ଏକ ବଡଧରଣର ଡକାୟତି ଯୋଜନାକୁ ପଣ୍ଡ କଲା କୋଦଳା ପୁଲିସ, ଚାରି ଦୁର୍ବୁତ୍ତ ଗିରଫ ଓ କୋର୍ଟ ଚାଲାଣ, ଜଣେ ଫେରାର !

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) : ଗଞ୍ଜାମ ଜିଲ୍ଲା କୋଦଳା ପୁଲିସକୁ ମିଳିଛି ବଡ ସଫଳତା l ବୁଧବାର ରାତ୍ରରେ ଏକ ବଡଧରଣର ଡକାୟତି ଯୋଜନା କରୁଥିବା ପାଞ୍ଚଜଣ ଦୁର୍ବୁତ୍ତଙ୍କ ମଧ୍ୟରୁ ଚାରିଜଣଙ୍କୁ ଗିରଫ କରିଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ ଗତକାଲି କୋଦଳା ଥାନା ଅନ୍ତର୍ଗତ ମଠାସରସିଙ୍ଗି ଠାରୁ ଶାଳବଣ ସିଦ୍ଧେଶ୍ୱର ରାସ୍ତାରେ ପାଞ୍ଚଜଣ ଦୁର୍ବୁତ୍ତ ମାରଣାସ୍ତ୍ର ସହ ଏକ ବଡଧରଣର ଡକାୟତି ଯୋଜନା କରୁଥିଲେ l କୌଣସି ସୂତ୍ରରୁ ଖବର ପାଇ କୋଦଳା ଆଇଆଇସି ଦେବାଶିଷ ମହାନ୍ତି ସଦଳବଳେ ଚଢ଼ାଉ କରି ଚାରିଜଣଙ୍କୁ କାବୁ କରିଥିଲେ ଏବଂ ଜଣେ ଫେରାର ହୋଇଯାଇଥିଲା l ଗିରଫ ଦୁର୍ବୁତ୍ତ ମାନେ ହେଲେ ଭଞ୍ଜନଗରର ଶିବ ପ୍ରସାଦ ଜେନା, ଗାଙ୍ଗପୁର ବରପଲ୍ଲୀର ଜିତେନ୍ଦ୍ର ସ୍ୱାଇଁ, ଖଲ୍ଲିକୋଟର କାର୍ତ୍ତିକ ନାହାକ ଓ ରାମଚନ୍ଦ୍ର ମଲ୍ଲିକ l ସେମାନଙ୍କ ଠାରୁ ଚାରୋଟି ଜୀବନ୍ତ ବମ, ଦୁଇଟି ଛୁରୀ, ଦୁଇ ପକେଟ ମରିଚ ଗୁଣ୍ଡ, ଦୁଇଟି ଟର୍ଚ୍ଚ, ଚାରୋଟି କଳାମୁଖା ଏବଂ କିଛି ମହମବତୀ ଓ ଦିଆସିଲି ଜବତ କରାଯାଇଛି l ଫେରାର ହୋଇଥିବା ଆସାମୀ ଜଣକ କୋଦଳା ରେଞ୍ଜର ବଙ୍ଗଳାର ଏମ, କିରଣ ବୋଲି ଜଣାପଡିଛି l ସମସ୍ତ ଗିରଫ ଦୁର୍ବୁତ୍ତଙ୍କୁ କେସ ନଂ 74 ଭାରତୀୟ ପିଙ୍ଗଳ କୋଡ 399, 402 ଏବଂ ଇଏସ ଆକ୍ଟ 4&5 ସେକ୍ସନରେ କୋର୍ଟ ଫରୱାର୍ଡ଼ କରାଯାଇଛି l  ଫେରାର ଆସାମୀ ଶୀଘ୍ର ଧରାପଡିବ ବୋଲି ଆଇଆଇସି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି l

ଆସିକା ସମବାୟ ବ୍ୟାଙ୍କରୁ ଚୋରୀ ଉଦ୍ୟମ, ଶାଖା ଗୃହ ମାଲିକଙ୍କ ଘରୁ ସୁନା ଅଳଙ୍କାର ଗାଏବ !

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) : ଗତକାଲି ବିଳମ୍ବିତ ରାତ୍ରରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟସ୍ଥ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କରୁ କେହି ଦୁର୍ବୁତ୍ତ ଚୋରୀ ଉଦ୍ୟମ କରିଵା ସହ ପଡୋଶୀ ଶାଖା ଗୃହ ମାଲିକଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କ ବେକରୁ ଅଢେଇ ତୁଳାର ସୁନା ଅଳଙ୍କାର ଝାମ୍ପି ଚମ୍ପଟ ମାରିଥିବା ନେଇ କୋଦଳା ଥାନାରେ ଶାଖା ପରିଚାଳକ କମଲେଶ ଗୌଡ଼ ଏତଲା ଦେଇଛନ୍ତି l ଏତଲା ଅନୁଯାୟୀ ଗତକାଲି ଶାଖା କର୍ମଚାରୀ ମାନେ ସବୁଦିନ ଭଳି ସନ୍ଧ୍ୟା  ପାଞ୍ଚଟା ବେଳେ ବ୍ୟାଙ୍କ ବନ୍ଦ କରି ଘରକୁ ଫେରିଥିଲେ l ଆଜି ଦଶ ଘଣ୍ଟ ସମୟରେ ଶାଖା ଖୋଲି ଦେଖିଲା ବେଳକୁ ପଛପଟ ଗ୍ରିଲ ଭାଙ୍ଗିଥିବା ଦେଖବାକୁ ପାଇଲେ l ଏହାସହ ପଡୋଶୀ ଶାଖା ଗୃହ ମାଲିକଙ୍କ ଗଦାଧର କରଣଙ୍କ ପଛପଟ ତାଲା ଭାଙ୍ଗି ତାଙ୍କ ସ୍ତ୍ରୀ ବିଷ୍ଣୁ କରଣ ବେକରୁ ପ୍ରାୟ ଅଢେଇ ତୁଳା ଓଜନର ସୁନା ଅଳଙ୍କାର ଝାମ୍ପି ନେଇ ଚମ୍ପଟ ମାରିଥିବା ଗୃହ ମାଲିକ ଶ୍ରୀ କରଣ ଆମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିଛନ୍ତି l ରାତ୍ର ପ୍ରାୟ ଗୋଟାଏ ପରେ ଏହା ଘଟିଥିବା ସେ କହିଛନ୍ତି l ଏତଲାକୁ ଭିତିକରି କୋଦଳା ପୁଲିସ ତଦନ୍ତ ଜାରିରଖିଛି l

ବିଦେଶରେ ଓଡ଼ିଆ ଯୁବକଙ୍କ ପତ୍ତା ମିଳୁନି,ରୋଜଗାର ପାଇଁ କାମ କରିବାକୁ ଯାଇ ନିଖୋଜ !

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) – ବିଦେଶକୁ କାମ କରି ରୋଜଗାର କରିବାକୁ ଯାଇ ଯୁବକ ନିଖୋଜ ହେବା ସହ ତାଙ୍କ ପତ୍ତା ନମିଳିବା ନେଇ ଏକ ଚର୍ଚ୍ଚିତ ଘଟଣା ବର୍ତ୍ତମାନ ତୀବ୍ର ଆଲୋଡନ ସୃଷ୍ଟି କରିବା ସହ ତାକୁ ଖୋଜିବା ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମହାମହିମ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି ପରିବାର ଲୋକ l

ପ୍ରାପ୍ତ ସୂଚନା ଅନୁଯାୟୀ କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଂଚାୟତର ନୂଆଗଡ ନିକଟସ୍ଥ ଫlରକlପଲ୍ଲୀ ଗ୍ରାମର ସୁବାଷ ଚନ୍ଦ୍ର ନାୟକଙ୍କ ପୁଅ ଟୁନା ନାୟକ (26) 2017 ମସିହା ମାର୍ଚ୍ଚ ମାସରେ ପୂର୍ବ ମୁମ୍ବାଇ ର  ଗୁରୁଗାଁଓ ସ୍ଥିତ ‘ଜାଭେରୀ ଆଶୋସିଏଟ ଗlଲା ନଂ -39’ର ଏକ ଏଜେଣ୍ଟ ମାଧ୍ୟମରେ ‘କୁଏତ’ ର ମୟୂରୀଟିଉସ କଣ୍ଟ୍ରି ସ୍ଥିତ ‘ଆକୁଏରେଲି କ୍ଳଥିଙ୍ଗ ଲିମିଟେଡ଼ ବlଉଣ୍ଡରି’ କୁ ଟେଲର ଭାବେ କାମ କରି ଅର୍ଥ ଉପାର୍ଜନ କରିବା ପାଇଁ ଯାଇଥିଲେ l ଗତ 2/3/2020 ରିଖ ଦିନ ଟୁନା ଘରକୁ ପଇସା ପଠାଇବା ପାଇଁ ସେଠାର ଏକ ଏ.ଟି.ଏମ କୁ ଯାଇଥିଲେ ଓ ସେଠାରୁ ଆଉ ଫେରି ଆସିନଥିଲେ l ପରେ ବିଳମ୍ବ ହେବାରୁ ତାଙ୍କ ସାଥି ଘରକୁ ଫୋନ ଯୋଗେ ଜଣାଇବା ପରେ ଘର ଲୋକ ସମ୍ପୂର୍ଣ ବ୍ୟସ୍ତ ହେବା ସହ ତାଙ୍କ ଭାଇ ପ୍ରଶାନ୍ତ କୁମାର ନାୟକ ତୁରନ୍ତ ମୁମ୍ବାଇ ସ୍ଥିତ ଏଜେଣ୍ଟ କୁ ଅବଗତ କରାଇବା ସହ କୁଏତ ସ୍ଥିତ ସେହି କମ୍ପାନୀ କୁ ମଧ୍ୟ ଅବଗତ କରାଇ ବିଫଳ ହୋଇଥିଲେ l ପରେ ପରିବାର ଲୋକ ବେଗୁନିଆପଡା ଫାଣ୍ଡିରେ ଏତଲା ଦେବା ସହ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଏସ. ପି  ଜିଲ୍ଲା ଶ୍ରମ ଅଧିକାରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ଶ୍ରମ ବିଭାଗ ସଚିବ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଲିଖିତ ଭାବରେ ଟୁନାଙ୍କ ପତ୍ତା ଖୋଜିବା ପାଇଁ ଚେଷ୍ଟା କରିବା ପାଇଁ ନିବେଦନ କରିଛନ୍ତି l ଘଟଣା ଘଟିବା ଦିନଠାରୁ ଟୁନା ଙ୍କ ମୋବଇଲ ଆଉ ଲାଗୁନି  କି ଟୁନା ଙ୍କ ଘରେ ଭଲରେ ଚୁଲି ଜାଳୁନି  l ଯେଉଁ ଏଜେଣ୍ଟ ତାଙ୍କୁ ସେଠାକୁ ନେଇଥିଲା ସେ ଆଉ କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି l ଏପରିକି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଟୁନା ଙ୍କ ପରିବାର ପକ୍ଷରୁ ନିବେଦନ କରିଛନ୍ତି l

ଦାଦନ ଖଟିବାକୁ ଯାଇ କେରଳରେ ଓଡିଶା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ଯୁ !  

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) : ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବହୁ ସମୟରର ଶ୍ରମିକ ମାନେ ନିର୍ଯ୍ୟାତନାର ଶିକାର ହୋଇଥାନ୍ତି l ଏପରିକି ଶ୍ରମିକ ମାନେ ନିର୍ଯ୍ୟାତନା ସହିନପାରି ମୃତ୍ଯୁ ବରଣ କରୁଥିବା ମଧ୍ୟ ଅନେକ ସ୍ଥାନରେ ନଜିର ରହିଛି l ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭାଇରସ ବ୍ୟାପିଥିବା ବେଳେ ଏହାକୁ ଏକ କାରଣ ବୋଲି ମଧ୍ଯ ଦର୍ଶାଯାଇପାରେ l ଘଟଣାଟି ଘଟିଛି ସୁଦୂର କେରଳ ରାଜ୍ୟରେ l ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାଇକାଣିପଲ୍ଲୀ ଗ୍ରାମର ମୁରଲୀଧର ସ୍ୱାଇଁଙ୍କ  (55) ମୃତ୍ୟୁ ଖବର ଗ୍ରାମରେ ଚହଳ ପକାଇଦେଇଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ ସେ ପେଟପାଟଣା ପାଇଁ ନିୟମିତ କେରଳ ଯାଇ ଶ୍ରମିକ ଭାବେ କାମକରି ଚଳୁଥିଲେ l ଶେଷଥର ପାଇଁ ସେ ଆଠ’ ନଅ’ ମାସ ତଳେ ଯାଇଥିଲେ l ଆଜି ଅପରାହ୍ନରେ ତାଙ୍କ ମୃତ୍ୟୁ ଖବର କୌଣସି ମତେ ଗ୍ରାମରେ ପହଂଚିଥିଲା l ଗତକାଲି ଶୋଇଥିବା ଅବସ୍ଥାରେ ଟଙ୍କାର ମୃତ୍ଯୁ ହୋଇଥିବା ସେଠାକାର ସୁପରଭାଇଜର କହୁଥିବା ଗ୍ରାମଲୋକଙ୍କ ସୂତ୍ରରୁ ପ୍ରକାଶ l ତାଙ୍କର ଏକ ମାତ୍ର ଝିଅ ଅଛନ୍ତି l ସେଠାରେ ପୋଷ୍ଟ ମର୍ଟମ ପରେ ଶବ ଆସିବବୋଲି ଗ୍ରାମବାସୀ ଜଣାଇଵା ସହ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି l  ପ୍ରକୂତ ଘଟଣା କ’ଣ ତଦନ୍ତ କଲେ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l

ସରୁନି ଦାଦନ ଦୁଃଖ : ପୁଣି ବିଦେଶରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ !

!!! ଖଲ୍ଲିକୋଟ ରୁ ପ୍ରତିନିଧି ଅଶ୍ୱିନ୍ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଞ୍ଜାମ) – ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ଉକ୍ତଟ ହେଉଥିବା ବେଳେ ପ୍ରତିଦିନ ବେକାର ଯୁବକ ଯୁବତି ମାନେ କାମଧନ୍ଦା ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଇ ନିର୍ଯ୍ୟାତନାର ଶିକାର ହେବା ସହ ମୃତ୍ୟୁ ମୁଖରେ ପଡ଼ିଥିବା ଦେଖିବାକୁ ମିଳିଛି । ଗତ ଏକବର୍ଷ ଦଶମାସ ପୂର୍ବରୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ଗ୍ରାମପଞ୍ଚାୟତର ବାଣିଆ ଗ୍ରାମର ବିଜୟ ଗୌଡ଼ଙ୍କ ପୁଅ ପ୍ରତାପ ଗୌଡ଼ ଗତ ଏକବର୍ଷ ଦଶମାସ ତଳେ ରୋଜଗାର କରିବା ପାଇଁ ସୁଦୂର ମାଲେସିଆ ଯାଇଥିଲେ । ସଂମ୍ପର୍କିୟଙ୍କ କହିବାନୁଯାୟୀ ଗତକାଲି ଫୋନ ଯୋଗେ ପ୍ରତାପଙ୍କ ସହ ମିଶି ରହୁଥିବା ଚକିଟି ଅଂଚଳର ଜଣେ ଶ୍ରମିକଙ୍କ ସୂଚନା ପ୍ରକାରେ ପ୍ରତାପଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ଗତ କାଲି ମଙ୍ଗଳବାର ଦିନ ସେଠାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତ୍ୟୁ ଖବର ସ୍ତ୍ରୀ ଗୀତା ଗୌଡ଼ ଜାଣିବାପରେ ଗୀତାଙ୍କର ପାଦତଳୁ ମାଟି ଖସିଯାଇଛି । ଘଡ଼ିକ ପରେ ଘଡ଼ିକେ ଅଚେତ୍ ହୋଇପଡ଼ୁଛନ୍ତି ଗୀତା। ଏପଟେ ବଞ୍ଚିଥାଉ ଥାଉ ରୋଜଗାରିଆ ପୁଅର ମୃତ୍ୟୁ ଖବର ଶୁଣି ବାହୁନି ବାହୁନି କାନ୍ଦୁଛି ବୃଦ୍ଧା ମା ଗନ୍ଧିଆଣି । ପ୍ରତାପଙ୍କ ବଡ଼ପୁଅ ବାନାମ୍ବର ନବମ ଶ୍ରେଣୀରେ ପଢୁଥିବାବେଳେ ବଡଝିଅ ମାମୁନି ପଞ୍ଚମ ଶ୍ରେଣୀରେ ଓ ସାନଝିଅ କାମିନୀ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି । ବାପ ଛେଉଣ୍ଡ ହୋଇଗଲେ ତିନି ପୁଅଝିଅ । ପିଲାମାନେ ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି । କେବେ ଆସିବେ ଆମ ବାପା । ମରଶରୀର କୁ ନିଜ ଗ୍ରାମକୁ ଆଣିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ପରିବାର ଲୋକେ । ମୃତ ପରିବାରଙ୍କ ଘରକୁ ଛତ୍ରପୁର ଗ୍ରାମ ଶ୍ରମନିରୀକ୍ଷକ ବି, ହୃଷିକେଶ ରାଓ ପହଂଚି ସମବେଦନା ଜଣାଇବାସହ ଅତି ଶୀଘ୍ର ପ୍ରତାପଙ୍କ ମରଶରୀର ଆଣିବାପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ସେହିପରି ଏହି ଖଲ୍ଲିକୋଟ ବ୍ଲକ ର ନାଇକାଣି ପଲ୍ଲି ଗ୍ରାମର ମୁରଲି ସ୍ବାଇଁ ଦୀର୍ଘ ଅଢେଇବର୍ଷ ହେଲା ଶ୍ରମିକ ଭାବରେ ଶ୍ରମିକ ଦଲାଲଙ୍କ ଜରିଆରେ ସୁଦୂର କେରଳକୁ ଠିକା ଶ୍ରମିକ ଭାବରେ ଯାଇଥିଲେ । ସେଠାରେ ଆଜି କୌଣସି କାରଣରୁ ମୃତ୍ୟୁ ହୋଇଥିବା ଖବର ପାଇଥିଲେ ସ୍ତ୍ରୀ ଶିଶୁଳା । ପାଖରେ ଏବେ କେହି ନାହାନ୍ତି । କିଛିବର୍ଷ ତଳେ ଝିଅ ସନ୍ତୋଷୀ ର ବାହାଘର ହୋଇଥିଲା, ବାହାଘରର ବାକି ସୁଝି ବା ପାଇଁ ଦଲାଲଙ୍କ ପ୍ରରୋଚନାରେ କେରଳକୁ ଯାଇଥିଲେ ମୁରଲି । ମୁରଲିଙ୍କ ମର ଶରୀର କୁ କେରଳ ରୁ ଫେରାଇ ଆଣିବାକୁ ପରିବାର ସହିତ ଗ୍ରାମବାସୀ ସରକାର କୁ ଆକୁଳ ନିବେଦନ କରିଛନ୍ତି।

ଆସିକା ପୁଡୁଗେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି !

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଞ୍ଜାମ) – ଗଞ୍ଜାମ ଆସିକା ଉପକଣ୍ଠସ୍ଥ ପୁଡୁଗେଶ୍ଵରର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସୁରେନ୍ଦ୍ରନାଥ ପାତ୍ର ଅଧ୍ୟକ୍ଷତାରେ କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଥିବା ବେଳେ ଏଥିରେ ବହୁଲୋକଙ୍କ ମୃତ୍ୟୁ ହେବା ସହ ବର୍ତ୍ତମାନ ମଧ୍ୟ ଅନେକ ଲୋକ କରୋନା ରୋଗର ଶିକାର ହେଉଛନ୍ତି । ତେଣୁ କରୋନା ଭଳି ମହାମାରି ଭାଇରସକୁ କିଭଳି ଜନ ସମାଜଠାରୁ ଦୁରେଇ ରଖାଯିବ ସେଥିପ୍ରତି ସ୍ୱଚ୍ଛତାକୁ ଆଖିଆଗରେ ରଖି ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକ୍ ରେ ସ୍ୱଚ୍ଛଭାରତ ମିଶନ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟରତ ଜି.ପି ମନିଟରମାନେ ଅଣ୍ଟା ଭିଡି ଛିଡାହୋଇଛନ୍ତି । ତାରିଣି ଚରଣ ଭୂୟାଁ, ଲକ୍ଷ୍ମି ନାୟକ, ସଞ୍ଜୟକୁମାର ମହାରଣା, କାଳୁଚରଣ ପାତ୍ର, ସାଗର କୁମାର ପାତ୍ର , ଭଗବାନ ସ୍ୱାଇଁ ,ସତ୍ୟବାନ ଜେନା, ମାଧୁରୀ ମହାରଣା, ପ୍ରଭାସିନୀ ସାହୁ , ଭଗବାନ ପାଢି,ଶିବରାମ ପ୍ରଧାନ, ନଗୁରୁ ପ୍ରଧାନ, ପ୍ରଶାନ୍ତ ସ୍ଵାଇଁ, ପ୍ରଦୀପ କୁମାର ପାତ୍ର, ସସ୍ମିତା କୁମାରୀ ଦାଶ ସମେତ ପ୍ରାୟ ୨୦୦ ରୁ ଅଧିକ ଜି.ପି. ମନିଟର ମାନେ ଉପସ୍ଥିତ ଥିଲେ ।

ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ନିବେଦନ l 

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) : ସାରା ବିଶ୍ୱକୁ କବଳିତ କରିଥିବା ମହାମାରୀ କରୋନା ଭାଇରସ କବଳରୁ ରକ୍ଷା ପାଇବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦେଶ୍ୟରେ ନିଜର ମତ ପୋଷଣ କରିଛନ୍ତି l ସେ ନିଜର ତିରିଶ ମିନଟ ଭାଷଣରେ କରୋନାରୁ ମୁକ୍ତି ପାଇବା ପାଇଁ କିଛି ଉପଦେଶ ପ୍ରଦାନ କରିଛନ୍ତି l ସେ ମଧ୍ୟରୁ ଜନତା କର୍ଫ୍ୟୁ ଅନ୍ୟତମ l ଏହାକୁ ପାଳନ କରିବାକୁ କେହି ଯେପରି ଭୁଲି ନଯାଆନ୍ତି ସେଥିପାଇଁ ନିବେଦନ କରିଛନ୍ତି l ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ। କରୋନା ମୁକାବିଲା କରିବାକୁ ଯାଇ ଏହି କର୍ଫ୍ୟୁ ବାବଦରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ପାଇଁ ଆହ୍ୱାନ କରିଛନ୍ତି l

ଏହି କର୍ଫ୍ୟୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି କର୍ଫ୍ୟୁ ବାବଦରେ ଅବଗତ କରାଇବା ପାଇଁ ପ୍ରତିଦିନ ଅତି କମରେ ୧୦ ଜଣଙ୍କୁ ଫୋନ୍ କରି ସେମାନଙ୍କୁ ‘ଜନତା କର୍ଫ୍ୟୁ’ ଏବଂ କରୋନା ଭାଇରସକୁ ରୋକିବା ପାଇଁ ପଦକ୍ଷେପ ବିଷୟରେ କହିବାକୁ କହିଛନ୍ତି l ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ କିଣି ଅଧିକ ମହଜୁଦ ନରଖିବାକୁ ସେ ଆହ୍ୱାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ହିଁ ଏ ସମସ୍ତ ସାମଗ୍ରୀ କିଣିବାକୁ କହିଛନ୍ତି।ରାତି ୯ଟାରେ କର୍ଫ୍ୟୁ ଶେଷ ହେଲା ପରେ ବାଲକୋନୀ କିମ୍ୱା ଘର ଆଗରେ ୫ ମିନିଟ୍ ଛିଡ଼ା ହୋଇ ଘଣ୍ଟି, ତାଳି, ଥାଳି ଆଦି ବଜାଇ ଧନ୍ୟବାଦ ଦେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନତା କର୍ଫ୍ୟୁ ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ରାଜଗାଙ୍ଗପୁର ବିଧାୟକ ଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ଗ୍ରସ୍ତ ; ବିଭିନ୍ନ ସମସ୍ୟା ର କଲେ ଅନୁଧ୍ୟାନ।

!!! ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ରାଜଗାଙ୍ଗପୁର ବିଧାୟକ ଡ଼: ସି.ଏସ ରାଜନ ଏକ୍କା ଆଜି ପ୍ରାୟ ଦିନ ୧୧ଟା ବେଳେ ରାଜଗାଙ୍ଗପୁର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗସ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବିଭିନ୍ନ ସମସ୍ୟାର ନିରୀକ୍ଷଣ କରିଥିଲେ ଏବଂ ସାରାବିଶ୍ଵ ରେ ଚହଳ ସୃଷ୍ଟି କରୁଥିବା ଭୁତାଣୁ ଜନୀତ ରୋଗ ତଥା କରୋନା ଭାଇରସ କୁ କିପରି ମୁକାବିଲା କରାଯାଇପାରିବ ସେଥିପାଇଁ ସଚେତନତା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରର ସଭାଗୃହ ରେ ଏକ ବୈଠକ ଅନୁଷ୍ଠିତ କରିଥିଲେ ଉକ୍ତ ବୈଠକରେ ବିଧାୟକ ଡ: ରାଜନ ଏକ୍କା ସହିତ ଡ଼: କେ ସି ନାୟକ (ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ), ଡ଼:ଜେ. ସି ଟପ୍ପୋ, ୧୮ ନଂ ୱାର୍ଡ ର ପୂର୍ବତନ କାଉନସିଲର ଦେବରଞ୍ଜନ ଵିନୋଦ, ଶଶୀଭୂଷଣ ଚୌରାଶିଆ , ଏମ ଡି ଫହିମ ଅଖତର ,ଏମ୍ ଡି ଏଯାଜ ଅନସାରି ମହିଳା ଆରୋଗ୍ୟ ସମିତି, ଆଶା କର୍ମୀ ଏବଂ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମୀ ଉପସ୍ଥିତ ଥିଲେ ସମସ୍ତଙ୍କୁ ବିଧାୟକ ମହୋଦୟ ନିଜର ଅଭିଭାଷଣ ରେ ସଚେତନ କରିଥିଲେ ଏହା ପରେ ରାଜଗାଙ୍ଗପୁର
ପୋୖରାନିର୍ବାହୀ ଅଧିକାରୀ ଶ୍ରୀ ସୌରେନ୍ଦ୍ର କୁମାର ରାଉତରାୟ ଙ୍କ ଦ୍ଵାରା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ୟବସ୍ଥା ହୋଇଥିବା ୩୦ ଟି ଶଯ୍ୟା ବିଶିଷ୍ଟ ପୃଥକୀକରଣ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ତାପରେ ରାଜଗାଙ୍ଗପୁର ପୋୖରନିର୍ବାହୀ ଅଧକାରୀ ଙ୍କ ସହିତ  ସାକ୍ଷାତ କରି କରୋନା ମୁକାବିଲା ଉପରେ ଆଲୋଚନା କରିଥିଲେ ।

ରାଇକିଆ ବ୍ଲକ ରେ କରୋନା ସଚେତନତା ଶିବିର ଅନୁଷ୍ଠିତ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସରରେ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଙ୍କ ଅଧକ୍ଷତା ରେ ଗତକାଲି କୋରୋନା ଭୁତାଣୁ ସମ୍ପର୍କ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ବିଭିନ ପଧଖ୍ୟେପ ସମ୍ପର୍କରେ ଆଲୋଚନା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଜାରି ନିର୍ଧେସନାମା ସମ୍ପର୍କରେ ସୂଚନା ଦିଆଯାଇଛି।ଆଗକୁ ଏହି ପରିସ୍ଥିତି ର୍ ଦୃଢ ମୁକାବିଲା ସକାଶେ ଜନସାଧାରଣ ଙ୍କ ସହଯୋଗ କାମନା କରାଯାଇଛି।ବିଷେସ କରି ଜାରି କରାଯାଇଥିବା ବିଭିନ କଟକଣା ପାଳନ ବେଳେ ତହାକୁ ମାନି ଛଲିବା ସକାଶେ ନିର୍ଧେସ ଦିଆଯାଇଛି।ଅଟୋ,ବସ ରେ ଆବଶ୍ୟକ ଠାରୁ ଅଧିକ ଯାତ୍ରା ନ୍ କରିବା ଅଯଥା ଦୋକାନ ବଜାର ଭିଡ ନ୍ କରିବା ରାଜ୍ୟ ବା ଦେଶ ବାହାରୁ ଆସୁଥିବା ଲୋକଙ୍କୁ ବୁଝାଇ ଡାକ୍ତର ଖାନା କୁ ନେବା ସକାଶେ ଗ୍ରାମବାସୀ ଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧିମାନେ ଙ୍କ ସହଯୋଗ କାମନା କରାଯାଇଥିଲା।ଏହି ବୈଠକ ରେ ତହସିଲଦାର,ଥାନାଧିକାରି,ବ୍ୟାଙ୍କ ଅଧିକାରୀ,ଡାକ୍ତର,ବିଭିନ୍ନ ଧର୍ମିୟ ସଂଗଠନ ,ବ୍ୟବସାୟୀ ସଂଘ,ପୂଜା କମିଟି,ନାଗରିକ ମଞ୍ଚ କମିଟି ସମେତ ବିଭିନ୍ନ ବିଭାଗ ରୁ ଆସିଥିବା ଅଧିକାରୀ ମାନେ ଉପସ୍ଥିତ ଥିଲେ।