ସ୍କୁଲ ପିଲାଙ୍କ ଘରେ ଆଗୁଆ ପହଞ୍ଚିବ ରାସନ, ଚାଉଳ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – କରୋନା ଭାଇରସରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବାକୁ ଲାଗିଲେଣି l କାଳେ ଭାଇରସ ବ୍ୟାପିଯିବ ସେଥିପାଇଁ ସରକାର ଗଞ୍ଜାମ ସମେତ ପାଞ୍ଚୋଟି ଜିଲ୍ଲାରେ ଲକ ଡାଉନ ଘୋଷଣା କରିଛନ୍ତି l ଫଳ ସ୍ୱରୂପ ସମସ୍ତେ ଘରେ ରହିବାକୁ ବାଧ୍ୟ ହେବେ l ତେଣୁ ନିତିଦିନିଆ ଚଳଣି ପାଇଁ ସାଧାରଣ ଜନତା ପାଇଁ କିଛି ଆଗୁଆ ବନ୍ଦୋବସ୍ତ ଚିନ୍ତା କଲେଣି l ସେଥିମଧ୍ୟରୁ ଛାତ୍ରଛାତ୍ରୀଙ୍କୁ ୩ ମାସ ପାଇଁ ଆଗୁଆ ରାସନ ଦିଆଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଘରେ ପହଞ୍ଚିବ ମଧ୍ୟାହ୍ନ ଭୋଜନ ସାମଗ୍ରୀ।  ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ପାଇବେ ମାସକୁ ୩ କେଜି ଚାଉଳ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲା ପାଇବେ ମାସକୁ ୪ କେଜି ଚାଉଳ। ସେହିପରି କଣ୍ଟ୍ରୋଲରୁ ୩ ମାସ ପାଇଁ ଆଗୁଆ ଚାଉଳ ନେଇ ପାରିବେ।ଅନ୍ୟପଟେ କରୋନାକୁ ନେଇ ସୁବ୍ରତ ବାଗଚୀ ପ୍ରେସମିଟ୍ କରିଛନ୍ତି। ସେ କହିଛନ୍ତି, ବିଗତ ୬୦ ଦିନରେ ବିଶ୍ବ ବଦଳିଯାଇଛି। ସରକାରଙ୍କ ଦ୍ବାରା ଜାରି ହୋଇଥିବା ଗାଇଡ୍‌ ଲାଇନ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘରେ ରହନ୍ତୁ। ସତର୍କ ରୁହନ୍ତୁ। ଏବଂ ସୁରକ୍ଷିତ ରୁହନ୍ତୁ। ଅନ୍ୟପଟେ କରୋନକୁ ନେଇ ନକ ଡାଉନ ପାଇଁ ଲକ୍ ଡାଉନ ହୋଇଛି। ସମସ୍ତେ ସହଯୋଗ କଲେ କରୋନାର ମୁକାବିଲା କରି ପାରିବା। ସତର୍କ ହିଁ ଔଷଧ। ଏଭଳି ଭାବେ ଜନତାଙ୍କୁ ସତର୍କ କରିଛନ୍ତି ସୁବ୍ରତ ବାଗଚୀ।

ତାଳି ମାରି କୃତଜ୍ଞତା ଜଣାଇ ପାଳିଲେ ଜନତା କର୍ଫ୍ୟୁ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାଜ୍ୟରେ ମହାମାରୀ କରୋନାର ମୁକାବିଲା କରୁଛନ୍ତି ରାଜ୍ୟ ସରକାର | ନେଇଛନ୍ତି ସବୁ ପ୍ରକାର ପ୍ରତିଷେଧକ ପଦକ୍ଷେପ | ଘୋଷଣା କରିଛନ୍ତି ଲକ ଡାଉନ | ଆଉ ତା ନିଜ କର୍ତ୍ତବ୍ୟ ଅନୁପାଳନ ଭିତରେ ପାଳିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଜନତା କର୍ଫ୍ୟୁ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ପାଳିଛନ୍ତି ଜନତା କର୍ଫ୍ୟୁ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘର ଛାତ ଉପରକୁ ଆସି ତାଳି ମାରି.ଘଣ୍ଟ ବଜାଇ ଥିଲେ। କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ଅନ୍ୟ କର୍ମୀୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ପ୍ରଧାନମନ୍ତ୍ରୀ ଜନତା କରଫ୍ୟୁ ଘୋଷଣା ଦିନ ନବୀନ ଅlହ୍ଵାନ ଦେଇଥିଲେ “ଗୋଟିଏ ଦେଶ ହୋଇ ସମସ୍ତେ ଏକାଠି ହୁଅ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲକୁ ସମର୍ଥନ କର। ଅସାଧାରଣ ପରିସ୍ଥିତ ପାଇଁ ଅସାଧାରଣ ପ୍ରତିକ୍ରିୟା ଆବଶ୍ୟକ। କୋଭିଡ୍‌ ୧୯ ସମଗ୍ର ମାନବ ସଭ୍ୟତା ପାଇଁ ବିପଦ।” ବୋଲି କହିଥିଲେ

ସେହିପରି ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ. ସଞ୍ଜୟ ଦାସବର୍ମାଙ୍କ ସମେତ ବହୁନେତା ମନ୍ତ୍ରୀ ଅଧିକାରୀ ବି ଜନତା କର୍ଫ୍ୟୁ ପାଳିଛନ୍ତି | ଠିକ ୫ଟା ହେବାମାତ୍ରେ ମୁଖ୍ୟମନ୍ତ୍ରୀ ନିଜ ଛାତ ଉପରକୁ ଯାଇ ଥାଳି ବାଡେଇ କରୋନା ବିରୋଧୀ ଲଢେଇରେ ସାମିଲ ପ୍ରତିଟି ମଣିଷ ଉଦ୍ଦେଶ୍ୟରେ ସମ୍ମାନ ଜଣାଇଥିଲେ | ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମା ବି ଅନୁରୂପ ଭାବେ ତାଳି ମାରିଥିବା ଦେଖିବାକୁ ମିଳିଥିଲା |

ସେହିପରି ଦିନ ତମାମ ଲୋକ ସେବା ଭବନ ଭିତରେ ବସି ରାଜ୍ୟରେ କାରଣ ସ୍ଥିତିକୁ ମନିଟର କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ୫ଟି ସେକ୍ରେଟାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ | ଆଉ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୋବିଦ ୧୯ ବ୍ୟାପାର ମୁଖ୍ୟ ମୁଖପାତ୍ର ସୁବ୍ରତୋ ଵାଗଚୀ, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ କିଶୋର ଧଳ, ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଙ୍କ ସମେତ ଅଧିକାରୀମାନେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ମିଶନର ମନିଟର କରିଥିଲେ |

ଠିକ ୫ଟା ହେବା ମାତ୍ରେ ୫ ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ସହ ଅନ୍ୟ ଅଧିକାରୀମାନେ ଲୋକସେବା ଭବନର ପୋର୍ଟିକୋ ପାଖକୁ ଆସି କାର୍ଯ୍ୟାଳୟ ବାହାରକୁ ଆସି ତାଳି ବାଡେଇ କୃତଜ୍ଞତା ଜଣାଇଥିଲେ |

ଆଠମଲ୍ଲିକ ଠାରେ କରୋନା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ଅନୁଗୁଳ ରୁ ଜିଲ୍ଲା ପ୍ରତିନିଧି ହରେକୃଷ୍ଣ ନାୟକ ଙ୍କ ରିପୋର୍ଟ୍.!!!

ଏଥର ସମ୍ଭାଳ (ଆଠମଲ୍ଲିକ) – ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତର ବେଲାଦୁଲା ଗ୍ରାମର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଁ ମାଉଳୀ ଯୁବକ ସଂଘ ତରଫରୁ କରୋନା ଭାଇରସ ପାଇଁ ସଚେତନ କରାଯାଇଛି । ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ପ୍ରତାପ ମେହେର ଙ୍କ ନେତୃତ୍ୱ ରେ ଅନୁଷ୍ଠାନ ସଭାପତି ସମେତ ସମସ୍ତ ସଦସ୍ୟ ସାମିଲ୍ ହୋଇଥିଲେ । ଗାଁ ରେ ଘର ଘର ବୁଲି ସମସ୍ତଙ୍କୁ କହିଥିଲେ – କରୋନା ଏକ ମହାମାରୀ ରୂପ ନେଲାଣି ଏହାଠୁ ଦୂରରେ ରହିବା ପାଇଁ ସବୁବେଳେ ସାବୁନ୍ ରେ ହାତ ଧୋଇବା , ସାଧାରଣ ଲୋକଙ୍କ ଠାରୁ ୧ ମିଟର ଦୂରରେ ରହିବା । କାଶ , ଥଣ୍ଡା ଯଦି ବହୁତ୍ ଦିନ ହେଲାଣି ଲାଗି ରହିଛି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ।

ଅଧିକ ସୂଚନା ପାଇଁ ୧୦୪ ନମ୍ବର୍ ରୁ ଯୋଗାଯୋଗ କରିବା । ଯଦି କେହି ରାଜ୍ୟ ବାହାରୁ ଗାଁ କୁ ଆସିଛି ତାଙ୍କୁ ସରକାର ଙ୍କ ନିକଟରେ ପଞ୍ଜିକରଣ କରନ୍ତୁ । ଅଯଥା ଗୁଜବ ପ୍ରଚାର ଶୁଣନ୍ତୁ ନାହିଁ । କେବଳ ସରକାରଙ୍କ ସୂଚନା ଶୁଣନ୍ତୁ ଓ ବିଶ୍ୱାସ କରନ୍ତୁ । ତା ସହିତ ସମସ୍ତଙ୍କୁ କରନା ସମ୍ପର୍କିତ ସଚେତନ ବାର୍ତ୍ତା ଓ ହାତ ଧୋଇବା ପାଇଁ ସାନିଟାଇଜର ଦେଇଥିଲେ ।

ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ଟ୍ରେନସେବା l 

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବାକୁ ମାର୍ଚ୍ଚ ୩୧ ତାରିଖ ରାତି ୧୨ ଟା ଯାଏଁ ସବୁ ଟ୍ରେନ ଚଳାଚଳ ବନ୍ଦ କରିବାଜୁ କେନ୍ଦ୍ର ରେଳମନ୍ତ୍ରଣାଳୟ ପକ୍ଷରୁ ଏନେଇ ରବିବାର ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ ସମସ୍ତ ମେଲ୍, ଏକ୍ସପ୍ରେସ, ଇଣ୍ଟରସିଟି ଟ୍ରେନ୍, ସବୁ ପାସେଞ୍ଜର ଟ୍ରେନ୍ ୩୧ ମାର୍ଚ୍ଚ ରାତି ୧୨ଟା ପର୍ଯ୍ୟନ୍ତ ଚଳାଚଳ କରିବନାହିଁ ।

ଏହାସହ ମେଟ୍ରୋ, କୋଙ୍କଣ ରେଲଓ୍ବେ, ଉପନଗରୀୟ ଟ୍ରେନ୍ ମଧ୍ୟ ଚଳାଚଳ କରିବନାହିଁ ।  ଆଜି ରାତି ପର୍ଯ୍ୟନ୍ତ ଉପନଗରୀୟ ଟ୍ରେନ୍, କୋଲକତା ମେଟ୍ରୋ ସେବା ଜାରି ରହିବ ।  ଯେଉଁ ଟ୍ରେନ୍ ୨୨ ତାରିଖରୁ ୪ ଘଣ୍ଟା ପୂର୍ବରୁ ଚଳାଚଳ ଆରମ୍ଭ ହୋଇଥିଲା ସେହି ଟ୍ରେନ୍ ଗୁଡିକ ନିଜ ଗନ୍ତବ୍ୟସ୍ତଳ ପର୍ଯ୍ୟନ୍ତ ଯିବ । ରେଲଓ୍ବେ ବୋର୍ଡ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ରେଲଓ୍ବେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶବ୍ୟାପୀ ଆବଶ୍ୟକୀୟ ଜିନିଷର ପରିବହନ ଜାରି ରଖିବା ପାଇଁ ମାଲଗାଡିଗୁଡିକ ଚଳାଚଳ କରିବ । ତେବେ ୟାତ୍ରୀବାହୀ ଟ୍ରେନ ପ୍ରାୟତଃ ଭିଡ ରହୁଥିବାରୁ କରୋନା ସଂକ୍ରମଣରୁ ଯାତ୍ରୀଙ୍କ ସୁରକ୍ଷା ଏବେ ବଡ ଆହ୍ୱାନ ପାଲଟିଛି। ଟ୍ରେନରେ ଯାତ୍ରା କରି ୧୨ ଜଣ ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ରେଳମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛନ୍ତି।

ମାର୍ଚ୍ଚ ପର୍ଯ୍ୟନ୍ତ ବସସେବା ବନ୍ଦ ପାଇଁ ନିଷ୍ପତ୍ତି ନେଲା ଘରୋଇ ବସ ମାଲିକ ସଙ୍ଘ l 

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ତଃ ରାଜ୍ୟ ବସସେବାକୁ ବନ୍ଦ କରିବାଜୁ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ନିଷ୍ପତି ନେଇଛି l ଏହାଦ୍ୱାରା  ରାଜ୍ୟର କୋଣସି ବସ ଅନ୍ୟ ରାଜ୍ୟକୁ କିମ୍ବା ଅନ୍ୟ ରାଜ୍ୟର କୌଣସି ବସ ଓଡିଶା ଆସିପାରିବ ନାହିଁ l ଏନେଇ ଘରୋଇ ବସ ମାଲିକ ସଙ୍ଘ ସମ୍ପାଦକ ଦେବାଶିଷ ନାୟକ ସୂଚନା ଦେଇଛନ୍ତି l

ଜେଲଗଲା ପରେ ମଧ୍ୟ ଅଧିକାରୀଙ୍କୁ ପଦୋନ୍ନତି, ପ୍ରଚ୍ଛଦପଟ ପଛରେ କିଏ ?

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ରାଜ୍ୟର ସୁଶାସନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି।ସେଥିପାଇଁ ଗୋଟିଏ ପରେ ଗୋଟିଏ ବିଭାଗକୁ ମୋ ସରକାର ଓ ଫାଇଭ ଟି ରେ ସାମିଲ କରି କାର୍ଯ୍ୟରେ ସ୍ୱଚ୍ଛତା ଆଣିବାକୁ କଡା କୁଡି ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୟପାଟଣା ବ୍ଳକରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି , ଜଣେ ଅଧିକାରୀ ଜେଲରେ ୪୦ଦିନ ରହିଲା ପରେବି ତାଙ୍କର ପଦୋନ୍ନତିକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଜୟପାଟଣା ବ୍ଳକରେ କାର୍ଯ୍ୟରତ ପି.ଏ ସତାମ୍ବର ପ୍ରଧାନୀ ଜଣେ ନିରୀହ ଆଦିବାସୀ ହରିଜନ ଯୁବତୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବାରୁ ବିବାହର ପ୍ରତିଶ୍ରୁତି ଦେଇ ଜିଲ୍ଲା ବାହାରକୁ ନେଇ ଯୌନ ଶୋଷଣ କରିଥିଲେ । ଏନେଇ ଯୁବତୀ ଜଣକ ପରିବାର ଲୋକଙ୍କୁ ଜଣାଇବାରୁ ପରିବାରଙ୍କ ସହାୟତାରେ ରାୟଗଡା ହୋଟେଲରେ ଉଭୟଙ୍କୁ ପାଇ ମାଝିଗୌରୀ ମନ୍ଦିରରେ ବିବାହ କରିବା ସହିତ କୋର୍ଟ ବିବାହ ମଧ୍ୟ କରାଇଥିଲେ । କିନ୍ତୁ ବିବାହର ଅଳ୍ପ କେତେଦିନ ପରେ ସତାମ୍ବର ଯୁବତୀଙ୍କୁ ଛାଡି ଚମ୍ପଟ ମାରିଥିଲେ ।ଏନେଇ ଯୁବତୀ ଜଣକ ଗତ ୧୪.୦୭.୧୯ ରିଖ ଦିନ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିଲେ । ଏବଂ ପ୍ରଧାନୀଙ୍କ ବିରୁଦ୍ଧରେ କେଶ ନମ୍ବର ୬୫ ଆଇପିସି ଧାରା ୪୧୭,୪୯୩,୫୦୬,୨୯୪ ମାମଲା ରୁଜୁ କରିଥିଲା । ମାମଲା ରୁଜୁ ପରେ ସତାମ୍ବର କିଛି ଦିନ ଫେରାର ଥିବା ବେଳେ ୧୬.୧୨.୧୯ ରୁ ୨୫.୦୧.୨୦ ଯାଏ ଦୀର୍ଘ ୪୦ଦିନ କଏଦୀ ନମ୍ବର ୮୯୩ରେ ଭବାନୀପାଟଣା ଜିଲ୍ଲା କାରାଗାର ଥିଲେ ବୋଲି ସୂଚନା ଅଧିକାରୀ ଆଇନ ତଥ୍ୟ ବଳରେ ଜଣାପଡ଼ିଛି। ସେ ଗତ ୧୩.୧୨.୧୯ ରୁ ୨୫.୧୨.୨୦ କୌଣସି କାରଣ ଦର୍ଶାଇ କାର୍ଯ୍ୟରେ ଯୋଗ ଦେଇନଥିବା ବ୍ଳକ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ସେ ଅନେକ ଦିନ ଜେଲରେ ଥିଲେ ଓ ତାଙ୍କ ନାଁ ରେ ନାରୀ ନିର୍ଯ୍ୟାତନା କେଶ ରହିଥିଲେ ମଧ୍ୟ ତାଙ୍କ ପ୍ରତି ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡିଛି ବରଂ ସେ ବର୍ତ୍ତମାନ ପଦନ୍ନତି ପାଇ ଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସରକାରୀ ନିୟମ ଅନୁଯାୟୀ ୨୪ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଜେଲରେ ରହିଲେ ସରକାରୀ କର୍ମଚାରୀ ଙ୍କୁ ନିଲମ୍ବିତ ହେଉଥିବା ବେଳେ ,ସତାମ୍ବର ଙ୍କୁ କେଉଁ ଅଧିକାରୀ ସୁରକ୍ଷା ଦେଉଛନ୍ତି ତାହା ତଦନ୍ତ ସାପେକ୍ଷ।ଏ ସମ୍ପର୍କରେ PA ସତାମ୍ବର ଙ୍କୁ ପଚାରିବାରୁ ସେ ଗଣମାଧ୍ୟମ ଆଗରେ କିଛି ପ୍ରକାଶ ନକରି ମୁହଁମୋଡି ଚାଲିଯାଇଛନ୍ତି।ତେବେ ଆମର ଖବର ପ୍ରସାରଣ ପରେ ଏହି ସରକାରୀ ବାବୁ ଉପରେ ପ୍ରଶାସନ ଆଗାମୀ ଦିନରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା ।

“ଜନତା କର୍ଫ୍ୟୁ” ପାଇଁ ଚିଙ୍ଗୁଡିଘାଇ ଠାରେ ବିଧାୟିକାଙ୍କ କରୋନା ସଚେତନତା l 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

(ବେଗୁନିଆପଡା) – ଜନସାଧାରଣଙ୍କୁ କରୋନା ଭାଇରସରୁ ବଞ୍ଚାଇବା ପାଇଁ ବିଶ୍ୱର କୋଣ ଅନୁକୋଣରେ ସଚେତନ କରାଯାଉଛି l ଏଥିପାଇଁ ବିଶ୍ୱ ଏକ ପ୍ରକାର ଠପ ହୋଇପଡିଛି l କାରଣ ଏହାର ଉପସ୍ଥିତି ଭୟଙ୍କର ରୂପନେବାକୁ ବସିଲାଣି l  ସମସ୍ତେ ଆତଙ୍କିତ ଥିବାବେଳେ ଆଜିକାଲି ସୋସିଆଲ ମିଡ଼ିଆରେ ଏହାର ଏହାର ଦୁରୁପଯୋଗ ଯୋଗୁଁ ଏହାର ଅପପ୍ରଚାର ଲୋକଙ୍କୁ ଆହୁରି ଭୟଭୀତ କରିଦେଇଛି l ତେଣୁ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଜନ ପ୍ରତିନିଧି, ପ୍ରଶାସନ, ବୁଦ୍ଧିଜୀବୀମାନେ ଆଗକୁ ଆସି ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି l ଏହାର ପ୍ରକୃତ କାରଣ, ନିରାକରଣ, ପ୍ରତିକାର ଆଦି ସମ୍ବନ୍ଧରେ ଲୋକଙ୍କୁ ଜାଗୃତ କରାଯାଉଛି l ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପୁରୁଷୋତ୍ତମପୁର ବ୍ଲକର ଚିଙ୍ଗୁଡିଘାଇ ପଞ୍ଚାୟତରେ ପହଂଚି ଲୋକଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ “ଜନତା କର୍ଫ୍ୟୁ”ଉପରେ ଗୁରୁତ୍ୱ ଦେଇଥିଲେ l  ଏହା ସହ ଏହି ମାରାତ୍ମକ ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ନିୟମିତ ସାବୁନରେ ହାତ ଧୋଇବା, ମୁହଁରେ ଟିସୁ ଵା ରୁମାଲ ବ୍ୟବହାର କରିବା, କୌଣସି ଜାଗାରେ ଏକାଠି ନହୋଇ ଅଧିକାଂଶ ସମୟ ଘରେ ରହିବା, ଛୁଆ ମାନଙ୍କୁ ନଜରରେ ରଖିବା, ଅସୁସ୍ଥ ହେଲେ କାହା କଥା ନଶୁଣି ସିଧା ଡାକ୍ତରଙ୍କ ପରାମର୍ଶ ନେବା ଆଦି ଉପରେ ଲୋକଙ୍କୁ ବୁଝାଇଥିଲେ l

ବେଗୁନିଆପଡା ଠାରେ କାଳବୈଶାଖୀ,  ବଜ୍ରାଘାତରେ ଜଳିଗଲା ଦୁଇଟି ନଡ଼ିଆ ଗଛ l 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଶନିବାର ରାତ୍ର 10.30 ସମୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଇ ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ଥିବା ଦୁଇଟି ନଡ଼ିଆ ଗଛ ଉପରେ ବଜ୍ରାଘାତ ହେବାରୁ ଗଛ ଦୁଇଟି ଜଳିଯାଇଥିଲା l ସୌଭାଗ୍ୟବଶତଃ ନିକଟରେ କେହି ଵ୍ୟକ୍ତି ନଥିଲେ l ଖବର ପାଇଁ କୋଦଳା ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ l ସୂଚନା ଅନୁଯାୟୀ ଆଜି ପ୍ରାୟ ନଅ’ ଘଣ୍ଟ ସମୟରୁ ବେଗୁନିଆପଡା ଅଞ୍ଚଳରେ ହଠାତ ଜୋରରେ ପବନ ବହିବା ସହ ଘଡଘଡି ଓ ମେଘ ଯୋଗୁଁ ଅଞ୍ଚଳରେ ଆତଙ୍କ ଖେଳିଯାଥିଲା l କିଛି ଲୋକଙ୍କର ଟିଭି ସେଟ ବଜ୍ରାଘାତରେ ପୋଡ଼ିଯାଇଥିବା ବେଳେ ଖବର ସଂଗ୍ରହ ବେଳକୁ ବିଦ୍ୟୁତ ସରବରାହ ବନ୍ଦଥିଲା l

ଜାତୀୟ ରାଜପଥରେ ଅଜଣା ଗାଡ଼ିଧକାରେ ଯୁବକ ମୃତ

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – କରୋନାକୁ ନେଇ ସାରା ଦେଶରେ ଜନତା କର୍ଫ୍ୟୁ ଚାଲିଥିବା ବେଳେ ଆଜି ସକାଳୁ ସକାଳୁ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଧକାରେ ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମର ଶଶି ରାଉତଙ୍କ ପୁଅ ଅଙ୍ଗଦ ରାଉତ (୪୦) କୌଣସି କାରଣବସତଃ ଲଙ୍ଗଳେଶ୍ବର ଗ୍ରାମକୁ ଆସିଥିଲେ । ଅଙ୍ଗଦ ନିଜ ଗ୍ରାମ ତେନ୍ତୁଳିଆପଲ୍ଲୀ ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଅଙ୍ଗଦଙ୍କୁ ଧକା ଦେଇଥିଲା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଭେଜିପୁଟ ଫାଣ୍ତି ଅଧିକାରୀ ଟୁନା ପିଡ଼ିକା ଘଟଣାସ୍ଥଳକୁ ଯାଇ ଶବକୁ ଯବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରିରହିଥିବା ବେଳେ ଅଙ୍ଗଦଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ନିଆଯାଇଥିବା ସୂଚନା ମିଳିଛି ।

“ଜନତା କର୍ଫ୍ୟୁ” କୁ ଉତ୍ସାହର ସହ ପାଳିଲେ ଜନତା l ଘଣ୍ଟ, ଥାଳି ଓ ତାଳି ବଜାଇ ସ୍ୱାଗତ କଲେ ଅସଲି ଯୋଦ୍ଧାଙ୍କୁ l

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – କରୋନା ଭାଇରସ କବଳରୁ ରକ୍ଷା ସକାଶେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର “ଜନତା କର୍ଫ୍ୟୁ” ପାଳନ ପାଇଁ ନିବେଦନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନକୁ ସ୍ୱାଗତ ଜଣାଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକବାସୀ ଉତ୍ସାହର ସହ ପାଳନ କରିଥିଲେ, “ଜନତା କର୍ଫ୍ୟୁ” l  ଫଳସ୍ୱରୂପ ବ୍ଲକର କୋଦଳା ଓ ବେଗୁନିଆପଡା ବଜାର ବନ୍ଦ ରହିବା  ସହିତ ସମସ୍ତ ପଞ୍ଚାୟତର ଗ୍ରାମବାସୀ ସ୍ୱଇଚ୍ଛାରେ ଏଥିରେ ସାମିଲ ହୋଇଥିଲେ l ସକାଳଠୁ ବସଷ୍ଟାଣ୍ଡ, ରାସ୍ତାଘାଟ, ବଜାର ଘାଟ ଶୂନଶାନ ରହିଥିବା ବେଳେ ଗ୍ରାମ ଗୁଡିକରେ ଏହାର ସନ୍ତୋଷଜନକ ପ୍ରଭାବ ଦେଖିବାକୁ ମିଳିଥିଲା l ସମସ୍ତେ କବାଟ ଦେଇ ଘରେ ରହିଥିବା ବେଳେ ଦୋକାନ ଗୁଡିକ ବନ୍ଦ ରହିଥିଲା l  କୌଣସି ଆଶଙ୍କାକୁ ଏଡ଼ାଇବା ପାଇଁ ବେଗୁନିଆପଡା ବିଡ଼ିଓ ଦେବବର ପ୍ରଧାନ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, କୋଦଳା ଆଇଆଇସି ଦେବାଶିଷ ମହାନ୍ତି ଓ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ l କାଁଭାଁ କାହାକୁ ଦେଖିଲେ ଘରେ ରହିବାକୁ ପରାମର୍ଶ ଦେଇଥିଲେ l ଘଡିରେ ପାଞ୍ଚଟା ବାଜିବା କ୍ଷଣି ସମସ୍ତ ଜନସାଧାରଣ ଘଣ୍ଟ, ଥାଳି ଓ ତାଳି ବଜାଇ ପ୍ରତ୍ୟେକ୍ଷ ଭାବେ ଲଢେଇ କରୁଥିବା ଯୋଦ୍ଧା ମାନଙ୍କୁ ସମ୍ନାନ ଓ ଉତ୍ସାହିତ କରିଥିଲେ l ବିଶ୍ବକୁ କରୋନା କବଳିତ କରି ରଖିଥିବାବେଳେ ଏହାର ନିଦାନ ଲାଗି କୌଣସି ଟିକା କିମ୍ବା ଔଷଧ ଅଦ୍ୟାବଧି ବାହାରିନି । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ପାଳନ କରିବା ଲାଗି ନିବେଦନ କରିଥିଲେ। ଏହାକୁ ରାଜ୍ୟ ସରକାର ମଧ୍ୟ ସମର୍ଥନ ଜଣାଇଥିଲେ । ରାଜ୍ୟସରକାରଙ୍କ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣ ମୁକାବିଲା ବିଭିନ୍ନ ପଦକ୍ଷେପ ନେବା ସହ ୫ଟି ଜିଲା ୮ଟି ପ୍ରମୁଖ  ସହରକୁ ୨୯ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି । ଜନତା କର୍ଫ୍ୟୁ ଓ ଲକ ଡାଉନର  ପ୍ରଭାବ ରାଜ୍ୟର ସବୁ ଜିଲ୍ଲାରେ ପଡିଛି।