ସଂକ୍ରମିତ ଭାଇରସ କୁ ନେଇ ସଚେତନ କାର୍ଯ୍ୟକ୍ରମ ।

!!! ଅନୁଗୁଳ ଜିଲ୍ଲା ରୁ ହରେକୃଷ୍ଣ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଆଠମଲ୍ଲିକ) – ବଇଣ୍ତା ଆରପିଏଫ ଫାଣ୍ତି ଅଧିକାରୀ ଏକେ ଗଡନାୟକ ଙ୍କ ତତ୍ବାବଧାନରେ ବଇଣ୍ତା ରେଳଷ୍ଟେସନ ଠାରେ ଆଜି ରେଳଯାତ୍ରୀ ଙ୍କୁ କରୋନା ଭାଇରସ ସମ୍ପର୍କ ରେ ସଚେତନତା କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଅସହାୟ ସହାୟତା କମିଟି ଆବାହକ ପ୍ରଦୀପ ଘିୱାଲା ,ବଣିନାଳୀ ବିଶ୍ବଯୁବକେନ୍ଦ୍ର ର ନିର୍ଦ୍ଦେଶକ ମନୋଜ ମହାପାତ୍ର ଏବଂ କଦଳୀମୁଣ୍ତା ଫ୍ରେଣ୍ତସ କ୍ଲବ ର ସମ୍ପାଦକ ବିଶ୍ବଜିତ ପଟ୍ଟନାୟକ ଏବଂ ଅନେକ ସ୍ବେଛାସେବୀ ଯୋଗଦେଇ ରେଳଯାତ୍ରୀ ମାନ ଙ୍କୁ ସଚେତନ କରାଇଥିଲେ ||

କୋରୋନା ସଚେତନତା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ରାଜଗାଙ୍ଗପୁର ଗସ୍ତ !

!!! ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍.!!!

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ବିଶ୍ୱ ବ୍ୟାପି କୋରୋନା ରୋଗ ରୁ ରକ୍ଷା ପାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପାଳ ନିଖିଳ ପବନ କଲ୍ୟାଣ ଆଜି ରାଜଗାଙ୍ଗପୁର ସହର ପୌରପାଳିକା ଏବଂ ବିଜୁ କଲ୍ୟାଣ ମଣ୍ଡପ ପରିଦର୍ଶନ କରି କୋରୋନା ଆକ୍ରାନ୍ତ ଙ୍କୁ କିପରି ରକ୍ଷା କରି ହେବ ଏବଂ ରାଜଗାଙ୍ଗପୁର ପୌର ପାଳିକା ରେ କୋରୋନା ରୋଗି ମାନଙ୍କ ପାଇଁ କରାଯାଇ ଥିବା ରୋଗ ସଂକ୍ରମଣ ନିରୋଧ ନିମନ୍ତେ ଏକାକୀ ବାସ ଗୃହ କୁ ପରିଭ୍ରମଣ କରି ଥିଲେ ! ଏବଂ ଉକ୍ତ ରୋଗ ରୁ କିପରି ରକ୍ଷା ପାଇ ପାରିବା ତା ପାଈଁ ସଚେତନ କରାଇଥିଲେ ! ନିଜ ବକ୍ତବ୍ୟ ରେ ରାଜଗାଙ୍ଗପୁର ସହରରେ ବାହାର ରାଜ୍ୟ ରୁ ଆସିଥିବା 22ଜଣକୁ ସଂକ୍ରମଣ ନିରୋଧ ନିମନ୍ତେ ଏକାକୀ ବାସ ଗୃହ କୁ ରଖା ଯାଇଥିବା ଜଣେଇ ଥିଲେ ! ସେମାନଙ୍କ ମଧ୍ୟରୁ ଜଣେ ମହିଳା ଙ୍କୁ ରାଉରକେଲା ପଠା ଯାଇଛି ଏବଂ ତାର ରକ୍ତ ନମୁନା ପରୀକ୍ଷା ପାଈଁ ଭୁବନେଶ୍ୱର ପଠା ଯାଇଛି ! ଲୋକଙ୍କୁ ଉକ୍ତ ଦାଉରୁ ରକ୍ଷା ପାଇବ ପାଈଁ ସବୁବେଳେ ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ସହ ରାଜ୍ୟ ମୁଖ୍ୟ ମନ୍ତ୍ରୀ ଙ୍କ ସଚେତନ ଅଭିଯାନ କୁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ ! ଉକ୍ତ ଅବସର ରେ ରାଜଗାଙ୍ଗପୁର ତହସିଲ ଦାର ରୀନା ନାୟକ ରାଜଗାଙ୍ଗପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୋରେନ୍ଦ୍ର ରାଉତ ରାଏ ମଧ୍ୟ ଯୋଗ ଦେଇଥିଲେ !

ରାଜଗାଙ୍ଗପୁର ଠାରେ ବିଜୁ ଜନତା ଦଳ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ବିଜୁଜନତା ଦଳର ରାଜଗାଙ୍ଗପୁର ଟାଉନ ସଭାପତି ଶ୍ରୀ ରାଜେନ୍ଦ୍ର ବେହେରା ଙ୍କ ନେତୃତ୍ୱରେ କରୋନା ଭାଇରସ ର ମୁକାବିଲା କରିବାପାଇଁ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ ଉପନଗରପାଳ ଶ୍ରୀ ଅଶୋକ ଦାସ, ବରିଷ୍ଠ ଆଇନଜୀବୀ ଶ୍ରୀ ରାଜେନ୍ଦ୍ର ଲେଙ୍କା, ଶ୍ରୀ ଅଶୋକ ସାହୁ, ଚିଣ୍ଟୁ ସାହୁ ଉପସ୍ଥିତ ରହି ସହରର ପୌର କାର୍ଯ୍ୟାଳୟ ରୁ ଏକ ସଚେତନତାରଥ ବାହାର କରି ସହର ମୁଖ୍ୟ ରାସ୍ତା ଦେଇ ଇନ୍ଦିରା ଛକ, ବସଷ୍ଟାଣ୍ଡ,ସାପ୍ତାହିକ ହାଟ, ବାବା ଛକ, ଲିପଲୋଇ ଛକ ଏବଂ ଓସିଏଲ ମୁଖ୍ୟ ଗେଟ ରେ କରୋନା କୁ ସାଧାରଣ ଜନତା କିପରି ନିଜକୁ ରକ୍ଷା କରିବେ ଶ୍ରୀ ରାଜେନ୍ଦ୍ର ବେହେରା, ଶ୍ରୀ ରାଜେନ୍ଦ୍ର ଲେଙ୍କା, ଶ୍ରୀ ଅଶୋକ ସାହୁ ପ୍ରମୁଖ ନିଜର ଅଭିଭାଷଣ ଦ୍ୱାରା ଜନତା ଙ୍କୁ ସଚେତନ କରିଥିଲେ।

କର୍ଲାପାଟ ଅଭୟାରଣ୍ୟ ରୁ ଉଦ୍ଧାର ମହିଳାଙ୍କ ନୂଆ ଠିକଣା ଏବେ ଯଶୋଦା ଅନାଥାଶ୍ରମ।

!!! କଳାହାଣ୍ଡି ଜିଲ୍ଲା ଭବାନୀପାଟନା ରୁ ରଜନୀକାନ୍ତ ସମରଲିଆ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନୀପାଟଣା) – ଭବାନିପାଟଣା ରୁ ଥୁଆମୂଳ ରାମପୁର କୁ ଯାଇଥିବା ୪୪ନମ୍ବର ରାଜ୍ଯ ରାଜପଥ କଡରୁ ଦୁଇଜଣ ଗଣମାଧ୍ୟମ ପ୍ରତିନିଧି ଙ୍କ ଦ୍ବାରା ଉଦ୍ଧାର କରାଯାଇ ଥିବା ଜନୈକ ଅସହାୟ ମହିଳାଙ୍କୁ ଆଜି ୧୯ ତାରିଖ ଦିନ ଧର୍ମଗଡ଼ସ୍ଥିତ ଯଶୋଦା ଅନାଥାଶ୍ରମ କୁ ସ୍ଥାନାନ୍ତର କରାଯାଇଛି। ଏ ସଂପର୍କ ରେ ଭବାନିପାଟଣା ଜିଲ୍ଲା ମୂଖ୍ଯ ଚିକିତ୍ସାଳୟ ପରିସରରେ ଥିବା ୱାନ୍ ଷ୍ଟପ ସେଣ୍ଟର (ସଖୀ) ର ପରିଚାଳିକା ତଥା ସମାଜସେବୀ ବିନୀତା ଦାସ ସୂଚନା ଦେଇ କହିଛନ୍ତି ଯେ, ଗତ କିଛି ଦିନ ତଳେ ଭବାନିପାଟଣା ରୁ ଥୁଆମୂଳ ରାମପୁର ଯିବା ରାସ୍ତାରେ ୧୮ କି:ମି ବାଟ ଯିବାପରେ କିଆପଦର ଠାରୁ ୩ କିଲୋମିଟର ଦୂରବର୍ତ୍ତୀ ନିର୍ଜନ ଘଞ୍ଚ ଜଙ୍ଗଲ ରାସ୍ତାରେ ଜଣେ ମାନସିକ ଭାରସାମ୍ୟ ହରାଇ ଥିବା ମହିଳା ଏକୁଟିଆ ପଡି ରହିଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ର ଦୁଇ ଜଣ ପ୍ରତିନିଧି କୌଣସି ସୁତ୍ରରୁ ଖବରପାଇ ଦୁଇ ଜଣ ବନବିଭାଗ କର୍ମଚାରୀଙ୍କ ସହାୟତା ରେ ଉଦ୍ଧାର କରିଥିଲେ। ମହିଳା ଜଣକ ସ୍ପଷ୍ଟରୂପେ ନିଜର ପରିଚୟ ଦେଇପାରୁ ନ ଥିବା ବେଳେ ସେ ବଲାଙ୍ଗୀର ଜିଲ୍ଲା ସଜବାହାଲ ଗ୍ରାମର ବୋଲି ଜଣାପଡିଛି। ତେବେ ମହିଳା ଜଣଙ୍କର ସ୍ୱାମୀ ଙ୍କ ମ୍ରୁତ୍ୟୁ ପରେ ପୁଅବୋହୂ ଙ୍କ ନିର୍ଯ୍ୟାତନା ସହି ନ ପାରି ୩ବର୍ଷ ହେଲା ଘରଛାଡି ଚାଲି ଚାଲି ଏଣେତେଣେ ଘୁରିବୁଲୁ ଥିଲେ। ଶେଷରେ ବୁଲିବୁଲି କର୍ଲାପାଟ ଅଭୟାରଣ୍ୟ କୁ ଚାଲି ଯାଇଥିଲେ। କେହି ଦୟାରେ ଯାହାକିଛି ଦେଲେ ଭୋକ ମେଣ୍ଟାଉଥିଲେ। ଜଙ୍ଗଲ ରାସ୍ତା ଦେଇ ଅନେକ ଲୋକ ଯାତାୟାତ କରୁଥିଲେ ହେଁ କେହି ଦ୍ରୁଷ୍ଟିପାତ କରୁ ନ ଥିଲେ। ଘଞ୍ଚ ଜଙ୍ଗଲ ମଧ୍ୟରେ ହିଂସ୍ର ପ୍ରାଣୀ ଙ୍କ ଚରାଭୂଇଁ ପାଲଟିଥିବା ବେଳେ ସୌଭାଗ୍ଯ କ୍ରମେ ସେ ବର୍ତ୍ତି ଯାଇ ଥିଲେ। ଅଭୟାରଣ୍ୟ ରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟକରୁଥିବା ଅରୁଣ କୁମାର ହରିଚନ୍ଦନ ଓ ସଂଜୟ ବିଶିଙ୍କ ଦ୍ରୁଷ୍ଟି ପଡିବାରୁ କିଛି ଦିନ ବିସ୍କୁଟ ଓ ପାଣି ଦେଇ ସହାୟତା କରିଥିଲେ। କିଛି ଦିନ ବିତିଗଲା ପରେ କିନ୍ତୁ ୨ ଗଣମାଧ୍ୟମ ପ୍ରତିନିଧି ଚିତ୍ତରଂଜନ ବିଶି ଓ ଯଶୋବନ୍ତ ଧଙ୍ଗଡାମାଝୀ ମାନବିକତା ର ଉଦାହରଣ ପାଲଟି ମହିଳା ଜଣକୁ ଉଦ୍ଧାର କରି ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଜିଲ୍ଲାପାଳ ଏ ସଂକ୍ରାନ୍ତ ରେ ଅବଗତ ହେବାପରେ ମୂଖ୍ଯ ଚିକିତ୍ସା ଅଧିକାରୀ ସମସ୍ତ ପ୍ରକାର ଚିକିତ୍ସା ର ବ୍ୟବସ୍ଥା କରିଥିଲେ। ପରେ ଅସହାୟ ବାଳିକା ଓ ମହିଳା ଙ୍କ ସେବାରେ ତତ୍ପର ଥିବା ୱାନ୍ ଷ୍ଟପ୍ ସେଣ୍ଟର ର ପରିଚାଳିକା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହିଳା ଙ୍କ ସମସ୍ତ ପ୍ରକାର ସେବା ସୁଶ୍ରୁଷାକରି ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥାଶ୍ରମ କୁ ସ୍ଥାନାନ୍ତର କରାଯାଇ ଥିଲା। ସମାଜରେ ବର୍ତ୍ତମାନ ମଧ୍ଯ କିଛି ଲୋକଙ୍କ ଠାରେ ମାନବ ସେବା ହିଁ ଇଶ୍ୱର ସେବା ଭଳି ଉକ୍ତି ଜୀବିତ ରହିଥିବା ଅତ୍ଯନ୍ତ ପ୍ରଶଂସନୀୟ ବୋଲି ଆଲୋଚନା ର ବିଷୟ ହୋଇଛି।

ଭବାନିପାଟଣା ରେ କାଳବୈଶାଖୀ, ଝଡବର୍ଷା ସହିତ ତୁଷାରପାତ।

!!! କଳାହାଣ୍ଡି ଜିଲ୍ଲା ଭବାନିପାଟଣା ରୁ ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା) – ଅପରାହ୍ନ ୪ଟା ବେଳେ ଭବାନିପାଟଣା ସହର ଓ ଆଖପାଖ ଅଞ୍ଚଳ ରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡବର୍ଷା ସହିତ ତୁଷାରପାତ ହୋଇଯାଇଛି। ଏହାଦ୍ବାରା ଅପରାହ୍ନ ୪ଟା ରୁପ୍ରାୟ ୩ଘଣ୍ଟା ହେବ ବିଜୁଳି ସରବରାହ ଠପ୍ ହୋଇଯାଇଛି। ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ କ୍ଷୟକ୍ଷତି ର କୌଣସି ସୂଚନା ହସ୍ତଗତ ହୋଇପାରି ନ ଥିଲେ ହେଁ କ୍ଷୟକ୍ଷତି କୁ ଏଡାଇ ଦିଆଯାଇ ନ ପାରେ। ଗତମାସରେ ଏଭଳି ଆକସ୍ମିକ କାଳବୈଶାଖୀ ପ୍ରଭାବରେ ପ୍ରାୟ ୨୩ ଘଣ୍ଟା ପରେ ବିଜୁଳି ବ୍ୟବସ୍ଥା ସ୍ୱଭାବିକ ପରିସ୍ଥିତି କୁ ଫେରିବା ପାଇଁ। ତାପମାତ୍ରା ରେ ସାମାନ୍ଯ ହ୍ରାସ ଘଟିଥିବା ବେଳେ ଏଯାଏଁ ମଧ୍ଯ ପବନ ଲାଗି ରହିଛି। ଜଳବାୟୁ ରେ ପରିବର୍ତ୍ତନ ନହେବା ଯାଏଁ ସହରବାସୀ ଅନ୍ଧକାର ଭିତରେ ରାତି କଟାଇବା ନିଶ୍ଚିତ ଜଣାପଡିଛି। ପ୍ରାୟ ୪୦ ରୁ ୫୦ କି:ମି ବେଗରେ ପବନ ବୋହୁଥିବା ଯୋଗୁଁ ସହରବାସୀ ଙ୍କ ପାଇଁ ଚିନ୍ତା ର କାରଣ ହୋଇଛି। ସାଧାରଣ ଗରୀବ ଶ୍ରେଣୀର ଲୋକଙ୍କ ଆଖିରୁ ନିଦ ହଜିଯାଇଥିବା ଭଳି ମନେ ହେଉଛି।

ନବଜାତ ଶିଶୁପୁତ୍ରର ମୃତଦେହ ଠାବ !

!!! ଢେଙ୍କାନାଳ ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ଦେବାଶିସ୍ ପଟ୍ଟନାୟକ ଓ ଟାଉନ ପ୍ରତିନିଧି ମାଗୁଣି ନାୟକ ଙ୍କ ରିପୋର୍ଟ୍.!!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟ ଅଞ୍ଚଳ ବିଲବୁଦା ମୁଳରୁ ଏକ ନବଜାତ ମୃତ ଶିଶୁ ପୁତ୍ର ପଡ଼ିଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଶିଶୁଟି କେହି ସେଠାରେ ପକାଇ ଦେଇ ଚାଲିଯାଇଛି । କିଏ ଓ କାହିଁକ ଏହି ସୁନ୍ଦର ଶିଶୁପୁତ୍ରଟିକୁ ଏଠାରେ ପକାଇ ଦେଇ ଚାଲିଯାଇଛି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

ଝାଳବୁହା ଟଙ୍କା ପାଇବାରେ ଶ୍ରମିକ ବଞ୍ଚିତ।

!!! କନ୍ଧମାଳ ଜିଲ୍ଲା ରୁ ସ୍ଵତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍!!!

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ରେ ହେଉଥିବା ଜନଶୁଣାଣୀ ରେ ଏହି ଅଭିଯୋଗ କରିଛନ୍ତି । ଛଅ ବର୍ଷ ବିତିଯାଇଥିଲେ ମଧ୍ୟ ପାଇପାରି ନାହାନ୍ତି ନିଜର ଝାଳବୁହା ଟଙ୍କା । ଭୁଆଁବୁଲା ନାଟକ କରୁଛନ୍ତି ଦାଇତ୍ଵରେ ଥିବା କର୍ମଚାରୀ ମାନେ । ଜିଲ୍ଲା ପ୍ରଶାସନ ଙ୍କର ଜନଶୁଣାଣୀ ସମୟରେ ମାଈକ୍ ଯୋଗେ କହୁଥିଲେ । କିନ୍ତୁ କିଛି କର୍ମଚାରୀ ମାନେ ତାଙ୍କୁ କହିବାକୁ ମଧ୍ୟ ସୁଯୋଗ ଦେଉନଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଭିଡ଼ିଓ ଦେଖି ଆପଣ ମାନେ ଠିକ୍ ବୁଝିପାରୁଥିବେ ଯେ କନ୍ଧମାଳ ଜିଲ୍ଲାରେ ଜନସାଧାରଣ ଙ୍କୁ କିଛି ସରକାରୀ କର୍ମଚାରୀ ମାନେ କିଭଳି ଭୁଆଁବୁଲେଇ ତାଙ୍କର ଝାଳବୁହା ଟଙ୍କା କୁ ହଡ଼ପ କରୁଥିବେ ତାହା ଏହି ଭିଡ଼ିଓ ରୁ ପ୍ରମାଣ ମିଳେ । କିନ୍ତୁ କନ୍ଧମାଳ ଜିଲ୍ଲା ପ୍ରଶାସନ ପାଉଛନ୍ତି ନେସ୍ନାଲ ପୁରସ୍କାର । ଏଭଳି M G N R E G A ର କାମ କରି କନ୍ଧମାଳ ଜିଲ୍ଲାରେ କେତେଯେ ଜନ ସାଧାରଣ ଟଙ୍କା ନ ପାଇ ବ୍ଲକ୍ କୁ ଦୌଡ଼ି ଦୌଡ଼ି ହନ୍ତସନ୍ତ ହେଉଛନ୍ତି ତାହା କହିଲେ ନ ସରେ । ହେଲେ ଏଭଳି ଗରିବ ନିରୀହ ଖଟିକିଆ ମୂଲିଆ ତାଙ୍କର ଝାଳବୁହା ଟଙ୍କା ପାଇବେ କେବେ ତାହା ଦେଖିବାର ବାକି ଥିବାବେଳେ ଜିଲ୍ଲା ପ୍ରଶାସନ ସେଇ ସରକାରୀ କର୍ମଚାରୀ ଙ୍କ ପ୍ରତି କି ପଦକ୍ଷେପ ନେବେ ସେଇ ଅପେକ୍ଷାରେ ସାଧାରଣ ଲୋକେ ।

ପୁରୁଣାପଦର ସାହିରେ କରୋନା ର ସଚେତନ ବାର୍ତ୍ତା ଦେଲେ ଡଙ୍କେଣି ଅଙ୍ଗନବାଡ଼ି କର୍ମୀ ସସିମତି ବେହେରା।

!!! କନ୍ଧମାଳ ଜିଲ୍ଲା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍.!!!

ଏଥର ସମ୍ଭାଳ (ଖଜୁରୀପଡା) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ର ପୁରୁଣାପଦର ଗ୍ରାମରେ କରୋନା ସଚେତନତା ର ବାର୍ତ୍ତା ଦେବା ସହିତ କିପରି ଭାବରେ ନିଜେ ଏହି କରୋନାରୁ ମୁକ୍ତି ପାଇବେ ଆଉ କିପରି ନିଜେ ସଫା ସୁତରା ରହିବେ ତାହା ଓଡ଼ିଶାର ଆଦର୍ଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ କନ୍ଧମାଳ ଜିଲ୍ଲାପାଳ ଡ଼ା, ବୃନ୍ଦା ଡି ମହୋଦୟା ଙ୍କ ନିର୍ଦେଶ କ୍ରମେ ଡଙ୍କେଣି ଅଙ୍ଗନବାଡ଼ି କର୍ମୀ ସସିମତି ବେହେରା ପୁରୁଣାପଦର ଗ୍ରାମରେ ହାତ କିପରି ସଫା ରଖିବା, ପାପୁଲି ବା ହାତକୁ ସବୁବେଳେ ସଫା ରଖିବା, ଖାସ କିମ୍ବା ଥଣ୍ଡା ଛିଙ୍କ ହେଲେ ତୁରନ୍ତ ନିକଟସ୍ତ ସ୍ୱାଥ୍ୟ କେନ୍ଦ୍ର କୁ ଯାଇ ପରୀକ୍ଷା କରି ନିୟମିତ ଔଷଧ ଖାଇବା ନେଇଁ ସମସ୍ତଙ୍କୁ ବୁଝେଇବା ସହିତ କରୋନା କୁ ଭୟ ନ କରି ନିଜେ ସଚେତନ ରହିଲେ ହିଁ ସବୁ ଠିକ୍ ହେବ ବଲି ବୁଝେଇଛନ୍ତି ।

ମୃତ୍ୟୁ ପରେ ବି ବିପିନ୍ ହୋଇଗଲେ ଅମର !

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭଞ୍ଜନଗର) – ଭଂଜନଗର ବିପିନ୍ ଆଣିଲେ ଗଂଜାମ ଜିଲ୍ଲା ପାଇଁ ଗୌରବ ୬ଟି ଅଙ୍ଗ ଦାନ କରି ପାଳଟି ଗଲେ ଅମର ଏ ଆଦସ୍ ।କିରଣ ମଲ୍ଟି ସୋସାଲିଷ୍ଟି ହସ୍ପିଟାଲ ରେ ଚିକିତ୍ସା ଧିନ ବିପିନ୍ ଙ୍କୁ ଡାକ୍ତର ବ୍ରେନ୍ ଡେଡ୍ ହୋଇଜାଇଥିବା ଘୋଷଣା କରିବାପରେ ପ୍ରଭାସି ଓଡ଼ିଆ କ୍ରମକତା , ମୋଡିକେଲ୍ ସଦସ୍ୟ ଏବଂ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବିପିନ୍ ଙ୍କ ପରିବାରର ଲୋକମାନଙ୍କୁ ଅଙ୍ଗ ଦାନ ପାଇଁ ପରାମର୍ଶ ଦେଇଥିଲେ ଏଥିରେ ବି ପରିବାର ପକ୍ଷରୁ ରାଜି ହେବାରୁ ଶନିବାର ଦିନ ୨ ଟା ସମୟରେ ଆରମ୍ଭ ହୋଇ ରାତ୍ର ୧୦ ପଜନ୍ତ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଚଲିଥିଲା।ଏଥିପାଇଁ ସତତ୍ନ ବ୍ୟବସ୍ଥା ର ସହ ବିଭିନ୍ନ ସ୍ଥାନ କୁ ବିପିନ୍ ଙ୍କ ଗୁରୁତ୍ୱ ପୁଣ୍ନ ଅଙ୍ଗ ଜାଇଥିଲା। ୬ଟା ଅଙ୍ଗ ଭିତରୁ ୨ଟି କିଡିନୀ ,ଲିଭର ଅହମ୍ମଦାବାଦ ଜାଇଥିବା ବେଳେ ହାର୍ଟ ଟି ବମ୍ବେର ରିଲାଏନ୍ସ ମେଡ଼ିକାଲ କୁ ପଠାଜାଇଥିଲା ଆଖି ଦୁଇଟି ସ୍ଥାନୀୟ କିରଣ ମେଡ଼ିକାଲ ରେ ପତିରୋପଣ କରାଜାଇଛି।
ବିପିନ୍ ବ୍ର୍ଡ ଡ ପେଶର ରୋଗରେ ପିଡିତ ଥିଲେ ସେ ତାଙ୍କ ଚିକିତ୍ସା ରେ ଅବହେଳା ଯୋଗୁଁ ହଠାତ ଶରିର ବିଗିଡିବା ରେ ଲାଗିଥିଲା ଏଥିପାଇଁ ସେ କିରନ ମେଡ଼ିକାଲ ରେ ୨ଦିନ ରହିବା ପରେ କୌଣସି ପ୍ରକାର ସ୍ୱାସ୍ଥ୍ୟ ରେ ସୁଧାର ଆଶିନଥିଲା ପରେ ଡଃ ତାଙ୍କୁ ବ୍ରେନ୍ ଡେଟ୍ ଘୋଷଣା କରିଥିଲେ। ପ୍ରକାଶ ଯେ, ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ନିକଟସ୍ଥ ଭାଟପଡା ଗ୍ରାମ ର ବିପିନୀ ପ୍ରଧାନ(୫୫) ସୁରାଟରେ ରୁହନ୍ତି ପାଖରେ ସାନ ପୁଆ କୁନା ରହୁଥିବା ବେଳେ ବଡ ପୁଅ ମୁନା ବେଙ୍ଗାଳୁରୁ ରେ ରହନ୍ତି ପରିବାର ଅନ୍ୟ ସଦସ୍ୟ ବାପା ରଘୁନାଥ ପ୍ରଧାନ ଏବଂ ସ୍ତ୍ରୀ ରେଣୁ ପ୍ରଧାନ ନିଜ ଗ୍ରାମରେ ରୁହନ୍ତି। ଏହି ମହାନ କାଯ୍ୟ ରେ ପ୍ରଭାସି ଓଡ଼ିଆ ମାନେ ମୋଡିକେଲ୍ ରୁ ଶଶାନ ପଜନ୍ତ ସମସ୍ତ ପ୍ରକାର ସହାୟତା କରିବା ସହ ନିଜକୁ ଓଡ଼ିଆ ବୋଲି ଗର୍ବ ଅନୁଭବ କରନ୍ତି ଏପଟେ ସମସ୍ତ ଗଂଜାମ ବାସି ବି ବିପିନ୍ ଙ୍କ ପରିବାର ର ଏହି ମହାନ କାଯ୍ୟ ପାଇଁ ଗର୍ବ ଆନୁଭବ କରୁଥିବା ଦେଖିବାକୁ ମିଳିଛି।

ବିଭିନ୍ନ ପଞ୍ଚାୟତରେ କରୋନା ପାଇଁ ବିଧାୟିକାଙ୍କ ସଚେତନତା ବାର୍ତ୍ତା !  

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) : ଜନସାଧାରଣଙ୍କୁ କରୋନା ଭାଇରସରୁ ବଞ୍ଚାଇବା ପାଇଁ ବିଶ୍ୱର କୋଣ ଅନୁକୋଣରେ ସଚେତନ କରାଯାଉଛି l ଏଥିପାଇଁ ବିଶ୍ୱ ଏକ ପ୍ରକାର ଠପ ହୋଇପଡିଛି l କାରଣ ଏହାର ଉପସ୍ଥିତି ଭୟଙ୍କର ରୂପନେବାକୁ ବସିଲାଣି l  ସମସ୍ତେ ଆତଙ୍କିତ ଥିବାବେଳେ ଆଜିକାଲି ସୋସିଆଲ ମିଡ଼ିଆରେ ଏହାର ଏହାର ଦୁରୁପଯୋଗ ଯୋଗୁଁ ଏହାର ଅପପ୍ରଚାର ଲୋକଙ୍କୁ ଆହୁରି ଭୟଭୀତ କରିଦେଇଛି l ତେଣୁ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଜନ ପ୍ରତିନିଧି, ପ୍ରଶାସନ, ବୁଦ୍ଧିଜୀବୀମାନେ ଆଗକୁ ଆସି ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି l ଏହାର ପ୍ରକୃତ କାରଣ, ନିରାକରଣ, ପ୍ରତିକାର ଆଦି ସମ୍ବନ୍ଧରେ ଲୋକଙ୍କୁ ଜାଗୃତ କରାଯାଉଛି l ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ପହଂଚି ଲୋକଙ୍କୁ ସଚେତନ କରିଛନ୍ତି l ସେ ଆଜି ବେଗୁନିଆପଡା ବ୍ଲକର ଖଣ୍ଡିଆନଇ କଲ୍ୟାଣ ମଣ୍ଡପ ଠାରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରି ମର୍ଦ୍ଦକୋଟ, ଚିଙ୍ଗୁଡ଼ିଖୋଲ, ଖଇରୀଖମା, ତାଳସର ପଞ୍ଚାୟତ ସମେତ କେତେକ ପଞ୍ଚାୟତରେ ପହଂଚି ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ l ଏହି ମାରାତ୍ମକ ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ନିୟମିତ ସାବୁନରେ ହାତ ଧୋଇବା, ମୁହଁରେ ଟିସୁ ଵା ରୁମାଲ ବ୍ୟବହାର କରିବା, କୌଣସି ଜାଗାରେ ଏକାଠି ନହୋଇ ଅଧିକାଂଶ ସମୟ ଘରେ ରହିବା, ଛୁଆ ମାନଙ୍କୁ ନଜରରେ ରଖିବା, ଅସୁସ୍ଥ ହେଲେ କାହା କଥା ନଶୁଣି ସିଧା ଡାକ୍ତରଙ୍କ ପରାମର୍ଶ ନେବା ଆଦି ଉପରେ ଲୋକଙ୍କୁ ବୁଝାଇଥିଲେ l