ଚନ୍ଦନପୁର ପଞ୍ଚାୟତ ର ମୁଣ୍ଡୁଳା ଗ୍ରାମ ରେ ୯୦ ଗୋଟି ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ ର ସଦସ୍ୟା ମାନଙ୍କ ଦ୍ଵାରା ମଦ ବିରୋଧୀ ଅଭିଯାନ ଆରମ୍ଭ ।

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ର ମୁଣ୍ଡୁଳା ଗ୍ରାମ ରେ ୯୦ ଗୋଟି ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ ର ସଦସ୍ୟା ମାନଙ୍କ ଦ୍ଵାରା ମଦ ବିରୋଧୀ ଅଭିଯାନ ଆରମ୍ଭ ହୋଇଯାଇଛି । ଘଟଣା ରୁ ପ୍ରକାଶ ଯେ ମୁଣ୍ଡୁଳା ଗ୍ରାମ ରେ କିଛି ବ୍ୟକ୍ତି ଚୋରା ମହୁଲି ମଦ ବିକ୍ରୀ କରୁଛନ୍ତି । ଫଳ ରେ ପୁରୁଷ ଲୋକ ମାନେ ମଦ ପିଇ ଘରମାନଙ୍କରେ ପାଟିତୁଣ୍ଡ କରୁଛନ୍ତି ଏନେଇ ଚୋରା ବେପାରୀ ମାନଙ୍କୁ ମଦ ବେପାର ବନ୍ଦ କରିବା ପାଇଁ କହିଲେ ମଧ୍ଯ ସେମାନେ ଶୁଣୁନ ଥିଲେ ଫଳ ରେ ଆଜି ପାଖା ପାଖି ୯୦୦ ଶହ ରୁ ଉର୍ଦ୍ଧ୍ବ ମହିଳା ମାନେ ଗ୍ରାମ ପରିକ୍ରମା କରିବା ସହ ଏହି ଚୋରା ମଦ ବିକ୍ରି ରେ ସମ୍ପୃକ୍ତ ବ୍ୟକ୍ତି ଙ୍କ ଘର ମାନଙ୍କୁ ଯାଇ ତାଗିଦ୍ କରିଥିଲେ । ଏବଂ ଆଗକୁ ଏହି ଚୋରା ମଦ ବେପାର ବନ୍ଦ ନହେଲେ ବଡ ଧରଣ ର ଆନ୍ଦୋଳନ ହେବ ବୋଲି ମହିଳା ମାନେ ପ୍ରକାଶ କରିଛନ୍ତି । ବିଜୁ ଯୁବ ବାହିନୀ ସଭାପତି ଗୌରାଙ୍ଗ ଚରଣ ସାହୁ ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ।

ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବ୍ରହ୍ମପର) – ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୧୫୭ ଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ସମସ୍ୟା ୧୨୬ ଟି ଓ ଗ୍ରାମଭିତ୍ତିକ ସମସ୍ୟା ୧୦ ଟି ଅନ୍ତର୍ଗତ ଥିବା ବେଳେ ୯୭ ଟି ଅଭିଯୋଗ ର ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ରେଡକ୍ରସ ପକ୍ଷ ରୁ ୨୧ ଜଣ ବ୍ଯକ୍ତିଙ୍କୁ ୧,୯୦,୦୦୦ ଟଙ୍କା ସାହାଯ୍ୟ କରାଯାଇଥିଲା।ଏଥି ରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଏସପି ପିନାକ ମିଶ୍ର ଙ୍କ ସମେତ ନୋଡାଲ ଅଫିସର ବିନୋଦ କୁମାର ବେହେରା, ଜିଲ୍ଲା ସ୍ବାସ୍ଥ୍ଯ ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ ,ଉପଖଣ୍ଡ ସ୍ତରୀୟ ସମସ୍ତ ତହସିଲଦାର, ବିଡିଓ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଛତିଶଗଡ଼ ରାଜ୍ଯପାଳ ଙ୍କ ପ୍ରିୟ ପାତ୍ର ହୋଇପାରିଲେ ; ଗୁଣପୁର ର ବଧୂ ପୁନମ୍ ସୋନି…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ର ଗର୍ବ ଓ ଗୌରବ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ରାହ୍ମଣ ସାହି ସୁନା ଦୋକାନୀ ଙ୍କ କୂଳ ବଧୂ ପୁନମ ସୋନି । ପୁନମ ସୋନି ପିତା ଏଲ୍. ଗୁପ୍ତେଶ୍ଵର ରାଓ ସୋନି ଓ ମାତା ଏଲ୍. ଲକ୍ଷ୍ମୀ ସୋନି ଜଗଦଲପୁର ର ସ୍ଥାୟୀ ବାସିନ୍ଦା ଅଟନ୍ତି। ଛୋଟ ପିଲା ବେଳ ରୁ ହିଁ ପୁନମ ସୋନି ଙ୍କ ପାଠ ପଢିବା ରେ ବହୁତ ଆଗ୍ରହ। ସେ ଗୁଣପୁର ର ବ୍ରାହ୍ମଣ ସାହି ଠାରେ ଥିବା ସୁନା ଦୋକାନୀ ଙ୍କ ପୁଅ ଜାଭାଦି ଅନିଲ କୁମାର ଙ୍କୁ ବିବାହ କରିଥିଲେ। ବିବାହ କରିବା ପରେ ବି ପୁନମ ସୋନି ଙ୍କ ପାଠ ପଢ଼ା ରେ ଆଗ୍ରହ କମିନଥିଲା। ସେ ଜଗଦଲପୁର ସ୍ଥିତ ବସ୍ତର ବିଶ୍ଵ ବିଦ୍ୟାଳୟ ରେ ଏମ୍. ଏସି ରେ ଅଧ୍ୟୟନ କରୁଥିଲେ। ବିଦ୍ୟାଳୟ ର ୨୦୧୪ ରୁ ୨୦୧୯ ବର୍ଷ ମଧ୍ୟରେ ୨୫୬ ଜଣ ବିଦ୍ୟାର୍ଥୀ ଙ୍କୁ ସ୍ବର୍ଣ୍ଣ ପଦକ ଦେଇ ସମ୍ମାନିତ କରାଯିବା ନିମନ୍ତେ ମେରିଟ୍ ଲିଷ୍ଟ ବାହାର କରାଯାଇଥିଲା ଯେଉଁ ଥିରେ ପୁନମ୍ ସୋନି ଙ୍କ ନାମ ମଧ୍ୟ ରହିଥିଲା । ତିନି ମାସ ର ଶିଶୁ କୁ କୋଳେଇ ନେଇ ସ୍ବର୍ଣ୍ଣ ପଦକ ଆଣିବା ନିମନ୍ତେ ମଞ୍ଚ କୁ ଯାଇ ସେଠାରେ ରାଜ୍ୟପାଳ ଙ୍କ ପ୍ରିୟ ପାତ୍ରି ହୋଇଥିଲେ ପୁନମ୍ ।