ଦାଦନ ଖଟିବାକୁ ଯାଇ କେରଳରେ ଓଡିଶା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ଯୁ !  

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) : ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବହୁ ସମୟରର ଶ୍ରମିକ ମାନେ ନିର୍ଯ୍ୟାତନାର ଶିକାର ହୋଇଥାନ୍ତି l ଏପରିକି ଶ୍ରମିକ ମାନେ ନିର୍ଯ୍ୟାତନା ସହିନପାରି ମୃତ୍ଯୁ ବରଣ କରୁଥିବା ମଧ୍ୟ ଅନେକ ସ୍ଥାନରେ ନଜିର ରହିଛି l ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭାଇରସ ବ୍ୟାପିଥିବା ବେଳେ ଏହାକୁ ଏକ କାରଣ ବୋଲି ମଧ୍ଯ ଦର୍ଶାଯାଇପାରେ l ଘଟଣାଟି ଘଟିଛି ସୁଦୂର କେରଳ ରାଜ୍ୟରେ l ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାଇକାଣିପଲ୍ଲୀ ଗ୍ରାମର ମୁରଲୀଧର ସ୍ୱାଇଁଙ୍କ  (55) ମୃତ୍ୟୁ ଖବର ଗ୍ରାମରେ ଚହଳ ପକାଇଦେଇଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ ସେ ପେଟପାଟଣା ପାଇଁ ନିୟମିତ କେରଳ ଯାଇ ଶ୍ରମିକ ଭାବେ କାମକରି ଚଳୁଥିଲେ l ଶେଷଥର ପାଇଁ ସେ ଆଠ’ ନଅ’ ମାସ ତଳେ ଯାଇଥିଲେ l ଆଜି ଅପରାହ୍ନରେ ତାଙ୍କ ମୃତ୍ୟୁ ଖବର କୌଣସି ମତେ ଗ୍ରାମରେ ପହଂଚିଥିଲା l ଗତକାଲି ଶୋଇଥିବା ଅବସ୍ଥାରେ ଟଙ୍କାର ମୃତ୍ଯୁ ହୋଇଥିବା ସେଠାକାର ସୁପରଭାଇଜର କହୁଥିବା ଗ୍ରାମଲୋକଙ୍କ ସୂତ୍ରରୁ ପ୍ରକାଶ l ତାଙ୍କର ଏକ ମାତ୍ର ଝିଅ ଅଛନ୍ତି l ସେଠାରେ ପୋଷ୍ଟ ମର୍ଟମ ପରେ ଶବ ଆସିବବୋଲି ଗ୍ରାମବାସୀ ଜଣାଇଵା ସହ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି l  ପ୍ରକୂତ ଘଟଣା କ’ଣ ତଦନ୍ତ କଲେ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l

ସରୁନି ଦାଦନ ଦୁଃଖ : ପୁଣି ବିଦେଶରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ !

!!! ଖଲ୍ଲିକୋଟ ରୁ ପ୍ରତିନିଧି ଅଶ୍ୱିନ୍ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଞ୍ଜାମ) – ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ଉକ୍ତଟ ହେଉଥିବା ବେଳେ ପ୍ରତିଦିନ ବେକାର ଯୁବକ ଯୁବତି ମାନେ କାମଧନ୍ଦା ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଇ ନିର୍ଯ୍ୟାତନାର ଶିକାର ହେବା ସହ ମୃତ୍ୟୁ ମୁଖରେ ପଡ଼ିଥିବା ଦେଖିବାକୁ ମିଳିଛି । ଗତ ଏକବର୍ଷ ଦଶମାସ ପୂର୍ବରୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ଗ୍ରାମପଞ୍ଚାୟତର ବାଣିଆ ଗ୍ରାମର ବିଜୟ ଗୌଡ଼ଙ୍କ ପୁଅ ପ୍ରତାପ ଗୌଡ଼ ଗତ ଏକବର୍ଷ ଦଶମାସ ତଳେ ରୋଜଗାର କରିବା ପାଇଁ ସୁଦୂର ମାଲେସିଆ ଯାଇଥିଲେ । ସଂମ୍ପର୍କିୟଙ୍କ କହିବାନୁଯାୟୀ ଗତକାଲି ଫୋନ ଯୋଗେ ପ୍ରତାପଙ୍କ ସହ ମିଶି ରହୁଥିବା ଚକିଟି ଅଂଚଳର ଜଣେ ଶ୍ରମିକଙ୍କ ସୂଚନା ପ୍ରକାରେ ପ୍ରତାପଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ଗତ କାଲି ମଙ୍ଗଳବାର ଦିନ ସେଠାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତ୍ୟୁ ଖବର ସ୍ତ୍ରୀ ଗୀତା ଗୌଡ଼ ଜାଣିବାପରେ ଗୀତାଙ୍କର ପାଦତଳୁ ମାଟି ଖସିଯାଇଛି । ଘଡ଼ିକ ପରେ ଘଡ଼ିକେ ଅଚେତ୍ ହୋଇପଡ଼ୁଛନ୍ତି ଗୀତା। ଏପଟେ ବଞ୍ଚିଥାଉ ଥାଉ ରୋଜଗାରିଆ ପୁଅର ମୃତ୍ୟୁ ଖବର ଶୁଣି ବାହୁନି ବାହୁନି କାନ୍ଦୁଛି ବୃଦ୍ଧା ମା ଗନ୍ଧିଆଣି । ପ୍ରତାପଙ୍କ ବଡ଼ପୁଅ ବାନାମ୍ବର ନବମ ଶ୍ରେଣୀରେ ପଢୁଥିବାବେଳେ ବଡଝିଅ ମାମୁନି ପଞ୍ଚମ ଶ୍ରେଣୀରେ ଓ ସାନଝିଅ କାମିନୀ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି । ବାପ ଛେଉଣ୍ଡ ହୋଇଗଲେ ତିନି ପୁଅଝିଅ । ପିଲାମାନେ ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି । କେବେ ଆସିବେ ଆମ ବାପା । ମରଶରୀର କୁ ନିଜ ଗ୍ରାମକୁ ଆଣିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ପରିବାର ଲୋକେ । ମୃତ ପରିବାରଙ୍କ ଘରକୁ ଛତ୍ରପୁର ଗ୍ରାମ ଶ୍ରମନିରୀକ୍ଷକ ବି, ହୃଷିକେଶ ରାଓ ପହଂଚି ସମବେଦନା ଜଣାଇବାସହ ଅତି ଶୀଘ୍ର ପ୍ରତାପଙ୍କ ମରଶରୀର ଆଣିବାପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ସେହିପରି ଏହି ଖଲ୍ଲିକୋଟ ବ୍ଲକ ର ନାଇକାଣି ପଲ୍ଲି ଗ୍ରାମର ମୁରଲି ସ୍ବାଇଁ ଦୀର୍ଘ ଅଢେଇବର୍ଷ ହେଲା ଶ୍ରମିକ ଭାବରେ ଶ୍ରମିକ ଦଲାଲଙ୍କ ଜରିଆରେ ସୁଦୂର କେରଳକୁ ଠିକା ଶ୍ରମିକ ଭାବରେ ଯାଇଥିଲେ । ସେଠାରେ ଆଜି କୌଣସି କାରଣରୁ ମୃତ୍ୟୁ ହୋଇଥିବା ଖବର ପାଇଥିଲେ ସ୍ତ୍ରୀ ଶିଶୁଳା । ପାଖରେ ଏବେ କେହି ନାହାନ୍ତି । କିଛିବର୍ଷ ତଳେ ଝିଅ ସନ୍ତୋଷୀ ର ବାହାଘର ହୋଇଥିଲା, ବାହାଘରର ବାକି ସୁଝି ବା ପାଇଁ ଦଲାଲଙ୍କ ପ୍ରରୋଚନାରେ କେରଳକୁ ଯାଇଥିଲେ ମୁରଲି । ମୁରଲିଙ୍କ ମର ଶରୀର କୁ କେରଳ ରୁ ଫେରାଇ ଆଣିବାକୁ ପରିବାର ସହିତ ଗ୍ରାମବାସୀ ସରକାର କୁ ଆକୁଳ ନିବେଦନ କରିଛନ୍ତି।

ଆସିକା ପୁଡୁଗେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି !

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଞ୍ଜାମ) – ଗଞ୍ଜାମ ଆସିକା ଉପକଣ୍ଠସ୍ଥ ପୁଡୁଗେଶ୍ଵରର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସୁରେନ୍ଦ୍ରନାଥ ପାତ୍ର ଅଧ୍ୟକ୍ଷତାରେ କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଥିବା ବେଳେ ଏଥିରେ ବହୁଲୋକଙ୍କ ମୃତ୍ୟୁ ହେବା ସହ ବର୍ତ୍ତମାନ ମଧ୍ୟ ଅନେକ ଲୋକ କରୋନା ରୋଗର ଶିକାର ହେଉଛନ୍ତି । ତେଣୁ କରୋନା ଭଳି ମହାମାରି ଭାଇରସକୁ କିଭଳି ଜନ ସମାଜଠାରୁ ଦୁରେଇ ରଖାଯିବ ସେଥିପ୍ରତି ସ୍ୱଚ୍ଛତାକୁ ଆଖିଆଗରେ ରଖି ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକ୍ ରେ ସ୍ୱଚ୍ଛଭାରତ ମିଶନ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟରତ ଜି.ପି ମନିଟରମାନେ ଅଣ୍ଟା ଭିଡି ଛିଡାହୋଇଛନ୍ତି । ତାରିଣି ଚରଣ ଭୂୟାଁ, ଲକ୍ଷ୍ମି ନାୟକ, ସଞ୍ଜୟକୁମାର ମହାରଣା, କାଳୁଚରଣ ପାତ୍ର, ସାଗର କୁମାର ପାତ୍ର , ଭଗବାନ ସ୍ୱାଇଁ ,ସତ୍ୟବାନ ଜେନା, ମାଧୁରୀ ମହାରଣା, ପ୍ରଭାସିନୀ ସାହୁ , ଭଗବାନ ପାଢି,ଶିବରାମ ପ୍ରଧାନ, ନଗୁରୁ ପ୍ରଧାନ, ପ୍ରଶାନ୍ତ ସ୍ଵାଇଁ, ପ୍ରଦୀପ କୁମାର ପାତ୍ର, ସସ୍ମିତା କୁମାରୀ ଦାଶ ସମେତ ପ୍ରାୟ ୨୦୦ ରୁ ଅଧିକ ଜି.ପି. ମନିଟର ମାନେ ଉପସ୍ଥିତ ଥିଲେ ।

ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ନିବେଦନ l 

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) : ସାରା ବିଶ୍ୱକୁ କବଳିତ କରିଥିବା ମହାମାରୀ କରୋନା ଭାଇରସ କବଳରୁ ରକ୍ଷା ପାଇବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦେଶ୍ୟରେ ନିଜର ମତ ପୋଷଣ କରିଛନ୍ତି l ସେ ନିଜର ତିରିଶ ମିନଟ ଭାଷଣରେ କରୋନାରୁ ମୁକ୍ତି ପାଇବା ପାଇଁ କିଛି ଉପଦେଶ ପ୍ରଦାନ କରିଛନ୍ତି l ସେ ମଧ୍ୟରୁ ଜନତା କର୍ଫ୍ୟୁ ଅନ୍ୟତମ l ଏହାକୁ ପାଳନ କରିବାକୁ କେହି ଯେପରି ଭୁଲି ନଯାଆନ୍ତି ସେଥିପାଇଁ ନିବେଦନ କରିଛନ୍ତି l ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ। କରୋନା ମୁକାବିଲା କରିବାକୁ ଯାଇ ଏହି କର୍ଫ୍ୟୁ ବାବଦରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ପାଇଁ ଆହ୍ୱାନ କରିଛନ୍ତି l

ଏହି କର୍ଫ୍ୟୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି କର୍ଫ୍ୟୁ ବାବଦରେ ଅବଗତ କରାଇବା ପାଇଁ ପ୍ରତିଦିନ ଅତି କମରେ ୧୦ ଜଣଙ୍କୁ ଫୋନ୍ କରି ସେମାନଙ୍କୁ ‘ଜନତା କର୍ଫ୍ୟୁ’ ଏବଂ କରୋନା ଭାଇରସକୁ ରୋକିବା ପାଇଁ ପଦକ୍ଷେପ ବିଷୟରେ କହିବାକୁ କହିଛନ୍ତି l ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ କିଣି ଅଧିକ ମହଜୁଦ ନରଖିବାକୁ ସେ ଆହ୍ୱାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ହିଁ ଏ ସମସ୍ତ ସାମଗ୍ରୀ କିଣିବାକୁ କହିଛନ୍ତି।ରାତି ୯ଟାରେ କର୍ଫ୍ୟୁ ଶେଷ ହେଲା ପରେ ବାଲକୋନୀ କିମ୍ୱା ଘର ଆଗରେ ୫ ମିନିଟ୍ ଛିଡ଼ା ହୋଇ ଘଣ୍ଟି, ତାଳି, ଥାଳି ଆଦି ବଜାଇ ଧନ୍ୟବାଦ ଦେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନତା କର୍ଫ୍ୟୁ ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ରାଜଗାଙ୍ଗପୁର ବିଧାୟକ ଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ଗ୍ରସ୍ତ ; ବିଭିନ୍ନ ସମସ୍ୟା ର କଲେ ଅନୁଧ୍ୟାନ।

!!! ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ରାଜଗାଙ୍ଗପୁର ବିଧାୟକ ଡ଼: ସି.ଏସ ରାଜନ ଏକ୍କା ଆଜି ପ୍ରାୟ ଦିନ ୧୧ଟା ବେଳେ ରାଜଗାଙ୍ଗପୁର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗସ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବିଭିନ୍ନ ସମସ୍ୟାର ନିରୀକ୍ଷଣ କରିଥିଲେ ଏବଂ ସାରାବିଶ୍ଵ ରେ ଚହଳ ସୃଷ୍ଟି କରୁଥିବା ଭୁତାଣୁ ଜନୀତ ରୋଗ ତଥା କରୋନା ଭାଇରସ କୁ କିପରି ମୁକାବିଲା କରାଯାଇପାରିବ ସେଥିପାଇଁ ସଚେତନତା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରର ସଭାଗୃହ ରେ ଏକ ବୈଠକ ଅନୁଷ୍ଠିତ କରିଥିଲେ ଉକ୍ତ ବୈଠକରେ ବିଧାୟକ ଡ: ରାଜନ ଏକ୍କା ସହିତ ଡ଼: କେ ସି ନାୟକ (ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ), ଡ଼:ଜେ. ସି ଟପ୍ପୋ, ୧୮ ନଂ ୱାର୍ଡ ର ପୂର୍ବତନ କାଉନସିଲର ଦେବରଞ୍ଜନ ଵିନୋଦ, ଶଶୀଭୂଷଣ ଚୌରାଶିଆ , ଏମ ଡି ଫହିମ ଅଖତର ,ଏମ୍ ଡି ଏଯାଜ ଅନସାରି ମହିଳା ଆରୋଗ୍ୟ ସମିତି, ଆଶା କର୍ମୀ ଏବଂ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମୀ ଉପସ୍ଥିତ ଥିଲେ ସମସ୍ତଙ୍କୁ ବିଧାୟକ ମହୋଦୟ ନିଜର ଅଭିଭାଷଣ ରେ ସଚେତନ କରିଥିଲେ ଏହା ପରେ ରାଜଗାଙ୍ଗପୁର
ପୋୖରାନିର୍ବାହୀ ଅଧିକାରୀ ଶ୍ରୀ ସୌରେନ୍ଦ୍ର କୁମାର ରାଉତରାୟ ଙ୍କ ଦ୍ଵାରା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ୟବସ୍ଥା ହୋଇଥିବା ୩୦ ଟି ଶଯ୍ୟା ବିଶିଷ୍ଟ ପୃଥକୀକରଣ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ତାପରେ ରାଜଗାଙ୍ଗପୁର ପୋୖରନିର୍ବାହୀ ଅଧକାରୀ ଙ୍କ ସହିତ  ସାକ୍ଷାତ କରି କରୋନା ମୁକାବିଲା ଉପରେ ଆଲୋଚନା କରିଥିଲେ ।

ରାଇକିଆ ବ୍ଲକ ରେ କରୋନା ସଚେତନତା ଶିବିର ଅନୁଷ୍ଠିତ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସରରେ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଙ୍କ ଅଧକ୍ଷତା ରେ ଗତକାଲି କୋରୋନା ଭୁତାଣୁ ସମ୍ପର୍କ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ବିଭିନ ପଧଖ୍ୟେପ ସମ୍ପର୍କରେ ଆଲୋଚନା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଜାରି ନିର୍ଧେସନାମା ସମ୍ପର୍କରେ ସୂଚନା ଦିଆଯାଇଛି।ଆଗକୁ ଏହି ପରିସ୍ଥିତି ର୍ ଦୃଢ ମୁକାବିଲା ସକାଶେ ଜନସାଧାରଣ ଙ୍କ ସହଯୋଗ କାମନା କରାଯାଇଛି।ବିଷେସ କରି ଜାରି କରାଯାଇଥିବା ବିଭିନ କଟକଣା ପାଳନ ବେଳେ ତହାକୁ ମାନି ଛଲିବା ସକାଶେ ନିର୍ଧେସ ଦିଆଯାଇଛି।ଅଟୋ,ବସ ରେ ଆବଶ୍ୟକ ଠାରୁ ଅଧିକ ଯାତ୍ରା ନ୍ କରିବା ଅଯଥା ଦୋକାନ ବଜାର ଭିଡ ନ୍ କରିବା ରାଜ୍ୟ ବା ଦେଶ ବାହାରୁ ଆସୁଥିବା ଲୋକଙ୍କୁ ବୁଝାଇ ଡାକ୍ତର ଖାନା କୁ ନେବା ସକାଶେ ଗ୍ରାମବାସୀ ଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧିମାନେ ଙ୍କ ସହଯୋଗ କାମନା କରାଯାଇଥିଲା।ଏହି ବୈଠକ ରେ ତହସିଲଦାର,ଥାନାଧିକାରି,ବ୍ୟାଙ୍କ ଅଧିକାରୀ,ଡାକ୍ତର,ବିଭିନ୍ନ ଧର୍ମିୟ ସଂଗଠନ ,ବ୍ୟବସାୟୀ ସଂଘ,ପୂଜା କମିଟି,ନାଗରିକ ମଞ୍ଚ କମିଟି ସମେତ ବିଭିନ୍ନ ବିଭାଗ ରୁ ଆସିଥିବା ଅଧିକାରୀ ମାନେ ଉପସ୍ଥିତ ଥିଲେ।

ବେରେଡାକିଆ ଗ୍ରାମ ଠାରେ ସାପ୍ତାହିକ ହାଟ ବନ୍ଦ…!

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବେରେଡାକିଆ ଗ୍ରାମ ପଞ୍ଚାୟତ ସମିତି ପକ୍ଷରୁ ଗୁରୁବାର ସାପ୍ତହିକ ହାଟ ବଜାରକୁ କୋରୋନା ଭଓରୋସ୍ ସକାଶେ ବନ୍ଦ ଡାକରା ଦିଆଯାଇଛି।ଏହି କାର୍ଯ୍ୟକ୍ରମ କୁ ରାଇକିଆ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଙ୍କ ନିର୍ଧେସ କ୍ରମେ ବେରେଡାକିଆ ସରପଞ୍ଚ, ସମିତିସଭ୍ୟ,ସଭ୍ୟା ଓ ୱାର୍ଡମେମ୍ବର ଙ୍କ ସହାୟତା ରେ ଡାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ଜ୍ନନସାଧରନ ଙ୍କୁ ଅବଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ରାଇକିଆ ଗ୍ରାମ ର୍ ବହୁ ବୁଦ୍ଧିଜୀବୀ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି।

ଘରୋଇ ବସ୍ ମାଲିକ ସଂଘ ଗୁଣପୁର ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !

!!! ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସ୍ଥାନୀୟ ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ସମସ୍ତ ବସ୍ ଗୁଡ଼ିକ ରେ ଫିନଇଲ୍ ପାଣି ସିଞ୍ଚନ କରିବା ସହ ବସ୍ ର ସିଟ ଏବଂ ରଡ଼ ଗୁଡ଼ିକ ସଫା କରାଯାଇଥିଲା । ବିଶ୍ବ ସ୍ଥରିୟ ରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ରୁ ମୁକ୍ତ ହେବା ପାଈଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୁଚନା ମିଳିଛି । ସମସ୍ତ ବସ୍ ଗୁଡ଼ିକ ର ଚାଳକ , ସହାୟକ ଏବଂ କଣ୍ଡକ୍ଟର ମାନଙ୍କୁ ବସ୍ ମାଲିକ ସଂଘ ପକ୍ଷରୁ ମାସ୍କ ବ୍ୟବହାର କରିବାକୁ ଦିଆଯାଇଥିବା ସୁଚନା ଦେଇଛନ୍ତି ବସ୍ ମାଲିକ ସଂଘ ର ସଭାପତି ଶ୍ରୀ ନବୀନ ପାଢ଼ୀ ।

ଘାଟିରେ ଭାରସାମ୍ୟ ହରାଇ ଖାଲରେ ପଡ଼ିଲା ସଵାରୀ ଅଳ୍ପକେ ବର୍ତିଲେ ଯାତ୍ରୀ।

!!! କନ୍ଧମାଳ ଜିଲ୍ଲା କୋଟଗଡ ରୁ କିରଣ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଟଗଡ଼) – କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଠାରେ ସକାଳୁ ଆଡ଼ାରୀ ଠାରୁ କୋଟଗଡ଼ ଆସିବା ସମୟରେ କହମଗୁଡ଼ା ଘାଟି ବୁଲାଣି ରାସ୍ତା ରେ ଏକ ସବାରୀ ଗାଡି ଭାରସାମ୍ୟ ହରାଇ 50 ଫୁଟ ତଳ କୁ ଓଲଟି ପଡ଼ିଛି ଗାଡି ରେ ପ୍ରାୟ 25 ରୁ ଉର୍ଦ୍ଧ ଯାତ୍ରୀ ବସିଥିଲେ ଓ ବହୁତ ଲୋକ ଆହାତ ହୋଇଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଟଗଡ଼ ସରକାରୀ ମେଡ଼ିକାଲରେ ଚିକିତ୍ସା କରାଯାଇ ବାଲିଗୁଡ଼ା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ସ୍ଥାନାନ୍ତରିତ ହୋଇଥିଵା ଯାତ୍ରୀ ବୁଧେଶ୍ୱର ମଲିକ, ଗ୍ରାମ ଆଟାଲି,ରାମରଥ ବଳିଆର ସିଂ ଗ୍ରାମ, ସିନ୍ଧଗୁଡା, ସୁମିତ୍ରା ବଳିଆର ସିଂ, ପଡିପଙ୍ଗା , ଭିବିସନ ରୁପାମାଝି ଧୁଆଂବାଡ଼, ରିଙ୍କି ମଲିକ ଆଟାଲି ବରନା ଗୀତା ମଲିକ, ଲୁଦୁମା ପ୍ରଧାନଙ୍କୁ ପଠାଯାଇଥିବା କହିଛନ୍ତି ମେଡ଼ିକାଲ ଅଧିକାରୀ ସୂଚନା ଦେଇଛନ୍ତି।

ଖଲ୍ଲିକୋଟ – ଦୁଇ ନାବାଳିକା ଙ୍କୁ ଗଣ ଦୁଷ୍କର୍ମ ମାମଲାରେ ୫ ଗିରଫ…!

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଭାଳିଆଝର ରାସ୍ତାରେ ଗତ ହୋଲି ଦିନ ଦୁଇ ନାବାଳିକା ଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୋଲିସ ଆଜି ୫ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ମିଳିଥିବା ଖବର ରୁ ଜଣାପଡିଛି ଯେ ,ଖଲ୍ଲିକୋଟ ଥାନା ଅଞ୍ଚଳର ଦୁଇ ଜଣ ସମ୍ପର୍କୀୟ ଭଉଣୀ ବେଗୁଣିଆପଡା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ଗ୍ରାମ କୁ ଦୋଳଯାତ୍ରା ଦେଖିବାକୁ ଯାଇଥିଲେ ।ଦୋଳଯାତ୍ରା ଦେଖି ଦୁଇ ଭଉଣୀ ହୋଲି ଦିନ ସକାଳୁ ନିଜ ଗ୍ରାମକୁ ଫେରୁଥିବା ବେଳେ ୫ ଜଣ ଯୁବକ ସେମାନଙ୍କୁ ପିଛା କରିଥିଲେ ।ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଭାଳିଆଝର ରାସ୍ତା ନିଛାଟିଆ ଥିବା ଦେଖି ଦୁଇ ଭଉଣୀ ଙ୍କୁ ରାସ୍ତାରୁ ଉଠାଇ ନେଇ ନିକଟସ୍ଥ ଏକ ନିକାଂଚନ ସ୍ଥାନ ରେ ଗଣ ଦୁଷ୍କର୍ମ କରିଥିଲେ ।ଏ ସମ୍ପର୍କରେ ଗତ ୧୩ ତାରିଖରେ ଖଲ୍ଲିକୋଟ ଥାନାରେ ଅଭିଯୋଗ ହେବା ପରେ ଥାନା କେସ ନମ୍ବର ୧୧୧/୨୦୨୦ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପିଡିତା ଙ୍କୁ ଡ଼ାକ୍ତରୀ ମାଇନା ପାଇଁ ପଠାଇ ଘଟଣାର ଅନୁସନ୍ଧାନ ଜାରୀ ରଖିଥିଲେ ।ସୂଚନା ମୁତାବକ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସମସ୍ତ ୫ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।ଗିରଫ ୫ ଜଣ ଅଭିଯୁକ୍ତ ସୁମଣ୍ଡଳ ଗ୍ରାମର ସଞ୍ଜୟ କୁମାର ବାରିକ ,ଉପେନ୍ଦ୍ର ପ୍ରଧାନ ,ଶଙ୍କର ସ୍ୱାଇଁ ,ପୁଷ୍କର ଜେନା ଓ ଭାଳିଆଝର ଗ୍ରାମର ଅରତ ବିଶ୍ୱାଳ ଙ୍କ ବିରୋଧ ରେ ଦଫା ୩୭୬,ପୋକ୍ସ ଆକ୍ଟ ଓ ଆଟ୍ରୋସିଟି ଆକ୍ଟ ଲଗାଇ ଆଜି କୋର୍ଟ ଚାଲାଣ କରାଯାଇଛି ।ପିଡିତା ଦୁଇ ସମ୍ପର୍କୀୟ ଭଉଣୀ ନାବାଳିକା ଓ ହରିଜନ ସମ୍ପ୍ରଦାୟର ବୋଲି ଜଣାପଡିଛି ।