ଦୀର୍ଘ ଏକ ବର୍ଷ ବିତିଯିବା ପରେବି ହିତାଧିକାରୀ ପାଇନାହାଁନ୍ତି ଶୌଚାଳୟ ତିଆରି ଟଙ୍କା ।

!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି ମନୋଜ ନାଲା ଙ୍କ ସହ କ୍ୟାମେରା ପରଶନ ମୁନା ମଣ୍ଡାଙ୍ଗି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା) – ରାୟଗଡ଼ା ଜିଲ୍ଲା କୋଲୋନରା ବ୍ଲକ ରେଖାପଦର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜାଙ୍ଗଡ଼ାପଦର ଗ୍ରାମ ବାସୀ ଙ୍କୁ ପାଣି ପଞ୍ଚାୟତ ପକ୍ଷରୁ ସ୍ଵଚ୍ଛ ଭାରତ ମିସନ ଆନୁକୁଲ୍ୟରେ ଘର କୁ ଏବଂ ଶୌଚାଳୟ କୁ ପାଣି ଯୋଗାଇ ଦିଆଯିବ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଥିଲା। ଶୌଚାଳୟ ନିର୍ମାଣ କରିବା ବ୍ୟକ୍ତି ଙ୍କୁ ଏହି ବାବଦରେ ପ୍ରତ୍ୟେକ ହିତାଧିକାରୀ ଙ୍କୁ ୧୨ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା। ଏହି ସ୍ଵଳ୍ପ ମୂଲ୍ୟ ରେ ଶୌଚାଳୟ ନିର୍ମାଣ ର ସମ୍ଭବ ନଥିବାରୁ ହିତାଧିକାରୀ ମାନେ ନିଜ ଖର୍ଚ୍ଚ ରୁ ବଳକା ଟଙ୍କା ଭରଣା କରି ସଭିଙ୍କ ଘରେ ଶୌଚାଳୟ ନିର୍ମାଣ କରିଛନ୍ତି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ବିଭାଗ ପକ୍ଷରୁ ସେଗୁଡ଼ିକ ର ଫଟୋ ଉଠାଇ ନିଆଯାଇଛି। ଦୀର୍ଘ ଏକ ବର୍ଷ ରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଏଯାବତ୍ ସେମାନଙ୍କୁ ସରକାର ଙ୍କ ପକ୍ଷରୁ ମିଳିବାକୁ ଥିବା ୧୨ ହଜାର ଟଙ୍କା ପୈଠ କରାଯାଇନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ଖବର ନେବାରେ ଜଣାଯାଇଛି, ଉକ୍ତ କାର୍ଯ୍ୟ ଦାୟିତ୍ଵରେ ଥିବା ସୁପରଭାଇଜର ଚାକିରି ଛାଡି ଚାଲିଯାଇଛନ୍ତି। କୁଲି ମଜୁରୀ କରି ଜିବିକା ନିର୍ବାହ କରୁଥିବା ଏହି ହିତାଧିକାରୀ ମାନେ ସରକାର ଙ୍କ ପକ୍ଷରୁ ପାଇବାକୁ ଥିବା ଟଙ୍କା ଅପେକ୍ଷାରେ ରହିଛନ୍ତି। ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ହିତାଧିକାରୀ ଙ୍କୁ ସେମାନଙ୍କ ପ୍ରାପ୍ୟ ପୈଠ ଦିଗରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଗ୍ରାମବାସୀ ଦାବୀ କରିଛନ୍ତି।

ବେଗୁନିଆପଡ଼ା ଠାରେ ବିଜୁ ଜୟନ୍ତୀ ଓ ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ l

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ପ୍ରବାଦ ପୁରଷ ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ ଏବଂ ବ୍ଲକ ସ୍ତରୀୟ ପଂଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧକାରୀ ଦେବବର ପ୍ରଧାନଙ୍କ ଅଧୟକ୍ଷତାରେ ଅନୁଷ୍ଠିତ ଉକ୍ତ କାରଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ଦୋରା, ୪୫ ନମ୍ବର୍ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନଥ ଭୂୟାଁ,୪୬ ନମ୍ୱର୍ ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ତିଆଡି, ସି ଡ଼ି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ପୁର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ, ବିଇଓ କମଳା କାନ୍ତ ସାହୁ ସମେତ ବ୍ଲକ କର୍ମଚାରୀ ଏବଂ ବୁଦ୍ଧିଜୀବି ଯୋଗଦେଇ ରାଜ୍ୟସରକାର ପୂର୍ବତନ ମୁଖ୍ୟମନ୍ତୀ ତଥା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣକରି ତାଙ୍କ ଜନ୍ମ ଦିବସ ୫ତାରିଖକୁ ପଂଞ୍ଚାୟତରାଜ ଦିବସ ଭାବେ ପାଳନ କରିଥିଲେ । ପଂଞ୍ଚାୟତରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ସହ ଗାଁର ବିକାଶକୁ ତ୍ୱରାନୀତ କରିବା କ୍ଷେତ୍ରରେ ବିଜୁବାବୁଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ ।ଗ୍ରାମାଞ୍ଚଳର ସର୍ବାଙ୍ଗିନବିକାଶ କରିବା ତାଙ୍କର ମୂଳ ଲକ୍ଷ୍ୟଥିଲା । ତାଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା l

ତାଳସରରେ ବାରହା ଆତଙ୍କ, ଘରେ ପଶି ଆକ୍ରମଣ, ଜଣେ ଆହତ,3 ବର୍ତ୍ତିଲେ,କବାଟ ବନ୍ଦ କରି ଅଟକ ରଖାଯାଇଛି ; ବନ ବିଭାଗ କର୍ମଚାରୀ ଆସିବାରେ ବିଳମ୍ବ l

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ତାଳସର ସ୍ଥିତ ସୂର୍ଯ୍ୟନଗର ସାହିରେ ଆଜି ଅପରାହ୍ନରେ ଉକ୍ତ ସାହିରେ ରହୁଥିବା ଗୀତା ସ୍ଵାଇଁଙ୍କ ଘର କବାଟ ଖୋଲା ଥିବା ବେଳେ ହଠାତ୍ ଦlଣ୍ଡ ପଟରୁ ଏକ ବଡ ବାରହା ହଠାତ୍ ଗୀତାଙ୍କ ଘର ଭିତରକୁ ପଶିବା ବେଳେ ବାଟରେ ଥିବା ଉକ୍ତ ସାହିର ଜଗଦୀଶ ଜେନାଙ୍କୁ ଅତର୍କିତ ଆକ୍ରମଣ କରି ଆହତ କରିବା ସହ ଘର ଭିତରେ ପଶି ଗୀତା ଓ ତାଙ୍କ ଦୁଇ ଝିଅଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିବା ବେଳେ ସେମାନେ ବାରିପଟେ ପ୍ରାଣ ବିକଳରେ ଦୌଡ଼ି ଚାଲିଯାଇଥିବା ବେଳେ କିଛି ଲୋକ ଘରର ବାରି ଓ ଦlଣ୍ଡ ପଟ କବାଟ ଦେଇ ବାରହାକୁ ଘର ଭିତରେ ବନ୍ଦ କରି ରଖିଥିଲେ l ସେପଟେ ଖଲ୍ଲିକୋଟ ବନ ବିଭାଗ ଅଧିକାରୀଙ୍କୁ ଖବର ଦେବା ପାଇଁ ଫୋନ କଲେବି ସେ ଫୋନ ଗ୍ରହଣ ନକରିବା ଯୋଗୁଁ ବରହମପୁର ଡି ଏଫ୍ ଓ ଙ୍କୁ ଖବର ଦେବା ପରେ ସେ ତୁରନ୍ତ ପଦକ୍ଷେପ ନେଇ ବନ ବିଭାଗ କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ପଠାଇବା ପାଇଁ କହିଥିଲେ ସୁଦ୍ଧା ସେମାନେ ଆସିନଥିଲେ l  ସେପଟେ ଆହତ ଜଗଦୀଶ ଙ୍କୁ ସୁମଣ୍ଡଳ ମେଡିକାଲକୁ ନେଇ ଚିକିତ୍ସା କରାଯାଇଛି l

ଗଞ୍ଜାମ ଜିଲ୍ଲା ଚାଷୀଙ୍କ ପାଇଁ “ମୋ ଗୋ ଧନ” ଯୋଜନାରେ ଗୁହାଳ ଘର ନିର୍ମାଣ

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଞ୍ଜାମ୍) – ଆଜି ଗଞ୍ଜାମ ଜିଲ୍ଲା ଚାଷୀଙ୍କ ପାଇଁ “ମୋ ଗୋ ଧନ” ଯୋଜନାରେ ଗୁହାଳ ଘର ନିର୍ମାଣ ହେବ। ଏହି ଯୋଜନାରେ ଗୋମୂତ୍ର ଷ୍ଟୋରେଜ୍‌ ୟୁନିଟ୍‌, ବାୟୋ ଗ୍ୟାସ ଉତ୍ପାଦନ ୟୁନିଟ୍‌ ପାଇଁ ଅନୁଦାନ ଦିଆଯିବ। ଗୋମୂତ୍ରକୁ ଅର୍ଗାନିକ ଫାର୍ମିଙ୍ଗ ପାଇଁ ଫସଲରେ ସ୍ପ୍ରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୪୦ଚାଷୀଙ୍କୁ ଏଥିରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ଆଜି ଛତ୍ରପୁର ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଆୟୋଜିତ ଗଞ୍ଜାମ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଏସମ୍ପର୍କରେ ଉପସ୍ଥିତ ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସଂଘ ଓ ଅନ୍ୟମାନଙ୍କୁ ଅବଗତ କରଯାଇଥିଲା । ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ହାତୀ ଆକ୍ରମଣରେ କମରେଇ ଗ୍ରାମ ର ଦେବକୀ ବେହେରା ମୃତ୍ୟୁ…!

!!! ଅନୁଗୁଳ ରୁ ଜିଲ୍ଲା ପ୍ରତିନିଧି ହରେକୃଷ୍ଣ ନାୟକ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଆଠମଲ୍ଲିକ) – ଅନଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କମରେଇ ଗ୍ରାମ ର ଦେବକୀ ବେହେରା ନାମକ ଜଣେ ବୃଦ୍ଧା ଙ୍କୁ ହାତୀ ମରିଦେଇଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ଗତ କାଲି ରାତିରେ ବୃଦ୍ଧା ଜଣକ ଖାଇ ସାରି ଘରେ ଶୋଇ ଥିବା ବେଳେ ଆଜି ଭୋର 4 ଟା ସମୟରେ ଅଚାନକ ହାତୀ ଆସି ଆକ୍ରମଣ କରି ଥିଲା । ବୃଦ୍ଧା ଜଣକ ହାତୀ ର କବଳରୁ ଖସି ପାରି ନଥିଲେ ।ଯାହା ଫଳରେ ମୃତ୍ୟୁ ବରଣ କରିଥିଲେ।

କେ.ବରିଡ଼ା ଠାରେ କମ୍ପ୍ଯୁଟର କେନ୍ଦ୍ର ଉଦଘାଟିତ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ କେ.ବରିଡ଼ା ଠାରେ କେନ୍ ସପ୍ଟ ପକ୍ଷରୁ ନୂତନ କମ୍ପ୍ୟୁଟର କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଏହି କେନ୍ଦ୍ରକୁ ବେଗୁନିଆପଡ଼ା ବି ଡି ଓ ବେଦବର ପ୍ରଧାନ ଉଦଘାଟନ କରିଥିବା ବେଳେ ରାଜ୍ୟ ସଂଯୋଜକ ସଞ୍ଜୟ ପରିଡା, ବେଗୁନିଆପଡ଼ା ବ୍ଲକ୍ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଅମରେଶ୍ୱର ବିଦ୍ୟାପୀଠ ପ୍ରଧାନ ଶିକ୍ଷକ କିଶୋର କୁମାର ପଣ୍ଡା, କେ. ବରିଡ଼ା ସରପଞ୍ଚ ଚିତ୍ରସେନ ନାୟକ, ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଏହି କେନ୍ଦ୍ର ଗ୍ରାମାଞ୍ଚଳର ଛାତ୍ରଛାତୀଙ୍କ ପାଇଁ ଏହା ଉପଯୋଗୀ ହେବ ବୋଲି ମତ ଦେଇଥିଲେ l ଅନୁଷ୍ଠାନର ମୁଖ୍ୟ ରୀତାଞ୍ଜଳୀ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ପ୍ରବାଦ ପୁରୁଷ ବିଜୁବାବୁଙ୍କ 104 ତମ ଜୟନ୍ତୀ ପାଳିତ l 

!!! ଗଞ୍ଜାମ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) -ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ନାରାୟଣୀ ମନ୍ଦିର ପରିସରରେ କୋଦଳା ନଗର ବିଜେଡି ତରଫରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ 104 ତମ ଜୟନ୍ତୀ ହୋଇଯାଇଛି l ବରିଷ୍ଠ ଆଇନୀଜୀବୀ ତାରିଣୀ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଦଳା ନଗର ବିଜେଡି ସଭାପତି ସଂଜୀବ କୁମାର ସାହୁ, ସମ୍ପାଦକ ଗୋପାଳ କୃଷ୍ଣ ସାହୁ,ଯଜ୍ଞ ନାରାୟଣ ପତି, ଆଲୋକ କୁମାର ବାରିକ, ସୁରେଶ ଚନ୍ଦ୍ର ମହାପାତ୍ର, ଦଣ୍ଡପାଣି ପଟ୍ଟନାୟକଙ୍କ ସମେତ ବିଜେଡି ଦଳର ବହୁ କର୍ମୀ ଯୋଗଦେଇ ପ୍ରବାଦ ପୁରୁଷଙ୍କ ସ୍ମୃତି ଚାରଣ କରିବା ସହ ଓଡିଶା ପ୍ରତି ଥିବା ତାଙ୍କ ଅବଦାନର ଭୁୟସୀ ପ୍ରଶଂସା କରିଥିଲେ l

ଚୂନପଥର ବୋଝେଇ ଡ଼ମ୍ଫର ଗାଡ଼ି ଧକ୍କା ରେ କାର ଓ ସ୍କୁଟି ଚୁନା ; ଅଳ୍ପକେ ବର୍ତିଲେ ଲୋକେ !

!!! ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ବିଜୁ ଏକ୍ସପ୍ରେସ ୱେ ର ପଦାଜାମପାଲି ନିକଟରେ ରାଜଗାଙ୍ଗପୁର ର ଓସିଏଲ କୁ ଯାଉଥିବା ଏକ ଚୂନପଥର ବୋଝେଇ ଡ଼ମ୍ଫର ଗାଡ଼ି ନଂ-OR14P-4295 ଏକ ସ୍କୁଟି ଚାଳକ କୁ ଧକ୍କା ଦେବା ସହ ସାମନା ପଟୁ ଆସୁଥିବା ଏକ କାର କୁ ଧକ୍କା ଦେଇଥିଲା । କାରରେ ଯାଉଥିବା ପରିବାର ବର୍ଗ ଙ୍କ ଜୀବନ ଅଳ୍ପକେ ବର୍ତୀଗଲା କିନ୍ତୁ ଉକ୍ତ ଦୁର୍ଘଟଣାରେ ସ୍କୁଟି ଚାଳକ ଭାବନା ଲାକ୍ରା ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସ୍ଥାନୀୟ ସରକାରି ଡାକ୍ତରଖାନା ରୁ ରାଉରକେଲା ସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତର ହେଇଥିବା ସୂଚନା ମିଳିଛି ଦୁର୍ଘଟଣା ରେ ସ୍କୁଟି ସମ୍ପୂର୍ଣ୍ଣ ଚୁରମାର ହେଇଯାଇଥିବା ବେଳେ ଡ଼ମ୍ଫର ରାସ୍ତା କଡରେ ଓଲଟି ଯାଇଥିଲା ଏବଂ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହେଇଯାଇଥିବା ଖବର ମିଳିଥିଲା ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ବଢୁଥିବା ଜନସାଧାରଣ ଅଭିଯୋଗ କରିଥିଲେ ଏଥିପାଇଁ ପ୍ରଶାସନ ଦୃଢ ପଦକ୍ଷେପ ନେବାପାଇଁ ଜନସାଧାରଣ ଦାବି କରିଛନ୍ତି ।

ପୁଅ ର ଟାଙ୍ଗିଆ ଚୋଟ ରେ ମା ମୃତ !

!!! ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାଇକିଆ) : କନ୍ଧମାଳ ଜିଲ୍ଲା ନୁଆ ଗାଁ ବ୍ଲକ ଅନ୍ତର୍ଗତ ଶରଣଗଡ଼ ଥାନା ପରିସର ଭୁକ୍ତ ଗୁଂଜିବାଡ଼ି ଗ୍ରାମ ପଞ୍ଚାୟତ ପାଡେଲିକିଆ ଠାରେ ଏକ ଅଭବନିୟ ଘଟଣା ଘଟି ଯାଇଛି। ପୁଅ ର ଟାଙ୍ଗିଆ ଚୋଟ ରେ ମା ର ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଅଛି।ସୂଚନା ଅନୁସାରେ ଗତ କାଲି ମା ପ୍ରମୋଦିନି ପ୍ରଧାନ (୪୦)ବାରିପଟେ ବାସନ ସଫା କରୁଥିବା ସମୟ ରେ କୌଣସି କାରଣ ବଶତଃ ପୁଅ ସୁନୀଲ କୁମାର ପ୍ରଧାନ ଉତ୍ୟକ୍ତ ହୋଇ ପଛ ପଟୁ ମା କୁ ଟାଙ୍ଗିଆ ସାହାଯ୍ୟ ରେ ପ୍ରହାର କରିଥିଲା ଯାହା ଫଳ ରେ ମା ର୍ ଘଟଣା ସ୍ଥଳ ରେ ହିଁ ମ୍ରୁତ୍ୟ୍ ହୋଇଯାଇଥିଲା ।ପାଖ ପଡୋଶୀ ଙ୍କ ସହାୟତା ରେ ପୁଅ କୁ କାବୁ କରି ପୋଲିସ କୁ ଗ୍ରାମବାସୀ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳ କୁ ଯାଇ ଶବକୁ ଜବତ କରି ସବ ବ୍ୟବଛେଦ ସକାଶେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ବା ସାଙ୍ଗେ ସାଙ୍ଗେ ପୁଅ ସୁନୀଲ ଙ୍କୁ ଥାନା କୁ ଆଣି କେସ୍ ନମ୍ବର ୧୫/୨୦ ରେ କେଶ୍ ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍।