ଖରିଆର ବିଜେଡି ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ।

!!! ନୁଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ସିନାପାଲି) – ନୂଆପଡା ଜିଲ୍ଲା ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ରବିବାର ସିନାପାଲି ଥରେ ବିଜୁ ପଟ୍ଟନାୟକ ଙ୍କ 104ତମ ଜନ୍ମ ଜୟନ୍ତୀ ତଥା ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି | ରବିବାର ପୂର୍ବାହ୍ନ 11ଘଣ୍ଟା ସମୟ ରେ ଶତାଧିକ ମହିଳା ଓ ବିଜେଡି କର୍ମକର୍ତା ସିନାପାଲି ସ୍ଥିତ ପଂଚାୟତ ସମିତି ବିଶ୍ରାମ ଗୃହ ଠାରେ ଏକତ୍ରିତ ହୋଇଥିଲେ !ବୀର ବାଦ୍ୟ ତଥା ଘୁମୁରା ଓ ଡିଜେ ବାଜା ର ତାଲେ ତାଳେ ଉଭୟ ମହିଳା ଓ କର୍ମୀ ମାନେ ସିନାପାଲି ସହର ପରିକ୍ରମା କରିଥିଲେ !ଶେଷ ରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ସ୍ଥିତ ଏକ ଆମ୍ବ ବଗିଚା ଠାରେ ପହଂଚିଥିଲେ | ଏହି ସଭାରେ ଜିଲ୍ଲା ସଭାପତି ମନୋଜ ମିଶ୍ର ସଭାପତିତ୍ୱ କରିଥିଲେ | ପଶ୍ଚିମଓଡିଶା ବିକାଶ ପରିଷଦ ସଦସ୍ୟ ଲମ୍ବୋଦର ନିଆଳ, ମହିଳା ସମାବେଶର ପର୍ଯ୍ୟବେକ୍ଷକ ସୋଭାଗ୍ୟ ନାଏକ, ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ରାଜ୍ୟ ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ |

ପ୍ରବାଦ ପୁରୁଷ ବିଶିଷ୍ଟ ଜନନାୟକ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉପଲକ୍ଷେ ବିଶାଳ ମହିଳା ସମାବେଶ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ବିଶ୍ୱ ମହିଳା ଦିବସ ଓ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଅବସରରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଏକ ବିଶାଳ ମହିଳା ସମାବେଶ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଥିବାବେଳେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ , ମହିଳା ସଭାନେତ୍ରୀ ନର୍ମଦା ଦଳାଇ , ରାଜରାଜେଶ୍ଵରୀ କଲ୍ୟାଣୀ ଗଜପତି ନାରାୟଣ ଦେବ , ପୂର୍ଣ୍ଣବାସୀ ନାୟକ , ସମାଜସେବୀ ଏ.ପଦ୍ମା ରାଜୁ , ମହିଳା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ବେହେରାଙ୍କ ସମେତ ଦୁଇ ଜଣ ମହିଳା ପର୍ଯ୍ୟବେକ୍ଷକ ସବିତା ମହାପାତ୍ର, ସୁଜାତା ପାଳ ମଞ୍ଚାସୀନା କରିଥିବା ବେଳେ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା କଲ୍ୟାଣୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ମଞ୍ଚାସୀନ ଅତିଥି ମାନେ ମହିଳା ସଶକ୍ତିକରଣ ଓ ବିଜୁ ବାବୁ, ନବୀନ ବାବୁଙ୍କ ମହିଳାଙ୍କ ବିକାଶ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇ ହଜାର ରୁ ଉର୍ଦ୍ଧ୍ୱ ମହିଳା ଯୋଗଦାନ କରିଥିଲେ ।ଏହି ଅବସରରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ୧୧ ଜଣ ପ୍ରମୁଖ ମହିଳା ପ୍ରତିଭାଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକାର୍ଯ୍ୟ ପ୍ରାରମ୍ଭରେ ବିଜୁବାବୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ସାଂସଦ ଓ ନେତୃବୃନ୍ଦ ।
ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଂଗୀତ ସଂସଦର କୁନି କୁନି କଳାକାର ମାନେ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ସଭା ଆରମ୍ଭରେ ଓ ଶେଷରେ ଆଦିବାସୀ ନୃତ୍ୟର ତାଳେ ତାଳେ ଝୁମି ଉଠିଥିଲେ ନେତା ଓ କର୍ମୀ । ସମସ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ବିଜୁ ଜନତା ଦଳର ସଭାପତି ବସନ୍ତ ଦାଶ , ବିିଜେଡିିିର କାର୍ଯ୍ୟକରୀ ସଭାପତି ମାରୁୁୁତି ପାଳ , ବିଜେଡିର ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ ,ଲିଙ୍ଗରାଜ ପ୍ରମୁଖ ପରିଚାଳନା କରିଥିଲେ।

ମିଶନ ଶକ୍ତି ଓ ଇଣ୍ଡିଆନ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ ମେଳା।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ମିଶନ ଶକ୍ତି ସହଯୋଗରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ନିମନ୍ତେ ଏକ ଋଣ ମଞ୍ଜୁର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ ଉଦ୍ ଘାଟନ କରିଥିଲେ । ପରେ ଆୟୋଜିତ ଋଣ ମଞ୍ଜୁର ମେଳାର ବଣ୍ଟନ ସଭା କାର୍ଯ୍ୟକ୍ରମରେ ଇଣ୍ଡିଆନ ବ୍ୟାଙ୍କର ଜୋନାଲ ମ୍ୟାନେଜର ଭି . ଶଙ୍କର ରାଜୁ ଅଧ୍ୟକ୍ଷତା କରି ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ସାରା ଭାରତ ବର୍ଷରେ ଇଣ୍ଡିଆନ ବ୍ୟାଙ୍କ ନାରୀ ସଶକ୍ତିକରଣ କରାଇବା ଦିଗରେ ପଦକ୍ଷେପ ନେବା ସ୍ୱରୂପ ସେମାନଙ୍କୁ ଋଣ ଯୋଗାଇ ଦେଇ ସ୍ୱାବଲମ୍ବୀ କରାଇବା ଦିଗରେ ସହାୟକ ହୋଇ ଆସୁଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇ ଇଣ୍ଡିଆନ ବ୍ୟାଙ୍କ , ମିଶନ ଶକ୍ତି ଜରିଆରେ ମା’ ମାନଙ୍କୁ ସଶକ୍ତି କରାଇବା ପାଇଁ ସେମାନଙ୍କୁ ଋଣ ଯୋଗାଇ ଦେଇ ସେମାନଙ୍କ ଅର୍ଥନୈତିକ ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ମା’ ମାନେ ଋଣ ନେଇ କିଛି ଅର୍ଥନୈତିକ କାମ କରିବେ ଯାହା ଫଳରେ ସେମାନଙ୍କ ଆତ୍ମ ନିର୍ଭରଶିଳତାର ଉନ୍ନତିରେ ଏହା ବେଶ ସହାୟକ ହୋଇ ପାରିବ ବୋଲି କହିଥିଲେ ।

ଜିଲ୍ଲା ମିଶନଶକ୍ତିର ପ୍ରକଳ୍ପ ସଂଯୋଜକ ରଶ୍ମି ରଞ୍ଜନ ସେଠୀ ଯୋଗଦେଇ ଭିଡିଓ-ବ୍ରିଫ ପ୍ରଦର୍ଶନ ମାଧ୍ୟମରେ ମିଶନଶକ୍ତି ଓ ସ୍ୱୟଂ ସହାୟିକା ଦଳ ସମ୍ପର୍କରେ ବିଭିନ୍ନ ଆବଶ୍ୟକତା ତଥ୍ୟ ଉପରେ ବିସ୍ତୃତ ସୂଚନା ଦେବା ସହ ମିଶନ ଶକ୍ତିର ବିଭିନ୍ନ ଯୋଜନା ଯାହା ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ , ସେ ସବୁ ଉପରେ ଉପସ୍ଥିତ ମା’ ମାନଙ୍କୁ ସଚେତନ କରାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାୟକ , ଇଣ୍ଡିଆନ ବ୍ୟାଙ୍କ ବ୍ରହ୍ମପୁର ସ୍ଥିତ ଜୋନାଲ କାର୍ଯ୍ୟାଳୟର ସିନିଅର ମ୍ୟାନେଜର ଲମ୍ବୋଦର ପଣ୍ଡା , ସହକାରୀ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଦିବାକର ପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ମହିଳା ସ୍ୱୟଂ ସହାୟିକା ଦଳ ପାଇଁ ଉଦ୍ଧିଷ୍ଟ ସେମାନଙ୍କ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ କହି ମହିଳାମାନେ ଯେଉଁ ଋଣ ସହାୟତା ନେଉଛନ୍ତି ତାର ସଦୁପଯୋଗ କରିବାକୁ କହିଥିଲେ ।

ଅନ୍ୟପକ୍ଷରେ ଏଥିପାଇଁ ନିଆ ଯାଉଥିବା ରୁଣ ସୁଧ କେନ୍ଦ୍ର ସରକାର ୩ ପ୍ରତିଶତ ଓ ରାଜ୍ୟ ସରକାର ୪ ପ୍ରତିଶତ ପୁରଣ କରୁଥିବା କହିଥିଲେ । ଯେଉଁ ମାନେ ଋଣ ସହାୟତା ନେଉଛନ୍ତି , ତାହା ସୁଚାରୁ ରୁପେ ଯଦି ୧୧ ମାସ ମଧ୍ୟରେ ପରିଶୋଧ କରନ୍ତି , ତା ହେଲେ ଏହି ଋଣର ସୁଧା ଶୁନ୍ୟ ହୋଇଥାଏ , ତେଣୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଏହାର ଭରପୁର ସୁଯୋଗ ନେବାକୁ କୁହା ଯାଇଥିଲା ।

ଏହି ଋଣ ମଞ୍ଜୁର ମେଳା କାର୍ଯ୍ୟକ୍ରମରେ ୮୦ ଗୋଟି ମହିଳା ସ୍ୱୟଂ ସହାୟିକା ଦଳକୁ ମୋଟ ୧ କୋଟି ୬୫ ଲକ୍ଷ ଟଙ୍କାର ଋଣ ମଞ୍ଜୁର ଚେକ ପ୍ରଦାନ କରାଯାଇଥିଲା । ଶେଷରେ ପାରଳାଖେମୁଣ୍ଡି ଇଣ୍ଡିଆନ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ମହମ୍ମଦ ଶାହାବୁଦ୍ଦିନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗାରାବନ୍ଧ ଇଣ୍ଡିଆନ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ସାଗର ପୃଷ୍ଟି , ଖରଷଣ୍ଢା ଇଣ୍ଡିଆନ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ଜି.ଏ.ରାଜୁ ଏବଂ ଜିଲ୍ଲା ମିଶନଶକ୍ତିର ଡ଼ିପିଏ- ମାନସ୍ମିତା ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ଗଜପତି ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ପରିଷଦ ସଭାପତି ଅନିତାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଞ୍ଚାୟତ ରାଜ ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଓ ଓଡ଼ିଶାର ବରପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ କର୍ମମୟ ଜୀବନୀ ଓ ତାଙ୍କ ସାହସିକ ନିଷ୍ପତ୍ତି ପଦକ୍ଷେପ ସମ୍ପର୍କରେ କହିଥିଲେ । ମୁଖ୍ୟତଃ ପଞ୍ଚାୟତ ରାଜ ବ୍ୟବସ୍ଥାରେ ମହିଳା ମାନଙ୍କୁ ସଶକ୍ତ କରାଇବା ଓ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ ମହିଳାଙ୍କ ନିମନ୍ତେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ସହ ମହିଳା ମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିବା ପ୍ରଭୃତି ନେଇଥିବା ଭୂମିକା ଅନ୍ୟତ୍ର ବିରଳ । ସେ ତାଙ୍କ କର୍ମମୟ ଜୀବନ ମଧ୍ୟରେ ଓଡ଼ିଶାର ଅର୍ଥନୈତିକ ବିକାଶ କିଭଳି ଆଗକୁ ବଢ଼ିପାରିବ ସେ ଦିଗରେ ବିଭିନ୍ନ ପଦକ୍ଷେପ ନେଇଥିଲେ ।

ବାସ୍ତବରେ ବିଜୁ ପଟ୍ଟନାୟକ ଜଣେ ଦକ୍ଷ ନେତା , ଶାସକ , ପାଇଲଟ ଓ ଯୁଗୋପଯୋଗୀ ନିଷ୍ପତ୍ତି ନେବା ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ତେଣୁ ତାଙ୍କ କର୍ମମୟ ଜୀବନକୁ ପାଥେୟ କରି ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପାଧ୍ୟକ୍ଷା ଆର.ବିଜୟ କୁମାର , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା , ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ଜୁଭେନାଇଲ ବୋର୍ଡ ସଦସ୍ୟ ଭାଗ୍ୟଲକ୍ଷ୍ମୀ ନାୟକ ,ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲିଙ୍ଗରାଜ ଦାସ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ରାଜ ଓ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବଦାନ ଏବଂ ମହିଳା ମାନଙ୍କୁ ସଶକ୍ତ କରାଇବା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ କରାଇବା ଦିଗରେ ତାଙ୍କର ରହିଥିବା ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବମିଶ୍ର , ଓଡିଶା ଜୀବିକା ମିଶନ ଡ଼ିପିଏମ ପ୍ରିୟମ୍ବଦା ବିଶୋଇ , ଡିଆରଡିଏ ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିରାଜ ଅଧିକାରୀ , ଏପିଡ଼ି ଦେବେନ୍ଦ୍ର କର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ପ୍ରମୁଖ ଯୋଗଦେଇ ପଞ୍ଚାୟତ ରାଜ ଦିବସ ପାଳନ ଆଭିମୁଖ୍ୟର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।

ଜିଲ୍ଲା ପଞ୍ଚାୟତ ଅଧିକାରୀ ବସନ୍ତ କୁମାର ପାତ୍ର ଯୋଗଦେଇ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପାରଳାରେ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶାର ପ୍ରବାଦ ତଥା କିମ୍ବଦନ୍ତୀ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଓ ପଞ୍ଚାୟତ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।

ଏହି ଅବସରରେ ସ୍ଥାନୀୟ ହାଇସ୍କୁଲ ଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସମେତ ଶତାଧିକ ଦଳୀୟ ପଦାଧିକାରୀ କର୍ମକର୍ତ୍ତା ପୁଷ୍ପ ଓ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହାପରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସଭାପତିତ୍ୱରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟତଃ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ କର୍ମମୟ ତଥା ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଓଡିଶାକୁ ଉନ୍ନତି ପଥରେ ଆଗେଇ ନେବାପାଇଁ ଏବଂ ଓଡ଼ିଶାର ଅର୍ଥନୈତିକ ସ୍ଥିତିକୁ ଆଗେଇ ନେବାପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସ୍ମୃତି ଚାରଣ କରାଯାଇଥିଲା ।

ଅନ୍ୟପକ୍ଷରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ତାଙ୍କର ସମୟପଯୋଗୀ ଦୃଢ଼ ନିଷ୍ପତ୍ତି ନେବା , ପଞ୍ଚାୟତରାଜ ତ୍ରିସ୍ତରୀୟ ବ୍ୟବସ୍ଥାରେ ମହିଳା ମାନଙ୍କୁ ସଶକ୍ତ କରାଇ ଆଗକୁ ନେବା ଏବଂ ତାଙ୍କ ସାହସିକ ଓ ବଳିଷ୍ଠ ନେତୃତ୍ୱ ସହ ସେବା ମନୋଭାବ ମୂଳକ କାର୍ଯ୍ୟ ପ୍ରଭୃତି କ୍ଷେତ୍ରରେ ତାଙ୍କ ଅବଦାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ତାଙ୍କର ଏଭଳି ଆଦର୍ଶକୁ ପାଥେୟ କରି ତୃଣମୂଳ ସ୍ତରରୁ ଲୋକଙ୍କ ସେବାମୂଳକ କାର୍ଯ୍ୟ କରି ନିକଟତର ହେବାକୁ ଆହ୍ବାନ କରାଯାଇଥିଲା ।

ଏଥି ସହିତ ତାଙ୍କ ସୁପୁତ୍ର ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଶାସନ କାଳରେ ଓଡିଶାରେ ବିଭିନ୍ନ କ୍ଷେତ୍ରରେ ଓ ବିଭିନ୍ନ ସ୍ତରର ଲୋକଙ୍କ ପାଇଁ ହୋଇଥିବା ଏବଂ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ଓ ଲୋକପ୍ରିୟ ଯୋଜନାରେ ସବୁ ବର୍ଗର ଲୋକେ ବେଶ ଉପକୃତ ହୋଇ ପାରୁଛନ୍ତି , ସେହି ସବୁକୁ ନେଇ ଦଳୀୟ ନେତା ଓ କର୍ମୀ ମାନେ ତୃଣମୂଳ ସ୍ତରର ଲୋକଙ୍କୁ ଅବଗତ କରାଇ ସେମାନଙ୍କ ନିକଟତର ହେବାପାଇଁ ପରାମର୍ଶ ଦିଆଯାଇଥିଲା ।

ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ଓ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ବିଭିନ୍ନ ପ୍ରକାରର ଫଳ ବଣ୍ଟନ କରାଯାଇଥିଲା । ସେହିପରି ନବଜୀବନ ଟ୍ରଷ୍ଟର ଅନ୍ତେବାସୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପାଠ୍ୟ ଉପକରଣ ସବୁ ବଣ୍ଟନ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମରେ ପାରଳା ମହାରାଣୀ କଲ୍ୟାଣୀ ଗଜପତି , ବରିଷ୍ଠ ବିଜେଡି ନେତା ବସନ୍ତ ଦାସ , ରାମନାଥ ମିଶ୍ର , ଲକ୍ଷ୍ମୀକାନ୍ତ ପରିଛା , ଅନ୍ତର୍ଯ୍ୟାମୀ ଗମାଙ୍ଗ , ଆର .ବିଜୟ କୁମାର , ମହିଳା ନେତ୍ରୀ ସଂଯୁକ୍ତା ବେହେରା , ଜିଲ୍ଲା ବିଜେଡିର ନଗର ସଭାପତି ବାବୁଲି ରାଜଗୁରୁଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।

ବେଗୁନିଆପଡ଼ା ବ୍ଲକ ପରିସରରେ କୋଦଳା ତାଲୁକା ଆଇନ ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ପରିସରରେ କୋଦଳା ତାଲୁକା ଆଇନ ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବିଶ୍ନୁ ଦେବ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୂଖ୍ୟ ଅତିଥି ଭାବେ ଜେ. ଏମ୍. ଏଫ୍ ସି କୁମାରୀ ସୁକନ୍ୟା ଶତପଥୀ, ସ୍ଵତନ୍ତ୍ର ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ବେଦ ବର ପ୍ରଧାନ, ସି ଡି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ କୋଦଳା ଆଇନଜୀବି ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ତାରିଣୀ ଚରଣ ପଟ୍ଟନାୟକ,ଆଇନଜୀବି ବିଜୟଲକ୍ଷ୍ମୀ ପଟ୍ଟନାୟକ, ସରକାରୀ ଓକିଲ ନୀଳାଞ୍ଚଳ ସ୍ଵାଇଁ ସମେତ ଅନ୍ୟ ମାନେ ଯୋଗ ଦେଇ ମହିଳା ସଶକ୍ତିକରଣ, ନାରୀ ବିନା ଏ ସମାଜ ଅସମ୍ଭବ ଆଦି ବିଷୟରେ ଆଲୋଚନା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ମହିଳା ମାନେ ଯୋଗ ଦେଇଥିଲେ ।

କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଯମୁନା ସିଦ୍ଧେଶ୍ୱର ମନ୍ଦିର ପରିସରରେ ବିଶ୍ୱ ମହିଳା ଦିବସ ପାଳନ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଶତବାର୍ଷିକୀ ପାଳନ।

!!! ଗଞ୍ଜାମ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (କବିସୂର୍ଯ୍ୟ ନଗର) – ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଯମୁନା ସିଦ୍ଧେଶ୍ୱର ମନ୍ଦିର ପରିସରରେ ବିଶ୍ୱ ମହିଳା ଦିବସ ପାଳନ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିଥି ଭାବେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ, , ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ଵାଇଁ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ମହିଳା ସଶକ୍ତିକରଣ ଏବଂ ମହିଳା ମାନେ ହେଉଛନ୍ତି ଜଗତ ଜନନୀ ବୋଲି ଆଲୋଚନା କରିବା ସହ ବିଜୁ ବାବୁ ଙ୍କ ବିଷୟରେ ଆଲୋଚନା କରିଥିଲେ । ଏଥିରେ ଶତାଧିକ ମହିଳା , ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ

ଅନଲାଇନ ବେଟିଂ କରି ଧରାପଡ଼ିଲେ ୩ ମାଫିଆ ; ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ !

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ରେ ମାତିଛନ୍ତି ଅନଲାଇନ କ୍ରିକେଟ ବ୍ୟାଟିଂ ମାଫିଆ । ଲକ୍ଷ ଲକ୍ଷ ଟଙ୍କାର ବାଜି ଲଗାଉଛନ୍ତି ଏହି ପେଶାଦାର ଅନଲାଇନ ଜୁଆଡ଼ି । ଖାଲି ରାୟଗଡା ନୁହେଁ ପଡୋଶୀ ଆନ୍ଧ୍ରପ୍ରଦେଶ , ହାଇଦ୍ରାବାଦ , ରାୟପୁର ଓ ପାକିସ୍ତାନ ପ୍ରିମିୟର ଲିଗ ମ୍ୟାଚ ଯାଏଁ ଏମାନଙ୍କ ଚେର ଲମ୍ବିଥିବା ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜକିଶୋର ଦାସ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଏହି ଗ୍ୟାଙ୍ଗରେ ୧୫ ଜଣ ଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ପୋଲିସ ସୂଚନା ଅନୁଯାୟୀ ବର୍ତ୍ତମାନ ଚାଲିଥିବା ମହିଳା କ୍ରିକେଟ ଲିଗ ଓ ପାକିସ୍ତାନ କ୍ରିକେଟ ଲିଗ ମ୍ୟାଚ ପାଇଁ ଏମାନେ ଅନ ଲାଇନରେ ଚେନସିଷ୍ଟମ ଦ୍ୱାରା ବାଜି ଲଗାନ୍ତି । ଏକ ସଫ୍ଟୱେର ମାଧ୍ୟମରେ ଏହି ସବୁ ବ୍ୟାଟିଂ ଅନଲାଇନ ମାଧ୍ୟମରେ ଖେଳ କରୁଥିବା ପୋଲିସ ପକ୍ଷରୁସୂଚନା ମିଳିଛି । ଅନଲାଇନ ବ୍ୟାଟିଂ ମାଫିଆ ସ୍ଥାନୀୟ ଗାନ୍ଧିନଗର ଅଞ୍ଚଳରେ ଆଡା ଜମେଇଥିବା ନେଇ ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ କୁମାର ଙ୍କ ନିର୍ଦ୍ଧେଶ କ୍ରମେ  ସ୍ଥାନୀୟ SDPO ଶ୍ରୀ ରାଜ କିଶୋର ଦାସ ଙ୍କ ନେତୃତ୍ୱ ରେ ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ପ୍ରଧାନ , SI ରାଜ କିଶୋର ବେହେରା ଓ SI କେ ସାମାରିଆ ଅତର୍କିତ ଚଢ଼ାଉ କରି ୩ ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଗିରଫ ତିନି ଜଣ ହେଲେ ପି ଈଶ୍ୱର ରାଓ , ଡ଼ି ରାଜେଶ ଓ ସନ୍ତୋଷ ବାଉରୀ । ଏମାନଙ୍କ ଠାରୁ ଏକ ଲକ୍ଷ ଛବିସି ହଜାର ଟଙ୍କା , ୬ ଟି ମୋବାଇଲ, ୨ଟି ବାଇକ, ୩ଟି ଏଟିଏମ କାର୍ଡ ଜବତ କରାଯାଇଛି । ମୋବାଇଲ ଚେକିଂରୁ ଏମାନେ ଗୁଗୁଲ ପେ, ଫୋନ ପେ ମାଧ୍ୟମରେ ଟଙ୍କା କାରବାର କରୁଥିବା ଓ ରାଜ୍ୟ ବାହାରେ ମଧ୍ୟ ଖେଳ କରୁଥିବା ପୋଲିସ ଜାଣିବାକୁ ପାଇଛି । ଆଜି ଉକ୍ତ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏଥିରେ ସଂପୃକ୍ତ ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ସେମାନଂକ ବିରୋଧ ରେ ଭାରତୀୟ ପିଙ୍ଗୋଳ ଧାରା ୨୯୪ କ , ୪୨୦ , ୧୨୦ ଖ , ୪ ଓ ୫ ଦଫା ଲଗାଇ କୋର୍ଟ ଚାଲାଣ କରିଛି । ଏହାର ଅନ୍ୟ ସହଯୋଗୀ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି SDPO ସୁଚନା ଦେଇଥିଲେ ।

ପୋଲସରା ରେ ମିଶ୍ରଣ ପର୍ବ ; ବିଜେପି ଛାଡି ବିଜେଡିର ଯୋଗଦେଲେ କର୍ମୀ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପୋଲସରା) – ପୋଲସରା ରେ ମିଶ୍ରଣ ପର୍ବ ବିଜେପି ଛାଡି ଯୋଗଦେଲେ ବିଜେଡି ରେ ଯୋଗଦେଲେ ଶତାଧିକ କର୍ମୀ ।ପୋଲସରା ବସଷ୍ଟାଣ୍ଡ ଠାରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ତାକରଡ଼ା ଓ ଗୋଳାବନ୍ଧ ପଞ୍ଚାୟତ ର ପୁର୍ବତନ ସମିତିସଭ୍ୟ ଟୁକୁନା ଜେନାଙ୍କ ନେତୃତ୍ୱରେ ୧୦୦ରୁ ଉର୍ଦ୍ଧ୍ବ ଏବଂ ପୋଲସରା ବ୍ଲକ ବନ୍ଥପଲ୍ଲି ଓ ଜେ. ଡେଙ୍ଗାପଦର ପଞ୍ଚାୟତ ର ପୁର୍ବତନ ସରପଞ୍ଚ ଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ପ୍ରତି ଆକୃଷ୍ଟ ହୋଇ ବିଜେପି ଦଳ ତ୍ୟାଗକରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ।ଏହି ମିଶ୍ରଣ ପର୍ବ ମାନ୍ୟବର ସାଂସଦ ଆସ୍କା ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।

ଗୋଟିଏ ଗାତ ରୁ ଗାଇ ଟିକୁ ଉଦ୍ଧାର କରି ନିଜ ମାନବିକତା ର ଉଦାହରଣ ଦେଇଛନ୍ତି ୩ ଶିଶୁ।

!!! ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ବେଳେ ବେଳେ କୁନି କୁନା ପିଲାଙ୍କ କାମ ବଡ଼ ଲୋକଙ୍କୁ ଶିକ୍ଷା ଦେବା ସହ ସମାଜକୁ ଏକ ପ୍ରେରଣା ପ୍ରଦାନ କରିଥାଏ । ଏପରି ଏକ ଘଟଣା ଘଟିଛି ରାଜଗାଙ୍ଗପୁର ୱାର୍ଡନଂ ୭ କୁଣ୍ଡୁ ପଡା ଠାରେ ଥିବା ଏକ ପଡ଼ିଆରେ ରାଜଗାଙ୍ଗପୁର ପୌରପାଳିକା ତରଫରୁ ଏକ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ପ୍ରକଳ୍ପ ପାଇଁ ଖୋଲା ଜାଗାରେ ରେ ବଡ଼ ବଡ଼ ଗର୍ତ୍ତ ମାନ ଖୋଳା ଯାଇଛି। ଆଜି ସକଳେ ହୋଇଥିବା ବର୍ଷା ଯୋଗୁ ନିର୍ମାଣ ଉଦ୍ଦେଶ୍ୟରେ ଖୋଳା ଯାଇଥିବା ଏହି ଗର୍ତ୍ତ ବର୍ଷା ଜଳରେ ଭର୍ତ୍ତି ହୋଇ ଯାଇଥିଲା । ନିର୍ମାଣ କରୁଥିବା ସଂସ୍ଥା ଏହି ଖୋଲା ପଡିଆରେ ବଡ଼ ବଡ଼ ଗାତ ଖୋଳିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରକାର ବ୍ୟବସ୍ଥା କରିନାହିଁ । ଯାହାଫଳରେ ଆଜି ସନ୍ଧ୍ୟାରେ ଏକ ଗାଈ ଉକ୍ତ ଜଳଭର୍ତି ଗାତରେ ପଡି ଯାଇ ଆଉ ଉଠି ନପାରି ଅସହାୟ ଅବସ୍ଥାରେ ପଡି ରହିଥିଲା । ଅନେକ ବୟସ୍କ ଲୋକ ଗାଈ ଗାତରେ ପଡିଥିବା ଦେଖି ମଧ୍ୟ ନ ଦେଖିଲା ଭଳି ଚାଲିଯାଇଥଲେ । ସେଠାରେ ଖେଳୁଥିବା ସୋନୁ,ରିତିକ, ଛୋଟୁ, କାହ୍ନା,ସନ୍ତୋଷ ନାମକ ଦଶ ରୁ ବାର ବର୍ଷର ଛୋଟ ଛୋଟ ପିଲାମାନେ ଗାଈଟିକୁ ଗାତରେ ପଡି ଥିବା ଦେଖି ସେଇ ବାଟ ଦେଇ ଯାଉଥିବା ଅନେକ ବୟସ୍କ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାକୁତି ମିନତୀ କରିଥିଲେ । କିନ୍ତୁ ବଡ଼ବଡ଼ିଆ କେହି ତାଙ୍କ କଥା ନ ଶୁଣିବାରୁ ଶେଷରେ ସେମାନେ ନିଜେ ଗାଈଟିକୁ ଉଦ୍ଧାର କରିବା ପାଇଁ ଅଣ୍ଟା ଭିଡି ବାହାରି ଥିଲେ । ବହୁ କଷ୍ଟରେ କାଦୁଅ ପାଣିରେ ସରସର ହୋଇ ଦୁଇ ଘଣ୍ଟାରୁ ଅଧିକ ଅକ୍ଲାନ୍ତ ପରିଶ୍ରମ କରି ସେମାନେ ଶେଷରେ ଗାଈ ଟିକୁ ଗାତ ଭିତରୁ ରୁ ଉଦ୍ଧାର କରିଥିଲେ । ଯାହା କରିବା ପାଇଁ ବଡ଼ ଲୋକେ ପଛଘୁଞ୍ଚା ଦେଲେ ତାକୁ ନିଜ ଦୃଢ଼ ଇଛାଶକ୍ତି ଏବଂ ଏକତାର ବଳରେ ଛୋଟ ଛୋଟ ପିଲାମାନେ ତାହା କରି ଦେଖାଇଥିଲେ । ସେମାନେ ଗାଈଟିକୁ ଉଦ୍ଧାର କରି ତାର ଜୀବନ ରକ୍ଷା କରିବା ସହ ବଡ଼ ମାନଙ୍କ ପାଇଁ ଏକ ଉଦ୍ଧାହରଣ ସୃଷ୍ଟି କରିବା ସହିତ ନିଜ ମଣିଷ ପଣିଆର ପରିଚୟ ପ୍ରଦାନ କରିଥିଲେ।