଜନ ସାଧାରଣ ଙ୍କୁ ସମ୍ଭବତଃ ଅଧିକ ନିଜ ଘରେ ରହିବାକୁ ଉପଜିଲ୍ଲାପାଳ ଡ଼. ସିଦ୍ଧେଶ୍ଵର ବଳିରାମ ବନ୍ଦର ବାରମ୍ବାର ଅନୁରୋଧ କରିଛନ୍ତି। ତଥାପି ସୌଦା ଏବଂ ପନିପରିବା କିଣିବା ବାହାନାରେ କେତେକ ବ୍ୟକ୍ତି ବାହାରକୁ ବାହାରି ଘୁରି ବୁଲୁଥିବା ରୁ ଏମାନଙ୍କୁ ଏଭଳି ନକରିବା ପାଇଁ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦାଶ, ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଏବଂ ପୋଲିସ ବାହିନୀ ପକ୍ଷରୁ ରୀତିମତ ପେଟ୍ରୋଲିଂ ବ୍ଯବସ୍ଥା କରି ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି।

ରାଜ୍ଯ ରେ କରୋନା ପାଇଁ ଲକ୍ ଡାଉନ ହେବାର ଦୁଇ ସପ୍ତାହ ବିତିଯାଇଥିଲେ ସୁଦ୍ଧା ବିଶେଷ କରି ପନିପରିବା ଓ ତେଜରାତି ସମାଗ୍ରୀ କ୍ରୟ କରିବା ସମୟରେ ଜନ ସାଧାରଣ ଏହାକୁ ଗୁରୁତ୍ୱ ର ସହ ଗ୍ରହଣ ନକରି ରୁଣ୍ଡ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୌର ପରିଷଦ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଠାରେ ସଂକୀର୍ଣ୍ଣ ପରିସୀମା ମଧ୍ୟରେ ରହିଥିବା ପନିପରିବା ଉଠା ଦୋକାନ ଗୁଡିକୁ ନୂତନ ବସଷ୍ଟାଣ୍ଡ ଠାରେ ଥିବା ବିଶାଳ ଖୋଲା ପଡ଼ିଆକୁ ସ୍ଥାନାନ୍ତରିତ କରିଛନ୍ତି। ପ୍ରତ୍ୟେକ ଦୋକାନ ମଧ୍ୟରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ଗାଇଡ୍ ଲାଇନ୍ ମୁତାବକ ଦୂରତ୍ୱ ରକ୍ଷା କରି ଥଇଥାନ କରାଯାଇଛି। ଏପରିକି ସାମଗ୍ରୀ କ୍ରୟ ବିକ୍ରୟ ସମୟରେ ଉଭୟ କ୍ରେତା ଓ ବିକ୍ରେତା ନିଜ ନିଜ ମଧ୍ୟରେ ଯେଭଳି ଅନ୍ୟୁନ ୨ ମିଟର ଦୂରତ୍ୱ ରକ୍ଷା କରିବେ ସେଥି ନିମନ୍ତେ ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ପୌର ପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା ଏଭଳି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଚରଣ ଦାଶ ଙ୍କୁ ସ୍ଥାନୀୟ ଜନ ସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି।

ବିପର୍ଯ୍ୟୟ ପ୍ରଶମନ ଦାୟିତ୍ୱ ରେ ଥିବା ସ୍ଥାନୀୟ ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ ପୌର ପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା କୁ ତଦାରଖ କରି ଗ୍ରାହକ ମାନେ ନିଜ ନିଜ ମଧ୍ୟରେ ନିରାପଦ ଦୂରତ୍ୱ ରଖିବାକୁ ଅନୁରୋଧ କରିଥିଲେ। ସାମାଜିକ ଦୂରତ୍ୱ ରଖିବାରେ ବିଫଳ ହେଉଥିବା ଗ୍ରାହକ ମାନଙ୍କୁ ସମାଗ୍ରୀ କ୍ରୟ ର ସୁଯୋଗ ଦିଆନଯିବ ବୋଲି ଚେତାବନୀ ଦେଇଛନ୍ତି। ଜନ ସାଧାରଣ ଖାଦ୍ୟ ସମାଗ୍ରୀ କ୍ରୟ ପାଇଁ ପ୍ରତ୍ୟହ ନଆସି ଚାରି ପାଞ୍ଚଦିନ ବ୍ୟବଧାନରେ ଆସିବାକୁ ଏବଂ ସାହି ପଡ଼ିଶାର କୌଣସି ବ୍ୟକ୍ତି ସମାଗ୍ରୀ ପାଇଁ ଯାଉଥିଲେ ନିଜ ପାଇଁ ଆବଶ୍ୟକ ସାମଗ୍ରୀ ଆଣିବାକୁ ଅନୁରୋଧ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ଶ୍ରୀ ସାବତଙ୍କ ଏଭଳି ପରାମର୍ଶ କୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ସ୍ୱାଗତ୍ କରିବା ସହ ଏହାକୁ କାର୍ଯ୍ୟକାରୀ କଲେ କରୋନା ଠାରୁ ଜନ ସାଧାରଣ ଦୁରେଇ ରହିପାରିବେ ବୋଲି ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ୍ ପରିସ୍ଥିତିରେ ଅବସ୍ଥାପିତ କରାଯାଇଥିବା ଏହି ଉଠା ପରିବା ଦୋକାନ ଗୁଡିକ ସହ ଆମିଷ ଦୋକାନ ଏବଂ ଫଳ ଦୋକାନ ଗୁଡିକୁ ଏଭଳି ନିୟମିତ ଭାବେ ନୂତନ ବସଷ୍ଟାଣ୍ଡ ଠାରେ ଚାଲୁ କରାଗଲେ ସହର ମଧ୍ୟରେ ଦେଖା ଦେଉଥିବା ଟ୍ରାଫିକ୍ ସମସ୍ୟା ଶତ ପ୍ରତିଶତ ଦୂର ହୋଇପାରିବ ବୋଲି ସ୍ଥାନୀୟ ଜନ ସାଧାରଣ ମତ ପ୍ରକାଶ କରିଛନ୍ତି।