ପକେଇ ପକେଇ ମାରିଦେଲେ , ଆଉ ଶେଷ ବେଳକୁ କହିଲେ କଟକ ନେଇଯାଅ…!

 !!! ମୟୂରଭଞ୍ଜ ଜିଲ୍ଲା ବାରିପଦା ରୁ ଟାଉନ ପ୍ରତିନିଧି ଅମିତ୍ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାରିପଦା) – ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ପିଆରଏମ୍ ମେଡିକାଲ ରେ ଉତ୍ତେଜନା ଓ ଭଙ୍ଗାରୁଜା। ମୃତକ ବାରିପଦା ସହର ର ପୁରୁଣାହାଟସାହିର ମମତା ବିଶ୍ବାଳ। ସୂଚନା ଅନୁସାରେ ପିଆରଏମ୍ ମେଡିକାଲ ର ମହିଳା ମେଡିସିନ୍ ବିଭାଗରେ ୬ ଦିନ ହେବ ମ୍ୟାଲେରିଆ ଯୋଗୁଁ ମମତାଙ୍କ ଚିକିତ୍ସା ଚାଲିଥିଲା। ତେବେ ଆଜି ଦିନ ପ୍ରାୟ ସାଢେ ୧୨ଟା ସମୟରେ ମମତା ଅଧିକ ଅସୁସ୍ଥ ହୋଇ ପଡିବାରୁ ତାଙ୍କ ପରିବାର ଲୋକେ ତୁରନ୍ତ ଡ୍ୟୁଟିରେ ଥିବା ଡାକ୍ତର ଏବଂ ନର୍ସଙ୍କୁ ଡାକିଥିଲେ।

ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ତାଙ୍କୁ ଚିକିତ୍ସା କରିବାରେ ବିଳମ୍ବ କରିଥିଲେ କାର୍ଯ୍ୟରତ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ମାନେ। ବହୁ କାକୁତି ମିନତି ହେବା ପରେ ଡାକ୍ତର ଆସି ତରବରିଆ ଭାବେ ରୋଗୀଙ୍କୁ ଏକ ଇଞ୍ଜଙ୍କ୍ସନ୍ ଦେଇଥିଲେ। ସେ ଇଞ୍ଜେକ୍ସନ୍ ଦେବା ପରେ ରୋଗୀ ଛାଟିପିଟି ହୋଇ ମୃତ୍ୟୁବରଣ କରିଥିଲେ। ଯାହାକୁ ନେଇ ପରିବାର ବର୍ଗଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖା ଯାଇଛି। ଏଥିରେ ଉତ୍ୟକ୍ତ ହୋଇ ଡାକ୍ତରଖାନାରେ ଗଣ୍ଡଗୋଳ କରିବା ସହିତ ଭଙ୍ଗାରୁଜା କରିଛନ୍ତି। ତେବେ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ହି ମମତାଙ୍କ ମୃତ୍ୟୁ ହୋଇଛି, ତେଣୁ ଦୋଷି କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଖବର ପାଇ ବାରିପଦା ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି॥

ପାରଳାଖେମୁଣ୍ଡି ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ଉତ୍କଳ ହୈତଷିଣୀ ସମାଜ ସଭା ଗୃହ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ମହିଳା ସଂଗଠନ “ଆକାଂକ୍ଷା”ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

ମହିଳା ସଂଗଠନ ‘ଆକାଂକ୍ଷା’ର ସଭାନେତ୍ରୀ ମିନାକ୍ଷୀ ସାହୁଙ୍କ ସଭାପତିତ୍ୱରେ ଜିଲ୍ଲା ଦୌରା ଜର୍ଜ ଶ୍ରୀ ବିଶ୍ଵଜିତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିକାର ଦୁନିଆରେ ସମସ୍ତଙ୍କ ମଧ୍ୟରେ ମହିଳାଙ୍କ ପ୍ରତି ମାନସିକତାର ପରିବର୍ତ୍ତନ ଦରକାର । ଏହା ହେଲେ ମହିଳା ମାନଙ୍କ ପ୍ରତି ବିଭିନ୍ନ କ୍ଷେତ୍ରରେ ହିଂସା ହ୍ରାସ ପାଇବ ଏବଂ ମହିଳା ମାନଙ୍କ କ୍ଷେତ୍ରରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ମହିଳାଙ୍କ କ୍ଷେତ୍ରରେ ବିଭିନ୍ନ ଆଇନ ହୋଇଛି , ମହିଳାଙ୍କୁ ବିଭିନ୍ନ ନିର୍ଯ୍ୟାତିତ କରୁଥିବା ଲୋକଙ୍କ ଦଣ୍ଡ ବିଧାନ ମଧ୍ୟ ହେଉଛି ହେଲେ ମଧ୍ୟ ଏହା କମୁନାହିଁ ।

ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦିକା ମିନା କୁମାରୀ ଟହଲ , ପ୍ରାଧିକାରଣର ସମ୍ପାଦକ ବ୍ୟୋମକେଶ ନାୟକ , ସବ୍ ଜଜ୍ ଦୀପା ଦାସ , ଏବଂ ମାଜିଷ୍ଟ୍ରେଟ ଚନ୍ଦ୍ରହାସ ବେହେରା , ରାଜ ରାଜେଶ୍ଵରୀ କଲ୍ୟାଣୀ ଗଜପତି ନାରାୟଣ ଦେବ , ଆଶାଲତା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅନିତା କୁମାରୀ ମିଶ୍ର , ଆଶାଲତା ପାଣିଗ୍ରାହୀ ,ଭାଗ୍ୟଲକ୍ଷ୍ମୀ ନାୟକ , ସ୍ୱର୍ଣ୍ଣପ୍ରଭା ପାଠୀ , ଡ.ଭାରତୀ ପାଣିଗ୍ରାହୀ , ମଞ୍ଜୁଳା ଚୌଧୁରୀ , ତନୁଜା ଶତପଥୀ , ସୁଜାତା ପାଢ଼ୀ , ରଶ୍ମିତା ସାମଲ , ବିନୋଦ ଚନ୍ଦ୍ର ଜେନା , ବିଚିତ୍ରା ନନ୍ଦ ବେବର୍ତ୍ତା , ପ୍ରବୀଣ ପାଣି , ଇଶାନ ଚାନ୍ଦ ଓଁକାର ,ପ୍ରମୋଦ କୁମାର ରାହୁଳ , ଡାକ୍ତର ମୁର୍ମୁ , ପ୍ରହ୍ଲାଦ ବେହେରା , ଶେଷଦେବ ବେହେରାଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପାରିଦର୍ଶିତା ଯୋଗୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପ୍ରଗତିଶୀଳ ମହିଳା ପତ୍ରିକା “ଆକାଂକ୍ଷା”ର ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭ ଉତ୍କଳ ହୈତଷିଣୀ ସମାଜର କଳାକାର ମାନେ ଦ୍ବାରା ପ୍ରାରମ୍ଭିକ ଗାନ କରିଥିବା ବେଳେ ରଶ୍ମିତା ସାମଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ହିନ୍ଦୀ ଭାଷାରେ ଲୋକାର୍ପିତ “ସି”ଟିମ୍ ଥିମ୍ ସଙ୍ଗ୍ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନ ଠାରେ ମହିଳା ସାଂସ୍କୃତିକ ସଂଗଠନ “ସ୍ୱୟଂସିଦ୍ଧା” ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ହିନ୍ଦୀ ଭାଷାରେ ରୂପାନ୍ତରିତ , “ସି” ଟିମ୍ ର ଥିମ୍ ସଙ୍ଗ ଲୋକାର୍ପିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ଉଦ୍ଦେଶ୍ଯରେ ଲୋକାର୍ପିତ କରିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ବିଡିଏ ର ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣା , ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର , ସ୍ୱୟଂସିଦ୍ଧା ଅନୁଷ୍ଠାନର ଅଧ୍ୟକ୍ଷା ସଂଧ୍ୟାରାଣୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଥିମସଙ୍ଗ ସଙ୍ଗୀତକୁ ଆଶା ପଟ୍ଟନାୟକ ଓ ଏସପି: ସାରା ଶର୍ମା ରଚନା କରିଥିବା ବେଳେ ଗୁରୁ ରଘୁନାଥ ପାତ୍ର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଏହି ସଙ୍ଗୀତରେ କଣ୍ଠଦାନ କରିଛନ୍ତି , ଗଜପତି ଏସପି:-ସାରା ଶର୍ମାଙ୍କ ସହିତ ଅନ୍ୱେଷା ରଥ , ଆଶୁତୋଷ , ଗିରିଜା , ଅମୃତାଶୁ , ସ୍ନେହା ଓ ଶୁଭଶ୍ରୀ । ଏହାର ଭିଡିଓ ଚିତ୍ର ଉତ୍ତୋଳନ କରିଛନ୍ତି।ଫାଲ୍ ଗୁନି ପଟ୍ଟନାୟକ ଓ ହରିହର ପଟ୍ଟନାୟକ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ଓଡ଼ିଆ ଭାଷାରେ ହୋଇଥିବା “ସି” ଟିମ୍ ଥିମସଙ୍ଗ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଥିବାରୁ ଏହାକୁ ହିନ୍ଦୀ ଭାଷାରେ ପ୍ରସ୍ତୁତି କରିବା ପାଇଁ ରାଜ୍ୟ ବାହାର ଶ୍ରୋତା ମାନଙ୍କ ଠାରୁ ବିଶେଷ ଅନୁରୋଧ ଆସିଥିଲା ।

ଖଣ୍ଡିଆନଇ ଠାରେ ହୋଲିଖେଳରୁ ଝଗଡା, ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର l 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗତକାଲି ଅପରାହ୍ନ 2.30 ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଇ ଠାରେ ହୋଲିଖେଳରେ କୌଣସି କାରଣରୁ ବଚସା ହୋଇ ଦୁଇଜଣଙ୍କ ମଧ୍ୟରେ ଝଗଡା ଲାଗିବାରୁ ଜଣେ ଗୁରୁତର ହୋଇ କଟକ ମେଡିକାଲ ସ୍ଥାନାନ୍ତର ହୋଇଥିବା ଖବର ହସ୍ତଗତ ହୋଇଛି l ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଖଣ୍ଡିଆନଇ ଗ୍ରାମର ଉପେନ୍ଦ୍ର ମହାନ୍ତିଙ୍କ ପୁଅ ମିଟୁ ମହାନ୍ତି (30) l ପ୍ରାପ୍ତ ବିବରଣୀରୁ ପ୍ରକାଶ ଖଣ୍ଡିଆନଇ ଗ୍ରାମରେ ହୋଲି ଖେଳ ଚାଲିଥିବାବେଳେ ଗ୍ରାମର ମିଟୁ ମହାନ୍ତି ଓ ପ୍ରକାଶ ମହାନ୍ତିଙ୍କ ପୁଅ ରାକେଶ ମହାନ୍ତିଙ୍କ (30)

ମଧ୍ୟରେ କୌଣସି କାରଣରୁ ବଚସା ହୋଇ ଝଗଡା ହୋଇଥିଲା l ଝଗଡ଼ାରୁ ମାରପିଟ ହୋଇ ମିଟୁ ମହାନ୍ତି ଗୁରୁତର ଆହତ ହୋଇଥିଲେ l ତାଙ୍କ ମୁଣ୍ଡରେ ପଥର ବାଜିଥିବା ପୁଲିସ ସୂତ୍ରରୁ ପ୍ରକାଶ l ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ଯୋଗେ  ତୁରନ୍ତ ତାଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା l କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାପରେ ବ୍ରହ୍ମପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା l ଏନେଇ ଆହତ ମିଟୁର ବାପା ଉପେନ୍ଦ୍ର ମହାନ୍ତି ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି l ଏତଲାକୁ ଭିତିକରି ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ରାକେଶକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି l କେସ ନଂ 68/20 ରେ ମାମଲା ରୁଜୁ ହୋଇଥିବା ପ୍ରକାଶ l

ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ମାଣିତରା ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ସକ୍ରିୟ କର୍ମୀମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବୁଗୁଡ଼ା) – ବୁଗୁଡା ବ୍ଲକ ଅନ୍ତର୍ଗତ ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ମାଣିତରା ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ସକ୍ରିୟ କର୍ମୀମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଦଳର ସାଙ୍ଗଠନିକ ସୁଦୃଢ଼ତା ଓ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି।ଜିଲ୍ଲା ପରିଷଦ,ସମିତିସଭ୍ୟ ଓ ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ଚୈତ୍ରମାସ ପ୍ରଥମ ମଙ୍ଗଳବାର ମା, ବ୍ରାହ୍ମଣୀଦେବୀପୀଠ ରେ ପଣାପର୍ଵ ଆରମ୍ଭ – ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ।

!!! କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ରୁ ବିକାଶ ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଜୁରୀପଡା) – ଫୁଲବାଣୀ ସ୍ଥିତ ପ୍ରସିଦ୍ଧ ଠାକୁରାଣୀ ମା, ବ୍ରାହ୍ମଣୀଦେବୀପୀଠ ମଂଦିର ରେ ପ୍ରତେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଚୈତ୍ରମାସ ପଣାପର୍ଵ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ମଙ୍ଗଳବାର ରେ ହୋଲିଉତ୍ସବ ଥିଲେମଧ୍ୟ ମା, ବ୍ରାହ୍ମଣୀଦେବୀପୀଠ ରେ ପଣାଢାଳିବାରେ ଓ ପୂଜାର୍ଚ୍ଚନା କରିବାରେ ଶ୍ରଦ୍ଧାଲୁ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।ଦେହୁରୀ ଗୌତମକହଁର ମାଙ୍କ ମଂଦିର କୁ ଆସିବା ପୂର୍ବରୁ ମହିଳାଶ୍ରଦ୍ଧାଳୁ ମାନେ ମଂଦିର ରେ ସଖାଲୁ ଭୋରରୁ ଆସି ଅପେକ୍ଷା କରିଥିଲେ ଦେହୁରୀ ଆସିବାପରେ ଅଧିକରୁଅଧିକ ଭିଡ ଦେଖିବାକୁ ମିଳିଥିଲା । ଶୃଙ୍ଖଳା ରକ୍ଷାକରିବା ପାଇଁ ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଯାଇଥିଲା । ମଂଦିର ପରିଚାଳନା କମିଟି ର ସଦସ୍ୟ ମାନେ ସଭାପତି, ଲକ୍ଷ୍ମୀନାରାୟଣ ଦୋରା , ସାଧରଣସମ୍ପାଦକ , ବୈଦ୍ୟନାଥ ବେହେରା, ବରିଷ୍ଠ ଉପଦେଷ୍ଟା, ସୂର୍ଯ୍ୟନାରାୟଣ ମହାପାତ୍ର, ସଦସ୍ୟ , ବଳଭଦ୍ର ପାଣିଗ୍ରାହୀ ରାକେଶରଞ୍ଜନ ବେହେରା,ସହ ସମ୍ପାଦକ , ସନ୍ଦୀପ ମହାନ୍ତି, କୋଷାଧ୍ୟକ୍ଷ, ଶଙ୍କର ଦୋରା , ପ୍ରମୁଖ ଦାଇତ୍ୱ ପରିଚାଳନା କରିଥିଲେ । ପଣା ପ୍ରସାଦ ସେବନ ପ୍ରଚୁର ମାତ୍ରାରେ ଶହଶହ ଭକ୍ତଙ୍କୁ ପ୍ରଦାନ କରାଯାଇଥିଲା ।

ଭଞ୍ଜନଗର କୁଲାଡ ଆନ୍ଧ୍ର ବ୍ୟାଙ୍କରୁ ଭିନ୍ନ ତରିକାରେ ଲୁଟ,  ନକଲି ସୁନା ଦ୍ୱାରା ୫ କୋଟି ଟଙ୍କାର ଋଣ, ସୁନା ଦୋକାନୀ ଓ ବ୍ୟାଙ୍କ କର୍ମଚାରୀଙ୍କ ବି ସଂପୃକ୍ତି ସନ୍ଦେହଜନକ l 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (କୁଲାଡ଼) – ଆଜିକାଲି ଖବର କାଗଜ ଓଲଟାଇଲେ ପ୍ରତିଦିନ କେଉଁଠି ନା କେଉଁଠି ଲୁଟ, ରାହାଜାନି, ଚୋରୀ, କଳାବଜାରୀ ଆଦି ହେଉଥିବାର ନଜର ଆସୁଛି l ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ଼ ଠାରେ ଏକ ଅଜବ କାଇଦାରେ ଠକେଇ ହୋଇଛି ଯାହାକି ଲୁଟ କହିଲେବି ଅତ୍ୟୁକ୍ତି ହେବନି l କୁଲାଡ଼ ସ୍ଥିତ ଆନ୍ଦ୍ର ବ୍ୟାଙ୍କରେ ଗୋଲ୍ଡ ଲୋନ ନାମରେ ଠକେଇ ହୋଇଛି l  ପିତଳକୁ ସୁନା କହି, ପାଖା ପାଖି ୫ କୋଟି ଟଙ୍କାର ଚୁନା ଲଗାଇଥିବା ଅଭିଯୋଗ ହୋଇଛି l ଅଭିଯୋଗ ପାଇବା ପରେ ଭୁବନେଶ୍ୱର ଓ ବ୍ରହ୍ମପୁରରୁ ଆନ୍ଧ୍ର ବ୍ୟାଙ୍କରବରିଷ୍ଠ ଅଧିକାରୀ କୁଲାଡ ଆନ୍ଧ୍ରବ୍ୟାଙ୍କକୁ ଯାଇ ତଦନ୍ତ କରୁଛନ୍ତି ।ସୂଚନା ଅନୁସାରେ, କିଛି ବ୍ୟାଙ୍କ କର୍ମଚାରୀ ଓ ସୁନା ଦୋକାନୀର ସହଯୋଗରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କରେ କୁଲାଡ ଆଖପାଖ ଗାଁର ୩୫ରୁ ୪୦ ଜଣ ବ୍ୟାଙ୍କରେ ସୁନା ରୁଣ ଆବେଦନ କରିଛନ୍ତି । ତେବେ ବଡ କଥା ହେଉଛି ଟଙ୍କା ପରିଶୋଧ କରିବା ପାଇଁ ବ୍ୟାଙ୍କ ମ୍ୟାନେଜର ନୋଟିସ ଦେବା ପରେ ଲୋକେ ଜାଣିଛନ୍ତି ତାଙ୍କ ନାମରେ ସୁନା ରୁଣ କରାଯାଇଛି l ଅନ୍ୟପଟେ ବ୍ୟାଙ୍କ ମ୍ୟାନେଜର କହିଛନ୍ତି ନିର୍ଦ୍ଧିଷ୍ଟ ସମୟରେ ସୁଧ ପରିଶୋଧ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଯେଉଁ ଲୋକଙ୍କୁ ନୋଟିସ ଆସିଛି, ସେମାନେ ରୁଣ ବାବଦରେ କିଛି ଜାଣି ନାହାନ୍ତି ଓ ରୁଣ ଟଙ୍କା ପାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି l ସଠିକ ତଦନ୍ତ କଲେ ପ୍ରକୂତ ଦୋଷୀ ସାମନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି l

ଦେଖ ଝୁଲଣା ରେ ଝୁଲୁଛି ମଦନ ମୋହନ ମୁରତୀ ; ପୁଜା ପାଇ ଆସିଛି ରୋଷେଇ ଶାଳ ରେ ବସି …!

!!! ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଦୋଳ ବିମାନ ରେ ରେ ଝୁଲୁଛନ୍ତି ପ୍ରଭୁ ମଦନ ମୋହନ । ଏହି ଦୃଶ୍ୟ ଟି ହେଉଛି ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ କୁମ୍ଭାର ସାହି ଅର୍ଥାତ ପୁରୁଣା ସିନେମା ହଲ ପାଖର । ମଦନ ମୋହନ କ୍ଷେତ୍ର ନାମରେ ଏହି ସ୍ଥାନଟି ବେଶ ପରିଚିତ । ଏଠାରେ କେଉଁ ଆବାହମାନ କାଳରୁ କଳା ନିକୁଞ୍ଜ ଶ୍ରୀକୃଷ୍ଣ ଓ ପରମ ପ୍ରେମମୟୀ ରାଧାରାଣୀ ପୂଜା ପାଇ ଆସୁଛନ୍ତି । ଆଜି ପବିତ୍ର ଦୋଳଯାତ୍ରା ଅବସର ରେ ଏଠାରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଛି ଦୋଳ ପୂର୍ଣ୍ଣିମା ଯାତ୍ରା । ଆଜି ପ୍ରଭାତ ରୁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିବା ବେଳେ ସନ୍ଧ୍ୟାରେ ଯୁଗଳ ମୁରତୀ ଙ୍କ ଝୁଲଣ ଏବଂ ମଦନ ମୋହନ ଙ୍କୁ ଦୋଳ ମଣ୍ଡପ ଉପରେ ବିଜେ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଶଙ୍ଖ , ହୁଳହୁଳି ଓ କୀର୍ତ୍ତନ ର ନାଦ ରେ କମ୍ପି ଉଠିଥିଲା ମଦନ ମୋହନ କ୍ଷେତ୍ର । ପରମ୍ପରା ଅନୁଯାୟୀ ଆଜି ଦୋଳ ପୂର୍ଣ୍ଣିମା ରେ ରାଧାରାଣୀ ଓ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ହୋଲି ଖେଳ ସମାପନ ହେବା ପରେ ଆସନ୍ତା କାଲି ଲୋକେ ହୋଲି ଖେଳିବା ପ୍ରଥା ରହିଛି । ପୂଜକ ଦିବ୍ୟ ରଞ୍ଜନ ନିଶଙ୍କ ଯୁଗଳ ମୁରତୀ ଙ୍କ ପୁଜାର୍ଚନା ଓ ଭୋଗଲାଗି କରିଥିବା ବେଳେ ସାହି ବାସିନ୍ଦା ଏଥିରେ ସହାୟତା କରିଥିଲେ । ଏହି ମନ୍ଦିର ଟି ବହୁ ପୂରାତନ କାଳ ରୁ ନିର୍ମାଣ ହୋଇଥିବା ରୁ ଏହାର ଛାତ ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି । ମନ୍ଦିର ବର୍ତ୍ତମାନ ଭଗ୍ନାବସ୍ଥା ରେ ଥିବା ଯୋଗୁଁ ପ୍ରଭୁ ମଦନ ମୋହନ ଙ୍କୁ ରୋଷେଇ ଶାଳ ରେ ରଖି ପୁଜା କରାଯାଉଛି । ମନ୍ଦିର ପୂଜକ ପାଉଥିବା ଦକ୍ଷିଣା ଅର୍ଥ ରେ ପ୍ରତି ବର୍ଷ ଏହି ଛାତ ର କିଛି କିଛି ଅଂଶ ମରାମତି କରାଯାଉଥିବା ସତ୍ୱେ ଏହାର ସ୍ଥାୟୀ ନିର୍ମାଣ ହୋଇପାରିନାହିଁ । ଫଳ ରେ ଏହା ସମ୍ପୂର୍ଣ ଭୁସୁଡ଼ିବା ଅବସ୍ଥା କୁ ଆସିଲାଣି । ସ୍ଥାନୀୟ କିଛି ବଦାନ୍ୟ ବ୍ୟକ୍ତି ମନ୍ଦିର ନିର୍ମାଣ ସକାଶେ ହାତ ବଢ଼ାଉଥବା ବେଳେ ଏହା ଯଥେଷ୍ଟ ନୁହେଁ । ଏଣୁ ସ୍ଥାନୀୟ ବାସୀ ବିଧାୟକ ଏବଂ ସାଂସଦ ପାଣ୍ଠି ରୁ କିଛି ସହାୟତା ପାଇବା ଆଶା ବାନ୍ଧିଛନ୍ତି । ଏଥି ପ୍ରତି ବିଧାୟକ ଓ ସାଂସଦ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି ।

କରୋନା ପାଇଁ ଚିନ୍ତାରେ ଜିଲ୍ଲା ପ୍ରଶାସନ;ହୋଲି ନଖେଳିବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ l 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଗଞ୍ଜାମ) – କରୋନା ଭାଇରସ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ଯ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି l ସହର ଠାରୁ ଗାଁ ଯାଏଁ ସବୁଠି ଏହାର ପ୍ରତିଷେଧକ ବ୍ୟବସ୍ଥା ପାଇଁ ଚିନ୍ତିତ l ଆସନ୍ତା କାଲି ହୋଲି ପର୍ବ ଥିବାବେଳେ କରୋନା ଭାଇରସର ସଂକ୍ରମଣ ଆଶଙ୍କା କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହୋଲି ନଖେଳିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି l ସେଥିପାଇଁ ସେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ସମେତ ସମସ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି l ଆବଶ୍ୟକ ପଡିଲେ ହୋଲି ଖେଳ ବାହାରେ ନଖେଳି ଘର ଭିତରେ ଖେଳିବାକୁ ସତର୍କ କରିଛନ୍ତି l ସାଧାରଣତଃ ସ୍କୁଲ ପିଲାମାନେ ଯେପରି ନିୟମିତ ହାତ ଧୋଇବା, ମାସ୍କ ଵା ରୁମାଲ ପିନ୍ଧିବା ଏବଂ ଭିଡ ମଧ୍ୟକୁ ନଯିବାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି l ଏମ କେ ସି ଜି ରେ ଏକ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ଖୋଲାଯାଇ ସେଥିରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି l

ନୂଆପଡା ପୋଲିସ ଧଇଲା ୪ ଆନ୍ତଃରାଜ୍ୟ ଲୁଟେରା ।

!!!ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ!!! 

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା ପୁଲିସକୁ ଏକ ବଡ ସଫଳତା ମିଳିଛି । ଆଜି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଧରିବାରେ ସକ୍ଷମ ହୋଇଛି । ତାଙ୍କ ଠାରୁ ୧.୩ ଲକ୍ଷ ନଗଦ, ୫ ତୋଲା(୬୦ ଗ୍ରାମ) ସୁନା, ୧.୮ କେଜି ରୁପା, ୨୩ଟି ମୋବାଇଲ ଫୋନ, ଏକ ନମ୍ବର ବିହିନ ନୁଆ ମୋଟର ସାଇକେଲ, ୬ଟି ଡିକି ଖୋଲିବା ମାଷ୍ଟର ଚାବି, ୫ଟି ମାରଣାସ୍ତ୍ର ଜବତ କରିଥିଲେ । ଲୁଟେରା ମାନେ ହେଲେ ଗଂଜମା ଜିଲ୍ଲା ଆସ୍କା ଥାନା ଧୁନକୁନି ଗାଁର କରନ ଦାସ(୧୯), ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଖଲ୍ଲାରୀ ଥାନା ବିକେବାହାରା ଗାଁର କରନ ନେତାମ(୨୨) ଓ କାର୍ତ୍ତିକ(୨୦), ଭିମଖୋଜ ଥାନା ସଦର ଗାଁର ସଚିନ ଧ୍ରୁ(୧୮) । ଆଜି ସମସ୍ତ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆହୁତ ସମ୍ମାଦିକ ସମ୍ମିଳନୀରେ ଏସପି ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ଗତ ଜାନୁୟାରୀ ୧୮ ତାରିଖରେ ସ୍ଥାନୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବେଲଟୁକୁରୀ ଥାନା ବୋଥା ଗାଁର ଚାଷୀ ପରସରାମ ରଣା ଧାନ ବିକ୍ରି ଟଙ୍କା ଉଠାଣ ପାଇଁ ବ୍ୟାଙ୍କକୁ ଆସିଥିଲେ । ଅପରାହ୍ନରେ ବ୍ୟାଙ୍କରୁ ୪୯ ହଜାର ଟଙ୍କା ଉଠାଣ କରି ନିଜ ବାଇକ ଡ଼ିକିରେ ଭତ୍ତି କରି ଲକ କରିଥିଲେ । ତାଙ୍କର ଜଣେ ସମ୍ପର୍କୀୟ ଚା ପିଇବାକୁ ଡ଼ାକିବାରୁ ବ୍ୟାଙ୍କ ସମ୍ମୁଖ ଚା ଦୋକାନକୁ ଯାଇଥିଲେ । ଚା ପିଇ ସାରି ବାଇକ ନିକଟକୁ ଆସିବା ସମୟରେ କେହି ଜଣେ ଲୁଟେରା ଡ଼ିକି ଭାଙ୍ଗି ୪୯ ହଜାର ଟଙ୍କା ଲୁଟ ନେଇଥିଲା । ଅପରାହ୍ନରେ ପରସରାମ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ସଦର ଥାନାରେ କେଶ ନଂ ୧୨/୨୦୨୦ରେ ମାମଲା ରୁଜୁ କରିଥିଲେ । ଏସପି ବିନିତ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଦର ଆଇଆଇସି ଆଦିତ୍ୟ ମହାକୁଡଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ ହୋଇଥିଲା । ଏହି ପୁଲିସ ଟିମ ତଦନ୍ତ କରି ଲୁଟେରା ଗ୍ୟାଙ୍ଗର ଜଣେ ଲୁଟେରାଙ୍କୁ ସଦର ପୁଲିସ ସହର ଭିତରେ କାବୁ କରିବାରେ ସକ୍ଷମ ହୋଇଥିଲେ । ତାଙ୍କୁ ଗିରଫ କରି ପୁଲସି ତଦନ୍ତ ଆରମ୍ଭ କରିଥିଲା । ଗଂଜମା ଜିଲ୍ଲା ଆସ୍କା ଥାନା ଧୁନକୁନି ଗାଁର କରନ, ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଖଲ୍ଲାରୀ ଥାନା ବିକେବାହାରା ଗାଁର କରନ ନେତାମ ଓ କାର୍ତ୍ତିକ, ଭିମଖୋଜ ଥାନା ସଦର ଗାଁର ସଚିନ ଧ୍ରୁଙ୍କୁ ପୁଲିସ ଗିରଫ କରିଥିଲା । ତାଙ୍କ ଠାରୁ ୧.୩ ଲକ୍ଷ ନଗଦ, ୫ ତୋଲା(୬୦ ଗ୍ରାମ) ସୁନା, ୧.୮ କେଜି ରୁପା, ୨୩ଟି ମୋବାଇଲ ଫୋନ, ଏକ ନମ୍ବର ବିହିନ ନୁଆଁ ମୋଟର ସାଇକେଲ, ୬ଟି ଡିକି ଖୋଳିବା ମାଷ୍ଟର ଚାବି, ୫ଟି ମାରଣାସ୍ତ୍ର ଜବତ କରିଥିଲେ । ସେମାନେ ନୂଆପଡ଼ା ଜିଲ୍ଲା ସମେତ ବରଗଡ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଲୁଟ କରି ଆସୁଥିଲେ । ତାଙ୍କ ନାଁରେ ଖଡ଼ିଆଳ, ଜୋଙ୍କ, ସିନାପାଲି, କୋମନା, ବରଗଡ଼ ଜିଲ୍ଲାର ପାଇକମାଲ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା । ଏବେ ଏହି ସବୁ ମାମଲାର ତଦନ୍ତ ଜାରି ରହିଛି । ଅଅଜି ସମସ୍ତଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ଆହୁତ ସମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ଅଗ୍ରୱାଲ ସୂଚନା ଦେଇଥିଲେ । ଏଠାରେ ଏଏସପି ସୁନିଲ ଆଚାର୍ଯ୍ୟ, ନୂଆପଡ଼ା ଏସଡିପିଓ ପ୍ରସନ୍ନ ପଟ୍ଟନାୟକ, ଖଡ଼ିଆଳ ଏସଡିପିଓ ବିରଂଚି ନାରାୟଣ ଦେହୁରୀ, ସଦର ଆଇଆଇସି ଆଦିତ୍ୟ କୁମାର ମହାକୁଡ ଉପସ୍ଥିତ ଥିଲେ ।