ଚିତ୍ର ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଲେ ଏ. ତରୁଣ…!
!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ପୌରାଞ୍ଚଳ ସ୍ଥିତ ଏ. ନାଗା ଙ୍କ ପୁଅ ଏ. ତରୁଣ ଚିତ୍ର ମାଧ୍ୟମରେ ସଚେତନତା ର ବାର୍ତ୍ତା ପଢ଼ାଇଛନ୍ତି ।ସ୍ଥାନୀୟ ସହିଦ୍ ଲକ୍ଷ୍ମଣ ନାୟକ ସ୍ମାରକୀ ଉଚ୍ଚବିଦ୍ୟାଳୟ ର ଦଶମ ଶ୍ରେଣୀ ରେ ପଢୁଥିବା ଏ. ତରୁଣ ତାଙ୍କର ତୁଳୀ ମାଧ୍ୟମରେ ଚିତ୍ର ଆଙ୍କି ଦେଶରେ କିଭଳି କରୋନା ବ୍ୟାପିଛି ଏବଂ ଏହାର ପ୍ରତିକାର ନିମନ୍ତେ କେନ୍ଦ୍ର ଓ ରାଜ୍ଯ ସରକାର କିଭଳି ତତ୍ପରତା ପ୍ରକାଶ କରୁଛନ୍ତି ଏନେଇ ସେ ଜନସାଧାରଣ ଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। କରୋନା ମୁକାବିଲା ରେ ନିୟୋଜିତ ପୋଲିସ ବିଭାଗ, ସ୍ଵାସ୍ଥ୍ଯ ବିଭାଗ ଓ ଅନ୍ୟ ବିଭାଗୀୟ କର୍ମଚାରୀ ଙ୍କ ଯୋଗଦାନ କୁ ତାଙ୍କରି ଚିତ୍ର ମାଧ୍ୟମରେ ଦର୍ଶାଇ ଜନସାଧାରଣ ଙ୍କୁ ଏମାନଙ୍କ କର୍ତ୍ତବ୍ୟ ନିଷ୍ଠା ଉପରେ ବାର୍ତ୍ତା ଦେଇଛନ୍ତି। ଚୀନ ରୁ ସଂକ୍ରମିତ ହୋଇ ଆସିଥିବା ଏହି କରୋନା ଭୁତାଣୁ କିଭଳି ଭାରତରେ ପ୍ରସାରିତ ହୋଇଛି ଏବଂ ଭାରତବାସୀ ଲକଡାଉନ ମାଧ୍ୟମରେ ଏହାର ମୁକାବିଲା କରୁଛନ୍ତି ଏନେଇ ଚିତ୍ରଣ କରିଛନ୍ତି। ସେ ଆଙ୍କି ଥିବା ଚିତ୍ର ଗୁଡିକୁ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରେ ଉପସ୍ଥାପନା କରି ଜନସାଧାରଣ ଙ୍କୁ ଆଙ୍କି ଥିବା ସମସ୍ତ ଚିତ୍ର ର ଉଦ୍ଦେଶ୍ୟ ବୁଝାଇବା ସହ ଜନ ସଚେତନତା ସୃଷ୍ଟି କରିଥିଲେ। ଏ. ତରୁଣ ଙ୍କ ଏଭଳି ପ୍ରୟାସ କୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।




ଏଠାରେ ପ୍ରଶ୍ନ ଉଠୁଛି ମାଛ ବନ୍ଧ ମାଲିକ ଜଣକ ଦୀର୍ଘ ୫ ବର୍ଷ ରୁ ଉର୍ଦ୍ଧ୍ବ ହେବ ବିନା ମିଟର ରେ ହୁକ୍ ଲଗାଇ କରେଣ୍ଟ ବ୍ୟବହାର କରୁଥିବା ବେଳେ ବିଦ୍ୟୁତ୍ ବିଭାଗ କର୍ମକର୍ତ୍ତା ଜାଣିପାରିଲେ ନାହିଁ କିପରି ? ନା ବିଦ୍ୟୁତ୍ ବିଭାଗ ବରିଷ୍ଠ ଅଧିକାରୀ ଙ୍କ ସହିତ ମାଛ ବନ୍ଧ ମାଲିକ ଙ୍କ ରହିଥିବା ମଧୁଚନ୍ଦ୍ରିକା ବିଦ୍ୟୁତ୍ ଚୋରି ପାଇଁ ଖୋରାକ୍ ଯୋଗାଇ ଧୌର୍ଯ୍ୟ ଦେଇଛି ? ଅଭିଯୋଗ ପାଇବା ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମାଛ ବନ୍ଧ ମାଲିକ ଙ୍କ ବିରୁଦ୍ଧରେ ବିଦ୍ୟୁତ୍ ଚୋରି କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ନା ଧର୍ମ କୁ ଆଖି ଠାର ଭଳି ପୋଲ ତାର ରେ ଲଗାଯାଇଥିବା ହୁକ୍ ବାହାର କରି ନୀରବ ରହୁଛନ୍ତି ଦେଖିବାକୁ ରହିଲା।
