ଛଣବୋଲୁଅ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତିନି ମୃତ୍ୟୁ ; ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଉତ୍ତେଜନା ।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛଣବୋଲୁଅ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣ ମୃତ୍ୟୁବରଣ କରିଛନ୍ତି। ଆଜି ଅପରାହ୍ନରେ ଏକ ବାଇକ ଯୋଗେ ତିନି ଜଣ କପିଳାସ ଆଡୁ ଢେଙ୍କାନାଳ ଆସୁଥିବା ବେଳେ ଛଣବୋଲୁଅ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ଧକ୍କା ହୋଇଥିଲା। ଏଥିରେ ତିନି ବାଇକ ଆରୋହୀ କାଇମାଟ ଗ୍ରାମର ବ୍ରହ୍ମାନନ୍ଦ ଦେହୁରୀ, ଲୋଚାପଲି ଗ୍ରାମର କୈଳାସ ଚନ୍ଦ୍ର ସାହୁ ଓ ରାମେଶ୍ବର ପୁରର ସୁବ୍ରତ ଶାସ୍ବତ ରାଉତ ଗୁରୁତର ଅବସ୍ଥାରେ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିବା ପରେ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା।

ଅଖିଳ ଭାରତୀୟ ସକ୍ଷମ ଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗ ଅଧିବେଶନ ଅନୁଷ୍ଠିତ।

!!! ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ରୁ ଅମିତ୍ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାରିପଦା)- ଭିନ୍ନକ୍ଷମମାନଙ୍କ ସାମୂହିକ ବିକାଶ ଓ ହିତ ସାଧନ ନିମନ୍ତେ କାର୍ଯ୍ୟ କରିଆସୁଥିବା ଅଖିଳ ଭାରତୀୟ ସଙ୍ଗଠନ ‘ସକ୍ଷମ’ ପକ୍ଷରୁ ଏକ ଦିବ୍ୟାଙ୍ଗମାନଙ୍କ ଅଧିବେଶନ ମୟୂରଭଞ୍ଜ ମହାରାଣୀ ରାଜଲକ୍ଷ୍ମୀ ଭଞ୍ଜଦେଓଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମଞ୍ଚାବନ୍ଧାସ୍ଥିତ ରାଖାଲ ଚନ୍ଦ୍ର ଶିଳ୍ପ ତାଲିମ ପ୍ରତିଷ୍ଠାନ ପରିସରରେ ଆୟୋଜିତ ହୋଇଥିଲା । ପୂର୍ବତନ ସୈନିକ ସଂଘର ମୟୂରଭଞ୍ଜ ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ଅଶୋକ କୁମାର ଦଳବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡ଼ୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ‘ସକ୍ଷମ’ ଅନୁଷ୍ଠାନର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କମଳାକାନ୍ତ ପାଣ୍ଡେ , ଓଡ଼ିଶା ପୂର୍ବ ପ୍ରାନ୍ତ ରାଜ୍ୟ ଶାଖା ସଭାପତି ଡ଼କ୍ଟର ସୁବ୍ରତ କୁମାର ଦାସ ଓ ରାଜ୍ୟ ସମ୍ପାଦକ ସରୋଜ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଧିବେଶନରେ ଉପସ୍ଥିତ ଦିବ୍ୟାଙ୍ଗମାନଙ୍କୁ ଉଦବୋଧନ ଦେବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ନିମନ୍ତେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ବିକାଶ ମୂଳକ ଯୋଜନାଗୁଡ଼ିକ ଉପରେ ବିସ୍ତୃତ ଭାବେ ଉପସ୍ଥାପନ କରାଇଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, କବିବିଷ୍ଣୁ ଶତପଥୀ, ଗୀତିକୃଷ୍ଣ ତିୱାରୀ, ବଙ୍କେଶ ସେଠୀ, ଦୀପକ ବେହେରା, ହରେକୃଷ୍ଣ ମହାନ୍ତ, ଲକ୍ଷ୍ମଣ ତ୍ରିପାଠୀ, ନବୀନ କୁମାର ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ରାଜ୍ୟ କର୍ମକର୍ତ୍ତା ବୀର କିଶୋର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଅଧିବେଶନରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫ ଶହରୁ ଅଧିକ ଦିବ୍ୟାଙ୍ଗ ଯୋଗ ଦେଇଥିଲେ । ତେବେ ସମଗ୍ର ଭାରତରେ ଭିନ୍ନକ୍ଷମମାନଙ୍କ ସଂଖ୍ୟା ସମୂଦାୟ ଜନସଂଖ୍ୟାର ୩ ପ୍ରତିଶତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ପ୍ରାୟ ୮ ପ୍ରତିଶତରୁ ଅଧିକ । ତେଣୁ ଜିଲ୍ଲାରେ ଦିବ୍ୟାଙ୍ଗମାନଙ୍କ ସମର୍ପିତ ଏହି ଅଧିବେଶନ ସେମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରାଇବ ବୋଲି ମତପ୍ରକାଶ ପାଇଛି ।

ଖଲ୍ଲିକୋଟ ଠାରେ ବିଶାଳ ମହିଳା ସମ୍ମିଳନୀ ଅନୁଷ୍ଠିତ।

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!!

(ଖଲ୍ଲିକୋଟ) – ତା ୧୧/୩ /୨୦ଖଲ୍ଲିକୋଟ ବିଜୁ ଜନତା ଦଳ ତରଫ ରୁ ସ୍ଥାନୀୟ ମିନିଷ୍ଟାଡିୟମ ପରିସରରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟ ମଣି ବୈଦ୍ୟ ଙ୍କ ଅଧକ୍ଷତା ରେ ଆୟୋଜିତ ମହିଳା ସମାବେଶ ରେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଯୋଗଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ରେ ଥିବା ୭୦ ଲକ୍ଷ ମହିଳା ଗୋଷ୍ଠୀ ର ସଦସ୍ୟ ମାନଙ୍କ ପାଇଁ ମିଶନ ଶକ୍ତି ଭଳି ଏକ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ତେଣୁ ମହିଳା ମାନେ ଏହି କ୍ଷେତ୍ର ରେ ଆଗେଇଆସିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ବ୍ରହ୍ମପୁର ପୂର୍ବତନ ବିଧାୟକ ଡ . ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ମହିଳା ମାନଙ୍କୁ ରାଜନୈତିକ , ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ର ମଜବୁତ କରିବା ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ସୋନମ ପଲେଇ ,ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା , ବ୍ଲକ ଅଧକ୍ଷା ଶ୍ରୀମତୀ ମିନାକ୍ଷୀ ସାହୁ ଓ ଜିଲ୍ଲାପରିଷଦ ସଭ୍ୟ ଶ୍ରୀମତୀ ସନ୍ଧ୍ୟାରାଣୀ ଦଳେଇ ୨ ଜଣ ରାଜ୍ୟ ମହିଳା ପର୍ଯ୍ୟବେକ୍ଷକ ମୀରାପରିଡା ଓ ଅନ୍ୟ ମାନେ ଯୋଗ ଦେଇଥିବା ବେଳେ ଖଲ୍ଲିକୋଟ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ, ସମାଜସେବୀ ରତ୍ନାକର ସାହୁ , ଦୈତାରୀ ବେହେରା , କୈରାଶି ସରପଂଚ ପ୍ରଫୁଲ ଚନ୍ଦ୍ର ସାହୁ , ସକଳେଶ୍ଵର ଦାଶ , ପଥରା ସରପଂଚ ବନମାଳୀ ଵାଲା , ପୂର୍ବତନ ନଗରପାଳ ସସ୍ମିତା ବେହେରା , ନଗର ବିଜେଡି ସଭାପତି ନରେନ୍ଦ୍ର ପାତ୍ର , ଓ ନଗର ମହିଳା ବିଜେଡି ସଭାପତି ଶ୍ରୀମତୀ ଅଳକା ପଟ୍ଟନାୟକ ଓ ବ୍ଲକ ମହିଳା ବିଜେଡି ସଭାପତି ଶ୍ରୀମତୀ ମିତାଞ୍ଜଳୀ ମିଶ୍ର ଙ୍କ ସମେତ ସମସ୍ତ ମହିଳା ସରପଂଚ ଓ ସମିତି ସଭ୍ୟା ଯୋଗଦେଇଥିବା ବେଳେ ବି . ଡି . ଏ ଅଧକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ଆଗାମୀ ଦିନ ରେ ଓଡିଶା କୁ ଭାରତ ର ଏକ ନମ୍ବର ରାଜ୍ୟ ରେ ପରିଣତ କରିବା ପାଇଁ ମହିଳା ମାନେ ଆଗାମୀ ଦିନ ରେ ନବୀନ ପଟ୍ଟନାୟକ ଙ୍କ ର ହାତ ମୁଠା ଟାଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟ ରେ ଖଲ୍ଲିକୋଟ ର ପୂର୍ବତନ ନଗରପାଳ ରାମ ମୋହନ ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ମଂଚ ପରିଚାଳନା କରିଥିଲେ ।

ପକେଇ ପକେଇ ମାରିଦେଲେ , ଆଉ ଶେଷ ବେଳକୁ କହିଲେ କଟକ ନେଇଯାଅ…!

 !!! ମୟୂରଭଞ୍ଜ ଜିଲ୍ଲା ବାରିପଦା ରୁ ଟାଉନ ପ୍ରତିନିଧି ଅମିତ୍ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାରିପଦା) – ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ପିଆରଏମ୍ ମେଡିକାଲ ରେ ଉତ୍ତେଜନା ଓ ଭଙ୍ଗାରୁଜା। ମୃତକ ବାରିପଦା ସହର ର ପୁରୁଣାହାଟସାହିର ମମତା ବିଶ୍ବାଳ। ସୂଚନା ଅନୁସାରେ ପିଆରଏମ୍ ମେଡିକାଲ ର ମହିଳା ମେଡିସିନ୍ ବିଭାଗରେ ୬ ଦିନ ହେବ ମ୍ୟାଲେରିଆ ଯୋଗୁଁ ମମତାଙ୍କ ଚିକିତ୍ସା ଚାଲିଥିଲା। ତେବେ ଆଜି ଦିନ ପ୍ରାୟ ସାଢେ ୧୨ଟା ସମୟରେ ମମତା ଅଧିକ ଅସୁସ୍ଥ ହୋଇ ପଡିବାରୁ ତାଙ୍କ ପରିବାର ଲୋକେ ତୁରନ୍ତ ଡ୍ୟୁଟିରେ ଥିବା ଡାକ୍ତର ଏବଂ ନର୍ସଙ୍କୁ ଡାକିଥିଲେ।

ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ତାଙ୍କୁ ଚିକିତ୍ସା କରିବାରେ ବିଳମ୍ବ କରିଥିଲେ କାର୍ଯ୍ୟରତ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ମାନେ। ବହୁ କାକୁତି ମିନତି ହେବା ପରେ ଡାକ୍ତର ଆସି ତରବରିଆ ଭାବେ ରୋଗୀଙ୍କୁ ଏକ ଇଞ୍ଜଙ୍କ୍ସନ୍ ଦେଇଥିଲେ। ସେ ଇଞ୍ଜେକ୍ସନ୍ ଦେବା ପରେ ରୋଗୀ ଛାଟିପିଟି ହୋଇ ମୃତ୍ୟୁବରଣ କରିଥିଲେ। ଯାହାକୁ ନେଇ ପରିବାର ବର୍ଗଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖା ଯାଇଛି। ଏଥିରେ ଉତ୍ୟକ୍ତ ହୋଇ ଡାକ୍ତରଖାନାରେ ଗଣ୍ଡଗୋଳ କରିବା ସହିତ ଭଙ୍ଗାରୁଜା କରିଛନ୍ତି। ତେବେ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ହି ମମତାଙ୍କ ମୃତ୍ୟୁ ହୋଇଛି, ତେଣୁ ଦୋଷି କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଖବର ପାଇ ବାରିପଦା ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି॥

ପାରଳାଖେମୁଣ୍ଡି ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ଉତ୍କଳ ହୈତଷିଣୀ ସମାଜ ସଭା ଗୃହ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ମହିଳା ସଂଗଠନ “ଆକାଂକ୍ଷା”ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

ମହିଳା ସଂଗଠନ ‘ଆକାଂକ୍ଷା’ର ସଭାନେତ୍ରୀ ମିନାକ୍ଷୀ ସାହୁଙ୍କ ସଭାପତିତ୍ୱରେ ଜିଲ୍ଲା ଦୌରା ଜର୍ଜ ଶ୍ରୀ ବିଶ୍ଵଜିତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିକାର ଦୁନିଆରେ ସମସ୍ତଙ୍କ ମଧ୍ୟରେ ମହିଳାଙ୍କ ପ୍ରତି ମାନସିକତାର ପରିବର୍ତ୍ତନ ଦରକାର । ଏହା ହେଲେ ମହିଳା ମାନଙ୍କ ପ୍ରତି ବିଭିନ୍ନ କ୍ଷେତ୍ରରେ ହିଂସା ହ୍ରାସ ପାଇବ ଏବଂ ମହିଳା ମାନଙ୍କ କ୍ଷେତ୍ରରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ମହିଳାଙ୍କ କ୍ଷେତ୍ରରେ ବିଭିନ୍ନ ଆଇନ ହୋଇଛି , ମହିଳାଙ୍କୁ ବିଭିନ୍ନ ନିର୍ଯ୍ୟାତିତ କରୁଥିବା ଲୋକଙ୍କ ଦଣ୍ଡ ବିଧାନ ମଧ୍ୟ ହେଉଛି ହେଲେ ମଧ୍ୟ ଏହା କମୁନାହିଁ ।

ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦିକା ମିନା କୁମାରୀ ଟହଲ , ପ୍ରାଧିକାରଣର ସମ୍ପାଦକ ବ୍ୟୋମକେଶ ନାୟକ , ସବ୍ ଜଜ୍ ଦୀପା ଦାସ , ଏବଂ ମାଜିଷ୍ଟ୍ରେଟ ଚନ୍ଦ୍ରହାସ ବେହେରା , ରାଜ ରାଜେଶ୍ଵରୀ କଲ୍ୟାଣୀ ଗଜପତି ନାରାୟଣ ଦେବ , ଆଶାଲତା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅନିତା କୁମାରୀ ମିଶ୍ର , ଆଶାଲତା ପାଣିଗ୍ରାହୀ ,ଭାଗ୍ୟଲକ୍ଷ୍ମୀ ନାୟକ , ସ୍ୱର୍ଣ୍ଣପ୍ରଭା ପାଠୀ , ଡ.ଭାରତୀ ପାଣିଗ୍ରାହୀ , ମଞ୍ଜୁଳା ଚୌଧୁରୀ , ତନୁଜା ଶତପଥୀ , ସୁଜାତା ପାଢ଼ୀ , ରଶ୍ମିତା ସାମଲ , ବିନୋଦ ଚନ୍ଦ୍ର ଜେନା , ବିଚିତ୍ରା ନନ୍ଦ ବେବର୍ତ୍ତା , ପ୍ରବୀଣ ପାଣି , ଇଶାନ ଚାନ୍ଦ ଓଁକାର ,ପ୍ରମୋଦ କୁମାର ରାହୁଳ , ଡାକ୍ତର ମୁର୍ମୁ , ପ୍ରହ୍ଲାଦ ବେହେରା , ଶେଷଦେବ ବେହେରାଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପାରିଦର୍ଶିତା ଯୋଗୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପ୍ରଗତିଶୀଳ ମହିଳା ପତ୍ରିକା “ଆକାଂକ୍ଷା”ର ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭ ଉତ୍କଳ ହୈତଷିଣୀ ସମାଜର କଳାକାର ମାନେ ଦ୍ବାରା ପ୍ରାରମ୍ଭିକ ଗାନ କରିଥିବା ବେଳେ ରଶ୍ମିତା ସାମଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ହିନ୍ଦୀ ଭାଷାରେ ଲୋକାର୍ପିତ “ସି”ଟିମ୍ ଥିମ୍ ସଙ୍ଗ୍ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନ ଠାରେ ମହିଳା ସାଂସ୍କୃତିକ ସଂଗଠନ “ସ୍ୱୟଂସିଦ୍ଧା” ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ହିନ୍ଦୀ ଭାଷାରେ ରୂପାନ୍ତରିତ , “ସି” ଟିମ୍ ର ଥିମ୍ ସଙ୍ଗ ଲୋକାର୍ପିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ଉଦ୍ଦେଶ୍ଯରେ ଲୋକାର୍ପିତ କରିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ବିଡିଏ ର ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣା , ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର , ସ୍ୱୟଂସିଦ୍ଧା ଅନୁଷ୍ଠାନର ଅଧ୍ୟକ୍ଷା ସଂଧ୍ୟାରାଣୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଥିମସଙ୍ଗ ସଙ୍ଗୀତକୁ ଆଶା ପଟ୍ଟନାୟକ ଓ ଏସପି: ସାରା ଶର୍ମା ରଚନା କରିଥିବା ବେଳେ ଗୁରୁ ରଘୁନାଥ ପାତ୍ର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଏହି ସଙ୍ଗୀତରେ କଣ୍ଠଦାନ କରିଛନ୍ତି , ଗଜପତି ଏସପି:-ସାରା ଶର୍ମାଙ୍କ ସହିତ ଅନ୍ୱେଷା ରଥ , ଆଶୁତୋଷ , ଗିରିଜା , ଅମୃତାଶୁ , ସ୍ନେହା ଓ ଶୁଭଶ୍ରୀ । ଏହାର ଭିଡିଓ ଚିତ୍ର ଉତ୍ତୋଳନ କରିଛନ୍ତି।ଫାଲ୍ ଗୁନି ପଟ୍ଟନାୟକ ଓ ହରିହର ପଟ୍ଟନାୟକ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ଓଡ଼ିଆ ଭାଷାରେ ହୋଇଥିବା “ସି” ଟିମ୍ ଥିମସଙ୍ଗ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଥିବାରୁ ଏହାକୁ ହିନ୍ଦୀ ଭାଷାରେ ପ୍ରସ୍ତୁତି କରିବା ପାଇଁ ରାଜ୍ୟ ବାହାର ଶ୍ରୋତା ମାନଙ୍କ ଠାରୁ ବିଶେଷ ଅନୁରୋଧ ଆସିଥିଲା ।

ଖଣ୍ଡିଆନଇ ଠାରେ ହୋଲିଖେଳରୁ ଝଗଡା, ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର l 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗତକାଲି ଅପରାହ୍ନ 2.30 ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଇ ଠାରେ ହୋଲିଖେଳରେ କୌଣସି କାରଣରୁ ବଚସା ହୋଇ ଦୁଇଜଣଙ୍କ ମଧ୍ୟରେ ଝଗଡା ଲାଗିବାରୁ ଜଣେ ଗୁରୁତର ହୋଇ କଟକ ମେଡିକାଲ ସ୍ଥାନାନ୍ତର ହୋଇଥିବା ଖବର ହସ୍ତଗତ ହୋଇଛି l ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଖଣ୍ଡିଆନଇ ଗ୍ରାମର ଉପେନ୍ଦ୍ର ମହାନ୍ତିଙ୍କ ପୁଅ ମିଟୁ ମହାନ୍ତି (30) l ପ୍ରାପ୍ତ ବିବରଣୀରୁ ପ୍ରକାଶ ଖଣ୍ଡିଆନଇ ଗ୍ରାମରେ ହୋଲି ଖେଳ ଚାଲିଥିବାବେଳେ ଗ୍ରାମର ମିଟୁ ମହାନ୍ତି ଓ ପ୍ରକାଶ ମହାନ୍ତିଙ୍କ ପୁଅ ରାକେଶ ମହାନ୍ତିଙ୍କ (30)

ମଧ୍ୟରେ କୌଣସି କାରଣରୁ ବଚସା ହୋଇ ଝଗଡା ହୋଇଥିଲା l ଝଗଡ଼ାରୁ ମାରପିଟ ହୋଇ ମିଟୁ ମହାନ୍ତି ଗୁରୁତର ଆହତ ହୋଇଥିଲେ l ତାଙ୍କ ମୁଣ୍ଡରେ ପଥର ବାଜିଥିବା ପୁଲିସ ସୂତ୍ରରୁ ପ୍ରକାଶ l ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ଯୋଗେ  ତୁରନ୍ତ ତାଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା l କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାପରେ ବ୍ରହ୍ମପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା l ଏନେଇ ଆହତ ମିଟୁର ବାପା ଉପେନ୍ଦ୍ର ମହାନ୍ତି ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି l ଏତଲାକୁ ଭିତିକରି ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ରାକେଶକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି l କେସ ନଂ 68/20 ରେ ମାମଲା ରୁଜୁ ହୋଇଥିବା ପ୍ରକାଶ l

ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ମାଣିତରା ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ସକ୍ରିୟ କର୍ମୀମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବୁଗୁଡ଼ା) – ବୁଗୁଡା ବ୍ଲକ ଅନ୍ତର୍ଗତ ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ମାଣିତରା ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ସକ୍ରିୟ କର୍ମୀମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଦଳର ସାଙ୍ଗଠନିକ ସୁଦୃଢ଼ତା ଓ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି।ଜିଲ୍ଲା ପରିଷଦ,ସମିତିସଭ୍ୟ ଓ ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ଚୈତ୍ରମାସ ପ୍ରଥମ ମଙ୍ଗଳବାର ମା, ବ୍ରାହ୍ମଣୀଦେବୀପୀଠ ରେ ପଣାପର୍ଵ ଆରମ୍ଭ – ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ।

!!! କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ରୁ ବିକାଶ ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଜୁରୀପଡା) – ଫୁଲବାଣୀ ସ୍ଥିତ ପ୍ରସିଦ୍ଧ ଠାକୁରାଣୀ ମା, ବ୍ରାହ୍ମଣୀଦେବୀପୀଠ ମଂଦିର ରେ ପ୍ରତେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଚୈତ୍ରମାସ ପଣାପର୍ଵ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ମଙ୍ଗଳବାର ରେ ହୋଲିଉତ୍ସବ ଥିଲେମଧ୍ୟ ମା, ବ୍ରାହ୍ମଣୀଦେବୀପୀଠ ରେ ପଣାଢାଳିବାରେ ଓ ପୂଜାର୍ଚ୍ଚନା କରିବାରେ ଶ୍ରଦ୍ଧାଲୁ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।ଦେହୁରୀ ଗୌତମକହଁର ମାଙ୍କ ମଂଦିର କୁ ଆସିବା ପୂର୍ବରୁ ମହିଳାଶ୍ରଦ୍ଧାଳୁ ମାନେ ମଂଦିର ରେ ସଖାଲୁ ଭୋରରୁ ଆସି ଅପେକ୍ଷା କରିଥିଲେ ଦେହୁରୀ ଆସିବାପରେ ଅଧିକରୁଅଧିକ ଭିଡ ଦେଖିବାକୁ ମିଳିଥିଲା । ଶୃଙ୍ଖଳା ରକ୍ଷାକରିବା ପାଇଁ ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଯାଇଥିଲା । ମଂଦିର ପରିଚାଳନା କମିଟି ର ସଦସ୍ୟ ମାନେ ସଭାପତି, ଲକ୍ଷ୍ମୀନାରାୟଣ ଦୋରା , ସାଧରଣସମ୍ପାଦକ , ବୈଦ୍ୟନାଥ ବେହେରା, ବରିଷ୍ଠ ଉପଦେଷ୍ଟା, ସୂର୍ଯ୍ୟନାରାୟଣ ମହାପାତ୍ର, ସଦସ୍ୟ , ବଳଭଦ୍ର ପାଣିଗ୍ରାହୀ ରାକେଶରଞ୍ଜନ ବେହେରା,ସହ ସମ୍ପାଦକ , ସନ୍ଦୀପ ମହାନ୍ତି, କୋଷାଧ୍ୟକ୍ଷ, ଶଙ୍କର ଦୋରା , ପ୍ରମୁଖ ଦାଇତ୍ୱ ପରିଚାଳନା କରିଥିଲେ । ପଣା ପ୍ରସାଦ ସେବନ ପ୍ରଚୁର ମାତ୍ରାରେ ଶହଶହ ଭକ୍ତଙ୍କୁ ପ୍ରଦାନ କରାଯାଇଥିଲା ।