ଖଲ୍ଲିକୋଟ ପ୍ରେସ କ୍ଲବ ର ନୁତନ କର୍ମକର୍ତ୍ତା ଚୟନ ।

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ପ୍ରେସ କ୍ଲବ ତରଫରୁ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ବାର୍ଷିକ ବୈଠକ  ଅନୁଷ୍ଟିତ ହୋଇଥିଲା। ଏହି ବୈଠକରେ କ୍ଲବ ର ପୂର୍ବତନ ସମ୍ପାଦକ ଶ୍ରୀ ମାଧବ ବେହେରା ପୁରୋହିତ୍ୟି କରି କ୍ଲବ ର ସଦସ୍ୟ ମାନଙ୍କୁ ସାମ୍ବାଦିକତା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବା ସହିତ ଶୃଙ୍ଖଳିତ ସହକାରେ ସଙ୍ଘ ର ନୀତି ନିୟମ ଅନୁଯାୟୀ ସମସ୍ତେ ସଂକଳ୍ପ ବଦ୍ଧ ହେବାପାଇଁ ଉପଦେଶ ଦେଇଥିଲେ। ପରେ ପ୍ରତିବର୍ଷ ଭଳି ପୂର୍ବ କର୍ମ କର୍ତା ଙ୍କୁ ବିଶ୍ରାମ ଦେଇ ନୂତନ କର୍ମ କର୍ତା ମନୋନୟନ କରାଯାଇଥିଲା, ଏହି ପ୍ରକ୍ରିୟା ରେ ସଭାପତି ଭାବେ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର, ଉପସଭାପତି ଭାବେ ଶ୍ରୀ ପ୍ରଦୀପ୍ତ କୁମାର ସାହୁ,ସମ୍ପାଦକ ଭାବେ ଶ୍ରୀ ସୁନୀଲ କୁମାର ମହାପାତ୍ର ଓ କୋଷାଧ୍ୟକ୍ଷ ଭାବରେ ଶ୍ରୀ ଅଶ୍ୱିନୀ କୁମାର ମହାନ୍ତି ମନୋନୀତ ହୋଇଥିଲେ।ଏହି ବୈଠକରେ ପ୍ରେସ କ୍ଲବର ବରିଷ୍ଠ ସାମ୍ବାଦିକ ଶ୍ରୀ ବିଭୁତି ଭୂଷଣ ତ୍ରିପାଠୀ, ଶ୍ରୀ ଅଶୋକ ତ୍ରିପାଠୀ, ଶ୍ରୀ ନଗେନ୍ଦ୍ର ନାଥ ସାହୁ, ଶ୍ରୀ ଗଣେଶ ମଳିକ,ଶ୍ରୀ ବିଭୁ ପ୍ରସାଦ ପଟନାୟକ, ଶ୍ରୀ ମନମଦନ ସାହୁ,ଶ୍ରୀ ବିମଲ ପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ବେଗୁନିଆପଡା ଏବିସିଡ଼ି ପ୍ଲେ ସ୍କୁଲ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ;୭୯ ୟୁନିଟ ରକ୍ତ ସଂଗୃହିତ l 

!!! ଗଞ୍ଜାମ୍ ଜିଲ୍ଲା ବେଗୁନିଆପଡ଼ା ରୁ ମୁନା ନାୟକ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏବିସିଡ଼ି ପ୍ଲେ ସ୍କୁଲ ପରିସରରେ ରବିବାର ଦିନ କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଂଗଠନ, ଗଞ୍ଜାମ ଶାଖା ଓ ଏବିସିଡ଼ି ପ୍ଲେ ସ୍କୁଲ ଆନୁକୂଲ୍ୟରେ ଏବଂ ବେଗୁନିଆପଡା ସମ୍ବାଦ ଆମ ଓଡିଶା, ଇଣ୍ଡିଆନ ୟୁଥ ଆସୋସିଏସନ ଏବଂ ଜୀବନ ଦ୍ୟୁତି ଏଜୁକେସନ ଏଣ୍ଡ ଚାରିଟେବଲ ଟ୍ରଷ୍ଟର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ରକ୍ତଦାନ ଶିବିରରେ ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବବର ପ୍ରଧାନ, ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଓ ଅବସର ପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ଶତପଥୀ, ସମାଜସେବୀ ଚିତ୍ରସେନ ଘୋଷ, ସ୍ଥାନୀୟ ସରପଞ୍ଚ  ଅରୁଣ କୁମାର ମାଝୀ ଆଦି ସାମ୍ନାନିତ ଅତିଥି ଭାବେ ଯୋଗଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଏବିସିଡ଼ି ପ୍ଲେ ସ୍କୁଲ ସମ୍ପାଦକ ଅଶୋକ କୁମାର ସେନାପତି, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ନାୟକ, ଶିକ୍ଷକ ଦେବେନ୍ଦ୍ର ମହାରଣା, ମାନବ ଅଧିକାର ସୁରକ୍ଷା ସଂଗଠନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ସମ୍ବାଦଦାତା ପବିତ୍ର କୁମାର ରାଉତ, ଜଗବନ୍ଧୁ ସାହୁ, ଟ୍ରଷ୍ଟ ସମ୍ପାଦକ ଟୁକୁନା ପ୍ରଧାନ, ବିଜେପି ଜିଲ୍ଲା ଯୁବମୋର୍ଚା ସାଧାରଣ ସମ୍ପାଦକ ଆଲୋକ କୁମାର ଶତପଥି, ସମାଜସେବୀ ରବୀନ୍ଦ୍ର ନାଥ ଶତପଥି, ଆରତୀ ବେହେରା, ଅର୍ଧେନ୍ଦୁ, ଜଗମୋହନ, ସୁଶାନ୍ତ, ବସନ୍ତ, ନାରାୟଣ, ରବୀନ୍ଦ୍ର ପାଣିଗ୍ରାହୀ ଆଦି ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l  ଉକ୍ତ ଶିବିରରେ ଅଂଚଳର ଅନେକ ବ୍ୟକ୍ତି  ସ୍ବେଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ସେମାନଙ୍କ ଠାରୁ 79 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଏମକେସିଜି ରକ୍ତ ଭଣ୍ଡାରରୁ ଆସିଥିବା ଅଭିଜ୍ଞ କର୍ମଚାରୀ ସମେତ ଏବିସିଡ଼ି ପ୍ଲେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l

ନୈାପଡା-ଗୁଣୁପୁର ରେଳପଥ ବିଦ୍ୟୁତିକରଣ ବ୍ୟବସ୍ଥା ଅନୁଧ୍ୟାନ କରିଲେ ରେଳବିଭାଗ ‘ସିଆରଏସ’।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପୂର୍ବତଟ ରେଳ ଜୋନ୍ ର ମୁଖ୍ୟ ସୁରକ୍ଷା ଅଧିକାରୀ ଏ. କେ. ରାଏ ଆଜି ବିଭାଗୀୟ ଉଚ୍ଚସ୍ତରୀୟ ରେଳ କର୍ମକର୍ତ୍ତାଙ୍କ ସହ ନୈାପଡା-ଗୁଣୁପୁର ରେଳପଥ ବିଦ୍ୟୁତିକରଣ ସମୀକ୍ଷା କରିବା ସହ ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିସର ବୋଲି ଦେଖିଥିଲେ। ଏହି ଅବସରରେ ନୈାପଡା- ପାରଳାଖେମୁଣ୍ଡିର- ଗୁଣୁପୁର ରେଳପଥ ବିଦ୍ୟୁତିକରଣ, ବିକାଶ ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଜେପି ଦଳର କିଛି କର୍ମକର୍ତ୍ତା ଦାବି ପତ୍ର ପୂର୍ବତଡ ରେଳ ବିଭାଗ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଏହି ରେଳପଥରେ ରହି ଆସିଥିବା ପ୍ଲାଟଫର୍ମ ଗୁଡିକ ଅତ୍ୟନ୍ତ ପୂରାତନ ଅଟେ। ବର୍ତ୍ତମାନ ଏହି ପ୍ଲାଟଫର୍ମ ଗୁଡିକ ଠିକ୍ ଉଚ୍ଚତା ନଥିବା ଯୋଗୁଁ ସାଧାରଣ ଯାତ୍ରୀ ଟ୍ରେନରେ ଚଳିବା ଓ ଓହ୍ଲାଇବା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପାରଳାଖେମୁଣ୍ଡି ସମେତ ଗୁଣୁପୁର ମଧ୍ୟରେ ଥିବା ପ୍ଲାଟଫର୍ମ ଗୁଡିକର ଉଚ୍ଚତା ବସାଇବା ସହ ସେଗୁଡ଼ିକ ସୈାନ୍ଦର୍ଯ୍ୟ କରଣ କରିବା ନିମନ୍ତେ ଆଇନଜୀବୀ , ସ୍ଥାନୀୟ ବିଜେପି ନେତା, ଉତ୍କଳ ହିତୈଷିଣୀ, ପାରଳାଖେମୁଣ୍ଡି ବରିଷ୍ଠ ଜନସାଧାରଣ ମାନେ ଦାବି ପତ୍ର ପ୍ରଦାନ କରିଥିଲେ। ଦାବି ପତ୍ର ପାଇବା ପରେ ଏଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଆରଏସ ଜଣାଇଥିଲେ। ପୂର୍ବତଟ ରେଳ ଜୋନ୍ ର ବିଶାଖାପାଟଣା ଡିଆରଏମ ଚେତନ କୁମାର ଶ୍ରୀବାସ୍ତବଙ୍କ ସହିତ ରେଳବାଇ ବିଭାଗ କର୍ମକର୍ତା ଉପସ୍ଥିତ ଥିଲେ।

କରୋନା ପାଇଁ ବିଧାୟିକାଙ୍କ ସଚେତନତା ବାର୍ତ୍ତା l 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – କରୋନା ଭାଇରସ ଭୟରେ ସମସ୍ତେ ଆତଙ୍କିତ ଥିବାବେଳେ ଆଜିକାଲି ସୋସିଆଲ ମିଡ଼ିଆରେ ଏହାର ଏହାର ଦୁରୁପଯୋଗ ଯୋଗୁଁ ଏହାର ଅପପ୍ରଚାର ଲୋକଙ୍କୁ ଆହୁରି ଭୟଭୀତ କରିଦେଇଛି l ତେଣୁ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଜନ ପ୍ରତିନିଧି, ପ୍ରଶାସନ, ବୁଦ୍ଧିଜୀବୀମାନେ ଆଗକୁ ଆସି ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି l ଏହାର ପ୍ରକୃତ କାରଣ, ନିରାକରଣ, ପ୍ରତିକାର ଆଦି ସମ୍ବନ୍ଧରେ ଲୋକଙ୍କୁ ଜାଗୃତ କରାଯାଉଛି l ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ସଚେତନତା ପାଇଁ ଅଣ୍ଟା ଭିଡିଛନ୍ତି l ସେ ଆଜି ବେଗୁନିଆପଡା ବ୍ଲକ ଶାଙ୍କୁଡ଼ା ଠାରେ ପହଂଚି ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ l

ଏହି ମାରାତ୍ମକ ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ନିୟମିତ ସାବୁନରେ ହାତ ଧୋଇବା, ମୁହଁରେ ଟିସୁ ଵା ରୁମାଲ ବ୍ୟବହାର କରିବା, କୌଣସି ଜାଗାରେ ଏକାଠି ନହୋଇ ଅଧିକାଂଶ ସମୟ ଘରେ ରହିବା, ଛୁଆ ମାନଙ୍କୁ ନଜରରେ ରଖିବା, ଅସୁସ୍ଥ ହେଲେ କାହା କଥା ନଶୁଣି ସିଧା ଡାକ୍ତରଙ୍କ ପରାମର୍ଶ ନେବା ଆଦି ଉପରେ ଲୋକଙ୍କୁ ବୁଝାଇଥିଲେ l

ତାରାତାରିଣୀଙ୍କ ପୀଠରେ ପ୍ରଶାସନ ପକ୍ଷରୁ କଟକଣା ; ମୁଣ୍ଡନ ସମ୍ପୂର୍ଣ ବନ୍ଦ l 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଞ୍ଜାମ) – କରୋନା ଭୟରେ ସମଗ୍ର ବିଶ୍ୱ ଏବେ  ପ୍ରମାଦ ଗଣୁଛି l ଏଥିପାଇଁ ସବୁଠି ପ୍ରତିକାର ସ୍ୱରୂପ ଯେପରି ଜନସାଧାରଣ ଅଧିକ ଗହଳି ନହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ଗଞ୍ଜାମର ଆରାଧ୍ୟ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ମୁଣ୍ଡନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିସହ ପାହାଡ଼ ଉପରକୁ ବସ୍‌ ସେବା ପ୍ରତ୍ୟାହାର ହୋଇଛି। ସେଠାରେ ଥିବା କଲ୍ୟାଣ ମଣ୍ଡପ ଓ ହୋଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଜନସମାଗମ କମିବା ସହ ଯାତ୍ରା ରୀତିନୀତିରେ ହେବ। ଚଳିତବର୍ଷ ନ ଆସି ଆଗାମୀ ବର୍ଷକୁ ଭକ୍ତ ଆସନ୍ତୁ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ରବିବାର ଏନେଇ ଜିଲାପାଳ ଏକ ଜରୁରୀ ବୈଠକ କରିଥିଲେ। ସେବାୟତମାନେ ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହାକୁ ସମସ୍ତେ ସ୍ୱାଗତ କରିଥିବା ଜଣାପଡିଛି l

ପାରଳାଖେମୁଣ୍ଡି ଠାରେ କରୋନା ଭାଇରସ୍ – covid-19 ସମ୍ପର୍କିତ ଜିଲ୍ଲାସ୍ତରୀୟ ସଚେତନତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ କରୋନା ଭାଇରସ୍ covid-19 ସମ୍ପର୍କିତ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

କରୋନା ଭାଇରସ୍ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଥିବା ବେଳେ ଏହା ଭାରତର ବିଭିନ୍ନ ରାଜ୍ୟକୁ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଲାଣି। ଏହି ମାରାତ୍ମକ ରୋଗ ଭୁତାଣୁ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରି ନାହିଁ । ଅନ୍ୟ ପକ୍ଷରେ ରାଜ୍ୟ ସରକାର ମଧ୍ୟ ଏହାକୁ ମାହାମାରି ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । ତେଣୁ ପରିବେଶ ଚତୁର୍ପାର୍ଶ୍ବ ସହିତ ନିଜକୁ ନିୟମିତ ଭାବେ ସଫାସୁତୁରା ରଖିବା ଏବଂ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବା ଦ୍ୱାରା ହିଁ କରୋନାର ମୁକାବିଲା କରାଯାଇପାରିବ ବୋଲି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି ।

କରୋନା ଭାଇରସ୍ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏଥିରୁ କିଭଳି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରି ସୁରକ୍ଷିତ ରହିହେବ ଏବଂ ଏ ଦିଗରେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନିୟମାବଳୀ ପାଳନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ମୁଖ୍ୟତଃ ଏହି ନିୟମାବଳୀ ପ୍ରକାରେ ଜିଲ୍ଲାପାଳ ଶ୍ରୀ ସାହା ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସୁଚାଇଦେଇ କହିରହିଲେ ଯେ , ସମସ୍ତ ଶିକ୍ଷାନୁଷ୍ଠାନ ଚଳିତ ମାସର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ , ପରୀକ୍ଷା ଚାଲିବ , ସଭା ସମିତି ଓ ସେମିନାର , ହାଟ ଭଳି ଅନେକ ଜନ ସମାଗମ ହେବା ମଧ୍ୟ ବନ୍ଦ କରାଯାଇଛି । ସେହିଭଳି ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ସହ ବିବାହ ବରଯାତ୍ରୀ ଓ ଭୋଜି , ସିନେମା ହାଲ , ସୁଇମିଙ୍ଗ ମୋଲ ପ୍ରଭୃତି ୩୧ ପର୍ଯ୍ୟନ୍ତ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅନ୍ୟ ପକ୍ଷରେ ଏହି ରୋଗ ସମ୍ପର୍କରେ ଯଦି କେହି ଅଯଥା ଗୁଜବ ପ୍ରଚାର କରନ୍ତି , ତାହା ହେଲେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସମଗ୍ର ଗଜପତି ଜିଲ୍ଲାରେ ରାଜ୍ୟ ସରକାରଙ୍କ covid-19 ନିୟମାବଳୀ , କିଭଳି ସଫଳତାର ସହ କାର୍ଯ୍ୟକାରୀ ହେବ ଏବଂ ଏହି ରୋଗରୁ ଲୋକମାନେ କିଭଳି ଦୁରେଇ ରହି ସତର୍କତା ସହ ସ୍ୱଚ୍ଛ ପରିବେଶ ଓ ସଫା ସୁତୁରା ମଧ୍ୟରେ ରହିବେ , ସେଥିପାଇଁ ଜନ ସଚେତନତାକୁ ବ୍ୟାପକ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଓ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ , ବ୍ଲକ ସ୍ତରୀୟ ଅଧିକାରୀ , ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ। ।

ଟିକିଏ ସଚେତନତା ସୃଷ୍ଟି ହେଲେ ; ସାମାନ୍ୟ ଆନ୍ତରିକତା ରୋକିପାରିବ ପ୍ରଦୂଷଣ…!

!!! ବାଲେଶ୍ଵର ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଜଗବନ୍ଧୁ ଜେନା ଙ୍କ ରିପୋର୍ଟ୍ !!! 

* ସଚେତନତା ହିଁ ବାୟୁ ପ୍ରଦୂଷଣ ରୋକିବାର ପ୍ରଥମ ସୋପାନ…!

* ବାଲେଶ୍ୱରଠାରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା…!

ଏଥର ସମ୍ଭାଳ (ବାଲେଶ୍ୱର)- ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର(ନନ-ଆଟେନମେଣ୍ଟ ସହର) ମଧ୍ୟରୁ ବାଲେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁସାରେ ବାୟୁ ପ୍ରଦୂଷଣ ରୋକା ଯାଇ ପାରିଲେ ବାଲେଶ୍ୱର ଅଧିବାସୀଙ୍କ ହାରାହାରି ପରମାୟୁରେ ତିନି ବର୍ଷ ବୃଦ୍ଧି ଘଟନ୍ତା। ଓଡ଼ିଶାରେ ବାଲେଶ୍ୱର ସମେତ ସାତୋଟି ସହର ଏହି ସର୍ବାଧିକ ପ୍ରଦୂଷିତ ବା ନନ-ଆଟେନମେଣ୍ଟ ସହର ତାଲିକାରେ ଅନ୍ତର୍ଭୁକ୍ତ। କଳାକାରଖାନା ଓ ଯାନବାହାନରୁ ନିର୍ଗତ ଧୂଆଁ, ରାସ୍ତାର ଧୂଳି ଏବଂ ବିଭିନ୍ନ ନିର୍ମାଣ କାର୍ଯ୍ୟ ସମୟରେ ନିର୍ଗତ ହେଉଥିବା ଧୂଳି ଓ ଧୂଆଁ ଏହି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ। ବାୟୁ ପ୍ରଦୂଷଣ ବାଲେଶ୍ୱର ଅଧିବାସୀଙ୍କର ଉଭୟ ଜୀବନ ଜୀବିକାକୁ ପ୍ରଭାବିତ କରୁଛି। ଜାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୨୪ ସୁଦ୍ଧା ବାଲେଶ୍ୱରରେ ବାୟୁ ପ୍ରଦୂଷଣ ୩୦ ପ୍ରତିଶତ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି। ଶିଳାନୁଷ୍ଠାନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜନସାଧାରଣ ସମସ୍ତେ ମିଳିତ ଭାବେ ଏହି ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଆସିବାକୁ ବକ୍ତାମାନେ ବାଲେଶ୍ୱର ଠାରେ ଅନୁଷ୍ଠିତ ହୋଇ ଥିବା ” ଜନସାଧାରଣଙ୍କ ସହଯୋଗ ନନ-ଆଟେନମେଣ୍ଟ ସହର ଗୁଡିକରେ ବାୟୁ ପ୍ରଦୂଷଣ କମାଇବାରେ ସହାୟକ ହେବକି?” ଶୀର୍ଷକ ସଚେତନତା କର୍ମଶାଳାରେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଚିକାଗୋ ବିଶ୍ୱବଦ୍ୟାଳୟ ସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ଏବଂ ଟାଟା ଡେଭେଲପମେଣ୍ଟ ସେଣ୍ଟରର ମିଳିତ ଅନୁକୁଲ୍ୟରେ ଜାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମ(ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ) ଅଧୀନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାଲେଶ୍ୱର କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ଡଃ ପ୍ରକାଶ କୁମାର ମହାପାତ୍ର କହିଥିଲେ ଯେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବୋର୍ଡ, ଶିଳ୍ପାନୁଷ୍ଠାନ, ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ବାୟୁ ପ୍ରଦୂଷଣ ଦ୍ୱାରା ନନ-ଆଟେନମେଣ୍ଟ ସହର ଗୁଡିକରେ ଜୀବନ ଓ ଜୀବିକାକୁ କିପରି ପ୍ରଭାବିତ କରୁଛି ସେ ସମ୍ପର୍କରେ ମତ ରଖି ସାହିତ୍ୟିକ ତଥା ବାରିପଦା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ସୁବାସ ଚନ୍ଦ୍ର ପାତ୍ର କହିଥିଲେ ଯେ ବାୟୁ ପ୍ରଦୂଷଣର ପ୍ରଭାବକୁ କେବେଳ ମଣିଷ କୈନ୍ଦ୍ରିକ ହୋଇ ଆକଳନ କରିବା ଉଚିତ ନୁହେଁ। ଏହା ସମସ୍ତ ଜୀବଜଗତର କାର୍ଯ୍ୟଦକ୍ଷତା ଓ ଜୀବନକୁ ପ୍ରଭାବିତ କରୁଛି। ବାୟୁ ପ୍ରଦୂଷଣର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ନିଜ ମତ ରଖି ଅନ୍ୟତମ ବକ୍ତା ଡାକ୍ତର ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ ବାୟୁ ପ୍ରଦୂଷଣ ଦ୍ୱାରା ହେଉଥିବା ଶ୍ୱାସକ୍ରିୟା ସମ୍ପର୍କିତ ରୋଗ ଗୁଡିକ ଥରେ ଆରମ୍ଭ ହେଲେ ଆଉ କମେ ନାହିଁ। ବାୟୁ ପ୍ରଦୂଷଣ ଦ୍ୱାରା କି କି ରୋଗ ହେଇପାରେ ସେ ସମ୍ପର୍କରେ ସାଧାରଣ ଜନତା ବିଶେଷ ସଚେତନ ନୁହନ୍ତି। ତେଣୁ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ବାୟୁ ପ୍ରଦୂଷଣ ରୋକିବା ପାଇଁ ଜଣେ ସାଧାରଣ ବ୍ୟକ୍ତି କଣ କରିପାରିବ ସେ ସମ୍ପର୍କରେ ନିଜ ମତ ରଖି ସୁବେଦାର ମେଜର ଗିରିଶ କୁମାର ଷଢଙ୍ଗୀ କହିଥିଲେ ଯେ ମହିଳାମାନେ ଏ କ୍ଷେତ୍ରରେ ଏକ ଗୁରୁ ଦାୟିତ୍ୱ ଗ୍ରହଣ କରିପାରିବେ। ପିଲାମାନଙ୍କ ସହ ସେମାନଙ୍କ ପରିବାରର ଲୋକ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବାର ଆବଶ୍ୟକତା ରହିଛି। ଜନସାଧାରଣଙ୍କ ସହଯୋଗ ନନ ଆଟେନମେଣ୍ଟ ସହର ଗୁଡିକରେ ନିର୍ମଳ ବାୟୁର ଚାହିଦା ସୃଷ୍ଟିରେ କିପରି ସହାୟକ ହେବ ସେ ସମ୍ପର୍କରେ ନିଜ ମତ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ଯନ୍ତ୍ରୀ ଶୁଭଦର୍ଶିନୀ ଦାସ କହିଥିଲେ ଯେ ଜାତୀୟ ନିର୍ମଳ ବାୟୁ ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସମନ୍ଵୟରେ ଏହି ସହର ଗୁଡିକରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହା ପାଇଁ ଏୟାର ପଲ୍ୟୁସନ ଏମର୍ଜେନ୍ସି ରେସପନ୍ସ ପ୍ଲାନ ମଧ୍ୟ ପ୍ରସ୍ତୁତ ହୋଇଛି। ଏ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ଜନସାଧାରଣଙ୍କ ସହଯୋଗ ଓ ବାୟୁ ପ୍ରଦୂଷଣ ସମ୍ପର୍କିତ ସଚେତନତା ଉପରେ ନିର୍ଭର କରେ।

ପ୍ରଦୂଷଣ ଜନିତ ତଥ୍ୟର ସର୍ବଜନୀକରଣ ବାୟୁ ପ୍ରଦୂଷଣ ରୋକିବାରେ ସହାୟକ ହେବ କି ବିଷୟରେ ନିଜ ମତ ରଖି ଚିକାଗୋ ବିଶ୍ୱବଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର ବରିଷ୍ଠ ଡାଟା ବିଶ୍ଳେଷକ ଜ୍ୟୋତି ରଞ୍ଜନ ନାୟକ କହିଥିଲେ ଯେ ଅତ୍ୟଧିକ ପ୍ରଦୂଷଣ ପ୍ରବଣ ସତର ପ୍ରକାରର ଶିଳ୍ପାନୁଷ୍ଠାନ ଗୁଡିକର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଓଡିଶା ସରକାର ଷ୍ଟାର ରେଟିଙ୍ଗ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପ୍ରଦୂଷଣ ଜନିତ ତଥ୍ୟର ସର୍ବଜନୀକରଣ ଜନସାଧାରଣଙ୍କୁ ନିଜ ଅଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନ ଗୁଡିକର ପରିବେଶ ପାରଦର୍ଶିତା ସମ୍ପର୍କରେ ସଚେତନ କରାଇବ। ଜନସାଧାରଣ ସଚେତନ ହେଲେ ଏହା ପ୍ରଦୂଷଣକୁ ରୋକିବା ଦିଗରେ ଶିଳ୍ପାନୁଷ୍ଠାନ ଗୁଡିକ ଉପରେ ଚାପ ସୃଷ୍ଟି କରିବାରେ ସହାୟକ ହେବ।

ଏହି କର୍ମଶାଳାରେ ବାଲେଶ୍ୱର ସ୍ଥିତ ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ। କର୍ମଶାଳାର ଶେଷରେ ବକ୍ତାମାନେ ଛାତ୍ର ଛାତ୍ରୀମାନଙ୍କ ବାୟୁ ପ୍ରଦୂଷଣ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଚିକାଗୋ ବିଶ୍ୱବଦ୍ୟାଳୟ ସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର କମ୍ୟୁନିକେସନ ଏବଂ ଆଉଟରିଚ ସଂଯୋଜକ ପରଂବ୍ରହ୍ମ ତ୍ରିପାଠୀ ସଭାକାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଗଞ୍ଜାମ୍ ଜିଲ୍ଲା ରେ ଅବକାରୀ ବିଭାଗ ର ଚଢ଼ାଉ ; ୪ ଗିରଫ୍।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଗଞ୍ଜାମ) – ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ରେ ଅବକାରୀ ଚଢ଼ାଉ ଜୋରଦାର କରା ଯାଇଛି। ଖଲିକୋଟ ଅବକାରୀ ଅଧିକାରୀ ଉମାକାନ୍ତ ସ୍ୱାଇଁ ଛତ୍ରପୁର ଅବକାରୀ ନୀରିକ୍ଷୀକା ଦିପ୍ତିମୟୀ ସାହୁ ଓ ଷ୍ଟାଫ ଙ୍କ ଦ୍ୱାରା ଖଲିକୋଟ, ହୁମ୍ମା ଓ ରମ୍ଭାର ବିଭିନ୍ନ ଅଞ୍ଚଳ ରେ ଚଢ଼ାଉ କରି ଚାରିଗୋଟି ମାମଲା ୠଜୁ କରି ଚାରି ଜଣ ଙ୍କୁ ଗିରଫ କରିଛନ୍ତି। ରମ୍ଭା ର ମନୋଜ ନାହାକ , ଖଲ୍ଲିକୋଟ ଗୁନଟୁରୁ ର ଅଶୋକ ସିଂ ଙ୍କ ଠାରୁ ୨.୭ ଲିଟର ବିଦେଶୀ ମଦ,୫. ୫ ଲିଟର ଵିଅର ଓ ୪.୫ ଲିଟର ବେଆଇନ ଦେଶୀ ମଦ ଜବତ କରାଯାଇଛି।

ସେହିପର ଅନ୍ୟ ଏକ ମାମଲାରେ ଗଞ୍ଜେଇ ଚାଲାଣ ସମୟରେ ପାଟପୁର ଥାନା ଅନ୍ତର୍ଗତ କନସମାରି ଗ୍ରାମର ଜି.ସୂର୍ଯ୍ୟ ନାରୟଣ ଦୋରା ଙ୍କ ଠାରୁ ୧୨.୫ କିଲୋ ଗଞ୍ଜେଇ ଜବତ କରି ଅଦାଲତ ଙ୍କ ନିକଟରେ ହାଜିର କରିଛନ୍ତି।

ଫେସବୁକ ରେ ଖବର ପ୍ରକାଶ କରିବା ମହଙ୍ଗା ପଡିଲା । ବନ୍ଧା ହେଲେ ସତ୍ୟନାରାୟଣ ସାମଲ ।

!!! ରାୟଗଡା ଜିଲ୍ଲା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା(ସୁନା) ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରାୟଗଡା) – ରାୟଗଡ଼ା ରେ ପହଚିଂଲା କରୋନା। କାଶୀପୁର ର ଜଣେ କରୋନା ରେ ଆକ୍ରାନ୍ତ। କେରଳରୁ ଫେରିଥିଲା ଦାଦନ ଶ୍ରମିକ। ଦାଦନ ଶ୍ରମିକ ଟି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଭର୍ତି। ବ୍ରେକିଂ ନିୟୁଜ୍ ଖବର ପ୍ରକାଶ ପାଇବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇ ଅନୁସନ୍ଧାନ କରାଯାଇଥିଲା । ପରେ ଖବର ଟି ଗୁଜବ ବୋଲି ଜଣାପଡିଛି । ଫେସ ବୁକ ମାଧ୍ୟମରେ ଖବର ପ୍ରକାଶ କରିଥିବା ବ୍ୟକ୍ତିକୁ ପୋଲିସ ଠାବ କରିଛି । ମିଥ୍ୟା ଖବର ପ୍ରକାଶ କରିଥିବା ଅଭିଯୋଗରେ ରାୟଗଡ଼ା ପୋଲିସ ବର୍ତ୍ତମାନ ରାୟଗଡା ଜିଲ୍ଲା ମୁନିଗୁଡ୍ସ ଥାନା ଅନ୍ତର୍ଗତ ଅମ୍ବାଦଳା ଠାରେ ରହୁଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆସହିସ୍ଥିତ ପ୍ରଫୁଲ୍ଲ କୁମାର

ସାମଲଙ୍କ ପୁଅ ସତ୍ୟନାରାୟଣ ସମାଲଙ୍କୁ ଗିରଫ କରିଛି । ନିଜ ଫେସବୁକ ରେ ମିଥ୍ୟା ଖବର ପ୍ରଚାର କରିଥିବା ଅଭିଯୋଗରେ ସାମଲ ଗିରଫ ହୋଇଛନ୍ତି । ମୁନିଗୁଡା ଥାନା କେସ ନଂ 23/20 କ୍ରମେ ଧାରା 153(a)/504/505(1)( b)/507 ଧାରା ରେ କେସ ରୁଜ କରାଯାଇ ସମାଲଙ୍କୁ କୋର୍ଟ ଚାଲାଣ କରାଯାଇଛି । ରାୟଗଡା ଜିଲାରେ କରନା ଭାଇରସ ପହଞ୍ଚି ଥିବା ଭଳି ମିଥ୍ୟା ଗୁଜବ ପ୍ରକାଶ କରିଥିବାରୁ ସାମଲଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପୋଲିସ ପ୍ରକାଶ କରିଛି ।

ଡ଼ମ୍ଫର ଓ ଟ୍ରାକଟର ମୁହାଁମୁହିଁ ୧ ଜଣ ମୃତ୍ୟୁ ୨ ଜଣ ଗୁରୁତର।

!!! ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ରାଜଗାଙ୍ଗପୁର ଜାମପାଲି ବାଇପାସ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରାକ୍ଟର ରେଜିଷ୍ଟ୍ରେସନ ନଂ- OD14C5205 Kକୁ ଏକ ଡ଼ମ୍ଫର ରେଜିଷ୍ଟ୍ରେସନ ନଂ-OR16D4676 ପଛପଟୁ ଧକ୍କା ଦବା ଫଳରେ ଟ୍ରାକ୍ଟର ହେଲପର ଜଗଦୀଶଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ପ୍ରତାପ ଏବଂ ସୁଲେମାନ ଆହତ ହୋଇଛନ୍ତି ।ଆହତ ପ୍ରତାପ ଏବଂ ସୁଲେମାନ ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସ୍ଥିତ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି ମୃତକ ଏବଂ ଆହତ ସମସ୍ତେ ମାଲିଡ଼ିହି ଅଞ୍ଚଳ ର ବୋଲି ଜଣା ପଡ଼ିଛି ।