ପାରିବାରିକ କଳହକୁ ନେଇ ଦାଦାଙ୍କ ମାଡ଼ରେ ଝିଆରୀ ଗୁରୁତର, ଥାନାରେ ଏତଲା।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଓ ବେଗୁନିଆପଡ଼ା ପ୍ରତିନିଧି ମୁନା ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବୁରୁଝରୀ ଠାରେ ଏକ ଘଟଣାକ୍ରମରେ ପାରିବାରିକ କଳହକୁ ନେଇ ଦାଦାଙ୍କ ମାଡ଼ରେ ଝିଆରୀ ଗୁରୁତର ଆହତ ହୋଇଛି l ଏ ନେଇ ଆହତଙ୍କ ବାପା ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି l ପ୍ରାପ୍ତ ବିବରଣୀରୁ ପ୍ରକାଶ ଆଜି କେ ବରିଡା ଗ୍ରାମର ଗୋଲା ସାହୁ ନିଜ ବାପାଙ୍କ ଶୁଦ୍ଧି କ୍ରିୟା କରିବା ପାଇଁ ବୁରୁଝରି ଗାଁ କୁ ଆସିଥିଲେ l ସେଠାରେ କୌଣସି କାରଣକୁ ନେଇ ଗୋଲାଙ୍କ ସହିତ ତାଙ୍କ ଦୁଇ ଭାଇ ଶିବ ଓ ଦିନା ପାଟି କରିବା ପରେ ବଚସା ହେବା ପରେ ଗୋଲାଙ୍କ ଝିଅ ନିବାସୀନି ସେଠାରେ ପହଂଚି ବୁଝାଇବା ସମୟରେ ନିବାସୀନିଙ୍କ ଦାଦା ଶିବ ଓ ଦିନା ଝିଆରୀକୁ କାଠ ଫାଳିଆ ରେ ବେକକୁ ବାଡେଇ ଅଚେତ କରିଦେଇଥିଲେ l ତାଙ୍କୁ ଗୁରୁତର ଅବସ୍ଥାରେ ସୁମଣ୍ଡଳ ମେଡିକାଲକୁ ଆଣି ଚିକତ୍ସା କରିବା ପରେ ଡାକ୍ତର ତାଙ୍କୁ ଏମ କେ ସି ଜି କୁ ପଠାଇଛନ୍ତି l ନିବାସୀନିଙ୍କ ବାପା ବେଗୁନିଆପଡା ଫାଣ୍ଡିରେ ଏକ ଲିଖିତ ଏତଲା ଦେଇଛନ୍ତି l ଏତଲାକୁ ଭିତ୍ତିକରି ବେଗୁନିଆପଡା ପୁଲିସ ତଦନ୍ତ ଜାରିରଖିଛି l

ଢେଙ୍କାନାଳ ଠାରେ ସମ୍ପୂର୍ଣ୍ଣ ତାଲା ବନ୍ଦ।

!!! ଢେଙ୍କାନାଳ ଜିଲ୍ଲା ରୁ ଟାଉନ ପ୍ରତିନିଧି ମାଗୁଣି ନାୟକଙ୍କ ସହ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଦେଶ ୨୧ଦିନ ପାଇଁ ଲକଡାଉନ ଘୋଷଣା ପରେ ଢେଙ୍କାନାଳରେ ମଧ୍ୟ କୋରୋନା ପାଇଁ ସମସ୍ତ ପ୍ରତିକାର ମୁଳକ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ସମସ୍ତ ମୁଖ୍ୟ ଛକ ବଜାର ନିକଟରେ ପୋଲିସ ମୃତୟନ ହେବାସହ କଡାକଡି ଅନାବଶ୍ୟକ ଗାଡିଚାଳକଙ୍କୁ ତାଗିଦ କରାଯାଇଛି।ଅତ୍ୟାବଶ୍ୟକ ସାମଗ୍ରୀ କୁ ଛାଡିଦେଲେ ବାକି ବଜାର ଘାଟ ବନ୍ଦ ରହିଛି।ଉତରାଞ୍ଚଳ ଆଇଜି ନରସିଂହ ଭୋଳ ଢେଙ୍କାନାଳ ଏସପି ଅନୁପମା ଜେମ୍ସ ନିଜେ ମଧ୍ୟ ସହରର ବିଭିନ୍ନ ସ୍ଥାନ ବୁଲିବୁଲି ଢେଙ୍କାନାଳର ଲକଡାଉନର ସ୍ଥିତି ସମିକ୍ଷା କରିଛନ୍ତି।ଅନାବଶ୍ୟକ ଗାଡିଚାଳକ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଇଜି।ଏପଟେ ଦୈନିକ ପରିବା ମାର୍କେଟ ସମେତ ଗ୍ରୋସୋରୀ,ଫଳମୂଳ,ମାଛ ମାଂସ ଦୋକାନ ସବୁକୁ ସକାଳ ୭ରୁ ଦିନ ୧୦ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହା ସତ୍ୱେ କେତେକ ଗାଲୁଆ ଜନସାଧାରଣ ଏନିୟମକୁ ଖାତିରି ନକରି ଗାଡ଼ିଧରି ବଜାରରେ ବୁଲୁଥିବା ସମୟରେ ପୋଲିସ 4ଜଣଙ୍କୁ ଗିରଫ କରିଛି l

ମୟୂରଭଞ୍ଜ ଜିଲ୍ଲାପାଳ ଙ୍କ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜନ ସାଧାରଣ ଙ୍କୁ ସଚେତନତା ବାର୍ତ୍ତା।

!!! ମୟୂରଭଞ୍ଜ ଜିଲ୍ଲା ବାରିପଦା ରୁ ରୋହିତ୍ ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାରିପଦା) – ମୟୁରଭଂଜ ଜିଲ୍ଲାପାଳ ଏକ ପ୍ରେସ ମିଟ ଡାକି ଜିଲ୍ଲାବାସୀ ଙ୍କୁ ସଚେତନ ତାର ବାର୍ତା ଦେଇଥିଲେ । ସେ କହିଥିଲେ ଜରୁରୀ କାର୍ଯ୍ୟ ଥିଲେ ବହାରନ୍ତୁ ନଚେତ ଘରୁ ନ ବାହାରିବା ପାଈଁ ପରାମର୍ଶ ଦେଇଛନ୍ତି । ବସ,ଟ୍ରେନ ରେ ଯିବା ଆସିବା କରନ୍ତୁ ନାହଁ ପରସ୍ପର ମଧ୍ୟରେ ବେବଧାନ ରଖନ୍ତୁ ।କେହି ବେକ୍ତି କୁ କାଶ, ଛିଙ୍କ ହୋଇଥିଲେ ତା ଠାରୁ ଦୁରେଇ ରୁହନ୍ତୁ । ଗାଧୁଆ ତୁଠରେ ବେବଧାନ ରଖି ଗାଧାନ୍ତୁ ଓ ସ୍ୱଚ୍ଛତା ଅବଲମ୍ବନ କରିଲେ ଆମେ କରନା ଭାଇରସ ସହିତ ମୁକାବିଲା କରିପାରିବା ।ଓ ଆଜି ଠାରୁ ଫାଷ୍ଟ ଫୁଡ଼ ,ଗୁପଚୁପ ଦୋକାନ ,ଉଠା ଦୋକାନୀ ,ଚା ଦୋକାନ ,ପାନ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଯିଏ ଏଇ ନିୟମ ଉଲଘଂନ କରିବ ପ୍ରଶାସନ ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ତତ୍ସହିତ ଆଜି ବାରିପଦା ପୋଲିସ ଓ ବାରିପଦା ମୁନିସିପଲ ତରଫରୁ ବାରିପଦା ସହରରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ ତାର ବାର୍ତା ଦେବା ସହିତ ଲୋକ ମାନଙ୍କୁ ସମାଜିକ ଦୂରତା ବଜାଇ ରଖିବା ପାଇଁ କୁହାଯିବ ସହିତ ଜରୁରୀକାଳୀନ ସେବା ଯଥା ଔଷଧ ଦୋକାନ, କ୍ଷୀର,ଆଳୁ, ପିଆଜ ପନିପରିବା, ପାଥୋଲୋଜି ,ମାଛ, ମାଂସ ଦୋକାନ ବେତିତ୍ୟା ଅନ୍ୟାନ୍ୟ ଦୋକାନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କନ୍ଧମାଳ ଠାରେ ଲକ ଡାଉନ କଡ଼ାକଡ଼ି; ଦିନ ମଜୁରିଆ ହନ୍ତସନ୍ତ ।

!!! କନ୍ଧମାଳ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ) – ଫୁଲବାଣୀ ସହର ରେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଦେକାନ ବଜାର ବନ୍ଦ ରହିଛି ଯାନବାହାନ ମଧ୍ୟ ବନ୍ଦ ରହିଛି। ଜନଜୀବନ ଅସ୍ତ ବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି। ଏପଟେ ପୋଲିସ ବିଭାଗ ପକ୍ଷରୁ ରୁ କଡାକଡୀ ଭାବେ ଲୋକ ଙ୍କୁ ଘରେ ରହିବାକୁ କହିଲା ବେଳେ ଲୋକେ ନିଜ ବଞ୍ଚିବା ପାଇଁ ପନିପରିବା ନେଇ ନିଜ ଗାଁ ରୁ ଆସି ନିଜ ଘର କୁ ଫେରି ଯିବା ପାଇଁ ଗାଡି ନ ମିଳିବା ଦେଖିବାକୁ ମିଳିଛି। ଏପଟେ ନିଜ ଛୁଆ ଙ୍କୁ ନେଇ ଫୁଲବାଣୀ ବଡ଼ ମେଡିକାଲ କୁ ବାହା ରୁ ଆସିଥିବା ବେଳେ ନିଜ ଘର କୁ ଫେରି ପାରୁନଥିବା ଦେଖି ବାକୁ ମିଳିଛି। ଦିନ ମଜୁରିଆ ମାନେ କରନା ଭାଇରସ୍ କୁ ଡରି ନିଜ କାମ କୁ ନଯିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ରୁ କରନା କୁ ହଟେଇ ବା ପାଇଁ ଜିଲ୍ଲା ରେ ଜୋର ସୋର ରେ ପ୍ରୟାସ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଙ୍କ ଠାରୁ ସୂଚନା ଯେ ସକାଳୁ ଦିନ ୧୦ ପଯ୍ୟନ୍ତ ଦେକାନ ଖୋଲା ରହିବ ।ଦିନ ସାରା କେହି ବାହାରେ ବୁଲିବେ ନାହିଁ । ଏହା ସହ ସହର ବାହାରେ କଢ଼ା ଚେକିଂ କରି ଗାଡ଼ି ଗୁଡିକୁ ସହର ଭିତରେ ପ୍ରବେଶ କରିବା ଦେଖିବାକୁ ମିଳିଛି। ଆଗକୁ ଜିଲ୍ଲା ବାସି ଙ୍କୁ ଅନୁରୋଧ କରାଯାଉଛି ଯେ ନିଜେ ସଚେତନତା ହୁଅନ୍ତୁ ଆଉ କରନା ରୋଗ କୁ ଦୁରେଇ ଦିଅନ୍ତୁ।

ଯୋଡ଼ା ଅଞ୍ଚଳ ରେ ଫେଲ୍ ମାରିଛି ସରକାରଙ୍କ ଲୋକ ଡାଉନ୍ !

!!! କେନ୍ଦୁଝର ଜିଲ୍ଲା ଯୋଡା ରୁ ରବିନ୍ଦ୍ର ଖମନିଆ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କେନ୍ଦୁଝର) – ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ର ସେରାଜୁଦିନ ଖଣି, ଉଚ୍ଚବାଲି ର ଇନ୍ଦ୍ରାଣୀ ପଟ୍ଟନାୟକ ଖଣି,ନଇବୁଗା ର ତାରିଣୀ ମହାନ୍ତି ଖଣି ଓ ଦୁବୁନା ର ଏସାର ଷ୍ଟିଲ କମ୍ପାନୀ ଲୋକ ଡାଉନ୍ କୁ ଖୁଲମଖୁଲା ଚ୍ୟାଲେଞ୍ଜ କରି ଶ୍ରମିକ ମାନଙ୍କୁ କାମ କରାଇବାକୁ ବାଧ୍ୟ କରୁଥିବା ର ଦେଖିବାକୁ ମିଳିଛି ! ଭାରତ ସରକାର ଙ୍କ ଦ୍ଵାରା କରୋନା ମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ସାରା ଭାରତରେ ଲୋକ ଡାଉନ୍ ଜାରି କରାଯାଇ ସମସ୍ତ କାର୍ଯ୍ୟ ଶୂନ୍ୟ ଏବଂ ଲୋକ ମାନଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଥିବା ବେଳେ ଏଠାରେ କାହିଁକି ସରକାର ନିର୍ଦ୍ଦେଶ ଦେଇଛନ୍ତି ଖଣି କମ୍ପାନୀ ମାନଙ୍କୁ ଖଣି ଚଳାଇବା କୁ ବୋଲି ଚିନ୍ତା ରେ ଅଞ୍ଚଳ ବାସୀ ! ଶ୍ରମିକ ମାନଙ୍କୁ କାମ କରାଇବାକୁ ବାଧ୍ୟ କରୁଛନ୍ତି ଖଣି କମ୍ପାନୀ ମାନେ କାମ ନ କଲେ କାମ ରୁ ହଟାଇଦିଆଯିବ ବୋଲି ଧମକ ଦେଇ ଜୋର ଜବରଦସ୍ତ କାମ କରାଇବାକୁ ବାଧ୍ୟ କରୁଥିବା ର ଚର୍ଚ୍ଚା ଜୋର ଧରିଛି ଅଞ୍ଚଳରେ ! ସରକାର ସାରା ବିଶ୍ବରେ ଆତଙ୍କିତ ମହାମାରୀ କରୋନା ଭାଇରସ କୁ ନେଇ ଲୋକ ଙ୍କୁ ସଚେତନତା କରାଉଥିବା ବେଳେ କାହିଁକି ଆମ ଖଣି ଅଞ୍ଚଳକୁ ଦୃଷ୍ଟି ଦେଉ ନାହାଁନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ବୁଦ୍ଧିଯିବି ମହଲରେ ! ଜଣେ ଲୋକ ସଉଦା ଆଣିବାକୁ ଗଲେ ପୋଲିସ ମାଡ ମାରୁଥିବା ବେଳେ ଖଣି ରେ ଶହ ଶହ ଟ୍ରକ୍ ଓ ଡମ୍ପର ଚଳାଚଳ ସମ୍ପୂର୍ଣ୍ଣ ମାଫ୍ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ ! ପ୍ରଶାସନ ସଠିକ ଭାବେ ତଦନ୍ତ କରି ଖଣି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ନ କଲେ ବାଧ୍ୟ ହୋଇ ରାଜ ରାସ୍ତା କୁ ଓହ୍ଲାଇବୁ ବୋଲି ଚର୍ଚ୍ଚା ଜୋର ଧରିଛି ଅଞ୍ଚଳରେ !

ରାଇକିଆ ଠାରେ ଲକ୍ ଡାଉନ କଡ଼ାକଡ଼ି।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଆଜି ଦ୍ୱତୀୟ ଦିନ ମଧ୍ୟ ଲକ ଡାଉନ୍ ଦେଖିବାକୁ ମିଳିଛି।ଅତ୍ୟାବସ୍ୟକ ଜିନିଷ କ୍ରୟ ସକାସେ ସକାଲ ଘ୍ ୭ଟାରୁ ୧୧ ଟା ପର୍ଯ୍ୟନ୍ତ ଦୋକନ ବଜାର ଖୋଲା ରହୁଥିଲାବଲେ ୧୧ଟା ପରେ ବଜାର ସୁନ ସାନ ରହୁଥିବାର ଦେଖିବକୁ ମିଲୁଅଛି।ପୋଲିସ ପ୍ରଶାସନ ତରଫରୁ ପ୍ରତ୍ୟେକ ଜାଗା ରେ ପେଟ୍ରୋଲିଂ କଡା କଡୀ କରାଯାଇ ସମସ୍ତ ଜନ ସାଧାରନ୍ ଙ୍କୁ ଡାକ ବାଜି ଜନ୍ତ୍ର ଦ୍ଵାରା ପଦାକୁ ନ୍ ବହାରିବା ସକାସେ ନିବେଦନ କରିବା ସହିତ ଅମାନିଆ ଗାଡି ଚାଲାକ ଙ୍କୁ କାଗଜ ପତ୍ର ଯାଞ୍ଚ କରିବା ସହିତ ଥାନା ରେ ଅଟକ ରଖଜାଉଛି।

ଗ୍ରାମାଞ୍ଚଳରେ ଲକ ଡାଉନ ପ୍ରଭାବ ଶୂନ୍ୟ, ଗୁରୁତ୍ୱ ହରାଉଛି ସଚେତନତା ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – କୋରନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି l ଯାହାର ଅର୍ଥ ନିହାତି ଆବଶ୍ୟକ ନଥିଲେ 21 ଦିନ ଯାଏଁ କେହି ଘରୁ ପଦାକୁ ବାହାରିବେନି ଓ ସାମାଜିକ ଦୂରତ୍ୱ ବଜାୟ ରଖିବେ l କିଛି ଅମାନିଆ ଲୋକଙ୍କୁ ବାଦ ଦେଲେ ସହରାଞ୍ଚଳରେ ପ୍ରାୟ ଅଧିକାଂଶ ଜନତା ଏହାକୁ ମାନି ଘରେ ରହିବାକୁ ଶ୍ରେୟ ମଣୁଛନ୍ତି ଏବଂ ଏହା ନିରାପଦ ମଧ୍ୟ l ଆବଶ୍ୟକ ପଡିଲେ ହିଁ ଲୋକମାନେ ସଉଦା ପାଇଁ ପଦାକୁ ଆସିବାକୁ ବାଧ୍ୟ ହେଉଛନ୍ତି l ତେଣୁ ଲୋକଙ୍କୁ ଆବଶ୍ୟକୀୟ ଜିନିଷ ଯୋଗାଇବା ପାଇଁ ରେସନ, ଫଳ, ପନିପରିବା, କ୍ଷୀର, ମେଡ଼ିସିନ ଆଦି ଦୋକାନ ଖୋଲା ରହିବାକୁ ସରକାର ଅନୁମତି ଦେଇଛନ୍ତି l ହେଲେ ଏହାର ପ୍ରଭାବ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁନାହିଁ l ପୂର୍ବଭଳି ଗ୍ରାମ ପରିବେଶ ଯେମିତି ଥିଲା ଏବେବି ସେମିତି ରହିଛି l ପୁଲିସ ଭୟରେ କିଛି ଦୋକାନ ବନ୍ଦ ଥିବା ଛାଡିଦେଲେ, ପିଲାଠୁ ଆରମ୍ଭ କରି ବଡ ଯାଏଁ ଏଣେତେଣେ ବୁଲିବା ଜାରିରହିଛି, ଛକ ଗୁଡିକରେ ଜମାହୋଇ ଗୁଲି ଖଟି କରିବା, ତାସ ଖେଳିବା, ସ୍ନାନ, ଶୌଚାଦି ପାଇଁ ସର୍ବସାଧାରଣ ପୋଖରୀ, କେନାଲ ଆଦି ବ୍ୟବହାର କରିବା, ପରସ୍ପରର ଘରକୁ ଯିବା ଆସିବା, ବସଉଠ ହେବା,ଆବଶ୍ୟକୀୟ ପଦାର୍ଥ ବିନା ସତର୍କତାର ମଗା ଯଚା ହେବା, ପିଲାମାନେ ସାଙ୍ଗହୋଇ ଖେଳକୁଦ କରିବା ଆଦି ଯଥା ପୂର୍ବଂ ତଥା ପରଂ ଜାରିରହିଛି l ଲୋକଙ୍କୁ ସଚେତନ କରିବା ପାଇଁ ସରକାର ପ୍ରତ୍ୟେକ ସ୍ତରରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି l ପ୍ରଶାସନ, ପୁଲିସ, ମିଡ଼ିଆ ସମସ୍ତେ ଏକାଧାରରେ ଲାଗିପଡିଛନ୍ତି l ଟିଭି, ସୋସିଆଲ ମିଡ଼ିଆ, ଫେସବୁକ, ହ୍ୱାଟ୍ସଅପରେ ସମସ୍ତେ ଏହାର ଭୟାଭୟତାର କୁପରିଣାମ ଦେଖୁଛନ୍ତି l ତଥାପି ଗ୍ରାମାଞ୍ଚଳର ପରିବେଶରେ କୌଣସି ପରିବର୍ତନ ପରିଲକ୍ଷିତ ହେଉନି l  ବେଗୁନିଆପଡା ବ୍ଲକର ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଏହା ବିନା କୌଣସି ଭୟରେ ଚାଲିଛି l ଦୁର୍ଭାଗ୍ୟବଶତଃ ଜଣେ କେହି ଯଦି କରୋନା କବଳରେ ଆସିଯାଏ ତାହେଲେ ଏହାଯେ କେତେ କ୍ଷିପ୍ରଗତିରେ ବ୍ୟାପିବ କାହାକୁ ଅଛପା ନାହିଁ l ତେଣୁ ଜନସାଧାରଣ ସଜାଗ ରହିବା ଆବଶ୍ୟକ ନଚେତ ପ୍ରଶାସନ କିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ପଡିବ l ନହେଲେ “ସର୍ବେ ହୋଇବେ ଏକାକାର ନଥିବ ବେଦର ବିଚାର l”

ଉଜ୍ଜଳପଲ୍ଲୀ ଠାରେ ଦେଶୀ ମଦ ଜବତ, ଦୁଇ ଗିରଫ।

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା) – ଆଜି ପୂର୍ବାହ୍ନ ସମୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ. ଛଚିନା ପଞ୍ଚାୟତର ଉଜ୍ଜଳପଲ୍ଲୀ ଠାରେ ଦେଶୀ ମଦ ବିକୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇ ବସ୍ତା ଦେଶୀ ମଦ ପୁଡିଆ ଜବତ କରିଛି ବେଗୁନିଆପଡା ପୁଲିସ l ଗିରଫ ଦ୍ବୟ ହେଲେ ଉଜ୍ଜଳପଲ୍ଲୀ ଗ୍ରାମର ଟୁକୁନା ପୁଷ୍ଟି ଓ ଅଭି ନାହାକ l ଆଜି ପୂର୍ବାହ୍ନରେ ସେମାନେ ମଦ ବିକୁଥିବା କୌଣସି ସୂତ୍ରରୁ ଖବର ପାଇ ବେଗୁନିଆପଡା ପୁଲିସ ଚଢ଼ାଉ କରିଥିଲା l ବର୍ତମାନ କରୋନା ସଂକ୍ରମଣ ପାଇଁ ଚାରିଆଡେ ଲକ ଡାଉନ ଚାଲିଥିବା ବେଳେ ଗ୍ରାମାଂଚଳରେ ଏହାକୁ ଗୁରୁତର ସହ ନେଉନାହାନ୍ତି l ତେଣୁ ଏଭଳି କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ କରାଯିବନି ବୋଲି ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି l

ଲକ୍ ଡାଉନ ନିୟମକୁ କଡାକଡ଼ି କଲା କୋଦଳା ପୁଲିସ, ତିନି ଅଟକ, କୋଡ଼ିଏରୁ ଉର୍ଦ୍ଧ ଉଲଂଘନକାରୀଙ୍କୁ ଚେତାବନୀ । 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ଲକ ଡାଉନ ଆଇନ ଉଲଂଘନକାରୀଙ୍କ ଉପରେ କୋଦଳା ପୁଲିସ ଦୃଢ ହୋଇଛି l ଗତକାଲି ଲକ ଡାଉନ ନିୟମକୁ ଅଧିକାଂଶ ଵ୍ୟକ୍ତି ହାଲକା ଭାବେ ନେଇ ରାସ୍ତାଘାଟରେ ଏଣେତେଣେ ବୁଲାବୁଲି କରିବା ଦେଖାଦେଇଥିଲା l ବିନା କାରଣରେ ପୁଲିସ ପାସ ପାଇବା ପାଇଁ ଥାନାରେ ବହୁସଂଖ୍ୟାରେ ଲୋକ ଜମାହୋଇ ଗହଳି କରିଥିଲେ l ଫଳରେ କରୋନା ସଂକ୍ରମଣରୁ ଦୂରରେ ରହିବା ପାଇଁ ସରକାର କରିଥିବା ସାମାଜିକ ଦୂରତ୍ୱର ପ୍ରକୃତ ଉଦେଶ୍ୟର ଆବଶ୍ୟକତା ଉପରେ ଲୋକଙ୍କ ଚିନ୍ତାଧାରାରେ କୋଣସି ପରିବର୍ତନ ପରିଲକ୍ଷିତ ହୋଇନଥିବା ଅନୁଭବ କରି କୋଦଳା ଓ ବେଗୁନିଆପଡା ପୁଲିସ ବୁଧବାର ଆଇନକୁ କଡାକଡି ଭାବେ ପାଳନ କରିଥିଲେ l ଲୋକଙ୍କୁ ସଚେତନ କରିବା ପାଇଁ କୋଦଳାରେ ନିୟମ ଉଲଂଘନ କରି ଦୋକାନ ଖୋଲିଥିବା ଅଭିଯୋଗରେ ତିନି ଜଣକୁ ଅଟକ ରଖାଯାଇଛି l କୋଡିଏରୁ ଉର୍ଦ୍ଧ ବାଇକ ଆରୋହୀଙ୍କୁ ପିଆର ବଣ୍ଡରେ ଚେତାବନୀ ଦେଇ ଛଡାଯାଇଛି l ଏହାସହ ପଦାରେ ବୁଲୁଥିବା ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ଚେତାବନୀ ଦିଆଯାଇଥିବା କୋଦଳା ଆଇଆଇସି ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି l

 ଦେଶରେ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ ।

ଏଥର ସମ୍ଭାଳ ବ୍ୟୁରୋ (ନୁଆଦିଲ୍ଲୀ)- “ଆଜି ରାତି ୧୨ଟାରୁ ୨୧ ଦିନ ଯାଏଁ  ଲକଡାଉନ୍ ହେବ ।ଆଜି ରାତି ୧୨ ଟାରୁ ସାରା ଦେଶରେ ଏହି ଲକଡାଉନ୍ ହେବାକୁ ଯାଉଛି”ଏହାଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀଙ୍କ  ଦ୍ଵିତୀୟ ସମ୍ବୋଧନ l ସାରା ଦେଶ ଉତ୍କଣ୍ଠାର ସହ ଚାହିଁରହିଥିଲା ତାଙ୍କର ବକ୍ତବ୍ୟକୁ  l ଯଦି ୨୧ ଦିନ ଆମେ ଏହାକୁ ନପାଳିବା ତାହେଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବାର ସତର୍କ କରି  ଦେଶକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଆଜି ପୁଣି ଥରେ କରୋନା ବୈଶିକ ମହାମାରୀ ନେଇ ଆଲୋଚନା କରିବା ପାଇଁ ଆପଣଙ୍କ ପାଖକୁ ଆସିଛି । ୨୨ ମାର୍ଚ୍ଚ ଜନତା କର୍ଫ୍ୟୁ ସଙ୍କଳ୍ପ କରାଯାଇଥିଲା ଏବଂ ଏହାକୁ ଦେଶବାସୀ ଦାୟିତ୍ୱପୂର୍ଣ୍ଣ ନାଗରିକ ଭାବେ ନିଜ ଯୋଗଦାନ କରିଥିଲେ । ।ଗତ ଦୁଇ ଦିନ ଧରି ଦେଶର ଅନେକ ସ୍ଥାନରେ ଲକଡାଉନ୍ ହୋଇଛି । ସମସ୍ତେ ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ଗମ୍ଭୀରତାର ସହ ନେବା ଉଚିତ୍।ସମଗ୍ର ଦେଶ ପାଇଁ ସାମାଜିକ ଦୂରତା ଜରୁରୀ । କିଛି ଲୋକଙ୍କ ଅବହେଳା ଆପଣଙ୍କ ଦେଶ ଏବଂ ସମାଜକୁ ବହୁତ ଅସୁବିଧାରେ ପକାଇବ ।ମୁଁ ଦେଶବାସୀଙ୍କୁ ନିବେଦନ କରୁଛି କି ଆପଣ ଯେଉଁଠାରେ ବି ଅଛନ୍ତି ସେଠାରେ ରୁହନ୍ତୁ, ଲକଡାଉନ୍  ୩ ସପ୍ତାହ ହେବ । ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଗାମୀ ୨୧ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।