ଗୁଡାରୀ ବଂଶଧରା ସାମ୍ବାଦିକ ସଂଘ ପକ୍ଷରୁ ୨୬ ତାରିଖ ଦିନ ବିଶ୍ୱ ଶାନ୍ତି ଯଜ୍ଞ ପାଳିତ।

ଏଥର ସମ୍ଭାଳ (ଗୁଡ଼ାରୀ) – ଗୁଡାରୀ ବଂଶଧରା ସାମ୍ବାଦିକ ସଂଘ ପକ୍ଷରୁ ୨୬ ତାରିଖ ଦିନ ବିଶ୍ୱ ଶାନ୍ତି ଉପଲକ୍ଷେ ମା ଭଣ୍ଡାରଘରଣୀ ଙ୍କ ନିକଟରେ ଅନନ୍ତ କୋଟି ପ୍ରଣାମ ସହ କ୍ଷମା ପ୍ରଥାନା କରି ଆଜିର ଦିନ ଠାରୁ ୧୫ ଦିନ ପର୍ଯ୍ୟନ୍ତ ଏକ ଅଖଣ୍ଡ ଜ୍ୟୋତି ମହା ଦୀପ ପ୍ରଜ୍ୱଳନ କରାଯାଇଛି । ପୂଜା ଅର୍ଚନା କରି ଦେଶର ରାଜ୍ୟର ଜିଲ୍ଲା ର ଏବଂ ଗ୍ରାମର ଜନସାଧାରଣ ଙ୍କୁ ରୋଗରୁ ମୁକ୍ତି ଏବଂ କରନା ଭଳି ମହାମାରୀ ରୋଗକୁ ଦମନ ଏଵଂ ଏହାର ଭୁତାଣୁ ଦୂର ନିମନ୍ତେ ଏହି ପୂଜାର୍ଚ୍ଚନା ମହାଦୀପ ଲଗା ଯାଇଅଛି । ସଙ୍ଘ ର ଉପଦେଷ୍ଟା ଶ୍ରୀ ତ୍ରିଲୋଚନ ମିଶ୍ର ନିଜ ଘରେ ପୂଜାର୍ଚ୍ଚନା କରି ମହା ଦୀପ କୁ ନେଇ ବିଶ୍ୱ ଶାନ୍ତି ଉପଲକ୍ଷେ ମନ୍ଦିରରେ ସ୍ଥାପନ କରିଅଛନ୍ତି ।

ସେହି ସମୟରେ ଗୁଡାରି ବି.ଡ଼ି.ଓ , ତହସିଲଦାର ଏବଂ ଗୁଡାରି ଶାନ୍ତି ଶୃଙ୍ଖଳା ବିଭାଗୀୟ ଅଧିକାରୀ ଜିଲ୍ଲା ପ୍ରଶାସନ ଙ୍କ ନିର୍ଦ୍ଦେଶରେ ଚାଲି ଚାଲି ସେଠାରେ ପହଞ୍ଚି ଥିଲେ । ଦୀପ ପ୍ରଜ୍ୱଳନ ର ଉଦେଶ୍ୟ କଣ ସେହି ବିଷୟରେ ଶ୍ରୀ ତ୍ରିଲୋଚନ ମିଶ୍ର ବୁଝାଇ ଥିଲେ । ନିଜେ ସୁରକ୍ଷିତ ରୁହନ୍ତୁ ଅନ୍ୟକୁ ସୁରକ୍ଷିତ ରଖନ୍ତୁ ବୋଲି ସଂଘ ପକ୍ଷରୁ ଜନସାଧାରଣ ଙ୍କୁ ବାର୍ତ୍ତା ମାଧ୍ୟମରେ ଅନୁରୋଧ କରାଯାଇଛି ।

ଅସହାୟ ବ୍ୟକ୍ତି ଙ୍କୁ ଲକ୍ ଡାଉନ ଶେଷ ଦିବସ ଯାଏଁ ଖାଦ୍ୟ ବଣ୍ଟନ କାର୍ଯ୍ୟ ଚାଲୁ ରଖିବା ନିମନ୍ତେ “କଳିଙ୍ଗ ସାମ୍ବାଦିକ ସଂଘ” ର ବରିଷ୍ଠ ସାମ୍ବାଦିକ ଙ୍କ ସଂଘ କର୍ମ କର୍ତ୍ତା ଙ୍କୁ ନିର୍ଦ୍ଦେଶ…!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – କରୋନା ମହାମାରୀ କୁ ନେଇ ସମଗ୍ର ବିଶ୍ବରେ ଆହାକାର ଦେଖା ଦେଇଥିବାବେଳେ । ଭାରତରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶ ଲକ୍ ଡ଼ାଉନ୍ ଘୋଷଣା ଥିବାବେଳେ ଦାରିଦ୍ର୍ୟର ସୀମାରେଖା ତଳେ ଜୀବନଯାପନ କରୁଥିବା ବହୁ ଦିନ ମଜୁରିଆ ବେଶ ପ୍ରଭାବିତ ହୋଇଛନ୍ତି ।ଦିନେ କାମ କରିଲେ ଓଳିଏ ପରିବାରର ଭୋକ ମେଣ୍ଟାଉଥିବା ଏହି ମଜୁରିଆଙ୍କ କାମ ଧନ୍ଦା ସମ୍ପୁର୍ଣ୍ଣ ବାଧା ପାଇଛି । ସରକାରୀ ହସ୍ପିଟାଲ ରେ ରୋଗୀ ଙ୍କୁ ନେଇ ଆସିଥିବା ଲୋକେ ଖାଇବାକୁ ପାଉନାହାନ୍ତି। ସଂକ୍ରମଣ ଭୟରେ ଓ ସରକାରଙ୍କ ନିର୍ଦ୍ଧେଶକୁ ମାନି ସେମାନେ ଘରୁ ପାଦ ମଧ୍ୟ ବାହାର କରୁନାହାନ୍ତି । ଏଭଳି ପରିସ୍ଥିତିରେ ଲୋକେ ଟିକେ ଖାଦ୍ୟ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ତେଣୁ ଲକ୍ ଡାଉନ ର ପଞ୍ଚମ ଦିନ ଓ ଷଷ୍ଠ ଦିନ ସେମାନଙ୍କ ଖାଇବା ର ଅସୁବିଧା ହେଉଥିବା ହୃଦବୋଧ କରି ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଙ୍ଘ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ତତ୍ୱାବଧାନ ରେ ସଙ୍ଘ କର୍ମକର୍ତ୍ତା ଏବଂ “ହେଲପିଙ୍ଗ୍ କ୍ଲବ” ସଦସ୍ୟ ଙ୍କ ସହାୟତାରେ ଭୋକିଲା ରହିଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ରନ୍ଧା ସମାଗ୍ରୀ “ହେଲପିଙ୍ଗ୍ କ୍ଲବ” ର ସଦସ୍ୟ ସୁନୀଲ ପଣ୍ଡା, ପି. ନାଗା, ଛୋଟୁ, ସତୀଶ, ସୀମାଞ୍ଚଳ ଦାସ,ପପୁ, ସୁଦାମ, ରିଙ୍କୁ ପ୍ରସ୍ତୁତ କରିଥିଲେ। ଏହି ସମୟରେ ସଂଘ କର୍ମକର୍ତ୍ତା ସୂର୍ୟା ପଟ୍ଟନାୟକ, ସୁମନ ସାହୁକାର, ସୁନୀଲ ସାବତ,ଦୀପକ କୁମାର ବେହେରା(ସୁନା), ସନ୍ତୋଷ ସୁବୁଦ୍ଧି, ମାଧବ ବିଡ଼ିକା, ହରିହର ଶତପଥି, ସାମାଜସେବୀ ରାଜେଶ ସାହୁ(ଆଚବା ଗ୍ରାମ) ଏବଂ ପିଙ୍କି ମହାପାତ୍ର ଙ୍କ ସହଯୋଗରେ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା । ତାଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ଅନେକାଂଶ ସ୍ଥାନୀୟ ଯୁବକ ଏଭଳି କାର୍ଯ୍ୟକୁ ଅନୁସରଣ କରୁଥିବା ଦେଖି ସମସ୍ତଙ୍କୁ ସ୍ଥାନୀୟ ବୁଦ୍ଧିଜିବୀ ମାନେ ସାଧୁବାଦ ଜଣାଇଛନ୍ତି । ଏଭଳି ବଣ୍ଟନ କାର୍ଯ୍ୟକୁ ସହର ଲକ୍ ଡ଼ାଉନ୍ ଥିବା ଯାଏଁ ଯାଯାବର, ଦିନ ମଜୁରିଆ ଓ ଗରିବଙ୍କୁ ଯଥା ସମ୍ଭବ ଖାଦ୍ୟ ଓ ପାନୀୟର ବ୍ୟବସ୍ତା କରାଯିବ ବୋଲି ସଂଘ ର ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ ପାଢୀ ଓ ଉପ ସଭାପତି ଶ୍ରୀ ପ୍ରଶାନ୍ତ କୁମାର କର ସୂଚନା ଦେଇଛନ୍ତି।

ଏଥର ସମ୍ଭାଳ (ଗୁଣପୁର) – କରୋନା ମହାମାରୀ କୁ ନେଇ ସମଗ୍ର ବିଶ୍ବରେ ଆହାକାର ଦେଖା ଦେଇଥିବାବେଳେ । ଭାରତରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶ ଲକ୍ ଡ଼ାଉନ୍ ଘୋଷଣା ଥିବାବେଳେ ଦାରିଦ୍ର୍ୟର ସୀମାରେଖା ତଳେ ଜୀବନଯାପନ କରୁଥିବା ବହୁ ଦିନ ମଜୁରିଆ ବେଶ ପ୍ରଭାବିତ ହୋଇଛନ୍ତି ।ଦିନେ କାମ କରିଲେ ଓଳିଏ ପରିବାରର ଭୋକ ମେଣ୍ଟାଉଥିବା ଏହି ମଜୁରିଆଙ୍କ କାମ ଧନ୍ଦା ସମ୍ପୁର୍ଣ୍ଣ ବାଧା ପାଇଛି । ସରକାରୀ ହସ୍ପିଟାଲ ରେ ରୋଗୀ ଙ୍କୁ ନେଇ ଆସିଥିବା ଲୋକେ ଖାଇବାକୁ ପାଉନାହାନ୍ତି। ସଂକ୍ରମଣ ଭୟରେ ଓ ସରକାରଙ୍କ ନିର୍ଦ୍ଧେଶକୁ ମାନି ସେମାନେ ଘରୁ ପାଦ ମଧ୍ୟ ବାହାର କରୁନାହାନ୍ତି । ଏଭଳି ପରିସ୍ଥିତିରେ ଲୋକେ ଟିକେ ଖାଦ୍ୟ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ତେଣୁ ଲକ୍ ଡାଉନ ର ପଞ୍ଚମ ଦିନ ଓ ଷଷ୍ଠ ଦିନ ସେମାନଙ୍କ ଖାଇବା ର ଅସୁବିଧା ହେଉଥିବା ହୃଦବୋଧ କରି ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଙ୍ଘ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ତତ୍ୱାବଧାନ ରେ ସଙ୍ଘ କର୍ମକର୍ତ୍ତା ଏବଂ “ହେଲପିଙ୍ଗ୍ କ୍ଲବ” ସଦସ୍ୟ ଙ୍କ ସହାୟତାରେ ଭୋକିଲା ରହିଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ରନ୍ଧା ସମାଗ୍ରୀ “ହେଲପିଙ୍ଗ୍ କ୍ଲବ” ର ସଦସ୍ୟ ସୁନୀଲ ପଣ୍ଡା, ପି. ନାଗା, ଛୋଟୁ, ସତୀଶ, ସୀମାଞ୍ଚଳ ଦାସ,ପପୁ, ସୁଦାମ, ରିଙ୍କୁ ପ୍ରସ୍ତୁତ କରିଥିଲେ। ଏହି ସମୟରେ ସଂଘ କର୍ମକର୍ତ୍ତା ସୂର୍ୟା ପଟ୍ଟନାୟକ, ସୁମନ ସାହୁକାର, ସୁନୀଲ ସାବତ,ଦୀପକ କୁମାର ବେହେରା(ସୁନା), ସନ୍ତୋଷ ସୁବୁଦ୍ଧି, ମାଧବ ବିଡ଼ିକା, ହରିହର ଶତପଥି, ସାମାଜସେବୀ ରାଜେଶ ସାହୁ(ଆଚବା ଗ୍ରାମ) ଏବଂ ପିଙ୍କି ମହାପାତ୍ର ଙ୍କ ସହଯୋଗରେ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା । ତାଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ଅନେକାଂଶ ସ୍ଥାନୀୟ ଯୁବକ ଏଭଳି କାର୍ଯ୍ୟକୁ ଅନୁସରଣ କରୁଥିବା ଦେଖି ସମସ୍ତଙ୍କୁ ସ୍ଥାନୀୟ ବୁଦ୍ଧିଜିବୀ ମାନେ ସାଧୁବାଦ ଜଣାଇଛନ୍ତି । ଏଭଳି ବଣ୍ଟନ କାର୍ଯ୍ୟକୁ ସହର ଲକ୍ ଡ଼ାଉନ୍ ଥିବା ଯାଏଁ ଯାଯାବର, ଦିନ ମଜୁରିଆ ଓ ଗରିବଙ୍କୁ ଯଥା ସମ୍ଭବ ଖାଦ୍ୟ ଓ ପାନୀୟର ବ୍ୟବସ୍ତା କରାଯିବ ବୋଲି ସଂଘ ର ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ ପାଢୀ ଓ ଉପ ସଭାପତି ଶ୍ରୀ ପ୍ରଶାନ୍ତ କୁମାର କର ସୂଚନା ଦେଇଛନ୍ତି।

ପୋୖର କର୍ମଚାରୀଙ୍କ ଠାରୁ ଭତ୍ତା ଟଙ୍କା ବ୍ୟାଗ ଧରି ଦୁର୍ବୃତ୍ତ ଚମ୍ପଟ ।

!!! ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – କରୋନା କୁ ନେଇ ଲକ ଡାଉନ ଥିବାରୁ ସରକାରଙ୍କ ତରଫରୁ ବୃଦ୍ଧ ବୃଦ୍ଧାଙ୍କୁ ଘର ଘର ଯାଇ ଭତ୍ତା ଟଙ୍କା ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି ।
ଲକ ଡାଉନ ଯୋଗୁ ରାଜଗାଙ୍ଗପୁର ପୌରପାଳିକା ତରଫରୁ ପ୍ରତେକ ୱାର୍ଡରେ ପୋୖର କର୍ମଚାରୀ ଘର କୁ ଘର ଯାଇ ପୌଢ଼ଙ୍କୁ ଭତ୍ତା ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ଆଜି ୱାର୍ଡ ନଂ୬ ବଗିଚାପଡା ଠାରେ ବାରଟା ସମୟରେ ପୌରପାଳିକାର କର୍ମଚାରୀ ପ୍ରମୋଦ ଦାଶ ଭତ୍ତା ଟଙ୍କା ବାଣ୍ଟୁଥିବା ବେଳେ ଜଣେ ଦୁର୍ବୁଦ୍ଧ ପ୍ରମୋଦଙ୍କ ହାତରୁ ଟଙ୍କା ବ୍ୟାଗ ଟିକୁ ଛଡାଇ ନେଇ ଚମ୍ପଟ ମାରିଥିବା ଜଣାପଡିଛି । ଏହାକୁ ନେଇ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଲୂଟ ଟଙ୍କା ଆନୁମାନିକ ଭାବରେ ଦଶ ହଜାର ବୋଲି ଜଣାପଡିଥିବା ବେଳେ ସଠିକ ପରିମାଣ କେତେ ତାହା ହିସାବ ପରେ ଜଣାପଡିବ । ଏଠି ପ୍ରଶ୍ନ ଉଠୁଛି ଭତ୍ତା ଟଙ୍କା ବଣ୍ଟା ଗଲାବେଳେ ପୌରପାଳିକା ତରଫରୁ ପୋଲିସର ସହାୟତା ନିଆଯାଉ ନାହିଁ କାହିଁକି ? ପୋୖର କର୍ମଚାରୀ ଭତ୍ତା ଟଙ୍କା ବାଣ୍ଟିଲା ବେଳେ ଭିଡ଼ ଯୋଗୁ ତାଙ୍କୁ ବହୁ ସମସ୍ୟାର ସମ୍ମୁଖିନ ମଧ୍ୟ ହେଉଥିବାର ଦେଖିବାକୁ ମିଳୁଛି । ଏପଟେ କରୋନା ଭୟ କୁ ସେପଟେ ଟଙ୍କା ଚୋରୀ ହେବାର ଭୟ ପୋୖର କର୍ମଚାରୀଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି ।

ଓଡ଼ିଶା ଓ ଆନ୍ଧ୍ର ସିମା ସହିତ ସହରାଞ୍ଚଳ ରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମକର୍ତ୍ତା ଙ୍କୁ ସାଧୁବାଦ୍ କୃତଜ୍ଞତା ଜଣାଇଥିଲେ ଗୁଣପୁର ଉପଖଣ୍ଡ “କଳିଙ୍ଗ ସାମ୍ବାଦିକ ସଂଘ”…!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଲକ୍ ଡାଉନ ଘୋଷଣା କରାଯାଇଛି। ଏହାର ସମ୍ପୂର୍ଣ୍ଣ ସଫଳତା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣପୁର ଠାରେ ।ଷଷ୍ଠ ଦିବସରେ ମଧ୍ଯ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଏହାକୁ କଡ଼ା କଡ଼ି ଭାବର ରେ ପାଳନ କରିବାର ଦେଖାଯାଇଛି । ପୁଲିସ ବିଭାଗ ପକ୍ଷରୁ କାର୍ଯ୍ୟରତ ଥିବା କର୍ମଚାରୀ ଏବଂ ସୀମାନ୍ତ ଅଞ୍ଚଳରେ ମୁତୟନ ରହିଥିବା ଉଭୟ ଆନ୍ଧ୍ର ଓ ଓଡ଼ିଶା ର ପୋଲିସ କର୍ମଚାରୀ ଙ୍କ କାର୍ଯ୍ୟ ଦକ୍ଷତା କୁ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ପ୍ରସଂଶା କରାଯାଇ ଆଜି ମଧ୍ୟାହ୍ନ ସମୟରେ କଳିଙ୍ଗ ସାମ୍ବାଦିକ ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ତତ୍ତ୍ଵାବଧାନରେ ସଂଘ ର ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ ପାଢୀ, ଉପ ସଭାପତି ଶ୍ରୀ ପ୍ରଶାନ୍ତ କୁମାର କର, ସାଧାରଣ ସମ୍ପାଦକ ସୁମନ ସାହୁକାର ଙ୍କ ସମେତ ସଂଘ ର ସଦସ୍ୟ ମାଧବ ବିଡ଼ିକା, ସୂର୍ୟା ପଟନାୟକ, ସୁନୀଲ ସାବତ,ସଙ୍କେତ ପାତ୍ର, ଦୀପକ କୁମାର ବେହେରା(ସୁନା), ସତ୍ୟ ସୁନ୍ଦର କର, ସନ୍ତୋଷ ସୁବୁଦ୍ଧି, ହରିହର ଶତପଥୀ ଉପସ୍ଥିତ ରହି କାର୍ଯ୍ୟରତ ପୋଲିସ ଙ୍କୁ ସାଧୁବାଦ ଜଣାଇବା ସହ ଫଳ ଓ ଜୁସ ବଣ୍ଟନ କରିଥିଲେ।

କରୋନା ସଚେତନା କରିବା ବ୍ୟସ୍ତରେ ପ୍ରଶାସକ ଭୁଲିଗଲେ ପଲଥିନ କଟକଣା ।

!!! ରାୟଗଡା ଜିଲ୍ଲା ପଦ୍ମପୁର ରୁ ପ୍ରଶାନ୍ତ କୁମାର କର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଫସିରହିଥିବା କିଛି ଯାଯାବର ଶ୍ରେଣୀ ଅଧିବାସୀ ଏବଂ ଦିନ ଖଟିଖିଆ ଙ୍କୁ ସ୍ଥାନୀୟ ତହସିଲଦାର ନୀଳମାଧଵ ମାଝି, ସମିତି ଅଧ୍ୟକ୍ଷା ରମାକାନ୍ତ ମାଝି, ସରପଞ୍ଚ ପୁଣ୍ୟାବତୀ ମାଣ୍ଡାଙ୍ଗୀ ଓ ନାଏବ ସରପଞ୍ଚ ରାମ ସାହୁଙ୍କ ଉପସ୍ଥିତିରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏଥି ପାଇଁ ସାଧାରଣରେ ଏମାନଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି । ଏହି ରନ୍ଧା ଖାଦ୍ୟ କେଉଁଠାରେ ପ୍ରସ୍ତୁତ ହୋଇ ଆସିଲା ବୋଲି ପଚରା ଯାଇଥିବା ଆମ୍ଭ ପ୍ରତିନିଧି ଙ୍କ ପ୍ରଶ୍ନର ଉତ୍ତର ରେ ଏଗୁଡିକ କେଉଁଠି ପ୍ରସ୍ତୁତ ହୋଇଛି ସେମାନେ ଜାଣନ୍ତି ନାହିଁ ବୋଲି କହିଥିଲେ। ଏସବୁ ନ ଜାଣି କିଭଳି ଏଗୁଡିକ ବଣ୍ଟନ କରିବା ନିମନ୍ତେ ଏମାନେ ଆସିଛନ୍ତି ବୋଲି ସାଧାରଣ ପ୍ରଶ୍ନ କରିଛନ୍ତି । ବଣ୍ଟନ କରାଯାଇଥିବା ଖାଦ୍ୟ ଗୁଡିକ ପଲିଥିନ ବ୍ୟାଗରେ ପୁଡ଼ିଆ ବନ୍ଧା ହୋଇ ଆସିଥିବାରୁ କରୋନା ସଚେତନା କରିବା ବ୍ୟସ୍ତରେ ପ୍ରଶାସକ ଭୁଲିଗଲେକି ପଲଥିନ ବ୍ୟାଗ କଟକଣା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । କୁହାଯାଉଛି ” ବାଡ଼ ଯଦି ଫସଲ ଖାଇବ କହିବା କାହାକୁ” ।

ଅସହାୟ ଓ ଭୋକିଲା ଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ ।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଲକ୍ ଡାଉନ ଘୋଷଣା କରାଯାଇଛି। ଏହାର ସମ୍ପୂର୍ଣ୍ଣ ସଫଳତା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣପୁର ଠାରେ ।ସ୍ଥାନୀୟ ପ୍ରଶାସନ ଓ ପୋଲିସ ଏହାକୁ କଡ଼ା କଡ଼ି ଭାବର ରେ ପାଳନ କରିବାର ଦେଖାଯାଇଛି । ସ୍ଥାନୀୟ ଖଟିଖିଆ ଏବଂ ବାହାରୁ ଆସିଥିବା ଯାଯାବର ଏହି ଅଞ୍ଚଳରେ ରହୁଥିବାରୁ ସେମାନଙ୍କ ଖାଇବା ର ଅସୁବିଧା ହେଉଥିବା ହୃଦବୋଧ କରି ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଙ୍ଘ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ତତ୍ୱାବଧାନ ରେ ସଙ୍ଘ କର୍ମକର୍ତ୍ତା ଏବଂ ସ୍ଥାନୀୟ କିଛି ପ୍ରଶାସକ ଙ୍କ ସହାୟତା ରେ ଭୋକିଲା ରହିଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ରନ୍ଧା ସମାଗ୍ରୀ ପ୍ରସ୍ତୁତ କରିବା ରେ ସ୍ଥାନୀୟ “ହେଲପିଙ୍ଗ୍ କ୍ଲବ” ର ସଦସ୍ୟ ସୁନୀଲ ପଣ୍ଡା, ପି. ନାଗା, ଛୋଟୁ, ସତୀଶ, ସୀମାଞ୍ଚଳ ଦାସ,ପପୁ, ସୁଦାମ, ରିଙ୍କୁ ସହଯୋଗ କରିଥିଲେ।

ଏହି ସମୟରେ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ଦାଶ ଓ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ଼.ରମେଶ ଚନ୍ଦ୍ର ସାହୁ ଉପସ୍ଥିତ ରହି ସଂଘ କର୍ମକର୍ତ୍ତା ସୂର୍ୟା ପଟନାୟକ, ସୁମନ ସାହୁକାର, ସୁନୀଲ ସାବତ, ସୁରେନ୍ଦ୍ର ମହାନ୍ତି,ଜଗବନ୍ଧୁ ଲିମା,ସଙ୍କେତ ପାତ୍ର , କାଳି ଶଙ୍କର ରଥ, ସନ୍ତୋଷ କୁମାର ଗୁରୁ, ଦୀପକ କୁମାର ବେହେରା(ସୁନା), ସତ୍ୟ ସୁନ୍ଦର କର, କୈଳାଶ ଗୌଡ, ମୋନଜ କୁମାର ଦାସ, ସନ୍ତୋଷ ସୁବୁଦ୍ଧି ଏବଂ ସଂଘ ର ଉପଦେଷ୍ଟା ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ଙ୍କ ସହଯୋଗରେ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ।

ଆଗକୁ ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟ ଜାରି ରହିବ ବୋଲି ସଂଘ ର ବରିଷ୍ଠ ସାମ୍ବାଦିକ ଅରୁଣ ପାଢ଼ି , ଉପ ସଭାପତି ପ୍ରଶାନ୍ତ କୁମାର କର ଏବଂ କାର୍ଯ୍ୟକାରୀ ସମ୍ପାଦକ ରାମନାଥ ମହାନ୍ତି ମତ ପ୍ରକାଶ କରିଛନ୍ତି ।

ଗୁଣପୁର ଠାରେ ଲକ୍ ଡାଉନ ସଫଳ; ଉପଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ଙ୍କୁ ସାଧାରଣ ରେ ଭୂୟସୀ ପ୍ରଶଂସା।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଲକ୍ ଡାଉନ ଘୋଷଣା କରାଯାଇଛି। ଏହାର ସମ୍ପୂର୍ଣ୍ଣ ସଫଳତା ଦେଖିବାକୁ ମେଳିଛି ରାୟଗଡା ଜିଲ୍ଲା ଗୁଣପୁର ଠରେ ।ସ୍ଥାନୀୟ ପ୍ରଶାସନ ଓ ପୋଲିସ ଏହାକୁ କଡ଼ା କଡ଼ି ଭାବରର ପାଳନ କରିବାର ଦେଖାଯାଇଛି । ପୋଲିସ ବିଭାଗର ପକ୍ଷରୁ ରୀତିମତ ପେଟ୍ରୋଲିଂ କରାଯାଉଥିବାରୁ ସହରରେ ଅଯଥା ଜନ ଗହଳି ହେବା ପୁରା ମାତ୍ରାରେ ବନ୍ଦ ହୋଇଯାଇଛି ।ଜନସାଧାରଣ ଙ୍କୁ ବିନା କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାମ ନଥିଲେ ଘରୁ ନ ବାହାରିବା ଲାଗି ଅନୁରୋଧ କରାଯାଇଛି । ଏପରିକି ଡ଼ାକବାଜି ମାଧ୍ୟମରେ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି । ସନ୍ଧ୍ୟା ୬ ଘଣ୍ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ କରିବା ଲାଗି ନିର୍ଦ୍ଦାରଣ କରାଯାଇଥିବାରୁ ଉପଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଦର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ଦାଶ ଏବଂ ଥାନା ଅଧିକାରୀ ଶ୍ରୀ ରଶ୍ମୀ ରଞ୍ଜନ ପ୍ରଧାନ ଙ୍କ ତତ୍ୱାବଧାନ ରେ ପୋଲିସ ବିଭାଗ କର୍ମଚାରୀ ସମସ୍ତ ଦୋକାନ ବଜାର ବନ୍ଦ କରିବା ଦେଖାଯାଇଛି । ସ୍ଥାନୀୟ ପ୍ରଶାସନର ଏପରି କାର୍ଯ୍ୟକଳାପ କୁ ବୁଦ୍ଧୀଯିବି ଓ ଜନସାଧାରଣଙ୍କ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି।

ଲକ ଡାଉନ ଯୋଗୁଁ ଏପ୍ରିଲ ୧୪ ଯାଏଁ ସମସ୍ତ ଯାତ୍ରୀବାହୀ ଟ୍ରେନସେବା ସ୍ଥଗିତ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କୁ ବିଭିନ୍ନ ସଂସାଧନକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛନ୍ତି l ଏହା ମଧ୍ୟରୁ ଭାରତୀୟ ରେଳସେବା ଅନ୍ୟତମ l  ଭାରତୀୟ ରେଳପଥ ପକ୍ଷରୁ ଆସନ୍ତା ଏପ୍ରିଲ ୧୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବାକୁ ସ୍ଥଗିତ ରଖାଯାଇଛି l ଏହି ସମୟ ମଧ୍ୟରେ ସମସ୍ତ ମେଲ୍, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ, ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି। ସେହିପରି କୋଲକାତା ମେଟ୍ରୋ ରେଳପଥର ଟ୍ରେନ ଓ ଉପନଗର ଅଞ୍ଚଳରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ ସେବା ମଧ୍ୟ ବନ୍ଦ ରହିବ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ମାଲବାହୀ ଗାଡି ଚଳାଚଳ କରିବ ବୋଲି ସୂଚନା ରହିଛି l

ରାଜଗାଙ୍ଗପୁର ରେ ଲକ୍ ଡାଉନ ସଫଳ ; ବୃଦ୍ଧା ପାଇଁ ନାହିଁ କୌଣସି ସୁବିଧା।

!!! ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ସରକାର ଓ ପ୍ରଶାସନ ର ସଚେତନତା ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଯେତେବେଳେ ଭତ୍ତା ବଣ୍ଟନ ବ୍ୟବସ୍ଥା କୁ ଡାଇରେକ୍ଟ ଟ୍ରାନ୍ସଫର ବେନିଫିଟ୍ ଅନୁସାରେ ହୀତା ଧିକାରି ମାନଙ୍କ ପାସ୍ ବୁକ୍ ରେ ଟଙ୍କା ଜମା ହେବା କଥା ନ ହେଲେ ଘର ଘର କୁ ଯାଇ ଭତ୍ତା ଟଙ୍କା ଓ ପିଡିଏସ୍ ଚାଉଳ ବାଣ୍ଟିବା କଥା । କିନ୍ତୁ ରାଜଗାଙ୍ଗପୁର ପୋରପଲିକା ରେ ପୌର ନିର୍ବାହୀ ଅଧିକାରି ୟେହି ତାଲା ବନ୍ଦୀ ସମୟରେ ଓ ତାଙ୍କର ସହମୀତରେ ଓ ବେନିୟମ କାମ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ଦେଖିବାର ଅଛି । ରାସ୍ତାରେ ଯେଉଁମାନଙ୍କୁ ପିଟା ଯାଉଛି ,ତାର ଜବାବ୍ ଦେହି କିଏ ହେବ । କିଛି ସଚେତନ ବ୍ୟକ୍ତି ଏହି କାମ କୁ ବିରୋଧ କରି ବାରୁ,, ରାଜଗାଙ୍ଗପୁର ପ୍ରଶାସନ ରୁ ଫାଇଦା ପାଉଥିବା କିଛି ବ୍ୟକ୍ତି ଅଭିଯୋଗ କରୀଙ୍କୁ ଅଭଦ୍ର ଭାଷାରେ ଗଲି ଦେବା ସହିତ ,ଧମକ ଦେଇଥିଲେ । ରାଜଗାଙ୍ଗପୁର ରେ ବର୍ତ୍ତମାନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ର ୨୧ ଦିନର ଲକଡାଉନ ଅନୁରୋଧ କୁ ବେଖାତିର କରି ସ୍ଥାନୀୟ ଇନ୍ଦିରା ଛକ, ରସିଦ ଛକ,ରବାନି ଛକ, ଇସଲାମ ଛକ ଏବଂ ଭଟାପଡ଼ା ରୋଡ଼ ରେ ସକାଳ ୬ ଟାରୁ ରାତ୍ରି ୧୧ଟା ପର୍ଯ୍ୟନ୍ତ ଜନଗହଳି ଜନଗହଳି ଦେଖିବାକୁ ମିଳୁଛି ଲକଡାଉନ ନିୟମ ର ଉଲଂଘନ କାରୀ ଙ୍କ ପ୍ରତି ପ୍ରଶାସନ କୁ ଅନୁରୋଧ କଡା ପଦକ୍ଷେପ ନବାପାଇଁ ।

ଗୁମ୍ମା ବ୍ଲକ ପୁରା ଲକ ଡାଉନ ଆଜି ସାପ୍ତାହିକ ହାଟ ମଧ୍ୟ ଜନ ଶୁନ୍ୟ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁମ୍ମା) – କୋରନା ଭାଇରସ ଲଡେଇ ପାଇଁ ସରକାର ଯେଉଁ ପଦକ୍ଷେପ ନେଇ ସାରା ରାଜ୍ୟରେ ଲକ ଡାଉନ ନିର୍ଦ୍ଧେଶ ଦେଇଛନ୍ତି ସମସ୍ତ ଗୁମ୍ମା ବ୍ଲକ ରେ ମଧ୍ୟ ବନ୍ଦ ରହିଥିବା ଦେଖା ଦେଇଛି ।ଗତ କାଲି ଠାରୁ ସମସ୍ତେ ନିଜ ନିଜ ଘରେ ଘରେ ରହି ପୁରା ୨୦ଟି ପଞ୍ଚାୟତ ଜନ ଶୁନ୍ୟ ଦେଖା ଦେଇଛି ଆଜି ସପ୍ତାହିକ ହାଟ ଗୁରୁବାରରେ ମଧ୍ୟ ପୁରା ଦୋକାନ ବନ୍ଦ ରହିଥିଲା ଅତି ଆବଶ୍ୟକ ଦୋକାନ ଗୁଡିକ ଖୋଲା ରହିଥିବା ବେଳେ ପ୍ରଶାସନ ତରଫରୁ ଦୋକାନ ଆଗରେ ଗୋଲେଇ କରି ଲୋକ ମାନଙ୍କୁ ସମ ଦୂରତା ରଖି ସାମଗ୍ରୀ ନେବା ପାଇଁ ସଚେତନତା ସୃଷ୍ଟି କରୁଥିବା ମିଳୁଥିଲା। ଗତ କାଲି ଠାରୁ ବିଡ଼ିଓ ତଥା ତହସିଲଦାର ନଟବର ଗରଡ଼ା ଓ ସେରଙ୍ଗ ଥାନା ଅଧିକାରୀ ପି ସ୍ୱରୂପ କିଷାନ ,ଗୁମ୍ମା ପାଣ୍ଡି ଅଧିକାରୀ ପ୍ରତାପ ପ୍ରଧାନ ଗାଁ ଗାଁ କୁ ବୁଲି ଲୋକ ମାନଙ୍କୁ ସଚେତନତା କରିବା ସହ ନିଜ ନିଜ ଘରେ ରହିବା ପାଇଁ ପରାମର୍ଶ ଦେଇ ପ୍ରତ୍ୟେକ ପଂଚାୟତ ଗୁଡିକ ମଧ୍ୟ ଗାଁ ଗାଁ ରେ ଆଗୁଆ ୪ ମାସ ର ଭତ୍ତା ବଣ୍ଟନ କରୁଥିବା ଜଣାପଡିଛି।