ନୁଆଁ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ବିଜୁ ଜନତା ଦଳ ଶୁକ୍ରବାର ନୂଆ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି। ୩୩ଟି ସାଙ୍ଗଠନିକ ଜିଲା ପାଇଁ ଘୋଷଣା ହୋଇଥିବା  ଜିଲା ସଭାପତି ତାଲିକାରେ ୧୯ ଜଣ ନୂଆ ମୁହଁ ସ୍ଥାନ ପାଇଥିବା ବେଳେ ୧୪ ଜଣ ପୁରୁଣା ସଦସ୍ୟଙ୍କୁ ସ୍ଥାନ ମିଳିଛି। ଘୋଷଣା ହୋଇଥିବା ତାଲିକାରେ ଭୁବନେଶ୍ୱର ପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଷ ସାମନ୍ତରାୟ, ଗଞ୍ଜାମ ପାଇଁ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖୋର୍ଦ୍ଧା ପାଇଁ ବିଭୂତି ଭୂଷଣ ବଳବନ୍ତରାୟ, ମୟୂରଭଞ୍ଜ ସଦର ପାଇଁ ସୁଦାମ ମାରାଣ୍ଡି, ପୁରୀ ପାଇଁ ମହେଶ୍ୱର ମହାନ୍ତି, ରାଉରକେଲା ପାଇଁ ସାରଦା ପ୍ରସାଦ ନାୟକ ଏବଂ ସମ୍ବଲପୁର ପାଇଁ ସିର୍ଦ୍ଧାଥ ଦାସଙ୍କ ନାଁକୁ ଘୋଷଣା କରାଯାଇଛି। ସେହିପରି ବଲାଙ୍ଗିର ପାଇଁ ମନ୍ତ୍ରୀ ଟୁକୁନି ସାହୁ, ଅନୁଗୁଳ ପାଇଁ ମହେନ୍ଦ୍ର ବସ୍ତିଆ, ବାଲେଶ୍ୱର ପାଇଁ ରବୀନ୍ଦ୍ର କୁମାର ଜେନା, ବରଗଡ଼ ପାଇଁ ବିଜୟ ରଞ୍ଜନ ସିଂ ବରିହା, ଭଦ୍ରକ ପାଇଁ ଜଗନ୍ନାଥ ସ୍ୱାଇଁ, ବୌଦ୍ଧ ପାଇଁ ମହିଧର ରଣା, ଦେବଗଡ଼ ପାଇଁ ରୋମାଞ୍ଚ ରଂଜନ ବିଶ୍ୱାଳ, ଢେଙ୍କାନାଳ ପାଇଁ ପ୍ରଫୁଲ୍ଲ ମଲ୍ଲିକ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ ମହାପାତ୍ର, ଝାରସୁଗୁଡ଼ା ପାଇଁ କିଶୋର ମହାନ୍ତି, କଳାହାଣ୍ଡି ପାଇଁ ପୁଷ୍ପେନ୍ଦ୍ର ସିଂଦେଓ, କେନ୍ଦ୍ରାପଡ଼ା ପାଇଁ ଉତ୍କଳ କେଶରୀ ପରିଡ଼ା ଏବଂ କନ୍ଧମାଳ ପାଇଁ ସରୋଜ କୁମାରଙ୍କ କର୍ଣ୍ଣଙ୍କୁ ଦାୟିତ୍ୱ ଦିଆଯାଇଛି।

 

ଏହାଛଡ଼ା କେନ୍ଦୁଝର ପାଇଁ ମାଧବ ସର୍ଦ୍ଦାର, କୋରାପୁଟ ପାଇଁ ଈଶ୍ୱର ପାଣିଗ୍ରାହୀ, ମାଲକାନଗିରି ପାଇଁ ପୂର୍ଣ୍ଣଚନ୍ଦ୍ର ବାକା, ମୟୂରଭଞ୍ଜ ପାଇଁ କାଶୀନାଥ ହେମ୍ବ୍ରମ, ନବରଙ୍ଗପୁର ପାଇଁ ରମେଶ ଚନ୍ଦ୍ର ମାଝୀ, ନୟାଗଡ ପାଇଁ ରମେଶ ବେହେରା, ନୂଆପଡ଼ା ପାଇଁ ମନୋଜ ମିଶ୍ର, ରାୟଗଡ଼ା ପାଇଁ ସୁଧୀର ଦାସ, ସୁବର୍ଣ୍ଣପୁର ପାଇଁ ସରୋଜ କମ୍ପ ଏବଂ ସୁନ୍ଦରଗଡ଼ ପାଇଁ ବିନୟ ଟପ୍ପୋ ଜିଲା ସଭାପତି ଭାବେ ଦାୟିତ୍ବ ନେଇଛନ୍ତି

ପବିତ୍ର ଶିବରାତ୍ରୀ ଅବସରରେ ବେଗୁନିଆପଡା ବ୍ଲକର ବିଭିନ୍ନ ଶୈବ ପୀଠ ଲୋକାରଣ୍ୟ।

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବେଗୁନିଆପଡା) -ପବିତ୍ର ଶିବରାତ୍ରୀ ଅବସରରେ ବେଗୁନିଆପଡା ବ୍ଲକର ବିଭିନ୍ନ ଶୈବପୀଠ ରେ ଭକ୍ତଙ୍କ ଢେର ସମାଗମ ହୋଇଥିଲା l ଏହି ବ୍ଲକର ସାଙ୍କୁଡା ସ୍ଥିତ ଶ୍ରୀ ଧବଳେଶ୍ୱରଙ୍କ ପୀଠରେ ଦଶ ହଜାରରୁଅଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ କେ. ବରିଡା ସ୍ଥିତ ଅମରେଶ୍ବର, ବେଗୁନିଆପଡା ସିଦ୍ଧେଶ୍ୱର, କୋଦଳା ସ୍ଥିତ ଶ୍ରୀ ଦଣ୍ଡେଶ୍ଵର, ଷଣ୍ଢମୂଳ ସ୍ଥିତ ତୁମ୍ବେଶ୍ୱର, ତାଳସର ସ୍ଥିତ ତlଳେଶ୍ଵର, ଏ. ଶାଳବଣ ସ୍ଥିତ ସିଦ୍ଧେଶ୍ଵର, ପାଇକପଡl ସ୍ଥିତ ବଟେଶ୍ୱର, ସାଙ୍କୁଡା ସ୍ଥିତ ଜଗତେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ ହୋଇଥିଲା l ସନ୍ଧ୍ୟାରେ ମନ୍ଦିର ବେଢାରେ ଭକ୍ତ ମାନେ ଦୀପ ଲଗାଇ ପୂଜାର୍ଚନା କରିଥିଲେ l ମନ୍ଦିର କମିଟି, ବେଗୁନିଆପଡା ଓ କୋଦଳା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା l ବିଭିନ୍ନ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା l