ପୋଲସରା ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସାଧାରଣ ସଭା ଅନୁଷ୍ଠିତ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପୋଲସରା) – ଆଜି ଗଞ୍ଜାମ ଜିଲ୍ଲା ପୋଲସରା ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟି ଯୋଗ ଦେଇଛନ୍ତି ଏବଂ ସମ୍ମାନିତ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୋନମ୍ ପଲେଇ ଯୋଗ ଦେଇଛନ୍ତି । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ବହୁ ଜନ ପ୍ରତିନିଧି ଓ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ୩୦୦୦ ରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ଥିଲେ ଏବଂ ଅତିଥି ମାନେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପ ମାଲ୍ୟ ପ୍ରଦାନ ସହ ତାଙ୍କ ବିଷୟରେ ମତବ୍ୟକ୍ତ କରିଥିଲେ ।

୬୬ ଆଦିବାସି ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ।

!!! ରାୟଗଡା ଜିଲ୍ଲା ପଦ୍ମପୁର ରୁ ପ୍ରଶାନ୍ତ କୁମାର କର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଜାତିଲି ପଞ୍ଚାୟତ ମାଳିତିପୁର ଏବଂ ଅଙ୍ଗାରା କୁଡିଆ ଗ୍ରାମରେ ୬୬ ଆଦିବାସି ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଛି।ମାଳିତିପୁର ଗ୍ରାମରେ ୪୩ହିତାଧିକାରିଙ୍କୁ ଏବଂ ଅଙ୍ଗାରା କୁଡିଆ ଗ୍ରାମରେ ୨୩ଜଣ ହିତାଧିକାରୀଙ୍କୁୁ ପଟ୍ଟା ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ପଦ୍ମପୁର ତହସିଲଦାର ନୀଳମାଧବ ମାଝି,ଜାତିଲି ରାଜସ୍ବ ନିରକ୍ଷକ ଜିଲ୍ଲା ବିଜେଢି ସଂମ୍ପାଦକ ଗୋଦାବରି ରାଉତ ବ୍ଳକ ସଭାପତି ରବିନାରାୟଣ ଆଚାର୍ଯ୍ୟ ଏବଂ ମାଳତିପୁର ଅଞ୍ଚଳ ବହୁ ଯୁବକ ମାନେ ଉପସ୍ଥିତ ରହି ପଟ୍ଟା ବଣ୍ଟନ କରିଥିଲେ।ତେବେ ଅଙ୍ଗାର କୁଡିଆ ଗ୍ରାମ କୁ ରାସ୍ତା ନଥିବାରୁ ଲୋକେ ଯିବା ଆସିବା ଏବଂ ଜରୁରି ସମୟରେ ବାଧା ଉପୁଜୁଥିବା ଏଠାକର ଲୋକେ ଗୁଣପୁର ବିଧାୟକଙ୍କ ପାଖରେ ଅଭିଯୋଗ କରିଥିଲେ।ତେବେ ଅତିଶିଘ୍ର ବିଭାଗିୟ ଅଧିକାରିଙ୍କ ସହ ଆଲୋଚନା କରି ଗ୍ରାମକୁ ଯିବାଆସିବା ପାଇଁ ପକ୍କାରାସ୍ତା କରାଯିବବୋଲି ସେ ଲୋକରଙ୍କୁ ପ୍ରତିଶୃତି ଦେଇଥିଲେ।

ଗଞ୍ଜାମ ଜ୍ଯୋତି ସମ୍ମାନ ସମାରୋହ ଏବଂ ଲୋକକଳା ମହୋତ୍ସବ ୨୦୨୦ ଅନୁଷ୍ଠିତ l 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଞ୍ଜାମ) – ଗତ କାଲି ସଂଧ୍ୟାରେ ଗଞ୍ଜାମ ଏନ୍ ଏ ସି ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରସା , ସକ୍ଷମ, ଅପୂର୍ବା ର ମିଳିତ ଆନୁକୁଲ୍ୟରେ ଗଞ୍ଜାମ ଜ୍ଯୋତି ସମ୍ମାନ ସମାରୋହ ଏବଂ ଲୋକକଳା ମହୋତ୍ସବ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ଯ କୃଷି ବିପଣନ ପରିଷଦ ଉପଦେଷ୍ଠା ତଥା ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ରାମ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗ୍ରସିମ୍ ଇଣ୍ଡଷ୍ଟ୍ରି ମୁଖ୍ୟ ଶସାଙ୍କ ଶେଖର ପାରିକ , କ୍ଲାପଟନ୍ କାଉନ୍ସିଲିଂ ଏଲ୍. ଏଲ.ପି, ଭୁବନେଶ୍ବର , ର ପରିଚାଳନା ନିର୍ଦ୍ଦେଶକ ପି. ଚନ୍ଦ୍ର ଶେଖର ପ୍ରମୂଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଉକ୍ତ ଅନୁଷ୍ଠାନ ମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା , ସ୍ୱାସ୍ଥ୍ୟ , ସଙ୍ଗୀତ , ସମାଜସେବା, ରକ୍ତ ଦାନ, କ୍ରୀଡା, ବୃକ୍ଷ ରୋପଣ, ସଙ୍ଗୀତ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ କୃତିତ୍ଵ ଅର୍ଜନ କରିଥିବା ବିଶିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ଗଞ୍ଜାମ ଜ୍ଯୋତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଶିକ୍ଷା ଏବଂ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଏବଂ ପ୍ରକୃତି ବନ୍ଧୁ ପ୍ରସନ୍ନ କୁମାର ନାୟକ ଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଏଥିରେ ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଭରସା ଅନୁଷ୍ଠାନ ର ସଭାପତି ତଥା ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ, ସମ୍ପାଦକ ତଥା ସାମ୍ବାଦିକ ଦୁର୍ଗା ମାଧବ ପାଣିଗ୍ରାହୀ, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଶତାଧିକ ଦର୍ଶକ ଏବଂ ସକ୍ଷମ, ଭରସା, ଅପୂର୍ବା ଅନୁଷ୍ଠାନ ର କର୍ମକର୍ତ୍ତା ମାନେ । ଶେଷରେ ବିଭିନ୍ନ ଲୋକନୃତ୍ୟ ଓ ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ଖଲ୍ଲିକୋଟ ଫାସୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି !

!!! ଖଲ୍ଲିକୋଟ ରୁ ଅଶ୍ୱିନୀ କୁମାର ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ସ୍ଥାନୀୟ ଫାସୁଳା ଗ୍ରାମ ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଡମ୍ବର ପୂର୍ଣ୍ଣ ବର୍ଷିକ ଉତ୍ସବ ଇତି ମଧ୍ୟରେ ପାଳନ କରାଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୀମାଞ୍ଚଳ କାର୍ଜି ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଶିକ୍ଷା ର ଆବଶ୍ୟକତା ଉପରେ ଟିପଣି ଦେଇ ଥିଲେ।ସଂମାନିତ ଅତିଥି ଭାବରେ ଶ୍ରୀ ପ୍ରସାଦ ଆଚାର୍ଯ୍ୟ, ଶ୍ରୀ ପୂର୍ଣଚନ୍ଦ୍ର ବେହେରା, ଶ୍ରୀ ଦଣ୍ଡପାଣି ବେହେରା, ଶ୍ରୀମତୀ ଲାଷ୍ମୀପ୍ରିୟା ଆଚାର୍ଯ୍ୟ, ଶ୍ରୀମତୀ କ୍ରିଷ୍ଣା କୁମାରୀ ସାମନ୍ତ, ଶ୍ରୀ ବଟ କୃଷ୍ଣ ଗୌଡ଼ ଓଶ୍ରୀ ଜୟ ବାଲା ଯୋଗ ଦେଇ ଉତ୍ସବ ର ଶୋଭା ବର୍ଦ୍ଧନ କରିଥିଲେ।ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ର ଅଧ୍ୟାପିକା ଶ୍ରୀମତୀ ଜୟନ୍ତୀ ବେହେରା ଓ ଶ୍ରୀମତୀ କଲ୍ୟାଣି ଗୌଡ଼ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ଶିକ୍ଷା ର ମାନ କିପରି ଉର୍ଣ୍ଣତ ହୋଇପାରିବ ସେ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ରାଣୀ ଜେନା ବାର୍ଷିକ ବିବରଣୀ ପାଠ କରିବା ସହିତ ବିଦ୍ୟାଳୟ ର ଶିକ୍ଷକ ବିନାୟକ ପ୍ରଧାନ ସଭା ପରିଚାଳନା କରିଥିଲେ। ଅଭିଭାବକ, ବୁଦ୍ଧିଜୀବୀ ଓ ଗ୍ରାମବାସୀ ଙ୍କ ଉପସ୍ଥିତ ରେ ଛାତ୍ର ଛାତ୍ରୀ ମାନଙ୍କ ସଙ୍ଗୀତ ଓ ନୃତ୍ୟ ପରିବେଷଣ ଉତ୍ସବ କୁ ସଫଲ୍ୟ ମଣ୍ଡିତ କରିଥିଲା।

ପ୍ରାଥମିକ ବିଦ୍ୟାଳୟରେ ‘ନୋ ବ୍ୟାଗ ଡେ’ ଆରମ୍ବ କଲା ଜିଲ୍ଲା ପ୍ରଶାସନ l  

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଛତ୍ରପୁର ) -ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରୁଛି ‘ନୋ ବ୍ୟାଗ୍‌ ଡେ’ କାର୍ଯ୍ୟକ୍ରମ । ପ୍ରତି ଶନିବାର ହେବ ନୋ ବ୍ୟାଗ୍‌ ଡେ । ଆସନ୍ତା ୭ ଅର୍ଥାତ୍‌ ଏହି ସପ୍ତାହରୁ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ପିଲାଙ୍କ ଲୁକ୍‌କାୟିତ ପ୍ରତିଭା ଲୋକଲେଚନକୁ ଆଣିବା ଓ ମାନସିକ ଶାନ୍ତି ସହ ଜ୍ଞାନ ଅର୍ଜନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ତେଣୁ ପିଲା ସ୍କୁଲ ଆସିବେ, ମାତ୍ର ବସ୍ତାନି ଆଣିବେନି । ସେଦିନ ସାଧାରଣ ପାଠ୍ୟକ୍ରମ ପଢ଼ା ବନ୍ଦ । ଯୋଗ, ଚିତ୍ରାଙ୍କନ, ଗପବହି ପଢ଼ିବା, ଗଳ୍ପ ଶୁଣିିବା ଓ କହିବା ହେବ ଶନିବାରର ରୁଟିନ୍‌ । ।

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ବ୍ଲକ୍‌ ଶିକ୍ଷା ଅଧିକାରୀ ସେମାନଙ୍କ ଅଧୀନ ୨୦ଟି ବିଦ୍ୟାଳୟ ଚୟନ କରିବେ । ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ପାଇଁ ଏହି ଚାପମୁକ୍ତ ଶିକ୍ଷା ପଦ୍ଧତି ଲାଭଦାୟକ ହେବ । ପ୍ରତ୍ୟେକ ଶନିବାର ପୂର୍ବ ନିର୍ଘଣ୍ଟ ସମୟ ମୁତାବକ ବିଦ୍ୟାଳୟ କାର୍ଯ୍ୟ ପରିଚାଳିତ ହେବ । ଏହାର ସଫଳତାକୁ ଅନୁଧ୍ୟାନ କରି ଅନ୍ୟ ବିଦ୍ୟାଳୟକୁ ସମ୍ପ୍ରସାରିତ କରାଯିବ ବୋଲି ଜିଲ୍ଲାପାଳ କହିଥିବା ଜଣାଯାଇଛି ।

ଶନିବାର ‘ନୋ ବ୍ୟାଗ୍‌ ଡେ’ କାର୍ଯ୍ୟକ୍ରମ ପୂର୍ବରୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ ଆଦି ରାଜ୍ୟରେ ଆରମ୍ଭ ହୋଇଛି l ପ୍ରକାଶ ଥାଉକି   ଛାତ୍ରଛାତ୍ରୀମାନଙ୍କୁ ପାଣି ପିଇବା ଅଭ୍ୟାସ କରାଇବା ପାଇଁ ସ୍କୁଲମାନଙ୍କରେ ଜିଲ୍ଲାପାଳ ଆରମ୍ଭ କରିଥିଲେ ‘ୱାଟର୍‌ ବେଲ୍‌’ କାର୍ଯ୍ୟକ୍ରମ ।

ମାଷ୍ଟର ସେଫ୍ ଇଣ୍ଡିଆ ରେ ବିଜେତା ଗଂଜାମ ଜିଲ୍ଲା ଆସିକା କାଳଷଣ୍ଡପୁର ଗାଁର ଓଡ଼ିଆ ପୁଅ ଅବିନାଶ ନାୟକ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଆସିକା) – ମାଷ୍ଟର ସେଫ୍ ଇଣ୍ଡିଅ।ରେ ବିଜେତା ହୋଇଥିବା ଗଂଜାମ ଜିଲ୍ଲା ଆସିକା କାଳଷଣ୍ଡପୁର ଗାଁର ଓଡ଼ିଆ ପୁଅ ଅବିନାଶ ନାୟକ ଆଜି ନିଜ ମାଟିକୁ ଫେରିଛନ୍ତି । ସେ ପ୍ରଥମେ ଆସିକା ରେ ପହଁଚି ମା ଖମ୍ବେଶ୍ଵରୀ ଙ୍କ ପାଖକୁ ଯାଇ ଅ।ର୍ଶିବାଦ ଗ୍ରହଣ କରିଥିଲେ । ଏବଂ ପରେ ପରେ ସହରର ବିଭିନ୍ନ ସାହିରେ ଭବ୍ୟ ସମ୍ବର୍ଦ୍ଧନା ଦିଅ।ଯାଇଥିଲା । ଏଥିସହ ମାଷ୍ଟର ସେଫ ଇଣ୍ଡିଅ।ରେ ବିଜୟୀ ହେବା ପରେ ଓଡିଅ। ଖାଦ୍ୟ କୁ ଅନ୍ତ୍ରଜାତୀୟସ୍ତରରେ ଲୋକାର୍ପଣ ପାଇଁ ଉଦ୍ୟମ କରିବା ସହ ମୁସିଲମ୍ ହୋଟେଲ ଓଡିଅ। ଖାଦ୍ୟକୁ ରୋଷେଇ କରି ପରଷିବା ପାଇଁ ଅ।ଶା ରଖିଥିବା ସେ ନିଜ ପତିକ୍ରିୟା ରେ କହିଛନ୍ତି ।

କବିସୂର୍ଯ୍ୟନଗର ବିଧାୟିକାଙ୍କ ବେଗୁନିଆପଡ଼ା ବ୍ଳକ ଗସ୍ତ ଓ ଭିତ୍ତି ପ୍ରସ୍ତର ସ୍ଥାପନ l 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡ଼ା) – କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଶୁକ୍ରବାର  ଦିନ ବେଗୁନିଆପଡ଼ା ବ୍ଳକ  ଗସ୍ତ କରି ବିଭିନ୍ନ ପ୍ରକଳ୍ପର  ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଥିଲେ l ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତର ମିରିଗିଲେଣ୍ଡି ଠାରେ ଆମ ଗାଁ ଆମ ବିକାଶ ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କାରେ ନିର୍ମିତ କୋଠଘର, ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳl ଠାରେ ରାଜ୍ଯ ଅର୍ଥ କମିଶନ ଯୋଜନାରେ ନିର୍ମିତ ରୁରାଲ ପାର୍କ, ଚନ୍ଦନପୁରରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ରଜକ ସାମାଜର କୋଠଘର,ସିଙ୍ଗଡାପୋଲି ଠାରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ କୋଠଘର, ଚିଙ୍ଗୁଡି ଖୋଲ ପଞ୍ଚାୟତର ଉସ୍ତାଳି ଠାରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ଚିତ୍ତବିନୋଦନ କେନ୍ଦ୍ରକୁ ଉଦଘାଟନ କରିଥିଲେ l ଅଙ୍ଗାରଗାଁ ଓ କେ. ବରିଡ଼ା ଗ୍ରାମରେ ଚତୁର୍ଦଶ ଅର୍ଥ କମିଶନ ଯୋଜନାରେ ନିର୍ମିତ ହେବାକୁ ଥିବା କଲ୍ୟାଣ ମଣ୍ଡପକୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ lଏଥିରେ ବି. ଜେ. ଡି ସଭାପତି ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା, ବି ଡି ଓ ବେଦ ବର ପ୍ରଧାନ, ବି ଜେ ଡି ବ୍ଳକ ସଭାପତି ବିଜୟ କୁମାର ଦୋରା, ଜୀଲା ପରିଷଦ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ଗୀତାଞ୍ଜଳି ଭୂୟାଁ, ପ୍ରତିନିଧି ତ୍ରିନାଥ ଭୂୟାଁ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ, ଉପାଧ୍ୟକ୍ଷ ଭ୍ରମର ବର ଭୂୟାଁ, ସରପଞ୍ଚ, ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ l.

କଞ୍ଚଣା ଠାରେ ବିଦ୍ୟୁତ୍ ଆଘାତରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ l

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ପଞ୍ଚାୟତର ରାଣୀପଡା ଗ୍ରାମରେ ଆଜି ଅପରାହ୍ନରେ ବିଦ୍ୟୁତ୍ ଆଘାତରେ ଉକ୍ତ ଗ୍ରାମର ଅଙ୍ଗନୱାଡି କର୍ମୀ ସଂଗୀତା ନାହକଙ୍କ (୩୫) ମୃତ୍ୟୁ ଘଟିଛି l ଅଙ୍ଗନୱାଡି କାର୍ଯ୍ୟ ସାରି ସେ ଘରେ ନିଜର ୬ ମାସର ଛୁଆ ପାଇଁ ପାଣି ଗରମ୍ କରିବା ସକାଶେ ରୋଷେଇ ଘରକୁ ଯିବା ବେଳେ ବିଦ୍ୟୁତ୍ ଆଘାତରେ ଆହତ ହୋଇଥିଲେ l ଗୁରୁତର ଅବସ୍ଥାରେ ତାଙ୍କୁ କୋଦଳା ମେଡିକାଲକୁ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା l ଖବର ପାଇ କୋଦଳା ଥାନା ସବ ଇନ୍ସପେକ୍ଟର ଅନିଲ କୁମାର ସାହୁ ମେଡିକାଲ ରେ ପହଂଚି ତଦନ୍ତ କରିବା ସହ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପ୍ରକାଶ କରିଛନ୍ତି l ମୃତ ସଂଗୀତା ଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିବା ବେଳେ ତାଙ୍କ ମୃତ୍ୟୁ ରେ ଶୋକର ଛାୟା ଖେଳିଯାଇଛି l ସ୍ଥାନୀୟ ସରପଞ୍ଚ ଚିତ୍ରସେନ ଘୋଷ ମେଡିକାଲରେ ପହଂଚି ପରିବାରକୁ ସମବେଦନା ଜଣାଇଛନ୍ତି l

ଫାସୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଡମ୍ବର ସହକାରେ ବାର୍ଷିକ ଉତ୍ସବ ପାଳନ ।

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ସ୍ଥାନୀୟ ଫାସୁଳା ଗ୍ରାମ ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଡମ୍ବର ପୂର୍ଣ୍ଣ ବାର୍ଷିକ ଉତ୍ସବ ଇତି ମଧ୍ୟରେ ପାଳନ କରାଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୀମାଞ୍ଚଳ କାର୍ଜି ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଶିକ୍ଷା ର ଆବଶ୍ୟକତା ଉପରେ ଟିପଣି ଦେଇ ଥିଲେ।ସଂମାନିତ ଅତିଥି ଭାବରେ ଶ୍ରୀ ପ୍ରସାଦ ଆଚାର୍ଯ୍ୟ, ଶ୍ରୀ ପୂର୍ଣଚନ୍ଦ୍ର ବେହେରା, ଶ୍ରୀ ଦଣ୍ଡପାଣି ବେହେରା, ଶ୍ରୀମତୀ ଲାଷ୍ମୀପ୍ରିୟା ଆଚାର୍ଯ୍ୟ, ଶ୍ରୀମତୀ କ୍ରିଷ୍ଣା କୁମାରୀ ସାମନ୍ତ, ଶ୍ରୀ ବଟ କୃଷ୍ଣ ଗୌଡ଼ ଓଶ୍ରୀ ଜୟ ବାଲା ଯୋଗ ଦେଇ ଉତ୍ସବ ର ଶୋଭା ବର୍ଦ୍ଧନ କରିଥିଲେ।ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ର ଅଧ୍ୟାପିକା ଶ୍ରୀମତୀ ଜୟନ୍ତୀ ବେହେରା ଓ ଶ୍ରୀମତୀ କଲ୍ୟାଣି ଗୌଡ଼ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ଶିକ୍ଷା ର ମାନ କିପରି ଉର୍ଣ୍ଣତ ହୋଇପାରିବ ସେ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ରାଣୀ ଜେନା ବାର୍ଷିକ ବିବରଣୀ ପାଠ କରିବା ସହିତ ବିଦ୍ୟାଳୟ ର ଶିକ୍ଷକ ବିନାୟକ ପ୍ରଧାନ ସଭା ପରିଚାଳନା କରିଥିଲେ। ଅଭିଭାବକ, ବୁଦ୍ଧିଜୀବୀ ଓ ଗ୍ରାମବାସୀ ଙ୍କ ଉପସ୍ଥିତ ରେ ଛାତ୍ର ଛାତ୍ରୀ ମାନଙ୍କ ସଙ୍ଗୀତ ଓ ନୃତ୍ୟ ପରିବେଷଣ ଉତ୍ସବ କୁ ସଫଲ୍ୟ ମଣ୍ଡିତ କରିଥିଲା।

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ଚାରି ପାର୍ଥୀଙ୍କ ନାମ ଘୋଷିତ l 

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଆସନ୍ତା 26 ତାରିଖରେ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ l ୧୭ ରାଜ୍ୟରେ ଖାଲିପଡ଼ିଥିବା ୫୫ ଆସନରେ ଏହି ନିର୍ବାଚନ ହେବ।ସେଥିପାଇଁ ଓଡ଼ିଶାର ଖାଲି ପଡିଥିବା ୪ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ପାଇଁ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ l  ସେମାନେ ହେଲେ ହେଲେ ସୁବାସ ସିଂ, ମୁନା ଖାଁ, ସୁଜିତ୍ କୁମାର ଓ ମମତା ମହନ୍ତ। ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି l ସମସ୍ତ ପାର୍ଥୀ ଯେପରି ବିଜୟ ହାସଲ କରିବେ ସେଥିପାଇଁ ବିଜେଡି ମହଲରେ ପ୍ରସ୍ତୁତି ଚାଲିଛି l