ବାଃ ବାଃ ରେ ପୋଲିସି ବିଭାଗ ,୭ ମାସ ହେବ ଗିରଫ ହୋଇ ପାରୁନି ଅଭିଯୁକ୍ତ ।

!!! କନ୍ଧମାଳ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ସୁଗଡ଼ବାଡ଼ି ଅଞ୍ଚଳର ଜଣେ ନାବାଳିକା କୁ ବାଞ୍ଛାନିଧି ପ୍ରଧାନ ନାମକ ଜଣେ ଯୁବକ ଦୁଷ୍କର୍ମ କରି ଫେରାର ହୋଇଥିବା ପୀଡ଼ିତା ଙ୍କ ପରିବାର ସାମ୍ବାଦିକ କୁନା ଦିଗାଲ ଙ୍କ ମାଧ୍ୟମରେ ଅଭିଯୋଗ କରିଛନ୍ତି । ନାବାଳିକା ଜଣକ ଗତ ତା, ୦୯/ ୦୯/ ୨୦୧୯ ରିଖରେ ରାଇକିଆ ଥାନା ରେ ଏହି ଘଟଣା କୁ ନେଇ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଅଲେଖ ଗରଡ଼ିଆ ଅଭିଯୋଗ କୁ ଗ୍ରହଣ କରି ଇନ୍ସପେକ୍ଟର ବିଜୟ କୁମାର ସିଂ ଙ୍କୁ ଦାୟୀତ୍ୱ ଦେଇଥିଲେ । କେସ ଦାଇତ୍ଵ ନେଇଥିବା କର୍ମଚାରୀ ସିଂ ବାବୁ ଜଣକ ମଧ୍ୟ ଗତ ତା, ୦୯/୦୯/ ୨୦୧୯ ରେ କେସ ରେଜେଷ୍ଟି କରିଥିଲେ ।ଅଭିଯୁକ୍ତ ବାଞ୍ଛାନିଧି ଙ୍କ ବିରୁଦ୍ଧରେ ଥାନା କେସ ନମ୍ବର୍ ୫୯/୨୦୧୯ , ଧାରା, 376 (2)(n) , 506 , ଶିଶୁ ସୁରକ୍ଷା ଆଇନ ଓ ଯୌନ ନିର୍ଯାତନା ଆଇନ ଅନୁଯାୟୀ କେସ ଦାୟର ଜରାଯାଇଛି । ଅଭିଯୁକ୍ତ ବାଞ୍ଛାନିଧି ପ୍ରଧାନ ଙ୍କୁ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଏବଂ ଦାୟୀତ୍ୱରେ ଥିବା ସ୍ଵବ ଇନ୍ସପେକ୍ଟର ବିଜୟ କୁମାର ସିଂ ଲାଞ୍ଚ ନେଇ ଅଭିଯୁକ୍ତ କୁ ସାହାଯ୍ୟ କରି ୭ ମାସ ହେଲାଣି ଆଜିପର୍ଯ୍ୟନ୍ତ ଗିରଫ କରିନାହାନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ ନାବାଳିକା ଙ୍କୁ ନ୍ୟାୟ ମିଳିବ କେବେ ଏବଂ ଏହି ରାଇକିଆ ଥାନା ଅଧିକାରୀ ଙ୍କ ବିରୁଦ୍ଧରେ ଜିଲ୍ଲା ପୋଲିସ ପ୍ରଶାସନ କେବେ ପଦକ୍ଷେପ ନେବେ ତାହା ଦେଖିବାକୁ ରହିଲା ।

ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ”କାର୍ଯ୍ୟକ୍ରମ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ଶୁକ୍ରବାର ଦିନ ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତ ଦାନ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବର୍ତମାନ କରୋନା ମୁକାବିଲା ପାଇଁ ରୋଗୀ ମାନଙ୍କୁ ରକ୍ତ ହୀନତା ପ୍ରଭାବରୁ ରକ୍ଷା କରିବା ପାଇଁ ଜିଲ୍ଲା ବିଜେଡ଼ି ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଠାରେ ଆୟୋଜନ କରାଯାଇଥିଲା ।
ସମସ୍ତ ସରକାରୀ ନିୟମକୁ ଆଖି ଆଗରେ ରଖି, ସାମାଜିକ ଦୁରତାକୁ ପ୍ରାଧାନ୍ୟ ଦେଇ , କେବଳ ୨୦ ଜଣ କର୍ମୀ ରକ୍ତଦାନ କରିଥିଲେ । ପ୍ରାୟ ୧୫ ଜଣ କର୍ମୀ ରକ୍ତଦାନ କରିନପାରି ମନଦୁଃଖରେ ଫେରି ଯାଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗୁନୁରାଣୀ ପଟ୍ଟନାୟକ ଓ ଡିପିଏମ୍ ସୌମ୍ୟାରାଣୀ ଗୌଡ ଯୋଗଦାନ କରି ସମସ୍ତ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ , ବରିଷ୍ଠ ନେତା ଶ୍ରୀ ବସନ୍ତ କୁମାର ଦାସ , ଜିଲ୍ଲା ଉପସଭାପତି ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗ , ନଗର ବିଜେଡ଼ି ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରଜଗୁରୁ, ଯୁବନେତା ଲେଙ୍କା ସୀମାଦ୍ରୀ , ଦିପୁ ପାଣିଗ୍ରାହୀ ,ଅମୀର ଜେନା, ସତୀଶ ପ୍ରମୁଖ ଉପସ୍ଥିତ ଥିଲେ ।

ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତର ଅମରା ଗ୍ରାମରେ ଲୋକଙ୍କୁ ସଚେତନ କରାଉଛି ସ୍ବାସ୍ଥ୍ୟ ବିଭାଗ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ମହାମାରି କରୋନା ଭୁତାଣୁ ସଂକ୍ରମଣତାରୁ ଗ୍ରାମାଞ୍ଚଳ ଲୋକେ କିଭଳି ସତର୍କ ଓ ସୁରକ୍ଷିତ ରହିବେ , ଲକ୍ ଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ତଥା ରହିଥିବା ଗାଇଡ଼ ଲାଇନକୁ କିଭଳି ପାଳନ କରିବେ , ସେ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟ ବିଭାଗ ଦଳ । ଏହି ସ୍ୱାସ୍ଥ୍ୟ ବିଭାଗ ଦଳରେ ସ୍ୱାସ୍ଥ୍ୟକର୍ମୀ ରଣଜିତ ଜେନା , ଏ ଏନ୍ ଏମ୍ – ବି.ଜଗଦମ୍ବା , ଅଙ୍ଗନବାଡି କର୍ମୀ ମାଧୁରୀ ପାଣି , ମିନି ଅଙ୍ଗନବାଡି କର୍ମୀ ଭାଗ୍ୟଲକ୍ଷ୍ମୀ ସାବତ , ଆଶାକର୍ମୀ ବିଜୟଲକ୍ଷ୍ମୀ ଜେନା ଏବଂ ୱାର୍ଡ ମେମ୍ବର ସନ୍ତୋସୀ କୁମାରୀ ପାଣି ପ୍ରମୁଖ ରହିଛନ୍ତି । ଏହି ସ୍ୱାସ୍ଥ୍ୟ ବିଭାଗ ଦଳ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତର ଅମରା ଗ୍ରାମରେ ପ୍ରତ୍ୟେକ ଘରକୁ ଯାଇ ଘର ଲୋକଙ୍କୁ କରୋନା ସଂକ୍ରମଣତା ଠାରୁ ଦୂରେଇ ରହି ନିଜକୁ କିଭଳି ସୁରକ୍ଷିତ ରଖିବେ ସେ ସମ୍ପର୍କରେ ସଚେତନ କରାଉଛନ୍ତି ।
ମୁଖ୍ୟତଃ ଲୋକମାନଙ୍କୁ ମାସ୍କ ପିନ୍ଧିବା , ହାତ କିଭଳି ଓ କେତେ ସମୟ ଧୋଇବେ , ସାମାଜିକ ଦୂରତା ୧ ମିଟର ରକ୍ଷା କରିବା , ଜନଗହଳି ଠାରୁ ଦୂରେଇ ରହିବା , ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା , ଯଦି ବାହାରେ କାମ ଥିବ ତା ହେଲେ ମାସ୍କ ପିନ୍ଧି ଯିବା ଏବଂ ଶୀଘ୍ର କାମ ସାରି ଘରକୁ ଫେରି ଆସି ହାତ ଧୋଇ ଘର ଭିତରକୁ ଯିବା ପ୍ରଭୃତି ଉପରେ ବୁଝାଇ ହାତ କିଭଳି ଧୋଇବେ , ତାହା ଦେଖାଇ ସଚେତନ କରାଉଛନ୍ତି ।
ଅନ୍ୟ ପକ୍ଷରେ , ଘରକୁ କେହି ବାହାର ଜିଲ୍ଲା କି ରାଜ୍ୟରୁ ଆସିଛନ୍ତି କି , ଯଦି ସେଭଳି କେହି କାହା ଘରକୁ ଆସୁଛନ୍ତି ତାହା ହେଲେ ତୁରନ୍ତ ଆଶା କିମ୍ଵା ଅଙ୍ଗନବାଡି କିମ୍ବା ଆମର ଅନ୍ୟ କେହି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାଇବେ , ସେମାନଙ୍କୁ କରେଂଟାଇନରେ ରଖାଯିବା ସହିତ ସେମାନଙ୍କ ଚିକିତ୍ସା , ରହିବା ଓ ଅନ୍ୟାନ୍ୟ ସୁବିଧା ସବୁ ସରକାରୀ ସ୍ତରରେ କରାଯିବ ବୋଲି କହିଥିଲେ । ଏତଦ୍ ବ୍ୟତୀତ ଘରକୁ ଆସିବା ଲୋକ କି ଘରର କାହାକୁ ଯଦି ଥଣ୍ଡା , କାଶ , ସର୍ଦ୍ଦି , ଛିଙ୍କ , ଗଳା ଦରଦ କି ଜ୍ୱର ପ୍ରଭୃତି ହେଉଛି , ଛାଡୁନାହିଁ ତା ହେଲେ ତୁରନ୍ତ ଆମର ଆଶାକର୍ମୀ କି ଅଙ୍ଗନବାଡି କର୍ମୀ କି ଆମ ସ୍ବାସ୍ତ୍ୟକର୍ମୀଙ୍କୁ ଖବର ଜଣାନ୍ତୁ ବୋଲି କହୁଛୁ । ଏଭଳି କରୋନା ସଚେତନତା କାର୍ଯ୍ୟକ୍ରମ ଆମେ ଏହି କେରାଣ୍ଡି ପଞ୍ଚାୟତର କେରାଣ୍ଡି , ନୂଆ କେରାଣ୍ଡି , ଅମରା , ଡାଲିମପୁର , ବି.ସୀତାପୁର ଓ ଢାମୁଣି ଗାଁ ପ୍ରଭୃତି ଗ୍ରାମରେ ସଚେତନ କାର୍ଯ୍ୟକ୍ରମ କରିବା ଜାରୀ ରଖିଛୁ ବୋଲି ଏ ଏନ୍ ଏମ୍ -ବି.ଜଗଦମ୍ବା କହିଛନ୍ତି ।

୨୮ ଅନାଥ ଅନ୍ତେବାସୀ ଶିଶୁଙ୍କୁ ଖାଦ୍ୟ ସାମଗ୍ରୀ ଓ ମାସ୍କ ବଣ୍ଟନ କଲେ “ପ୍ରଜା” ସ୍ବେଚ୍ଛାସେବୀ ଅନୁଷ୍ଠାନ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ପ୍ରଜା” ପକ୍ଷରୁ ଗୋଷାଣୀ ବ୍ଳକର ରମ୍ପା ପଞ୍ଚାୟତରେ ଥିବା ଏସ୍. ଉରୁଡା ଗ୍ରାମରେ ଥିବା ବିବେକାନନ୍ଦ ରେସିଡେନ୍ସିଆଲ୍ ସ୍କୁଲ ତଥା ଶିଶୁ ସୁରକ୍ଷା ଅନୁଷ୍ଠାନରେ ରହୁଥିବା ୨୮ଜଣ ଅନାଥ ଅନ୍ତେବାସୀ ଶିଶୁ ମାନଙ୍କୁ ଖାଦ୍ୟ ସାମଗ୍ରୀ ତଥା ଚାଉଳ, ଡାଲି , ଆଳୁ, ପିଆଜ, ପନିପରିବା, ତେଲ , ଲୁଣ ଏବଂ ରାସନ ସାମଗ୍ରୀ ସହିତ ମାସ୍କ ଓ ହ୍ୟୋଣ୍ଡୱ।ସ ବଣ୍ଟନ କରିବା ସହ କରୋନା ଭୁତାଣୁ ଦାଉରୁ କିପରି ରକ୍ଷା ପାଇବେ ସେ ବିଷୟରେ ସଚେତନତା କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଜା ସଂସ୍ଥାର ନିର୍ଦ୍ଦେଶକ ସତ୍ୟ ନାରାୟଣ ପଢ଼ିଆରୀ ଏବଂ ସଭ୍ୟ ବିଭୂତି ଭୂଷଣ ବେହେରା , ଜଗନ୍ନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇ ଲକ୍ ଡାଉନ୍ ନିୟମକୁ କଡାକଡି ଭାବେ ପାଳନ କରାଯାଇଥିଲା। ପ୍ରଜା ସଂସ୍ଥାର ଏଭଳି ସେବା କାର୍ଯ୍ୟକ୍ରମକୁ ସର୍ବସାଧାରଣରେ ପ୍ରସଂଶା କରାଯାଇଛି।

ରାଇକିଆ ଆଇ. ଆଇ.ସି ଅଲେଖ ଗରଡ଼ିଆ ଙ୍କ ସରକାରୀ ନିୟମ କୁ ଫୁ…!

!!! କନ୍ଧମାଳ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଅଲେଖ ଗରଡ଼ିଆ ସରକାର ଙ୍କର ଲକ୍ ଡାଉନ ନିୟମ କୁ ଅ ସମ୍ମାନ କରୁଥିବା ଦେଖିବାକୁ ମିଳିଛି । ଏ କଥା ଆମେ କହୁନୁ , କହୁଛି ଏହି ଫଟୋ ଚିତ୍ର , ଏହି ଫୋଟ ଚିତ୍ର ଦେଖି ଆପଣ ମାନେ ବୁଝି ପାରୁଥିବେ ଯେ ମୁଖ୍ୟମନ୍ତ୍ରୀ , ପ୍ରଧାନମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ଙ୍କୁ ଏହି ଅଧିକାରୀ ଜଣକ କେତେଯେ ଅବମାନନା କରି ଅ ସମ୍ମାନ କରୁଛନ୍ତି । ସାରାଦେଶରେ ସରକାରଙ୍କ ନିର୍ଦେଶ କୁ ଜନ ସାଧାରଣ ଓ ସମସ୍ତ ପ୍ରଶାସନ ସରକାରୀ କର୍ମଚାରୀ ମାନେ ଅତି ସୁନ୍ଦର୍ ରେ ପାଳନ ପାରୁଛନ୍ତି । ଲକ୍ ଡାଉନ ନିୟମ ମାନି ଲୋକେ ଜରୁରୀ କାମ ନ ଥିଲେ ଘରୁ ବାହାରକୁ ବାହାରୁ ନାହାନ୍ତି । ଏପରି କି ପୋଲିସ ପ୍ରଶାସନ ଓ ସ୍ବାସ୍ତ୍ୟ କର୍ମୀ ମାନେ ଆମ ମାନଙ୍କ ପାଇଁ କେତେ ନ କଷ୍ଟ ସହି ଖରା ତରା ବର୍ଷା ସିତ କାକର ଖାଇ ଆମ ମାନଙ୍କୁ ସୁରକ୍ଷା ଦେଉଛନ୍ତି । ଘରେ ରୁହ ସୁରକ୍ଷିତ ରୁହ , ହାତ କୁ ବାରମ୍ବାର ସଫା ରଖ, ଦୂରତା ବଜାଇ ରଖ, ଏପରି କି ମୁହଁ ରେ ମାକ୍ସ ପିନ୍ଧି ବା ପାଇଁ ମଧ୍ୟ କହିବା ସହିତ ପୋଲିସ ପ୍ରଶାସନ ପକ୍ଷରୁ ମାକ୍ସ ବଣ୍ଟନ ମଧ୍ୟ କରୁଛନ୍ତି । ହେଲେ ଏହି ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଙ୍କ ପାଇଁ ସେଇ ନିୟମ ସରକାର ଲାଗୁ କରିନାହାନ୍ତି କି ବଲି ପ୍ରଶ୍ନ ଶ୍ରୁଷ୍ଟି ହେଉଥିବା ବେଳେ ସାଧାରଣ ରେ ଚର୍ଚ୍ଚା ହେଉଛି । ତାଙ୍କ ପାଖରେ ଥିବା ବିଜେପି ମହିଳା ମୋର୍ଚ୍ଚା ର ଜିଲ୍ଲା ସଭାନେତ୍ରୀ ଅର୍ଚନା ପ୍ରଧାନ ମାଡାମ୍ ଙ୍କ ମୁହଁରେ ଦେଖି ପାରୁଥିବେ କେତେ ସୁନ୍ଦର୍ ରେ ମାକ୍ସ ଲାଗିଛି । ମାଡାମ୍ ଜଣକ ସରକାର ଙ୍କର ନିୟମ କୁ ଅତି ସୁନ୍ଦର୍ ଭାବେ ପାଳନ କରୁଛନ୍ତି ଆଉ ଅନ୍ୟ କୁ ସରକାରଙ୍କର ଲକ୍ ଡାଉନ ନିୟମ କି ମାନି ଚଳିବା ପାଇଁ ମଧ୍ୟ ସଚେତନ୍ କରୁଥିବା ଦୃଶ୍ୟ ମଧ୍ୟ ଆମ ପାଖରେ ଅଛି । କିନ୍ତୁ ଏହି ଥାନା ଅଧିକାରୀ ଜଣକ ଅନ୍ୟକୁ ସଚେତନ୍ କରିବେ କଣ ନିଜେ ସଚେତନ୍ ହେଉନଥିବା ଦୃଶ୍ୟ ଏହି ଫଟୋ ଚିତ୍ର ରୁ ଦେଖିବାକୁ ମିଳୁଛି । ଆପଣ ମାନେ ଏଥିରୁ ଜାଣିପାରୁଥିବେ ଅଧିକାରୀ ଜଣକ ସରକାର ଙ୍କର ନିୟମକୁ କେତେ ଦୂର ପାଳନ କରୁଥିବେ । ସରକାର ଙ୍କର ନିୟମ ଅନୁଯାୟୀ ଯିଏ ମାକ୍ସ ପିନ୍ଧିନ ଥିବେ ତାଙ୍କ ଠାରୁ ୨୦୦ ଟଙ୍କା ଜରିମାନା କରାଯାଉଛି । ଏମିତି କି କୌଣସି ବ୍ୟକ୍ତି ବ୍ୟକ୍ତିନି ଙ୍କର ଯଦି ନାକ ତଳକୁ ମାକ୍ସ ଖସି ଯାଇଥାଏ ତାଙ୍କ ଠାରୁ ମଧ୍ୟ ୨୦୦ ସହ ଟଙ୍କା ଜରିମାନା କରିବା ସହିତ ତାଙ୍କୁ ମାଡ଼ ମରାଯାଉଛି । ଏହାର ଉଦାହରଣ ହେଲା ରାଇକିଆ ଥାନାର ଜଣେ ପୋଲିସ କର୍ମଚାରୀ ଙ୍କ ବହୁପିଲା ନଳକୂପ ରେ ଗାଧଉଥିଲେ , ଆଉ ସେଇ ଗାଧେଇବା ସମୟରେ ତାଙ୍କୁ ଏହି ରାଇକିଆ ଥାନାର ଜଣେ କର୍ମଚାରୀ ମାକ୍ସ ପିନ୍ଧିନ ବଲି ବାଡ଼େଇ ଥିବା ଖବର ମଧ୍ୟ ଏବେ ଚର୍ଚ୍ଚା ହେଉଛି । ସରକାର ଙ୍କର ନିୟମ କୁ ଅ ସମ୍ମାନ କରୁଥିବା ଏହି ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଙ୍କ ବିରୁଦ୍ଧରେ ଜିଲ୍ଲା ପୋଲିସ ପ୍ରଶାସନ କି ପଦକ୍ଷେପ ନେବେ ତାହା ଦେଖିବା ଅପେକ୍ଷାରେ ସାଧାରଣ ଲୋକେ ।